ଉପକ୍ରମ ମଟର ଭାରତର ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ । ମଟରରୁ ବିଭିନ୍ନ ପ୍ରକାର ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏଣୁ ଏହାର ଚାହିଦା ସାରା ପୃଥିବୀରେ ରହିଛି । ଇଉରୋପ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟାନ୍ୟ ଦେଶରେ ମଟରକୁ କଞ୍ଚା ଅବସ୍ଥାରେ ଟିଣପାତ୍ରରେ ସାଇତି ରଖି ବିକ୍ରି କରାଯାଏ । ମଟର ମୁଖ୍ୟତଃ ଦୁଇ ପ୍ରକାର । ଯଥା – ବିଲମଟର ଓ ବଗିଚା ମଟର ବିଲ ମଟର ଡାଲି ଜାତୀୟ ଫସଲ ହିସାବରେ ଚାଷ କରାଯାଏ । ଏହା ପରିବା ରୂପେ ମଧ୍ୟ ବ୍ୟବହାର ହୁଏ । କିନ୍ତୁ ବଗିଚା ମଟର ଖାଇବା ପାଇଁ ବିଲ ମଟର ଠାରୁ ସୁସ୍ଵାଦୁ ଏବଂ ଏହାକୁ ସବୁଜ ଅବସ୍ଥାରେ ବ୍ୟବହାର କରାଯାଏ । ବିଲ ମଟର ଗୋ ଖାଦ୍ୟ ପାଇଁ ମଧ୍ୟ ଚାଷ କରାଯାଏ । ଏପରିକି ମୃତ୍ତିକା କ୍ଷୟ କମାଇବା ପାଇଁ ମଧ୍ୟ ଚାଷ କରାଯାଏ । ପରିପକ୍ଵ ବିଲମଟର ଫାଳ ବା ଗୋଟା ମଧ୍ୟ ତରକାରି ବା ଡାଲି ହୁଏ । ମଟର ଅତି ପୁଷ୍ଟିକର ଖାଦ୍ୟ ଏବଂ ଏଥିରେ ପୁଷ୍ଟିସାର, ଶ୍ଵେତସାର ଭିଟାମିନ ଇତ୍ୟାଦି ବହୁପରିମାଣରେ ରହିଛି । ୧୦୦ ଗ୍ରାମ ମଟରରେ ପୁଷ୍ଟିସାର ୨୨.୫ ଗାମ, ସ୍ନେହସାର ୧.୮ ଗ୍ରାମ, ଶ୍ଵେତସାର୬୦.୧ ଗ୍ରାମ, କ୍ୟାଲସିୟମ ୬୪ ମିଲିଗ୍ରାମ, ଲୌହ ୪.୮ ମିଲିଗ୍ରାମ, ରିବୋଫ୍ଲାବିନ ୦.୧୫ ମିଲିଗ୍ରାମ, ଥିଆମିନ୍ ୦.୭୨ ମିଲିଗ୍ରାମ ଓ ନିଆସିନ ୨.୪ ମିଲିଗ୍ରାମ ଥାଏ । ଉଦ୍ଭବ କେନ୍ଦ୍ର ଦକ୍ଷିଣ – ପଶ୍ଚିମ ଏସିଆ, ଭୂମଧ୍ୟ ସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳ, ଇଟାଲୀ ଭୂଖଣ୍ଡ ଏବଂ ହିମାଳୟ ପର୍ବତ ଅଞ୍ଚଳ ମଟର ଫସଲର ଉଦ୍ଭବ କେନ୍ଦ୍ର । କ୍ଷେତ୍ରଫଳ ଏବଂ ବଣ୍ଟନ : ମଟର ପୃଥିବୀର ଗୋଟିଏ ମୁଖ୍ୟ ଫସଲ । ପୃଥିବୀର ମୁଖ୍ୟ ମଟର ଚାଷ କରୁଥିବା ଦେଶଗୁଡିକ ହେଲା – ଚୀନ, ୟୁ.ଏସ୍ ଏସ୍.ଆର, ଭାରତ, ଇଥୋପିୟା ଏବଂ ୟୁ.ଏସ୍.ଏ. କ୍ଷେତ୍ରଫଳ ଓ ଉତ୍ପାଦନ ଉଭୟ ଦୃଷ୍ଟିରୁ ଚୀନ ପ୍ରଥମ, ୟୁ.ଏସ୍.ଏସ୍.ଆର, ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନ ଅଧିକାର କରି ଅଛନ୍ତି । ଉତ୍ତର ପ୍ରଦେଶ ଭାରତର ମୁଖ୍ୟ ମଟର ଉତ୍ପାଦନ କରୁଥିବା ପ୍ରଦେଶ । ଉତ୍ତର ପ୍ରଦେଶ ଭାରତର ମୋଟ ଉତ୍ପାଦନର ୭୫% ଉତ୍ପାଦନ କରିଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେ ଓ ବିହାର ମଟର ଉତ୍ପାଦନ ପ୍ରଦେଶମାନଙ୍କ ମଧ୍ୟରେ ମୁଖ୍ୟ । ମଟରର ଶ୍ରେଣୀବିଭାଗ : ମଟରର ଦୁଇଇ ଉପଜାତି ରହିଛି । ଯଥା – ବଗିଚା ମଟର ବିଲ ମଟର ବଗିଚାର ମଟର ଛୁଇଁ ଲମ୍ବା, ଚୋପା ନରମ । ମଟର ମଧୁର । ଏହା ପରିବା ରୂପେ ବ୍ୟବହୃତ ହୁଏ । ବିଲ ମଟର ଏହା ପାକଳ ଅବସ୍ଥାରେ ତୋଳାଯାଏ ବା ଅମଳ କରାଯାଏ । ଡାଲି ରୂପେ ବ୍ୟବହାର କରାଯାଏ । ଲଟା ଇଉପିଏ ପତ୍ରରେ ଲାଲ ଦାଗ ରହିଯାଏ । ଫୁଲ ପାଟଳ । ଛୁଇଁ ଛୋଟ । ମଟର ଛୋଟ, ଗୋଲ, ଚୋପା ଚିକ୍କଣ । ଉଦ୍ଭିଦ ବର୍ଣ୍ଣନା : ମଟର ଶିମ୍ବି ବଂଶ । ଏହା ଏକ ଋତ୍ଵିକ, ଶାକୀୟ ଉଦ୍ଭିଦ । ଗଛ ସହଜରେ ନଇଁପଡେ । ଭାରା ପାଇଲେ ମାଡିବା ଦେଖାଯାଏ । ଗଛ ୩୦-୨୦୦ ସେ.ମି. ଉଚ୍ଚ ପର୍ଯ୍ୟନ୍ତ ବହେ । ଏହାର ବୀଜପତ୍ର ଅଧୋଭୂମିକ । ପ୍ରଧାନ ଚେର ମାଟି ଭିତରେ ବହୁ ଗଭୀରକୁ ଯାଇପାରେ । କାଣ୍ଡ ସରୁ, ଫମ୍ପା ଓ ନରମ ପତ୍ରଗୁଡିକ ପକ୍ଷଳଯୁଗ୍ମ ଓ ପ୍ରତି ପତ୍ରରେ ୩ ଯୋଡା ପର୍ଣ୍ଣିକ ଥାଏ । ଅଗ୍ରଭାଗ ଶାଖାଯୁକ୍ତ ଆକର୍ଷୀରେ ପରିଣତ ହୋଇଥାଏ । ପ୍ରତି ପତ୍ରରେ ଡେମ୍ଫ ମୂଳରେ ଦୁଇଟି ପତ୍ରାକାର ଉପବର୍ଣ୍ଣ ଥାଏ । ସ୍ତବକ ଅସୀମ । ବିଲ ମଟରର ଫୁଲ ଅପେକ୍ଷାରେଟ । ବଗିଚା ମଟରର ଫୁଲ ଧଳା । ବିଲ ମଟରର ଫୁଲର ରଙ୍ଗ ପାଟଳ । ଛୁଇଁରେ ୪-୯ ଟି ମଞ୍ଜି ଥାଏ । ଛୁଇଁର ଲମ୍ବା ୫-୯ ସେ.ମି. ଆକାରରେ ସାମାନ୍ୟ ଚେପଟା ବା ନଳୀ ଆକୃତିର । ଫୁଲ ସୁପରାଗଣ ଘଟେ । ବେଳେ ବେଳେ ପରପରାଗଣ ମଧ୍ୟ ହୁଏ । ଋତୁ ଓ ଜଳବାୟୁ : ଶୀତ ଋତୁରେ ମଟର ଚାଷ କରାଯାଏ । ଅକ୍ଟୋବରରୁ ନଭେମ୍ବରର ମଟର ବୁଣିବା ପାଇଁ ଉପଯୁକ୍ତ ସମୟ । ମଟର ଗଜାହେବା ପାଇଁ C ସେଲସିୟସ ଉତ୍ତାପ ଉପଯୁକ୍ତ । ଅଧିକ ଉତ୍ତାପ ହେଲେ ମଟର ଫସଲର କୁହୁଡି ଅପେକ୍ଷା ମଧ୍ୟ ଅଧିକ କ୍ଷତିହୋଇଥାଏ । ଫୁଲ ଧରିବା ସମୟରେ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ କରି ଏହି ଫସଲର ଯଥେଷ୍ଟ କ୍ଷତି କରିଥାଏ । ଫୁଲ ଧରିବା ସମୟରେ ଜଳ ଭାବ ହେଲେ ଫସଲର କ୍ଷତି ହୋଇଥାଏ । ଅତ୍ୟଧିକ ଆଦ୍ରତା ଯୋଗୁଁ ମଟର ଫସଲରେ ରୋଗ ହୋଇ ଉତ୍ପାଦନ କମିଯାଏ । ୧୩-C ସେଲସିୟସ ଉତ୍ତାପ ମଟର ପାଇଁ ଉପଯୁକ୍ତ । ମୃତ୍ତିକା : ମଟର ଫସଲରୁ ଅଧିକ ଉତ୍ପାଦନ ପାଇବା ପାଇଁ ଏହାକୁ ନିଗିଡା, ଉର୍ବର ଦୋରସା ଓ ପଟୁମାଟିରେ ଚାଷ କରାଯାଏ । ଲୁଣି ମାଟି ମଟର ଚାଷ ପାଇଁ ଉପଯୁକ୍ତ ନୁହେଁ । ମୃତ୍ତିକାର ଅମଳ ୬.୫ ରହିବା ଭଲ । କିନ୍ତୁ ଏହା ୬.୦ ଠାରୁ ୭.୫ ଲବଣାମ୍ଳ ଭିତରେ ଚାଷ କରାଯାଇ ପାରିବ । ମଟର ବିହନ କିସମ : ନିରୋଳା ପିଣ୍ଡ ବିଆହନ ବ୍ୟବହାର କରିବାଭଲ । ଆବଶ୍ୟକସ୍ଥଳେ ଅନ୍ୟ ବିହନ ମଧ୍ୟ ଚାଷ କରାଯାଇପାରେ । ନିମ୍ନରେ ଓଡିଶାରେ ଚାଷ କରାଯାଉଥିବା ମଟର କିସମ ଗୁଡିକ ଦିଆଗଲା । କିସମର ନାମ ସମୟ ଅବଧି (ଦିନ) ମଞ୍ଜିର ରଙ୍ଗ ହେକ୍ଟର ପିଛା ଅମଳ କୁଇଣ୍ଟାଲ ବିଶେଷଗୁଣ ରଚନା (ବିଲ ମଟର) ଶୀତ 105 ଧଳା 10 ପରିବା ପାଇଁ ଭଲ ଟି – 163 ଶୀତ 100 ଧଳା 8 ସାମାନ୍ୟ ପାଉଁଶିଆ ରୋଗ ରହେ ଜି.ସି – 66 ଶୀତ 95 ଲୋଚା 8 ଜଳସେଚନ ଦରକାର ଇ.ସି. - 66 ଶୀତ 60 ଲୋଚା 6 ଦୁଇଥର ଚାଷ କରାଯାଇପାରେ । ପି.ଏସ୍. 391 ଶୀତ 95 ସବୁଜ 8 ମଞ୍ଜି ଶୁଖିଲା ପରେ ସବୁଜ ଦେଖାଯାଏ ଏହା ଛଡା ଓଡିଶା ପାଇଁ ନିମ୍ନ ଲିଖିତ ସଅଳ ଓ ମଝାଳିଆ ବଗିଚା ମଟର କିସମ ଉପଯୁକ୍ତ ବୋଲି ପ୍ରମାଣିତ ହୋଇଛି । ସଅଳ ବଗିଚା ମଟର ଅମଳ ସମୟ (ଦିନ) ଅସୌଜି 75 ଆର୍ଲିବଜାର 80 ଅରକେଲ 80 ମେଟିଓର୍ 90 ମଝାଳିଆ ବୋନେଭିଲେ 100 ପରଫେକସନ ନିୟୁଲାଇନ 100 ଜମି ପ୍ରସ୍ତୁତି : ପ୍ରଥମେ ଡିସକ୍ ବା ଲୁହା ଲଙ୍ଗଳ ସାହାଯ୍ୟରେ ଚାଷ କରି ତାପରେ କାଠ (ଦେଶୀ) ଲଙ୍ଗଳରେ ଦୁଇ – ତିନିଓଡ ଚାଷ କରିବା ଉଚିତ୍ । ଖରିଫ ଫସଲ ଉତ୍ତାରିବା ପରେ ମଟର ପାଇଁ ଚାଷ କରାଯାଇଥାଏ । ଗୁଣ୍ଡ ଚାଷ ଦରକାର ନାହିଁ, କିନ୍ତୁ ଜମି ସମତୁଲ ହେବା ଆବଶ୍ୟକ । ପ୍ରାକ୍ – ଚାଷ ଜଳସେଚନ ପରି ଜମି ପାଗରେ ଚାଷ କଲେ ବିହନ ବୁଣିବା ପାଇଁ ଉପଯୁକ୍ତ ଜଳୀୟ ଅଂଶ ମାଟିରେ ରହେ । ଖତ ଓ ସାର : ମଟର ବିହନ ବୁଣିବା ପୂର୍ବରୁ ଶେଷ ଓଡ ଚାଷ ସମୟରେ ହେକ୍ଟର ପିଛା ୫ ଟନ୍ କମ୍ପୋଷ୍ଟ ୨୫ କି.ଗ୍ରା. ଯବକ୍ଷାରଜାନ ସାର ଓ ୫୦ କି.ଗ୍ରା. ସୁପର ଓ ୨୫ କି.ଗ୍ରା. ପଟାସ୍ ଖତ ସହ ମିଶାଇ ସିଆରରେ ପକାଇ ମାଟି ଘୋଡାଇ ଦିଆଯାଏ । । ସିଆରରେ ସାର ଓ ଖତ ପ୍ରୟୋଗ କଲେ ଭଲ ଆମଦାନୀ ହୁଏ । ବୁଣିବା ପ୍ରଣାଳୀ : ବିଲ ମଟର ଧାଡି କୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାଯାଏ ।ଲଙ୍ଗଳ ପଛରେ ବିହନ ମଞ୍ଜି ବୁଣାଯାଏ । ସିଆରରେ ୫ ସେ.ମି. ଗଭୀରରେ ମଞ୍ଜି ପଡିବା ଭଲ । ବିହନ ବୁଣାଯନ୍ତ୍ର ଦ୍ଵାରା ବିହନ ବୁଣିଲେ ଭଲ । କବକ ଜନିତ ରୋଗ ନିରାକରଣପାଇଁ ବୁଣିବାର ୭ଦିନ ପୂର୍ବରୁ ୩ ଗ୍ରାମ୍ କ୍ୟାପଟେନ ଗୁଣ୍ଡ କି.ଗ୍ରା. ବିହନ ପ୍ରତି ଗୋଳାଇ ବିହନ ବିଶୋଧନ କରାଯାଏ । ବୁଣିବା ପୂର୍ବରୁ ଜୀବାଣୁ କଲଚର ବିହନ ସଙ୍ଗେ ମିଶାଇ ଉପରବେଳା ବୁଣିବା ଉଚିତ୍ । ହେକ୍ଟର ପିଛା ୫୦ କି.ଗ୍ରା. ବିହନ ଆବଶ୍ୟକ । ଅନ୍ତଃଚାଷ : ବୁଣା ହେବାର ୨-୩ ସପ୍ତାହ ଓ ୫ ସପ୍ତାହ ବେଳକୁ କୋଡା ଖୁସା କରି ହୁଡା ଟେକନ୍ତୁ । ବୁଣିବାର ଦିନାକା ପୂର୍ବରୁ ପିଛା ୦.୭୫ କି.ଗ୍ରା. ଏ.ଆଇ.ବାସାଲିନ ୮୦୦- ୧୦୦୦ ଲିଟର ପାଣିରେ ଗୋଳାଇ ଛିଞ୍ଚାଯିବା ଉଚିତ୍ । ଜଳସେଚନ : ମଟର ସାଧାରଣତଃ ଅଣଜଳସେଚିତ ଜମିରେ ଚାଷ କରାଯାଏ । ମଟରର କିଛି ମରୁଡି ସହଣୀ ଶକ୍ତି ଅଛି । ୧-୨ ଟି ଜଳସେଚନ କଲେ ଉତ୍ପାଦନ ଅଧିକ ହୋଇଥାଏ । ପ୍ରଥମଟି ଗଜା ହେବାର ୪୫ ଦିନ ବେଳକୁ ଓ ଅନ୍ୟଟି ଛୁଇଁ ଦାନା ପାରିବା ସମୟରେ ଜଳସେଚନ କରାଯାଏ । ଏହିପରି ଦୁଇଟି ଜଳସେଚନ କଲେ ଉତ୍ପାଦନ ୧୦୦ – ୧୫୦% ଜମି ଅନୁସାରେ ଅଧିକ ମିଳିଥାଏ । ମଟର ଫସଲରେ ଅଳ୍ପ ଛିଞ୍ଚା ଜଳ ଓ ସବୁଆଡେ ସମାନ ଜଳସେଚନ କରିବା ଦରକାର । ପାଣି ଜମି ରହିଲେ ଫସଲର ବହୁ କ୍ଷତି ହୋଇଥାଏ । ଅମଳ ଓ ସାଇତା : ଗଛ ପତ୍ର ହଳଦିଆ ପଡିଲେ ଏବଂ ୯୦ ଭାଗ ଫଳ ପାଚିବା ଦେଖାଗଲେ ଗଛକୁ ଖରାରେ ୩-୪ ଦିନ ସୁଖାଇବା ପରେ ଅମଳ କରାଯାଏ । ଠେଙ୍ଗାରେ ପିଟି ଅମଳ କରାଯାଏ । ସବୁଜ ଛୁଇଁ ପରିବା ରୂପେ ବିକ୍ରିକରିବା ପାଇଁ ତୋଳିବା ବେଳେ ଯତ୍ନର ସହ ତୋଳିବେ, ଯେପରି ଗଛର କିଛି କ୍ଷତି ନ ହୁଏ । ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ମଟର ୧୦୦-୧୨୫ କୁଇଣ୍ଟାଲ ମିଳିଥାଏ । ବିଲ ମଟର ୨୦-୨୫ କୁଇଣ୍ଟାଲ ହେକ୍ଟର ପିଛା ଅମଳ ହୋଇଥାଏ । ଗୋ ଖାଦ୍ୟ ପାଇଁ ୨୦-୨୫ କୁଇଣ୍ଟାଲ ବୋତି ମଧ୍ୟ ମିଳିଥାଏ । ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ