ଧାନଚାଷ ପୃଥିବୀର ସମସ୍ତ ମହାଦେଶରେ ଅଳ୍ପ ବହୁତ ହୋଇଥାଏ । ଧାନ, ଉଷ୍ମମଣ୍ଡଳୀୟ ଫସଲ ଭାବେ ବିବେଚିତ ହେଲେ ହେଁ ଉପ – ଉଷ୍ମମଣ୍ଡଳ ଓ ନାତିଶୀତୋଷ୍ମ ମଣ୍ଡଳରେ ମଧ୍ୟ ବେଶ୍ ଭଲ ଅମଳ ଦେଇଥାଏ । ଏହା ଉତ୍ତର ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ଚାଷ କରାଯାଏ । ପୃଥିବୀର ଧାନ ଜମିର ଶତକଡା ପ୍ରାୟ ନବେ ଭାଗ ଏସିଆ ମହାଦେଶରେ ରହିଛି । ଭାରତ, ଚୀନ୍, ଜାପାନ ଓ ଦକ୍ଷିଣ ପୂର୍ବ ଏସିଆରେ ଧାନ ଚାଷ ବହୁଳଭାବେ ହୋଇଥାଏ । ପୃଥିବୀର ମୋଟ ଧାନ ଜମିର ଶତକଡା ୩୦ ଭାଗ କେବଳ ଭାରତରେ ଅଛି । ଭାରତର ପ୍ରତ୍ୟକ ରାଜ୍ୟରେ ଧାନଚାଷ ହେଉଥିଲେ ମଧ୍ୟ ବିହାର, ଓଡିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ଏବଂ ଉତ୍ତର ପ୍ରଦେଶରେ ଏହା ବିସ୍ତ୍ରୁତ ଅଞ୍ଚଳରେ ଚାଷ କରାଯାଏ । ସବୁଜ ବିପ୍ଲବ ପରେ ହରିଆନା ଓ ପଞ୍ଜାବରେ ଧାନଚାଷ ବହୁଳଭାବେ ଖରିଫ ଋତୁରେ କରାଯାଉଛି । ପଞ୍ଜାବରେ ହେକ୍ଟର ପିଛା ଧାନ ଅମଳ ବର୍ତ୍ତମାନ ସର୍ବାଧିକ । ଓଡିଶାରେ ଧାନ ଚାଷ ଓଡିଶାର ଜଳବାୟୁ ଧାନଚାଷ ପାଇଁ ବେଶ୍ ଅନୁକୂଳ । ଓଡିଶାରେ ବର୍ଷାଦିନେ ପ୍ରାୟ ଶତକଡା ୬୬ ଭାଗ ଜମିରେ ଧାନ ଫସଲ ହୁଏ । ବେଶି ଲାଭ ମିଳୁ ବା ନ ମିଳୁ, ଏଠାରେ ପ୍ରତ୍ୟକ ଚାଷୀ ଧାନ ଚାଷ କରିଥାନ୍ତି । କାରଣ ଧାନ ଏମାନଙ୍କର ପ୍ରଧାନ ଖାଦ୍ୟ ଫସଲ ଧାନ ଓଡିଶାର ସ୍ଵାଭିମାନ ଫସଲ । ଧାନର ଉଦ୍ଭବ କେନ୍ଦ୍ର ଓଡିଶା । ସାଧାରଣତଃ ଏକ କ୍ଵିଣ୍ଟାଲ ଧାନରୁ ୬୭ – ୭୨ କେ.ଜି ଚାଉଳ ମିଳିଥାଏ । ୧୦୦ ଗ୍ରାମ ଚାଉଳରୁ ହାରାହାରି ୭୮. ୨-୭୯ .୦ ଗ୍ରାମ ଶ୍ଵେତସାର, ୬.୪ – ୬.୮ ଗ୍ରାମ ପୁଷ୍ଟିସାର, ୦.୪ – ୦.୫ ଗ୍ରାମ ସ୍ନେହସାର, ୯-୧୦ ମିଲି ଗ୍ରାମ୍ କାଲସିୟମ, ୩.୧ – ୪.୦ ମି. ଗ୍ରାମ୍ ଲୌହ, ୦.୦୬ – ୦.୨୧ ମି. ଗ୍ରାମ୍ ଭିଟାମିନ ମିଳିଥାଏ । ଭାତ ଓଡିଶାବାସୀଙ୍କ ମୁଖ୍ୟ ଖାଦ୍ୟ । ଧାନ ଓ ଚାଉଳରୁ ମୁଢି, ଚୁଡା, ହୁଡୁମ, ଖଇ ଇତ୍ୟାଦି ମଧ୍ୟ ପ୍ରସ୍ତୁତ କରାଯାଏ । କୁଣ୍ଡା, ଖୁଦ, ଇତ୍ୟାଦି ଗୋ ଖାଦ୍ୟ ରୂପେ ବ୍ୟବହାର ହୁଏ । ନଡା, ଘରଛପର ପାଇଁ ଏବଂ ଗୋ – ମହିଷାଦି ପଶୁଙ୍କର ଖାଦ୍ୟରୂପେ ବ୍ୟବହାର ହୋଇଥାଏ । ଉଦ୍ଭବ କେନ୍ଦ୍ର ଭାରତ ଓ ବର୍ମା ଚାଷ କରାଯାଉଥିବା ଧାନର ଉଦ୍ଭବ କେନ୍ଦ୍ର । ଓଡିଶାର ଜୟପୁର ଅଞ୍ଚଳ ଧାନର ଉଦ୍ଭବ କେନ୍ଦ୍ରରୂପେ ସ୍ଵିକୃତି ହୋଇଛି । ବିସ୍ତୃତି ଓ ବ୍ୟାପ୍ତି ଧାନ ପୃଥିବୀର ଦ୍ଵିତୀୟ ମୁଖ୍ୟ ଶସ୍ୟ ଜାତୀୟ ଫସଲ । ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୧୪୫ ନିୟୁତ ହେକ୍ଟର ଜମିରେ ପ୍ରତିବର୍ଷ ଧାନଚାଷ କରାଯାଏ । ଧାନର ବଂଶ ଜାତି ଓ ପ୍ରକାର : - ଧାନ ପୋଏସି ବଂଶ ଅନ୍ତର୍ଗତ । ଏହି ବଂଶରେ ଓରାଇଜା ଏକ ପ୍ରକାର ବା ଜିନିସ୍ ଅରାଇଜା ଜିନିସ୍ ର ୨୦ ଗୋଟି ଜାତି ବା ସ୍ପେସିସ୍ ରହିଛି । ୨୦ ଗୋଟି ଜାତି ମଧ୍ୟରୁ ୧୮ ଗୋଟି ବଣ୍ୟ ଏବଂ ୨ଟି ଜାତି ଚାଷୋପଯୋଗୀ ଦୁଇଟି ଚାଷୋପଯୋଗୀ ଜାତି ମଧ୍ୟରୁ ଗୋଟିଏ ସାଟାଇଭା ଏବଂ ଅନ୍ୟଟି ‘ଗ୍ଲାବେରିମା’ । ଓରାଇଜା ସାଟାଇଭା ଏସିଆ, ୟୁରୋପ ଓ ଆମେରିକାରେ ଚାଷ କରାଯାଏ ଏବଂ ଓରାଇଜା ଗ୍ଲାବୋରିମା ଆଫ୍ରିକାରେ ଚାଷକରାଯାଏ । ଉପ ଉଷ୍ମମଣ୍ଡଳୀୟ ଧାନକୁ ଇଣ୍ଡିକା ଧାନ କୁହାଯାଏ । ଇଣ୍ଡିକା ଧାନ ୨ ପ୍ରକାର ଯଥା ଡେଙ୍ଗା ଓ ଗେଡା । ଜାପାନର ଉଷ୍ମମଣ୍ଡଳୀୟ ଧାନକୁ ଜାପୋନିକା ଧାନ କୁହାଯାଏ । ସମଶୀତୋଷ୍ଣ ମଣ୍ଡଳର ଜାପୋନିକା ଗୋଷ୍ଠୀ ଧାନର ଉତ୍ପାଦନ କ୍ଷମତା ଅଧିକ । ଏହି ଧାନ ଅଧିକ ପରିମାଣରେ ସାର ଉପଯୋଗ କରିପାରେ । ଏହାଦ୍ଵାରା ହେକ୍ଟର ପିଛା ୧୦ – ୧୨ ଟନ୍ ଧାନ ଉତ୍ପାଦନ ହୋଇଥାଏ । ଭାରତରେ ଚାଷ କରାଯାଉଥିବା ।ଡେଙ୍ଗା ଇଣ୍ଡିକାର ବେଶି ସାର ବ୍ୟବହାର କରିବା କ୍ଷମତା ନାହିଁ କି ଏଥିରୁ ଅଧିକ ଅମଳ ମିଳେ ନାହିଁ । ହେକ୍ଟର ପିଛା ୩ ଟନ୍ ଧାନ ଅମଳ ମିଳିଥାଏ । ଏଣୁ ଭାରତରେ ଧାନ ଉତ୍ପାଦନ ବୃଦ୍ଧି କରିବାକୁ ହେଲେ ଦେଶୀ ଧାନ (ଡେଙ୍ଗା ଇଣ୍ଡିକା ଗୋଷ୍ଠୀର ଉତ୍ପାଦନ କ୍ଷମତା ବଢାଇବା ଆବଶ୍ୟକ ବୈଜ୍ଞାନିକ ମାନେ ପ୍ରଥମେ ୧୯୬୦ – ୬୧ ରୁ ୧୯୬୪ – ୬୫ ମଧ୍ୟରେ ଡେଙ୍ଗା ଇଣ୍ଡିକା ଓ ବାଙ୍ଗରା ଇଣ୍ଡିକାର ବର୍ଣ୍ଣଶଙ୍କରଣ କରି ଗେଡାଧାନ ବାହାର କଲେ । ପୃଥିବୀରେ ଧାନ ଚାଷର ଉନ୍ନତି ଲାଗି ଫିଲପାଇନ୍ ସର ମାନିଲା ଠାରେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ସୃଷ୍ଟି ହେଲା । ସେଠାରେ ବୈଜ୍ଞାନିକମାନେ ଆଇ ଆର୍ – ୮ ଧାନ ବାହାର କଲେ । ସନ ୧୯୬୨ – ୬୩ ରୁ ବଙ୍ଗରା ଇଣ୍ଡିକା ଧାନ ଚାଷ ଆରମ୍ଭ ହେଲା । ଅଧିକ ଅମଳକ୍ଷମ ଧାନ କିସମଗୁଡିକର ଗୁଣ ଓ ଧର୍ମ : ¾ ଏଗୁଡିକର ଉତ୍ତାପ ସଂବେଦୀ : କିନ୍ତୁ ଆଲୋକ କାଳ ଅସଂବେଦୀ ¾ ଚାରା ଅବସ୍ଥାରେ ଭଲ ବଢନ୍ତି । ¾ ପିଲ ମାରିବା ଶକ୍ତି ଅଧିକ ¾ ପିଲଗୁଡିକର ଏକ ସମୟରେ ବାହାରେ । ¾ ପତ୍ର ଅଳ୍ପ ଲମ୍ବ, ଓସାରିଆ ଓ ସିଧାହୋଇ କାଣ୍ଡରେ ରହନ୍ତି । ପରସ୍ପରକୁ ଛାଇ କରନ୍ତି ନାହିଁ । ପତ୍ରଗୁଡିକ ଗାଢ ସବୁଜ । ¾ କାଣ୍ଡ ବାଙ୍ଗରା – ଟାଣ – ଶୋଇ ପଡେ ନାହିଁ । ¾ ଅଧିକ ଯବକ୍ଷାର ଉପଯୋଗି କରି ପାରନ୍ତି । ¾ ଧାନ କେଣ୍ଡା ବାହାରିବା ପରେ ଧ୍ଵଜା ପତ୍ର ଦେଶୀ ଡେଙ୍ଗା ଧାନ ପରି ଶୁଖିଯାଏ ନାହିଁ । ସବୁଜ ରହି ଶ୍ଵେତସାର ପ୍ରସ୍ତୁତ କରି ଧାନକୁ ଯୋଗାଏ । ଭାରତରେ ୧୯୬୪ – ୬୫ରୁ ବାଙ୍ଗରା ଧାନଚାଷ ଆରମ୍ଭ ହେଲା ଏବଂ ବାଙ୍ଗରା ଧାନ ଜାତିର ପ୍ରସାର ବୃଦ୍ଧି ପାଇଲା । କାରଣ ଏହି ସମୟରେ ବହୁ ଅଧିକ ଅମଳକ୍ଷମ ବାଙ୍ଗରା ଇଣ୍ଡିକା ଧାନ ସୃଷ୍ଟି କରି ଏହାର ବହୁଳ ସଂପ୍ରସାରଣ କରାଯିବା ଫଳରେ ଉତ୍ପାଦ ଆଶାତୀତ ବୃଦ୍ଧି ହେଲା । ହେକ୍ଟର ପିଛା ୨-୩ ଟନ୍ ବଦଳରେ ୪-୬ ଟନ୍ ଅମଳ କରାଯାଇ ପାରିଲା । ଭାରତରେ ୧୯୬୪ – ୬୫ ରୁ ୧୯୭୪ – ୭୫ ପର୍ଯ୍ୟନ୍ତ ସମୟକୁ ସବୁଜ ବିପ୍ଲବ ସମୟ ବୋଲି ଧରାଯାଇପାରେ । ଧାନଗଛର ଜୀବନ କାଳକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଅଙ୍ଗୀୟ ବୃଦ୍ଧି ଅବସ୍ଥା ଜନକ ଅବସ୍ଥା ଅଙ୍ଗୀୟ ବୃଦ୍ଧି ଅବସ୍ଥା ଏହା ୩ ଭାଗରେ ବିଭକ୍ତ କରାଯାଇପାରେ । ଯଥା : ଚାରା ଅବସ୍ଥା ପିଲ ମାରିବା ଅବସ୍ଥା ସର୍ବାଧିକ ପିଲ ଅବସ୍ଥା ସାଧାରଣତଃ ମୂଳକାଣ୍ଡ ଓ ମୂଳରୁ ଦ୍ଵିତୀୟ ପତ୍ର ମଧ୍ୟରୁ ପ୍ରାଥମିକ ପିଲ ବାହାରି ଥାଏ । ମା’ ଗଛ ସହିତ ପିଲଟି, ଗଛ ବଢିବା ଅବସ୍ଥାରେ ଲାଗି ରହିଥିଲେ ମଧ୍ୟ, ଏହା ସ୍ଵାଧୀନ ଭାବେ ନିଜର ଚେର ଦ୍ଵାରା ଖାଦ୍ୟ ସଂଗ୍ରହ କରି ବଢେ । ଜନକ ଅବସ୍ଥା ଏହା ୬ ଭାଗରେ ବିଭକ୍ତ । ଯଥା : - ଲିଙ୍ଗ ଛାଡିବା ଏହା ଧାନକେଣ୍ଡା ବିକାଶର ପ୍ରଥମ ଅବସ୍ଥା * ଗଣ୍ଠି ଛାଡିବା ଅବସ୍ଥାରେ, ପତ୍ରଆଚ୍ଛାଦର ମୂଳ ସାମାନ୍ୟ ଫୁଲିଯାଏ । * ଫୁଲ ଉଡା ଇବାର ୨୦ ରୁ ୨୫ ଦିନ ପୂର୍ବରୁ ଶିଶୁ କେଣ୍ଡାର ଲମ୍ବ ଯେତେବେଳେ ୧ ମି.ମି. ହୋଇଥାଏ, ସେହି ଅବସ୍ଥାକୁ ‘ଗଣ୍ଠି ଛାଡିବା ଅବସ୍ଥା’ କୁହାଯାଏ । * କେଣ୍ଡା ସୃଷ୍ଟି ହେବାର ୩୫ ଦିନ ପରେ, ଧାନ ଫୁଲ ଉଡାଏ । ଥୋଡ ଧରିବା ଏଥିରେ ଧାନଗଛ ପବ ଲମ୍ବି ଗଛ ଡେଙ୍ଗା ହୋଇଯାଏ । ଏବଂ ଶିଶୁ ଧାନ କେଣ୍ଡାରେ ଧାନ ଗଠନ ହୁଏ । ଧ୍ଵଜ ପତ୍ର ଦ୍ଵାରା ଆଚ୍ଛାଦିତ ହୋଇ ଧାନ ପାଖୁଡା ଓ ସ୍ତବକର ଆକାର ବୃଦ୍ଧିପାଏ । ଧାନ ଭିତର ଭ୍ରୁଣରେ ଗୁଣସୂତ୍ର ବିଭାଜନ ପରାଗରେଣୁ ମାତୃକୋଷ ଓ ମହାରେଣୁ କୋଷ ବିକାଶ ହୁଏ । C. କେଣ୍ଡା ବାହାରିବା ଏଥିରେ ଧାନ କେଣ୍ଡା ବାହାରେ । କେଣ୍ଡା ସଂଚାର ଦିନରୁ ୨୫-୩୦ ଦିନ ଭିତରେ ଏହା ଘଟିଥାଏ । ଫୁଲ ଉଡାଇବା କେଣ୍ଡା ବାହାରିବା ଦିନକ ପରେ ଧାନକେଣ୍ଡା ଅଗରୁ ଧାନ ଗୁଡିକର ଫୁଲ ଉଡାଇବା ଆରମ୍ଭ ହୁଏ । ଧାନର ପେଟିକା ଭିତରୁ ଫୁରେଣୁ ବାହାରକୁ ବାହାରି ଆସିବାକୁ ଫୁଲ ଉଡାଇବା କୁହାଯାଏ । * କେଣ୍ଡା ବାହାରିବା ଦିନକ ପରେ, ବରାଗ ପେଟିକା ଖୋଲିଥାଏ । * ପାଗ ଥଣ୍ଡା ରହିଲେ, ବରାଗ ପେଟିକା ଖୋଲିବା ଡେରି ହୋଇଯାଏ । * ପରାଗ ପେଟିକାରୁ ପରାଗ ରେଣୁ ଆସି ସ୍ତ୍ରୀ କେଶର ଉପରେ ପହଞ୍ଚିବା ଓ ଗର୍ଭାଶୟ ମଧ୍ୟରୁ ଡିମ୍ବାଣୁ ସହିତ ମିଶିବା ଦରକାର । ତା’ ପରେ ଗର୍ଭାଶୟଟି ଗୋଟିଏ ଶସ୍ୟରେ ପରିଣତ ହେବାକୁ ଆରମ୍ଭ କରିଥାଏ । ପତ୍ର ଆଚ୍ଛାଦ ମଧ୍ୟରେ ଶିଶୁ କେଣ୍ଡା ୧ ମି.ମି. ଲମ୍ବ ହୋଇଥିବା ସମୟରୁ ଫୁଲ ଉଡାଇବା ମଧ୍ୟରେ ଅର୍ଥାତ୍ ୨୫ ଦିନ ଭିତରେ ଧାନଗଛରୁ ଆଉ ୩ ଟି ପତ୍ର ବାହାରିଥାଏ । ଗଣ୍ଠି ଛାଡିବା ଅବସ୍ଥାରେ ପତ୍ର ଆଚ୍ଛାଦର ମୂଳ ସାମାନ୍ୟ ଫୁଲିଯାଏ । ଫୁଲ ଉଡାଇବାର ୨୦ – ୨୫ ଦିନ ପୂର୍ବରୁ କେଣ୍ଡାର ଲମ୍ବ ଯେତେବେଳେ ୧ ମି.ମି.ହୋଇଥାଏ ସେହି ଅବସ୍ଥାକୁ ଗଣ୍ଠି ଛାଡିବା କୁହାଯାଏ । କେଣ୍ଡା ସୃଷ୍ଟି ହେବାର ୩୦ – ୩୫ ଦିନ ପରେ ଧାନ ଫୁଲ ଉଡାଏ । କେଣ୍ଡା ବାହାରିବାର ଦିନକ ପରେ ପରାଗ ପେଟିକା ଖୋଲିଥାଏ । ପାଗ ଥଣ୍ଡା ରହିଲେ ପରାଗ ପେଟିକା ଖୋଲିବା ଡେରି ହୋଇଯାଏ । ପରାଗ ପେଟିକାରୁ ପୁଷ୍ପାଣୁ ଆସି ସ୍ତ୍ରୀ କେଶର ଉପରେ ପହଞ୍ଚି ଗର୍ଭାଶୟ ମଧ୍ୟସ୍ଥ ଡିମ୍ବାଣୁ ସହିତ ମିଶିବା ଆବଶ୍ୟକ । ତା’ପରେ ଗର୍ଭାଶୟଟି ଗୋଟିଏ ଚାଉଳରେ ପରିଣତ ହେବାକୁ ଆରମ୍ଭ କରିଥାଏ । କେଣ୍ଡାର ଉପରେ ଅଂଶରେ ଥିବା ଧାନଗୁଡିକ ପ୍ରଥମେ ଖୋଲିଯାଏ । କେତେକ ବଡକେଣ୍ଡାରେ ତଳ ଅଂଶରେ ଥିବା ଫଳଗୁଡିକ ସବା ପଛରେ ଖୋଳୁଥିବାରୁ କେଣ୍ଡାର ତଳକୁ ଥିବା ଧାନ ସମ୍ପୂର୍ଣ୍ଣ ପୃଷ୍ଟ ହୋଇପାରେ ନାହିଁ । ଗର୍ଭାଶୟର ଡିମ୍ବାଣୁ ସହିତ ପରାଗରେଣୁ ସଂଯୁକ୍ତ ହେଲାପରେ ଧାନର ଶ୍ଵେତସାର ତିଆରି କାର୍ଯ୍ୟ ଆରମ୍ଭ ହୁଏ । ପରିପକ୍ଵ ଅବସ୍ଥା ଏହା ୩ଟି ଅବସ୍ଥା ଦେଇ ଗତିକରେ । କ୍ଷୀର ଢୋକିବା ଅବସ୍ଥା ଧାନଗର୍ଭ କ୍ଷୀର ପରି ଶ୍ଵେତ ପଦାର୍ଥରେ ପୂର୍ଣ୍ଣ ହୁଏ । ସୋଦୁଆ ଧରିବା ଅବସ୍ଥା ଧାନ କ୍ଷୀର ଜମାଟ ବାନ୍ଧି ନରମା ଚାଉଳରେ ପରିଣତ ହୁଏ । ମକଚି ହେଲେ ଗୁଣ୍ଡ ହୋଇଯାଏ । ପକ୍ଵାବସ୍ଥା ଚାଉଳ ଟାଣ ହୁଏ । ଧାନ ପୂର୍ଣ୍ଣ ରଙ୍ଗପ୍ରାପ୍ତ ହୁଏ । ଛୋଟ ଓ ବଡ ଫାଳ ଚକ୍ଷୁ ସହିତ ପରିପକ୍ଵ ଗର୍ଭାଶୟ ହିଁ ପରବର୍ତ୍ତୀ ଅବସ୍ଥାରେ ଧାନରେ ପରିଣତ ହୁଏ । ଗର୍ଭାଧାନର ୨୧ – ୨୪ ଦିନ ପରେ କେଣ୍ଡାର ଓଜନ ସବୁଠାରୁ ବେଶି ହୋଇଥାଏ । ଧାନ ଅଗାଡି ହେବାର କେତୋଟି କାରଣ : ¾ ପରାଗ ସଂଗମ ନ ହେବା ଦ୍ଵାରା ଧାନଟି ଅଗାଡି ହୋଇଥାଏ । ଧଳା ଦେଖାଯାଏ । ¾ ଧାନଗଛ ପଡିଯିବା । ¾ ଆଲୋକର ଅଭାବ । ¾ ପତ୍ର ଶୁଖିଯିବା / ରୋଗାକ୍ରାନ୍ତ ହେବା ଶିଂସା ପୂର୍ଣ୍ଣହେବା ପାଇଁ ଷ୍ଟାର୍ଚ୍ଚ ଅଭାବ । ¾ ଅତ୍ୟଧିକ ଉତ୍ତାପ / ଶୁଷ୍କ ପବନ ଯୋଗୁ ପୁଂ କେଶର ଶୁଖିଗଲେ । ¾ କେଣ୍ଡା ସୃଷ୍ଟି ସମୟରେ ଅତ୍ୟଧିକ ଯବକ୍ଷାରଜାନ ସାରା ଦେଲେ । ¾ ଫୁଲ ଉଡାଇବା ସମୟରେ ଝଡବର୍ଷା ଏବଂ ଅଧିକ ଆର୍ଦ୍ରତା ଯୋଗୁଁ ଫୁଲଗୁଡିକ ନ ଖୋଲିଲେ । ¾ ଥଣ୍ଡା ଯୋଗୁ ପୁଂ କେଶର ନଷ୍ଟ ହୋଇଗଲେ । ଜଳବାୟୁ : ଧାନ ଭାରତରେ ୮ ରୁ ୩୫ ଉତ୍ତର ଅକ୍ଷାଂଶ ଏବଂ ସମୁଦ୍ର ପତନରୁ ୩୦୦୦ ମିଟିର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଚାଷ କରାଯାଏ । ଧାନ ପାଇଁ ଆର୍ଦ୍ର ଓ ଉଷ୍ଣ ଜଳବାୟୁ ଆବଶ୍ୟକ । ଉଚ୍ଚ ତାପମାନ, ଉଚ୍ଚ ଆର୍ଦ୍ରତା ବହୁଦିନ ଧରି ଉଜ୍ଵଳ ସୂର୍ଯ୍ୟଲୋକ ଧାନଚାଷ ଲାଗି ଉପଯୁକ୍ତ ବାର୍ଷିକ ୧୦୦୦ ମି. ମି. ବା ତା’ ଠାରୁ ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଧାନ ଚାଷ କରାଯାଏ । ଧାନଗଛର ବୃଦ୍ଧି ଓ ବିକାଶ ପାଇଁ ବିଭିନ୍ନ ଅବସ୍ଥାରେ ହାରାହାରି ୨୧ - ସେଲ୍ ସିୟସ୍ ଉତ୍ତାପ ଦରକାର ହୋଇଥାଏ । ଡେଙ୍ଗା ଇଣ୍ଡିକା ଧାନ କ୍ଷୁଦ୍ର ଦିବାଲୋକଗ୍ରାହୀ । ତେଣୁ ମୁଖ୍ୟତଃ ଖରିଫ ଋତୁରେ ଚାଷ କରାଯାଏ । ବାଙ୍ଗରା ଇଣ୍ଡିକା ଓ ଅଧିକ ଅମଳକ୍ଷମା ଧାନ ଦିବାଲୋକ କ୍ଲୀବା । ତେଣୁ ଏହାକୁ ବର୍ଷର ସବୁ ସମୟରେ ଚାଷ କରାଯାଇପାରେ । ଭାରତବର୍ଷର ପୂର୍ବାଞ୍ଚଳରେ ଧାନଚାଷ ବର୍ଷସାରା କରାଯାଇପାରିବ । କିନ୍ତୁ ଉତ୍ତର ଭାରତରେ ତାପମାତ୍ରା ଅନୁକୂଳ ହେଉ ନଥିବାରୁ କେବଳ ବର୍ଷାଦିନେ ଧାନଚାଷ ହୁଏ । ଆମ ରାଜ୍ୟରେ ଲଘୁ, ଶାରଦ ଓ ଡାଳୁଅ ଏପରି ତିନିପ୍ରକାର ଧାନ ଚାଷ ହୁଏ । ଲଘୁ ଓ ଶାରଦ ଧାନ ବର୍ଷାଦିନେ ବା ଖରିଫ ଋତୁରେ ଓ ଡାଳୁଅ ଧାନ ବସନ୍ତ ଓ ଗ୍ରୀଷ୍ମ ଋତୁରେ ଚାଷ ହୁଏ । ମୃତ୍ତିକା : ସବୁ ପ୍ରକାର ମୃତ୍ତିକାରେ ଧାନଚାଷ କରାଯାଇ ପାରିବ । ତେବେ ମଟାଳ ଓ ଦୋରସା ଶ୍ରେଣୀର ମୃତ୍ତିକା ଧାନଚାଷ ପାଇଁ ବିଶେଷ ଉପଯୁକ୍ତ । କାରଣ ଏହି ମାଟିର ଜଳଧାରଣା ଶକ୍ତି ଅଧିକ । କ୍ଷରୀୟ ଓ ଲବଣାକ୍ତ ମୃତ୍ତିକା ଅପେକ୍ଷା ଅଳ୍ପ ଅମ୍ଳୀୟ ମୃତ୍ତିକା ଧାନ ଫସଲ ଅଧିକ ଉପଯୁକ୍ତ । ଉପଯୁକ୍ତ କିସମ ବାଛିବା : ଉପଯୁକ୍ତ ଧାନ କିସମ ବାଛିବା ଧାନଚାଷର ପ୍ରଥମ ପଦକ୍ଷେପ । ସେଥିପାଇଁ ନିମ୍ନଲିଖିତ ବିଷୟ ବିଚାରକୁ ନିଆଯାଏ । ଖରିଫ ଧାନଚାଷ ପାଇଁ ଅଣଜଳସେଚିତ ବର୍ଷାଧାର ଜମିର କିସମ ଯଥା – ଢିପଜମି, ମଝାଲ କିସମ ଓ ଖାଲଜମି । ଡାଳୁଅଧାନ ଚାଷ ପାଇଁ ଜଳସେଚନର ସୁବିଧା ଓ କେତେ ମାସ ପାଇଁ ଜଳସେଚନ ମିଳିବ, ତାହା ଜାଣିବା ଆବଶ୍ୟକ । ଫସଲ ପର୍ଯ୍ୟାୟ – ଧାନ ଫସଲ ପୂର୍ବରୁ ବା ପରେ ଅନ୍ୟ କେଉଁ ଫସଲ ନେବାର ସୁବିଧା ହେବ, ତାହା ଜାଣିବା ଉଚିତ୍ର ନିର୍ଦ୍ଧିଷ୍ଟ ପରିସ୍ଥିତିକୁ ଖାପ ଖାଇବା ଗୁଣ ଯଥା – ଲୁଣି ସହଣୀ, ମରୁଡି ସହଣୀ, ବଢିପାଣି ସହଣୀ ଓ ରେଗାପୋକ ସହଣୀ ଧାନ । ଧାନର ବିଶେଷ ବ୍ୟବହାର ଉପଯୋଗୀତା , ଯଥା – ସରୁ, ମୋଟା, ଅରୁଆ, ଉଷୁନା, ଚୂଡା, ମୁଢି, ପଲଉ, ଖିରି ପ୍ରଭୃତି ପ୍ରସ୍ତୁତି କରିବା ପାଇଁ ଧାନର ଚାଉଳ କେତେଦୂର ଉପଯୁକ୍ତ । ଡେଙ୍ଗାଇଣ୍ଡିକା ଧାନ ଓ ୧୪୫ ଦିନରୁ ଅଧିକ ସମୟ ନେଉଥିବା ବାଙ୍ଗରା ଅଧିକ ଅମଳକ୍ଷମଧାନ କେବଳ ଖରିଫ ବା ବର୍ଷାଋତୁ ପାଇଁ ଉପଯୁକ୍ତ । ଯେଉଁ ବାଙ୍ଗରା ଅଧିକ ଅମଳକ୍ଷମ ଧାନ ୧୪୫ ଦିନରୁ କମ୍ ଦିନରେ ପାଚେ ତାହା ଉଭୟ ଖରିଫ ଓ ଡାଳୁଅ ଋତୁରେ ଚାଷ ହୋଇପାରେ । ଜମିର କିସମ ଅନୁଯାୟୀ ଧାନ କିସମ ବାଛିବା : ଯଥା – ଢିପଜମି – ୬୫-୧୧୦ ଦିନର ଛୋଟ ଧାନ ବୁଣାଯାଏ । ମଧ୍ୟମ ଜମି – ୧୧୦-୧୪୫ ଦିନର ବିହନ ବୁଣାଯାଏ । ଖାଲି ଜମି – ୧୪୫ – ୧୮୦ ଦିନର ବଡଧାନ ଉପଯୁକ୍ତ । ହିଡ ଦିଆହୋଇ ନଥିବା ଢିପଜମି ପାଇଁ – ଧାନ ଚାଷ ପାଇଁ ଏହି ଜମି ଅନୁପଯୁକ୍ତ ହେଲେ ହେ ଏହା ମୁଖ୍ୟ ଖାଦ୍ୟଫସଲ ହୋଇଥିବାରୁ ଏବଂ ପ୍ରତ୍ୟକ ଏହି ଖାଦ୍ୟ ଫସଲ ଲାଗି ଅନ ଉପରେ ନିର୍ଭର ନକରିବା ପାଇଁ ଧାନ ବୁଣନ୍ତି । ଏହି ଜମି ପାଇଁ ମରୁଡି ସହଣୀ ୬୫ – ୮୫ ଦିନିଆ ଛୋଟ ଅଧିକ ଅମଳକ୍ଷମ ଧାନ ବିହନ ଉପଯୁକ୍ତ । ଢିପଜମି ପାଇଁ ଅନୁମୋଦିତ ଅଧିକ ଅମଳକ୍ଷମ ଧାନ କିସମ – ଧାନର ନାମ କେତେଦିନରେ ପୋକଳ ହୁଏ ହେକ୍ଟର ପିଛା ଅମଳ ଅନ୍ୟାନ୍ୟ ଗୁଣ କଲ୍ୟାଣୀ – 2 62 ଦିନ 2 ଟନ୍ ବନ୍ୟା ଛାଡିଯିବା ପରେ ଚାଷ କରାଯାଏ । ହୀରା 68 ଦିନ 3.5 ଟନ୍ ସତାରୀ 73 ଦିନ 3.0 ଟନ୍ କଳିଙ୍ଗ – 3 85 ଦିନ 3.5 ଟନ୍ ରୁଦ୍ର 85 ଦିନ 3.5 ଟନ୍ ହିଡଥିବା ଜମି ପାଇଁ – ହିଡ ଥିବା ଢିପ ଜମି ଅପେକ୍ଷା ଏହି ଜମି ସାମାନ୍ୟ ଉର୍ବର ଏବଂ ଜଳଧାରଣ ଶକ୍ତି ଅଧିକ ।ମୃତ୍ତିକା କ୍ଷୟ କମ୍ । ଏହି ଜମିପାଇଁ 90 – 95 ଦିନିଆ ଧାନ ବହନ ଉପଯୁକ୍ତ । ହିଡ ଦିଆହୋଇଥିବା ଢିପଜମି ପାଇଁ ଅନୁମୋଦିତ ଅଧିକ ଅମଳକ୍ଷମ ଧାନ କିସମ – ଧାନର କିସମ କେତେଦିନରେ ପାକଳ ହୁଏ ହେକ୍ଟର ପିଛା ଅମଳ ହେକ୍ଟର ପଥରା 90 3.0 ନୀଳା 90 3.0 ସୁଭଦ୍ରା 90 3.0 ପାରିଜାତ 95 3.2 ସୁଫଳା 95 3.5 କେଶରୀ 95 3.5 ବନପ୍ରଭା 95 3.5 ଉପକୂଳବର୍ତ୍ତୀ – ହିଡଥିବା ଢିପଜମି – ଏହି ଜମିରେ ୧୦୦ – ୧୧୦ ଦିନର ଧାନ ଚାଷ କରାଯାଏ । ଧାନର ନାମ କେତେଦିନରେ ପାଚେ ଅମଳ ଟନ୍ / ହେକ୍ଟର ଅନ୍ନପୂର୍ଣ୍ଣା 100 3.5 ବାଦାମି 100 3.5 ତାରା 100 3.5 ପଦ୍ମିନୀ 100 3.5 ଅନ୍ନଦା 105 4.0 କଳିଙ୍ଗ - 2 110 4.0 ମଧ୍ୟମ କିସମ ଜମି ବର୍ଷାଧାର ମଧ୍ୟମ କିସମ ଜମିରେ 115 – 145 ଦିନର ଧାନ କିସମ ଚାଷ କରାଯାଇ ପାରିବ ଏବଂ ଅମଳ ହେକ୍ଟର ପ୍ରତି 4-5 ଟନ୍ ମିଳିଥାଏ । ସେଗୁଡିକ ହେଲା – ଧାନ କିସମ କେତେଦିନରେ ପାଚେ ଆଇ.ଆର – 36 115 ସରସା 120 ଦୟା 120 ଅନଙ୍ଗ 120 ଲଲାଟ 125 ଶ୍ରାବଣୀ 125 ଜୟା 130 ଯଯାତି 135 ଆଇ . ଆର – 20 135 ଶକ୍ତି 135 ପ୍ରତାପ 135 କ୍ଷୀରା 135 ଫାଲଗୁନୀ 140 ମାସୁରୀ 145 ଜୋରୀ 135 ମୋତି 145 ଖାଲଜମି ଏହି ଜମିର ମୃତ୍ତିକା ଦୋରସା, ମଟାଳ ଦୋରସା ବା ମଟାଳ ଶ୍ରେଣୀର । ଏଗୁଡ଼ିକର ଜଳଧାରଣ ଶକ୍ତି ଏବଂ ଉର୍ବରତା, ଅଧିକ । ବର୍ଷାହେଲେ ଏହି ଜମିରେ ଜଳ ଜମି ରହେ । ଜଳ ନିଷ୍କାସନ ହୋଇପାରେ ନାହିଁ । ଜମି ରହୁଥିବା ଜଳର ଗଭୀରତାକୁ ନେଇ ଏହି ଜମିକ ୩ ଶ୍ରେଣୀର ବିଭକ୍ତ କରାଯାଇପାରେ । 30 cm ପର୍ଯ୍ୟନ୍ତ – ଅଳ୍ପ ଠିଆ ପାଣି 50 cm ପର୍ଯ୍ୟନ୍ତ –ମଧ୍ୟମ ଠିଆ ପାଣି 100 cm ପର୍ଯ୍ୟନ୍ତ – ବେଶି ଠିଆ ପାଣି । ଏହିସବୁ ଜମି ପାଇଁ ନିମ୍ନଲିଖିତ ଧାନ କିସମ ଉପଯୁକ୍ତ । ଧାନର ନାମ କେତେଦିନରେ ପାଚେ ଜଗନ୍ନାଥ 155 ସାବିତ୍ରୀ (CR – 100.9) 155 ଗାୟତ୍ରୀ (CR - 1017) 155 – 160 ଧରିତ୍ରୀ (CR - 1018) 150 ମାନସରୋବର 150 ଉତ୍କଳ ପ୍ରଭା 155 କଳାଶ୍ରୀ 160 ଉପରୋକ୍ତ ଅଧିକ ଅମଳକ୍ଷମ ଧାନ ବ୍ୟତୀତ ବିଭିନ୍ନ କିସମ ଜମି ପାଇଁ କେତେକ ଉନ୍ନତ ଡେଙ୍ଗା ଇଣ୍ଡିକା ଧାନ କିସମ ତଳେ ଉଲ୍ଲେଖ କରାଗଲା । ଜମିର କିସମ ଧାନ କିସମ ପାଚିବା ସମୟ ଢିପ ମଝାଲ ଜମି T. 1145 କାର୍ତ୍ତିକ ମଧ୍ୟଭାଗ ମଝାଲ ଜମି T.141 କାର୍ତ୍ତିକ ଦ୍ଵିତୀୟ ପକ୍ଷ ଖାଲ ଜମି T. 1242 (ଚମ୍ପା) ମାର୍ଗଶୀର ଶେଷ ପୌଷ ଆରମ୍ଭ BAM – 6 (ରତ୍ନଚୁଡି) କାର୍ତ୍ତିକ ଶେଷ ସମଲେଇ କାର୍ତ୍ତିକ ଶେଷ T – 90 (ପଦ୍ମ କେଶରୀ) ପୌଷ ପ୍ରଥମ ପକ୍ଷ CR – 1014 ପୌଷ ପ୍ରଥମ ପକ୍ଷ CRM – 25 ପୌଷ ପ୍ରଥମ ପକ୍ଷ ତୁଳସୀ ପୌଷ ଦ୍ଵିତୀୟ ପକ୍ଷ ଅତି ଖାଲ ଜମି ପାଣିଧାନ ପୌଷ ଶେଷ ଓ ମାଘ ପ୍ରଥମ ପକ୍ଷ ରୋଗ ପୋକ ସହଣୀ ଧାନ ବିହନ : ଯେଉଁ ଅଞ୍ଚଳରେ ନିର୍ଦ୍ଧିଷ୍ଟ ପ୍ରକାର ରୋଗ ପୋକ ପ୍ରାଦୁର୍ଭାବ ଅଧିକ ସେହି ଅଞ୍ଚଳରେ ରୋଗ ପୋକ ସହଣୀ ଧାନ ବିହନ ବ୍ୟବହାର କରିବା ଉତ୍ତମ । ରୋଗ ପୋକ ସହଣୀ ଧାନ କିସମ: ଧାନ ବିହନର ନାମ ଯେଉଁ ରୋଗ ପୋକ ଆକ୍ରମଣ ସହବା କ୍ଷମତା ଅଛି ନୀଳା କାହାଳିଆ, ମାଟିଆ ଗୁଣ୍ଡି ପୋକ ସରସା କାହାଳିଆ / ମାଟିଆ ଗୁଣ୍ଡି ପୋକ (ଧଳା ପଠିଆ ଗୁଣ୍ଡି ପୋକ) ପୁଷ୍ପା କାହାଳିଆ ଓ କାଣ୍ଡବିନ୍ଧା ପୋକ ଉଦୟ ମାଟିଆ ଗୁଣ୍ଡିଓକ, ଧଳା ପଠିଆ ଗୁଣ୍ଡି ପୋକ ଗୌରୀ କାହାଳିଆ, ଟୁଙ୍ଗ୍ରୋ ଦୟା ମାଟିଆ ଗୁଣ୍ଡି ପୋକ ଏବଂ ଧଳାପିଠିଆ ଗୁଣ୍ଡି ପୋକ ପ୍ରତାପ ପ୍ରତାପ ମାଟିଆ ଗୁଣ୍ଡି ପୋକ ଏବଂ ଧଳାପିଠିଆ ଗୁଣ୍ଡିପୋକ ସମଲେଇ କାହାଳିଆ / ମାଟିଆ ଗୁଣ୍ଡିପୋକ ଶକ୍ତି କାହାଳିଆ ମୃତ୍ତିକାର ଲବଣତା : ଉପକୂଳବର୍ତ୍ତୀ ଲୁଣାଜମି ନିମିତ୍ତ ନିମ୍ନଲିଖିତ ଧାନ ବିହନ ଉପଯୁକ୍ତ । CSR – 4 (ମୋହନ)- 100 ଦିନ RSR 6 – 510 – SR 26 B ଦୟା – 120 – 130 ଦିନ CSR – 1 CSR – 3 ମୃତ୍ତିକା : ଧାନ ସମସ୍ତ ପ୍ରକାର ଜମିରେ ଚାଷ କରାଯାଏ । ତେବେ ମଟାଳ, ଦୋରସା ମୃତ୍ତିକା ଧାନଚାଷ ପାଇଁ ଉପଯୁକ୍ତ । କାରଣ ଏହି ପ୍ରକାର ମାଟିର ଜଳଧାରଣ ଶକ୍ତି ଅଧିକ ଅଳ୍ପ ଅମ୍ଳ ମୃତ୍ତିକା ଧାନ ଚାଷ ପାଇଁ ଉପଯୁକ୍ତ । ପ. ଏଚ୍ (pH – 5.5 – 6.5 ) ପାଣିର ସୁବିଧା ଥିଲେ ପର୍ବତର ଶିଖର ପ୍ରଦେଶରେ ମଧ୍ୟ ଧାନଚାଷ କରାଯାଇ ପାରିବ । ଚାଷ ପ୍ରଣାଳୀ : ଧାନ ଜମିର ଅବସ୍ଥିତି ଓ ଜଳ ସୁଲଭତାକୁ ବିଚାର କରି ଓଡିଶାରେ ୩ଟି ପଦ୍ଧତିରେ ଧାନ ଚାଷ କରାଯାଏ । ଯଥା – ଢିପ ଜମିରେ ବୁଣାଧାନ ଖାଲି ଜମିରେ ବୁଣାଯାଇ ପରେ ବେଉଷଣ କରାଯାଉଥିବା ଧାନ ଓ ଖଳ ଜମିରେ ରୁଆଧାନ ଢିପଜମିରେ ବୁଣାଧାନ : ୬୫ ରୁ ୧୦୦ ଦିନରେ ପାଚୁଥିବା ଧାନ କିସମଗୁଡିକ ଢିପ ବା ବିଆଳି ଜମି ପାଇଁ ଉପଯୁକ୍ତ । ଏହାକୁ ଡଙ୍ଗର, ଆଟ, ପଦର ଓ କେଲିଆ ଧାନ ମଧ୍ୟ କୁହାଯାଏ । ବିହନ ବୁଣିବା ପଦ୍ଧତି : ଛଟା ବୁଣା ଅପେକ୍ଷା ଧାଡି ବୁଣାରୁ ଅଧିକ ଅମଳ ମିଳିଥାଏ । ଏଣୁ ଛଟାବୁଣା ନ କରି ବିହନ ବୁଣା ବା ବିହନ ସାର ବୁଣା ଯନ୍ତ୍ର ଦ୍ଵାରା କିମ୍ବା ବିହନ ବୁଣା ଯନ୍ତ୍ର ନ ମିଳିଲେ ଲଙ୍ଗଳ ସିଆରରେ ୧୫ – ୨୦ ସେ.ମି ବ୍ୟବଧାନରେ ଅଗଭୀର ସିଆର କରି ଧାଡିରେ ବୁଣିବା ଆବଶ୍ୟକ । ଧାନ ବୁଣି ସାରି ମଇ ଦେଲେ ବିହନ ଉପରେ ପତଳା ମାଟି ଘୋଡାଇ ହୋଇଯାଏ ଏବଂ ବିହନ ୨.୫ ରୁ ୫ ସେ.ମି ଗଭୀରରେ ରହେ । ଧାଡିରେ ବୁଣିବା ଦ୍ଵାରା – ବିହନ କମ୍ ଖର୍ଚ୍ଚ ହୁଏ । ସମ ଗଭୀରତାରେ ବୁଣାଯାଉଥିବାରୁ ଏକ ସମୟରେ ଗଜା ହୁଏ । ଜମିର ସବୁଆଡେ ସମାନସଂଖ୍ୟକ ବୁଦା ରହେ । ଘାସ ବଛା ପ କୋଡାଖୁସା ସହଜ ଓ କମ୍ ଖର୍ଚ୍ଚରେ ହୋଇଯାଏ । ଧାନ ବିହନ ଓ ସାର ବୁଣାଯନ୍ତ୍ର ସାହାଯ୍ୟରେ ଉଭୟ ବିହନ ଓ ସାର ଏକା ସଙ୍ଗେ ପଡିବା ଦ୍ଵାରା ଫସଲକୁ ସମାନ ଭାବେ ଠିକ୍ ସମୟରେ ଖାଦ୍ୟସାର ଓ ଜଳ ମିଳେ । ତେଣୁ ଅଧିକ ଅମଳ ମିଳେ । ବୁଣିବା ସମୟ : ଜ୍ୟଷ୍ଠ ମାସ ଦ୍ଵିତୀୟ ପକ୍ଷରୁ ଆଷାଢ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଧାନ ବୁଣିବା ଉଚିତ୍ । ସଅଳ ବୁଣିଲେ ମରୁଡିରୁ ରକ୍ଷା ମିଳେ ଓ ଧାନ କଟା ପରେ ଜମିରେ ଆର୍ଦ୍ରତା ଥିଲେ ରବି ଫସଲ ଚାଷ କରାଯାଇପାରେ । ଠିକ ସମୟରେ ବିହନ ବୁଣିଲେ ଗଛ ଶୀଘ୍ର ପିଲ ଦିଏ ଓ ଫସଲରେ ପୋକ ରୋଗ କମ୍ ଲାଗେ । ବିହନ ପରିମାଣ : ହେକ୍ଟର ପିଛା ୧୦୦ – ୧୧୦ କି.ଗ୍ରା । ବିହନ ନିର୍ବାଚନ : ନିରୋଳା, ଓଜନିଆ ଏବଂ ୮୦ରୁ ୯୦% ଗଜା ହେଉଥିବା ବିହନ ବ୍ୟବହାର କରିବା ଉଚିତ୍ । ବିହନ ବିଶୋଧନ : ବିହନ ବିଶୋଧନ କଲେ ମଞ୍ଜିରେ ଥିବା ନାନା ପ୍ରକାର ରୋଗଜୀବାଣୁ ନଷ୍ଟ ହୋଇଯାଆନ୍ତି । ଏକ କିଲୋଗ୍ରାମ ବିହନ ପ୍ରତି ତିନିଗ୍ରାମ ମନୋସାନ ବା ଟପସିନ – ଏମ୍ କିମ୍ବା କ୍ୟାପଟନ୍ ଗୁଣ୍ଡ ବା ୧ – ୧.୫ ଗ୍ରାମ୍ ବାଭିଷ୍ଟିନ୍ ଗୁଣ୍ଡ ଗୋଳାଇ ବିଶୋଧନ କରିବା ଉଚିତ୍ । ମଞ୍ଜିକୁ ମେ’ ମାସରେ ଟାଣ ଖରାରେ ଶୁଖାଇ ଦେଲେ କେତେକ ରୋଗଜୀବାଣୁ ନଷ୍ଟ ହୋଇଯାଆନ୍ତି । ପତ୍ରପୋଡା ରୋଗରୁ ରକ୍ଷା ପାଇବା ପାଇଁ ୧୦ ଲିଟର ପାଣିରେ ୧୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ ମିଶାଇ ସେଥିରେ ବିହନକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଭିଯାଇ ଏହାପରେ ଛାଣି ଛାଇରେ ଶୁଖାଇ ରଖାଯାଏ । ଜମି ପ୍ରସ୍ତୁତି : ଜମିକୁ ୩/୪ ଓଡଚାଷ କରି ମଇ ଦେଇ ମାଟି ଗୁଣ୍ଡ କରି ଘାସ ବାଛି ଦେବା ଉଚିତ୍ । ହେକ୍ଟର ପିଛା ୧୦ ଗାଡି ଗୋବର ଖତ ବା କମ୍ପୋଷ୍ଟ ଦେଇ ହଳକରି ମାଟିରେ ମିଶାଇ ଦେଇ ଜମିକୁ ସମତୁଲ କରିବା ଦରକାର । ସାର ପ୍ରୟୋଗ : ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ବିଧେୟ । ମୃତ୍ତିକା ପରୀକ୍ଷା ନ ହୋଇଥିଲେ ହେକ୍ଟର ପିଛା ଯବକ୍ଷାରଜାନ (N) ଫସଫରସ୍ () ଓ ପଟାସ୍ () ଯଥାକ୍ରମେ ୬୦ – ୩୦ – ୩୦ କେଜି ଅଧିକ ଅମଳକ୍ଷମ ଧାନ ପାଇଁ ଓ ଦେଶୀ ଧାନ ବା ଉନ୍ନତି କିସମ ଧାନ ପାଇଁ ୪୦ – ୨୦ – ୨୦ କେଜି ଆବଶ୍ୟକ ହୋଇଥାଏ । ସବୁତକ ଫସଫରସ୍ ଓ ପୋଟାସ୍ ସହ 25% ଯବକ୍ଷାରଜାନ ଧାନ ବୁଣିବା ପୂର୍ବରୁ ପକାଯାଇପାରେ । ତିନୋଟି ସାରକୁ ମିଶାଇ ସାର ଓ ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବୁଣିବା ଭଲ । ସାର ଓ ବିହନ ବୁଣାଯନ୍ତ୍ର ନ ଥିଲେ ସିଆରରେ ସାର ପକାଇ ଦିଆଯାଏ ଓ ତାପରେ ଧାନ ବୁଣାଯାଏ । ଛଟା ବୁଣା ଧାନରେ, ବୁଣିବା ସମୟରେ ଯବକ୍ଷାରଜାନ ସାର ନ ଦେଇ ପ୍ରଥମ ଥର ଘାସ ବିଛିବା ସମୟରେ 50% ଓ ଏହାର 10 ଦିନ ପରେ ଆଉ 25% ସାର ପ୍ରୟୋଗ କରାଯାଏ । ଅବଶିଷ୍ଠ 25% ଗର୍ଭସଂଚାର ସମୟରେ ବୁଣିବା ଉଚିତ୍ । ବୁଣିବା ସମୟରେ ଅଧିକ ଯବକ୍ଷାରସାର ପ୍ରୟୋଗ କଲେ ସାର ବିଭିନ୍ନ ବାଟରେ ନଷ୍ଟ ହୋଇଯାଏ ଏବଂ ଘାସ ଅଧିକ ବଢେ । ସାର ଦେଲାବେଳେ ମାଟିରେ ଯଥେଷ୍ଟ ବତର ରହିବା ଦରକାର । ବାଲିଆ ମାଟିରେ ପଟାସ ସାରର ପରିମାଣ ଶତକଡା 25 ଭାଗ ବଢାଇ ଦେବା ଭଲ ଓ ଏହା ଦୁଇଥର ପ୍ରୟୋଗ କରିବା ଉଚିତ୍ । ଅଧେ ବୁଣା ସମୟରେ ଓ ଅବସତିଷ୍ଠ ଗର୍ଭ ସଂଚାର ବା ଗଜା ହେବାର ୨ – ୩ ସପ୍ତାହ ମଧ୍ୟରେ ପିଲ ଦେବା ସମୟରେ ପ୍ରୟୋଗ କରିବା ଭଲ । ଅମ୍ଳ ମାଟିରେ ଫସଫରସ୍ ସାର ମିଶାଇ ଦେଲେ କମ୍ ଖର୍ଚ୍ଚ ସୁଫଳ ମିଳିଥାଏ । ପରବର୍ତ୍ତୀ ଯତ୍ନ : ଧାନଗଛ ଛୋଟ ଅବସ୍ଥାରେ ଅନାବନା ଘାସ, ଖାଦ୍ୟ, ଜଳ ଓ ଆଲୋକ ପାଇଁ ପ୍ରତିଯୋଗୀ ହୋଇଥାଏ । ଏଣୁ ଧାନ ଗଜା ହେବାର ୨ – ୩ ସପ୍ତାହ ମଧ୍ୟରେ ଘାସ ବାଛି ଦେବା ଉଚିତ୍ । ଧାନବୁଣା କିଆରୀରେ ଘାସ ବଛା ଯନ୍ତ୍ର ବା ଖୁସୁଣୀ ସାହାଯ୍ୟରେ ଅଳ୍ପ ଖର୍ଚ୍ଚରେ ଘାସ ବଛାଯାଇ ପାରିବ । ଏହା ବ୍ୟତୀତ ସରୁ କୋଡି ସାହାଯ୍ୟରେ ଧାଡି ମଝି ମାଟି ଲେଉଟାଇବା ଆବଶ୍ୟକ ଏବଂ ଧାନ ଗଛ ମଝିରେ ଘାସକୁ ହାତରେ ଓପାଡି ଦେବା ଆବଶ୍ୟକ । ଏହାର ୧୫ ଦିନ ପରେ ଦ୍ଵିତୀୟ ଥର ବଛାବଛି କରିବା ଦରକାର । ବୁଣିବାର ଦିନାକା ପରେ ହେକ୍ଟର ପ୍ରତି ୧ କି.ଗ୍ରା. ହିସାବରେ ବେନ୍ଥିଓକାର୍ବାବାମିଥାଲିନ୍ ବା ବୁଟାକ୍ଲୋର ୫୦୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କଲେ ଘାସ ଦମନ ହୋଇପାରିବ । ଜଳ ନିୟନ୍ତ୍ରଣ : ସାଧାରଣତଃ ଢିପ ଜମିରେ ଶୀଘ୍ର ପାଚୁଥିବା କିସମଗୁଡିକ ପାଇଁ ଜଳସେଚନ ମୋତେ ଆବଶ୍ୟକ ହୁଏ ନୁହେଁ । କିନ୍ତୁ ବର୍ଷା ଛାଡିଯାଇ ମାଟି ଶୁଖିଗଲେ ପାଣିର ଆବଶ୍ୟକତା ପଡେ । ବିଶେଷ କରି ଗର୍ଭସଂଚାରଠାରୁ ଦାନା ଗଠନ ପର୍ଯ୍ୟନ୍ତ ଫସଲକୁ ପାଣି ମଡାଇ ଜଳ କଷ୍ଟରୁ ରକ୍ଷା କରିବା ଉଚିତ୍ । ଧାନ କାଟିବାର ଏକ ସପ୍ତାହ ପୂର୍ବରୁ ଜମିରୁ ପାଣି କାଟି ଦେବା ଦରକାର । କେଣ୍ଡାକଟା ପୋକ ଲାଗିବା ଭୟ ଥିଲେ ଜମିରୁ ପାଣି ନ କାଟି ବାନ୍ଧି ରଖିବା ଭଲ । ଫସଲ ସଂରକ୍ଷଣ ରୋଗ ଓ ପୋକ ଦାଉରୁ ଫସଲକୁ ରକ୍ଷା କରିବା ସକାଶେ ଅନୁମୋଦିତ ଶସ୍ୟ ସଂରକ୍ଷଣ ଉପାୟ ଅବଲମ୍ବନ କରିବା ଉଚିତ୍ । ଅମଳ ଓ ଆଦାୟ : କେଣ୍ଡାରେ ୮୦ ଭାଗଧାନ ପାଚିଗଲେ ଧାନ କାଟିବା ଉଚିତ୍ । କାଟିବା ସଙ୍ଗେ ସଙ୍ଗେ ଧାନଗଦା କରି ରଖିଲେ ଚାଉଳର ଗୁଣ ବଢେ । ଧାନକୁ ଖରାରେ ଶୁଖାଇ ଶତକଡା ୧୪ ଭାଗରୁ କମ୍ ଜଳୀୟ ଅଂଶ ରଖି ସାଇତିବା ଆବଶ୍ୟକ । ଢିପ ଜମିରୁ ହେକ୍ଟର ପିଛା ୨.୫ – ୩ ଟନ୍ ଧାନ ଆଦାୟ ହୋଇଥାଏ । ମଧ୍ୟମ ଓ ଖାଲ ଜମିରେ ବୁଣାଧାନ : ଏହି କିସମ ଜମିରେ ମଧ୍ୟମ ଓ ଡେରିରେ ପାଚୁଥିବା ଧାନ ବିହନ ବୁଣାଯାଏ ମୌସୁମୀ ବର୍ଷା ହେବା ପୂର୍ବରୁ ଏହି ଜମିରେ ଧାନ ବୁଣାଯାଏ । ଧାନ ବୁଣିବା ସମୟ : ଏହିପରି ଜମିରେ ଜ୍ୟଷ୍ଠ ମାସ ପ୍ରଥମାର୍ଦ୍ଧରୁ ଆଷାଢ ମାସ ପର୍ଯ୍ୟନ୍ତ ଧାନ ବୁଣାଯାଏ । ଅକ୍ଷୟ ତୃତୀୟା ଠାରୁ ଧାନ ବୁଣା ଶୁଭାରମ୍ଭ ହେଉଥିଲେହେଁ ମାଟି ଶୁଷ୍କଥିବା ବେଳେ ଧାନ ବିହନ ବୁଣା ଶେଷ ହୋଇଯିବା ଉଚିତ୍ । ଏହାକୁ ଖରୁଡି ବୁଣା କୁହାଯାଏ । ଯଦି ଖରୁଡି ବୁଣା କୌଣସି କାରଣରୁ ନ ହୋଇପାରିଲା ତେବେ ମାଟିରେ ବତର ଥାଇ ବତୁରୀ ବୁଣାଯାଏ । ଖରୁଡି ବୁଣା ବତୁରୀ ବୁଣା ଅପେକ୍ଷା ସହଜ ଏବଂ କମ ଖର୍ଚ୍ଚରେ ଓ ଅଳ୍ପ ସମୟ ମଧ୍ୟରେ ବେଶି ଜମି ବୁଣା ହୋଇଥାଏ । ଆଷାଢ ମାସରେ ବୃଷ୍ଟି ଆରମ୍ଭ ହୋଇ ବିଲରେ ପାଣି ଭର୍ତ୍ତି ହୋଇଗଲେ ଆଉ ବୁଣିବା ପାଇଁ ପାଗ ହୁଏ ନାହିଁ । ଏହି ସମୟରେ ହଳବଳଦ ଏବଂ ଲୋକର ଅଭାବ ଦେଖାଯାଏ । ବର୍ଷା ଆସିବା ଆଗରୁ ଗଛ ବାହାରି ୧୦ – ୧୫ ସେ.ମି. ଉଚ୍ଚ ହୋଇଯାଇଥିଲେ ବର୍ଷାର ପ୍ରକୋପ ଆଉ ବାଧେ ନାହିଁ । ଏଣୁ ଆଷାଢ ମାସ ଆରମ୍ଭ ପୂର୍ବରୁ (ଜୁନ୍ ତା୧୪ରିଖ) ସୁଦ୍ଧା ଖରୁଡି ବୁଣା ଶେଷ ହୋଇଯିବା ଆବଶ୍ୟକ । ଡେରିହେଲେ ମାଟି ବତର ହୋଇଯାଏ । ବତୁରି ଚାଷରେ ବେଶି ମଞ୍ଜି ମଧ୍ୟ ଆବଶ୍ୟକ ହୁଏ । ଠିକ୍ ପାଗରେ ବୁଣା ହୋଇଥିଲେ ଏବଂ ଠିକ୍ ସମୟରେ ବେଉଷଣ ହେଲେ ଧାନ ଅମଳ ରୁଆ ଧାନ ଅମଳ ସହିତ ସମାନ କିମ୍ବା ବେଳେ ବେଳେ ବେଶି ହୋଇଥାଏ । ବୁଣିବା ପ୍ରଣାଳୀ : ଓଡିଶାରେ ବେଶି ଜମିରେ ଖରୁଡି ବୁଣାଯାଏ । କିନ୍ତୁ ସରୁ ଲଙ୍ଗଳରେ ଅଳ୍ପ ଗଭୀର ସିଆର କରି ସେହି ସିଆରରେ ବିହନ ବୁଣିବା ଭଲ । ସିଆର ମଧ୍ୟରେ ୨୦ ସେ.ମି. ବ୍ୟବଧାନ ରଖି ବୁଣିଲେ ବେଉଷଣ ପାଇଁ ସୁବିଧା ହୁଏ । ଏଥିପାଇଁ ହେକ୍ଟର ପିଛା ୮୦ – ୧୦୦ କି.ଗ୍ରା. ବିଶୋଧିତ ବିହନ ବୁଣିବା ଦରକାର । ବେଉଷଣ : ଏହା ଏକ ଅନ୍ତଚାଷ । ମଝିଆଳ ଜମିରେ ଧାନ ଗଜା ହେବାର ୩-୪ ସପ୍ତାହ ମଧ୍ୟରେ ୮-୧୦ ସେ.ମି. ଠିଆ ପାଣି ରଖି ବୁଆ ଧାନକୁ ଗୋଜି ଜଙ୍ଗଲରେ ଥରେ ବା ଦୁଇଥର ହଳ କରି ଦିଆଯାଏ । ଏହାକୁ ବେହୁଡା ବା ବେଉଷଣ କୁହାଯାଏ । ବେଉଷଣ କରିବା ଦ୍ଵାରା ଘାସ ସହିତ ଅନେକ ଧାନଗଛ ମଧ୍ୟ ନଷ୍ଟ ହୋଇଯାଏ । ଏଣୁ ବେଉଷଣର ୧ ସପ୍ତାହ ପରେ ବଛାବଛି କରି ୨ ସପ୍ତାହ ପରେ ପାଣିକାଟି ଖେଳୁ ପକାଇ ରୁଆ ଫସଲ ପରି ଅନୁମୋଦିତ ଗଛ ସଂଖ୍ୟା ରଖାଯାଏ । ବେଉଷଣ ପରେ ଠାଏ ଠାଏ ଧାନଗଛ ପତଳା ଓ ଠାଏ ଠାଏ ବହଲା ତାଏ କିମ୍ବା ଜମା ନଥାଏ । ବହଳ ସ୍ଥାନରୁ ମାଟି ସହିତ ଧାନଗଛ ଓପାଡି ଖାଲି ସ୍ଥାନରେ ପକାଯାଏ । ଏହାକୁ ବାକିଆ ଖେଳା ଓ ଖେଳୁଆପକା କୁହାଯାଏ । ବର୍ଷା ଅଭାବ ହେତୁ ଠିକ୍ ସମୟରେ ବେଉଷଣ ନ ହୋଇ ପାରିଲେ ବୁଆ ବୁଢା ହୋଇଯାଏ । ଡେରିରେ ବର୍ଷା ହେଲେ ବୁଢା ବୁଆକୁ ବେଉଷଣ କଲେ ବିଶେଷ ଉପକାର ମିଳେ ନାହିନ । ଏଣୁ ଧାନ କିଆରି ଗଛ ଛାଡିଦେବା ଦରକାର । ବର୍ଷାହେଲେ ସାର ପ୍ରୟୋଗ କରିବା ଆବଶ୍ୟକ । ରାସାୟନିକ ଉପାୟରେ ତୃଣକ ଦମନ : ତରଳ, ଦାନାଦାରର ଓ ସେଚିତ ଗୁଣ୍ଡ ଆକାରରେ ତୃଣକମାରୀ ମିଳେ । ଦାନାଦାର ଔଷଧ ବାଲିରେ ମିଶାଇ ବୁଣି ଦିଆଯାଏ । ଏଥିପାଇଁ କୌଣସି ଯନ୍ତ୍ର ଦରକାର ନାହିଁ । ସେଚିତ ଗୁଣ୍ଡ ବା ତରଳ ପଦାର୍ଥକୁ ପାଣିରେ ମିଶାଇ ସ୍ପ୍ରେ ଯନ୍ତ୍ର ସାହାଯ୍ୟରେ ତୃଣକମାରୀ ଛିଞ୍ଚାଯାଏ । ଏହାଦ୍ଵାରା ଧାନ କିଆରିରୁ ଅନାବନା ଘାସ ମରିଯାଏ । ବଛାବଛି ଖର୍ଚ୍ଚ କମିଯାଏ । ବୁଣା ଧାନର ବେଉଷଣ ଓ ଖେଳୁଆପରେ, ରୁଆ ଧାନରେ ରୋଇବାର ୫-୭ ଦିନ ପରେ ବୁଟାକ୍ଲୋର, ଆଲାକ୍ଲୋର, ଦିଲଟାକ୍ଲୋର ଇତ୍ୟାଦି ଔଷଧ କିଆରିରେ ଅଳ୍ପ ପାଣି ରଖି ଛିଞ୍ଚିଲେ କିଆରିରୁ ଅବଶିଷ୍ଟ ଅନାବନା ଘାସ ବଛାଯାଏ । ପ୍ରୟୋଗ ବିଧି : ଅକସିଫ୍ଲୁ ରୋଫେନ ୦.୦୫ କି.ଗ୍ରା./ଲିଟର (୨୧୨ ସିସି ଗୋଲ / ହେକ୍ଟର) ବା ବୁଟାକ୍ଲୋର ୧.୫ କି.ଗ୍ରା. ବା ହେକ୍ଟର ୩ ଲିଟର ଡେଲକ୍ଲୋର, ହିଲଟାକ୍ଲୋର, ଧନୁକ୍ଲୋର ବା ଜେ.କେ.କ୍ଲୋର କୁ ୧୦୦୦ ଲିଟର ପାଣିରେ ମିଶାଇ ମାଟି ଓଦା ଥିବା ଅବସ୍ଥାରେ ଘାସ ଗଜାହେବା ପୂର୍ବରୁ ଛିଞ୍ଚିଲେ ମଧ୍ୟ ଭଲ କାମ ଦିଏ । ଖତ ଓ ସାର ପ୍ରୟୋଗ : ହେକ୍ଟର ପ୍ରତି ୧୦ ଗାଡି ଗୋବର ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରିବା ଆବଶ୍ୟକ । ମୃତ୍ତିକା ପରୀକ୍ଷା କରି ରାସାୟନିକ ସାର ପ୍ରୟୋଗ କରିବା ଭଲ । ମୃତ୍ତିକା ପରୀକ୍ଷା ନ ହୋଇଥିଲେ ଅଧିକ ଅମଳକ୍ଷମ ଧାନ ପାଇଁ ହେକ୍ଟର ପ୍ରତି ୬୦-୩୦-୩୦ ଓ ଉନ୍ନତ ଡେଙ୍ଗାଧାନ ପାଇଁ ୪୦ – ୨୦ – ୨୦ କି.ଗ୍ରା. ହିସାବରେ ଯବକ୍ଷାର, ଫସଫେଟ୍ ଓ ପଟାସ୍ ନିମ୍ନମତେ ପ୍ରୟୋଗ କରିବା ଆବଶ୍ୟକ । ଧାନ ବୁଣିବା ସମୟରେ ସବୁତକ ଫସଫରସ୍ ଓ ପଟାସ୍ ସାର ସହିତ ଯବକ୍ଷାରଜାନ ୨୫% ପ୍ରୟୋଗ କରିବା ଉଚିତ୍ ବେଉଷଣ ବା ବଛାବଛି ବେଳେ ଯବକ୍ଷାରଜାନ ୨୫% । ଖେଳୁଆ ପକାଇବା ବେଳେ ଯବକ୍ଷାରଜାନ ୨୫% ପ୍ରୟୋଗ କରିବା ଦରକାର । ଧାନ ଲିଙ୍ଗ ଧରିବା ବେଳେ ଯବକ୍ଷାରଜାନ ୨୫% ପ୍ରୟୋଗ କରିବା ଆବଶ୍ୟକ । ବାଲିଆ ଦୋରସା ମାଟିରେ ପଟାସ୍ ସାରକୁ ୨ ଥରରେ ଅର୍ଥାତ୍ ଅଧା ବୁଣିବା ବେଳେ ଓ ଅଧା ଧାନ ଥୋଡ ଅବସ୍ଥାରେ ପ୍ରୟୋଗ କରିବା ଭଲ । ଅତି ଖାଲୁଆ ଜମିରେ ବେଉଷଣ ବେଳେ ଯବକ୍ଷାରଜାନ ସାର ପ୍ରୟୋଗ କରିବା ସମ୍ଭବ ହୁଏ ନାହିଁ ତେଣୁ ଧାନ ବୁଣିବାବେଳେ ହେକ୍ଟର ପିଛା ୪୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଏ । ଏହାକୁ ଖତ ସହିତ ମିଶାଇ ପ୍ରୟୋଗ କରିବା ଭଲ । ଜଳସେଚନ ଓ ନିଷ୍କାସନ : ଗଜା ହେବା ପରଠାରୁ ମାସେ ପର୍ଯ୍ୟନ୍ତ ଜମିରେ ସାମାନ୍ୟ ଓଦା ଓ ବେଉଷଣ ବା ରୁଆଠାରୁ ଗର୍ଭସଂଚାର ପର୍ଯ୍ୟନ୍ତ ଜମିରେ ଗୋଡରେ ପାଣି ଲାଗିଲା ଭଳି ଓଦା ରହିବା ଆବଶ୍ୟକ । କିନ୍ତୁ ଠିଆପାଣି ରହିବା ଆବଶ୍ୟକ ନାହିଁ । ପରେ ଧାନ କ୍ଷୀର ଢୋକିବା ପର୍ଯ୍ୟନ୍ତ ୫-୭ ସେ.ମି. ଠିଆପାଣି ରହିବା ଦରକାର । ଧାନ କିଆରୀରେ ବେଶି ପାଣି ରଖିବାର କୌଣସି ଆବଶ୍ୟକତା ନାହିଁ । ମଝିରେ ମଝିରେ ପାଣିକାଟି କିଆରୀ ଶୁଖାଇ ପୁଣି ପାଣି ଭର୍ତ୍ତି କରିଦେବା ଭଲ । ଏହି ଠିଆପାଣି ଘାସ ବୃଦ୍ଧି କରାଇଦେବ ନାହିଁ ଏବଂ ଧାନଗଛ ପିଲ ହେବାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ । ଧାନ କାଟିବାର ଏକ ସପ୍ତାହ ପୂର୍ବରୁ ପାଣି କାଟିଦେଇ ଜମି ଶୁଖାଇ ଦେବା ଆବଶ୍ୟକ । କିନ୍ତୁ କେଣ୍ଡା କଟା ପୋକ ଲାଗିବା ସମ୍ଭାବନା ଥିଲେ ଧାନ କାଟିବାର ୨/୩ ଦିନ ପୂର୍ବ ପର୍ଯ୍ୟନ୍ତ ଠିଆ ପାଣି ରଖିବାକୁ ହେବ । ବର୍ଷାଦିନିଆ ରୁଆ ଧାନ ତଳି ପକାଇବା ସମୟ : ଜ୍ୟଷ୍ଠ ମାସର ପ୍ରଥମ ସପ୍ତାହରୁ ଆଷାଢ ମାସର ପ୍ରଥମ ସପ୍ତାହ ଭିତରେ ତଳି ପକାଯାଏ । ଶତକଡା ୧୦ ଭାଗ ଲୁଣପାଣିରେ (୧ ଲିଟର ପାଣିରେ ୧୦୦ ଗ୍ରାମ ଲୁଣ) ବିହନ ବୁଡାଇ, କଣ୍ଠା ଅଗାଡି ଇତ୍ୟାଦି କାଢିନେଲେ ପୁଣି ଶୁଖାଇ ଏବଂ ଏହାକୁ ରୋଗ ଓ ପୋକ ନିରୋଧି ଔଷଧରେ ଗୋଳାଇ ବ୍ୟବହାର କରିବା ଉଚିତ୍ । ବିହନ ପରିମାଣ : ହେକ୍ଟର ପିଛା – ମୋଟ ଧାନ ୫୦ କି.ଗ୍ରା ସରୁ ଓ ଅତି ସରୁ ଧାନ ୪୦ କି.ଗ୍ରା ବିହନ ବିଶୋଧନ : ବିହନରେ ଥିବା ରୋଗଜୀବାଣୁ ନଷ୍ଟ କରିବା ପାଇଁ ମନୋସନ୍ କିମ୍ବା ଏମିସନ୍ ଏକ କିଲୋଗ୍ରାମ ବିହନ ପିଛା ତିନି ଗ୍ରାମ ହିସାବରେ ଗୋଳାଇ ମଞ୍ଜି ବିଶୋଧନ କରିବା ଉଚିତ୍ । ଶୁଖିଲା ତଳିଘରା : ଯେତେ ଜମି ରୁଆ ହେବ ଟା’ର ଏକ ଦଶମାସ ତଳି ପକାଇବା ଦରକାର । ତଳି ଘେରାକୁ ଭଲଭାବେ ଚାଷ କରି ଘାସ ବାଛି ମାଟି ଗୁଣ୍ଡ କରି ୧ ମିଟର ଚଉଡା, ୧୫ ସେ.ମି. ଉଚ୍ଛା ଓ ସୁବିଧା ଅନୁଯାୟୀ ଲମ୍ବାପଟି ତିଆରି କରାଯାଏ । ପ୍ରତି ଦୁଇପଟି ମଧ୍ୟରେ ୩୦ ସେ.ମି. ଚଉଡାର ନାଳ ରଖିବା ଦରକାର । ପ୍ରତି ପଟିରେ ହେକ୍ଟର ପ୍ରତି ୧୦ ଟୋକେଇ ଖତ ସହିତ ୩୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ଭଲଭାବେ ମିଶାଇ ଜମିରେ ବୁଣି ମାଟିରେ ମିଶାଇ ଦେବା ଆବଶ୍ୟକ । ଏହାପରେ ଧାନ ବିହନ ବୁଣି ଘୋଡାଇ ଦିଆଯାଏ । ଧାନ ଗଜାର ୧୦ ଦିନ ପରେ ଘାସ ବାଛି ଦେଇ କିଆରୀରେ ୨୦ କି.ଗ୍ରା. ସି.ଏ.ଏନ୍. ବା ୧୦ କି.ଗ୍ରା. ୟୁରିଆ ଓ ୫ କି.ଗ୍ରା. ମ୍ୟୁରେଟ୍ ଅଫ୍ ପୋଟାସ୍ ପ୍ରୟୋଗ କରାଯାଏ । କାଦୁଅ ତଳିଘରା ଠାରୁ ଶୁଖିଲା ତଳିଘରା ଉତ୍ତମ । କାଦୁଅ ତଳିଘରା ପ୍ରଥମେ ଧାନକୁ ୨୪ ଘଣ୍ଟା ପାଣିରେ ବତୁରାଇ ପାଣିରୁ ଛାଣି ଗଜା କରାଯାଏ । ଗଜା ହେବା ପାଇଁ ୨/୩ ଦିନ ଲାଗେ । ତଳିଘରା ଭଲଭାବେ କାଦୁଅ କରି ମଇ ଦେଇ ସମତୁଲ କରାଯାଏ । କାଦୁଅ କରିବା ସମୟରେ ୧୦୦ ଟୋକେଇ ଖତ ବିଞ୍ଚି ଦିଆଯାଏ । ପ୍ରତି ଏକ ମିଟର ବ୍ୟବଧାନରେ ୩୦ ସେ.ମି. ଚଉଡାର ଏକ ନାଳ ଜଳ ନିଷ୍କାସନ ପାଇଁ କରାଯାଏ । ବିଳରୁ ପାଣି କାଢି ଦେଇ ଶେଷଥର କାଦୁଅ କରିବା ସମୟରେ ୦.୧୦ ହେକ୍ଟର ପାଇଁ ୩୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ଓ ୪ କି.ଗ୍ରା. ପଟାସ୍ ସାର କିଛି ଖତ ସହିତ ମିଶାଇ ତଳି ପଟି ଉପରେ ବିଞ୍ଚି ଦିଆଯାଏ । ଗଜା ହୋଇଥିବା ବିହନକୁ ୫ ସେ.ମି. ବ୍ୟବଧାନରେ ବୁଣି ଦିଆଯାଏ ଓ ପ୍ରଥମେ ୭ରୁ ୮ ଦିନ ପର୍ଯ୍ୟନ୍ତ ତଳି ପଟାଳିକୁ ଓଦାରଖି ପରେ ସାମାନ୍ୟ ଠିଆପାଣି ରଖାଯାଏ । ତଳି ଓପାଡିବାର ୨ ଦିନ ପୂର୍ବରୁ ୨୦ କେ.ଜି. CAN ବା ୧୦ କିଲୋ ସିଙ୍ଗଲ ସୁପର ଫସଫେଟ୍ ଓ ୫ କିଲୋ ୟୁରିଆ ସାର ଦିଅନ୍ତୁ । ପୋକ ଦାଉରୁ ରକ୍ଷା ପାଇବା ପାଇଁ ଗଜା ହେବାର ୧୫ ଦିନରେ ଥରେ ଏବଂ ୨୫ ଦିନରେ ଆଉ ଥରେ ଏପରି ଦୁଇଥର ଔଷଧ ଛିଞ୍ଚନ୍ତୁ । ତଳି ରୋଇବାର ଏକ ସପ୍ତାହ ପୂର୍ବରୁ ଆଉ ଥରେ ଏପରି ଦୁଇଥର ଔଷଧ ଛିଞ୍ଚନ୍ତୁ । ତଳି ରୋଇବାର ଏକ ସପ୍ତାହ ପୂର୍ବରୁ ତଳି ଘେରାରେ ଦାନାଦର ଔଷଧ ଯଥା – ଫୋରେଟ ୧.୨୫୦ କାର୍ବୋଫ୍ୟୁରାନ ୩ କି.ଗ୍ରା. ୦.୧୦ ହେକ୍ଟର ତଳି ଘେରାରେ ପ୍ରୟୋଗ କରିବା ଆବଶ୍ୟକ । ରୋଇବା ପାଇଁ ଜମି ପ୍ରସ୍ତୁତ ରୋଇବାର ଦୁଇ ସପ୍ତାହ ପୂର୍ବରୁ ଜମିକୁ କାଦୁଅ କରିବା ଆରମ୍ଭ କରନ୍ତୁ । ଖତ, ନଡାମୂଳ ଏବଂ ବିଭିନ୍ନ ପ୍ରକାରର ଅନାବନା ଗଛକୁ ଆଗରୁ ଚାଷ କରି ମାଟିରେ ମିଶାଇ ଦେବା ଫଳରେ ସେଗୁଡିକ ସହଜରେ ପଚିଯାଏ । ଏଥିପାଇଁ ଲୁହା ଲଙ୍ଗଳ ବ୍ୟବହାର କରି ମାଟିକୁ ଲେଉଟାଇ ଦେବା ଫଳରେ ନଡାମୂଳ ମାଟି ଦ୍ଵାରା ଘୋଡାଇ ହୋଇ ପଚିଯାଏ । ଛକ ଲଙ୍ଗଳ ସାହାଯ୍ୟରେ ମଧ୍ୟ ଭଲ କାଦୁଅ ହୁଏ । ହିଡ କତି କରି ଜମିକୁ ଭଲଭାବେ ସମତୁଲ କରିବା ଆବଶ୍ୟକ ଓ ଅଧିକା ପାଣି କାଟିଦେବା ଭଲ । କିଆରୀରେ କାଦୁଅ ନରମା ହେଲେ ରୋଇବା ସହଜ ହୁଏ । ଶେଷ ଓଡ କାଦୁଅ ସମୟରେ ଆବଶ୍ୟକ ସାର ପ୍ରୟୋଗ କରାଯିବା ଉଚିତ୍ । ମୃତ୍ତିକା ପରୀକ୍ଷା ଅନୁମୋଦନ ନ ଥିଲେ ନିମ୍ନମତେ ସାର ପ୍ରୟୋଗ କରିବା ଆବଶ୍ୟକ । ଯବକ୍ଷାରଜାନ (N) ଫସଫରସ୍ (P) ପୋତାସ୍ (K) ପ୍ରୟୋଗ ଅଧିକ ଅମଳକ୍ଷମ ଧାନ 60 30 30 25% କାଦୁଅ ସମୟରେ ସମସ୍ତ ସୁପର ପଟାସ୍ ସହ । 50% ଦୁଇ ସପ୍ତାହ ପରେ । 25% ଗର୍ଭ ସଂଚାର ବେଳେ । ଉନ୍ନତ କିସମ ଧାନପାଇଁ (TII T 90 T1242 CR 1014 ଇତ୍ୟାଦି) 40 20 20 25% ଯବକ୍ଷାରଜା ସାର ଓ ସବୁତକ ସୁପର ଓ ପଟାସ୍ ସାର । 50% ଯବକ୍ଷାରଜାନ ୨-୩ ସପ୍ତାହ ପରେ । ୨୫% ଗର୍ଭସଂଚାର ବେଳେ । ସବୁଜ ସାର ପ୍ରୟୋଗ ପ୍ରଣାଳୀ : ଧନିଚା କିମ୍ବା ଛଣି ରୁଆ ହେବାର ୬-୮ ସପ୍ତାହ ପୂର୍ବରୁ ବୁଣି ଗଛ ଅଧ ମିଟରରୁ ୧ ମିଟର ହୋଇଥିବା ସମୟରେ ହଳକରି ମଇପଟା ଦେଇ ମାଟିରେ ମିଶାଇ ସଢାଇ ଦିଆଯାଏ । ପରେ ଭଲଭାବରେ କାଦୁଅ କରି ତଳି ରୁଆଯାଏ । ରୋଇବା ପ୍ରଣାଳୀ : ୨୫-୩୦ ଦିନରେ ରୋଇବା ଉପଯୁକ୍ତ ହୁଏ । ତଳି ଓପାଡିବା ସଙ୍ଗେ ସଙ୍ଗେ ରୁଆଯାଏ । ଡେରିରେ ରୋଇଲେ ଗଛ ଚେର ଦେବାକୁ ସମୟ ଲାଗେ । ରୋଇବା ସମୟରେ ବେଶି ପାଣି ଥିବା ଭଲ ନୁହେଁ । ପ୍ରତି ବୁଦାରେ ୨-୩ ଟି କରି ତଳି ଧାଡିରେ ୨-୨.୫ ସେ.ମି. ଗଭୀରରେ ସିଧା ଭାବରେ ରୋଇବା ଉଚିତ୍ । ବିଭିନ୍ନ କିସମର ଧାନ ପାଇଁ ଧାଡିକୁ ଧାଡି ଓ ଗଛକୁ ଗଛର ପାର୍ଥକ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଧାନ କିସମ ବ୍ୟବଧାନ (ସେ.ମି.) ବର୍ଗମିଟର ପ୍ରତି ବୁଦା ସଂଖ୍ୟା ସଅଳ ପାଚୁଥିବା ଧାନ 15 X 10 70 ମଧ୍ୟମରୁ ଡେରିରେ ପାଚିବା ଧାନ 20 X 10 50 ଡେରିରେ ପାଚିବା ଧାନ 20 X 15 35 ବେଶୀ ଡେରିରେ ପାଚିବା ଧାନ 15 X 15 50 ଅଧିକ ଗଭୀରରେ ରୋଇଲେ ପିଲ ବାହାରିବା ଡେରି ହୁଏ । ଫଳରେ ପିଲ ସଂଖ୍ୟା କମିଯାଏ । ରୋଇବା ସମୟ : ଶ୍ରାବଣ ମାସ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ରୁଆ କାମ ସାରି ଦେବା ଉଚିତ୍ । ଡେରିରେ ରୋଇଲେ ଠିଆପାଣି ଯୋଗୁଁ ପିଲ ସଂଖ୍ୟା କମିଯାଏ । ପୋକ ଓ ରୋଗ ଅଧିକ ଲାଗେ ଏବଂ ଅମଳ କମିଯାଏ । ବଛାବଛି ଓ ତୃଣକ ଦମନ : ରୋଇବାର 2-3 ସପ୍ତାହ ଭିତରେ ଘାସ ବାଛି ଦିଅନ୍ତୁ । ରାସାୟନିକ ଉପାୟ : ରୋଇବାର ୪ଦିନ ପରେ ବୁଟାକ୍ଲୋର ହେକ୍ଟର ପ୍ରତି ୧.୫ କି.ଗ୍ରା. ପେଣ୍ଡି ମିଥାଲିନ୍ ୧.୦ କି.ଗ୍ରା. ପ୍ରୟୋଗ କରିବା ଉଚିତ୍ । ରୋଇବାପରେ ୧ ମାସ ପର୍ଯ୍ୟନ୍ତ ଠିଆ ପାଣି ରଖିବା ଆବଶ୍ୟକ ନାହିଁ । ପରେ ୪-୫ ସେ.ମି. ଠିଆ ପାଣି ଧାନ ଫୁଲ ଉଡାଇ କ୍ଷୀର ଖାଇବା ପର୍ଯ୍ୟନ୍ତ ଜମିରେ ରଖିବା ଉଚିତ୍ । ମଝିରେ ପାଣି କାଟି କିଆରି ୨-୩ ଦିନ ଶୁଖାଇ ଦେବା ଦରକାର । ଏହାଦ୍ଵାରା ଧାନ ପାଣି ଗଇଁଆ ହୁଏ ନାହିଁ । ଏହାଦ୍ଵାରା ଅନାବନା ଘାସ ଉଠିବ ନାହିଁ ଏବଂ ଧାନ ପିଲେଇବାରେ ମଧ୍ୟ କୌଣସି ବାଧାସୃଷ୍ଟି କରିବ ନାହିଁ । ଧାନ କାଟିବାର ୭ଦିନ ପୂର୍ବରୁ ପାଣି କାଟି କରି ଜମିକୁ ଶୁଖାଇ ଦେବା ଉଚିତ୍ । କେଣ୍ଡା କଟାପୋକ ଲାଗିବା ଭୟ ଥିଲେ ପାଣି ବନ୍ଧା ରଖାଯାଏ । ଡାଳୁଅ ଧାନ ଚାଷ ପ୍ରଣାଳୀ : ସ୍ଥାୟୀ ଜଳସେଚନ ସୁବିଧା ଥିବା ଜମିରେ ଡାଳୁଅ ଧାନ ଚାଷ କରାଯାଏ । ସାଧାରଣତଃ ମଧ୍ୟମ ଓ କ୍ଷାଳଜମି ଡାଳୁଅ ଧାନ ଚାଷ ପାଇଁ ବିଶେଷ ଉପଯୁକ୍ତ । ଏହି ପ୍ରକାର ଜମିରେ ନିୟନ୍ତ୍ରିତ ଭାବେ ପାଣି ମଡାଇବାର ସୁବିଧା ଥିଲେ ଉନ୍ନତ ଚାଷପ୍ରଣାଳୀ ଅବଲମ୍ବନ କରି ଏହି ଧାନରୁ ଭଲ ଅମଳ ପାଇଥାଏ । ପୂର୍ବରୁ ଦିଆଯାଇଥିବା ବିହନ ଗୁଡିକ ମଧ୍ୟରୁ ଜମି ଅନୁସାରେ ଉପଯୁକ୍ତ ବିହନ ବାଛି ଚାଷ କରାଯାଇ ପାରିବ । ଚାଷ ସମୟ : ଡାଳୁଅ ଋତୁରେ କରାଯାଉଥିବା ଧାନ ସାଧାରଣତଃ ରୁଆଯାଏ କିମ୍ବା ଧାନ ବିହନ ଗଜା କରି ଆଚ୍ଛରା ବୁଣାଯାଏ । ପୌଷମାସ ଶେଷ ସୁଦ୍ଧା ଧାନ ତଳି ପକାଇବା ଉଚିତ୍ । ଏହାଦ୍ଵାରା ମାଘ ମାସ ପ୍ରଥମ ଭାଗ ସୁଦ୍ଧା ଧାନ ତଳି ରୁଆଯାଇପାରିବ । ଧାନ ଗଜା କରି ବୁଣିଲେ ମାଘ ମାସ ପ୍ରଥମ ସପ୍ତାହରେ ବୁଣାଯାଏ । ଫାଲଗୁନ ଶେଷ ପର୍ଯ୍ୟନ୍ତ କେନାଲରେ ପାଣି ଛାଡିବା ସମ୍ଭାବନା ଥିଲେ ବା ଉଠା ଜଳସେଚନ ଦ୍ଵାରା ଡାଳୁଅ ଚାଷ କରୁଥିଲେ ଅପେକ୍ଷାକୃତ ସଅଳ କିସମ ଧାନ ଅର୍ଥାତ୍ (୮୫ – ୧୧୫ ଦିନିଆ) ଧାନଚାଷ କରିବା ଉଚିତ୍ । ବୈଶାଖ ମାସ ଶେଷ ପର୍ଯ୍ୟନ୍ତ ପାଣି କେନାଲରେ ମିଳିବାର ଥିଲେ ୧୧୦ – ୧୨୦ ଦିନିଆ ଧାନ ଚାଷ କରିବା ଉଚିତ୍ । ଡାଳୁଅ ଋତୁରେ ୧୨୦ ଦିନରୁ ଡେରିରେ ପାଚୁଥିବା ଧାନଚାଷ କରିବା ଅନୁଚିତ୍ । ବୈଶାଖ ମାସ ପ୍ରଥମ ଭାଗରେ ଡାଳୁଅ ଧାନ କଟା ହେଲେ ବିଲ ପାଗ ହେବ ଏବଂ ଖରାଟିଆ ଚାଷ ହୋଇପାରିବ । ବିହନ ବିଶୋଧନ : ୧ ଲିଟର ପାଣି ପିଛା ୧୦୦ ଗ୍ରାମ୍ ଲୁଣ ମିଳାଇ ଲୁଣ ପାଣି ତିଆରି କରି ବିହନକୁ ଏହି ଦ୍ରବଣରେ ବୁଡାଇ ଦେଲେ କଣ୍ଠା ଓ ଅଗାଡି ଉପରେ ଭାସିବ ଏବଂ ନିରୋଳା ଓଜନିଆ ବିହନ ତଳେ ରହିଯିବ । ଉପରୁ ହାଲକା ଧାନ ଗୁଡିକ ବାହାର କରି ତଳେ ବସିଯାଇଥିବା ଓଜନିଆ ବିହନଗୁଡିକୁ ଭଲ ପାଣିରେ ଧୋଇ ଦିଆଯାଏ । ଏହି ବିହନକୁ ଛାଣି ଛାଇରେ ଶୁଖାଇ ଦେଇ ବିଶୋଧନ କଲାପରେ ତଳି ପକାଇବା ପାଇଁ ବ୍ୟବହାର କରାଯାଇଥାଏ । ପ୍ରତି କି.ଗ୍ରା. ବିହନ ବିଶୋଧନ ପାଇଁ ବାଭିଷ୍ଟିନ ୧ରୁ ୧.୫ କି.ଗ୍ରା. ବା ମନୋସନ୍ / କ୍ୟାପଟାନ୍ ବା ଏମିସାନ୍ ୨-୩ ଗ୍ରାମ୍ ଗୋଳାଇ ବିହନକୁ ବିଶୋଧନ କରାଯାଏ । ତଳି ପ୍ରସ୍ତୁତ : ତଳି ପକାଇବା ପାଇଁ କିମ୍ବା ଆଛରା ବୁଣିବା ପାଇଁ ଧାନ ବିହନକୁ ୨୪ ଘଣ୍ଟା ପାଣିରେ ଭିଯାଇଲା ପରେ ୪୮ ଘଣ୍ଟା ଘରେ ଛାଇରେ ପାଳ ଓ ଅଖା ଦ୍ଵାରା ଘୋଡାଇ ରଖାଯାଏ । ପାଳ ବା ଅଖା ଉପରେ ଦିନକୁ ଦୁଇଥର ପାଣି ଛିଞ୍ଚିବା ଆବଶ୍ୟକ ପଡେ । ଏପରିକି ସାମାନ୍ୟ ଉଷୁମ ପାଣି ଛିଞ୍ଚିଦେଲେ ଗଜା ଶୀଘ୍ର ବାହାରିଯାଏ । ଛୋଟ ଛୋଟ ଗଜାବେଳେ ଏହାକୁ କାଦୁଅ ପଟାଳିରେ ବୁଣାଯାଏ । କାଦୁଅ କିମ୍ବା ଶୁଖିଲା ତଳିଘେରା କରି ତଳି ପକାଯାଇପାରେ । ଭଲଭାବେ କାଦୁଅ ହୋଇଥିବା, ସମତଳ ଜମିରୁ ପାଣି କାଟି ଗଜା ଧାନକୁ ତଳି ପକାଇବା ଦରକାର । ପ୍ରତି ଏକ ମିଟର ଦୂରତାରେ ଗୋଟିଏ ସିଆର କରିଦେଲେ ଜମିର ବଳକା ପାଣି ନିଗାଡି ହୋଇଯିବ । ସିଆର କାଟି ସାରି ଗଜାଧାନ ଆଛରା ବୁଣାଯାଏ । ଏହି ସମୟରେ ଶୀତ ଯୋଗୁ ତଳି ଭଲ ବଢି ନ ଥାଏ । ତଳି ଭଲ ବଢିବା ପାଇଁ ପ୍ରତି ୪୦ ବର୍ଗମିଟର ତଳି ଘରାରେ ୨ ଟୋକେଇ ସଢା ଗୋବରଖତ ସହିତ ଯବକ୍ଷାରଜାନ (N) ୪୦୦ ଗ୍ରାମ୍, ଫସଫରସ୍, ୪୦୦ ଗ୍ରାମ୍ ହିସାବରେ ତଳି ପଟାଳିରେ ପ୍ରୟୋଗ କଲେ ଧାନ ତଳି ସୁସ୍ଥରହେ, ଭଲବଢେ ଓ ଅଧିକ ଚେର ଦିଏ । ଖତକୁ ଭଲ ଭାବେ ମାଟିରେ ମିଶାଇ ଦେଇ ତା’ ପରେ ଜମି ସମତଳ କରି ଗଜାଧାନ ବୁଣାଯାଏ । ଏକ ହେକ୍ଟର ଜମି ରୋଇବା ପାଇଁ ୬୦ – ୭୦ କି.ଗ୍ରା. ଧାନ ବିହନକୁ ଉପରୋକ୍ତ ପ୍ରକାରେ ଗଜା କରି ତଳି ପକାଏ । ତଳି ୧୫ ଦିନର ହେଲେ ଥରେ ୨୫ ଦିନର ହେଲେ ଆଉ ଥରେ ଏପରି ଦୁଇଥର ୧୦୦୦ ବର୍ଗ ମିଟର ତଳିପାଇଁ ୧୦୦ ମି.ଲିଟର କ୍ଲୋରପାଇରଫସ୍, ମନୋକ୍ରୋଟଫସ୍ ବା ଫେଣିଟ୍ରୋଥିଆନ ୫୦ ଲିଟର ପାଣିରେ ମିଶାଇ ଯନ୍ତ୍ର ସାହାଯ୍ୟରେ ଛିଞ୍ଚାଯାଏ ।ଅଥବା ତଳି ଓପାଡିବାର ୮ – ୧୦ ଦିନ ପୂର୍ବରୁ ତଳିଘରାରେ (୧୦୦୦ ବର୍ଗମିଟର ) ପ୍ରତି ୫୦୦ ଗ୍ରାମ୍ ଥିମେଟ୍ ବା ୧୨୫ ଗ୍ରାମ୍ ଫୁରାଡ଼ାନ୍ ଦାନାଦାର ଔଷଧ ପ୍ରୟୋଗ କରିବା ଉଚିତ୍ । ଜମି ପ୍ରସ୍ତୁତ ରୋଇବା କିମ୍ବା ଆଛରା ବୁଣିବା ପାଇଁ ଜମିକୁ କାଦୁଅ କରିବାକୁ ହୁଏ । ରୁଆ ବା ବୁଣା ହେବାର ୨ ସପ୍ତାହ ପୂର୍ବରୁ ବିଲରେ ପାଣି ଭଲକରି ବନ୍ଧା ରଖାଯାଏ । ଫଳରେ ମାଟି ନରମ ହୋଇଯାଏ । ଏହି ସମୟ ମଧ୍ୟରେ ୨-୩ ଦିନ ଅନ୍ତରରେ ୩-୪ ଥର କମ୍ ରେ ୬ (୧୫ ସେ.ମି.) ଗଭୀରରେ ହଳ କରି ମଇ ଦେଇ ସମତୁଲ କରି ଦିଆଯାଏ । ଜମି ପ୍ରସ୍ତୁତ ସମୟରେ ୧୫ – ୨୦ ଗାଡି ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରି ଶେଷ ଓଡ ଚାଷ ବେଳେ ମାଟିରେ ଭଲଭାବେ ମିଶାଇ ଦେବା ଉଚିତ୍ । ଏହା ବ୍ୟତୀତ ଆବଶ୍ୟକ ପରିମାଣ ରାସାୟନିକ ସାର ମଧ୍ୟ ପ୍ରୟୋଗ କରାଯିବା ଆବଶ୍ୟକ । ତଳିରୁଆ ଜାନୁଆରୀ ମାସ ଶେଷ ସୁଦ୍ଧା ଯଦି ଧାନରୁଆ ସରିଯାଏ ତେବେ ଚାଷୀ ଭଲ ଅମଳ ପାଇଥାଏ । ୯୦ – ୧୧୦ ଦିନରେ ପାଚୁଥିବା ଧାନ ପାଇଁ ୨୧ – ୨୫ ଦିନର ତଳି ରୋଇବା ଉଚିତ୍ ଏବଂ ୧୨୦ – ୧୩୫ ଦିନରେ ପାଚୁଥିବା ଧାନ ପାଇଁ ୨୫ – ୩୦ ଦିନର ତଳି ରୋଇବା ଉପଯୁକ୍ତ । ଏହି ସମୟରେ ଧାନଗଛ ୪-୫ ପତ୍ର ହୋଇଥାଏ । ରୋଇବା ପୂର୍ବରୁ ଜମିରୁ ପାଣି କାଟି ଶେଷ ଓଡ ଚାଷରେ ଖତ ଓ ସାର ପ୍ରୟୋଗ କରି ଭଲଭାବେ ମିଶାଇ ମଇ ଦେଇ ସମାନ କରି ଦିଆଯିବା ପରେ ରୁଆଯାଏ । ତଳିଘେରାରେ ପୋକମରା ଔଷଧ ପ୍ରୟୋଗ କରାଯାଇ ନଥିଲେ ରୋଇବା ପୂର୍ବରୁ ଧାନ ତଳିର ଚେରକୁ ୧୨ ଘଣ୍ଟା ପାଇଁ ୦.୦୨ ଭାଗ କ୍ଳୋରୋପାଇରିଫସ୍ ଔଷଧ ଦ୍ରବଣରେ ବୁଡାଇ ରୋଇବା ଦରକାର । ଦ୍ରବଣ ତିଆରି କରିବା ପାଇଁ ଏକ ଲିଟର ପାଣିରେ ଏକ ମିଳି ଲିଟର ଔଷଧ ମିଶାଇବାକୁ ହୁଏ । ଏହି ଏକ ଲିଟର ପାଣିରେ ଔଷଧ ସହ ୧୦ ଗ୍ରାମ୍ ହିସାବରେ ୟୁରିଆ ମିଶାଇ ଦେଲେ ଧାନ ତଳି ଚେରକୁ ଔଷଧ ଓ ୟୁରିଆ ଦ୍ରବଣରେ କେବଳ ୩ ଘଣ୍ଟା ବୁଡାଇ ରଖିଲା ପରେ ରୁଆଯାଇ ପାରିବ । ରୋଇବା ସମୟରେ ଜମିରେ ନଖାବୁଡା ପାଣି ରଖିବା ଉଚିତ୍ । ଦୁଇଟି କରି ତଳିକୁ ସିଧା ଓ ଅଗଭୀର ରୋଇବା ଦରକାର । ପାଖାପାଖି ରୋଇଲେ ପ୍ରତି ବର୍ଗମିଟର କମିରେ ହାରାହାରି ୫୦ – ୭୦ ବୁଦା ରହିବା ଆବଶ୍ୟକ । ଧାନ ତଳି ଗହଳିଆ ଓ ବଙ୍କା ରୋଇଲେ ଧାନ ଗଛରେ ପିଲ ଡେରିରେ ଓ କମ୍ ହୁଏ ଏବଂ ଅମଳ କମିଯାଏ । ଜାନୁଆରୀ ମାସ ଶେଷ ସୁଦ୍ଧା ରୋଇଲେ ଫସଲରେ କାଣ୍ଡବିନ୍ଧାପୋକ ଲାଗିବା ଆଶଙ୍କା କମିଯାଏ । ଧାଡିରୁଆ ଧାନରେ ୭୦ବୁଦା ବର୍ଗମିଟର ପିଛା ରଖିବାକୁ ହେଲେ ୧୫ X ୧୦ ସେ.ମି. ବ୍ୟବଧାନରେ ରୋଇବା ଆବଶ୍ୟକ । ତଳି ରୋଇବା ପରେ ଅତି ବେଶୀରେ ୨.୫ ସେ.ମି. (୧”) ପାଣି ରଖିବା ଉଚିତ୍ । ସପ୍ତାହକ ପରେ ୫ ସେ.ମି. (୨”) ପାଣି ବାନ୍ଧ ରଖିବା ଆବଶ୍ୟକ । ହିଡ କଡେ କଡେ ନାଳ କରି ପାଣି ତଳକୁ ନିଗିଡି ଯିବାକୁ ବନ୍ଦୋବସ୍ତ କରିବା ଉଚିତ୍ । ଜମି ଉପର ଦେଇ ପାଣି ଚାଲିବା ଠିକ୍ ନୁହେଁ । ଦେଶୀରୁଆ ବା ଛଟା ରୁଆ ଅପେକ୍ଷା ଧାଡିରେ ରୋଇବା ଭଲ । ଏହା ଦ୍ଵାରା କିଆରୀରେ ଗଛ ସଂଖ୍ୟା ଚାହିଦା ମୁତାବକ ହିସାବକରି ରଖିହେବ । ଏହା ବ୍ୟତୀତ ବଛା ବଛି, ସାର ପ୍ରୟୋଗ ଇତ୍ୟାଦି ସହଜ ହେବ । ମାଟିଆ ଗୁଣ୍ଡି ପୋକ ଲାଗିବାର ସମ୍ଭାବନା ଥିଲେ ୧୫ X ୧୦ ସେ.ମି. ପରିବର୍ତ୍ତେ ୨୦ X ୧୦ ସେ.ମି. ବ୍ୟବଧାନ ରଖିବା ଉଚିତ୍ । ଏହାଦ୍ଵାରା, ଯଦି ମାଟିଆଗୁଣ୍ଡି ପୋକ ଲାଗେ ତେବେ ଗଛମୂଳରେ ସହଜରେ ଔଷଧ ଛିଞ୍ଚାଯାଇ ପାରିବ । ସାର ପ୍ରୟୋଗ ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ଉଚିତ୍ । ଯଦି ମୃତ୍ତିକା ପରୀକ୍ଷା କରାଯାଇ ପାରିନାହିଁ ତେବେ ନିମ୍ନଲିଖିତ ମତେ ସାର ପ୍ରୟୋଗ କରାଯାଏ । ଧାନ କିସମ କମ୍ ଉର୍ବର ଜମି ହାରାହାରି ଉର୍ବରତା N P K N P K ମଧ୍ୟମ କିସମ 80 40 40 60 30 30 ସଅଳ କିସମ 60 30 30 40 20 20 25% ଯବକ୍ଷାରଜାନ ସହ ସମସ୍ତ ସୁପର ଓ ପଟାସ୍ ଶେଷ ଓଡ କାଦୁଅ ସମୟରେ ଖତ ସହ ମିଶାଇ ପ୍ରୟୋଗ କରାଯାଏ । ରୋଇବାର 15 – 20 ଦିନ ଭିତରେ 50% ଯବକ୍ଷାରଜାନ ପ୍ରୟୋଗ କରି ଘାସ ବଛାବଛି କରି ଦିଆଯାଏ ବଳକା 25% ଯବକ୍ଷାରଜାନ କେଣ୍ଡା ବାହାରିବାର 18 – 20 ଦିନ ପୂର୍ବରୁ ପ୍ରୟୋଗ କରାଯାଏ । ତୃଣକ ଦମନ ଠିକ୍ ସମୟରେ ତୃଣକ ଦମନ ଅତି ଆବଶ୍ୟକ । ଜାପାନିଜ୍ ଘାସବଛା ଯନ୍ତ୍ର ଦୁଇ ଧାଡି ମଝିରେ ଚଳାଇ ଘାସ ଦମନ କରାଯାଇ ପାରିବ । ଜଳ ନିୟନ୍ତ୍ରଣ : ନଖ ପତଳା ପାଣି ରୋଇବାର ୭ ଦିନ ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ବିଲରେ ୫ ସେ.ମି. ଠିଆ ପାଣି ଫୁଲ ଉଡାଇବାର ୧୦ – ୧୨ ଦିନ ପର୍ଯ୍ୟନ୍ତ ବାନ୍ଧ ରଖାଯାଏ । ଫୁଲ ଉଡାଇବାର ୨୦ ଦିନ ପୂର୍ବ ଓ ୧୦ ଦିନ ପର ଏହି ସମୟ ମଧ୍ୟରେ ଜଳ ଅଭାବ ହେବା ଉଚିତ୍ ନୁହେଁ । କିନ୍ତୁ ଏହି ସମୟରେ ଜମିରୁ ପଣି ବାନ୍ଧ ରଖିବା ପ୍ରଣାଳୀ ଦ୍ଵାରା ଧାନଗଛ ବହୁତ ସୁସ୍ଥ ସବଳ ହେବା ସଙ୍ଗେ ସଙ୍ଗେ ଧାନ ଅମଳ ଭଲ ହୁଏ । ଧାନକଟା ଓ ଅମଳ : କେଣ୍ଡାରେ ଶତକଡା ୮୦ ଭାଗ ଧାନ ପାଚିଗଲେ ଧାନ କାଟନ୍ତୁ । ନଚେତ୍ ଧାନ ଝଡି ପଡି ଅମଳ କମିଯିବ । ଥୋଡ ହେବା ଦିନରୁ ଏକମାସ ପରେ ବା ଫୁଲ ଉଡାଇବାର ୨୨ ଦିନ ପରେ ଧାନ କାଟିବା ପାଇଁ ଉପଯୁକ୍ତ ହୋଇଯାଏ । ଅଧିକ ଅମଳକ୍ଷମା ଧାନର ଶୁପ୍ତ ଅବସ୍ଥା ନ ଥିବାରୁ ଠିକ୍ ସମୟରେ ଧାନକଟା ନ ଗଲେ ବର୍ଷାହେଲେ ଗଛରେ ଧାନ ଗଜା ହୋଇଯାଏ । ଏଣୁ ସମୟ ଉଣ୍ଡି ଧାନ କାଟି ଅମଳ କରାଯିବା ଅତି ଆବଶ୍ୟକ । ଦେଶୀଧାନ ନଡା ଶୁଖିଲେ ଧାନ କଟାଯାଏ । ବେଙ୍ଗଳା ପକାଇ ଧାନଝଡା ଜାପାନୀ ଯନ୍ତ୍ର / ଟ୍ରାକ୍ଟର ଦ୍ଵାରା ଧାନ ଅମଳ କରାଯାଇଥାଏ । ଧାନକୁ ପିଟି ମଧ୍ୟ ଅମଳ କରାଯାଏ । ତା’ପରେ ଧାନ ଉଡାଇ ସଫାକରି ଭଲ ରୂପେ ଖରାରେ ଶୁଖାଇ ସାଇତି ରଖାଯାଏ । ଧାନ ସାଇତି ରଖାଯାଇଥିବା ଅବସ୍ଥାରେ ୧୪% ରୁ କମ୍ ଜଳୀୟ ଅଂଶ ରହିଥିବା ଆବଶ୍ୟକ । ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ