ତୃଣକମାରୀ ତିଆରି କୌଣସି ସକ୍ରିୟ ଉପାଦାନକୁ ତରଳ ବା ଶୁଷ୍କ ଅବମିଶ୍ରଣ, ଅବଦ୍ରବକ, ସ୍ଥାୟୀକରଣ ଓ ଅନ୍ୟାନ୍ୟ ସ୍ପ୍ରେ ସହାୟକ ସହିତ ମିଶାଇ ବ୍ୟବସାୟୀକ ତୃଣକମାରୀ ପ୍ରସ୍ତୁତ କରାଯା । ଏବେ ବଜାରରେ ମୁଖ୍ୟତଃ ଦୁଇ ଶ୍ରେଣୀର ତୃଣକମାରୀ ମିଳେ ଯଥା : ସିଞ୍ଚନ ଯୋଗ୍ୟ ଓ ଦାନାଦାର ତୃଣକମାରୀ । ସିଞ୍ଚନଯୋଗ୍ୟ ତୃଣକମାରୀ ତିନି ପ୍ରକାରର ଯଥା : (କ) ଦ୍ରବଣୀୟ ତୃଣକମାରୀ , (ଖ) ଅବଦ୍ରବୀ ତୃଣକମାରୀ ଓ (ଗ) ନୀଳବର୍ଣ୍ଣ ଚୂର୍ଣ୍ଣ ପାଣି ସହିତ ଏ ତିନି ପ୍ରକାର ତୃଣକମାରୀ ଦ୍ରବଣ, ଅବଦ୍ରବ ଓ ପ୍ରଲମୂଳ ଯଥାକ୍ରମେ ସୃଷ୍ଟି କରନ୍ତି । ବିଷାକ୍ତ ପଦାର୍ଥକୁ କୌଣସି ଶୁଷ୍କ, ନିଷ୍କ୍ରିୟ ପଦାର୍ଥ ସହିତ ମିଶାଇ ଦାନାଦାର ତୃଣକମାରୀ ତିଆରି କରାଯାଏ । ତୃଣକ ନିୟନ୍ତ୍ରଣ କରିବାରେ ଦାନାଦାର ଔଷଧ ସିଞ୍ଚନଯୋଗ୍ୟ ତୃଣକମାରୀପରି କାର୍ଯ୍ୟକ୍ଷମ । ଏତଦବ୍ୟତୀତ ଦାନାଦାର ଔଷଧରୁ କେତେକ ଉପକାର ମିଳେ । (କ) ସବୁଠାରୁ ବଡ ଉପକାର ହେଲା ଦାନାଦାର ଔଷଧକୁ ପ୍ରୟୋଗ କରିବା ସୁବିଧାଜନକ । ବିଶେଷକରି ଧାନକ୍ଷେତ, ପାହାଡିଆ ଜାଗା ଓ ଜଳାଶୟ ପରି ବିଷମ ସ୍ଥାନରେ କରିହୁଏ । ପାଣି ବୋହିବା , ପାଣି ସହିତ ଔଷଧ ମିଶାଇବା, ବାରମ୍ବାର ନଜଲ ଖୋଳିବାର ଆବଶ୍ୟକତା ପଡେ ନାହିଁ । ଦାନାଦାର ଔଷଧ ଚର୍ମ ଉପରେ ଖରାପ ପ୍ରଭାବ ପକାଏ ନାହିଁ । କିମ୍ବା ବ୍ୟବହୃତ ପାତ୍ରର କ୍ଷତିକରେ ନାହିଁ । (ଖ) ଦାନାଦାର ତୃଣକମାରୀ ଲକ୍ଷ ଉଦ୍ଭିଦ ବ୍ୟତୀତ ପାଇଁ ନିରାପଦ । ପବନରେ ଉଡି ଏହା ଅନ୍ୟ ଉଦ୍ଭିଦର କ୍ଷତି କରେ ନାହିଁ । ଏହାଛଡା ଫସଲ କ୍ଷେତରେ ଦାନାଦାର ଔଷଧର ନିର୍ବାଚୀ ଧର୍ମ ଅଧିକ ଅଟେ । (ଗ) ଉଦ୍ ବାୟୀ ତୃଣକମାରୀ ଦାନାଦାର ଆକାରରେ ଅଧିକ ଦିନ କାର୍ଯ୍ୟକ୍ଷମ ରହେ । ସକ୍ରିୟ ଉପାଦାନ ତୃଣକମାରୀର ଯେଉଁ ରାସାୟନିକ ପଦାର୍ଥ ତୃଣକ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟକ୍ଷ ଭାବରେ ଦାୟୀ ତାହାକୁ ସକ୍ରିୟ ଉପାଦାନ କୁହାଯାଏ । ତୃଣକମାରୀର ସକ୍ରିୟ ଉପାଦାନ ଶତକଡା ଭାଗ ଓଜନ ବା ଘନଫଳରେ ପ୍ରକାଶ କରାଯାଏ । କେତେକ ତୃଣକମାରୀ ଜୈବ ଅମ୍ଳ ଅଟନ୍ତି । ଜମିରେ ପ୍ରୟୋଗ କରିବା ସୁବିଧା ଦୃଷ୍ଟିରୁ ଏବଂ ନିର୍ବାଚୀ ଧର୍ମ ଅଧିକ ହେବାପାଇଁ ଏଥିରୁ କେତେକ ତୃଣକମାରୀକୁ ଲବଣ ବା ଇଷ୍ଟର ଆକାରରେ ବ୍ୟବହାର କରାଯାଏ ।ଏପରି ଏକ ତୃଣକମାରୀରୁ ଯେତିକି ଅମ୍ଳ ମିଳିପାରିବ ତାହାକୁ ଅମ୍ଳ ସମକ୍ଷକ କୁହାଯାଏ । ବଜାରରେ ମିଳୁଥିବା ତୃଣକମାରୀର ଧାରକ ଉପରେ ସକ୍ରିୟ ଉପାଦାନ ବା ଅମ୍ଳ ସମକ୍ଷକ ସୂଚିତ କରାଯାଇ ପରିଚୟ ପତ୍ରିକା ମରାଯାଇଥାଏ । ବିଭିନ୍ନ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ ଧାନ ଢିପଜମି ଧାନ ହେକ୍ଟର ପ୍ରତି ୧.୦ କି.ଗ୍ରା. ଥାଇ ବେନକାର୍ବ ଅଥବା ବୁଟା କ୍ଲୋର ଅଥବା ପେଣ୍ଡିମିଥାଲିନ ଅଥବା ୦.୪ କି.ଗ୍ରା. ଆନିଲୋଫସକୁ ୧୦୦୦ ଲିଟର ପାଣି ସହିତ ମିଶାଇବାର ଦିନକ ପରେ ଓଦା ମାଟିରେ ଛିଞ୍ଚିବା ଆବଶ୍ୟକ । ମଝିଆଳ ଜମି ବୁଣା ଧାନ ହେକ୍ଟର ପ୍ରତି ୧.୫ କି.ଗ୍ରା. ବୁଟାକ୍ଲୋର ଅଥବା ଥାଇଓ ବେନକାର୍ବ ଅଥବା ୧.୦ କି.ଗ୍ରା. ପେଣ୍ଡିମିଥାଲିନ ଅଥବା ୦.୫ କିଗ୍ରା ଆନିଲୋଫସ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ଓଦା ମାଟି ଉପରେ ଛିଞ୍ଚିବା ଆବଶ୍ୟକ । ରୁଆ ଧାନ ହେକ୍ଟର ପ୍ରତି ୦.୪ କି.ଗ୍ରା. ଆନିଲୋଫସ ଅଥବା ୧.୦ କି.ଗ୍ରା. ପେଣ୍ଡିମିଠାଲିନ ଅଥବା ୧.୫ କି.ଗ୍ରା. ଥାଇଓ ବେନକାର୍ବ ଅଥବା ୨.୦ କି.ଗ୍ରା. ବୁଟାକ୍ଲୋର ରୋଇବାର ୩ – ୪ ଦିନ ପରେ ପରିପୃକ୍ତ ମୃତ୍ତିକାରେ ଛିଞ୍ଚିବା ଆବଶ୍ୟକ । ଉପରୋକ୍ତ ତୃଣକମାରୀକୁ ପରିମାଣ ସମାନ ରଖି ହେକ୍ଟର ପିଛା ୫୦ କି.ଗ୍ରା. ବାଲି ସହିତ ମିଶାଇ ରୋଇବାର ୩ – ୪ ଦିନ ପରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ଦାନାଦାର ବୁଟାକ୍ଲୋର ପେଣ୍ଡିମିଠାଲିନ ଓ ଥାଇଓବେନକାର୍ବ ମଧ୍ୟ ପରିମାଣ ପ୍ରୟୋଗ ସମୟ ସମାନ ରଖି ଧାନ କ୍ଷେତରୁ ତୃଣକ ନିୟନ୍ତ୍ରଣ କରାଯାଇପାରିବ । ମକା ହେକ୍ଟର ପିଛା ୧ କି.ଗ୍ରା. ଆଟ୍ରାଜିନକୁ ୧୦୦୦ ଲିଟର ପାଣି ଶୀତ ମିଶାଇ ବୁଣିବାର ଦିନକ ପରେ ଜମିରେ ପ୍ରୟୋଗ କରିବା ଆବଶ୍ୟକ । ମକା ଓ ବରଗୁଡିର ମିଶ୍ରିତ ଫସଲ ପାଇଁ ହେକ୍ଟର ପିଛା ୧କି.ଗ୍ରା. ପେଣ୍ଡିମିଠାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ଜମି ଉପରେ ଛିଞ୍ଚିବା ଆବଶ୍ୟକ । ଗହମ ହେକ୍ଟର ପିଛା ୧ କି.ଗ୍ରା. ଆଇସୋପ୍ରୋଫୁରନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ଜମିରେ ଛିଞ୍ଚିବା ଆବଶ୍ୟକ । ହେକ୍ଟର ପ୍ରତି ୦.୭୫ କି.ଗ୍ରା. ଫେର୍ ନେକ୍ ଜୋନ୍ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ୧୫ – ୨୦ ଦିନ ପରେ ଛିଞ୍ଚି ଗହମ କିଆରି ମଧ୍ୟ ତୃଣକ ନିୟନ୍ତ୍ରଣ କରିହେବ । ନଳିତା ହେକ୍ଟର ପିଛା ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପୂର୍ବରୁ ଓଦା ମାଟିରେ ଛିଞ୍ଚି ମାଟି ସହିତ ଭଲଭାବେ ମିଶାଇ ଦେବା ଆବଶ୍ୟକ । ହେକ୍ଟର ପିଛା ୦.୭୫ କି.ଗ୍ରା. ଥାଇଓବେନକାର୍ବ ୧୦୦୦ ଲିଟର ପାଣି ସହିତ ବୁଣିବାର ଦିନକ ପରେ ମାଟି ଉପରେ ଛିଞ୍ଚି ନଳିତା କିଆରୀକୁ ତୃଣକ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ । ଆଖୁ ହେକ୍ଟର ପ୍ରତି ୨ କି.ଗ୍ରା. ଆଟ୍ରାଜିନ ୧୦୦୦ ଲିଟର ପାଣି ସହିତ ମିଶାଇ ଲଗାଇବାର ୨ – ୩ ଦିନ ପରେ ମାଟି ଉପରେ ଛିଞ୍ଚିବା ଉଚିତ । ହେକ୍ଟର ପ୍ରତି ୨ କି.ଗ୍ରା. ୨,୪ ଡି ସୋଡିୟମ ଲବଣକୁ ୧୦୦୦ ଲିଟର ପାଣି ସହିତ ମିଶାଇ ଆଖୁ ଲଗାଇବାର ୧୦ ଦିନ ପରେ ଛିଞ୍ଚି ବୀସ୍ତିର୍ଣ୍ଣପତ୍ରୀ ତୃଣକକୁ ନିୟନ୍ତ୍ରଣ କରାଯାଇପାରିବ। ଚିନାବାଦାମ ହେକ୍ଟର ପ୍ରତି ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ଲଗାଇବାର ଦିନକ ପୂର୍ବରୁ ଓଦା ମାଟି ଉପରେ ଛିଞ୍ଚି ମାଟି ସହିତ ଭଲଭାବେ ମିଶାଇ ଦେବା ଆବଶ୍ୟକ । ଅଥବା ହେକ୍ଟର ପ୍ରତି ୧ କି.ଗ୍ରା ପେଣ୍ଡିମିଥାଲିନ ଅଥବା ୦.୭୫ କି.ଗ୍ରା. ଅକ୍ସିଫ୍ଲୁରୋଫେନ ୧୦୦୦ ଲିଟର ପାଣି ସହିତ ମିଶାଇ ଲଗାଇବାର ଦିନକ ପରେ ମାଟି ଉପରେ ଛିଞ୍ଚିବା ଆବଶ୍ୟକ। ରାଶି ହେକ୍ଟର ପିଛା ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପୂର୍ବରୁ ଓଦା ମାଟି ଉପରେ ଛିଞ୍ଚି ମାଟି ସହିତ ଔଷଧକୁ ଭଲ ଭାବେ ମିଶାଇଦେବା ଆବଶ୍ୟକ । ଅଥବା ହେକ୍ଟର ପ୍ରତି ୧ କି.ଗ୍ରା. ଆଲାକ୍ଲୋର ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ମାଟି ଉପରେ ଛିଞ୍ଚିବା ଆବଶ୍ୟକ । ସୋରିଷ ହେକ୍ଟର ପିଛା ୦.୫ କି.ଗ୍ରା. ଆଇସୋପ୍ରୋଫୁରିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ମାଟି ଉପରେ ଛିଞ୍ଚିବା ଆବଶ୍ୟକ । ମୁଗ/ବିରି ହେକ୍ଟର ପ୍ରତି ୦.୭୫ କି.ଗା. ପେଣ୍ଡିମିଥାଲିନ ଅଥବା ବୁଟାକ୍ଲୋର ଅଥବା ଥାଇଓବେଙ୍କାର୍ବ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ମାଟି ଉପରେ ଛିଞ୍ଚିବା ଆବଶ୍ୟକ । ହେକ୍ଟର ପ୍ରତି ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପୂର୍ବରୁ ଓଦା ମାଟି ଉପରେ ଛିଞ୍ଚି ମାଟି ସହିତ ଭଲଭାବେ ମିଶାଇ ଦେଇ ମଧ୍ୟ ତୃଣକ ନିୟନ୍ତ୍ରଣ କରିହେବ । ହରଡ ହେକ୍ଟର ପ୍ରତି ୧ କି.ଗ୍ରା.ଥାଇଓବେନକାର୍ବ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ମାଟି ଉପରେ ଛିଞ୍ଚିବା ଉଚିତ । ଅଥବା ହେକ୍ଟର ପିଛା ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବା ପୂର୍ବଦିନ ଓଦା ମାଟି ଉପରେ ଛିଞ୍ଚି ମାଟି ସହିତ ଭଲ ଭାବେ ମିଶାଇ ଦେବା ଆବଶ୍ୟକ । ପରଜୀବୀ ତୃଣକ ନିୟନ୍ତ୍ରଣ ଓରୋବାଙ୍କି ଓରୋବାଙ୍କି ଗଛ ଉପରେ ଶତକଡା ୧୦ ଭାଗ ଦ୍ରବଣ ପ୍ରୟୋଗ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ଅଥବା ହେକ୍ଟର ପ୍ରତି ୫ କି.ଗ୍ରା. ଡାଲାପଣ ଲଗାଇବା ପୂର୍ବରୁ ମାଟି ଉପରେ ଛିଞ୍ଚି ମାଟି ସହିତ ଭଲଭାବେ ମିଶାଇ ଦେବା ଆବଶ୍ୟକ । ଫସଲ ପର୍ଯ୍ୟାୟ, ନିୟନ୍ତ୍ରିତ ଜଳସେଚନ ଏବଂ ସୂର୍ଯ୍ୟମୁଖୀ, ରାଶି, କପା, ସୋୟାବିନ, ମାଣ୍ଡିଆ, ଆଦି ଯନ୍ତ୍ରା ଫସଲକୁ ଚାଷକରି ଓରୋବାଙ୍କିକୁ ନିୟନ୍ତ୍ରଣ କରାଯାଇପାରିବ । ସ୍ଵର୍ଣ୍ଣଲତା ହେକ୍ଟର ପ୍ରତି ୪ କି.ଗ୍ରା. କ୍ଲୋରୋପ୍ରୋଫାମ ଅଳସୀ ବୁଣିବାର ୬ ଦିନ ପରେ ୧୦୦୦ ଲିଟର ପାଣି ସହିତ ମିଶାଇ ଓଦା ମାଟି ଉପରେ ଛିଞ୍ଚିବା ଆବଶ୍ୟକ କିମ୍ବା ଅଳସୀ ବୁଣିବାର ଦିନକ ପରେ ବାଲି ସହିତ ମିଶାଇ ମାଟି ଉପରେ ପ୍ରୟୋଗ କରିବା ଆବଶ୍ୟକ । ହେକ୍ଟର ପ୍ରତି ୧.୫ କି.ଗ୍ରା. ପ୍ରୋନାମାଇଡ ସ୍ଵର୍ଣ୍ଣଲତା ଉଠିବାର ୧୫ ଦିନ ପରେ ପ୍ରୟୋଗ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ସ୍ଵର୍ଣ୍ଣଲତା ମଞ୍ଜି ମିଶି ନଥିବା ବିହନ ବ୍ୟବହାର, ଫସଲ ପର୍ଯ୍ୟାୟ ଓ ସ୍ଵର୍ଣ୍ଣଲତା ଓ ସ୍ଵର୍ଣ୍ଣଲତା ଆକ୍ରାନ୍ତ ଗଛକୁ ମଞ୍ଜି ଧରିବା ପୂର୍ବରୁ ନଷ୍ଟ କରିଦେବା ଉଚିତ । ଅଗିଆ ହେକ୍ଟର ପ୍ରତି ୦.୫ – ୦.୭୫ କି.ଗ୍ରା. ୨,୪ ଡି ଆମାଇନ ଲବଣକୁ ଅଗିଆ ଉପରେ ୧-୩ ଥର ଛିଞ୍ଚି ଏହାକୁ ନିୟନ୍ତ୍ରଣ କରିହେବ । ସୂର୍ଯ୍ୟମୁଖୀ, ଜଡା, ବରଗୁଡି, ଚିନାବାଦାମ ଆଦି ଯନ୍ତା ଫସଲ ଚାଷ କରିବା ଉଚିତ ଓ ତୃଣକକୁ ନିର୍ମୂଳ କରିବା ଉଚିତ । କେତେକ ତୃଣକମାରୀର ରାସାୟନିକ ଓ ବ୍ୟବସାୟିକ ନାମ ରାସାୟନିକ ନାମ ବ୍ୟବସାୟିକ ନାମ ସକ୍ରିୟ ଉପାଦାନର ଅଂଶ ଅକ୍ସିଫ୍ଲୋରଫେନ ଗୋଲ ୨୪% ଇ.ସି. ଅକସାଡାୟାଜନ ରୋନଷ୍ଟାର ୫୦%ଇ.ସି. ଆଇସୋପ୍ରୋଟ୍ୟୁରନ ଆରିଲନ ୭୫% ଡବ୍ ଲ୍ୟୁ. ପି ଆଲାକ୍ଲୋର ଲାସେ ୫୦%ଇ.ସି. ଆନିଲୋଫସ ଆରୋଜିନ ୩୦%ଇ.ସି. ଆଟ୍ରାଜିନ ଆଟ୍ରାଟାଫ ୫୦% ଡବ୍ ଲ୍ୟୁ. ପି କ୍ଲୋଡ଼ଓପ୍ରୋଫାମ ଫରଲୋ ଟୁ – ଫୋର – ଡି(ଆମାଇନ ଲବଣ) ବ୍ୟୁଟୋକଜନ ଟୁ – ଫୋର – ଡି ଫରନୋକଜମ ୮୦% ଡବ୍ ଲ୍ୟୁ. ପି ଟୁ – ଫୋର – ଡି(ସୋଡିୟମ ଲବଣ) ଉଇଡକସ ୮୦% ଡବ୍ ଲ୍ୟୁ. ପି ଥାଇ ଓଜେନ କାର୍ବ ସାଟର୍ଣ୍ଣ ୫୦%ଇ.ସି. ଟୁ – ଫୋର – ଡି(ଇଥାଇଲ ଇଷ୍ଟର) ଉଇଡନ ୩୨%ଇ.ସି. ଡାଲାପନ ଡାଓପନ ୮୦% ଡବ୍ ଲ୍ୟୁ. ପି ଡାଇୟୁରନ କାରମେକସ ୮୦% ଡବ୍ ଲ୍ୟୁ. ସି. ପେଣ୍ଡିମିଥାଲିନ ଷ୍ଟମ୍ପ ୩୦%ଇ.ସି. ଫ୍ଲୁକ୍ଲୋରାଲିନ ବାସାଲନ ୪୫%ଇ.ସି. ପ୍ରୋନାମାଇଡ କର୍ବ ୫୦% ଡବ୍ ଲ୍ୟୁ. ପି ବୁଟାକ୍ଲୋର ଡେଲକ୍ଲୋର ୫୦%ଇ.ସି. ମେଥାବେଞ୍ଜଥାୟା ଜୁରନ ଟ୍ରିବୁନିଲ ୭୦% ଡବ୍ ଲ୍ୟୁ. ପି ମେଟୋଲାକ୍ଲୋର ଡୁଆଲ ୫୦%ଇ.ସି. ମେଟ୍ରିବୁଜିନ ସୋନକର ୭୦% ଡବ୍ ଲ୍ୟୁ. ପି ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ