ସିଧା ବୁଣାଧାନ ଗଭୀର ଓ ସ୍ୱଳ୍ପଗଭୀର ଜଳମଗ୍ନ ଅଞ୍ଚଳରେ ୭ ରୁ ୧୦ ସେ.ମି ଠିଆପଣି ଜମିଥିବା ସ୍ଥାନ, ଯେଉଁଠାରେ ଘାସ ବଛା ଯାଇନଥିବ, ସେହିଠାରେ ବେଉଷଣି କରନ୍ତୁ ଏବଂ ଏକର ପିଛା ୧୮ କି.ଗ୍ରା. ୟୁରିଆ ପିଲସାର ଭାବେ ପ୍ରୟୋଗକରନ୍ତୁ। ବର୍ଷାଶୀତ ସ୍ୱଳ୍ପଖାଲୁଆ ସିଧା ଛଟାବୁଣା ଯାଇଥିବା ଜମିରେ ଯଦି କୌଣସି ଘାସମରା ଔଷଧ ପ୍ରୟୋଗ କରାଯାଇନାହିଁ ତେବେ ବୁଣା ଧାନରେ ବେଉଷଣ କରନ୍ତୁ ଏବଂ ୨.୪ଉ ସୋଡିୟମ୍ ଲୁଣ ୮୦ ଉଚଅ ୦.୫ କି.ଗ୍ରା. / ଏକର ହିସାବରେ ଧାଡି ବୁଣା ସ୍ଥାନରେ ପ୍ରୟୋଗ କରି ଚଉଡା ପତ୍ର ବାଳୁଙ୍ଗା ଓ ଅନାବନା ଘାସକୁ ଦମନ କରନ୍ତୁ । ପିଲସାର ହିସାବରେ ଏକ ତୃତୀୟାଂଶ ଯବକ୍ଷାରଜାନ ସାର ( ୧୪ କି.ଗ୍ରା. ୟୁରିଆ/ଏକର) ପ୍ରୟୋଗ କରନ୍ତୁ । ବର୍ଷା ଜଳପୁଷ୍ଟ ଉଚ୍ଚାଜମି ଯେଉଁଠି ଘାସ ମରା ଔଷଧ ପ୍ରୟୋଗ କରାଯାଇନାହିଁ ସେଠାରେ ପ୍ରଥମେ ହାତରେ କିମ୍ବା ଅଙ୍ଗୁଳି ଘାସ ମରା ଯନ୍ତ୍ର ବ୍ୟବହାର କରି ଘାସ ବାଛନ୍ତୁ । ଏକ ତୃତୀୟାଂଶ ଯବକ୍ଷାରଜାନ ( ୧୨ କି.ଗ୍ରା. ୟୁରିଆ/ଏକର)ପିଲସାର ଭାବେ ପ୍ରୟୋଗ କରନ୍ତୁ । ରୁଆ ଧାନ ପୂର୍ବରୁ ଗଜାହୋଇଥିବା ଧାନକୁ ଆର୍ଦ୍ରତଳିଘରା କରି ବୁଣି ଦିଅନ୍ତୁ । ୩୨୦ ବର୍ଗମିଟର ତଳିଘରାକୁ ଭଲଭାବେ କାଦୁଅ ଏବଂ ସମତୁଲ କରି ୧୮ ରୁ ୨୦ କି.ଗ୍ରା. ହିସାବରେ ଧାନ ବିହନ ବୁଣନ୍ତୁ ଏବଂ ଏକର ପିଛା ୪ କି.ଗ୍ରା. ହିସାବରେ ଯବକ୍ଷାରଜାନ, ଫସ୍ଫରସ ଓ ପଟାସ ସାର ତଳିଘରାରେ ପ୍ରୟୋଗ କରନ୍ତୁ । ଜଳସେଚିତ ମଧ୍ୟମ ଜମି ଏବଂ ସ୍ୱଳ୍ପଖାଲୁଆ ଜମିରେ ଧାନ ରୁଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇବା ପାଇଁ ମଶିଣା ତଳିଘରା ପ୍ରସ୍ତୁତ କରନ୍ତୁ । ପଲିଥିନକୁ ସମାନ ଭାବେ ପକାଇ ଏହା ଉପରେ ୨୪ ରୁ ୪୦ ସେ.ମିର ଏକ କାଠ ଛାଞ୍ଚ ରଖନ୍ତୁ । ଛାଞ୍ଚର ଦୁଇ – ତୃତୀୟାଂଶ ଗୁଣ୍ଡ ମାଟି ଭରିଦିଅନ୍ତୁ । ପ୍ରତି ଛାଞ୍ଚ ଘରାରେ ୧୨୫ ଗ୍ରାମ୍ ଧାନ ବିହନକୁ ରୁଟେକ୍ସଅ ଗ୍ରାମ ପ୍ରତି କି.ଗ୍ରା ବିହନ ହିସାବରେ ମିଶାଇ ବୁଣନ୍ତୁ । ବୁଣିସାରିବା ପରେ ମଞ୍ଜିକୁ ଗୁଣ୍ଡମାଟିର ଏକ ଚତୁର୍ଥାଂଶ ଦ୍ଵାରା ଘୋଡାଇ ଦିନେ ଛାଡି ଦିନେ ହିସାବରେ ଜଳସେଚନ କରନ୍ତୁ । ଏହା ଫଳରେ ୧୪ – ୧୫ ଦିନ ମଧ୍ୟରେ ତଳି ପ୍ରସ୍ତୁତ ହୋଇଯାଇଥାଏ । ଏକର ଜମି ପାଇଁ ୩୨ତି ଏହିପରି ତଳି ମସିଣା ଆବଶ୍ୟକ ହୋଇଥାଏ । ବାଳୁଙ୍ଗା ଦମନ ପାଇଁ ୮୦୦ ବର୍ଗମିଟର ତଳିଘରାରେ ୧୩୦ ମି.ଲି. ପ୍ରେଟିଲାକ୍ଲୋର ୫୦ ଋଉ କିମ୍ବା ପାଇରାଜୋନ୍ ସଲଫୁୟରାନ୍ ଇଥାଇଲ ୧୦% ଊଋ ୧୬ ଗ୍ରାମ୍ ହିସାବରେ ସିଞ୍ଚନ କରନ୍ତୁ । ଧଣି ଗଛ ୪୦ ରୁ ୪୫ ଦିନର ହୋଇଗଲା ପରେ ଫୁଲହେବା ପୂର୍ବରୁ ୧୫ ସେ.ମି. ଗଭୀରରେ ସବୁଜସାର ଟ୍ରାମ୍ପଲର ବା ଟ୍ରାକ୍ଟର ସାହାଯ୍ୟରେ ସେହି ଜାଗାରେ ଦଳିଚକଟି ପୋତି ଦିଅନ୍ତୁ । ସମାନ ଭାବରେ ଗଛ ବଢିବ ପାଇଁ ଜମିକୁ ସମତୁଲ କରି ୭ରୁ ୧୦ ଦିନ ଅନ୍ତରରେ କାଦୁଅ କରନ୍ତୁ । ଭଲଭାବେ ପାଚିଯାଇଥିବା ଗୋବର ଖତକୁ ଜମିକୁ କାଦୁଅ କଲା ପରେ ଏକର ପିଛା ଦୁଇ ଟନ୍ ହିସାବରେ ପ୍ରୟୋଗ କରନ୍ତୁ । ଏକ ତୃତୀୟାଂଶ ଯବକ୍ଷାରଜାନ ସାର (୧୪ କି.ଗ୍ରା. ୟୁରିଆ/ଏକର) ଏବଂ ସଂପୂର୍ଣ୍ଣ ମାତ୍ରାର ଫସଫରସ ଓ ପଟାସ୍ (୪୪ କି.ଗ୍ରା. ଡି.ଏ.ପି ଓ ୩୪ କି.ଗ୍ରା. ଏମ.ଓ.ପି) ମୂଳସାର ଭାବରେ ବିଲରେ ଅଳ୍ପ ପାଣିରଖି ପ୍ରୟୋଗ କରନ୍ତୁ । ରୋଇବାର ପ୍ରଥମ ଅବସ୍ଥାରେ ଗଛକୁ ପୋକ ଦାଊରୁ ରକ୍ଷା କରିବା ପାଇଁ ୨୫ – ୩୦ ଦିନରେ ତଳିକୁ ଉପାଡି ସାରିବା ପରେ କ୍ଲୋରୋପାଇରିଫସ ଦ୍ରବଣରେ (୧ମି.ଲି./ ଲିଟର) ପାଣି ବୁଡାଇ ରୁଅନ୍ତୁ । ପ୍ରତି ବୁଦାରେ ୨-୩ଟି ହିସାବରେ ତଳି ୨୦ ଢ ୧୫ ସେମି ବ୍ୟବଧାନରେ ରୋଇଦିଅନ୍ତୁ । ରୋଇବାରେ ୧୦ ଦିନ ପର୍ଯ୍ୟନ୍ତ ୧-୨ ସେମି ଠିଆ ପାଣି ବିଲରେ ରଖନ୍ତୁ । ରୁଆଧାନରେ ବାଳୁଙ୍ଗା ଦମନ ପାଇଁ ବେନସଲଫୁରନ୍ ମିଥାଇଲ ୦.୬% ସହିତ ପ୍ରିଟିଲାକ୍ଲୋର ୬% ଏଜ ୧:୧ ଅନୁପାତରେ ମିଶାଇ ୪ କି.ଗ୍ରା./ଏକର ରୋଇବାର ୩ ରୁ ୭ ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ । ସଂଗୃହିତ - ଡଃ ନିର୍ମଳଚନ୍ଦ୍ର ରଥ, କେନ୍ଦ୍ରୀୟ ଧାନଗବେଷଣା କେନ୍ଦ୍ର, କଟକ