ଧାନ ଆମର ପ୍ରଧାନ ଖାଦ୍ୟ ଫସଲ । ପୁନଶ୍ଚ ଧାନ ଏପରି ଏକ ଗଛ, ଯାହାକି ପାଣି ଜମିଥିବା ବିଲରେ ମଧ୍ୟ ବଢ଼ିଥାଏ । ଧାନ ଗଜା ହେବା ଦିନଠାରୁ ପାଚିବା ଭିତରେ କିସମ ଅନୁସାରେ ୮୦ ରୁ ୧୬୦ ଦିନ ସମୟ ନେଇଥାଏ । ଏହା ବର୍ଷାଦିନେ ଶାରଦ ଓ ବିଆଳି ଫସଲ ହିସାବରେ ଓ ଖରାଦିନେ ଡାଳୁଅ ଫସଲ ହିସାବରେ ଚାଷ କରାଯାଏ I ଧାନ କିସମକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ । ଜଳସେଚନ ଉପରେ ନିର୍ଭର କରି ଚାଷ ହେଉଥିବା କିସମ । କେବଳ ବର୍ଷା ଉପରେ ନିର୍ଭର କରି ଚାଷ ହେଉଥିବା କିସମ । ବନ୍ୟା ଅଞ୍ଚଳରେ ଅଧିକ ପାଣିରେ ଚାଷ ହେଉଥିବା କିସମ । ପାଣିର ଉଚ୍ଚତା ବଢ଼ିବା ସଙ୍ଗେ ସଙ୍ଗେ ଏହି କିସମର ଗଛ ମଧ୍ୟ ଶୀଘ୍ର ଶୀଘ୍ର ବଢିଯାଏ । ଧାନ ଗଛ ବିଷୟରେ କେତେକ ଜାଣିବା କଥା ନିମ୍ନରେ ଧାନ ଗଛର ଚେର, କାଣ୍ଡ, ଫୁଲ ଇତ୍ୟାଦି ବିଷୟରେ କେତେକ ଜାଣିବା କଥା ଦିଆଯାଇଛି । ଚେର ଧାନ ବିହନରୁ ଗଜା ହେବା ପରେ ପ୍ରଥମେ ଯେଉଁ ଛୋଟ ଚେରଟି ବାହାରେ, ତାହା କ୍ରମେ ବଢ଼ି ଗୁଚ୍ଛ ଚେରରେ ପରିଣତ ହୁଏ । ଗୋଡ଼ା କିସମର ଧାନ ଅପେକ୍ଷା ଡେଙ୍ଗା କିସମ ଧାନର ଚେର ମାଟିର ବେଶି ଗଭୀରକୁ ଓ ଗଛର ଚାରିଆଡ଼କୁ ବ୍ୟାପିଥାଏ । ଯେଉଁ କିସମର ଅଧିକ ପିଲ ଦେବା ଶକ୍ତି ଥାଏ, ତାହାର ମଧ୍ୟ ବହୁତ ଚେର ବାହାରି ଥାଏ । ସାଧାରଣତଃ ରୁଆ ଧାନର ଚେର ଗୁଡ଼ିକ ବୁଣାଧାନ ତୁଳନାରେ ବେଶି ଗଭୀରକୁ ଯାଇ ନଥାଏ । ଅଧିକ ପାଣିଥିବା ବିଲରେ ହେଉଥବା କିସମର କାଣ୍ଡରୁ ଏକ ପ୍ରକାର ପେଟର ବାହାରେ, ଏହା ସାହାଯ୍ୟରେ ଗଛ ଶ୍ଵାସକ୍ରିୟା କରିଥାଏ ଓ ପାଣିରୁ ମଧ୍ୟ ଖାଦ୍ୟସାର ଗ୍ରହଣ କରିଥାଏ । କାଣ୍ଡ ଧାନ ଗଛର କାଣ୍ଡ ଗୋଲାକାର ଏବଂ ତା’ର ମଝି ଅଂଶ ପୋଲା ଥାଏ । ଗୋଟିଏ କାଣ୍ଡରେ ଅନେକ ଗୁଡ଼ିଏ ଗଣ୍ଠି ଥାଏ । ଦୁଇ ଗଣ୍ଠି ମଧ୍ୟରେ ଅବା ଅଂଶକୁ ପବ କୁହାଯାଏ ଏବଂ ଏହି ପବର ଲମ୍ବା, ମୂଳ ଆଡ଼ୁ ଅଗ ଆଡ଼କୁ ଆସ୍ତେ ଆସ୍ତେ ଅଧିକ ହୋଇଥାଏ । ଗଛର ପ୍ରଥମ ଗଣ୍ଡିରୁ ପିଇ ସବୁ ବାହାରେ । ସାଧାରଣତଃ ରୋଇବାର ଦୁଇ ସପ୍ତାହ ପରେ ପିଇ ବାହାରିଥାଏ ଏବଂ ୩୦-୪୦ ଦିନ ଭିତରେ ସବୁ ପିଲ ବାହାରିଯାଏ । ପତ୍ର ଧାନ ଗଛ ଏକବୀଜପତ୍ରୀ ଜାତୀୟ ଗଛ । ଗଜା ହେବା ପରେ ପ୍ରଥମ ଗୋଟିଏ ଦୁଇଟି ପତ୍ରକୁ ଛାଡ଼ିଦେଲେ ପରେ ହେଉଥବା ପତ୍ର ଗୁଡ଼ିକ ପ୍ରାୟ ଏକାପରି ହୋଇଥାଏ । ପତ୍ର ଗୁଡ଼ିକ ଲମ୍ବା ଏବଂ କାଣ୍ଡରେ ଏକାନ୍ତର ଭାବେ ଥାଏ । ଅର୍ଥାତ୍ ଗୋଟିଏ ପତ୍ର କାଣ୍ଡରେ ଗୋଟିଏ ପଟରେ ରହିଲେ ତା ପରେ ପତ୍ରଟି ଅନ୍ୟ ପାଖରେ ଥାଏ । ଫୁଲ ଧାନ ଥୋଡ଼ରୁ କେଣ୍ଡା ବାହାରିଥାଏ । ପ୍ରତ୍ୟେକ କେଣ୍ଡାରେ ଅନେକ ଫୁଲ ଥାଏ । ଧାନ ଫୁଲରେ ଦଳ ବା ପାଖୁଡ଼ା ନ ଥାଏ । ଏହି ଫୁଲ ପରାଗ ସଙ୍ଗମ ହେଲାପରେ ଧାନରେ ପରିଣତ ହୁଏ । ଫୁଲର ପରାଗ ରେଣୁ ଆସି ଗର୍ଭଦଣ୍ଡ ଉପରେ ପଡ଼ିଲେ, ତାହାକୁ ପରାଗସଙ୍ଗମ କୁହାଯାଏ । ଧାନ ଧାନ ଫଳକୁ ବୈଜ୍ଞାନିକମାନେ କାରିଓପସିସ୍ ବୋଲି କହିଥାନ୍ତି । ଧାନ ଭିତରେ ସାଧାରଣତଃ ଶ୍ଵେତସାର ଛାତୀୟ ଖାଦ୍ୟସାର ସାଇତା ହୋଇ ରହିଥାଏ । ଧାନ ସ୍ଵ - ପରାଗସଙ୍ଗମ ଜାତୀୟ ଗଛ । ସାଧାରଣତଃ ଧୋଡ଼ ଦେବାର ୧୫ ଦିନ ପରେ ଗଛରୁ କେଣ୍ଡା ବାହାରିଥାଏ । ପୁରା କେଣ୍ଡା ବାହାରିବା ପାଇଁ ୨/୩ ଦିନ ଲାଗେ ଏବଂ କେଣ୍ଡାରେ ସବୁ ଫୁଲ ଫୁଟିବାକୁ ୬ ରୁ ୧୦ ଦିନ ଲାଗିଥାଏ । କେଣ୍ଡାର ଉପର ଆଡ଼ୁ କ୍ରମେ ତଳ ଆଡ଼କୁ ଫୁଲ ଫୁଟେ । ଫୁଲର ଫୁକେଶର ବାହାରିବା ପରେ ପରେ ତାହାର ପରାଗ-ସଙ୍ଗମ ହୁଏ । ସାଧାରଣତଃ ଫୁଲା ସକାଳବେଳା ଫୁଟେ ଓ ବେଳେ ବେଳେ ଖରାବେଳ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଫୁଲ ଫୁଟିଲା ପରେ ତାହାର ଗର୍ଭାଧାନ ଶକ୍ତି ୩୦ ରୁ ୯୦ ମିନିଟ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ପରାଗ ରେଣୁର ଶକ୍ରିୟତା ୫ ମିନିଟରୁ ୫୦ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ଧାନ ସାଧାରଣତଃ କେଣ୍ଡା ବାହାରିବା ଠାରୁ ପାଚିବା ପର୍ଯ୍ୟନ୍ତ ୨୫ ରୁ ୩୦ ଦିନ ସମୟ ନେଇଥାଏ । ଧାନଗଛ ସହିତ ଆଲୋକ ସଂଶ୍ଳେଷଣ ଓ ସୁପ୍ତ ଅବସ୍ଥା ଧାନ ଅପେକ୍ଷାକୃତ ଅଛି ଆଲୋକ ଦରକାର କରୁଥିବା ଗଛ । ତେବେ ଖରା ଉପରେ ନିର୍ଭର କରି ଧାନ ଗଛରୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଗୋଟିଏ କିସମର ଗଛ ଏକ ନିର୍ଦ୍ଦିଷ୍ଟ ଋତୁରେ ହୋଇଥାଏ । ଆମ ରାଜ୍ୟରେ ବର୍ଷାଦିନେ ଚାଷ ହେଉଥିବା ପ୍ରାୟ ସବୁ ଦେଶୀଧାନ ଏହି କିସମର ଅଟେ । ଏହି ସବୁ କିସମଳୁ ବର୍ଷାଦିନେ ଯେତେ ବେଳେ ରୋଇଲେ ମଧ୍ୟ ତହିଁରୁ ନିର୍ଦ୍ଦିଷ୍ଟ ସମୟରେ ଥୋଡ଼ ଓ କେଣ୍ଡା ବାହାରିଥାଏ । ତେଣୁ ଏହିସବୁ କିସମକୁ ଡାଳୁଆ ଧାନ ହିସାବରେ ଚାଷ କଲେ। ତହିଁରୁ କେଣ୍ଡା ବାହାରିବ ନାହିଁ । ଅନ୍ୟ କିସମଟି ସବୁ ଋତୁରେ ଚାଷ କରାଯାଇ ପାରିବ । ଗଛ ଉଠିବାର ନିର୍ଦ୍ଦିଷ୍ଟ ଦିନପରେ ଏହି କିସମର ଧାନରୁ କେଣ୍ଡା ବାହାରିବ । ଆଜିକାଲି ଚାଷ ହେଉଥିବା ଅଧିକାଂଶ ଅଧିକ ଅମଳକ୍ଷମ ଧାନ କିସମ ଏହି ଶ୍ରେଣୀର । ପୁନଶ୍ଚ, ଦେଶୀ କିସମର ଧାନ ଅମଳ ହେବା ପରେ ସଙ୍ଗେ ସଙ୍ଗେ ବୁଣିଲେ ତହିଁରୁ ଗଜା ହୁଏ ନାହିଁ । ଖୁବ୍ କମରେ ପ୍ରାୟ ୩୦ ରୁ ୯୦ ଦିନ ସାଇତି ରଖିବା ପରେ ଏଥିରୁ ଗଜା ହୋଇଥାଏ । କିନ୍ତୁ ଅଧିକ ଅମଳକ୍ଷମ ଧାନର ସୁପ୍ତ ଅବସ୍ଥା ନ ଥାଏ । ଅର୍ଥାତ୍ ଏହି ଧାନ ଅମଳ ହେବା ପରେ ପରେ ବୁଣିଲେ ତହିଁରୁ ଗଜା ହୋଇଥାଏ । ଅନେକ ସମୟରେ ଡେରିରେ ଡାକୁଆ ଧାନ ରୋଇଥଲେ, ଅମଳ ହେବା ସମୟରେ ଯଦି ବର୍ଷା ହୁଏ, ତେବେ ଧାନ କେଣ୍ଡାରେ ଥାଇ ମଧ୍ୟ ଗଢା ହୋଇଥାଏ । ଯେ କୌଣସି ଧାନ କିସମରୁ ଅଧିକ ଅମଳ ପାଇବାକୁ ହେଲେ ସେହି କିସମର କେତେ ଗୁଡ଼ିଏ ସ୍ଵତନ୍ତ୍ର ଗୁଣଥିବା ଦରକାର । ଗୋଡ଼ା ଗଛ ଓ ଟାଣ କାଣ୍ଡ – ଏହା ଫଳରେ ଗଛ ପଡ଼ିଯାଏ ନାହିଁ । ସିଧା ରହୁଥିବା ପତ୍ର- ପତ୍ର ସିଧା ରହିଲେ ଅଧିକ ସୂର୍ଯ୍ୟକିରଣ ଗ୍ରହଣ କରେ, ଯାହା ଫଳରେ ଅଧିକ ଖାଦ୍ୟ ପ୍ରସ୍ତୁତ କରିପାରେ । ପତ୍ର ଛୋଟ ଏବଂ ଅଣଓସାର ହେଲେ, ଏହା ମଧ୍ୟ ଗଛର ଖାଦ୍ୟ ସଂଗ୍ରହ ଓ ଶ୍ଵାସକ୍ରିୟାରେ ସାହାଯ୍ୟ କରେ। ପିଇ ପ୍ରତ୍ୟେକ ବୁଦାରୁ ୮-୧୦ ଟି ପିଲ ବାହାରିଲେ ଅମଳ ଲାଭଜନକ ହୋଇଥାଏ । ୧୨୫ ରୁ ୧୩୫ ଦିନ ଭିତରେ ଅମଳ ହେଉଥିବା କିସମ ଚାଷ କରିବା ଉଚିତ୍ । ଏହିସବୁ କିସମର ଗଛ ବେଶି ବଢ଼େନାହିଁ । କିନ୍ତୁ ଅମଳ ଅଧିକ ହୋଇଥାଏ । ତେବେ ଯେ କୌଣସି ଧାନ କିସମର ଅମଳ ନିମ୍ନଲିଖିତ କେତୋଟି କାରଣ ଉପରେ ନିର୍ଭର କରେ । ଯଥା – ଏକ ବର୍ଗମିଟର ଭିତରେ ଅବା ଗଛ ସଂଖ୍ୟା । ପ୍ରତି ବୁଦାରୁ କେଣ୍ଡା ବାହାରିବା ଶକ୍ତି ଅବା ପିଲ ସଂଖ୍ୟା । ପ୍ରତି କେଣ୍ଡାରେ ଥିବା ଧାନ ସଂଖ୍ୟା । ଧାନର ଓଜନ । ତେଣୁ ଜଣେ ଭଲ ଚାଷ । ଏହିସବୁ କଥାକୁ ମନେ ରଖି ଉନ୍ନତ ପ୍ରଣାଳୀରେ ଧାନଚାଷ କଲେ ନିଶ୍ଚୟ ଅଧିକ ଅମଳ ପାଇପାରିବ, ଏଥିରେ ସନ୍ଦେହ ନାହିଁ । ଆମ ରାଜ୍ୟ ପାଇଁ ଉପଯୁକ୍ତ କେତେକ ଧାନ କିସମ ଆଜିକାଲି ଅଧିକ ଅମଳକ୍ଷମ ଧାନର ପ୍ରସାର ଖୁବ୍ ଜୋରରେ ହେଉଅଛି । ଆମ ଚାଷୀମାନେ ଉଭୟ ବର୍ଷା ଓ ଖରାଦିନେ ବିଭିନ୍ନ କିସମର ଅଧିକ ଅମଳକ୍ଷମ ଧାନ ଚାଷ କରୁଛନ୍ତି । କିନ୍ତୁ ବର୍ଷାଦିନେ ଆମ ରାଜ୍ୟରେ ଏପରି ଅନେକ ଜମି ଅଛି ଯେଉଁଠାରେ ଅଧିକ ଅମଳକ୍ଷମ ଧାନ ଚାଷ କରିବା ସମ୍ଭବପର ହେଉନାହିଁ । ତେଣୁ ସେ ସବୁ ଜମିରେ ଚାଷୀ ଭାଇମାନେ ଦେଶୀ ବା ଉନ୍ନତ କିସମର ଧାନ ଚାଷ କରୁଅଛନ୍ତି । ଅଧିକ ଅମଳକ୍ଷମ ଧାନ ଆସିବା ପୂର୍ବରୁ ଓଡ଼ିଶାରେ କେତେ ଗୁଡ଼ିଏ ଉନ୍ନତ କିସମର ଧାନ କୃଷି ବିଭାଗ ଦ୍ଵାରା ଚାଷୀମାନଙ୍କୁ ଦିଆଯାଉଥିଲା । ସେଗୁଡ଼ିକ ହେଲା ଟ-୧୪୧, ଟି- ୧୨:୪୨, ବି.ଏ.ଏମ୍.- ୯, ବି.ଏ.ଏମ-୬ । ଏହି ସବୁ କିସମ ଭିତରୁ ଟି- ୧୪୧ ମଝାଳିଆ ଜମିରେ ଚାଷ କରାଯାଇ ପାରିବ । ଏହି କିସମ କେବଳ ବର୍ଷା । ଦିନେ ଚାଷ ହୋଇଥାଏ ଓ ୧୫:୫ ଦିନରେ ଅମଳ ହୋଇଥାଏ । ଏହାର ଚାଉଳ ସରୁ ଓ ଭାତ ଖୁବ୍ ଭଲ ହୁଏ । ଉନ୍ନତ ପ୍ରଣାଳୀରେ ଚାଷ କଲେ ଏହି କିସମରୁ ଏକର ପିଛା ୧୫/୧୬ କ୍ଵିଣ୍ଟାଲ୍ ଧାନ ସହଜରେ ମିଳିଥାଏ । ଆଜିକାଲି ଆମର କୃଷି ବୈଜ୍ଞାନିକ ମାନେ ଏହି କିସମ ସହିତ ଅନ୍ୟାନ୍ୟ ଅଧିକ ଅମଳକ୍ଷମ କିସମର ମିଶ୍ରଣରେ ନୂଆ ନୂଆ ଧାନ କିସମ ବାହାର କରୁଅଛନ୍ତି । ଟି-୧୨୪୨ ଓ ଟି-୯ କିସମ ଖାଇ ବିଲରେ ଚାଷ ହୋଇଥାଏ । ଏହା ଅମଳ ହେବାକୁ ପ୍ରାୟ ୧୬୦ ଦିନ ସମୟ ନିଏ । ଟି-୧୨୪୨ ଧାନର ମୂଳ କଳା, ଚାଉଳ ମଧ୍ୟମ ସରୁ ଓ ଖାଇବାକୁ ସୁସ୍ଵାଦୁ । ଟି-୯ ର ମୂଳ ଧଳା, ଚାଉଳ ସରୁ । ବି.ଏ.ଏମ-୬ ଓ ବି.ଏ.ଏମ-୯ ମଝାଳିଆ ଜମିରେ ଚାଷ ହୋଇଥାଏ ଏବଂ ଅମଳ ହେବା ପାଇଁ ପ୍ରାୟ ୧୪୦ ଦିନ ସମୟ ନେଇଥାଏ । ଅଧିକ ଅମଳକ୍ଷମ ଧାନ କିସମ ଆଜିକାଲି ଆମ ରାଜ୍ୟରେ ଡ଼ିପା, ମଝାଳିଆ ଓ ଅଳ୍ପ ଖାଲଜମିରେ ଅଧିକ ଅମଳକ୍ଷମ ଧାନ କିସମ ଚାଷ କରାଯାଉଅଛି । ପ୍ରଥମେ ୧୯୬୫-୬୬ ମସିହାରେ ଟାଇଚୂନ୍ ନେଟିଭ୍ ୧ ଓ ଆଇ.ଆର୍-୮ ଧାନ ଚାଷ ହୋଇଥିଲା । ପରେ ଛୟା, ପଦ୍ମା, ପଙ୍କଜ ପ୍ରଭୃତି ଅନେକ କିସମର ବିହନ ମଧ୍ୟ ଚାଷୀ ମାନଙ୍କୁ ଦିଆଯାଉଥିଲା । ତେବେ ବର୍ତ୍ତମାନ ବିଭିନ୍ନ ଜମି ପାଇଁ ଅନେକ ପ୍ରକାରର ଅଧିକ ଅମଳକ୍ଷମ ଧାନ କିସମ ଚାଷ କରିବା ପାଇଁ ପରାମର୍ଶ ଦିଆଯାଉଅଛି । ନିମ୍ନରେ ସେହି ସବୁ କିସମ ବିଷୟରେ କେତେକ ତଥ୍ୟ ଦିଆଯାଇଅଛି । ଆମ ରାଜ୍ୟ ପାଇଁ ଅନୁମୋଦିତ ଅଧିକ ଅମଳକ୍ଷମ ଧାନ କିସମ କିସମ ଅମଳ ଅବଧି (ଦିନ) ଚାଉଳ କିସମ ସ୍ଵତନ୍ତ୍ର ଗୁଣ ଅତି ଢିପ ଜମି ପାଇଁ କଲ୍ୟାଣୀ – ୨ ୬୨ ଲମ୍ବା ଓ ମୋଟା ଅତି ସଅଳ କିସମ ଓ ଉଚ୍ଚ ହୀରା ୬୯ ଲମ୍ବା ଓ ମୋଟା କୋହାଳିଆ, ହଳଦୀଗୁଣ୍ଡି, ଟୁଙ୍ଗ୍ରୋ ଓ ମହିଷା ରୋଗ ନିରୋଧକ । ଆଲୋକ ଓ ଉତ୍ତାପ ସମ୍ବେଦୀ, ବିହନ ୧୨ ଦିନ ପର୍ଯ୍ୟନ୍ତ ସୁପ୍ତ ଅବସ୍ଥାରେ ରହେ । ଢିପ ଜମି ପାଇଁ ରୁଦ୍ର ୮୫ ମଧ୍ୟମ ଓ ମୋଟା ହଳଦୀ ଗୁଣ୍ଡି ପୋକ ଓ ପତ୍ର ଚିତା ରୋଗ ନିରୋଧକ । ଶଙ୍କର ୮୫ ମଧ୍ୟମ ଓ ସରୁ ପତ୍ରପୋଡା ଓ ପତ୍ରଚିତା ରୋଗ ତଥା କାଣ୍ଡବିନ୍ଧା ପୋକ ସହଣୀଶକ୍ତି ଅଛି । ପଥରା ୯୦ ମଧ୍ୟମ ଓ ମୋଟା ମରୁଡ଼ି ସହିପାରେ, ପାହାଡିଆ ଅଞ୍ଚଳ ପାଇଁ ଉପଯୁକ୍ତ । କାଣ୍ଡବିନ୍ଧା ଓ ମାଟିଆଗୁଣ୍ଡି ପୋକ ଓ ପତ୍ରପୋଡା ରୋଗ ନିରୋଧକ । ନୀଳା ୯୦ ମଧ୍ୟମ ଓ ମୋଟା କୋହାଳିଆ, ମାଟିଆ ଗୁଣ୍ଡି ପୋକ ଓ ମହିଷା ରୋଗ ନିରୋଧକ। ବନ୍ଦନା ୯୦ – ୯୫ ଲମ୍ବା ଓ ମୋଟା ମହିଷା, ପତ୍ରଚିତା ରୋଗ ଓ କାଣ୍ଡବିନ୍ଧା ପୋକ ନିରୋଧକ । ଥଣ୍ଡା ସହିପାରେ । ବନପ୍ରଭା ୯୦ – ୯୫ ଲମ୍ବା ଓ ସରୁ ଟୁଙ୍ଗ୍ରୋ ଓ ପତ୍ରଚିତା ରୋଗ ସହାଣୀ ଶକ୍ତି ରହିଛି । ପାରିଜାତ ୯୫ ମଧ୍ୟମ ସରୁ ପତ୍ରଚିତା, ପତ୍ରପୋଡା ରୋଗ ଓ କାଣ୍ଡବିନ୍ଧା ପୋକ ରୋଗ ନିରୋଧକ । ଘଣ୍ଟେଶ୍ଵରୀ ୯୦ – ୯୫ ମଧ୍ୟମ ଓ ମୋଟା ମହିଷା ରୋଗ, କାଣ୍ଡବିନ୍ଧା ଓ କାହାଳିଆ ପୋକ ସହଣୀ ଶକ୍ତି ଅଛି । ନୀଳଗିରି ୯୦ – ୯୫ ମଧ୍ୟମ ସରୁ କୋହାଳିଆ, କାଣ୍ଡବିନ୍ଧା ପୋକ, ପତ୍ରପୋଡା, ପତ୍ରଛାଦ ଓ ମହିଷା ରୋଗ ସହିପାରେ । ଖଣ୍ଡଗିରି ୯୦ – ୯୫ ମଧ୍ୟମ ସରୁ କାହାଳିଆ ଓ ମାଟିଆଗୁଣ୍ଡି ପୋକ ନିରୋଧକ । ଯୋଗେଶ ୯୦ ମଧ୍ୟମ ମୋଟା ଧାନ ଓ ଧଳା ଚାଉଳ ଟୁଙ୍ଗ୍ରୋ ଭାଇରସ୍ ପ୍ରତିରୋଧ ଶକ୍ତି ଅଛି । ମହିଷା ଓ ପତ୍ରପୋଡା ନିରୋଧକ । କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ସିଦ୍ଧାନ୍ତ ୯୦ ମଧ୍ୟମ ମୋଟା ଲାଲ୍ ଧାନ ଓ ଧଳା ଚାଉଳ କୋହାଳିଆ ଓ ମାଟିଆ ଗୁଣ୍ଡି ପୋକ, ମହିଷା, ପତ୍ରପୋଡା ଓ ଟୁଙ୍ଗ୍ରୋରୋଗ ସହଣୀ ଶକ୍ତି ଅଛି । ଅନ୍ନପୂର୍ଣ୍ଣା ୧୦୦ ମୋଟା ମହିଷା, ପତ୍ରଚିତା ରୋଗ ଓ କାଣ୍ଡବିନ୍ଧା ପୋକ ସହଣୀ ଶକ୍ତି ଅଛି । ତାରା ୧୦୦ ମଧ୍ୟମ ମୋଟା କାହାଳିଆ, ପତ୍ରଡିଆଁ, ମାଟିଆଗୁଣ୍ଡି ପୋକ, ମହିଷା ଓ ଟୁଙ୍ଗ୍ରୋରୋଗ ସହଣୀ ଶକ୍ତି ଅଛି । ଉଚ୍ଚ ମଝିଆଳି ଜମି ପାଇଁ କଳିଙ୍ଗ - ୨ ୧୧୦ – ୧୧୫ ସରୁ କାଣ୍ଡବିନ୍ଧା ଓ କାହାଳିଆ ପୋକ ସହଣୀଶକ୍ତି ଅଛି । ଅନ୍ନଦା ୧୧୦ ମୋଟା କାଣ୍ଡବିନ୍ଧା ଓ ମାଟିଆଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ଶତାଦ୍ଦୀ ୧୧୦ – ୧୧୫ ଲମ୍ବା ଓ ସରୁ ମହିଷା ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ଡାଳୁଅ ଫସଲ ପାଇଁ ଉପଯୁକ୍ତ। ଆଇ . ଆର୍ – ୩୬ ୧୧୫ – ୧୨୦ ମଧ୍ୟମ ସରୁ କାଣ୍ଡବିନ୍ଧା, କାହାଳିଆ, ହଳଦୀଗୁଣ୍ଡି ପୋକ, ପତ୍ରପୋଡା ଓ ପତ୍ରଚିତା ରୋଗ ସହଣୀ ଶକ୍ତି ଅଛି । ସରସା ୧୨୦ ଲମ୍ବା ଓ ସରୁ କାଣ୍ଡବିନ୍ଧା ପୋକ ଓ ଟୁଙ୍ଗ୍ରୋରୋଗ ନିରୋଧକ, ବଢିପାଣି ସହିପାରେ । ସାରଥି ୧୧୫ – ୧୨୦ ମଧ୍ୟମ ମୋଟା ମହିଷା, ପତ୍ରପୋଡା, ପତ୍ରଚିତା ରୋଗ, କାଣ୍ଡବିନ୍ଧା ଓ ହଳଦୀ ଗୁଣ୍ଡି ପୋକ ନିରୋଧକ । ଏମ୍ . ଟି.ୟୁ – ୧୦୧୦ ୧୨୦ ଲମ୍ବା ଓ ସରୁ ପତ୍ରପୋଡା, ମହିଷା ରୋଗ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ଖାରବେଳ ୧୨୦ ମଧ୍ୟମ ସରୁ କାହାଳିଆ, ମାଟିଆ ଗୁଣ୍ଡି ପୋକ, ପତ୍ରପୋଡା, ମହିଷା ରୋଗ ସହଣୀ ଶକ୍ତି ଅଛି । ମଧ୍ୟମ ଲୌହ ବିଷାକ୍ତ ଜମିରେ ଉଭୟ ଖରିଫ୍ ଓ ରବି ଋତୁରେ ଚାଷ ହୋଇପାରିବ । ନବୀନ ୧୧୫ – ୧୨୦ ମଧ୍ୟମ ସରୁ ମହିଷା ଓ ପତ୍ରଚିତା ରୋଗ ସହଣୀ ଶକ୍ତି ଅଛି । ଲଲାଟ ୧୨୫ ଲମ୍ବା ଓ ସରୁ କାହାଳିଆ, କାଣ୍ଡବିନ୍ଧା ପୋକ, ପତ୍ରଛାଦ, ପତ୍ରପୋଡା ଓ ପତ୍ରଚିତା ଆଦି ରୋଗ ସହଣୀ ଶକ୍ତି ଅଛି । ଲୌହ ବିଷାକ୍ତ ମାଟି ସହାଣୀ ଅଛି । ଡେରିରେ ତଳି ରୁଆ ଯାଇପାରିବ । କୋଣାର୍କ ୧୨୫ ଲମ୍ବା ଓ ସରୁ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ମଧ୍ୟମ ଲୌହ ବିଷାକ୍ତ ମାଟିରେ ଚାଷ କରାଯାଇପାରିବ । ଇନ୍ଦିରା ୧୨୫ ମଧ୍ୟମ ମୋଟା କାଣ୍ଡବିନ୍ଧା ପୋକ ଓ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି । ବିଳମ୍ବରେ ରୋଇବା ପାଇଁ ଉପଯୁକ୍ତ । ଶକ୍ତିମାନ ୧୨୫ ମଧ୍ୟମ ମୋଟା କାହାଳିଆ ପୋକ, ପତ୍ରପୋଡା ଓ ଟୁଙ୍ଗ୍ରୋରୋଗ ସହଣୀ ଶକ୍ତି ଅଛି । ଭୋଇ ୧୨୫ ମଧ୍ୟମ ମୋଟା ମହିଷା, ପତ୍ରପୋଡା ରୋଗ, କାହାଳିଆ ଓ ଧଳାପିଠିଆ ପୋକ ସହଣୀ ଶକ୍ତି ଅଛି । ଗଜପତି ୧୨୫ – ୧୩୦ ମଧ୍ୟମ ସରୁ କାହାଳିଆ, କାଣ୍ଡବିନ୍ଧା ପୋକ, ମହିଷା ଓ ପତ୍ରଛାଦ ରୋଗ ସହଣୀ ଶକ୍ତି ଅଛି । ଲୌହ ବିଷାକ୍ତ ମାଟି ସହଣୀ ଶକ୍ତି ଅଛି । ମଝିଆଳି ଜମି ପାଇଁ ସୁରେନ୍ଦ୍ର ୧୩୦ ମଧ୍ୟମ ମୋଟା ମହିଷା, ବାଦାମୀଦାଗ, ପତ୍ରଛାଦ ପଚା ଓ ଟୁଙ୍ଗ୍ରୋ ଆଦି ରୋଗ ସହଣୀ ଶକ୍ତି ଅଛି । ମଧ୍ୟମ ଲୌହ ବିଷାକ୍ତ ମାଟିରେ ଚାଷ କରାଯାଇପାରିବ । ତପସ୍ଵିନୀ ୧୩୦ ମଧ୍ୟମ ସରୁ ଧଳାପିଠିଆ ଓ ପତ୍ରଡିଆଁ ପୋକ ସହଣୀ ଶକ୍ତି ଅଛି । ବସୁନ୍ଧରା ୧୩୦ – ୧୪୦ ମଧ୍ୟମ ସରୁ ଟୁଙ୍ଗ୍ରୋ ଓ ମହିଷା ରୋଗ ସହଣୀ ଶକ୍ତି ଅଛି । ବିଳମ୍ବ ରୁଆ ପାଇଁ ଉପଯୁକ୍ତ । ବିରୂଆ ୧୩୦ – ୧୩୫ ମଧ୍ୟମ ମୋଟା କାଣ୍ଡବିନ୍ଧା, କାହାଳିଆ, ମାଟିଆ ଗୁଣ୍ଡି ପୋକ ଓ ଟୁଙ୍ଗ୍ରୋ ରୋଗ ସହଣୀ ଶକ୍ତି ଅଛି । ଗୌରୀ ୧୩୫ ମଧ୍ୟମ ସରୁ କାଣ୍ଡବିନ୍ଧା, କାହାଳିଆ, ମାଟିଆ ଗୁଣ୍ଡି ପୋକ, ହଳଦୀଗୁଣ୍ଡି ପୋକ ଓ ପତ୍ରପୋଡା ରୋଗ ନିରୋଧକ । ପ୍ରତାପ ୧୩୫ ମଧ୍ୟମ ସରୁ କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । କ୍ଷୀରା ୧୩୫ ମଧ୍ୟମ ସରୁ କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ଯଯାତି ୧୩୫ ମଧ୍ୟମ ସରୁ ମହିଷା, ପତ୍ରଚିତା, ପତ୍ରପୋଡା ରୋଗ ଓ ହଳଦୀଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ଗୀତାଞ୍ଜଳୀ ୧୩୦ – ୧୩୫ ଲମ୍ବା ଓ ସରୁ ଚାଉଳ ସରୁ ଓ ବାସନାଯୁକ୍ତ । ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ବିଜେତା ( ଏମ୍ .ଟି.ୟୁ.୧୦୦୧) ୧୩୫ ମଧ୍ୟମ ମୋଟା ଧାନ ପାଚିବା ଠାରୁ ୬ – ୮ ସପ୍ତାହ ସୁପ୍ତାବସ୍ଥା ରହେ । ଭଞ୍ଜ ୧୪୦ ମଧ୍ୟମ ମୋଟା କାଣ୍ଡବିନ୍ଧା, କାହାଳିଆ, ହଳଦୀଗୁଣ୍ଡି ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ମେହେର ୧୪୦ ମଧ୍ୟମ ମୋଟା କାଣ୍ଡବିନ୍ଧା, କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ରାମକୃଷ୍ଣ ୧୪୦ - ଲୌହ ବିଷାକ୍ତ ମାଟି ପାଇଁ ଉପଯୁକ୍ତ ସାମନ୍ତ ୧୪୦ ମଧ୍ୟମ ମୋଟା କାଣ୍ଡବିନ୍ଧା, କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ପଦ୍ମିନୀ ୧୪୦ ଲମ୍ବା ଓ ସରୁ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି । ବିଳମ୍ବ ରୁଆ ପାଇଁ । ପ୍ରତୀକ୍ଷା ୧୪୦ ମଧ୍ୟମ ସରୁ କାହାଳିଆ, ମାଟିଆ ଗୁଣ୍ଡି ପୋକ ଓ ପତ୍ରପୋଡା, ମହିଷା ରୋଗ ସହଣୀ ଶକ୍ତି ଅଛି । ଫାଲଗୁନୀ ୧୪୦ ଲମ୍ବା ଓ ସରୁ କାହାଳିଆ ପୋକ ସହଣୀ ଶକ୍ତି ଅଛି । ଉର୍ବଶୀ ୧୪୫ ମଧ୍ୟମ ମୋଟା କାହାଳିଆ ପୋକ ସହଣୀ ଶକ୍ତି ଅଛି । ସ୍ଵର୍ଣ୍ଣ ୧୪୦ ମଧ୍ୟମ ସରୁ ରୋଗ ଓ ପୋକ ପରିଚାଳନା ଜରୁରୀ । କାହାଳିଆ ଓ ଚକଡା ପୋକ ପାଇଁ ସତର୍କତା । ପ୍ରତିକୂଳ ପରିସ୍ଥିତିରେ ୪୫ ଦିନିଆ ତଳି ରୁଆଯାଇ ପାରିବ । ମସୋରୀ ୧୪୫ ମଧ୍ୟମ ସରୁ ଲୌହ ବିଷାକ୍ତ ମାଟି ପାଇଁ ଉପଯୁକ୍ତ । ମୋତି ୧୪୫ ଲମ୍ବା ଓ ସରୁ ମହିଷା ରୋଗ, ପତ୍ରଡିଆଁ ଓ କାହାଳିଆ ପୋକ ସହଣୀ ଶକ୍ତି ଅଛି । ଟୁଙ୍ଗ୍ରୋ ଭାଇରସ୍ ପ୍ରତିରୋଧକ ଶକ୍ତି ଅଛି । ନଳିତା କାଟିବା ପରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରୁଆ ଯାଇପାରିବ । ଖାଲ ଜମି ପାଇଁ ଲୁଣୀଶ୍ରୀ ୧୪୫ ଲମ୍ବା ଓ ସରୁ ଉପକୂଳବର୍ତ୍ତୀ ଲୁଣା ଖାଲ ଜମିରେ ଚାଷ ପାଇଁ ଉପଯୁକ୍ତ । ସ୍ୱଳ୍ପ ସମୟ ପାଇଁ ବନ୍ୟାଜଳ ସହିପାରେ । କେବଳ ଖରିଫ ଚାଷ ପାଇଁ ପ୍ରଯୁଜ୍ୟ । କେତକୀ ଯୋହା ୧୪୫ – ୧୫୦ ମଧ୍ୟମ ସରୁ ବାସନା ଚାଉଳ କାଣ୍ଡବିନ୍ଧା, କାହାଳିଆ ପୋକ, ପତ୍ରଛାଦ ଓ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି । ସୋନାମଣୀ ୧୫୦ ମୋଟା ଉପକୂଳବର୍ତ୍ତୀ ଖାଲୁଆ ଓ ସାମାନ୍ୟ ଲୁଣି କିସମ ଜମିରେ ଚାଷ ପାଇଁ ପ୍ରଯୁଜ୍ୟ । ମହାନଦୀ ୧୫୫ ମୋଟା ମହିଷା, ପତ୍ରଚିତା, ପତ୍ରଛାଦ ରୋଗ ପ୍ରତିରୋଧ ଶକ୍ତି ଅଛି । ପତ୍ରମୋଡା, ଚକଡା ପୋକ ପ୍ରତି ମଧ୍ୟମ ଧରଣର ସହଣୀ ଶକ୍ତି ଅଛି । ବିଳମ୍ବରେ ରୁଆ ଯାଇ ପାରିବ । ଜଗବନ୍ଧୁ ୧୫୫ ମଧ୍ୟମ ମୋଟା ଟୁଙ୍ଗ୍ରୋ, ହୋଲମାଗଟ୍, ମହିଷା, ପତ୍ରଛାଦ ଓ ପତ୍ରପୋଡା ରୋଗ ପ୍ରତିରୋଧ ଶକ୍ତି ଅଛି । ପ୍ରାଚୀ ୧୫୫ ମଧ୍ୟମ ମୋଟା ମହିଷା, ପତ୍ରଚିତା ରୋଗ ଓ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି । ରାମଚଣ୍ଡୀ ୧୫୫ ଲମ୍ବା ଓ ମୋଟା ପତ୍ରଛାଦ, ପତ୍ରଚିତା ରୋଗ ପ୍ରତିରୋଧ ଶକ୍ତି ଅଛି । ଇନ୍ଦ୍ରାବତୀ ୧୫୦ ମଧ୍ୟମ ସରୁ ପତ୍ରଛାଦ, ପଚା ଓ ମହିଷା ରୋଗ ପ୍ରତିରୋଧ ଶକ୍ତି ଅଛି । ବର୍ଷାଧାନ ୧୫୫ – ୧୬୦ ଲମ୍ବା ଓ ମୋଟା ମହିଷା, ପତ୍ରପୋଡା, ପତ୍ରଛାଦ ରୋଗ ବ୍ୟତୀତ ଚକଡା ପୋକ ପ୍ରତି ମଧ୍ୟମ ଧରଣର ପ୍ରତିରୋଧ ଶକ୍ତି ଅଛି । ଭଲ ମୁଢି ପାଇଁ ଉପଯୁକ୍ତ । କାଞ୍ଚନ ୧୫୫ – ୧୬୦ ମଧ୍ୟମ ସରୁ ମହିଷା, ବାଦାମୀ ଦାଗ, ପତ୍ରପୋଡା ରୋଗ ଓ ଚକଡା ପୋକ ପ୍ରତିରୋଧ ଶକ୍ତି ଅଛି । ସାବିତ୍ରୀ ( ସି.ଆର୍. – ୧୦୦୯) ୧୫୫ ମଧ୍ୟମ ମୋଟା କାହାଳିଆ ପୋକ ଓ ପତ୍ରଚିତା ରୋଗ ସହଣୀ ଶକ୍ତି ଅଛି । ଗାୟତ୍ରୀ (ସି.ଆର୍. – ୧୦୧୮) ୧୫୫ ମୋଟା ମହିଷା, ପତ୍ରପୋଡା ରୋଗ ଓ ବଙ୍ଗି ପୋକ ସହଣୀ ଶକ୍ତି ଅଛି । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବିଳମ୍ବରେ ରୁଆଯାଇ ପାରିବ । ସାମାନ୍ୟ ଲୁଣା ଜମିରେ ଚାଷ କରିହେବ । ପୂଜା ୧୫୫ ମଧ୍ୟମ ସରୁ ମହିଷା, ପତ୍ରପୋଡା ରୋଗ ନିରୋଧକ । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବିଳମ୍ବରେ ବୁଣାଯାଇ ପାରିବ । ସାମ୍ବା ମସୁରୀ ୧୫୦ ମଧ୍ୟମ ସରୁ ରୋଗ ଓ ପୋକ ପ୍ରବଣ କିସମ ହେତୁ ବିଶେଷ ପ୍ରତିକାର ବ୍ୟବସ୍ଥା ଲୋଡା । ବିହନର ସୁପ୍ତା ଅବସ୍ଥା ଅଛି । ଧରିତ୍ରୀ ୧୫୫ ମୋଟା ମଧ୍ୟମ ଧରଣର ମହିଷା, ପତ୍ରପୋଡା ରୋଗ ଓ କାହାଳିଆ ତଥା କାଣ୍ଡବିନ୍ଧା ପୋକ ସହଣୀ ଶକ୍ତି ଅଛି । ଅଗଷ୍ଟ ଶେଷ ପର୍ଯ୍ୟନ୍ତ ବିଳମ୍ବରେ ବୁଣାଯାଇ ପାରିବ । ଦୂର୍ଗା ୧୬୦ ସରୁ ମହିଷା, ପତ୍ରପୋଡା, ଟୁଙ୍ଗ୍ରୋ ରୋଗ ଓ ଚକଡା ପୋକ ସହଣୀ ଶକ୍ତି ଅଛି । ବିଳମ୍ବରେ ୫୦ ଦିନର ତଳି ରୁଆଯାଇ ପାରିବ । ସାରଳା ୧୬୦ ମଧ୍ୟମ ସରୁ ଅଧିକ ଯବକ୍ଷାରଜାନ ପ୍ରୟୋଗ କଲେ ପତ୍ରପୋଡା ଓ ପତ୍ରଦାଗ ରୋଗ ହୁଏ । ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଉପଯୁକ୍ତ । ସି.ଆର୍. – ୧୦୧୪ ୧୬୦ ମଧ୍ୟମ ସରୁ ରୋଗ ପୋକ ସହଣୀ ମଧ୍ୟମ ଧରଣର । ବିଳମ୍ବରେ ରୁଆଯାଇ ପାରେ । ଅତ୍ୟଧିକ ଆଲୋକ ସମ୍ବେଦନଶୀଳ । ଉତ୍କଳ ପ୍ରଭା (ସି.ଆର୍. – ୧୦୩୦ ) ୧୫୫ ମଧ୍ୟମ ସରୁ ରୋଗ ପୋକ ସହଣୀ ଗୁଣ, ସାଧାରଣ ଅତ୍ୟଧିକ ଆଲୋକ ସମ୍ବେଦନଶୀଳ । ଉପହାର ୧୬୦ ମୋଟା ରୋଗପୋକ ସହଣୀ ଗୁଣ । ସାଧାରଣ ଆଲୋକ ସମ୍ବେଦନଶୀଳ । ବିଳମ୍ବରେ ୫୦ ଦିନିଆ ତଳି ରୁଆଯାଇ ପାରିବ । ତୁଳସୀ (ସି.ଆର୍. –୨୬୦ - ୧୭୧) ୧୭୦ ମଧ୍ୟମ ସରୁ ମହିଷା, ବାଦାମୀ ପତ୍ରଦାଗ ରୋଗ ଓ କାଣ୍ଡବିନ୍ଧା ପୋକ ପ୍ରତି ମଧ୍ୟମ ସହଣୀ ଶକ୍ତି ଅଛି । ସ୍ୱଳ୍ପ ସମୟ ପାଇଁ ଅଚାନକ ବନ୍ୟାଜଳ ସହଣୀ ଶକ୍ତି ଅଛି । କଳାଶ୍ରୀ ୧୬୦ ଲମ୍ବାସରୁ ମହିଷା ରୋଗ ପ୍ରତିରୋଧ ଶକ୍ତି ମଧ୍ୟମ ଧରଣର । ବଙ୍ଗି ପୋକ ସହଣୀ ଶକ୍ତି ଅଛି । ସବିତା ୧୬୦ – ୧୬୫ - ରୋଗ ପୋକ ସହଣୀ ଶକ୍ତି ମଧ୍ୟମ ଧରଣର । ୩ ମାସ ପର୍ଯ୍ୟନ୍ତ ବିହନରେ ସୁପ୍ତାବସ୍ଥା ଥାଏ । ୭୦ ସେ.ମି ପର୍ଯ୍ୟନ୍ତ ଠିଆପାଣି ସହିପାରେ । ପାଣିଧାନ ୧୮୦ ମଧ୍ୟମ ସରୁ ମହିଷା ରୋଗ ଓ ବଙ୍ଗିପୋକ ସହଣୀ ମଧ୍ୟମ ଧରଣର । ପତ୍ର ପୋଡା ଓ ଚକଡା ପ୍ରତି ସତର୍କ ରହିବାକୁ ପଡିବ । ୧୦ ଦିନ ପର୍ଯ୍ୟନ୍ତ ବୁଡା ପାଣି ସହିପାରେ । ବନ୍ୟା ପ୍ରଭାବିତ ଅଞ୍ଚଳପାଇଁ ଉପଯୁକ୍ତ । ବି.ଦ୍ର : ଉପରୋକ୍ତ କିସମ ଗୁଡିକ ମଧ୍ୟରୁ ତୁଲସୀ, ସାରଳା, ଦୂର୍ଗା ଓ ପାଣିଧାନ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଉପଯୁକ୍ତ । ପାଣି ଜମିରହୁଥିବା ଅଞ୍ଚଳପାଇଁ ଜଳ ସହଣୀ କିସମ ଜଳପ୍ରଭା ୧୭୦ ଛୋଟ ମୋଟା କାଣ୍ଡବିନ୍ଧା ପୋକ ସହଣୀ ଜଳଧି - ୧ ୧୭୦ ଛୋଟ ମୋଟା ଆଲୋକ ସମ୍ବେଦନଶୀଳ । ପାଣିର ପତନ ଅନୁସାରେ ଧାନ ବଢେ । ଜିତେନ୍ଦ୍ର ୧୮୫ ଲମ୍ବା ଓ ସରୁ - କ୍ଷୀର ଓ ଲୁଣ ସହଣୀ କିସମ ସି.ଏସ୍.ଟି ୭ – ୧ ୧୩୦ ଲମ୍ବା ଓ ମୋଟା ସମୁଦ୍ରକୁଳିଆ ଲୁଣି ଜମି ପାଇଁ ସି.ଏସ୍ . ଆର୍ – ୧୦ ୧୨୫ ଛୋଟ ଓ ମୋଟା ସମୁଦ୍ରକୁଳିଆ ଲୁଣି ଜମି ପାଇଁ ସି.ଏସ୍ . ଆର୍ – ୧୩ ୧୩୦ ମଧ୍ୟମ ସରୁ ସମୁଦ୍ରକୁଳିଆ ଲୁଣି ଜମି ପାଇଁ ସି.ଏସ୍ . ଆର୍ – ୨୭ ୧୪୦ ମଧ୍ୟମ ମୋଟା ସମୁଦ୍ରକୁଳିଆ ଲୁଣି ଜମି ପାଇଁ ଲୁଣିଶ୍ରୀ ୧୪୫ ଲମ୍ବା ଓ ସରୁ ସମୁଦ୍ରକୁଳିଆ ଲୁଣି ଜମି ପାଇଁ ସୋନାମଣି ୧୫୦ ଲମ୍ବା ଓ ସରୁ ସମୁଦ୍ରକୁଳିଆ ଲୁଣି ଜମି ପାଇଁ କିସମ ଅମଳ ଅବଧି ( ଦିନ) ହାରାହାରି ଅମଳ ( ଟନ୍/ହେକ୍ଟର) ଚାଉଳ କିସମ ସଙ୍କର ଧାନ କିସମ କେ.ଆର୍.ଏଚ୍ -୨ ୧୨୫ ୭.୦ ଲମ୍ବା ଓ ସରୁ ପି.ଏ.୬ – ୨୦୧ ୧୨୫ – ୧୩୫ ୮.୦ - ପି.ଏଚ୍.ବି – ୭୧ ୧୨୫ – ୧୩୫ ୮.୦ - ଅଜୟ (ସି.ଆର୍.ଏଚ୍. ଆର୍.୭) ୧୩୦ – ୧୩୫ ୭.୫ - ରାଜଲକ୍ଷ୍ମୀ (ସି.ଆର୍.ଏଚ୍. ଆର୍.୫) ୧୩୫ ୭.୦ - ବାସନା ଧାନ କିସମ କେତକୀ ଜୋହା ୧୪୫ – ୧୫୦ ୪.୦ ମଧ୍ୟମ ସରୁ ପୁଷା ବାସୁମତୀ – ୧ ୧୨୫ ୪.୦ ସରୁ କସ୍ତୁରୀ ୧୨୫ ୩.୬ - ଗିତାଞ୍ଜଳୀ ୧୩୫ ୪.୫ - ବାସୁମତୀ ୧୨୫ ୪.୦ - ଏଚ୍.କେ.ଆର୍ ୨୨୮ ୧୩୫ ୩.୫ - ବାସୁମତୀ ୩୭୦ ( ପଞ୍ଜାବ ବସୁମତୀ) ୧୩୦ ୩.୦ - ହାଇବ୍ରିଡ୍ ଧାନ ଧାନ ଚାଷରୁ ଅଧିକ ଆୟ ପାଇବା ପାଇଁ ବିଭିନ୍ନ କିସମର ଅଧିକ ଅମଳକ୍ଷମ ହାଇବ୍ରିଡ୍ ବା ସଙ୍କର ଜାତୀୟ ଧାନ ବ୍ୟବହାର କରାଯାଇପାରେ । ଏହି ସଙ୍କର କିସମ ଧାନ ଅଧିକ ଅମଳକ୍ଷମ ଧାନ ପରି ଗୋଡ଼ା ଓ ଅଧିକ ଖାତ ସାର ମଧ୍ୟ ଦରକାର କରେ । ଏହାର ପ୍ରତି ବୁଦାରୁ ଅଧିକ କେଣ୍ଡାଧାରୀ ପିଲ ବାହାରେ ଓ ପ୍ରତି ପିଲରେ ଅଧିକ ସଂଖ୍ୟକ । ଧାନ ରହୁଥିବାରୁ ଏହା ସାଧାରଣ ଅଧିକ ଅମଳକ୍ଷମ ଧାନଠାରୁ ୨୦-୨୫ ଭାଗ ଅର୍ଥାତ୍ ହେକ୍ଟର ପ୍ରତି ୭୦-୮୦ କ୍ଵିଣ୍ଟାଲ୍ ଅମଳ ଦେଇଥାନ୍ତି । ଆମ ରାଜ୍ୟ ପାଇଁ ଉପଯୋଗୀ ଧାନ କିସମ ଗୁଡ଼ିକ ହେଲା । - କେ.ଆର୍.ଏଚ୍-୨, ପ୍ରୋଆଗ୍ରୋ ୬୨୦୧, ରାଜଲକ୍ଷ୍ମୀ (ସି.ଆର୍.ଏଚ୍.ଆର୍.୫), ଅଜୟ (ସି.ଆର୍.ଏଚ୍.ଆର୍.୭) | ସଙ୍କର ଧାନଚାଷରେ ବ୍ୟବହୃତ ବିହନ କେବଳ ଗୋଟିଏ ଫସଲ ପାଇଁ ଉର୍ଦ୍ଦିଷ୍ଟ । ପରବର୍ତ୍ତୀ ଫସଲ ପାଇଁ ନୂଆକରି ବିହନ ସଂଗ୍ରହ କରିବାକୁ ପଡ଼େ । ଏହି ଚାଷରେ ଗୋଟିଏ ଫସଲର ଅମଳକୁ ପରବର୍ତ୍ତୀ ଚାଷ ପାଇଁ ବିହନ ରୂପେ ବ୍ୟବହାର କରାଯାଇ ପାରିବ । ଏହି ଅଧିକ ଅମଳକ୍ଷମ ହାଇବ୍ରିଡ଼ା ଧାନ ଓ ସାଧାରଣ ଅଧିକ ଅମଳକ୍ଷମ ଧାନ କିସମ ମଧ୍ୟରେ ପ୍ରଭେଦ କଣ ଅନେକଙ୍କ ମନରେ ପ୍ରଶ୍ନ ଉଠେ ? ଉଭୟ ପ୍ରକାରର ଧାନ ପାଇଁ ହାଇବ୍ରିଡ଼ାଇଜେସନ୍ ବା ପ୍ରଜନନ ପ୍ରଣାଳୀ ପଦ୍ଧତି ବ୍ୟବହାର କରାଯାଇଥାଏ । ଦୁଇ ପ୍ରକାରର ଧାନର ସଙ୍ଗମରୁ ନୂଆ ଧାନ ବାହାର କରାଯାଇଥାଏ । ତେବେ ଅଧିକ ଅମଳକ୍ଷମ ଧାନ ବାହାର କରିବା ପାଇଁ ବ୍ୟବହୃତ ପଦ୍ଧତିରେ ଦୁଇଟି ଧାନର ସଙ୍ଗମରେ ମିଳୁଥିବା ମଞ୍ଜି (ଏଫ୍-୧ ବା ପ୍ରଥମ ପିତ୍ତି) ପୁଣି ଲଗାଇ, ସେଥୁରୁ ଦରକାରୀ ଗୁଣଥିବା ବୁଦା ବା କେଣ୍ଡା ବାଛି ପୁଣି ସେଥୁରୁ ଦ୍ଵିତୀୟ, ତୃତୀୟ ଏହିପରି ପ୍ରାୟ ୭ମ ବା ୮ମ ପିଢ଼ି ପର୍ଯ୍ୟନ୍ତ ନିଆଯାଇ ଉପଯୁକ୍ତ ଗୁଣ ଥିବା ବିହନ ବାହାର କରାଯାଏ । ଏହି ଅବସ୍ଥା ପରେ ମଧ୍ୟ ଏହି ବିହନ ଫସଲ'ରୁ ଅଧିକ ଅମଳଯୁକ୍ତ ବିହନ ମଧ୍ୟ ଆସନ୍ତା ଫସଲ ପାଇଁ ରଖିହୁଏ । ମାତ୍ର ହାଇବ୍ରିଡ୍ ଧାନ ପାଇଁ ବ୍ୟବହୃତ ଦୁଇଟି କିସମ ବିଶେଷ ଭାବରେ ବଛାଯାଏ । ଯାହାର ପ୍ରଥମ ପିଢ଼ି (ଏଫ୍-୧)। ଧାନ, ତାର ଉଭୟ ମାତା ପିତାଙ୍କ ଅଧିକ ଅମଳକ୍ଷମ ଗୁଣଠାରୁ ଯଥେଷ୍ଟ ଅଧିକ ଅମଳକ୍ଷମ ଗୁଣ ଥାଏ । କିନ୍ତୁ ଏହି ଧାନର ଦ୍ଵିତୀୟ ଓ ଅନ୍ୟାନ୍ୟ ପର୍ଯ୍ୟାୟ ପିଢ଼ିରୁ ପ୍ରଥମ ପିଢ଼ିପରି ଅଧିକ ଅମଳ ଗୁଣ ନ ଥାଏ । ତେଣୁ ଅଧିକ ଅମଳ ପାଇଁ କେବଳ ପ୍ରଥମ ପିଢ଼ି ହାଇବ୍ରିଡ୍ ଧାନ ବ୍ୟବହାର କରିବାକୁ ହେବ ଓ ଏହି ଫସଲରୁ ବିହନ ରଖାଯାଇପାରିବ ନାହିଁ । ପ୍ରତିଥର ଫସଲ ପାଇଁ ନୂଆ ବିହନ ଆଣିବାକୁ ପଡ଼ିବ । ହାଇବ୍ରିଡ୍ ଧାନରୁ ଅଧିକ ଅମଳ ମିଳୁଥିଲେ ମଧ୍ୟ ଏଥିରେ ଅଧିକ ଆଗାଡ଼ି ହେଉଥିବାର ଅଭିଯୋଗ ହୁଏ । ଏଥିରୁ ଅଗାଡି କମେଇବା ପାଇଁ ସମୁଦାୟ ସୁପର ରୋଇବା ସମୟରେ ଯବକ୍ଷାରଜାନ ସାରକୁ ୩ କିସ୍ତିରେ ଦେବାକୁ ହେବ । ଯଥାରୋଇବା ବେଳେ ଅର୍ଟେକ, ରୋଇବାର ୩ ସପ୍ତାହ ପରେ (୨୫%) ଫୁଲ ଉଡ଼େଇବାର ୧୫ ଦିନ ପୂର୍ବରୁ (୨୫%), ପଟାସ ସାରକୁ ୨ କିଞ୍ଚିରେ ଯଥା- ରୋଇବା ବେଳେ ଅଙ୍କୋଦ୍ଧିକ ଓ ଫୁଲ ଉଡ଼େଇବାର ୧୫ ଦିନ ପୂର୍ବରୁ ଅର୍ଜେକ ଦେଲେ ସୁଫଳ ମିଳିଥାଏ । ସାଧାରଣତଃ ଅଧିକ ଅମଳକ୍ଷମ ଧାନ କିସମ ଠାରୁ ଏଥିରେ ପ୍ରାୟ ୨୦ ଭାଗ ଅଧିକ ସାର ଦେଲେ, ଅମଳ ଯଥେଷ୍ଟ ବୃଦ୍ଧି ହୁଏ । ତେଣୁ ଅଧିକ ଅମଳ ପାଇଁ ଅନୁକୂଳ ପାଗ ଥିବା ଡାଳୁଅ ଋତୁରେ ହାଇବ୍ରିଡ୍ ଧାନ ଚାଷ କରି ଅଧିକ ଅମଳ କରାଯାଇପାରିବ। ଭଲ ବିହନ ପାଇବେ କେଉଁଠୁ ? ଭଲ ଅମଳ ପାଇବାକୁ ହେଲେ ଉନ୍ନତମାନର ବିହନ ବ୍ୟବହାର କରିବା ଉଚିତ୍ । ବିହନ ଯଦି ଖରାପ ହୋଇଥାଏ, ତେବେ ଯେତେ ଭଲ ଚାଷ କଲେ। ମଧ୍ୟ ତହିଁରୁ ଅଧିକ ଅମଳ ମିଳି ନଥାଏ । ଆମ ଚାଷୀ ଭାଇମାନେ ସାଧାରଣତଃ ନିଜ ଜମିରୁ ବିହୀନ ରଖି ଚୁଣିଥାନ୍ତି । ଅବଶ୍ୟ ବିହନ ପାଇଁ ସ୍ଵତନ୍ତ୍ର ଭାବେ ଚାଷ କରି ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ ତିର୍ତ୍ତିରୁ ବିହନ ସଂଗ୍ରହ କରାଯାଇପାରେ । କିନ୍ତୁ ସବୁବେଳେ ସବୁ ଚାଷୀଙ୍କ ପକ୍ଷେ ଏହା ସମ୍ଭବ ହୋଇପାରେ ନାହିଁ । ତେଣୁ ଦୁଇ ତିନି ବର୍ଷରେ ଥରେ ଲେଖାଏଁ ଚାଷୀମାନେ ଭଲ ବିହନ ଯୋଗାଡ଼ କରିବା ଉଚିତ୍ । ଆମ ରାଜ୍ୟ ପାଇଁ ଅନୁମୋଦିତ ସଙ୍କର ଧାନ କିସମର ଚାଷ କୌଶଳ ନିମ୍ନରେ ଦିଆଗଲା । କିସମର ନାମ / ବିବରଣୀ କିସମର ଉପଯୁକ୍ତ ଜମି ଚାଷ ପାଇଁ ପରିମାଣ ଓ ବ୍ୟବଧାନ ( ରୋଇବା ପାଇଁ ) ଏକର ପ୍ରତି ବିହନ ଖାଦ୍ୟସାର ମାତ୍ରା ଅନୁମୋଦିତ ରାସାୟନିକ ପ୍ରତିରୋଧ ସହଣୀ ଗୁଣ ରୋଗ, ପୋକ ବିଶେଷ ଗୁଣ କେ.ଆର୍.ଏଚ୍ ୭ ଏଗୁଡିକ ସବୁ ମଧ୍ୟମ ଜଳ ନିୟନ୍ତ୍ରଣ ରୁଆ ପାଇଁ ୬ କି.ଗ୍ରା. ୪୮- ୨୪ – ୨୪ ମହିଷା ଓ ପତ୍ରପୋଡା ରୋଗ ତଥା କାଣ୍ଡବିନ୍ଧା, ଚକଡା ଓ କାହାଳିଆ ପୋକ ସହଣୀ ଶକ୍ତି ଅଛି । ଉଭୟ ଖରିଫ ଓ ଡାଳୁଅରେ ଚାଷ ହୋଇପାରିବ ମାତ୍ର ଡାଳୁଅପାଇଁ ଅଧିକ ଉପଯୁକ୍ତ । ଅଧିକ ଅମଳ କ୍ଷମ କିସମ ତୁଳନାରେ ୨୦ – ୩୦ % ଉତ୍ପାଦନ ଅଧିକ ହୁଏ । ପ୍ରୋଆଗ୍ରୋ ୬୭୦୧ ଡେଙ୍ଗା ଗଛ ବ୍ୟବସ୍ଥା ଥିବା ୨୦୧୫ ସେ.ମି. ପି.ଏଚ୍.ବି. ୭୧ ପ୍ରୋଆଗ୍ରୋ ୬୨୦୧, ମଧ୍ୟମ କିସମ ବୁଦା ପ୍ରତି ୧ ବା ୨ ଟି ତଳି ରୁଆଯାଏ । ରାଜଲକ୍ଷ୍ମୀ ( ସି.ଆର୍.ଏଚ୍.ଆର୍.୫) ପି.ଏଚ୍.ବି. ୭୧, ରାଜଲକ୍ଷ୍ମୀ ଓ ଅଜୟ ଜମି ଉପଯୁକ୍ତ ଅଜୟ ( ସି.ଆର୍.ଏଚ୍.ଆର୍.୭) ୨୦.୨,୨୧.୦,୨୨.୩ ଓ ୨୨.୨ ଗ୍ରାମ୍ ୧୦୦୦ ଧାନ ଓଜନ ଯଥାକ୍ରମେ ଆଜିକାଲି କୃଷି ବିଭାଗ, ରାଜ୍ୟ ବିହନ ନିଗମ, କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଓ ଜାତୀୟ ବିହନ ନିଗମ ପ୍ରଭୃତି ଅନୁଷ୍ଠାନ ମାନଙ୍କରୁ ଭଲ ବିହନ ମିଳିପାରିବ । କଟକଠାରେ ଥବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ମଧ୍ୟ ଅନେକ କିସମର ବିଶୁଦ୍ଧ ବିହନ ମିଳିପାରିବ । ତେବେ ଭଲ ଚାଷୀମାନେ କୃଷି ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୁସାରେ ଫାଉଣ୍ଡେସନ୍ ବିହନ ବା ସାର୍ଟିଫାଏଡ୍ ବିହନ ଆଣି ନିଜେ ଚାଷ କରି ଅନ୍ୟ ଚାଷୀମାନଙ୍କୁ ମଧ୍ୟ ବିହନ ଯୋଗାଇ ପାରିବେ । ବିହନ ବିଷୟରେ ଯଦି କିଛି ଜାଣିବାକୁ ଥାଏ ତେବେ ନିଃସଙ୍କୋଚରେ ଆପଣ ଅମ ନିକଟକୁ ଲେଖିବାକୁ ଅନୁରୋଧ । ସଂଗୃହିତ – ମୂଳ ବିଷୟବସ୍ତୁ ପ୍ରଫେସର ଡଃ. ଆଶୁତୋଷ ରାୟ, ଉଦ୍ଭିଦ ପ୍ରଜନନ ଓ ଆନୁବଂଶୀକୀ ବିଭାଗ ଡଃ. ପ୍ରଶାନ୍ତ କୁମାର ସୁବୁଦ୍ଧି ସଂଶୋଧିତ ବିଷୟ ବସ୍ତୁ ପ୍ରଫେସର ଡଃ. ଯୋଗେଶ୍ଵର ସହୁ