ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ । ବିବରଣୀ ସାଧାରଣତଃ ଏହି ଗଛ ୫ ରୁ ୬ ଫୁଟ ବଢିଥାଏ । ଏହାର ପତ୍ର ସବୁଜ ଅଟେ ଓ ପ୍ରାୟ ୬ ଇଞ୍ଚ ହୋଇଥାଏ । ଫୁଲରେ ୫ଟି ପାଖୁଡା ଥାଏ । ଏହି ଫୁଲ ବର୍ଷକ ବାର ମାସ ଫୁଟି ଥାଏ । ଔଷୋଧୀୟ ଗୁଣ ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ । କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ । ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ବହୁତ ଭଲ ଅଟେ । ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ । ଅମ୍ବନ ଦ୍ଵିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ । ଆଧାର: ଡଃ ଦୀନବନ୍ଧୁ ମହାରଣା