ମଧୁର ଜଳ ଚିଙ୍ଗୁଡି ସାଧାରଣରେ ଗଲଦା ବା ଭୀମକାୟ ବା ଗଜା ଚିଙ୍ଗୁଡି ନାମରେ ପରିଚିତ । ଅପେକ୍ଷାକୃତ ଅଧିକ ବୃଦ୍ଧିହାର, ସୁସ୍ୱାଦ ଓ ରପ୍ତାନି ମୂଲ୍ୟ ଯୋଗୁ ଦେଶ ବିଦେଶରେ ଏହାର ଚାହିଦା ଧିରେ ଧିରେ ବଢିବାକୁ ଲାଗିଛି । ଏହି ଜାତିର ଚିଙ୍ଗୁଡି ନଦୀ ନାଳ, ନଦୀ ମୁହାଣ ଓ ତଟବର୍ତ୍ତୀ ଆବଦ୍ଧ ଜଳରେ ମିଳିଥାଆନ୍ତି । ଏହି ଚିଙ୍ଗୁଡିକୁ ମିଶ୍ରିତ ଚାଷ ବା ଏକକ ଭାବେ ଚାଷ କରିବା ସମ୍ଭବ ଅଟେ । ମଧୁର ଜଳ ବ୍ୟତୀତ ଅଳ୍ପ ଲବଣାକ୍ତ ଜଳରେ ମଧ୍ୟ ଏହା ଚାଷ କରାଯାଇପାରିବ । କ୍ଷାରୀ ପାଣି ଚିଙ୍ଗୁଡିରେ ଦେଖାଯାଉଥିବା white spot ନାମକ ରୋଗ ଯୋଗୁଁ ଚାଷୀଭାଇମାନେ ପ୍ରଚୁର କ୍ଷତିର ଶିକାର ହେବାରୁ ମଧୁର ଜଳ ଚିଙ୍ଗୁଡି ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଅଛନ୍ତି । ଏହି ଚିଙ୍ଗୁଡି ରପ୍ତାନୀ ଯୋଗ୍ୟ ହୋଇଥିବାରୁ ଏହି ଚାଷରେ ଜୈବିକ ସାର ଆକାରରେ ଗୋବର ଆଦି ବ୍ୟବହାର କରିବା ଅନୁଚିତ୍ । ଏହାଦ୍ୱାରା ଉତ୍ପାଦିତ ଚିଙ୍ଗୁଡି ଜୀବାଣୁ ଯଥା E.coli ଓ Salmonella ମୁକ୍ତ ହୋଇଥାଏ । ଚାଷ ଉପଯୋଗୀ ମଧୁର ଚିଙ୍ଗୁଡିର ପ୍ରକାର ଭେଦ ଆମ ରାଜ୍ୟର ନଦୀ, ନାଳ, ବିଶେଷ କରି ନଦୀ ମୁହାଣ ଏବଂ ବଡ ଜଳାଶୟରେ ଏହି ଚିଙ୍ଗୁଡି ରହନ୍ତି । ଏମାନଙ୍କ ମଧ୍ୟରୁ ମୁଖ୍ୟତଃ ୨ ପ୍ରକାର ର ଚିଙ୍ଗୁଡି ଚାଷ ଉପଯୋଗୀ ଏବଂ ଶୀଘ୍ର ବଢିଥାନ୍ତି । ସେମାନେ ହେଲେ :- ମାକ୍ରୋବ୍ରାକିୟମ ରୋଜେନବର୍ଗି - ତାଟରା, ଗଜା ବା ଗଲଦା ଚିଙ୍ଗୁଡି ମାକ୍ରୋବ୍ରାକିୟମ ମାଲକମ୍ସୋନି - ଧଳା, ନଇ ବା ଜଟା ଚିଙ୍ଗୁଡି ଜାଆଁଳ ଚିହ୍ନିବାର ଉପାୟ ସମସ୍ତ ଚାଷ ପରି ଏହି ଚାଷରେ ମଧ୍ୟ ଉନ୍ନତମାନର ଜାଆଁଳ ବା seed ନିହାତି ଆବଶ୍ୟକ ଓ ଉନ୍ନତମାନର ଜାଆଁଳ ଗଚ୍ଛିତ କଲେ ଅଧିକ ଲାଭ ମିଳିଥାଏ । ଜାତୀୟା ଚିଙ୍ଗୁଡି ଜାଆଁଳ ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ହୋଇଥାଏ କିନ୍ତୁ ଅଜାତୀୟା ଚିଙ୍ଗୁଡି ଜାଆଁଳର ଦେହ ବେଶୀ ଚଉଡା ଏବଂ ଅସ୍ୱଚ୍ଛ ହେବା ସହିତ ଆକାରରେ ଛୋଟ ହୋଇଥାଏ । ଜାତୀୟା ଚିଙ୍ଗୁଡି ଜାଆଁଳର ଗୋଡ ଗୁଡିକ ଶକ୍ତିଶାଳୀ ହୋଇଥାଏ । ଏହି ଯାଁଳା ଶୀଘ୍ର ଗତି କରିାରନ୍ତି । ମୁଣ୍ଡ ଖୋଳପାର ଉଭୟ ପାଶ୍ୱର୍ରେ ୧ରୁ ୮ଟି କରି କଳା ବା ଖଇରିଆ ଅନୁ୍ରସ୍ତ ରେଖା (Horizontalline) ଥାଏ । ପେଟ ଖୋଳପାରୁ ଉଭୟ ପାଶ୍ୱର୍ରେ କଳା ବା ଖଇରିଆ ବିନ୍ଦୁ ଗୁଡିକ ଥାଏ । ଚିଙ୍ଗୁଡିର ମୁଣ୍ଡରେ ଥିବା କ । (rostrom) ଏହାର ମୁଣ୍ଡ ଖୋଳପା ବା (Carapace) ଅପେକ୍ଷା ବଡ ଉଦ୍ଧ୍ୱର୍ମୁଖୀ ହୋଇଥାଏ । ଚାଷ ପଦ୍ଧତି ଏହା ୨ ପ୍ରକାରର ହୋଇଥାଏ । ମିଶ୍ରିତ ଚାଷ : ଏହା ରୋହୀ, ଭାକୁର, ମିରିକାଳି ଓ ବିଲାତି ରୋହି ସହିତ ଚାଷ କରାଯାଇଥାଏ । ଓଡିଶାର ଚାଷୀମାନେ ଏହି ମିଶ୍ରିତ ଚାଷ କରିଥାଅନ୍ତି । ଏହା ଦ୍ୱାର ଚାଷୀ ଭାଇ ମାଛରୁ ଯାହା ଲାଭ ପାଇଥାଏ ତାସହିତ ଚିଙ୍ଗୁଡି ରୁ ଲବ୍ଧଧନ ବା ଅତିରିକ୍ତ ରୋଜଗାର ଭାବରେ ଳାଭ ପାଇଥାଏ । ଏହି ଚାଷରେ ନିମ୍ନସ୍ତରର ମାଛ ଯଥା, ମିରିକାଳି ଓ ବିଲାତି ରୋହି ଆଦି ଆଦୈା ନ ଛାଡିବା ଅଥବା କମ୍ ଛାଡିବା ଉଚିତ୍ । ଏଥିରେ ଆମେ ଏକରକୁ ପ୍ରାୟ ୫୦୦୦ ଚିଙ୍ଗୁଡି ଜାଆଁଳ ସହିତ ୨୦୦୦ ମାଛ ଯାଁଳା ଛାଡିାରିବା । ଏକକ ଚାଷ : ଏହି ପଦ୍ଧତିରେ କେବଳ ଚିଙ୍ଗୁଡି ଚାଷ କରାଯାଏ । ଏଥିରେ ଚାଷୀ ଅଧିକ ଲାଭ ପାଇଥାଏ । ଏକର ପିଛା ବିଶୁଦ୍ଧ ଚିଙ୍ଗୁଡି ଜାଆଁଳ ୫୦୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ଛଡାଯାଇ ପାରିବ । ଜାଆଁଳ ୧.୫-୨.୦୦ ଇ ଲମ୍ବା ଓ ହାରାହାରି ୩.୫୦ ଗ୍ରାମ ଓଜନ ବିଶିଷ୍ଟ ହେବା ଉଚିତ । ସମସ୍ତ ଯାଁଳା ଏକା ଆକାରର ହୋଇଥିବା ଆବଶ୍ୟକ । ଭିନ୍ନ ଆକାରର ଜାଆଁଳ ହେଲେ ସେମାନେ ପରସ୍ପରକୁ ଖାଇଯିବାର ଆଶଙ୍କା ଥାଏ । ତେଣୁ ସମାନ ଆକାରର ଜାଆଁଳ ଛାଡିବା ଏବଂ ଆବଶ୍ୟକ ପରିମାଣର ଖାଦ୍ୟ ଦେବା ଅତ୍ୟାବଶ୍ୟକ ଅଟେ । ଏହା ଦ୍ୱାରା ଜାଆଁଳ ବ୍ୟବହାର ହାର ବୃଦ୍ଧିାଏ ଏବଂ ଉଚିତ୍ ଲାଭ ମଧ୍ୟ ମିଳିଥାଏ । ଏଥିରେ ଆମେ Monosex /all male culture ମଧ୍ୟ କରିବା ସେଥିପାଇଁ ଜାଆଁଳ ଚିହ୍ନି ମାଇ ଓ ଅଣ୍ଡିରା ଜାଆଁଳ ଅଲଗା କରିବାକୁ ପଡିଥାଏ । ଜାଆଁଳର ପ ମ ୱକିଙ୍ଗ ଲେଗ୍ ୨ଟା ଯଦି ଲାଗି କରିଥାଏ ତାହା male ଓ ଛଡା ଛଡା ଥିଲେ ତାହା female ଜାଆଁଳ ହୋଇଥାଏ । ଏହି ପ୍ରକାରର ଚାଷରେ ନିଶ୍ଚିତ ଭାବେ ନର୍ସରୀ ପୋଖରୀର ସୁବିଧା ଥିବା ଆବଶ୍ୟକ ଏକ ଏକର ଚାଷ ପୋଖରୀ ପାଇଁ ୨୦ ଡିସିମିଲ୍ ର ନର୍ସରୀ ପୋଖରୀ ଆବଶ୍ୟକ । ଏକ ୨୦ ଡିସିମିଲ ନର୍ସରୀ ରେ ୨୫୦୦୦ ପୋଷ୍ଟ ଲାର୍ଭା ଗଚ୍ଛିତ କରି ଆମେ ପ୍ରାୟ ୧୫ ରୁ ୨୦,୦୦୦ ପର୍ଯ୍ୟନ୍ତ ଜାଆଁଳ ପାଇପାରିବା । ପୋଖରୀ ପ୍ରସ୍ତୁତି ଏକ ସଫଳ ଚାଷ ପାଇଁ ଯେପରି କ୍ଷେତ୍ର ପ୍ରସ୍ତୁତି ଗୁରୁତ୍ଵପୂର୍ଣ୍ଣ ଠିକ୍ ସେହିରି ମାଛ ଚାଷ ପାଇଁ ସଠିକ୍ ଭାବେ ପୋଖରୀ ପ୍ରସ୍ତୁତି ଅତ୍ୟାବଶ୍ୟକ । ଚାଷ ପୂର୍ବରୁ ପୋଖରୀକୁ ଶୁଖାଇ ଦିଅନ୍ତୁ ଏବଂ ମାଟିକୁ ଫାଟିବାକୁ ଦିଅନ୍ତୁ । ଅଦରକାରୀ ଘାସ ଓ ଦଳକୁ ସଫା କରନ୍ତୁ । ପୁରୁଣା ପୋଖରୀ ହୋଇଥଲେ ପୁରୂଣା କଳା ପଙ୍କ ୬ ଇ ପର୍ଯ୍ୟନ୍ତ କାଢିଦିଅନ୍ତୁ । ପୋଖରୀ ଶୁଖିବା ପରେ ଦୁଇଥର ହଳ କରିଦିଅନ୍ତୁ । ଏହା ଦ୍ୱାରା ମାଟି ଭିତରେ ଥିବା ବିଷାକ୍ତ ଅଦରକାରୀ ଗ୍ୟାସ୍ ବାହାରିଯାଏ । ପୋଖରୀକୁ ସ୍ଲୁଇସ୍ ଗେଟ୍ ଦେଇ ପାଣି ପୁରାଇଲା ସମୟରେ ସରୁ ଜାଲି କନା (Cloth-mesh),(୧/୬୦) ଲଗା ଗଲେ ଛୋଟ ପୋକ ଜୋକ ଚୁନା ମାଛ ଲାର୍ଭା, ଶିକାରୀ ମାଛ, ଅଣ୍ଡା ପ୍ରଭୃତି ପୋଖରୀକୁ ପଶିାରେ ନାହିଁ । ପାଣି ୪ ଫୁଟ ହେଲାପରେ ଏକର ପିଛା ୫୦ କି.ଗ୍ରା. ବ୍ଲିଚିଂ ପାଉଡରର ପ୍ରୟୋଗ କରାଯାଏ । ଏହାର ୭ ଦିନ ପରେ ଏକର ପିଛା ୫୦ କି.ଗ୍ରା. ଅକ୍ସାଇଡ୍ ଚୂନ (ଉବଙ) ପ୍ରୟୋଗ କରାଯାଏ । ଏହାର ଠିକ୍ ୩ ଦିନ ପରେ ସନ୍ଧ୍ୟା ସମୟରେ ଡୋଲୋମାଇଟ୍ ଏକର ପିଛା ୨୦ କି.ଗ୍ରା. ପକାଯାଏ । ତାପରଦିନ ସକାଳୁ ୟୁରିଆ ସାର ୫ କି.ଗ୍ରା. ଏବଂ ସୁର ସାର ୧୦ କି.ଗ୍ରା. ପାଣିରେ ପ୍ରୟୋଗ କରାଯାଏ । ଏହିଭଳି ପ୍ରୟୋଗ ବିଧିରେ ଡୋଲୋମାଇଟ୍ ଏବଂ ରାସାୟନିକ ସାର ଆଉଥରେ ବା ଦୁଇଥର ପକାଇସାରିଲା ପରେ ପାଣିରେ ଯଥେଷ୍ଟ ପରିମାଣର ପା୍ଲବକ ସୃଷ୍ଟି ହୋଇ ପାଣି ରଙ୍ଗ ଇଷତ୍ ସବୁଜ ଦେଖାଯାଏ । ଏହାପରେ ଜାଆଁଳ ଛଡାଯାଇଥାଏ । ପୋଖରୀରେ ପ୍ରୋବାୟୋଟିକ୍ସ୍ (Probiotics) ର ବ୍ୟବହାର ଜାଆଁଳକୁ ଛାଡିବା ପୂର୍ବରୁ ପୋଖରୀ ଜଳ ପରିବେଶରେ କେତେ କ ହୀତକାରୀ ଜୀବାଣୁ ଯଥା : Lactobacillus and Sacharomyses ପ୍ରଭୃତିର ବଂଶବୃଦ୍ଧି ପାଇଁ ସେମାନଙ୍କର ସିଧାସଳଖ ତରଳ କଲଚର କିମ୍ବା ବୀଜକଣା (spore)ଗୁଣ୍ଡକୁ ପୋଖରୀ ପାଣିରେ ଅନୁମୋଦିତ ମାତ୍ରାରେ ପକାଯାଇଥାଏ । ଏହି ଜୀବାଣୁଗୁଡିକ ଅନୁକୂଳ ପରିସ୍ଥିତି ପାଇ ଦୃତ ଗତିରେ ବଂଶ ବିସ୍ତାର କରିଥାନ୍ତି ଯାହା ବଳରେ କି ପାଣିରେ ଅନ୍ୟ ହାନିକାରକ ଜୀବାଣୁ ପଶି ଉଧାଇ ପାରନ୍ତି ନାହିଁ । ଚାଷ ପୋଖରୀରେ ପାରମ୍ପାରିକ ଗ୍ରୋବାୟେଟିକ୍ସ୍ (Growbiotics) ର ବ୍ୟବହାର ପୋଖରୀ ପରିବେଶରେ ହିତକାରୀ ଜୀବାଣୁ ବଂଶ ବିସ୍ତାର କରି ରହିଲା ଭଳି ଯଦି ଚିଙ୍ଗୁଡି ଶରୀରରେ ଖାଦ୍ୟନଳୀ ମଧ୍ୟରେ ଏଭଳି ଜୀବାଣୁ ବଂଶ ବିସ୍ତାର କରି ରୁହନ୍ତି, ତାହେଲେ ଅନ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ, ଚିଙ୍ଗୁଡିକୁ ଖାଦ୍ୟ ଦ୍ୱାରା ସଂକ୍ରମଣ କରିାରେ ନାହିଁ । ଏହାଦ୍ୱାରା ଚିଙ୍ଗୁଡି ନିରୋଗ ରହିବା ସହ ଏହାର ଖାଦ୍ୟ ପାଚନ କ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଥାଏ । ଖାଦ୍ୟ ଅଧିକ ଖାଇ ସେମାନେ ଦୃତ ଗତିରେ ବଢିଥାନ୍ତି । ଏଥି ନିମନ୍ତେ ଏକ ପଦ୍ଧତି ହେଲାଗୋଟିଏ ବଡ ହାଣ୍ଡିର ୧୦ କି.ଗ୍ରା. ଅରୁଆ ଖୁଦକୁ ଭଲଭାବେ ରାନ୍ଧି ଥଣ୍ଡା ହେଲାପର ସେଥିରେ ୨୦୦-୩୦୦ ଗ୍ରାମ୍ ଇଷ୍ଟ ବା କବକ ଗୁଣ୍ଡ ମିଶାଯାଏ । ଏହା ପଚିବା ପାଇଁ ଦୁଇଦିନ ଧରି ଏହାକୁ ସେଭଳି ଛାଡି ଦିଆଯାଏ । ଏହାପରେ ଏଥିରେ ୧୦ କି.ଗ୍ରା. ଗୁଡ ଓ ୧୦ କି.ଗ୍ରା. ବାଦାମ ପିଡିଆକୁ ଭଲଭାବେ ମିଶାଇ ଏକ ଏକର ବିଶିଷ୍ଟ ପୋଖରୀର ଚାରିପଟେ ବିଦିଆଯାଏ । ଏହା ଜାଆଁଳ ଛଡାଯିବାର ପୂର୍ବଦିନ ପାଣିରେ ପ୍ରୟୋଗ କରାଯିବା ଉଚିତ୍ । ଚାଷର ପରବର୍ତୀ କାଳରେ ଏଭଳି ଗ୍ରୋବାୟୋଟିକ୍ growbiotic ଆଉ ଥରେ ୨ଥର ପୋଖରୀରେ ପକାଇବା ଉଚିତ୍ । ଏହି ସମୟରେ aeration ର ସୁବିଧା ଥିବା ଆବଶ୍ୟକ । ଖାଦ୍ୟ ପରିଚାଳନା ଖାଦ୍ୟ ମାଛ ବା ଚିଙ୍ଗୁଡି ଚାଷରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା ସମୁଦାୟ ଖର୍ଚ୍ଚର ଶତକଡା ୫୦-୬୦ ଭାଗ ଅର୍ଥ ବିନିଯୋଗ ଆବଶ୍ୟକ କରେ । ତେଣୁ ଏହାକୁ ସୁଚାରୁ ରୂପେ ପରିଚାଳନା କରିାରିଲେ ଚାଷରୁ ଅଧିକ ଲାଭ ମିଳିଥାଏ । ଆମେ ଏହି ଚାଷରେ କୃତ୍ରିମ ଖାଦ୍ୟ ହିସାବରେ ନିମ୍ନର ପ୍ରଦତ୍ତ ମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରି ଚିଙ୍ଗୁଡିକୁ ଦେଇପାରିବା । ଖାଦ୍ୟ ସାମଗ୍ରୀ ପରିମାଣ ବାଦାମ ପିଡିଆ ୨କି. ଗ୍ରା. ସୋୟାବିନ ଗୁଣ୍ଡ ୨କି. ଗ୍ରା. ମାଛ ବା ଚିଙ୍ଗୁଡି ଗୁଣ୍ଡ ୨କି. ଗ୍ରା. କାଣ୍ଡିଆ ଗୁଣ୍ଡ ୪ କି. ଗ୍ରା. କଡ୍ ମାଛର ତେଲ ୧୦୦ଗ୍ରାମ ଭିଟାମିନ ମିନାରାଲ ମିକ୍ସ ୨୦ଗ୍ରାମ ମୋଟ ଖାଦ୍ୟ ୧୦ କି. ଗ୍ରା. ଉପରୋକ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ତାକୁ ୧ଘ. ରାନ୍ଧି ପ୍ଲେଟ କରି ବା ଗୁଣ୍ଡ ଆକାରର ଦେଇପାରିବା ନର୍ସରୀ ପୋଖରୀରେ ଖାଦ୍ୟର ମାତ୍ରା (୧୦,୦୦୦ ପି.ଏଲ୍ ପାଇଁ) ଚାଷର ଅବଧି ଦିନପ୍ରତି ଖାଦ୍ୟର ପରିମାଣ ଦୈନିକ ଖାଦ୍ୟ ବର୍ଦ୍ଧିତ ହାର ୧ - ୭ (୧୦୦ - ୧୫୦) ଅପରିବର୍ତିତ ୮ - ୧୫ (୧୬୫ - ୨୭୦) ୧୫ଗ୍ରାମ ୧୬ - ୨୫ (୨୯୦ - ୪୭୦) ୨୦ଗ୍ରାମ ୨୫ - ୩୫ (୫୦୦ - ୭୭୦) ୩୦ଗ୍ରାମ ଚାଷ ପୋଖରୀରେ ଖାଦ୍ୟର ମାତ୍ରା ଚାଷ ଅବଧି ଦିନ ଚିଙ୍ଗୁଡିର ହାରାହାରି ଓଜନ ଗ୍ରାମ୍ ଶରୀର ଓଜନର ଶତକଡା ହାର ୩୦-୪୦ ୨.୫ -୩.୦ ୮-୧୦ ୪୦-୬୦ ୪.୦-୬.୦ ୪-୭ ୬୦-୯୦ ୧୦.୦-୧୫.୦ ୨.୫-୩.୫ ୯୦-୧୨୦ ୨୨.୦-୩୦.୦ ୨.୦-୨.୨ ୧୨୦-୧୫୦ ୪୦-୫୦ ୧.୦-୧.୨ ୧୫୦-୧୮୦ ୬୦-୭୦ ୧.୦% ୧୮୦-୨୧୦ ୭୫-୮୫ ୧.୦% ୨୧୦-୨୪୦ ୯୦-୧୦୦ ୧.୦% ଚିଙ୍ଗୁଡି ସାଧାରଣତଃ ରାତ୍ରିଚର ହୋଇ ଥିବାରୁ ଏହି ଖାଦ୍ୟକୁ ୨ ଭାଗରେ ବିଭକ୍ତ କରି ସକାଳେ ୪୦% ଓ ସଂଧ୍ୟା ମଧ୍ୟବେଳେ ୬୦% ଦିଆଯିବା ଦରକାର । ଏକ ଏକର ବିଶିଷ୍ଟ ପୋଖରୀରେ ୮ରୁ୧୦ ଗୋଟି ସ୍ଥାନରେ ବାଉଁଶ ଡାଲା ବା ଟ୍ରେରେ ଖାଦ୍ୟକୁ ରଖି ଧିରେ ଧିରେ ପାଣି ମଧ୍ୟରେ ପୋଖରୀ ତଳେ ନେଇ ଥୋଇଦେବା ଦରକାର । ଏହି ଦୈନିକ ଖାଦ୍ୟ ମାତ୍ରାରୁ ୧୦% ବାହାରକରି ଖାଦ୍ୟ ପରିବେଷଣ କରିବାର ୧ ଘଣ୍ଟା ପରେ ପୋଖରୀସାରା ଦେବା ଆବଶ୍ୟକ । ଏହା ବ୍ୟତିତ ଖାଦ୍ୟ ଦେବାର ୨ଘଣ୍ଟା ପରେ ଚିଙ୍ଗୁଡ଼ି ଏହି ପରିବେଶିତ ଖାଦ୍ୟକୁ ଖାଇଛି କି ନାହିଁ, ଚାଷୀ ଅନୁଧ୍ୟାନ କରିବା ଆବଶ୍ୟକ । ଯଦି ଖାଦ୍ୟ ସରିଯାଇଛି ତାପରଦିନ ସାମନ୍ୟ ଅଧିକ ପରିମାଣର ଖାଦ୍ୟ ଦେବା ଉଚିତ୍ । ଅଥବା ଯଦି କୁ ଖାଦ୍ୟ ବଳିଯାଇଥିବ ଖାଦ୍ୟର ପରିମାଣ କମାଇବା ଉଚିତ୍ । ଆଜିକାଲି ବଜାରର ଅନେକ ପ୍ଲେଟ ଖାଦ୍ୟ ମଧ୍ୟ ବିକ୍ରି ହେଲାଣି । ଏହା କମ୍ପାନୀର ଅନୁମୋଦିତ ମାତ୍ରା ଅନୁସାରେ ଚିଙ୍ଗୁଡ଼ିଙ୍କୁ ଖାଇବାକୁ ଦିଆଯାଇପାରେ । ମାସିକ ଖତସାର ପରିଚାଳନା ପ୍ରତ୍ୟେକ ୧୫ ଦିନ ଅନ୍ତରରେ ଏକର ପିଛା ଡୋଲୋମାଇଟ୍ ୨୦ କେଜି ଏବଂ ଏହାର ୧୨ ଘଣ୍ଟା ପରେ ୟୁରିଆ ୪ କିଲୋ ଓ ସୁର ୮ କେଜି ପୋଖରୀରେ ପ୍ରୟୋଗ କରିବାକୁ ହେଇଥାଏ । ଏହାଛଡ଼ା ପୋଖରୀଜଳ ଯଦି ଦୁର୍ଗନ୍ଧ ଯୁକ୍ତ ହୁଏ ତାହେଲେ ଜିଓଲାଇଟ୍ ଏକର ପିଛା ୪୦-୮୦ କେଜି ପ୍ରୟୋଗ କରିବାକୁ ପଡ଼ିଥାଏ । ଚାଷ ପୋଖରୀରେ ଚିଙ୍ଗୁଡ଼ିର ଆଶ୍ରୟ ସ୍ଥଳୀର ବ୍ୟବସ୍ଥା ଚିଙ୍ଗୁଡ଼ିମାନେ ଭଲ ବଢ଼ିବା ପାଇଁ ଚାଷ ସମୟରେ ପ୍ରାୟ ୪ ରୁ ୫ ଥର ଖୋଳପା ଛାଡ଼ିଥାନ୍ତି । ଖୋଳପା ଛାଡ଼ିଲା ବେଳେ ଦେହ ଖୁବ୍ ନରମ ଥାଏ । ସେହି ସମୟରେ ସେମାନେ ଅନ୍ୟ ଚିଙ୍ଗୁଡ଼ିଙ୍କଠାରୁ ଦୂରରେ ବା ଲୁଚି ରହିବାକୁ ଚାହାଁନ୍ତି କାରଣ ସେ ସମୟର ଅନ୍ୟ ବଡ଼ ଚିଙ୍ଗୁଡ଼ି ସେଗୁଡ଼ିକୁ ଖାଇଯାଆନ୍ତି । ସେଥି ।ଇଁ ଚିଙ୍ଗୁଡ଼ି ଚାଷ ପୋଖରୀର ଛୋଟଛୋଟ ଖଣ୍ଡ ପ୍ଳାଷ୍ଟିକ ନଳ ବା ମାଟିନଳା ଆଦି ତିନି/ଚାରି ଗୋଟିକୁ ଏକାଠି ବାନ୍ଧି, ଏହି ଭଳି ବନ୍ଧା ଯାଇଥିବା ନଳାକୁ ଏକର ପିଛା ୩୦ ରୁ ୪୦ ଗୋଟି ସ୍ଥାନରେ ପକାଯାଇଥାଏ । ଏହା ଭିତରେ ସେମାନେସୁରକ୍ଷିତ ରହିଥାଆନ୍ତି । ଏତଦବ୍ୟତୀତ ଆମେ ନଡିଆ, ତାଳ ବାହୁଙ୍ଗା, ବାଉଁଶ ବୁଦା, ଜାଲର ଫ୍ରେମ ଆଦି ବ୍ୟବହାର କରି ଚିଙ୍ଗୁଡିଙ୍କ ପାଇଁ ଜଳର ପୃଷ୍ଠଭାଗ ବଢାଇପାରିବା । ଏହା ଦ୍ୱରା ସେମାନଙ୍କର ପାଣି ଭିତରେ ଚଲାବୁଲା ପାଇଁ ସ୍ଥାନ ମଧ୍ୟ ବଢିଥାଏ ଓ ସେମାନେ ବ୍ୟବହାର ହାର ମଧ୍ୟ ବୃଦ୍ଧି ହୋଇଥାଏ । ଚାଷପୋଖରୀରେ ଜଳ ପରିଚାଳନା : ଚିଙ୍ଗୁଡ଼ି ଚାଷ ପାଇଁ ପୁରୁଣା ପାଣି ବାହାର କରି ପୁନର୍ବାର ଭଲପାଣି ଭର୍ତ୍ତି କରିବା ନିହାତି ଜରୁରୀ । ଏକକ ଚାଷ ପଦ୍ଧତିରେ ୩ ମାସ ପର ଠାରୁ ପ୍ରାୟ ୨୦ ରୁ ୩୦ ଭାଗ ପାଣି ପରିବର୍ତ୍ତନ ପ୍ରତି ୧୫ ଦିନ ଅନ୍ତରରେ ଆବଶ୍ୟକ । ଏହାଦ୍ୱାରା ପୋଖରୀ ତଳଭାଗ ପରିଷ୍କାର ରହିଥାଏ । ବିଷାକ୍ତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ମଇଳା ଅଂଶ ନିଷ୍କାସନ ହୋଇଥାଏ । ଚିଙ୍ଗୁଡ଼ି ସୁସ୍ଥରହେ ଏବଂ ବୃଦ୍ଧିହାର ମଧ୍ୟ ଅଧିକ ହୋଇଥାଏ । ଚିଙ୍ଗୁଡ଼ି ଅମଳ : ଜାଆଁଳ ଛାଡ଼ିବାର ୨୦୦ ଦିନ ଭିତରେ ଏମାନେ ଅମଳ ଯୋଗ୍ୟ ହୋଇଥାଆନ୍ତି । ମାତ୍ର ଏହା ପୂର୍ବରୁ ଯଦି ମାଇ ଚିଙ୍ଗୁଡ଼ି ଅଣ୍ଡା ଧରିଯାଏ ଏବଂ ଅଣ୍ଡିରା ଚିଙ୍ଗୁଡ଼ିର ବୁଢ଼ା ଗୋଡର ଅଗ୍ରଭାଗ ନୀଳ ପଡ଼ିଯାଇଥାଏ ଏମାନଙ୍କୁ ଧରି ବିକ୍ରୀ କରିଦେବା ଉଚିତ କାରଣ ଏହାପରେ ଆଉ ଅଭିବୃଦ୍ଧି ହୁଏ ନାହିଁ । କେବଳ ଖାଦ୍ୟ ଅବବ୍ୟୟ ହୋଇଥାଏ ଯାହାଫଳରେ କେଜି ପ୍ରତି ଉତ୍ପାଦନ ଖର୍ଚ୍ଚ ବୃଦ୍ଧିହୋଇଥାଏ । ଏହି ମାଛଙ୍କୁ କାଢ଼ିଦେଲେ ଅନ୍ୟ ଛୋଟ ମାଛ ଗୁଡ଼ିକ ଶୀଘ୍ର ବଢ଼ିଥାନ୍ତି । ଏହି ଉପାୟରେ ଏକକ ପୋଖରୀରୁ ଅଧିକ ଚିଙ୍ଗୁଡ଼ି ଉତ୍ପାଦନ ହୁଏ । ୨୦୦ ଦିନ ଭିତରେ ଚିଙ୍ଗୁଡ଼ିର ଓଜନ ପ୍ରାୟ ୬୦ ରୁ ୭୦ ଗ୍ରାମ ହୋଇଥାଏ ଏବଂ ଏକର ପ୍ରତି ଅମଳ ୪୦୦ ରୁ ୫୦୦ କେଜି ପର୍ଯ୍ୟନ୍ତ ହୋଇଥାଏ । ଅମଳ ପୂର୍ବରୁ ଈଙ୍କଚ୍ଚରକ୍ସ (କ୍ରେତା), କେଜି ପ୍ରତି ଦର, ବରଫ ଆଦିର ଆୟୋଜନ ନିତ୍ୟନ୍ତ ଆବଶ୍ୟକ । ମଧୁର ପାଣି ଚିଙ୍ଗୁଡ଼ି ଚାଷ ବିଷୟରେ କେତେକ ଜାଣିବା କଥା ଚାଷ ଉପଯୋଗୀ ପୋଖରୀର ମାନ : - ମାଟି ସମ୍ପୂର୍ଣ୍ଣ ଦୋରସା କମ୍ବା ବାଲିଆ ମଟାଳ ମିଶା ହେବା ଆବଶ୍ୟକ । ପାଣିର ଗୁଣ – ଉତ୍ତାପ ୨୪ ରୁ ୩୪ ଡିଗ୍ରୀ C ଅମ୍ଳତ୍ୱ (PH) : ୭ ରୁ ୮.୫ ସ୍ୱଚ୍ଛତା ୭୦ ରୁ ୩୫ ସେ.ମି. ଦବିଭୂତ ଅମ୍ଳଜାନ : ୪ ପିପିଏମ୍ ରୁ ଅଧିକ । ପୋଖରୀ ଗଭୀରତା : ୧.୨ ରୁ ୧.୫ ମି. ପୋଖରୀରେ Inlet ଓ outlet ର ସୁବିଧା ଥିବା ଆବଶ୍ୟକ । ପୋଖରୀ ପାଖରେ ବର୍ଷସାରା ଜଳ ଯୋଗାଇବା ପାଇଁ ଗଭୀର ନଳକୂ ଥିଲେ ଅଧିକ ଭଲ । ଚାଷ ସମୟରେ ଆବଶ୍ୟକ ପରିଚାଳନା ପାଣି ଅଧିକ ସ୍ୱଚ୍ଛ ହେଲେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ୍ । ପାଣି ଗାଢ଼ ରଙ୍ଗ ହେଲେ ସାର ଚୂନ ପ୍ରେୟୋଗ ବନ୍ଦ କରି କିଛି ପାଣି ପରିବର୍ତ୍ତନ କରି ଖାଦ୍ୟ ପରିମାଣ କମାଇ ଦେବା ଉଚିତ । ଚିଙ୍ଗୁଡ଼ିମାନେ ମୁଖ୍ୟତଃ ପୂର୍ଣ୍ଣିମା ଏବଂ ଅମାବାସ୍ୟା ସମୟରେ ଖୋଳପା ଛାଡ଼ନ୍ତି । ଏହି ସମୟରେ ଏକର ପିଛା ୨୦ କେଜି ଚୁନ ପ୍ରୟୋଗ କରାଯିବା ଆବଶ୍ୟକ ଅଟେ । ପ୍ଲାବକ ଯଦି ମଇଳା ମଇଳା ହୋଇ ଦେଖାଗଲେ ସାର ଓ ଚୂନର ପରିମାଣ କମ୍ କରନ୍ତୁ । ପ୍ରତି ୧୫ ଦିନର ଫିଙ୍ଗାଜାଲ ଦ୍ୱାରା ସ୍ୟାଫଲିଙ୍ଗ କରି ଚିଙ୍ଗୁଡ଼ି ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ପରୀକ୍ଷା ଆବଶ୍ୟକ । ଚାଷର ଖର୍ଚ୍ଚ ହିସାବ ଯାଁଳା ୧୫୦୦୦ଟଙ୍କା ଚୂନ ଡୋଲମାଇଟ, ରାସାୟନିକ ସାର ୫୦୦୦ଟଙ୍କା ଔଷଧ ଓ ଅନ୍ୟାନ ୫୦୦୦ଟଙ୍କା ଖାଦ୍ୟ ୨୦୦୦୦ଟଙ୍କା ମୋଟ ୪୫୦୦୦ଟଙ୍କା ଆୟ ୫୦୦ କେଜି ଚିଙ୍ଗୁଡ଼ି ଟ. ୨୦୦/ ଜେ.ଜି = ୧୦୦,୦୦୦ ଟଙ୍କା ଲାଭ = ୧,୦୦,୦୦୦ – ୪୫,୦୦୦ = ୫୫,୦୦୦ ଟଙ୍କା ଏହି ଚାଷ ପାଇଁ ରାଜ୍ୟ ଓ କେନ୍ଦ୍ରସରକାରଙ୍କର ବିଭିନ୍ନ ଆର୍ଥିକ ସହାୟତା ଯୋଜନା ମଧ୍ୟ ରହିଅଛି । ଏ ସବୁ ସମ୍ବନ୍ଧରେ ତଥ୍ୟ ପାଇଁ ନିକଟସ୍ଥ ଜିଲ୍ଲା ଅଧିକାରୀ ଅଥବା ମତ୍ସ୍ୟ ନିର୍ଦ୍ଦେଶାଳୟରେ ସମ୍ପର୍କ କରାଯାଇପାରିବ। ଆଧାର - ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ