ଦୈନନ୍ଦିନ ଜୀବନରେ ପଲିଥିନ୍ ବା ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର କରାଯାଉଛି । ସେହିପରି କୃଷି କ୍ଷେତ୍ରରେ ମଧ୍ୟ ପଲିଥିନର ଉପଯୋଗ ରହିଛି । ପୃଷ୍ଟିକ୍ ମଲ୍ଟିଙ୍ଗ ବା ପଲିଥିନ୍ ଆଚ୍ଛାଦନ କରାଯାଇ ପନିପରିବା ଓ ଫୁଲ ଚାଷ କରାଯାଉଛି । ଏହା ଦ୍ଵାରା ଫସଲରୁ ସହଜରେ ଘାସ ଓ ମାଟିର ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇପାରୁଛି । ଯଦ୍ଵାରା ଚାଷୀ ଫସଲରୁ ଅଧିକ ଅମଳ ପାଇପାରିବ । ପଲିଥିନ୍ ଆଚ୍ଛାଦନ କୃଷିକ୍ଷେତ୍ରରେ ବିଶେଷ କରି ପନିପରିବା ଚାଷ, ଫୁଲ ଏବଂ ଫଳ ଚାଷରେ ଏହି ପଦ୍ଧତି ଅନୁସରଣ କରିହେବ । ପଲିଥିନ ବାହାର ପାର୍ଶ୍ଵରେ ଧୂସର ବା ସିଲଭର୍ ରଙ୍ଗ ଓ ଭିତର ପାର୍ଶ୍ଵରେ କଳା ରଙ୍ଗ ଥିବା ୩୦ ରୁ ୧୦୦ ମାଇକ୍ରନ ବିଶିଷ୍ଟ ପଲିଥିନ୍ ଚାଷ ଜମିରେ ବ୍ୟବହାର କରାଯାଏ । ସରକାର ମଧ୍ୟ ଏଥିପାଇଁ ୪୦ ପ୍ରତିଶତ ସବସିଡି ବ୍ୟବସ୍ଥା କରିଛନ୍ତି । ଚାଷା ନିକଟସ୍ଥ ସହକାରୀ ଉଦ୍ୟାନ ଅଧକାରୀଙ୍କ ଯୋଗାଯୋଗ କରିଲେ ଏହି ସୁବିଧା ପାଇପାରିବ । ଉପାଦେୟତା ଗଛ ଚତୁପାର୍ଶ୍ଵରେ ପଲିଥିନ୍ ଆଚ୍ଛାଦନ ହେବା ଦ୍ଵାରା ବାଳୁଙ୍ଗା ବା ଘାସ ସହଜରେ ନିୟନ୍ତ୍ରଣ ସହଜରେ କରାଯାଇପାରେ । ଆଚ୍ଛାଦନ ଯୋଗୁ ଗଛମୂଳ ମାଟିରେ ଥିବା ଜଳୀୟ ଅଂଶ ବାର୍ଷିଭୂତ ନହୋଇ ସଞ୍ଚୟ ହୋଇ ରହେ । ଫଳରେ ଗଛକୁ ଖାଦ୍ୟସାର ସଠିକ୍ ସମୟରେ ମିଳିଥାଏ । ଆଚ୍ଛାଦନ ବେଳେ ଧଳାରଙ୍ଗ ଉପରେ ରହିବାରୁ ସୂର୍ଯ୍ୟ ରଶ୍ମି ବିକିରଣ ଘଟି ଢାଙ୍କି ହୋଇ ରହିଥିବା ମାଟିର ତାପମାତ୍ରା କମିଯାଏ । ଏଣୁ ଖରାଦିନେ ଏହି ପଦ୍ଧତିରେ ଅଦିନିଆ। ଫସଲ କରାଯାଇପାରିବ । ସେହିପରି ଥଣ୍ଡା ଆଞ୍ଚଳରେ ପଲିଥିନ ବିପରୀତ ପାର୍ଶ୍ଵ । ଉପରେ ରଖି ମାଟିର ତାପମାତ୍ର ପରିବର୍ତ୍ତନ କରାଯାଇପାରିବ । ପଲିଥିନର କଳା ଅଂଶ ଉପରେ ରଖି ଖରାଦିନରେ ଚାଷ ପୂର୍ବରୁ ତଳିଘରା ଏବଂ ମୁଖ୍ୟ ଜମିରେ ଘୋଡାଇଲେ ସୂର୍ଯ୍ୟ ଉତ୍ତାପ ଗ୍ରହଣ କରି ମାଟିର ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହୋଇଥାଏ । ଫଳରେ ମାଟିରେ ଶୁକ ଅବସ୍ଥାରେ ଥିବା କୀଟ, ଅଣ୍ଡା ତଥା କବକମାନଙ୍କୁ ନଷ୍ଟ କରିଦିଏ । ବ୍ୟବହାର ପଦ୍ଧତି ଚାଷ ପୂର୍ବରୁ ପନିପରିବା, ଫୁଲ ତଥା ଶସ୍ୟ ଜାତୀୟ ଚାଷ କରିବା ପାଇଁ ଜମି ପ୍ରସ୍ତୁତି ପରେ ପଟାଳି ବା ହିଡ଼ ପ୍ରସ୍ତୁତି ହୋଇଗଲେ ୧ମି. ଚଉଡ଼ାରେ (ଲମ୍ବା ଜମି ଅନୁସାରେ) ଆଚ୍ଛାଦନ ପଲିଥିନ୍ କୁ କାଟି ହିଡ଼ ବା ପଟାଳି ଉପରେ ସମାନ୍ତରାଳ ଭାବେ ବିଛାଯାଏ । ଏହା ପୂର୍ବରୁ ବୃନ୍ଦା ଜଳସେଚନ ପାଇଁ ପାଇପ୍ ବିଛା ଯାଇଥିବା ଆବଶ୍ୟକ ଜଳସେଚନ କରାଯାଇଥିବା ଆବଶ୍ୟକ । ପଲିଥିନ୍ ଆଚ୍ଛାଦନ ପରେ ଉପଯୁକ୍ତ ଗଛ ଲଗାଇବା ସ୍ନାନ ନିରୁପଣ କରି ଗୋଲାକାର ଛିଦ୍ର କରାଯାଏ ଯେପରିକି ସେ ଥରେ ଚାରା ଲଗାଯାଇପାରିବ । ଫଳ ନର୍ସରୀ- ବଡ଼ ଗଛରେ ପ୍ଲାଷ୍ଟିକ୍ ଆଚ୍ଛାଦନ ପାଇଁ ୧.୫ମି ଆକାରର ପଲିଥିନ୍ କଟାଯାଏ । ଏହାର ଗୋଟିଏ ପାର୍ଶ୍ଵର ବାହାର ପଟୁ କେନ୍ଦ୍ର ପର୍ଯ୍ୟନ୍ତ କାଟି ଗଛ ମୂଳ ସ୍ପର୍ଶ କରି ଗଳାଇଦିଆଯାଏ । ତା'ପରେ ପଲିଥିନ ଚତୁଃପାର୍ଶ୍ଵରେ ମାଟି ପକାଇ ଏହାକୁ ଅଚ୍ଛ ମାଟି ଘୋଡାଇ ଦିଆଯାଏ । ଏହି ପଦ୍ଧତି ଅବଲମ୍ବନ କରି ଦେଶ ତଥା ବିଦେଶରେ ଅନେକ ଚାଷୀ ସଫଳତା ଲାଭ କରୁଛନ୍ତି ଏବଂ ଜମିର ଉତ୍ପାଦେୟତା ମଧ୍ୟ ବୃଦ୍ଧି ପାଉଛି । ଆଧାର - ଖବର କାଗଜ