ବିହନର ଶୁଦ୍ଧତା ଏବଂ ପରୀକ୍ଷା ଉତ୍ତମ ବିହନ ହେଉଛି ଉତ୍ତମ ଚାଷର ମୁଖ୍ୟ ଆଧାର । ଜମି ପ୍ରସ୍ତୁତି, ଜଳସେଚନ, କୀଟନାଶକ ପ୍ରୟୋଗ ଇତ୍ୟାଦି ଠିକ ଥାଇ ମଧ୍ୟ ଯଦି ବିହନଟି ଭଲରେ ଗଜା, ନହେଲା, ଗଜା ହୋଇ ବି ଯଦି ଉତ୍ତମ। ଗଛଟିଏ ଦେବାରେ ସମର୍ଥନ ହେଲା । ତେବେ ଚାଷରେ ବ୍ୟବହୃତ ସମସ୍ତ ଲଗାଣ ବ୍ୟର୍ଥ ହୋଇଯିବ ଏବଂ ନିଶ୍ଚୟ କ୍ଷତି ହେବ । ଆମେ ଯଦି ପ୍ରାମାଣିତ ବିହନ ବା ପର୍ଯ୍ୟାକେଟ୍ ବିହନ ବ୍ୟବହାର କରୁଛେ ତେବେ ସେଥିରେ ବିହନର ଶୁଦ୍ଧତା ଏବଂ ଗଜା ପରୀକ୍ଷା କରାଯାଇଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ବିହନକୁ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ହେଲେ ଏସବୁ ବିନ୍ଦନ ବ୍ୟତୀତ ଚାଷୀମାନେ ନିଜ ଦ୍ଵାରା ସଞ୍ଚୁତ ବିହନ ମଧ୍ୟ ବ୍ୟବହାର କରିଥାଆନ୍ତି, ଯାହାର ଗୁଣବତ୍ତା ପ୍ରମାଣ କରିବା ପାଇଁ ବିହନ ପରୀକ୍ଷା ଅପରିହାର୍ଯ୍ୟ । ତେଣୁ ବିହନ ପରୀକ୍ଷା ବିଷୟରେ ଅବଗତ ହେବା ଏବଂ ଏହା ଉପରେ କୁଶଳତା ଅର୍ଜନ କରିବା, ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ବିହନ ପରୀକ୍ଷା ବିହନ ପରୀକ୍ଷାର ଦୁଇଟି ମୁଖ୍ୟ ଦିଗ ହେଲା – ବିହନର ଭୌତିକ ଶୁଦ୍ଧତା ପରୀକ୍ଷା ବିହନର ଗଜା ହେବା କ୍ଷମତାର ପରୀକ୍ଷା ବିହନର ଭୌତିକ ଶୁଦ୍ଧତା ମାନେ ବୁଝିବା ଯେ ବିହନଟି କେତେ ସଫା ବା ଶୁଦ୍ଧ । ଅଧୁକାଂଶ ସମୟରେ ଚାଷୀମାନଙ୍କ ଦ୍ଵାରା ସଂଗୃହୀତ ବିହନରେ କାଠି, କୂଟା, ମାଟି, ଭଙ୍ଗା ମଞ୍ଜି ଇତ୍ୟାଦି ମିଶି ରହିଥାଏ । ବିହନରେ ଏହି ଅଶୁଦ୍ଧତା ଯୋଗୁଁ ବିନ୍ଦନର ଜଳୀୟ ଅଂଶ ବୃଦ୍ଧି ପାଏ ଏବଂ ଏହା ପୋକ ଓ ଫିମ୍ପିଦ୍ଵାରା ସହଜରେ ଆକ୍ରାନ୍ତ ହୁଏ । ଅଶୁଦ୍ଧତାକୁ ଆମେ ଚାରି ଭାଗରେ ଶ୍ରେଣୀଭୂକ୍ତ କରିପାରିବା, ଯେପରିକି - ଅନ୍ୟ ଫସଲ ବିହୀନ ଘାସ କିମ୍ବା ଅନାବନା ଫସଲର ମଞ୍ଜି କାଠି, କୁଟା, ମାଟି ଇତ୍ୟାଦି ଉପରୋକ୍ତ ସମସ୍ତ ଅଶୁଦ୍ଧତା ମିଶି ୧୦୦ ଗ୍ରାମରେ ୨ ଗ୍ରାମରୁ ଆଧୁକ ରହିଲେ ବିନ୍ଦନକୁ ଆମେ ଅଶୁଦ୍ଧ ବିହନ କହିପାରିବା । ବିହନର ଗଜା ହେବା କ୍ଷମତାର ପରୀକ୍ଷା ପ୍ରଥମେ ବିହନ ପାଛୁଡ଼ି, ଶୁଖେଇ, ବାଛି ଆମେ ଭୌତିକ ଶୁଦ୍ଧତାର ସ୍ତରକୁ ଆଣିପାରିଲେ ଆମେ ବିହନର ଗଜା ହେବା କ୍ଷମତାର ପରୀକ୍ଷା କରିବା । ଏହି ପରୀକ୍ଷାରେ ଜାଣିପାରିବା ଯେ, ପ୍ରତି ୧୦୦ଟି ବିହନରୁ କେତୋଟି ବିହନରୁ ଆମେ ଏକ ସୁସ୍ଥ ଗଛ ପାଇପାରିବା । ଯଦି ଆମେ ୧୦୦ଟି ବିହନରୁ ଫସଲ ଅନୁଯାୟୀ ୬୦ ରୁ ୮୦ ଟି ସୁସ୍ଥ ଗଜା ପାଇ ପାରିବା ତେବେ ତାହାକୁ ଏକ ଉତ୍ତମ ଗୁଣବତ୍ତାଯୁକ୍ତ ବିହନ ବୋଲି କୁହାଯାଇପାରିବ । ବିହନର ଗଜା ପରୀକ୍ଷା ପଦ୍ଧତି ଅଧିକାଂଶ ଗ୍ରାମରେ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଖରେ କୋଠଘର ଥାଏ, ଯେଉଁଠାରେ ସେମାନେ ତାଙ୍କର ଅର୍ଥ ଉପାର୍ଜନକାରୀ କାର୍ଯ୍ୟକ୍ରମ ସହିତ ସଭାମାନ ମଧ୍ୟ କରିଥାଆନ୍ତି । ସେଠାରେ ଏକ କ୍ଷୁଦ୍ର ବିହନ ପରୀକ୍ଷା ପ୍ରୟୋଗଶାଳାର ଆୟୋଜନ କରାଯାଇପାରିବ । ସେହିଠାରେ ପ୍ରତ୍ୟେକ ଚାଷୀ ସେମାନଙ୍କର ବିହନ ପରୀକ୍ଷା କରିପାରିବେ । ମୁଖ୍ୟ ଆବଶ୍ୟକତାଗୁଡ଼ିକ ହେଲା – ପେଟ୍ରିଡିଶ୍ (କାଚ କିମ୍ବା ପ୍ଲାଷ୍ଟିକର ଘୋଡ଼ଣି ଥିବା ଏକ ଚଟକା ପାତ୍ରା) ବ୍ଲଟିଙ୍ଗ ପେପର ପ୍ଲାଷ୍ଟିକ ଡବା ସଫା ମୋଟା ବାଲି ଗ୍ରାମ ପର୍ଯ୍ୟନ୍ତ ଓଜନ ନିଆଯାଇପାରୁଥିବା ଏକ ନିକିତି ପଲିଥିନ ବ୍ୟାଗ୍ (୬ ଇଞ୍ଚ X ୬ ଇଞ୍ଚ) ସିଳିଙ୍ଗ ମେସିନ୍ ରେଜିଷ୍ଟର ବା ଖାତା ଷ୍ଟିକର ଘରେ ଗଜା ପରୀକ୍ଷା ପାଇଁ ଦରକାର – ଘୋଡ଼ଣିଥିବା ପ୍ଲାଷ୍ଟିକ ଡବା ମୋଟା ବାଲି ପେଟ୍ରିବିଶ ପଦ୍ଧତି ଛୋଟ ଛୋଟ ମଞ୍ଜିଥିବା ଫସଲ ପାଇଁ ଏହା ଉପଯୁକ୍ତ, ଯେପରିକି ସୋରିଷ, ମୂଳା, କୋବି, ମାଣ୍ଡିଆ, ପିଆଜ, ବାଇଗଣ, ଟମାଟୋ, ଲଙ୍କା ଇତ୍ୟାଦି । ପ୍ରଥମେ ବ୍ଲଟିଙ୍ଗ ପେପରକୁ ପେଟ୍ରିଡିଶ୍ ଆକରରେ ଗୋଲଗୋଲ୍ କାଟିଦିଅନ୍ତୁ । ୨ ଖଣ୍ଡ ପେପର୍ କୁ ପକାଇ ତା ଉପରେ ଭଲ ପାଣି ପକାନ୍ତୁ। ଏଥିପାଇଁ ଫୁଟାଯାଇ ଥଣ୍ଡା ହୋଇଥିବା ଜୀବାଣୁ ମୁକ୍ତ ପାଣି ଭଳି । ଏ ହାପରେ ୫୦ଟି ମଞ୍ଜିକୁ ସଜାଇ ରଖନ୍ତୁ, ଯେପରିକି ମଞ୍ଜି ମଧ୍ୟରେ ସମାନ ବ୍ୟବଧାନ ରହିବ । ଏହାପରେ ପେଟ୍ରିଡ଼ିଶାର ଘୋଡ଼ଣି ଘୋଡ଼ାଇ ଖୋଲାଜାଗାରେ ରଖନ୍ତୁ। ଦିନେ ଦୁଇଦିନ ପରେ ଯଦି ପାଣି ଶୁଖିଯାଇଥିବ, ଅନ୍ଧ ଚିକିଏ ପାଣି ଛିଞ୍ଚିଦିଅନ୍ତୁ । ପ୍ରାୟ ୭ ଦିନରୁ ୧୦ ଦିନ ମଧ୍ୟରେ ମଞ୍ଜି ଗଜା ହୋଇଯିବ । ବାଲି ପଦ୍ଧତି ଗଜା ପରୀକ୍ଷା ପାଇଁ ମୋଟା ନଦୀ ବାଲି ସଂଗ୍ରହ କରନ୍ତୁ । ବାଲିକୁ ବାଲଟିରେ ଭଲଭାବେ ୪-୫ ଥର ଧୋଇ ସବୁ ମଇଳା ବାହାର କରିଦିଅନ୍ତୁ । ତାପରେ ତାକୁ ଖରାରେ ପରିଷ୍କାର କପଡ଼ା ଉପରେ ଶୁଖେଇ ଦିଅନ୍ତୁ । ବାଲି ଶୁଖିଗଲା ପରେ ତାକୁ ଯତ୍ନ ସହକାରେ ସାଇତି ରଖନ୍ତୁ । ଓସାରିଆ ପୁଷ୍ଟିକ ଡବାରେ ବାଲି ଦୁଇ ତୃତୀୟାଂଶ ଉଚ୍ଚତା ପର୍ଯ୍ୟନ୍ତ ଭଉଁ କରନ୍ତୁ। ତା ଉପରେ ଅନ୍ଧ ପାଣିଦିଅନ୍ତୁ ଯେମିତି ବୋଲି କେବଳ ଓଦା ହେବ । ବାଲି ଉପରେ ଠିକ ବ୍ୟବଧାନ ରଖୁ ୨୫,୫୦ କିମ୍ବା ୧୦୦ଟି ମଞ୍ଜି ପୋତନ୍ତୁ । ମଞ୍ଜି ପୋତିବାର ଗଭୀରତା ୨-୩ ସେ.ମି. ମଧ୍ୟରେ ହେବା ଦରକାର । ଏହା ପରେ ଘୋଡ଼ଣି ଘୋଡେଇ ଖୋଲା ସ୍ଥାନରେ ରଖନ୍ତୁ। ଏହି ପଦ୍ଧତି ବଡ଼ ମଞ୍ଜି ଯେପରିକି କଖାରୁ, ଲାଉ, ବିନ୍ସ୍, ଝୁଡ଼ଙ୍ଗ, ମୁଗ, ବିରି, ଧାନ, ଗହମ ଇତ୍ୟାଦି ପାଇଁ ଉପଯୁକ୍ତ । ମଝିରେ ମଝିରେ ଆବଶ୍ୟକତା ଅନୁସାରେ ପାଣିଦିଅନ୍ତୁ ଏବଂ ମଞ୍ଜି ଗଜା ଉପରକୁ ବାହାରିଲେ। ଘୋଡ଼ଣି ଖୋଲିଦିଅନ୍ତୁ। ଉଭୟ ପେଟ୍ରିଡିଶା ବା ବାଲି ପଦ୍ଧତିରେ ଗଜା ପରୀକ୍ଷା କରିବା ପାଇଁ ସେଥିରେ ଥିବା ଚାରାକୁ ନିରୀକ୍ଷଣ କରିବାକୁ ପଡ଼ିବ । ଚାରାଗୁଡ଼ିକୁ ଆମେ ୪ ଭାଗରେ ଶ୍ରେଣୀବିଭାଗ କରିପାରିବା, ଯେପରିକି – ସାଧାରଣ ଚାରା: ଏହି ଚାରାଗୁଡ଼ିକର ରଙ୍ଗ ଠିକ, ଥିବ, ଚେର ଓ କାଣ୍ଡା ଠିକ ଭାବରେ ବିକଶିତ ହୋଇଥିବ ଏବଂ ତାକୁ ଦେଖି ଲାଗୁଥିବ ଯେ ଏହି ମଞ୍ଜିରୁ ଏକ ସୁସ୍ଥ ଗଛ ହୋଇପାରିବ । ଅସାଧାରଣ ଚାରା : ଏହାର ରଙ୍ଗ ଠିକ ନ ଥିବ, ଚାରା ମୋଡ଼ି ହୋଇଯାଇଥିବ, ମୋଡ଼ା ଜାଗାରେ ଶଢ଼ିଯାଇଥିବ, ଚେର କିମ୍ବା କାଣ୍ଡ ବା ଉଭୟ ଠିକ ଭାବେ ବିକଶିତ ହୋଇ ନଥିବ। ମୃତ ବିହନ : ଏଥିରୁଚାରା ବାହାରି ନଥିବ, ପିମ୍ପି ହୋଇଯାଇଥିବ କିମ୍ବା ଚିପିଲେ ପୂଜ ପରି ତରଳ ବାହାରୁଥିବ। ସତେଜ କିନ୍ତୁ ଗଜା ନ ହୋଇଥିବା ବିହନ : ଏଗୁଡ଼ିକ ସୁପ୍ତ ବିହନ ଏବଂ ଏହାର ଗଜା ହେବା କ୍ଷମତା ଅଛି । ଏହାର ସୁପ୍ତତା ଭଙ୍ଗ କରିବା ପାଇଁ ସ୍ଵତନ୍ତ୍ର ଉପଚାର ଦରକାର । ଏହା ସାଧାରଣତଃ ଯୁଗ ଜାତୀୟ ଫସଲରେ ବେଶୀ ଦେଖାଯାଏ । ତେଣୁ ଗଜା ପରୀକ୍ଷା କରିବା ପାଇଁ ଆମେ ସାଧାରଣ ଚାରା ଏବଂ ସତେଜ କିନ୍ତୁ ଗଜା ନ ହୋଇଥିବା ବିହନକୁ ଗଣି ହିସାବ କରିବା ଏବଂ ଶତକଡ଼ା ହିସାବରେ ବିହନର ଗଜା ହେବା କ୍ଷମତାକୁ ନିରୂପଣ କରିବା। ଉଦାହରଣ ସ୍ଵରୂପ ୫୦ଟି ମୁଗ, ବିହନରୁ ମିଳିଲା - ସାଧାରଣା ଚୋରା - ୩୯ ଅସାଧାରଣା ଚୋରା - ୫ ମୃତ ବିହନ – ୪ ସତେଜ ଗଜା ହୋଇଥିବା – ୨ ତେବେ ଗଜା ହେବା କ୍ଷମତା ହେଲା{(୩୯+୨) / ୫୦ X ୧୦୦ }%= (୪୧ ×୧୦୦) /୫୦)%= (୪୧ × ୨)%=୮୨% ଯେହେତୁ ବିହନର ଗଜା ହେବା କ୍ଷମତା ଅଧିକ ତେଣୁ ଏହା ଏକ ଉତ୍ତମ ବିହନ । ଲେଖା ଏବଂ ପ୍ରାପ୍ତ - ଚକ୍ରଧର ପାତ୍ର, ଲକ୍ଷ୍ମୀପ୍ରିୟା ସାହୁ ଓୟୁଏଟି, ଭୂବନେଶ୍ଵର