ଉପକ୍ରମ ଓପୋଲଫେଡ଼ ଚିକେନ ଫ୍ରେଶରେ କେବଳ ସୁସ୍ଥ , ଚଳଚଞ୍ଚଳ, ନିରୋଗୀ କୁକୁଡାକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟା କରଣ କରାଯାଇ କୁକୁଡା ମାଂସ ପ୍ରସ୍ତୁତ କରାଯାଏ । ଏହା ସଂପୂର୍ଣ୍ଣ ଭାବେ ସତେଜ , ସୁସ୍ଵାଦୁ ତଥା ସ୍ଵାସ୍ଥ୍ୟପ୍ରଦ ଅଟେ । ଓପୋଲଫେଡ଼ ଚିକେନ ଫ୍ରେଶ ଏଠାରେ ବିଭିନ୍ନ ପ୍ରଜାତିର ଦେଶୀ , ବନରାଜା ଓ ବ୍ରଏଲର କୁକୁଡା ମାଂସ ମିଳେ । ଏତଦବ୍ୟତୀତ , ଗୁଣ୍ଡୁରୀ ଚଢେଇ ଓ ବତକ ମାଂସ ମଧ୍ୟ ମିଳେ । ଓପୋଲଫେଡ଼ ଚିକେନ ଫ୍ରେଶ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ତଟକା କୁକୁଡା ମାଂସ ଖାଉଟୀ ମାନଙ୍କୁ ବଜାର ଦରଠାରୁ କମ ମୂଲ୍ୟରେ ବିକ୍ରି କରାଯାଇଥାଏ ବିବାହ , ବଣଭୋଜୀ ତଥା ଅନ୍ୟାନ୍ୟ ସାମାଜିକ ଉତ୍ସବ ଉପଲକ୍ଷେ ଅଗ୍ରୀମଭାବେ ବରାଦ କରାଯାଇଥିବା କୁକୁଡା ମାଂସ (ଅନ୍ୟୁନ ୧ କ୍ୟୁଇଣ୍ଟାଲ ବା ତଦୁର୍ଦ୍ଧ୍ଵ) ରିହାତି ଦରରେ ଯୋଗାଇ ଦିଆଯାଏ । ଏଠାରେ ଦେଶୀ ଜାତୀୟ ବାଦାମୀ ରଙ୍ଗ ଅଣ୍ଡା, ଫାର୍ମ ଫ୍ରେଶ ଧଳା କୁକୁଡା ଅଣ୍ଡା, ଗୁଣ୍ଡୁରୀ ଓ ବତକ ଅଣ୍ଡା ସୁଲଭ ମୂଲ୍ୟରେ ମିଳିଥାଏ । ବିକ୍ରୟ ସମୟ ବିକ୍ରୟ କେନ୍ଦ୍ର ପ୍ରତିଦିନ ଖୋଲା ରହେ । ସମୟ-ସକାଳ ୭.୦୦ ରୁ ଅପରାହ୍ନ ୧.୩୦ ଘଟିକା ଅପରାହ୍ନ ୩.୦୦ ରୁ ରାତି ୯.୩୦ ଘଟିକା ଯୋଗାଯୋଗ ଓପୋଲଫେଡ଼ ଚିକେନ ଫ୍ରେଶ ଶହୀଦ ନଗର , IRC Village ଏବଂ OUAT ପରିସର, ଭୁବନେଶ୍ଵର ଅନଲାଇନରେ ବୁକିଂ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଖାଉଟିମାନେ www.chikenfresh.in ରେ ବୁକିଂ କରି ନିଜ ଘରେ ଓପୋଲଫେଡ଼ ବିଭିନ୍ନ କୁକ୍କୁଟଜାତ ଦ୍ରବ୍ୟ ପାଇପାରିବେ ।