ଫଳ ଓ ପନିପରିବା ରସ ବାହାର କରି ସଂରକ୍ଷିତ କରାଯାଏ । ନାନା ପ୍ରକାରର ଫଳ ଓ ପନିପରିବା ରସ ବାହାର କରି ରସ ଆକାରରେ ସ୍କ୍ବାସ, ରୂପରେ , ସିରପ ରୂପରେ ସଂରକ୍ଷଣ କରାଯାଇପାରେ । ଆମ୍ବ ରସ, ଲେମ୍ବୁ ରସ , କମଳା ରସ , ଟମାଟୋ ରସ ବହୁଦିନ ଯାଏଁ ସଂରକ୍ଷିତ କରି ରଖି ହେବ ।ଏହି ରସ ସ୍ୱାସ୍ଥ୍ୟ ପକ୍ଷରେ ହିତକର । ବର୍ଷରେ ଯେଉଁ ମାସରେ ବା ଋତୁରେ ଯେଉଁ ଫଳ ଓ ପାରିବା ମିଳେ , ସେହି ସମୟରେ ସେଥିରୁ ରସ ବାହାର କରି ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କାଲେ ବହୁଦିନ ଯାଏ ସାଇତି ରଖିହେବ । ସପୁରି ରସ , ବେଲ ରସ , ଲଙ୍କାଆମ୍ବ ରସ ,ପଣସ ରସ ବା ସେଗୁଡିକର ସ୍କ୍ବାସ ତିଆରି କରି ମଧ୍ୟ ସଂରକ୍ଷଣ କରାଯାଏ । ରସ ସରବତକୁ ଶ୍ରେଣୀ ବିଭାଗ କରାଯାଇଥାଏ । ଆଲକୋହଲ ଥିବା ସରବତ ବା ପାନୀୟ ଆଲକୋହଲ ରହିଥିବା ସରବତ ବା ପାନୀଯର ବ୍ୟବହାର ସାଧାରଣ ଅଳ୍ପ ହୋଇଥାଏ । ଶୀତ ପ୍ରଧାନ ଦେଶଗୁଡିକରେ ଏହାର ବ୍ୟବହାର ଅଧିକ ପ୍ରସ୍ତୁତ କରାଯାଏ । ସିରକ ଫଳରସ, ଚୋପା , ଖାଦ୍ୟ , ପନିପରିବା, ଚୋପା , ଆଦିରୁ ତିଆରି ହୁଏ । ଏହା ଆଚାର , ଚଟଣି ଆଦି ଶିଳ୍ପ ପାଇଁ ଦରକାର ପଡେ । ସେହିପରି ୱାଇନ , ପେରି ସାଇଡର ଫଳରୁ ହିଁ ପ୍ରସ୍ତୁତ କରାଯାଇଥାଏ । ଲଙ୍କାଆମ୍ବ ରସରୁ ଫେନି ନାମକ ପାନୀଯ ମଧ୍ୟ ପ୍ରସ୍ତୁତ କରାଯାଏ । ଏହାର ଔଷଧ ଗୁଣ ମଧ୍ୟ ରହିଛି । ଆଲକୋହଲ ନଥିବା ସରବତ ବା ପାନୀୟ : ଦୁଇ ପ୍ରକାରର ପାନୀଯ ବ୍ୟବହୃତ ହୋଇଥାଏ - (1) ତାଜା ଫଳରସ ଓ (2) ବିନା ଫଳରସର ବ୍ୟବହାରରେ । ଏହି ଦୁଇ ପ୍ରକାରର ପାନୀୟର ପ୍ରସ୍ତୁତି ପ୍ରଣାଳୀଠାରୁ ଭିନ୍ନ ହୋଇଥାଏ । ତାଜା ଫଳରସ ପାନୀୟ ଏହି ପ୍ରକାରର ପାନୀଯ ମୁଖ୍ୟତଃ ଫଳରସ, ଚିନି, ପ୍ରିଜରଭେଟିଭ ବା ପରିରକ୍ଷକ ରାସାୟନିକ ପଦାର୍ଥକୁ ନେଇ ପ୍ରସ୍ତୁତ କରାଯାଏ । କାର୍ଡିଏଲ, ଲେମନ ବାର୍ଲି ୱାଟର ଇତ୍ୟାଦି ବିଭିନ୍ନ ପ୍ରକାରର ଉତ୍କୃଷ୍ଟ ତଥା ସ୍ୱାସ୍ଥ୍ୟବର୍ଦ୍ଧନ ପାନୀୟ ପ୍ରସ୍ତୁତ କରାଯାଏ । ଫଳରସକୁ ମଧ୍ୟ ପ୍ରିଜରଭେଟିକ ଦ୍ଵାରା ସଂରକ୍ଷଣ କରି ବ୍ୟବହାର କରାଯାଏ । କୃତ୍ରିମ ଉପାୟରେ ବା ବିନା ଫଳରସ ବ୍ୟବହାର ପାନୀୟ : ଫଳ ରସ ବ୍ୟବହାର ନକରି ପାଣିରେ ଖଦ୍ୟୋପଯୋଗୀ ଫଳ ରଙ୍ଗ , ଫଳ ଏସେନସ , ଚିନି , ପ୍ରିଜରଭେଟିଭ ଇତ୍ୟାଦି ମିଶାଇ ପାନୀୟ ପ୍ରସ୍ତୁତ କରି ବ୍ୟବହାର କରାଯାଏ । ଆଜିକାଲି ବଜାରରେ କୃତ୍ରିମ ଫଳ ଏସେନସ ଯଥା- ଆମ୍ବ, ପଣସ, କଦଳୀ, ସାନ୍ତରା, କମଳା, ଲେମ୍ବୁ, ଭାନିଲା, ଗୋଲାପ , ସେଉ , ସପୁରି ଇତ୍ୟାଦି ମିଳେ , ସେହିପରି ନାନା ପ୍ରକାରର ଖାଦ୍ୟ ରଙ୍ଗ ମଧ୍ୟ ମିଳେ । ଘରେ , ଏପରିକି ଫାକ୍ଟରୀ ଭିତରେ ନାନା ପ୍ରକାରର ରଙ୍ଗ ମଧ୍ୟ ମିଳେ । ରେଡିଓ , ଟେଲିଭିଜନ, ଖବରକାଗଜ ମାଧ୍ୟମରେ ବହୁତ ପ୍ରଚାର କରାଯାଇ ଲୋକଙ୍କୁ ବୁଝାଇ ଏଗୁଡିକ ବ୍ୟବହାର କରିବା ଲାଗି ପ୍ରବାର୍ତ୍ତାଯାଏ । ଏହା ସ୍ୱାସ୍ଥ୍ୟ ପକ୍ଷରେ ବିଶେଷ ଭଲ ନୁହେଁ । କେବଳ ମିଠା , ରଙ୍ଗ ଓ ମହକ ଏଥିରୁ ମିଳେ । ଏପରି ପାନୀୟ କେବଳ ସନ୍ତୋଷ କରିପାରେ । ଏହାଛଡା ସୋଢା ଜଳ ବା ଗ୍ଯାସ ଯୁକ୍ତ ଏହି ପ୍ରକାରର ପାନୀୟ ମଧ୍ୟ ବଜାରରେ ବିକ୍ରି ହେଉଥିବା ଦେଖାଯାଏ । ଫଳରସ ସଂରକ୍ଷିତ କରିବା ବିଧି ଫଳରସ ସଂରକ୍ଷିତ କରି ବର୍ଷସାରା ବ୍ୟବହାର କରାଯାଇପାରେ । ଏହା କରିବା ଲାଗି ତିନି ପ୍ରକାରର ବିଧି ବ୍ୟବହାର କରାଯାଇଥାଏ । ପାଶ୍ଚୁରାଈଜେସନ ଦ୍ଵାରା ପରିରକ୍ଷକ ରାସାୟନିକ ପଦାର୍ଥ ବା ପ୍ରିଜରଭେଟିଭ ବ୍ୟବହାର କରି । ଚିନିର ବ୍ୟବହାର ଦ୍ଵାରା । ଏହାଛଡା ଫଳରସକୁ ଜଳୀୟ ଅଂଶ ଦୂରକରି ଶୁଷ୍କ ଅବସ୍ଥାରେ ମଧ୍ୟ କରାଯାଇପରେ । କଟାଲିସିସ ପ୍ରୟୋଗ ଦ୍ଵାରା , ଜୀବାଣୁମୁକ୍ତ ଫିଲତାର ବ୍ୟବହାର କରି , ଗୁରୁଚାପ ଦ୍ଵାରା ଗ୍ୟାସ ଦେଇ ଏବଂ ଏନୋଡ ଷ୍ଟେରିଲାଇଜେସନ କରି ମଧ୍ୟ ଫଳରସ ସଂରକ୍ଷିତ କରାଯାଇଥାଏ । ପାଶ୍ଚୁରାଇଜେସନ ଏହି ପ୍ରଣାଳୀରେ ଫଳରସରୁ ୧୬୫ ଫା.ହି ଉତ୍ତାପରେ ୩୦ ମିନିଟ ଯାଏଁ ବୈଜ୍ଞାନିକ ଉପାୟରେ ଗରମ କରିବା ପରେ ପୂର୍ବରୁ ବିଶୋଧିତ ହୋଇଥିବା କାଚ ବୋତଲରେ ଭର୍ତ୍ତି କରି ମୁହଁ ଭଲଭାବେ ବନ୍ଦ କରି କିଛି ସମୟ ସଂରକ୍ଷିତ କରାଯାଏ । ବ୍ୟବହାର କରିବା ସମୟରେ ଠିପି ଖୋଲି ବ୍ୟବହୃତ ହୁଏ କିନ୍ତୁ ଠାରେ ଠିପି ବା ମୁହଁ ଖୋଲାଯିବା ପରେ ସେହି ବୋତଲଗୁଡିକୁ ସଦ୍ୟ ବ୍ୟବହାର କରାଯିବା ଉଚିତ ଠିପି ବା ମୁହଁ ଖୋଲାଯିବା ପରେ ସଂରକ୍ଷିତ ଖାଦ୍ୟ ପଦାର୍ଥରେ ବଜାର ଜୀବାଣୁ ପ୍ରବେଶ କରି ଶୀଘ୍ର ନଷ୍ଟ କରିଥାନ୍ତି ଓ ତାହା ଖାଦ୍ୟ ଉପଯୋଗୀ ହୋଇ ନଥାଏ । ପାଶ୍ଚୁରାଇଜାତ ଫଳରସର ଆଉ ଗୋଟିଏ ଅସୁବିଧା ହେଲା ପାଶ୍ଚୁରାଇଜେସନ ଯନ୍ତ୍ରରେ ପ୍ରସ୍ତୁତ ହୋଇଥିବା ଉତ୍ତାପ ଜନିତ ଫଳରସର ପ୍ରାକୃତିକ ମହକ ଓ ରଙ୍ଗ କିଛି ପରିମାଣରେ କମିଯିବାର ସମ୍ଭାବନା ଥାଏ । ପରିରକ୍ଷକ ବ ପ୍ରିଜରଭେଟିଭ : ପରିରକ୍ଷକ ଔଷଧ ପ୍ରୟୋଗ କରି ଫଳରସକୁ ଅନେକ ଦିନଯାଏ ସଂରକ୍ଷିତ କରାଯାଇଥାଏ । ସିଲିସିଲିକ ଏସିଡ , ବୋରୀକ ଏସିଡ , ବୋରାକସ ତଥା ଫରମାଳଡିହାଇଡ ପ୍ରଥମେ ବ୍ୟବହାର କରାଯାଉଥିଲା । ଏଗୁଡିକ ସ୍ୱାସ୍ଥ୍ୟହାନି କାରକ ବୋଲି ଜଣାଯିବା ପରେ ଏଗୁଡିକର ବ୍ୟବହାର ନିଷିଦ୍ଧ କରାଗଲା । ଅନେକ ପରୀକ୍ଷା ନିରୀକ୍ଷା କରିବା ପରେ ସୋଡିୟମ – ବେଞ୍ଜାଏଚ ପୋଟାସିୟମ ମେଟା ବାଇସଲଫାଇଟ , ସୋଡିୟମ ବାଇସଲଫାଇଟ ଆଦି କେତେଗୁଡିଏ ରାସାୟନିକ ପଦାର୍ଥ ପରିରକ୍ଷକ ରୂପେ ପ୍ରଚଳିତ ହେଲା । ଚିନି ଦ୍ଵାରା ସାଧାରଣତଃ ଦେଖିବାକୁ ଗଲେ ଫଳ ରସରେ ଅଳ୍ପ ପରିମାଣର ଅଂଶ ଥାଏ । ଫଳ ଭେଦରେ ମଧ୍ୟ ଏହା ଭିନ୍ନ ହୋଇଥାଏ । ତେଣୁ ଜୀବାଣୁ ଅପବୀଜ ଆଦି ଏହି ପରିସ୍ଥିତିରେ ଭଲଭାବେ ବଢିପାରନ୍ତି ଓ ସେଗୁଡିକୁ ନଷ୍ଟ କରି ଅଖାଦ୍ୟରେ ପରିଣତ କରିଥାନ୍ତି । କିନ୍ତୁ ଚିନି ଅଂଶ ବହୁ ପରିମାଣରେ ଥିଲେ ଏହି ଜୀବାଣୁ ଓ ଅପବୀଜ ସେଥିରେ ବଞ୍ଚିପାରନ୍ତି ନାହିଁ । ଏହି ସୁଯୋଗ ନେଇ ଫଳରସ , ଫଳ , ଫଳସିରପ ଆଦି ପଦାର୍ଥଗୁଡିକରେ ଚିନି ଅଂଶ ବୃଦ୍ଧି କରିବା ଦ୍ଵାରା ସେଗୁଡିକ ସୁରକ୍ଷିତ ହୋଇଥାଏ । ଚିନି ଓ ଜଳ ନେଇ ଭଲ ଭାବେ ଗରମ କରି ସିରପ ତିଆରି କରାଯାଏ । ଏହା ଫଳରେ ଚିନିରେ ଥିବା ଜୀବାଣୁ ତଥା ଅପବୀଜଗୁଡିକ ନଷ୍ଟ ହୋଇଥାନ୍ତି ଓ ଚିନିରେ ଥିବା ମଇଳା ଅଂଶ ଫେଣ ଆକାରରେ ଉଠିଆସିଲେ , ସେଗୁଡିକ ବାହାର କରିଦିଆଯାଏ ଓ ଏହି ପରିଷ୍କାର ସିରପକୁ ଥଣ୍ଡାକରି ଫଳରସରେ ଉପଯୁକ୍ତ ପରିମାଣରେ ମିଶାଯାଏ । ଏହି ପ୍ରଣାଳୀଏ ଫଳରସରେ ମହକ , ସୁବାସ , ସ୍ଵାଦୁ ଓ ରଙ୍ଗର ବିଶେ କ୍ଷତି ହୋଇନଥାଏ । ଫଳରସ , ସ୍କ୍ବାସ , ସିରପ ଆଦି ତିଆରି କରିବା ପାଇଁ କେତେଗୁଡିଏ ସରଞ୍ଜାମ ଦରକାର ହୋଇଥାଏ । ସେଗୁଡିକୁ ପ୍ରଥମେ ସଂଗ୍ରହ କରିନେବା ଆବଶ୍ୟକ । ଗୃହ ଭିତ୍ତିକ , କୁଟୀରଶିଳ୍ପ ଭିତ୍ତିକ ଓ ଫକ୍ଟିରୀ ଭିତ୍ତିକ ସରଞ୍ଜାମ ଆକାର ପ୍ରକାରରେ ଭିନ୍ନ ହୋଇଥାଏ । ଏଠାରେ କେବଳ ଗୃହଭିତ୍ତିକ ବା କୁଟୀରଶିଳ୍ପ ଭିତ୍ତିକ ସଂରକ୍ଷଣ ପାଇଁ ଦରକାର ହେଉଥିବା କେତେକ ସରଞ୍ଜାମ ନାମ ଦିଆଗଲା । ଏଲ୍ୟୁମିନସ ବା ଷ୍ଟେନଲେସ ଷ୍ଟିଲ ଡେକଚି ଢାଙ୍କୁଣୀ ସହ । ଏନାମେଲ ବେସିନ ଏନାମେଲ ବାଲଟି ଲାଇମ ସ୍ମିଜର । ସ୍କୃ ପ୍ରେସ ବାସକେଟ ପ୍ରେସ କାଚ ବୋତଲ ଠିପି ସହ ସୋଲ ଠିପି ଠିପିମୁଦା ଯନ୍ତ୍ର ଥର୍ମୋମିଟର ପ୍ରସ୍ତୁତି ନିୟମ ଓ ପଦକ୍ଷେପ ଫଳରୁ ସ୍କ୍ବାସ, ସିରପ ଆଦି ପ୍ରସ୍ତୁତ କରିବା ସକାଶେ କେତେ ଗୁଡିଏ ସାଧାରଣ ନିୟମ ଓ ପଦକ୍ଷେପ ନେବା ଦରକାର ହୋଇଥାଏ । ସେଗୁଡିକ ନିମ୍ନରେ ଦିଆଗଲା । ଫଳ ବାଛିବା ଫଳଗୁଡିକ ତଟକା ଓ ଉପଯୁକ୍ତ ହୋଇଥିବା ଉଚିତ । ସେଗୁଡିକ ଠିକଭାବେ ପରିପକ୍ଵ ହେବା ଓ ପଚାସଢା ହୋଇନଥିବା ଆବଶ୍ୟକ । ଅପରିପକ୍ଵ, ପଚା, ସଢା ରୋଗା, ପୋକଖିଆ ଫଳ କୌଣସି ମତେ ବ୍ୟବହାର କରିବା ଅନୁଚିତ କାରଣ ଏହା ପ୍ରସ୍ତୁତ ହୋଇଥିବା ସ୍କ୍ବାସର ରଙ୍ଗ , ସୁବାସ ଓ ସ୍ଵାଦୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରଣ ହେବା ସ୍ଵାଭାବିକ । ଫଳ ସଂଗ୍ରହ କରି ଆଣିବା ସମୟରେ ସେଗୁଡିକ ଯେପରି ନିଖୁଣ ଅବସ୍ଥାରେ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । କାରଣ ଛେଚା , କଚଡା , ହାତଦ୍ଵାରା ଚିପା ଯାଇଥିବା ଫଳଗୁଡିକ ସଂରକ୍ଷଣ ନିମିତ୍ତ ଅନୁପଯୁକ୍ତ ଅଟେ । ଫଳ ଢୋଇବା , ମୁଣ୍ଡି ଓ ଭୁଣ୍ଡି କାଟିବା ବା ଚାଞ୍ଚିବା ବଛା ଯାଇଥିବା ଫଳଗୁଡିକୁ ଭଲଭାବେ ପରିଷ୍କାର ଜଳରେ ଦୁଇ ତିନିଥର ଧୋଇ ସେଗୁଡିକରେ ଲାଗିଥିବା ମାଟି ବା ଅନ୍ୟାନ୍ୟ ଅନାବଶ୍ୟକ ଦ୍ରବ୍ୟଗୁଡିକୁ ବାହାର କରିବା ଉଚିତ । ଜୀବାଣୁ , କୀଟ ଅଣ୍ଡା , ଅପବୀଜଗୁଡିକ ଢୋଇବା ସମୟରେ ଅଲଗା ହୋଇଥାଏ । ଫଳଗୁଡିକର ଡେମ୍ଫ , ମୁଣ୍ଡି ଓ ଭିତରେ ଥିବା ଭୁଣ୍ଡି କାଟି ଚୋପା ଅଲଗା କରାଯାଏ ବା ଚାଞ୍ଚି ଦିଆଯାଏ । ଏହା ଷ୍ଟେଏଲେସ ଛୁରୀ ସାହାଯ୍ୟରେ କରାଯାଏ । ଫେକ୍ଟରି ଗୁଡିକରେ ଯନ୍ତ୍ର ସାହାଯ୍ୟରେ ଏହା କରାଯାଇଥାଏ । ଫଳରୁ ରସ ବାହାର କରିବା ଫଳ ଗୁଡିକୁ ପ୍ରକାର ଭେଦରେ ଫାଳ ଫାଳ ବା ଖଣ୍ଡ ଖଣ୍ଡ କରି କଟାଯାଏ । କମଳାରୁ ଚୋପା ଅଲଗା କରାଯାଏ । ଲେମ୍ବୁଗୁଡିକୁ ଦୁଇ ଫାଳ କରି କଟାଜାଏ । ସପୁରି ଫଳକୁ ଛୋଟ ଛୋଟ ଖଣ୍ଡରେ କଟାଜାଏ । ପଣସ ଖୋସାରୁ ମଞ୍ଜି ଅଲଗା କରାଯାଏ । ଡାଳିମ୍ବ (ବେଦନା) ମୋଟା ତାନ ଚୋପା ଅଲଗା କରି ଭିତରେ ଥିବା ଦଅଣାଗୁଡିକରୁ ରସ ବାହାର କରାଯାଏ । ତରଭୁଜର ଲାଲ ମାଂସଳ ଅଂଶରୁ ବାସକେଟ ପ୍ରେସ ସାହାଯ୍ୟରେ ରସ ବାହାର କରାଯାଏ । ଏହିପରି ବିଭିନ୍ନ ଫଳ ସକାଶେ ଭିନ୍ନ ଭିନ୍ନ ଉପାୟରେ ପ୍ରୟୋଗ କରାଯାଏ । ଫଳଗୁଡିକ ଏପରି ପ୍ରସ୍ତୁତି ହେବା ପରେ ସେଥିରୁ ରସ ବାହାର କରାଯାଏ । ହାତ ଦ୍ଵାରା ବା ସ୍କୃ ପ୍ରେସ , ଲାଇମ ସ୍ମିଜର , ବାସକେସ ପ୍ରେସ ଆଦି ବ୍ୟବହାର କରି ରସ ବାହାର କରାଯାଏ । ବଡ ବଡ ଶିଳ୍ପରେ ଯନ୍ତ୍ର ସାହାଯ୍ୟରେ ଏସବୁ କାର୍ଯ୍ୟ ସାଧନ କରାଯାଏ । ରସ ଛାଣିବା ଫଳ ରସ ବାହାର କରାଇବା ପରେ ତାହା ଛାଣିଦେବା ଉଚିତ । ଏହାଦ୍ଵାରା ରସରେ ଥିବା ଅଦା ,ମଞ୍ଜି, ଖଣ୍ଡିଆ, ଚୋପା ଇତ୍ୟାଦି ଅଲଗା ହୋଇଯାଏ । ରସକୁ ସଂଗ୍ରହ କରିବା ସମୟରେ ପିତଳ , ତମ୍ବା , ଲୁହା, ଦସ୍ତା ଆଦି ପାତ୍ରରେ ରଖିବା ଅନୁଚିତ , କାରଣ ଅମ୍ଳଯୁକ୍ତ ଫଳ ରସ ଏହି ପ୍ରକାର ବାସନ ସହ ସମ୍ପର୍କରେ ଆସି ସେଥିରେ ରାସାୟନିକ ପରିବର୍ତ୍ତନ ଘଟି ସେଗୁଡିକର ରଙ୍ଗ , ସ୍ଵାଦୁ ଓ ଗୁଣ ନଷ୍ଟ କରିଦିଏ । କାଚ ପାତ୍ର, ଚୀନାମାଟି ପାତ୍ର ,ଆଲୁମିନିୟମ , ଏନାମେଲଡ ପ୍ଲାଷ୍ଟିକ ପାତ୍ର ବା ଷ୍ଟେନଲେସ ଷ୍ଟିଲର ଚାଲୁଣି ବ୍ୟବହାର କରାଯାଏ । କେତେ ଗୁଡିଏ ଫଳ ରସକୁ ଛଣାଯାଏ ନାହିଁ । ସେଥିରୁ କେବଳ ମଞ୍ଜି , ଫଳ ଚୋପା ଖଣ୍ଡ ବା ଫଳ ଖଣ୍ଡ ଥିଲେ ଅଲଗା କରାଯାଏ । ଉଦାହରଣ ସ୍ୱରୂପ କମଲା ଓ ଲେମ୍ବୁ ରସକୁ ନଛାଣି ସେଥିରେ ଫଳ ଖୋସାରେ ଥିବା କେଶର ଗୁଡିକୁ ରସ ସହ ନିଆଯାଏ । କାରଣ ସ୍କ୍ବାସରେ ଏହି ଫଳ ଗୁଡିକର କେଶର ରହିବା ଦ୍ଵାରା ଚିତ୍ତାକର୍ଷକ ହୋଇଥାଏ । ସିରପ ପ୍ରସ୍ତୁତି ସ୍କ୍ବାସ ତିଆରି କରିବାକୁ ହେଲେ ସ୍କ୍ବାସ ରୁଚି , ଫଳରେ ଥିବା ଚିନି ଅଂଶକୁ ଧରି ଏହାର ହିସାବ କରାଯାଏ । ସ୍କ୍ବାସରେ ମିଠା ଓ ଖଟା ଅଂଶ ରହିବା ଉଚିତ । ଏହାଦ୍ଵାରା ଏହା ରୁଚିକର ହୋଇଥାଏ । ସିରପରେ ଚିନିର ଶତକଡା କେତେ ଅଂଶ ଏହି ମିଠା ଓ ଅମ୍ଳତା ଉପରେ ନିର୍ଭର କରିଥାଏ । ବଡ ବଡ ପ୍ରଶୋଧନ ଶିଳ୍ପରେ ଏହି କାର୍ଯ୍ୟ ଟ୍ରାଇଟ୍ରେସାନ ଦ୍ଵାରା ନିରୂପିତ ହୋଇ ସ୍କ୍ବାସ ପ୍ରସ୍ତୁତ କରାଯାଏ । ମିଠା ଅଂଶକୁ ଡିଗ୍ରୀ ବ୍ରକସ ଓ ଅମ୍ଳତା ଶତକଡା ଭାଗରେ ନିରୂପିତ କରାଯାଏ ଓ ସିରପ ତିଆରି କରାଯାଏ । ଫଳ ସ୍କ୍ବାସରେ ସାଧାରଣତଃ ଶତକଡା ୧.୫ ରୁ ୪.୦ ଭାଗ ଅମ୍ଳତା ରକ୍ଷା କରାଯାଏ । ଏହା ବିଭିନ୍ନ ପ୍ରକାରର ବ୍ୟବହାରକାରୀଙ୍କ ରୁଚି ଅନୁଯାୟୀ ପ୍ରସ୍ତୁତ କରାଯାଏ । ଏହା ବିଭିନ୍ନ ପ୍ରକାରର ବ୍ୟବହାରକାରୀଙ୍କ ରୁଚି ଅନୁଯାୟୀ ପ୍ରସ୍ତୁତ କରାଯାଏ । ଜନସାଧାରଣ ସାଧାରଣତଃ ତିନି ଶ୍ରେଣୀର ହୋଇଥାନ୍ତି । କେତେ କମ ଖଟା ଅଂଶ ଚାହାନ୍ତି । ଆଉ କେତେ ମାଧ୍ୟମ ଅଂଶ ଦରକାର କରିଥାନ୍ତି ଓ ଅନ୍ୟ କେତେକ ଅଧିକ ଖଟାଥିବା ସ୍କ୍ବାସ ପସନ୍ଦ କରନ୍ତି । ସେ ଅନୁଯାୟୀ ସ୍କ୍ବାସ ଶିଳ୍ପରେ ତିନି କିସମର ଫଳ ସ୍କ୍ବାସ ପ୍ରସ୍ତୁତ କରି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଏ । କେତେଗୁଡିଏ ଫଳରେ ଯଥା - କଗେଜି ଲେମ୍ବୁ ଫଳରସରେ ଶତକଡା ୬ ଭାଗ ଅମ୍ଳ ଥାଏ । ଏହିପରି ଫଳ ରସରେ ସ୍କ୍ବାସ କରାଗଲେ ଆଉ କେତେକ ଅମ୍ଳ ମିଶାଜାଏ ନାହିଁ । ତେଣୁ ବିଭିନ୍ନ ଫଳରେ ଥିବା ମିଠା ଅଂଶ ଓ ଅମ୍ଳ ଅଂଶ ଧାରଣ କରିବା ଲାଗି ଟେବୁଲ ୯ ଗ୍ରହଣ କରାଯିବ । କ୍ରମିକ ସଂଖ୍ୟା ଫଳ ଅମ୍ଳ ପରିମାଣ ଶତକଡା ଚିନି ପରିମାଣ ଶତକଡା ୧ ଗ୍ରେପଫ୍ରୁଟ ୧.୪୨ ରୁ ୨.୧୩ ୬.୬ ୨ କମଳା ୦.୬୮ ରୁ ୧.୨ ୮.୮୮ ୩ ସନ୍ତରା ୦.୮ ୧୦.୦ ୪ ଲେମ୍ବୁ ୫.୯୬ ରୁ ୬.୪୦ ୨.୩ ୫ ମିଠା ମକା - ୬.୦ ୬ ଆମ୍ବ - ୧୪.୦ ୭ ସପୁରି ୬.୬୨ ୧୨.୩ ୮ ଟମାଟୋ - ୨.୮୩ ୯ ଅମୃତଭଣ୍ଡା - ୯.୦ କମଳା ସ୍କ୍ବାସ ଦୁଇ ପ୍ରକାରର ହୋଇଥାଏ । କେହି କେହି କମଳା ଉପରେ ଅଧିକା ଅମ୍ଳ ମିଶାଇ ପ୍ରସ୍ତୁତ କରନ୍ତି ଓ ଅନ୍ୟ କେହି ସନ୍ତରା ବା କମଳା ରସରେ ଅଧିକ ଅମ୍ଳ ବ୍ୟବହାର କରି ନଥାନ୍ତି । ଫଳଗୁଡିକର ଥିବା ଅମ୍ଳର ହିସାବ କରିବା ଲାଗି ଗୋଟିଏ ସୂତ୍ର ବ୍ୟବହାର କରାଯାଏ । ଅମ୍ଳର ଇକ୍ବିଭେଲଣ୍ଟ ଓଜନ X ଦିଆଯାଇଥିବା = ପ୍ରତି ଲିଟର ରସରେ ଥିବା ଅମ୍ଳର ପରିମାଣ ଅମ୍ଳର ନ୍ୟୁମଋକ ଫରମୂଳା (ଉଦାହରଣ – ସାଇଟ୍ରିକ ଏସିଟିକ ନ୍ୟୁମରିକ ଫରମୂଳା ହେଲା( O) ରୁ ତାହାର ଇକ୍ୟୁଭେଲେଣ୍ଟ ଓଜନ ହିସାବ କରାଯାଏ । ସେହିପରି ଫଳରସର ଶକ୍ତି ବା Strength, ଟ୍ରାଇଟ୍ରେସନ ଜରିଆରେ ବାହାର କାଜେ । ଏହି ଦୁଇଟିର ଗୁଣିତକରୁ ଲିଟର ପିଛା ଅମ୍ଳର ପରିମାଣ ଜନାଜାଏ । ଏହାଛଡା ରସରେ ଥିବା ଚିନି ବା ମିଠା ଅଂଶ ଲାବରୋଟରୀ ପରୀକ୍ଷାରେ ଜଣାପଡେ । ଫଳରସରେ ଥିବା ବିଭିନ୍ନ ପ୍ରକାରର ଚିନି ଅଂଶ (ରେଡ୍ୟୁସିଙ୍ଗ ସୁଗାର ଓ ନନ ରେଡ୍ୟୁସିଙ୍ଗ ସୁଗାର ଓ ତୋଟାଳ ବା ସମୂହ ଚିନି ଅଂଶ ) ହିସାବକୁ ନେଇ ସ୍କ୍ବାସ ପ୍ରସ୍ତୁତ କରାଯାଇଥାଏ । ସ୍କ୍ବାସ ପ୍ରସ୍ତୁତ କରିବା ଲାଗି କିପରି ବିଭିନ୍ନ ପରିମାଣର ଜିନିଷ ନିଆଯିବ ନିମ୍ନରେ ଦିଆଯାଇଥିବା ଉଦାହରଣ ବୁଝାହେବ । ଧରାଯାଉ ଶତକଡା ୨୫ ଭାଗ ଫଳରସ ବିଶିଷ୍ଟ କମଳା ସ୍କ୍ବାସ ପ୍ରସ୍ତୁତ କରାଯିବା । ଏହି ସ୍କ୍ବାସରେ ଚିନି ଅଂଶ ୪୫ ବିର୍କ୍ପ ଚିନି ବା ମିଠା ଅଂଶ, ଶତକଡା ୧.୫ ଭାଗ ଅମ୍ଳ ରହିବା ଦରକାର । ଧରାଯାଉ ୧୦ କିଗ୍ରା ଫଳରସ ଦିଆଯାଇଛି ଓ ସ୍କ୍ବାସଏହି ରସ ନେଇ ପ୍ରସ୍ତୁତ କରାଯିବ । ଏହି ଦଶ କିଗ୍ରା ଫଳରସ (କମଳା) ଥିବା ଚିନିର ପାୟମାନ ୧୦ ବିର୍କ୍ପ ଓ ଅମ୍ଳର ପରିମାଣ ଶତକଡା ୦.୫ ଭାଗ ରହିଛି । ତେବେ ୪୦ କିଗ୍ରା କମଳା ସ୍କ୍ବାସ ଲାଗି କେତେ ପରିମାଣରେ ଚିନି , ଅମ୍ଳ ଓ ଜଳ ଦରକାର ହେବ । ] ସ୍କ୍ବାସର ହିସାବ ୨୫ ଭାଗ(କିଗ୍ରା ) କମଳା ରସରୁ ତିଆରି ସ୍କ୍ବାସ =୧୦୦ ଭାଗ ୧୦ ଭାଗ (କିଗ୍ରା) କମଳା ରସରୁ ପ୍ରସ୍ତୁତ ସ୍କ୍ବାସ = = ୪୦ କିଗ୍ରା ଚିନିର ହିସାବ ୧୦୦ କିଗ୍ରା କମଳା ସ୍କ୍ବାସ ଥିବା ଚିନି =୪୫୦ କିଗ୍ରା ଟୀ ୪୦ କିଗ୍ରା କମଳା ସ୍କ୍ବାସ ଲାଗି ଦରକାର ହେବା ଚିନି = = ୧୮ କିଗ୍ରା ଫଳରସରେ ଥିବା ଚିନି : ୧୦୦ କିଗ୍ରା କମଳା ଫଳ ରସରେ ଥିବା ଚିନି = ୧୦ କିଗ୍ରା ୧୦ କିଗ୍ରା କମଳା ଫଳ ରସରେ ଥିବା ଚିନି = =୧ କିଗ୍ରା ତେବେ ୧୦ କିଗ୍ରା ଫଳରସ ଲାଗି ଦରକାର ହେଉଥିବା ଚିନି = ୧୮-୧ =୧୭ କିଗ୍ରା ଜଳର ହିସାବ ସ୍କ୍ବାସର ପରିମାଣ (ମୋଟ)= ୪୦ କିଗ୍ରା ଫଳରସ ୧୦ କିଗ୍ରା + ଚିନି ୧୭ କିଗ୍ରା =୨୭ କିଗ୍ରା ଦରକାର ହେଉଥିବା ଜଳ ଭାଗ =୧୩ କିଗ୍ରା (୪୦-୨୭) ଅମ୍ଳର ହିସାବ ୧୦୦ କିଗ୍ରା କମଳା ସ୍କ୍ବାସରେ ଥିବା ଅମ୍ଳ =୧.୫ କିଗ୍ରା ୪୦ କିଗ୍ରା କମଳା ସ୍କ୍ବାସରେ ଥିବା ଅମ୍ଳ = = ୦.୬ କିଗ୍ରା ଫଳ ରସରେ (କମଳା) ରେ ଥିବା ଅମ୍ଳ = ଶତକଡା ୦.୫ କିଗ୍ରା ୧୦୦ କିଗ୍ରା ଫଳରସରେ ଅମ୍ଳ =୦.୫ କିଗ୍ରା ୧୦ କିଗ୍ରା ଫଳ ରସରେ ଅମ୍ଳ = କିଗ୍ରା ଦରକାର ହେଉଥିବା ଅଧିକ ଅମ୍ଳର ପରିମାଣ = ୦.୬ -୦.୦୫ = ୦.୫୫ କିଗ୍ରା ହିସାବ କରାଯିବା ପରେ ଦରକାର ହେଉଥିବା ଚିନି, ଅମ୍ଳ ଜଳକୁ ନେଇ ସ୍କ୍ବାସ ପ୍ରସ୍ତୁତ କରାଗଲେ ଠିକ ରୁଚିର ସ୍କ୍ବାସ ହେବା ସଙ୍ଗେ ସଙ୍ଗେ ବହୁଦିନ ଯାଏଁ ଏହା ସଂରକ୍ଷିତ କରିହେବ । ପ୍ରଥମେ ଚିନି ଓ ଜଳକୁ ଡେକଚିରେ ରାନ୍ଧି ଶିରପ ପ୍ରସ୍ତୁତ କରାଯାଏ । ଏହି ସମୟରେ ଆବଶ୍ୟକୀୟ ଅମ୍ଳ ମିଶାଇ ଘାଣ୍ଟିଦେବା ଦ୍ଵାରା ଚିନିରେ ଥିବା ମଇଳା ଅଂଶ ଉପରକୁ ଉଠି ଆସେ । ଚାମଚ ବା ଡଙ୍କି ସାହାଯ୍ୟରେ ସେଗୁଡିକୁ ଉଠାଇ ନିଆଗଲେ ଶିରପ ସ୍ଵଚ୍ଛ ଦେଖାଯାଏ । ସିରପ ଫୁଟିବା ପରେ ତାହା ଚୁଲିରୁ ଓହ୍ଲାଇ ପରିଷ୍କାର କନାରେ ଛାଣି ଥଣ୍ଡା କରାଯାଏ । ସିରପ ବେସୀ ଫୁଟାଇବା ଅନୁଚି । କାରଣ ଏପରି କଲେ ସିରପରେ ରନ୍ଧା ବାସ ରାହିଜାଏ ଓ ସ୍କ୍ବାସରେ ସେହି ରନ୍ଧନ ବାସ ରହିବାରୁ ସ୍କ୍ବାସ ଭଲ ଲାଗେନାହିଁ । ଫଳରସ ଓ ସିରପ ମିଶ୍ରଣ କରିବା ଗରମ ସିରପ ଫଳ ରସରେ ମିଶ୍ରଣ କରିବା ସର୍ବଥା ଅନୁଚିତ । କାରଣ ସିରପରେ ଥିବା ଉତ୍ତାପ ଫଳ ରସର ସଂସ୍ପର୍ଶରେ ଆସିଲେ , ତାକୁ ସିଝାଇ ଦେବା ଫଳରେ ସ୍କ୍ବାସର ସୌରଭ, ରଙ୍ଗ ମହକ ଓ ଗୁଣ ନଷ୍ଟ ହୋଇଯାଏ । ତେଣୁ ସିରପକୁ ଭଲଭାବେ ଥଣ୍ଡା କରି ପ୍ରସ୍ତୁତ ହୋଇଥିବା ରସରେ ମିଶ୍ରିତ କରାଯାଏ । ପରିରକ୍ଷକ ସ୍କ୍ବାସ ତିଆରି ହେବା ପରେ ସେଥିରେ ପରିରକ୍ଷକ ମିଶ୍ରଣ ହୁଏ । ଉଚିତ ପରିମାଣର ପରିରକ୍ଷକ ଓଜନ କରି କିଛି ସ୍କ୍ବାସ ନେଇ ସେଥିରେ ଭଲଭାବେ ଗୋଳି ସଙ୍ଗେ ସଙ୍ଗେ ପୂର୍ବରୁ ପରିଷ୍କାର ତଥା ବିଶୋଧିତ ବୋତଲରେ ଭର୍ତ୍ତି କରି ଠିପି ବନ୍ଦ କରାଯାଏ । କାରଣ ପରିରକ୍ଷକକୁ ବାହାରୁଥିବା ଗ୍ୟାସ ବୋତଲ ଭିତର ଫାଙ୍କରେ ରହି ଜୀବାଣୁ ତଥା ସେମାନଙ୍କ ଅଣୁବୀଜଗୁଡିକ ରହିବାକୁ ଦିଏନାହିଁ ବା ନିସ୍ତେକ କରି ରଖେ । କେତେକ ଫଳରୁ ତିଆରି ହେଉଥିବା ସ୍କ୍ବାସର ପ୍ରଣାଳୀ ଆମ୍ବ ସ୍କ୍ବାସ ଭଲଭାବେ ପାଚିଠିବା ଆମ୍ବ ନେଇ (ପତଳା ରସଯୁକ୍ତ ଅମ୍ଳ ଏଥିଲାଗି ଉତ୍କୃଷ୍ଟ )ପାଣିରେ ପରିଷ୍କାର କରି ଧୋଇ ଫଳର ଡେମ୍ଫ ଓ ନାସୀ କାଟି ଅଲଗା କରାଯାଏ । ଗୃହ ଭିତ୍ତିରେ ସ୍କ୍ବାସ ପ୍ରସ୍ତୁତ କରାଗଲେ ଫଳଗୁଡିକୁ ଭଲଭାବେ ଚିପୁଡି ରସ ବାହାର କରାଯାଏ । ବେଶୀ ଆମ୍ବ ଥିଲେ ଆମ୍ବଗୁଡିକୁ ଛୁରୀ ଦ୍ଵାରା ଚାରିପଟୁ ଟାକୁଆ ଯାଏ କାଟି ହାତରେ ସେଗୁଡିକୁ ଚକଟିଲେ ରସରୁ ଚୋପା ଓ ଟାକୁଆ ଅଲଗା ଅଲଗା ହୋଇଯାଏ । କେହି କେହି ୯୦ ରୁ ୧୨୦ ସେମି ଲମ୍ବର ପରିଷ୍କାର ବାଉଁଶ ନେଇ ଗୋଟିଏ ମଙ୍ଗରେ ୧୦ ରୁ ୧୫ ସେମି ଯାଏ ଚାରିଫାଳ କରି କାଟି ବାଉଁଶର ସରୁ ଖିଲ କଟା ଫଳଗୁଡିକୁ ଡେକଚିରେ ରାଖୀ ବାଉଁଶର ଚାରିଫାଳ ଖିଲଦିଆ କଟା ଅଂଶକୁ ଡେକଚି ଓ ବାଉଁଶ ବାଡିର ଅନ୍ୟ ମଙ୍ଗକୁ ହାତରେ ଧରି ସେଗୁଡିକ ଉପରେ ଛେଚିବା ବା ଘାଣ୍ଟିବା ଫଳରେ ଚୋପା ଓ ଟାକୁଆ ରସରୁ ଅଲଗା ହୋଇଯାଏ । ଦହି ହାଣ୍ଡିରେ ଖୁଆ ସାହାଯ୍ୟରେ ଯେପରି ମନ୍ଥି ଲହୁଣୀ ବାହାର କରାଯାଏ , ସେହିପରି ବାଉଁଶ ଦଣ୍ଡକୁ ମନ୍ଥିବା ଦ୍ଵାରା ଫଳରସରୁ ଚୋପା ଓ ଟାକୁଆ ଅଲଗା ହୋଇଥାଏ । ପରେ ଟାକୁଆ ଓ ଚୋପାରୁ ରସ ଚିପୁଡି ବାହାର କରିଦିଆଯାଏ । ହାତରେ ପରିଷ୍କାର ଓ ବିଶୋଧିତ ପ୍ଲାଷ୍ଟିକ ହେଣ୍ଡଗ୍ଲୋବ ବ୍ୟବହାର କରିବା ଉଚିତ । ରସକୁ ପରିଷ୍କାର ଷ୍ଟେନଲେସଷ୍ଟିକ ବା ପ୍ଲାଷ୍ଟିକ ଚାଲୁଣିରେ ଛାଣି ରଖାଯାଏ । ରସରେ କେତେ ପରିମାଣ ଚିନି ଜଳ ଇତ୍ୟାଦି ନେଆଯିବ ଟେବୁଲ ୧୦ ରୁ ଜଣାଯିବ । ଟେବୁଲ -୧୦ କ୍ରମିକ ସଂ ସ୍କ୍ବାସ ଲାଗି ବିଭିନ୍ନ ପଦାର୍ଥ ପ୍ରଥମ ପ୍ରକାର ୨ ୟ ପ୍ରକାର ୩ ୟ ପ୍ରକାର ୧ ଆମ୍ବ ରସ ୪.୫୪ କିଗ୍ରା ୪.୫୪ କିଗ୍ରା ୨୧୦ ମି। ଗ୍ରା ପ୍ରତି କେଜି । ୨ ଚିନି ୬.୩୫ କିଗ୍ରା ୪.୫୪ କିଗ୍ରା ୩ ପାଣି ୨.୭ କିଗ୍ରା ୪.୫୪ କିଗ୍ରା ୪ ସାଇଟ୍ରିକ ଏସିଡ ୧୭୦ ଗ୍ରାମ ୭୦.୯୦ ଗ୍ରାମ ୫ ପୋଟାସିୟମ- ମେଟା- ବାଇ ସଲଫାଇଟ ୦.୮୫ ଗ୍ରାମ ୦.୨୮୪ ଗ୍ରାମ ୬ କମଳାଖାଦ୍ୟ ରଙ୍ଗ ପ୍ରତି କେଜି ସ୍ବାସ ପାଇଁ ୦.୬୨୫ ଗ୍ରାମ ପରିରକ୍ଷକ ) ଦରକାର ମୁତବକ ବ୍ୟବହୃତ ହୁଏ । ସାଧାରଣତଃ ୧୪୨ ଗ୍ରାମ ପ୍ରତି ୪୫.୩୬ କିଗ୍ରା ସ୍କ୍ବାସ ଲାଗି ବ୍ୟବହାର କରାଯାଏ । ଆମ୍ବ ରସରେ ଅମ୍ଳତ୍ଵର ପରିମାଣ ଆମ୍ବର ପ୍ରକାର ଭେଦରେ ରହିଥାଏ । ବେଶୀ ମିଠା ଆମ୍ବ ହୋଇଥିଲେ ସିଟ୍ରିକ ଏସିଡ କିଗ୍ରା ପିଛା ଫଳ ରସରେ ୦.୭୫ ଗ୍ରାମ ବା ବେଶୀ ଖାତା ଆମ୍ବ ହୋଇଥିଲେ ୦.୨୫ ଗ୍ରାମ ମିଶାଇ ସ୍କ୍ବାସ ପ୍ରସ୍ତୁତ କରାଯାଏ । ସନ୍ତରା ସ୍କ୍ବାସ : ସିଲହଟ କମଳା, ନାଗପୁରସନ୍ତରା , ସୁରଙ୍ଗି କମଳା , ପାଟ କମଳା ଇତ୍ୟାଦି ସନ୍ତରା ଶ୍ରେଣୀଭୁକ୍ତ ଅଟେ । ଶତଗୁଡି କମଳା , ବାଟେଭିଆ , ଜାଫା ମୁସମ୍ବି , ୱାସିଙ୍ଗଟନ ନେବଲ ଆଦି କମଳା ଶ୍ରେଣୀଭୁକ୍ତ କରାଯାଇଛି । ଏହି ପ୍ରକାର ଫଳଗୁଡିକର ଚୋପା ଫଳ ଖୋସାରୁ ସହଜେ ଅଲଗା କରିବା ସମ୍ଭବ ନୁହେଁ । ଦୁଇ ଶ୍ରେଣୀର ଫଳ ଅଲଗା ଅଲଗା ସ୍କ୍ବାସ ପ୍ରସ୍ତୁତ ହୁଏ । ପୂର୍ବେ ଦିଆଯାଇଥିବା ବିଧି ଅନୁସରଣ କରି ଦରକାର ହେଉଥିବା ଚିନି , ଜଳ ଆଦି ଦ୍ରବ୍ୟଗୁଡିକ ର ପରିମାଣ ନିର୍ଧାରଣ କରି ସ୍କ୍ବାସ ତିଆରି କରାଯାଏ । ସାଧାରଣତଃ ସ୍କ୍ବାସ ତିନି ପ୍ରକାରରେ ପ୍ରସ୍ତୁତ କରାଯାଏ । - ଅଳ୍ପ ଚିନି ଅଂଶ ନେଇ (୧୫ ରୁ ୩୦ ଡିଗ୍ରୀ ବ୍ରିକସ ) ମଧ୍ୟମ ଚିନି ଅଂଶ ନେଇ (୩୦ ରୁ ୪୫ ବ୍ରିକସ ) ବେଶୀ ଚିନି ଅଂଶ ନେଇ (୪୫ ରୁ ୬୦ ବ୍ରିକସ ) ବିଭିନ୍ନ ଚିନି ଅଂଶକୁ ଦ୍ରୁଷ୍ଟିରେ ରଖି ଫଳ ଅନୁପାତରେ ଚିନି ନେଇ ସନ୍ତରା ସ୍କ୍ବାସ ପ୍ରସ୍ତୁତ କରାଯାଏ (ଟେବୁଲ-୧୬ ପର ପୃଷ୍ଠରେ ) ଫଳ ରସ ଭିନ୍ନ ମାତ୍ରାରେ ନେଇ ବିଭିନ୍ନ ରୁଚିର ସ୍କ୍ବାସ ମଧ୍ୟ ପ୍ରସ୍ତୁତ କରାଯାଏ । ସାଧାରଣତଃ ସ୍କ୍ବାସରେ ଶତକଡା ୩୩ ଭାଗ,। ୪୭ ଭାଗ ଓ ୬୦ ଭାଗ ରସ ନେଇ (ଫଳ) ପାନୀଯ ପ୍ରସ୍ତୁତ କରାଯାଏ (ଟେବୁଲ-୯) ଦ୍ରଷ୍ଟବ୍ୟ ) ପ୍ରଥମେ ସନ୍ତରା ଫଳଗୁଡିକୁ ଭଲଭାବେ ପରିଷ୍କାର ଜଳରେ ଧୋଇ ଚୋପା ଛଡାଇ ଅଲଗା କରାଯାଏ । ଖୋସା ବା କୋଲାଗୁଡିକୁ ଅଲଗା କରି ସ୍କୃ ପ୍ରେସ ବା ରସ ଚିପୁଡା ଯନ୍ତ୍ର ବା ହାତଦ୍ଵାରା ରସ ଚୁପୁଡି ବାହାର କରି ଷ୍ଟେନଲେସଷ୍ଟିକ । ଡେକଚିରେ ରଖାଯାଏ । ବଡ ଛିଦ୍ର ଥିବା ପ୍ଲାଷ୍ଟିକ ବା ଷ୍ଟେନଲେସ ଷ୍ଟିଲ ଜାଲିରେ ଛାଣି ମଞ୍ଜି, ଫଳ ଚୋପାଗୁଡିକୁ ଅଲଗା କରିଦିଆଯାଏ । ରସ ସହ କେଶରଗୁଡିକୁ ନେଇ ରଖାଯାଏ । ଚିନି ଓ ଜଳକୁ ଫୁଟାଇ ସିରପ ପ୍ରସ୍ତୁତ କରାଯାଏ । ସିରପ ଯେପରି ୧୪୫ ଫା.ହି (୨.୮ ସେ.ସ୍ରେ) ଉତ୍ତାପରୁ ବେଶୀ ନସିଝେ ସେଥିପ୍ରତି ଦ୍ରୁଷ୍ଟି ରଖିବା ଦରକାର । ଥର୍ମୋମିଟର ନଥିଲେ ରସ ଫୁଟିବା ଆରମ୍ବ କଲାମାତ୍ରେ ଡେକଚି ହାଣ୍ଡି ଚୁଲିରୁ ଓହ୍ଲାଇ ରଖିବା ଉଚିତ । ସିରପ ହାଣ୍ଡି ଚୁଲିରେ ରଖିବା ସମୟରେ କଗାଜି ଲେମ୍ବୁରସ ସିଟ୍ରିକ ଏସିଡ , ଚିନି , ଜଳରେ ମିଶାଇ ଗରମ କରିବା ଆବଶ୍ୟକ । ସିରପ ଥଣ୍ଡା ହେବା ପରେ ଖାଦ୍ୟ ରଙ୍ଗ , କମଳା ଏସେନସ ଓ ପ୍ରିଜରଭେଟିଭ ଠିକଭାବେ ମିଶାଇ ସ୍କ୍ବାସ ବୋତଲରେ ଭାରି ଠିପି ବନ୍ଦ ରଖିବା ଦରକାର । ଲେମ୍ବୁ ସ୍କ୍ବାସ ଭଲଭାବେ ପାଚିଠିବା ଲେମ୍ବୁ ନେଇ ପରିଷ୍କାର ଜଳରେ ଧୋଇ ସେଗୁଡିକୁ ଫାଳ ଫାଳ କରି କଟାଜାଏ । କାଠ ତିଆରି ଲେମ୍ବୁ ଚିପୁଡା ଯନ୍ତ୍ର ସାହାଯ୍ୟରେ ଫଳ ଫାଳଗୁଡିକରୁ ରସ ବାହାର କି ଷ୍ଟେନଲେସଷ୍ଟିକ ଡେକଚିରେ ରଖାଯାଏ । ପୂର୍ବମତେ ଲେମ୍ବୁ ସ୍କ୍ବାସ ପ୍ରସ୍ତୁତ କରାଯାଏ । କେଉଁ କେଉଁ ଦ୍ରବ୍ୟ କେତେ ପରିମାଣରେ ନିଆଯିବ ଏଥିପାଇଁ (ଟେବୁଲ-୧୩ ଓ ୧୪) ଦ୍ରଷ୍ଟବ୍ୟ । କ୍ରମିକ ସଂ ଦ୍ରବ୍ୟ ୪୫ ୫୫ ୬୫ ୧ ଲେମ୍ବୁରସ ୪.୫୪ କିଗ୍ରା ୪.୫୪ କିଗ୍ରା ୪.୫୪ କିଗ୍ରା ୨ ଚିନି ୫.୯ କିଗ୍ରା ୭.୯ କିଗ୍ରା ୯.୦ କିଗ୍ରା ୩ ଜଳ ୪ କିଗ୍ରା ୬.୮ କିଗ୍ରା ୯ କିଗ୍ରା ୪ ପୋଟାସିୟମ ମେଟା- ବାଇସଲଫାଇଟ ପ୍ରତି କେଜି ସ୍କ୍ବାସ ପାଇଁ ୬୧୦ ଗ୍ରାମ ୫ ଲେମ୍ବୁ ଏସେନସ ୪ ସି ସି ୧୦.୫ ସିସି ୧୨.୫ ସିସି ୬ ଲେମ୍ବୁ କଲର ୧.୫ ଗ୍ରାମ ୧.୭୫ ଗ୍ରାମ ୨.୦ ଗ୍ରାମ ଟେବୁଲ- ୧୪ କ୍ରମିକ ସଂ ଦ୍ରବ୍ୟ କମ ଚିନି ଯୁକ୍ତ ମଧ୍ୟମ ଚିନିଯୁକ୍ତ ଅଧିକ ଚିନିଯୁକ୍ତ ୧ କଗେଜି ଲେମ୍ବୁ ରସ ୧.୦ କେଜି ୨.୦ କେଜି ୧.୦ କେଜି ୨ ଚିନି ୧.୨୫ କେଜି ୨.୫ କେଜି ୨.୦ କେଜି ୩ ଜଳ ୦.୭୫ କେଜି ୧.୫ କେଜି ୨୦୦ ଗ୍ରାମ ୪ ପ୍ରିଜେରଭେଟିଭ ପ୍ରତି କେଜି ସ୍କ୍ବାସ ଲାଗି ୬୧୦ ମିଳିଗ୍ରାମ ପଟାସିୟମ ମେଟା ବାଇ ସଲଫାଇଟ ବ୍ୟବହାର କରାଯାଏ ୫ ଲେମ୍ବୁ ରଙ୍ଗ ଓ ଏସେନାସ ଆବଶ୍ୟକ ମୁତବକ ତରଭୁଜ ସ୍କ୍ବାପ ପାଚିଲା ତରଭୁଜ ନେଇ କାଟି ସେଥିରେ ଥିବା ସମସ୍ତ ରସ ନେଇ ଡେକଚି ଓ ବେଳା ସାହାଯ୍ୟରେ ବା ବ୍ଲେଣ୍ଡରରେ ସେଗୁଡିକୁ ଚକଟି ପରିଷ୍କାର କନାରେ ଛାଣି ଦିଆଯାଏ । ଫଳ ରସର ସ୍କ୍ବାସ ନିମ୍ନରେ ଦିଆଯାଇଥିବା ଦ୍ରବ୍ୟ ନେଇ ପୂର୍ବଭଳି ସ୍କ୍ବାସ ପ୍ରସ୍ତୁତ କରାଯାଏ । ୧ ତରଭୁଜ ରସ ୨.୨୭୦ କିଗ୍ରା ୨ ଚିନି ୨.୩୮୦ କିଗ୍ରା ୩ ସିଟ୍ରିକ ଏସିଡ ୫୬.୬୧ ଗ୍ରାମ ୪ ସୋଡିୟମ ବେଞ୍ଜୋଏଟ କିଲୋଗ୍ରାମ ପ୍ରତି ଏକ (୧୧୩.୩୮ କେଜି ସ୍କ୍ବାସ ଲାଗି ୧୧୩.୨୨ ଗ୍ରାମ) ଏହି ସ୍କ୍ବାସରେ ଚିନି ୪୫ ବ୍ରିକସ ଓ ୧.୦% ଅମ୍ଳ ରକ୍ଷା କରାଯାଇଥାଏ । ବେଳ ସ୍କ୍ବାସ ପାଚିଲା ବେଳ ଫଳ ନେଇ ଦୁଇଫାଳ କରି ଭାଙ୍ଗି ଦିଆଯାଏ । ସେଥି ଭିତରେ ଥିବା ନାଲିଆ ଶସକୁ ନେଇ ପରିଷ୍କାର ପାଣିରେ ଗୋଳି, ଚାଲୁଣି ରେ ଛାଣି ମଞ୍ଜି ଲଗା କରି ରଖାଯାଏ । ଚିନି ଓ ପାଣିରେ ସିରପ ପ୍ରସ୍ତୁତ କରି ଥଣ୍ଡା କରି ବେଲ ରସକୁ ସେଥିରେ ମିଶାଇ ଦିଆଯାଏ , ରୁଚି ଅନୁଯାୟୀ ଲେମ୍ବୁ ରସ ବା ସିଟ୍ରିକ ଏସିଡ ନିମ୍ନରେ ଦିଆଯାଇଥିବା ଦ୍ରବ୍ୟ ନେଇ ସ୍କ୍ବାସ ପ୍ରସ୍ତୁତ କରାଯାଏ । ୧ ବେଲ ରସ ୫ କେଜି ୨ ଚିନି ୫ କେଜି ୩ ଜଳ ୫ କେଜି ୪ ପୋଟାସିୟମ ମେଟାବାଇସଲଫାଇଟ - ପ୍ରତି ୪୬.୬୬୦ କେଜି ପାଇଁ ୨୮.୩୫ ଗ୍ରାମ ପ୍ରୟୋଗ କରାଯାଏ । ଓଡିଶାରେ ବହୁ ପରିମାଣରେ ବେଲ ମିଳେ । ବେଲ ଫଳର ରସ ପେଟ ରୋଗ ପାଇଁ ଉପାଦେୟ । ସପୁରି ସ୍କ୍ବାସ ପରିପକ୍ଵ ହୋଇଥିବା ସପୁରି ଫଳ ନେଇ ଦୁଇ ମଙ୍ଗରେ ଥିବା ଚୂଳ ଓ ଟାଣ ଡେମ୍ଫଗୁଡିକୁ କାଟି ଅଲଗା କରାଯାଏ । ଫଳର ଆଖି ଓ ଚୋପାଗୁଡିକୁ ଚାଞ୍ଚି ବାହାର କରାଯାଏ । ଫଳରେ ଦୁଇଖଣ୍ଡ କରି କଟାଜାଏ । ମଝିର ଟାଣ ଅଂଶକୁ କାଟି ଅଲଗା କରାଯିବା ଦରକାର । କଟଜାଇଥିବା ଛୋଟ ଛୋଟ ଫଳ ଖଣ୍ଡଗୁଡିକୁ ପରିଷ୍କାର ପତଳା କାନାରେ ହାଲୁକା କରି ବାନ୍ଧି ବସକେଟ ପ୍ରେସ ଦ୍ଵାରା ସେଥିରୁ ରସ ବାହାର କରି ଷ୍ଟେନଲେସଷ୍ଟିକ ଡେକଚିରେ ରଖାଯାଏ । ଚିନି ଓ ପାଣି ନେଇ ପୂର୍ବପରି ସିରପ ରାନ୍ଧି ନିମ୍ନରେ ଦିଆଯାଇଥିବା ଦ୍ରବ୍ୟଗୁଡିକ ନେଇ ବିଭିନ୍ନ ପ୍ରକାର ସ୍କ୍ବାସ ପ୍ରସ୍ତୁତ କରାଯାଏ । କ୍ର. ନଂ ଦ୍ରବ୍ୟ ୧ମ ପ୍ରକାର ୨ ୟ ପ୍ରକାର ୩ ୟ ପ୍ରକାର ୧ ସପୁରି ରସ ୫.୦ କେଜି ୫.୦ କେଜି ୫.୦ କେଜି ୨ ଚିନି ୭.୫ କେଜି ୮.୩ କେଜି ୧୨.୨ କେଜି ୩ ଜଳ ୨.୫ କେଜି ୬.୨୭୫ କେଜି ୨.୨୩ କେଜି ୪ ସପୁରି ଏସେନସ ୩ ରୁ ୪ ଗ୍ରାମ ୧୨.୫ ଗ୍ରାମ ୧୬.୨୫ ଗ୍ରାମ ୫ ସୋଡିୟମବେଞ୍ଜୋଏଟ ୫୬.୬୧ ଗ୍ରାମ ୬ ପୋଟାସିୟମ ମେଟା- ବାଇସଲଫାଇଟ ୧୨.୭୫ ଗ୍ରାମ ୧୨.୨୫ ଗ୍ରାମ ୭ ସିଟ୍ରିକ ଏସିଡ ୨.୭୫ ଗ୍ରାମ ୩.୭୫ ଗ୍ରାମ ପଣସ ସ୍କ୍ବାସ ଭଲ ପାଚିଲା କଡୁଆ ପଣସକୁ ନେଇ ଖୋସାଗୁଡିକ ସଂଗ୍ରହ କରାଯାଏ । ସେଥିରୁ ମଞ୍ଜିଗୁଡିକ ଅଲଗା କରି ଖୋସାଗୁଡିକରୁ ରସ ବାହାର କରାଯାଏ । ପଲପର ଯନ୍ତ୍ର ଏଥିପାଇଁ ଉପଯୁକ୍ତ ନିମ୍ନମତେ ଦ୍ରବ୍ୟଗୁଡିକ ନେଇ ସ୍କ୍ବାସ ତିଆରି କରାଯାଏ (ଟେବୁଲ-୧୬ କ ଦ୍ରଷ୍ଟବ୍ୟ) ଟାଣ ଖୋସା ଯୁକ୍ତ ଖଜରା ପଣସର ନରମ ଖୋସା ଗୁଡିକୁ ବାହାର କରି ମଞ୍ଜି ଅଲଗା କରାଯାଏ । ପରେ ଖୋସାଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଏ । ସେଗୁଡିକୁ ଓଜନ କରି ଏହି ଓଜନର ଅଧା ଓଜନର ଜଳ ନେଇ ସେଥିରେ ଦିଆଯାଏ ଓ କିଛି ସମୟ ଲାଗି ରନ୍ଧାଯାଏ । ଫଳ ଖଣ୍ଡ ସିଝିବା ସମୟରେ ଡଙ୍କି ବା ଚଟୁ ସାହାଯ୍ୟରେ ଦାବି ମିଶାଇ ଘାଣ୍ଟି ଦିଆଯାଏ ଓ ସାରୁ ରନ୍ଧ୍ର ବିଶିଷ୍ଟ ଚାଲୁଣିରେ ରସକୁ ଛାଣି ଦିଆଯାଏ । ଟେବୁଲ- ୧୬ (ଖ) ସ୍ତମ୍ଭରେ ଦିଆଯାଇଥିବା ଦ୍ରବ୍ୟ ନେଇ ପଣସ ସ୍କ୍ବାସ ପ୍ରସ୍ତୁତ କରାଯାଏ । ଏକ କେଜି ପଣସ ରସରେ ଦେଢ କେଜି ଚିନି ନେଇ ମଧ୍ୟ ସ୍କ୍ବାସ ପ୍ରସ୍ତୁତ କରାଯାଇପାରେ । କ୍ର. ନଂ ଦ୍ରବ୍ୟ ୧ମ ପ୍ରକାର ୨ ୟ ପ୍ରକାର ୩ ୟ ପ୍ରକାର ୧ ପଣସ ରସ ୧.୦ କେଜି ୧୦.୦ କେଜି ୫.୦ କେଜି ୨ ଚିନି ୧.୫ କେଜି ୨.୫ କେଜି ୧୧.୨୫ କେଜି ୩ ଜଳ ୧.୦ କେଜି ୧୫.୦ କେଜି ୭.୫ କେଜି ୪ ସିଟ୍ରିକ ଏସିଡ ୨୮.୩ ଗ୍ରାମ ୭୨୫ କେଜି ୭.୫ କେଜି ୫ ପୋଟାସିୟମ ମେଟା- ବାଇ ସଲଫାଇଟ ୨୮.୩ ଗ୍ରାମ ପ୍ରତି କେଜି ସ୍କ୍ବାସ ଲାଗି ୬୧୦ ମି ଗ୍ରାମ ପଟାସିୟମ- ମେଟା- ବାଇ ସଲଫାଇଟ ୨୩୫ ଗ୍ରାମ ପଣସ ନେକତାର ବା ପଣସ ମହୁ ଟେବୁଲ-୧୬(ଗ) ସ୍ତମ୍ଭରେ ଦିଆଯାଇଥିବା ଦ୍ରବ୍ୟଗୁଡିକୁ ନେଇ ପଣସ ମହୁ ତିଆରି କରାଯାଏ । ସିରପ ତିଆରି କରି ଫଳ ରସକୁ ଭଲଭାବେ ମିଶ୍ରିତ କରି ପରିଷ୍କାର କାନାରେ ଛାଣି ବିଶୋଧିତ ବୋତଲରେ ଭରି ରଖାଯାଏ (ପଣସ ମହୁ ) ବ୍ୟବହାର କଲାବେଳେ ଏକ ଭାଗ ପଣସ ମହୁରେ ୪ ରୁ ୫ ଭାଗ ଜଳ ମିଶାଇ ବ୍ୟବହାର କରାଯାଏ । ଏହା ସୋଡା ଜଳରେ ମିଶାଇ ବା ସରବତ ତିଆରି କରି ବ୍ୟବହାର କରାଯାଏ । ସେଉ ରସ ସଂରକ୍ଷଣ : ପରିପକ୍ଵ ହୋଇଥିବା ତଟକା ସେଉ ଫଳଗୁଡିକୁ ଭଲଭାବେ ପରିଷ୍କାର ଜଳରେ ଧୋଇ ସେଗୁଡିକ ଟିକି ଟିକି କରି କାଟି ଦିଆଯାଏ । Grater ଯନ୍ତ୍ର ବ୍ୟବହାର କରି ଫଳକୁ କୋରିୟ ବାହାର କରାଯାଏ । ସେଗୁଡିକୁ ସଫା କନାରେ ବାନ୍ଧି ବେସକେଟ ପ୍ରେସ ସାହାଯ୍ୟରେ ରସ ବାହାର କରି ପୁନର୍ବାର ରସକୁ ଛାଣି ରଖାଯାଏ । ରସକୁ ୧୮୦ ରୁ ୧୮୫ ଉତ୍ତାପରେ କିଛି ସମୟ ଗରମ କରାଯାଏ । ପୂର୍ବରୁ ବିଶୋଧିତ ପରିଷ୍କାର ବୋତଲରେ ଗରମ ରସକୁ ଢାଳି ସଙ୍ଗେ ସଙ୍ଗେ ଠିପି ବନ୍ଦ କରାଯାଏ । ଗରମ ରସ ବୋତଲରେ ଭରିବା ସମୟରେ ରସର ଉତ୍ତାପ ୮୨ ସେ.ଗ୍ରେ ରୁ କମ ହୋଇ ନଥିବା ଉଚିତ । ପାଶ୍ଚ୍ୟୁରାଈଜେସନ ଭରା ଯାଇଥିବା ବୋତଲଗୁଡିକୁ ପାଶ୍ଚ୍ୟୁରାଈଜେସନ କରାଯାଏ । ସମତଳ ରସ ଡେକଚିରେ ଏକ ଇଞ୍ଚର ଗୋଲେଇ କଟା ଯାଇଥିବା କାଠ ପଟାକୁ ରଖି ସେଥିରେ ଜଳ ଭରିକରି ବୋତଲଉଡିକୁ ଥୋଇ ଗରମ କରାଯାଏ । ଏହା ୧୭୫ ବା ୮୦ ଉତ୍ତାପରେ ୩୦ ମିନିଟ ଯାଏଁ ଗରମ କରି ଥଣ୍ଡା ଓ ଶୁଷ୍କ ଜାଗାରେ ସାଇତି ରଖାଯାଏ । ସପୁରି ଫଳରସ ସଂରକ୍ଷଣ ସଂରକ୍ଷିତ ସପୁରି ଫଳରସ ଅନ୍ୟାନ୍ୟ ଫଳରସ ପରି ବ୍ୟବହାର କରାଯାଏ । ଏହି ରସ ସୋଡା ଜଳରେ ମିଶାଇ ପାନ କରାଯାଏ । ପ୍ରଥମେ ଫଳଗୁଡିକର ଦୁଇ ପାର୍ଶ୍ଵ , ଆଖି ଓ ଚୋପା ଅଲଗା କରି ଫଳର ଛୋଟ ଛୋଟ ଖଣ୍ଡଗୁଡିକୁ ମୋଟା ପରିଷ୍କାର କାନାରେ ବାନ୍ଧି ବାସକେଟ ପ୍ରେସ ସାହାଯ୍ୟରେ ରସ ବାହାର କରାଯାଏ । ରସକୁ ପୁଣି ପତଳା ସଫାକାନା ଦ୍ଵାରା ଛାଣି ପ୍ରତି କେଜି ଫଳ ରସରେ ୪୦ ଗ୍ରାମ ସଫା ଚିନି ମିଶାଇ ଆଉଠାରେ ପତଳା କାନାରେ ଛାଣି ଷ୍ଟେନଲେସଷ୍ଟିକ ଡେକଚିରେ ରଖି ୮୨-୮୫ ସେ। ଗ୍ରେ ଉତ୍ତାପରେ ଗରମ କରି ତିନ ଡବା ମୁହଁରୁ ୦.୬ ସେମି ଫାଙ୍କା ରଖି ରସ ଭରାଯାଏ ଓ ସଙ୍ଗେ ସଙ୍ଗେ ଯନ୍ତ୍ର ସାହାଯ୍ୟରେ ମୁଦ ଦେଇ ରଖାଯାଏ । ବିଶୋଧିତ କାଚ ବୋତଲରେ ମଧ୍ୟ ଏହା ରଖି ଠିପିଦେଇ ୮୦ , ୮୨ ସେ.ଗ୍ରେ ଗରମ ଜଳରେ ୨୫ ମିନିଟ ଯାଏ ପାଶ୍ଚ୍ୟୁରାଈଜ କରି ପ୍ରବାହିତ ଶୀତଳ ଜଳରେ ରଖି ଥଣ୍ଡା କରି ସେଗୁଡିକୁ ଶୁଖିଲା କାନାରେ ପୋଛି ସଂରକ୍ଷିତ କରାଯାଏ । ମସଲାଯୁକ୍ତ ଗାଜର ରସ ସଂରକ୍ଷଣ ନାଲିଆ ଗାଜର ଗୁଡିକ ଭଲଭାବେ ପରିଷ୍କାର ଜଳରେ ୩ ରୁ ୪ ଥର ଧୋଇ ସେଗୁଡିକୁ କୋରି ଦିଆଯାଏ । ପ୍ରତି ୧୦ କେଜି ଗାଜର କୋରା ୬୨୫ ଗ୍ରାମ ସଫା ଲୁଣ,୩୦ ଗ୍ରାମ ସୋରିଷ ଗୁଣ୍ଡ,୩ ଚାମୁଚ , ଲଙ୍କାଗୁଣ୍ଡ, ୬୨୫ ମିଳି ସିର୍କା ମିଶାଇ ପରିଷ୍କାର ମାଟି ହାଣ୍ଡିରେ ମୁହଁଯାଏ ଭରି , ମାଟି ପାତ୍ରର ଢାଙ୍କୁଣୀ ଦେଇ , ମହମ ଦ୍ଵାରା ମୁହଁ ପୂରାପୂରି ବନ୍ଦ କରାଯାଏ । ଶୁଷ୍କ ଥଣ୍ଡା ସ୍ଥାନରେ ମୁହଁ ବନ୍ଦ କରାଯାଇଥିବା ମାଟି ହାଣ୍ଡିକୁ ମାସେ ପର୍ଯ୍ୟନ୍ତ ରଖାଯାଏ । ରସରୁ ମନ୍ଦ ଭଲଭାବେ ବସିଯିବା ପରେ ଉପରର ପରିଷ୍କାର ରସକୁ ନିଗାଦୀ କନାରେ ଛାଣି ସେଥିରେ ପୋଟାସିୟମ ମେଚା ବାଇସଲଫାଇଟ ଓ ସୋଡିୟମ ବେଞ୍ଜୋଏଟ ପ୍ରତ୍ୟକରୁ ୦.୧୫ ଗ୍ରାମ ପ୍ରତି ଅଧା କେଜି ରସରେ ଗୋଳି ଦିଆଯାଏ । ବିଶୋଧିତ ବୋତଲରେ ରସ ଭର୍ତ୍ତିକରି ଠିପି ବନ୍ଦ କରାଯାଏ । ପରେ ବୋତଲଗୁଡିକ ୧୦ ରୁ ୧୫ ମିନିଟ ଯାଏଁ ଫୁଟୁଠିଆ ପାଣିରେ ବିଶୋଧିତ କରାଯାଏ । ବ୍ୟବହାର କଲାବେଳେ ଏକଭାଗ ରସରେ ୨-୩ ଭାଗ ଜଳ ମିଶାଇ ବ୍ୟବହାର କରାଯାଏ । କାର୍ଡିଏଲ : କାର୍ଡିଏଲ ସାଧାରଣତଃ କାଗାଜି ଲେମ୍ବୁ ଫଳକୁ ନେଇ ଲେମ୍ବୁ ସ୍କ୍ବାସ ପ୍ରସ୍ତୁତି ପ୍ରଣାଳୀ ପ୍ରୟୋଗ କରି ପ୍ରସ୍ତୁତ କରାଯାଏ । ଲେମ୍ବୁ ସ୍କ୍ବାସରେ ଲେମ୍ବୁରସ ସହ ସେଥିରେ ଥିବା କେଶର ଗୁଡିକ ରଖାଯାଏ କିନ୍ତୁ କାର୍ଡିଏଲରେ କେଶରଗୁଡିଏ ଅଲଗା କରି ଦିଆଯାଏ କେବଳ ଛଣା ରସ ନିଆଯାଏ । ଏହା ଦେଖିବାକୁ ସ୍ଵଚ୍ଛ । ଲେମ୍ବୁ ରସକୁ ବାହାର କରାଯିବା ପରେ ପାତ୍ରରେ ନିଶ୍ଚଳଭାବେ କିଛି ସମୟ ତାକୁ ରଖାଯାଏ । ଏହା ଫଳରେ ରସରେ ଥିବା ଭାସିବା ଅଂଶ , କେସର , ଅନ୍ୟାନ୍ୟ ଓଜନିଆ ଫଳରସ ଅଂଶ ପାତ୍ର ତଳେ ବସିଯାଏ ଓ ପରିଷ୍କାର ଫଳରସ ଉପରେ ରହେ । ଏହି ରସକୁ ସାବଧାତନା ସହକରେ ଉପରକୁ ନେଇ କାର୍ଡିଏଲ ପ୍ରସ୍ତୁତି କରାଯାଏ । ଏଥିପାଇଁ ନିମ୍ନଲିଖିତ ପଦାର୍ଥ ଆବଶ୍ୟକ ହୋଇଥାଏ । ୧ ପରିଷ୍କାର କଗାଜି ଲେମ୍ବୁ ରସ ୧୦.୦୦ନ କେଜି ୨ ପରିଷ୍କାର ଚିନି ୧୨.୫ କେଜି ୩ ଜଳ (ପରିଷ୍କାର) ୧୦.୦ କେଜି ୪ ପୋଟାସିୟମ ମେଟା ବାଇସଲଫାଇଟ ପ୍ରତି ୫୦ କେଜି କାର୍ଡିଏଲ ଲାଗି ୨୮.୩ ଗ୍ରାମ ଲେମନ ବାର୍ଲି ୱାଟର : ଏହା ଏକ ରୁଚିକର ଓ ଉପାଦେୟ ପାନୀୟ । ରୋଗୀର ପଥ୍ୟ ରୂପେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଜବ ଅଟା ଓ କାଗାଜି ଲେମ୍ବୁ ରସ ନେଇ ଏହା ପ୍ରସ୍ତୁତ କରାଯାଏ । ଏଥିପାଇଁ ୧୦ କେଜି ପରିଷ୍କାର ଜଳରେ ୩୫୦ ଗ୍ରାମ ବାର୍ଲିଅଟା ବା ପାଉଡର ଭଲଭାବେ ଗୋଳାଇ ରଖାଯାଏ । ଏହି ଜଳ ମିଶା ବାର୍ଲିକୁ ୫ ରୁ ୧୦ ମିନିଟ ଯାଏଁ ସିଝାଇ ନିମ୍ନରେ ଦିଆଯାଇଥିବା ଜିନିଷଗୁଡିକ ମିଶାଇ ଲେମବାର ବାର୍ଲି ୱାଟର ପ୍ରସ୍ତୁତ କରାଯାଏ । ପୂର୍ବପରି ବାର୍ଲି ମିଶା ଜଳ ଓ ଚିନି ନେଇ ସିରପ ପ୍ରସ୍ତୁତ କରି ଥଣ୍ଡା କରାଯାଏ । ସିରପ ଥଣ୍ଡା ହେବା ପରେ ଲେମ୍ବୁ ରସ ଓ ପ୍ରିଜରଭେଟିଭ ମିଶାଇ ପରିସକର ଓ ବିଶୋଧିତ ବୋତଲରେ ଭରି ଠିପି ବନ୍ଦକରି ସଂରକ୍ଷିତ କରାଯାଏ । ୧ ବାର୍ଲି ୪୫୦ ଗ୍ରାମ ୨ ଜଳ ୧୦ କେଜି ୩ ଚିନି ୭.୫ କେଜି ୪ ଲେମ୍ବୁ ରସ ୮.୦ କେଜି ୫ ଲେମନ ଏସେନସ ୧୪୫.୮୫ ଗ୍ରାମ ୬ ପୋଟାସିୟମ ମେଟା ବାଇସଲଫାଇଟ ୨୦ ଗ୍ରାମ ଅଙ୍ଗୁର, ଜାମୁକୋଳି, ଡାଳିମ୍ବ ଓ ଫାଲସା ରସର ସିରପ : ଏହି ପ୍ରକାରର ଫଳ ରସରୁ ରୁଚିକର ତଥା ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ପ୍ରସ୍ତୁତ କରାଯାଇ ବହୁଦିନ ଯାଏଁ ସଂରକ୍ଷିତ କରି ବ୍ୟବହାର କରାଯାଏ । ପାଚିଲା ଫଳ ଗୁଡିକୁ ପରିଷ୍କାର ପାଣିରେ ଧୋଇ ଦିଆଯାଏ । ଡେମ୍ଫ, ନାଦ , ଫଟା , ପଚା ଫଳଗୁଡିକୁ ଅଲଗା କରାଯାଏ । ଯେଉଁ ଫଳଇକରେ bଡ ବଡ ମଞ୍ଜି ଥାଏ । ସେଗୁଡିକୁ ବାହାର କରାଯାଏ ଓ ପରେପତଳା ସଫା କାନାରେ ବାନ୍ଧି ବାସକେଟ ପ୍ରେସ ସାହାଯ୍ୟ ଏ ରସ ବାହାର କରାଯାଏ । ରାହିଜାଇଥିବା ଖଡାରେ ପାଉନି ଜ୍କ୍ଚି ଜଳ ମିଶାଇ ଆଉଠାରେ ରସ ବାହାର କରି ପ୍ରଥମେ ବାହାର କରିଥିବା ଫଳ ରସରେ ଏହାକୁ ମିଶାଇ ଦିଆଯାଏ । ଏହି ରସକୁ ପତଳା କାନା ବା ସାରୁ ରନ୍ଧ୍ର ଥିବା ପ୍ଲାଷ୍ଠିକ ବା ଷ୍ଟେନଲେସ ଷ୍ଟିଲ ଚାଲୁଣିରେ ଛାଣି ରଖାଯାଏ । ପୂର୍ବପରି ଚିନି , ଜଳ ଓ ଅମ୍ଳ ମିଶାଇ ସିରପ ପସ୍ତୁତ କରାଯାଏ । ଅମ୍ଳ କେବଳ ଜାମୁକୋଳି ଓ ଅଙ୍ଗୁରରେ ମିଶାଯାଏ କିନ୍ତୁ ଅନ୍ୟ ଫଳ ପାଇଁ ଦରକାର ହୋଇ ନଥାଏ । କେହି କେହି ନିଜ ରୁଚି ଲାଗି ଅଧିକା କିଛି ଅମ୍ଳ ବ୍ୟବହାର କରିଥାନ୍ତି । ପର ପ୍ରୁଷ୍ଠାରେ ଦିଆଯାଇଥିବା (ଟେବୁଲ- ୧୭) ଜିନିଷ ବ୍ୟବହାର କରି ସିରପ ପ୍ରସ୍ତୁତ କରାଯାଏ । ଫଳ ଓ ପନିପରିବା ରସ ସଂରକ୍ଷଣ : ଫଳ ଓ ପନିପରିବାର ରସ ବାହାର କରି ସେହି ଅବସ୍ଥାରେ ସଂରକ୍ଷଣ କରାଯାଏ । ସଂରକ୍ଷିତ ରସ ବିଭିନ୍ନ ପାନୀଯ ପ୍ରସ୍ତୁତ ହେଉଥିବା ଶିଳ୍ପରେ ବ୍ୟବହାର କରାଯାଏ , ଫଳ ବିଶେଷ କରି ପନିପରିବା ରସ ରନ୍ଧନ ପ୍ରଣାଳୀରେ ମଧ୍ୟ ବ୍ୟବହାର କରାଯାଏ । ବିଶେଷ କରି ତଟକା ପନିପରିବା ବଜାରରେ ନମିଳିବା ବେଳେ ଏ ପ୍ରଣାଳୀ ଉପାଦେୟ । ଲଙ୍କା ଆମ୍ବଫଳ ରସ ଓ ଫଳ ସିରପ ସଂରକ୍ଷଣ : କାଜୁ ବଗିଚାରୁ ବହୁ ପରିମାଣର ଲଙ୍କାଆମ୍ବ ଫଳ ଆଦାଯ ହୋଇଥାଏ । ଅନେକ ସ୍ଥାନ ବିଶେଷ କରି ଆମ ଓଡିଶାରେ ଏହାର ଅଧିକାଂଶ ଭାଗ ପାଚ୍ୟ, ଶାଢୀ, ଓ ବିନା ବିନିଯୋଗରେ ନଷ୍ଟ ହୋଇଥାଏ । ତେଣୁ ଏହାର ରସକୁ ସଂରକ୍ଷିତ କରି କିମ୍ବା ସିରପ । ଟେବୁଲ- ୧୭ କ୍ର ନଂ ଦ୍ରବ୍ୟ ଅଙ୍ଗୁର, ଜାମୁକୋଳି, ଡାଳିମ୍ବ, ଫାଳସା ସ୍ନାସ ଅଙ୍ଗୁର କରମଙ୍ଗା ସ୍କ୍ବାସ ୧ ଚିନି ୦.୫ କେଜି ୧.୫ କେଜି ୧.୦ କେଜି ୨ ଫଳ ରସ ୦.୫ କେଜି ୧.୦ କେଜି ୧.୦ କେଜି ୩ ଜଳ ୦.୫ କେଜି ୧.୦ କେଜି ୧.୦ କେଜି ୪ ସାଇଟ୍ରିକ ଏସିଡ ୩.୫୪ ରୁ ୪.୭୨ ଗ୍ରାମ ଗ୍ରାମ ୨୦-୨୫ ଗ୍ରାମ ପ୍ରତି କେଜି ସ୍କ୍ବାସ ଲାଗି ଏକ ଚାମଚ ୫ ପୋଟାସିୟମମେଟାବାଇ ସଲଫାଇଟ ୦.୬ ଗ୍ରାମ ୬ ସୋଡିୟମ ବେଞ୍ଜୋଏଟ ୦.୫ ଗ୍ରାମ ପ୍ରତି ୦.୭ ଗ୍ରାମ ୭ ପୋଟାସିୟମ ବେଞ୍ଜୋଏଟ ୦.୫ କେଜି ସ୍କ୍ବାସ ଆକାରରେ ବ୍ୟବହାର କରାଯାଇଥାଏ । ଲଙ୍କାଆମ୍ବ ଗୁଡିକ ବିଭିନ୍ନ ରଙ୍ଗର (ହଡାଲିଆ ନାଲି , ଈଷତ ନାଲି) ଓ ବିଭିନ୍ନ ଆକାରର ଓ ଆକୃତିର ଦେଖିବାକୁ ମିଳେ । କିସମ ଅନୁସାରେ ବିଭିନ୍ନ ଆକୃତିର ଫଳ ମିଳିଥାଏ ।ସାଧାରଣତଃ ଶତକଡା ୫୦ ରୁ ୬୦ ଭାଗ ରସ ମିଳିଥାଏ , ଏହି ରସରେ ଫଳ ରୁ ଶତକଡା ୧୨ ରୁ ୧୬ ଭାଗ ଚିନି ଓ ଶତକଡା ୦.୩ ଭାଗ ଅମ୍ଳ ରହିଥାଏ । ଏହାର ତଟକା ରସ ଖାଇଲେ ତଣ୍ଟିରେ ଗାଲୁ କରେ କିନ୍ତୁ ରସକୁ ଉଚିତ ପ୍ରଣାଳୀରେ ସାଇତି ରଖିଲେ ସେଥିରୁ ବହୁ ରୁଚିକର ପାନୀୟ ପ୍ରସ୍ତୁତ କରାଯାଏ । ପ୍ରସ୍ତୁତ ପ୍ରଣାଳୀ : ସଦ୍ୟ ଅମଳ କରାଯାଉଥିବା ପାଚିଲା ଲଙ୍କାଆମ୍ବ ଫଳଗୁଡିକୁ ନେଇ , ସେଗୁଡିକୁ ବାଛି ପରିଷ୍କାର ଜଳରେ ଧୋଇ ପ୍ରେସର କୁକରରେ ୫ ରୁ ୧୦ ମିନିଟଯାଏ ୦.୭ କେଜି ପ୍ରେସର ବା ଚାପରେ ସିଝାଇ ଦିଆଯାଏ । ରସ ବାହାର କୃ ପ କେଜି ରସରେ ୪୩୦ ମିଗ୍ରା ଜିଲାଟନ ଗୋଳି ଭଲଭାବେ ଘାଣ୍ଟି ୧୫ ମିନି ପର୍ଯ୍ୟନ୍ତ ସେପରି ସ୍ଥିର ରଖାଯାଏ ,। ଏହି ରସକୁ ପରିଷ୍କାର କାନାରେ ଛାଣି ପ୍ରତି କେଜି ରସରେ ୬୦୦ ଗ୍ରାମ ଚିନି ଭଲଭାବେ ମିଶାଇ ଦିଆଯାଏ ଓ ୯୦ -୯୫ ସେଗ୍ରେ ଉତ୍ତାପଏ ଗରମ କରାଯାଏ ଓ ଆଗରୁ ବିଶୋଧିତ ବୋତଲରେ ଭର୍ତ୍ତି କରାଯାଏ । ଠିପି ବନ୍ଦ କରି ବୋତଲଗୁଡକୁ ୮୫-୯୦ ସ୍ରେଗ୍ରେ ଉତପରେ ଥିବା ଜଳରେ ୩୦ ମିନିଟ ଯାଏ ବିଶୋଧନ କରି ସାଇତା ଯାଏ । ରସକୁ ଗରମ ନକରି ସଂରକ୍ଷିତ କରିବା ଦରକାର । ପ୍ରତି ୪୫୫ ଗ୍ରାମ ଚିନିମିଶା ରସରେ ୫୦୦ ମିଳିଗ୍ରାମ ସୋଡିୟମ ବେଞ୍ଜୋଏଟ ଗୋଳାଇ ତାକୁ ବିଶୋଧିତ ବୋତଲରେ ଭରି , ବନ୍ଦକରି ସଂରକ୍ଷଣ କରାଯାଏ । ସପେଟା ଫଳ ରସ ସଂରକ୍ଷଣ ଭଲ ଭାବେ ପାଚିଠିବା ସପେଟା (ହାତକୁ କୋମଳ ଲାଗିବା ଅବସ୍ଥାଏ ଏହା ଅତି ଟାଣ ବା ଅତି ଅଁଳାଲିଆ ହେବା ଅନୁଚିତ) ଫଳକୁ ନେଇ ପରିଷ୍କାର ପାଣିରେ ଧୋଇ ଉପରର ପତଳା ଚୋପା ଓ ଭିତରେ ଥିବା ମଞ୍ଜିଗୁଡିକ ଅଲଗା କରି ଦିଆଯାଏ । ଶସକୁ ବ୍ଲେଣ୍ଡର ସାହାଯ୍ୟରେ ମିଶାଇ ଦିଆଯାଏ । ୪.୫୪ କିଗ୍ରା ଚିନି ସହ ୪.୫୪ କିଗ୍ରା ଜଳ ଓ ୧୯୦ ଗ୍ରାମ ସିଟ୍ରିକ ଏସିଡ ମିଶାଇ ସିରପ ପ୍ରସ୍ତୁତ କରି ଥଣ୍ଡା କରାଯାଏ । ଥଣ୍ଡା ସିରପରେ ୪.୫୪ କିଗ୍ରା ସପେଟା ଫଳ ରସ ମିଶାଇ ଭଲ ଭାବେ ଘାଣ୍ଟି ଦିଆଯାଏ । ୪୫୪ ଗ୍ରାମ ସ୍କ୍ବାସ ଲାଗି ୦.୩୫ ଗ୍ରାମ ସୋଡିୟମ ବେଞ୍ଜୋଏଟ ମିଶାଇ ବିଶୋଧିତ ବୋତଲରେ ଭରି ଠିପି ବନ୍ଦ କରାଯାଏ । ସିରପ ନ ରାନ୍ଧି ଯଦି ସ୍କ୍ବାସ ପ୍ରସ୍ତୁତ କରାଯାଏ ତେବେ ଫଳରସ , ପାଣି ଚିନି ଓ ଅମ୍ଳ ମିଶାଇ କାନାରେ ଛାଣି ସେଗୁଡିକୁ ବିଶୋଧିତ ବୋତଲରେ ଭରି ଠିପି ବନ୍ଦ କରିବା ପରେ ଡେକଚିରେ ଥିବା ଗରମ ଜଳ (୮୨-୮୫ ସେବା ୧୮୦ ରୁ ୧୮୫ଫା.ହି) ରେ ବୋତଲଗୁଡିକ ୩୦ ମିନିଟ ଯାଏ ବିଶୋଧନ କରି ସଂରକ୍ଷିତ କରାଯାଏ । କୃତ୍ରିମ ସୁବାସିତ ସରବତ ବା ପାନୀୟ ବିନା ଫଳ ରସରେ ସ୍କ୍ବାସ ତିଆରି କରାଯାଏ । ଚିନି ଜଳ , ସିଟ୍ରିକ ଏସିଡ , ନିର୍ବାଚିତ ,ଫଳର ସିନ୍ଥୋଟିକ ରଙ୍ଗ , ନିର୍ବାଚିତ ସିନ୍ଥୋଟିକ ଫଳର ଏସେନସ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ । ଏହା ସ୍ଵାଦଯୁକ୍ତ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ । ସାଧାରଣତଃ ଏକ ଭାଗ ଜଳରେ ୨.୭୫ ଭାଗ ୨.୫୦ ଭାଗ ଚିନି ୨ ରୁ ୩ ମିଗ୍ରା ସିଟ୍ରିକ ଏସିଡ ମିଶାଇ ସିରପ ପ୍ରସ୍ତୁତ କରି ସେଥିରେ ନିର୍ବାଚିତ ଫଳ ରଙ୍ଗ ଓ ଫଳ ଏସେନସ ମିଶାଇ ସଂରକ୍ଷିତ କରାଯାଏ । ଗ୍ୟାସଦିଆ ସରବତ ବା ପାନୀୟ ଆମେ ସୋଢା ଜଳ ବ୍ୟବହାର କରିଥାଉଁ । ସେହିପରି ଚିନି, ଜଳ ଓ ଅମ୍ଳ ମିଶାଇ ବୋତଲରେ ଗ୍ୟାସ ଭରି ବ୍ୟବହାର କରାଯାଏ । ଫଳରସ, ଜଳ ଓ ଚିନି ଗ୍ୟାସ ମିଶାଇ ପାନୀଯ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଜିଞ୍ଜର (ଅଦା) ଲେମନ(ଲେମ୍ବୁ) (କମଳା(ଅରେଞ୍ଜ) କୋକାକୋଲା, ଫେସସିକୋଲା ଥମ୍ବସଅପ ଆଦି ନାମରେ ଏହି ପ୍ରକାର ପାନୀୟ ବ୍ୟବହାର କରାଯାଉଛି । ଆଧାର – ଓଡିଶା ରାଜ୍ୟ ଓ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା