ବର୍ତ୍ତମାନ ଆମ ରାଜ୍ୟ ତଥା ଦେଶରେ ଦର ବୃଦ୍ଧିକୁ ନେଇ ଟମାଟୋ, ଭାରି ଚର୍ଚ୍ଚାରେ । ତେଣୁ ଟମାଟୋ ଅମଳ ହ୍ରାସ ପାଇବା ପଛରେ ପ୍ରମୁଖ କାରକଗୁଡିକ ମଧ୍ୟରୁ କୀଟଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି। ଅନୁକୂଳ ଜଳବାୟୁ, ଉର୍ବର ମୃତ୍ତିକା ତଥା ଆଧୁନିକ କୃଷିପଦ୍ଧତିର ଉପଯୋଗିତା ଫଳରେ ଆମ ଦେଶ ପନିପରିବା ଉତ୍ପାଦନରେ ବିଶ୍ଵସ୍ତରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହେଉଛି । ଉତ୍ପାଦିତ ବିଭିନ୍ନ ପନିପରିବା ମଧ୍ୟରେ ଟମାଟୋର ଚାହିଦା ସ୍ଵତନ୍ତ୍ର । ବର୍ତ୍ତମାନ ଆମ ରାଜ୍ୟ ତଥା ଦେଶରେ ଦର ବୃଦ୍ଧିକୁ ନେଇ ଟମାଟୋ, ଭାରି ଚର୍ଚ୍ଚାରେ । ତେଣୁ ଟମାଟୋ ଅମଳ ହ୍ରାସ ପାଇବା ପଛରେ ପ୍ରମୁଖ କାରକଗୁଡିକ ମଧ୍ୟରୁ କୀଟଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି । ପ୍ରମୁଖ କୀଟ ଶତ୍ରୁ ଫଳବିନ୍ଧା ପୋକ ପୂର୍ଣ୍ଣାଙ୍ଗ କୀଟଟି ପ୍ରଜାପତି ଭଳି ଓ ଆଗ ଡେଣାର ମଧ୍ୟ ଭାଗରେ ଦୁଇଟି ଗୋଲାକାର ଦାଗ ରହିଥାଏ । ସ୍ତ୍ରୀ କୀଟଟି ପତ୍ର ଉପରେ ବା ସବୁଠାରୁ ଉପରେ ଥିବା ଫୁଲର ତଳେ ଧଳା, ଗୋଲାକର ଅଣ୍ଡା ଦିଏ ଯାହା ମଧ୍ୟରୁ ୩-୪ ଦିନ ମଧ୍ୟରେ ଶୁକ ନିର୍ଗତ ହୁଏ ଓ କାଳକ୍ରମେ ଏହି ଶୁକ୍ଳ ପତ୍ରକୁ ଖାଇବା ସହ ସବୁଜ ଅବସ୍ଥାରେ ଥିବା ଫଳକୁ ମଧ୍ୟ ଆକ୍ରମଣ କରେ । ଏଥିଯୋଗୁ ଫଳ କଣା ହୋଇଯାଏ । ପତ୍ର ସୁଡଙ୍ଗକ ଧାତବ ରଙ୍ଗର ଏହି ପୂର୍ଣ୍ଣାଙ୍ଗ କୀଟଟି ପତ୍ରର ବାହ୍ୟ ପରିସୀମାରେ ବା ଧାରରେ ଅଣ୍ଡା ଦେଇଥାଏ । ଯାହା ମଧ୍ୟରୁ ୨-୩ ଦିନ ମଧ୍ୟରେ ମାଗଟ୍ ବାହାରି ଥାଏ ଓ ପତ୍ରର ଉପରିଭାଗରେ ପୃଷ୍ଠରେ ସୁଡଙ୍ଗ କରିବା ଆରମ୍ଭ କରେ । ସୁଡଙ୍ଗ କରି ପତ୍ରର ସବୁଜ କଣିକାକୁ ଖାଇଥାଏ । ଏହାର କୋଷା ଅବସ୍ଥା ମାଟିରେ ସମ୍ପୂର୍ଣ୍ଣ ହୋଇଥାଏ । ପତ୍ର ପୃଷ୍ଠରେ ସର୍ପିଳ ସୁଡଙ୍ଗ ଦେଖାଯାଏ ଓ ଏହା କୀଟର ଗତିକୁ ସୁଚେଇଥାଏ । ଧଳାମାଛି ଟମାଟୋ ଗଛଜୋର ପତ୍ରମୋଡା ରୋଗ ସୃଷ୍ଟିକାରୀ ଭୂତାଣୁର ପ୍ରମୁଖ ବାହକ ଭାବେ ଧଳାମାଛି ବିଶେଷ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଧଳାମାଛି ଏକ ଶୋଷକ କୀଟ । ଏହାର ଶୁକ୍ଳ ବା ପୂର୍ଣ୍ଣାଙ୍ଗ ଅବସ୍ଥା ଗଛକୁ କଣାକରି ରସ ଶୋଷି ଖାଇବା ସହ ମଧୁ କଣିକା କ୍ଷରଣ କରେ ଯାହାଫଳରେ କଳା ଫିମ୍ପି ଆକ୍ରମଣ ମଧ୍ୟ କରିଥାଏ । ସ୍ପୋଡୋପ୍ଟେରା ଏହି କୀଟର ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ଅଣ୍ଡାଗୁଡିକ ମେଞ୍ଚା ମେଞ୍ଚା କରି ପତ୍ରରେ ଦେଇଥାଏ । ଅଣ୍ଡାରୁ ଶୁକ ଗୁଡିକ ନିର୍ଗତ ହୋଇ ସମୂହ ଭାବେ ଗଛର ପତ୍ରକୁ ଖାଇଥାଆନ୍ତି । ଦିନରେ ଏମାନେ ମାଟି ତଳେ ବା ପତ୍ର ତଳେ ଲୁଚି ରହିଯାଆନ୍ତି । ନାଲି ଅଷ୍ଟପଦୀ ଆଠଟି ଗୋଡ ଥିବା ଏହା ଏକ ପ୍ରମୁଖ ଅଣୁ କୀଟ ଶତ୍ରୁ ଯାହାକୁ ଅନେକେ କୀଟ ଭାବଥାଆନ୍ତି । ଏହାର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ପୁରୁଣା ପତ୍ରର ତଳଭାଗରୁ ରସ ଶୋଷି ଖାଇଥାଏ । ଆକ୍ରମଣର ମାତ୍ରା ଅଧିକ ହେଲେ ଗଛର ଅନ୍ୟାନ୍ୟ ଭାଗକୁ ମଧ୍ୟ ଆକ୍ରମଣ କରିଥାଏ । ଫଳରେ ଅଷ୍ଟପଦୀ ଆକ୍ରମଣ ଯୋଗୁ ଧଳା ଦାଗ ଦେଖାଯାଏ, ଗଛ ଶୁଖୁଯାଏ, ଝଡିଯାଏ, ବୁଢ଼ିଆଣି ଜାଲ ପରି ଜାଲକ ମଧ୍ୟ ଦେଖାଯାଏ । ଆକ୍ରମିତ ଫଳର ଆକାର ଛୋଟ ହୋଇଥାଏ । ମୂଳ ଗ୍ରନ୍ଥି ସୂତ୍ର କୃମି ଏହି ଶତ୍ରୁର ଆକ୍ରମଣ ଫଳରେ ଟମାଟୋ ଫସଲ ଜୋର ଆପାତତଃ ୩୧ ପ୍ରତିଶତ ଅମଳ ହ୍ରାସ ହୁଏ । ଏହାର ଆକ୍ରମଣ ଯୋଗୁ ଗଛର ଚେରରେ ଗ୍ରନ୍ଥି ବା ଗଲ୍ ସୃଷ୍ଟି ହୁଏ । ଫଳରେ ଗଛର ବୃଦ୍ଧି ବାଧା ପ୍ରାପ୍ତ ହୁଏ । ପତ୍ର ହଳଦିଆ ପଢିଯାଏ, ଉଚ୍ଚତା କମିଯାଏ । ରୁଗଣ ଗଛଟି ମରିଯାଏ ଓ ଅମଳ ହ୍ରାସ ପାଏ । ସମନ୍ୱିତ କୀଟ ନିୟନ୍ତ୍ରଣ ପଦ୍ଧତି ଚାରା ଅବସ୍ଥା 'ଟମାଟୋ ଚାରା ପ୍ରସ୍ତୁତିର ୧୫ ଦିନ ପୂର୍ବରୁ ଗେଣ୍ଡୁ ଚାରା ଓ ନସିରୀ ପ୍ରସ୍ତୁତ କରନ୍ତୁ । ନର୍ସରୀ ବେତ୍ରର ଉଚ୍ଚତା ଭୂମିଠାରୁ ୧୦ ସେ.ମି. ଉପରେ ରହିବା ଆବଶ୍ୟକ । ନର୍ସରୀ ବେତ୍ ପ୍ରସ୍ତୁତି ପରେ ଚାରା ରୋପଣ ୩ ସପ୍ତାହ ପୂର୍ବରୁ ୪୫ ଗଜର ପଲିଥିନ୍ ସିଟ୍ ଘୋଡେଇ ଦେବା ଦ୍ଵାରା ମୃତ୍ତିକାର ଉତ୍ତାପ ବୃଦ୍ଧି ହୁଏ ଓ ମାଟିରେ ରହିଥିବା ଅଣ୍ଡା ବା ଶୁକ ବା ପ୍ୟୁପା ଅବସ୍ଥା ନଷ୍ଟ ହୋଇଯାଏ । ଟମାଟୋ ମି ୧ କି.ଗ୍ରା ପ୍ରତି ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡେ ପାଉଡର ମିଶାଇବା ଆବଶ୍ୟକ । ମୁଖ୍ୟ ଫସଲ ସହଣୀ ଶକ୍ତି ଅବା କିସମ (ଫଳବିନ୍ଧା ପୋକ ଲାଗି ଅବିନାଶ - ୨, ପତ୍ରମୋଡା ରୋଗପାଇଁ ପର୍ବାଣି, ସୁତ୍ର କୃମୀ ସକାଶେ ହିସାର ଅନ୍ମୋଲ, ପୁଷା ହାଇବ୍ରିଡ୍) ଚାଷ କରନ୍ତୁ । ଚାରା ରୋପଣ ପୂର୍ବରୁ ଚେରକୁ ଇମିଡାକ୍ଲୋପ୍ରିଡ୍ (୦.୩ ମିଲି/ଲିଟର)ରେ ୧୫ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖୁଲେ ଧଳାମାଛି, ପତ୍ର ସୁଡଙ୍ଗକ, ଜଉପୋକ ଦାଉରୁ ରକ୍ଷା ମିଳେ । ମୁଖ୍ୟ ଫସଲର ପ୍ରତି ୧୬ଟି ଧାଡି ଟମାଟୋ ପରେ ଗୋଟିଏ ଧାଡି ଗେଣ୍ଡୁ ଗଛ। ଅନ୍ତ୫ ଫସଲ ରୂପେ ରୋପଣ କରାଯିବା ଜରୁରୀ । ଗେଣ୍ଡୁ ଗଛର ବୟସ ମୁଖ୍ୟ ଫସଲ ବୟସଠାରୁ ୧୫ ଦିନ ଅଧିକ ହୋଇଥିବା ଆବଶ୍ୟକ ଯାହାଦ୍ଵାରା ଉଭୟ ଫସଲର ଫୁଲ ଏକା ସାଙ୍ଗରେ ଆସିବ । ପ୍ରଥମ ଓ ଶେଷ ଧାଡି ଗେଣ୍ଡୁ ଗଛରେ ଏଚ୍., ଏ.ଏନ୍ ପିଭି ସିଞ୍ଚନ କରନ୍ତୁ । ମୁଖ୍ୟ ଫସଲରେ ସାଧାରଣତଃ ୬୦ X ୪୫ ସେ.ମି (ଗଛକୁ ଗଛ, ଧାଡିକୁ ଧାତି) ଦୂରତା ଓ ହାଇବ୍ରିଡ୍ କିସମ ପାଇଁ୯o X ୬୦ ସେ.ମି ଦୂରତା ଅବଲମ୍ବନ କରନ୍ତୁ। ଚାରାରୋପଣ ୨୦ ଦିନପରେ ହେକ୍ଟର ପିଛା ୨୫୦ କି.ଗ୍ରା. ନିମ୍ବା ପିଡିଆ ପ୍ରୟୋଗ କଲେ। ଫଳବିନ୍ଧା, ପତ୍ର ସୁଡଙ୍ଗକ ଓ ସୂତ୍ରକୃମିଙ୍କ ଆକ୍ରମଣକୁ ପ୍ରତିହତ କରାଯାଇପାରେ । ପକ୍ଷୀ ବସିବା ପାଇଁ ବାଉଁଶରେ ଏକ ଭାରା ଭଳି ଜିନିଷ ଏକର ପ୍ରତି ୧୦ଟି ଜମିରେ ପୋତିଦେଲେ ଉପକାରୀ ପକ୍ଷୀମାନେ ଏହା ଉପରେ ବସିଥାଆନ୍ତି ଓ ଅପକାରୀ କୀଟକୁ ଖାଇଦିଅନ୍ତି । ଧଳାମାଛି ଲାଗି ହଳଦିଆ, ଅଠାଳିଆ ଯନ୍ତା ବସାନ୍ତୁ । ଫଳବିନ୍ଧା ପୋକର ନିୟନ୍ତ୍ରଣ ସକାଶେ ହେକ୍ଟର ପ୍ରତି ୫ଟି ସଂଗ ଆକର୍ଷକ ଥୋପ ପ୍ରୟୋଗ କରନ୍ତୁ। ଏହି ଥୋପରେ ଥିବା ସଂଗ ଆକର୍ଷକ ପଦାର୍ଥକୁ ୨୦-୨୫ ଦିନ ବ୍ୟବଧାନରେ ପରିବର୍ତ୍ତନ କରିବାକୁ ହୋଇଥାଏ । ପତ୍ର ସୁଡଙ୍ଗକ ଓ ଧଳାମାଛିର ନିୟନ୍ତ୍ରଣ ସକାଶେ ଚାରା ଲଗାଇବାର ୧୫ ଦିନ ପରେ ୫ ପ୍ରତିଶତ ଏନ୍.ଏସ୍କେଇ ସିଞ୍ଚନ ଜରୁରୀ । ଅତ୍ୟାବଶ୍ୟକ ସ୍ଥଳେ ଥାଇମେଥୋକ୍ସାମ୍ ର ପ୍ରୟୋଗ ଲାଭପ୍ରଦ । ଗଛର ସର୍ବୋପରେ ଥିବା ୩ଟି ପତ୍ରକୁ ନିୟମିତ ସର୍ବେକ୍ଷଣ କରାଯିବା ଆବଶ୍ୟକ, ଯାହାଦ୍ଵାରା ଫଳବିନ୍ଧା ପୋକର ଅଣ୍ଡାକୁ ସହଜରେ ଚିହ୍ନଟ କରାଯାଇପାରେ । ଗଛରେ ଫୁଲ ଧରିବା ଆରମ୍ଭ ହେଲେ, ଟ୍ରାଇକୋଗ୍ରାମା ଚିଲୋନିସ୍ ହେକ୍ଟର ପ୍ରତି ୧ଲକ୍ଷ ପ୍ରତି ସପ୍ତାହରେ ପ୍ରୟୋଗ ଦ୍ଵାରା ଫଳବିନ୍ଧା ପୋକର ନିୟନ୍ତ୍ରଣ ସମ୍ଭବ। ଏଚ୍.ଏ.ଏନ୍ପିଭି ୨୫୦ ଶୁକ ସମତୁଲ (ପ୍ରତିହେକ୍ଟର)ରେ ୧ ପ୍ରତିଶତ ଗୁଡ ମିଶାଇ ଚାରା ଲଗାଇବାର ୨୮, ୩୫ ଓ ୪୫ ଦିନ ପରେ ପ୍ରୟୋଗ କରନ୍ତୁ । - ନିୟମିତ ସଂକ୍ରମିତ ଫଳ ଗଛକୁ ନଷ୍ଟ କରିବା ଓ ପରଚ୍ଛନ୍ନ କୃଷି ପଦ୍ଧତି ଦ୍ଵାରା ଲାଭ ମିଳିଥାଏ । ବୋରର୍ ଜାତୀୟ କୀଟ ଯଦି ଆର୍ଥିକ ଦେହଳୀ ସୀମା ଉଲ୍ଲଂନ କରେ, ଇମାମେକ୍ଟିନ ବେନକୋଏଟ, ଧଳାମାଛି ନିୟନ୍ତ୍ରଣ ପାଇଁ ଥାଇମେଥୋକ୍ଜାମ୍ ୨୫ ଡବ୍ଲ୍ୟୁପି (୦.୩ ଗ୍ରା/ଲିଟର), ଅଷ୍ଟପଦୀ ସକାଶେ ଆବା ମେକ୍ଟିନ୍ (୦.୫ ମିଲି/ଲିଟର) ବା ଫେନାଜା କୁଇନ୍ (୧ ମିଲି / ଲିଟର), ଏବଂ ସୂତ୍ରକୃମି ପାଇଁ ଚାରା ରୋପଣ ସମୟରେ କାର୍ବୋଫୁରାନ୍ ୩ ଜି ୧କି.ଗ୍ରା.ପ୍ରୟୋଗ କରାଯିବା ବିଧେୟ । ସଂଗୃହିତ - ଭୁବନାନନ୍ଦ ଅଧିକାରୀ, କୀଟତନ୍ତ୍ର ବିଭାଗ, ଓୟୁଏଟି, ଭୁବନେଶ୍ଵର