ଅନାବନା ଘାସ ନିୟନ୍ତ୍ରଣ ଅଧୁନା କୃଷି କ୍ଷେତ୍ରରେ ମଜୁରୀ ବୃଦ୍ଧି ଏବଂ ଫସଲରେ ଘାସ ବଛା ସମୟରେ ଲୋକ ଶକ୍ତିର ଅଭାବ ଯୋଗୁଁ ଅନାବନା ଘାସ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ପୁନଶ୍ଚ ପାଣିପାଗର ଅନିୟମିତତା ଫଳରେ କୋଡା ଖୁସା ଓ ହାତରେ ଘାସ ବାଛିବା ସମ୍ଭବପର ନୁହେଁ । ଘାସ ବାଛିବା ସହଜ ନୁହେଁ । ଏହି କାର୍ଯ୍ୟରେ ଅଧିକ ପରିଶ୍ରମ ସହିତ କଷ୍ଟସାଧ୍ୟ । ଚାଷ ଜମିରେ ଘାସ ହେଲେ ଶସ୍ୟ ରୋପଣ କରିବାରେ ଅଧିକ ପରିଶ୍ରମ ଲାଗେ । ସେଥିପାଇଁ ଘାସମରା ଔଷଧ ଦ୍ଵାରା ଅନାବନା ଗଛ ଓ ଘାସକୁ ମଧ୍ୟ ସଫା କରିପାରିବେ । ଏହି ସମସ୍ୟାକୁ ସୁଧାରିବା ପାଇଁ ବଜାରରେ ମିଳୁଥିବା ଘାସମରା ଔଷଧକୁ ସହଜରେ ଓ ଖୁବ୍ କମ୍ ଖର୍ଚ୍ଚରେ ଅନାବନା ଗଛ ନଷ୍ଟ ହୋଇଥାଏ । ରାସାୟନିକ ଔଷଧର ବ୍ୟବହାର ଏବଂ ସତର୍କତାର ଏହି ରାସାୟନିକ ଔଷଧକୁ ଠିକ୍ ସମୟରେ ଏବଂ ସତର୍କତାର ସହିତ ପ୍ରୟୋଗ କରିବା ଆବଶ୍ୟକ । ପବନ ଜୋରରେ ବୋହୁଥିବା ସମୟରେ ଔଷଧ ସିଞ୍ଚନ କରନ୍ତୁ ନାହିଁ। ଔଷଧ ପ୍ରସ୍ତୁତି ଓ ପ୍ରୟୋଗ ସମୟରେ ହାତରେ ଗ୍ଲୋବସ୍ ଓ ଆଖିରେ ଚଷମା ପିନ୍ଧନ୍ତୁ । ଅନାବନା ଗଛରୁ କାକର ଛାଡିବା ପରେ ଅର୍ଥାତ ସକାଳ ୯ଟାରେ ଔଷଧ ସିଞ୍ଚନ କରନ୍ତୁ । ରୁଆ ଧାନରେ ପାଣି ଶୁଖାଇ ଔଷଧ ବ୍ୟବହାର କରିବାରେ ୨-୩ ଦିନ ପରେ କିଆରିରେ ପାଣି ଭରି କରନ୍ତୁ । ଔଷଧ ବ୍ୟବହାର ସମୟରେ କୌଣସି ଖାଦ୍ୟ ଓ ପାନୀୟ ଗ୍ରହଣ କରନ୍ତୁ ନାହିଁ। ପରିଷ୍କାର ପାଣି ଓ ପ୍ଲାଷ୍ଟିକ୍ ବାଲାତିରେ ଔଷଧ ପକାନ୍ତୁ । ସ୍ପ୍ରେ କରିବା ପାଇଁ ଫ୍ଲାଟ୍ ପ୍ୟାନ୍ ବା ଫୁଡଜେଟ୍ ଧରଣର ନୋଜଲ ବ୍ୟବହାର କରନ୍ତୁ । ଏହି ଔଷଧ ଗୁଡିକ ବିଷ ହୋଇଥିବାରୁ ମନୁଷ୍ୟ, ପଶୁ ଓ ପିଲାମାନଙ୍କ ଠାରୁ ଦୂରରେ ରହିବା ଉଚିତ । ଔଷଧ ସିଞ୍ଚନ କରିବାର ୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନହେବା ଆବଶ୍ୟକ । ସିଞ୍ଚନ ପରେ ସ୍ନେୟର ଟାଙ୍କି, ନଜଲ ଓ ରବର ପାଇପଗୁଡିକୁ ଧୋଇ ଦିଅନ୍ତୁ। ଜମିର କ୍ଷେତ୍ରଫଳ ଅନୁସାରେ ଔଷଧକୁ ଠିକ୍ ଭାବରେ ହିସାବ କରି ପ୍ରୟୋଗ କରନ୍ତୁ । ଔଷଧ ଡବାଗୁଡିକ ସରିଗଲେ ଏହାକୁ ମାଟିରେ ଗଭୀର ଗାତ ଖୋଳି ପୋତି ଦଅନ୍ତୁ । ଆଧାର - କୃଷି ବିଭାଗ