ମହୁଚାଷ ପାଇଁ ଓଡ଼ଶା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ପ୍ରୋତ୍ସାହନ ମହୁଚାଷ ପାଇଁ ଓଡ଼ଶା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଥାନ୍ତି । ଏଥିପାଇଁ ରାଜ୍ୟ ଖଦି ବୋର୍ଡ଼ ଏହି ଚାଷପାଇଁ ପ୍ରୋତ୍ସାହନ ଯୋଗାଇବା ସହିତ ଏହାର ମାର୍କେଟ ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି । ଫଳରେ ଚାଷୀ ଭଲ ଦୁଇପଇସା ରୋଜଗାର କରିଥାନ୍ତି ବୋଲି ଖଦିବୋର୍ଡ଼ର ଚେୟାରମ୍ୟାନ ତେଜେସ୍ଵର ପରିଡ଼ା ମତ ଦିଅନ୍ତି । ଖରାଦିନ ମହୁଚାଷ ପାଇଁ ସବୁଠାରୁ ଉତ୍କୃଷ୍ଟ ସମୟ । ବସନ୍ତ ଏବଂ ଗୀଷ୍ମଋତୁ ମହୁଚାଷରେ ଚାଷୀ ଅଧିକ ଲାଭବାନ ହୋଇଥାନ୍ତି । ଖରାଦିନ ମହୁଚାଷ ମହୁବାକ୍ସଗୁଡ଼ିକ ଗଛ ତଳେ ଛାଇ ଜାଗାରେ ରଖନ୍ତୁ କିମ୍ବା ବାକ୍ସ ଗୁଡ଼ିକ ଉପରେ ନଡ଼ା କିମ୍ବା ଅଖାଦେଇ ଛାଇର ବ୍ୟବସ୍ଥା କରନ୍ତୁ । ମହୁବାକ୍ସ ଭିତରେ ଥିବା ରାଣୀ ମହୁମାଛି ପ୍ରାୟ ପୁରୁଷ ମାଛିମାନଙ୍କୁ ଆକର୍ଷଣ କରିଥାନ୍ତି । ପର୍ଯ୍ୟାପ୍ତ ପରିମାଣର ମାଛି ଫେଣାରେ ବସନ୍ତି । ମହୁ ତିଆରି ହୋଇଥାଏ । ଗ୍ରୀଷ୍ଟ ସମୟ ମହୁମାଛଙ୍କ ପାଇଁ ଅନୁକୂଳ ସମୟ । ଫେଣାରେ ବନ୍ଦୁ ଭର୍ତ୍ତି ହୋଇଗଲେ ଫେଣାକୁ ନଭାଙ୍ଗି ସେସିନ ସାହାଯ୍ୟରେ ସଂଗ୍ରହ କରିନିଅନ୍ତୁ । ପ୍ରତି ୭– ୧୦ ଦିନ ଭିତରେ ବାକ୍ସର ତଳ ପଟକୁ ସଫା କରିଦିଅନ୍ତୁ । ଏହି ସମୟରେ ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ ମହୁ ଅମଳ କରନ୍ତୁ । ଦଳ ବିକିବାକୁ ଚାହୁଁଥିଲେ ଦଳ ବିଭାଜନ କରି ବିକ୍ରୟ କରନ୍ତୁ । ମହୁଫେଣାକୁ ବିରୁଡି ଓ ଝିଟିପିଟି ଆଦି କୀଟଙ୍କର ଭୟ ଥାଏ । ତେଣୁ ନିୟମିତ ଏମାନଙ୍କ ଆକ୍ରମଣରୁ ମହୁବାକ୍ସକୁ ସୁରକ୍ଷିତ କରିହେବ । ମହୁଚାଷ ବାଡ଼ିବଗିଚା ପ୍ରାୟ ସବୁ ସ୍ଥାନରେ କରିହେବ । ପାଖରେ କୌଣସି ପାତ୍ରରେ ଚିନି କିମ୍ବା ଗୁଡ଼ ପାଣି ରଖିଲେ ଆହୁରି ଭଲ । ଆଧାର – କୃଷି ବିଭାଗ