ପ୍ରସବର ୨ ରୁ ୫ ଦିନ ମଧ୍ୟରେ ଦୁଗ୍ଧ ଉତ୍ପାଦନ କରୁଥିବା ଗାଈମାନଙ୍କ ଗର୍ଭାଶୟ ସଂକ୍ରମଣ ହେବାର ସମ୍ଭାବନା ଯଥେଷ୍ଟ ଥାଏ । ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ହ୍ରସ ହେବା ସହ ଗାଈ ଶରୀରରେ ବିଷାକ୍ତ ପ୍ରକ୍ରିୟା ବା ଟକ୍ସେମିଆ ହୋଇଥାଏ । ଯଦ୍ଵାରା ଗାଈ ଅଧିକାଂଶ ସ୍ଥଳେ ବିଶେଷ ଅସୁସ୍ଥ ହୋଇପଡ଼େ ଓ ଚାଷୀର ଆର୍ଥିକ କ୍ଷତି ଉପୁଜିଥାଏ । କାରଣ ଗାଈର ଭୃଣାବନ୍ଧ (ଫୁଲ) ବା ପ୍ଲାସେଣ୍ଟା ପ୍ରସବର ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଗର୍ଭଶୟରୁ ନିଷ୍କୃତ ନହେବା ଦ୍ଵାରା, ଏହା ସାଧାରଣତଃ ଗର୍ଭରେ ଗର୍ଭସ୍ଥ ବାଛୁରୀର ମୃତ୍ୟୁ ପାଇଁ, ପ୍ରସବ ଜନିତ କଷ୍ଟ ବା ୨ଟି ବାଛୁରୀ ଜନ୍ମ ହେବା ଦ୍ଵାରା ହୋଇପାରେ । ଗାଈର ବୟସ ଅଧିକ ହୋଇଥିଲେ । ଗର୍ଭଧାରଣର ସମୟ (ସାଧାରତଃ ୨୮୦ ଦିନ) ଅତିକ୍ରାନ୍ତ ହେବା ଦ୍ଵାରା। ହରମୋନ ପ୍ରୟୋଗ କରି ପ୍ରସବ କରାଇବା ଦ୍ଵାରା ଗର୍ଭସ୍ଥ ବାଛୁରୀ ଦେହରେ ପାଣି ଭର୍ତ୍ତି ହୋଇ ଫୁଲିଯିବା ଦ୍ଵାରା । ଗର୍ଭାଶୟ ପଦାକୁ ବାହାରି ଆସିବା ଦ୍ଵାରା । ସର୍ବୋପରି ଜବରଦସ୍ତ କରି ଫୁଲକୁ ଟାଣି ବାହାର କରିବା ଦ୍ଵାରା । ଗର୍ଭାବସ୍ଥାରେ ଫୁଲ ପ୍ରଦାହ, ଭିଟାମିନ୍ ‘କ', 'ଡ'(ଇ) ସେଲନିୟମ୍ ଅଭାବ ମଧ୍ୟ ଫୁଲ ନ ପଡ଼ିବାର ବିଶେଷ କାରଣ ହୋଇଥାଏ । ଏହା କିପରି ହୁଏ କୌଣସି କାରଣରୁ ଗର୍ଭାଶୟ ପ୍ରସବ ପରେ ପୂର୍ବ ଅବସ୍ଥାକୁ ଫେରି ନଆସିବା ଦ୍ଵାରା ଏବଂ ଗର୍ଭସ୍ଥ ବାଛୁରୀର ସୁକ୍ଷ୍ମ ପରଦା (ଝିଲ୍ଲା) ବା ଫୁଲ ଗର୍ଭାଶୟ ମଧ୍ୟରେ ରହିଲେ ବିଭିନ୍ନ ଜୀବାଣୁମାନଙ୍କ ଦ୍ଵାରା ଗର୍ଭାଶୟ ସଂକ୍ରମଣ ହୋଇଥାଏ ଓ ଗର୍ଭାଶୟ ପ୍ରଦାହ ମୋଟ ଆଇଟିସ୍ ହୁଏ । ଏହା ଅତି ଜଟିଳ ହେଲେ ଶରୀରରେ ବିଷାକ୍ତ ପ୍ରକ୍ରିୟା ଦ୍ଵାରା ଯକୃତ ଖୁବ୍ କ୍ଷତିଗ୍ରସ୍ତ ହୁଏ । ଗର୍ଭଧାରଣ କରିବାରେ ଅସୁବିଧା ଉପୁଜେ ଏବଂ ବାଛୁରୀ ଓ ବାଛୁରୀ ମଧ୍ୟରେ ବୟସର ବ୍ୟବଧାନ ଲମ୍ବା ହୋଇଥାଏ । ଲକ୍ଷଣ କ୍ଷୀର ଉତ୍ପାଦନ ହ୍ରାସ ହୁଏ, ଶରୀରର ତାପମାତ୍ରା ୧୦୩ ରୁ ୧୦୪ ଡ଼ିଗ୍ରୀ ଫାରେନହିଟକୁ ବୃଦ୍ଧି ପାଏ । ଖାଇବା ପିଇବା ବନ୍ଦ କରେ । ଶ୍ଵାସକ୍ରିୟା ଓ ହୃତ୍ପିଣ୍ଡର ଗତି ବୃଦ୍ଧି ପାଏ । ପାକସ୍ମଳି(ରୁମେନ)ର ଗତିଶୀଳତା ହ୍ରାସ ଦ୍ଵାରା ଦୁର୍ଗନ୍ଧଯୁକ୍ତ ପତଳା ଝାଡ଼ା ଓ ଶରୀରର ଜଳୀୟ ଦ୍ରବଣ କମିଯାଏ । ପ୍ରସବ ଦ୍ଵାରରୁ ଗାଢ଼ କଳା ଓ ରକ୍ତମିଶା ଦୁର୍ଗନ୍ଧ ସ୍ଥାବ ବାହାରେ । ସମ୍ପୂର୍ଣ୍ଣ ଭାବେ ନିଷ୍କୃତ ହୋଇନଥିବା ଫୁଲର ଛୋଟ ଛୋଟ ଅଂଶ ବାହାରେ । ସଂକ୍ରମଣ ହୋଇ ଗର୍ଭାଶୟର ଆକାର ବୃଦ୍ଧି ପାଏ । ଗାଈ ବାରମ୍ବାର କୁନ୍ଥାଏ । ବାଛୁରୀର ଝିଲ୍ଲୀ ନିଷ୍କାସିତ ନହେବା ପର୍ଯ୍ୟନ୍ତ ଗାଈ ଖାଏ ନାହିଁ । ବିଧିବଧ ଚିକିତ୍ସା ଆରମ୍ଭ କରିବା ପରେ ପଚିଶଢ଼ିଯାଇଥିବା ଫୁଲର କିଛି କିଛି ଅଂଶ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ ଅନବରତ ବାହାରିଥାଏ । କେତେକ ସ୍ଥଳରେ ଗାଈ ଆଦୌ ଦୁଗ୍ଧ ଦିଏ ନାହିଁ । ଚିକିତ୍ସା ଓ ନିରାକରଣ ଅଭିଜ୍ଞପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଏ । ଗର୍ଭାଶୟ ପରୀକ୍ଷା କରିବା ସମୟରେ ସରଭିକ୍ଟରେ କ୍ଷତ ହୋଇଛି କି ନାହିଁ ଜଣାପଡ଼େ । ଉପଶମକାରୀ ଆଣ୍ଟିବାଓଟିକ୍ ଦ୍ଵାରା ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ ପଡ଼େ । ଗାଈକୁ ଗ୍ଲୁକୋଜ ଓ କୋଷୀୟ ଦ୍ରବଣ ଯୁକ୍ତ ସାଲାଇନ୍ ଦେବା ଜରୁରୀ । ଗର୍ଭାଶୟ ସୁସ୍ଥ ଅବସ୍ଥାକୁ ଫେରି ଆସିବା ପାଇଁ ଓ ଫୁଲ ଓ ଝିଲ୍ଲା ସମ୍ପୂର୍ଣ୍ଣ ନିଷ୍କାସିତ ହେବା ପାଇଁ ଅନେକ ଔଷଧ ଦିଆଯାଏ । ଆଣ୍ଟିବାଓଟିକ୍ ଗର୍ଭାଶୟ ମଧ୍ୟରେ ମଧ୍ୟ ଦେବାକୁ ପଡ଼େ । ଅଭିଜ୍ଞ ଚିକିତ୍ସକଙ୍କ ଦ୍ଵାରା ହରମୋନ ଔଷଧର ମଧ୍ୟ ପ୍ରୟୋଗ କରାଯାଇଥାଏ । ପ୍ରସବର ୩୦ ରୁ ୪୦ ଦିନ ପରେ ଗର୍ଭାଶୟରେ ପୂଜ ଅଛି କି ନାହିଁ ଚିକିତ୍ସକଙ୍କ ଦ୍ଵାରା ପରୀକ୍ଷା କରାଯାଇ ଜଣାପଡ଼େ । ବାଛୁରୀ ଜନ୍ମର ୧୨ ଘଣ୍ଟା ପରେ ସାଧାରଣ ଭାବେ ଫୁଲ ବାହାରି ନ ଆସିଲେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଫୁଲ କାଢ଼ିବା ବିଧେୟ ଓ ଅପରିହାର୍ଯ୍ୟ ଗର୍ଭବସ୍ଥାରେ ଭିଟାମିନ୍ ‘କ', ଙ(ଇ), ଡି-୩, ଓ ସେଲେନିୟମ୍ ସହିତ ସନ୍ତୁଳିତ ଖାଦ୍ୟ ଓ ପ୍ରଚୁର ସବୁଜ ଗୋଖାଦ୍ୟ ଦେଇ ଏହି ରୋଗକୁ ଏଡ଼ାଇ ଦିଆଯାଇପାରେ । ଆଧାର - ଡାକ୍ତର ଅମିତାଭ ପଣ୍ଡା ମୋ – ୯୯୩୮୩୨୦୫୦୬, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ବୌଦ୍ଧ