ଠେକୁଆ ଚାଷ କିପରି କରିବେ ? ଠେକୁଆ ଚାଷ କାହିଁକି? କମ ପୁଞ୍ଜି ଲଗାଣ । ପଛ ପଟେ ଥିବା ସ୍ଥାନକୁ ଆୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇପାରେ । ରୋଷେଇ ଶାଳରୁ ବାହାରୁଥିବା ବର୍ଜ ପରିବାରୁ ପଶୁଙ୍କ ପାଇଁ ଉଚ୍ଚ ମାନର ପ୍ରୋଟିନରେ ପରିଣତ କରିବା । ମାଂସ ଉତ୍ପାଦନ ବ୍ୟତିତ ସେମାନଙ୍କର ଚମଡା ଓ ଲୋକ ମଧ୍ୟ ବ୍ୟବହାର କରାଯଏ । ଗୃହିଣୀ ମାନଙ୍କ ପାଇଁ ଅତିରିକ୍ତ ଆୟ । କାହା ପାଇଁ ଠେକୁଆ ଚାଷ? ଭୂମିହୀନ ଚାଷୀ, ଅଶିକ୍ଷିତ ଯବକ, ଏବଂ ମହିଳା ମାନଙ୍କ ପାଇଁ ଅଂଶକାଳୀନ କାମ ଭାବେ ଆୟ। ବୃଦ୍ଧି କରିବାରେ ଠେକୁଆ ଚାଷ ସୁଯଗ ପ୍ରଦାନ କରିଥାଏ। ଠେକୁଆ ଚାଷର ଲାଭ ଜଣେ ଠେକୁଆ ଚାଷ କରି ତାର ପରିବାର ପାଇଁ ଉଚ୍ଚ ମାନର ମାଂସ ଉତ୍ପାଦନ କରିପାରିବ । ଘରେ ଥିବା ଶସ୍ୟ, ବର୍ଜ ପରିବା ବା ଉପଲବ୍ଧ ହେଉଥିବା ପତ୍ରକୁ ଠେକୁଆକୁ ସହଜରେ ଖୁଆଇ ଦିଆଯଇ ପାରେ । ବ୍ରଯଲକ ଠେକୁଆର ବିକାଶ ଦର ଖୁବ ଉଚ୍ଚ ସେମାନେ ପ୍ରତ୍ୟେକ ତିନିମାସରେ 2 କିଲୋ ବଢିଥାନ୍ତି । ଲିଟର ସାଇଜ (ଜନ୍ମ ହେଉଥିବା) ଠେକୁଆ ମଧ୍ୟ ଖୁବ ଅଧିକ (8 ରୁ 12 ପର୍ଯ୍ୟନ୍ତ) ଅନ୍ୟ ମାଂସ ତୁଳନାରେ ଯଦି ଆମେ ଠେକୁଆ ମାଂସକୁ ତୁଳନା କରିବା ତେବେ ଏଥିରେ ଉଚ୍ଚ ମାତ୍ରାରେ ପ୍ରୋଟିନ (21 ପ୍ରତିଶତ) କମ ଫ୍ୟାଟ (8 ପ୍ରତିଶତ) ରହିଥାଏ ତେଣୁ ସମସ୍ତ ଆୟୁ ବର୍ଗର ଲୋକ ପିଲା ମାନଙ୍କ ଠାରୁ ବୟସ୍କ ମାନଙ୍କ ପର୍ଯ୍ୟନ୍ତ ପାଇଁ ଏହି ମାଂସ ଉପଯକ୍ତ । ଠେକୁଆ ପ୍ରଜାତି ଭାରୀ ଓଜନ ବିଶିଷ୍ଟ ପ୍ରଜାତି (4ରୁ 6 କିଗ୍ରା) ଧଳା ଦୀର୍ଘକାୟ ଧୂସର ଦୀର୍ଘକାୟ ବେଲଜିଯମି ଦୀର୍ଘକାୟ ମଧ୍ୟମ ଓଜନ ବିଶିଷ୍ଟ ପ୍ରଜାତି (3ରୁ 4 କିଗ୍ରୀ) ନ୍ୟୁଜିଲାଣ୍ଡ ଧଳା ନ୍ୟୁଜିଲାଣ୍ଡ ନାଲି କାଲିଫର୍ନିଆନ ହାଲୁକା ଓଜନ ପ୍ରଜାତି (2-3 କେଜି ) ସୋଭିଏତ ଚିନଚିଲା ଡଚ ସୋଭିଏତ ଚିନଚିଲା ଧଳା ଦୀର୍ଘକାୟ ଠେକୁଆ ପାଳନରପଦ୍ଧତି ଡିପ ଲିଟର ପଦ୍ଧତି କମ ସଂଖ୍ୟାରେ ଠେକୁଆ ମାନଙ୍କର ଲାଳନ ପାଳନ ପାଇଁ ଏହି ପଦ୍ଧତି ସବୁଠାରୁ ଯଗ୍ୟ ଲିଟର ସାମଗ୍ରୀ ଯପରି ଧାନ ଚୋପା, କୁଟା ଆଦିକୁ ତଳୁ 4-6 ଇଂଚ ପର୍ଯ୍ୟନ୍ତ ରଖାଯଇ ପାରେ । ଠେକୁଆ ମାନେ ତଳର ଚଟ୍ଟାଣକୁ ଗାତ ଖୋଳିବାର ସମ୍ଭାବନା ଥିବାରୁ ଚଟ୍ଟାଣକୁ କଂକ୍ରିଟ କରାଯବା ଆବଶ୍ୟକ୍ । ଡିପ ଲିଟର ପଦ୍ଧତିରେ 30ରୁ ଅଧିକ ଠେକୁଆର ଲାଳନ ପାଳନ କରିବା ଠିକ ନୁହେଁ । ଏହି ପଦ୍ଧତିରେ ଲାଳନ ପାଳନ ହେଉଥିବା ଠେକୁଆ ମାନଙ୍କୁ ରୋଗ ହେବାର ସମ୍ଭାବନା ଅଧିକ। ଏହି ପଦ୍ଧତିରେ ଶାବକ ମାନଙ୍କର ପରିଚାଳନା ମଧ୍ୟ କଠିନ । ପଂଜୁରୀ ପ୍ରଣାଳୀ ପ୍ରାପ୍ତ ବୟସ୍କ ଠେକୁଆ – 4 ବର୍ଗ ଫୁଟ ଡ୍ୟାମ – 5.5 ବର୍ଗଫୁଟ ବନିଜ – 1.5 ବର୍ଗ ଫୁଟ ପଂଜୁରୀ ଆଯମ – ଦୈର୍ଘ କମ ବେଶୀ ହୋଇ ପାରେ କିନ୍ତୁ ଉଚ୍ଚତା ଏହଂ ପ୍ରସ୍ଥ 15 ଫୁଟର ହେବା ଉଚିତ । କିଣ୍ଡଲିଂ ପଂଜୁରୀର ତଳ ଏବଂ ପାର୍ଶ୍ଵ 1.5 X 1।5 ଇଂଚର ମିଶା ମିଶି ହେବା ଉଚିତ , ଶାବକ ମାନଙ୍କ ପଂଜୁରୀ ଭିତରୁ ବାହାରକୁ ବାହାରି ଯବାର ସମ୍ଭାବନା ଥିବାରୁ ତାକୁ ରୋକିବାକୁ ଏହାର ବ୍ୟବହାର କରାଯଇଥାଏ। ଚଟ୍ଟାଣ ସ୍ଥାନ ଆବଶ୍ୟକତା ପ୍ରାପ୍ତ ବୟସ୍କ ପୁରୁଷ ଠେକୁଆ – 4 ବର୍ଗ ଫୁଟ ମା ଠେକୁଆ –5 ବର୍ଗ ଫୁଟ ଶାବକ – 1।5 ବର୍ଗ ଫୁଟ ପ୍ରାପ୍ତ ବୟସ୍କ ଠେକୁଆର ପଂଜୁରୀ ପ୍ରାପ୍ତ ବୟସ୍କ ଠେକୁଆର ପଂଜୁରୀ 1.5 ଫୁଟ ଦୈର୍ଘ, 1.5 ଫୁଟ ପ୍ରସ୍ଥ ଓ 1.5 ଫୁଟ ଉଚ୍ଚତା ବିଶିଷ୍ଟ ହେବା ଉଚିତ ଏହି ପଂଜୁରୀ ଗୋଟିଏ ପ୍ରାପ୍ତ ବୟସ୍କ ଠେକୁଆ କିମ୍ବା ଦୁଇଟି ବଢୁଥିବା ଠେକୁଆ ପାଇଁ ପଂଜୁରୀ :- ଦୈର୍ଘ – 3 ଫୁଟ ପ୍ରସ୍ଥ – 1.5 ଫୁଟ ଉଚ୍ଚତା – 1.5 ଫୁଟ ଏହି ଆକାରର ପଂଜୁରୀ ତିନି ମାସ ବଯସ ପର୍ଯ୍ୟନ୍ତ 4-5 ଟି ଠେକୁଆ ପାଇଁ ଯଗ୍ୟ । କିଣ୍ଡଲିଂ ପାଇଁ ପଂଜୁରୀ ବଢୁଥିବା ଠେକୁଆ ମାନଙ୍କ ପାଇଁ ଏହି ପଂଜୁରୀର ଆକାର ସେମାନଙ୍କର କିଣ୍ଡଲିଂ ପାଇଁ ଯଥେଷ୍ଟ ତେବେ ପଂଜୁରୀର ତଳ ଓ ପାର୍ଶ୍ଵ ବେଲ୍ଡ ମେସ ଦ୍ଵାରା 1.5 X 1.5 ଇଂଚରେ ଦିଆରି ହେବା ଆବଶ୍ୟକ୍ ଶାବକ ମାନେ ପଂଜୁରୀ ଭିତରୁ ବାହାରିବାକୁ ରୋକିବା ପାଇଁ ଏହାର ବ୍ୟବହାର କରାଯଇଛି । ନେଷ୍ଟ ବାକ୍ସ କିଣ୍ଡିଲିଂ ସମୟରେ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ପାଇଁ ନେଷ୍ଟ ବାକ୍ୟର ଆବଶ୍ୟକ୍ତା ରହିଛି । ଏହି ବାକ୍ୟକୁ ଗାଲଭାନାଇଜଡ ଲୁହା କିମ୍ବା କାଠ ଦ୍ଵାରା ତିଆରି କରାଯାଇପାରେ । ଏହାର ଆକାର ଏପରି ହେବା ଉଚିତ ଯେ ଏହାକୁ କିଣ୍ଡଲିଂ ପଂଜୁରୀ ମଧ୍ୟରେ ରଖାଯଇ ପାରିବ । ନେଷ୍ଟ ବାକ୍ସର ଆକାର ଦୈର୍ଘ – 22 ଇଂଚ ପ୍ରସ୍ଥ - 12 ଇଂଚ ଉଚ୍ଚତା – 12 ଇଂଚ ନେଷ୍ଟ ବାକ୍ସ ଏପରି ଭାବେ ତିଆରି ହେବା ଆବଶ୍ୟକ୍ ଯେ ଏହା ଉପର ଆଡୁ ଖୋଲି ପାରିବ । ନେଷ୍ଟ ବାକ୍ସର ଉପର ଭାଗବ ବେଲ୍ଡ ମେସରେ1.5’’X 15’’ ଆକାରର ହେବା ଦରକାର ନେଷ୍ଟ ବାକ୍ସର ଲଙ୍ଗିଚୁ଼ଡିନାଲ ଅଂଶରେ ଏକ 15 ସେମି ବାକ୍ସର ବୃତ୍ତ ଆକାରର ଗର୍ତ କରାଯବା ଆବଶ୍ୟକ୍ ଏହି ଗର୍ତ ମା ଠେକୁଆକୁ ନେଷ୍ଟ ବାକ୍ସରୁ ପଂଜୁରୀକୁ ଯବାକୁ ସହାଯକ ହୁଏ । ଘର ପଛପଟେ ଠେକୁଆ ପାଳନ ପାଇଁ ପଞ୍ଜୁରୀ ଘରର ପଛପଟେ ଠେକୁଆ ମାନଙ୍କର ଲାଳନ ପାଳନ ପାଇଁ ପଞ୍ଜୁରୀ ମାଟିରୁ 3’-4’ ଉପରେ ରହିବା ଆବଶ୍ୟକ୍ । ପଞ୍ଜୁରୀର ଉପର ପାର୍ଶ୍ଵ ବାଟର ପ୍ରୁଫ ହୋଇଥିବା ଆବଶ୍ୟକ୍ । ଖାଦ୍ୟ ଏବଂ ଜଳ କୁଣ୍ଡ ସାଧାରଣ ଭାବେ ଠେକୁଆ ମାନଙ୍କର ଖାଦ୍ୟ ଓ ଜଳ କୁଣ୍ଡ ଗାଲଭାଇନାଇଜଡ ଲୁହା ଦ୍ଵାରା ତିଆରି କରାଯଇଥାଏ । ଏହି କୁଣ୍ଡ ଇଂରାଜୀ ଅକ୍ଷର ଜେ ଆକାରରେ ତିଆରି ହେବା ଉଚିତ ଏବଂ ଏହା ପଞ୍ଜୁରୀର ବାହାରରେ ଫିଟ ହେବା ଆବଶ୍ୟକ୍ । ଏ ସମ୍ପର୍କରେ ଅର୍ଥ ବିନିଯଗ କମ କରିବାକୁ କପରେ ମଧ୍ୟ ଠେକୁଆ ମାନଙ୍କୁ ଖାଦ୍ୟ ଓ ଜଳ ପ୍ରଦାନ କରାଯାଇପାରେ । ଜେ ଆକାରର ଖାଦ୍ୟ କୁଣ୍ଡ ଜଳ ପ୍ରଦାନ ପଦ୍ଧତି ଖାଦ୍ୟ ପରିଚାଳନା ଜବାର, ବାଜରା ଏବଂ ଲେଗୁମ୍ସ । ସବୁଜ ଖାଦ୍ୟ ଯେପରି ଦେସମନ୍ଥୁସ, ଲୁସର୍ନ, ଅଗଥି । ରୋଷେଇ ବର୍ଜ ବସ୍ତୁ ଯପରି ଗାଜର, ବନ୍ଧାକୋବି ଚୋପା ଓ ଅନ୍ୟ ପରିବାର ବର୍ଜ ବସ୍ତୁ । ଗୋଲା ଆକାରରେ ଗାଢ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇପାରେ। ଯଦି ଗୋଲା ଖାଦ୍ୟ ଉପଲବ୍ଧ ନ ହୁଏ ତେବେ ଗାଢ ଖାଦ୍ୟକୁ ଜଳ ସହ ମିଶାଇ ଏହାକୁ ଛୋଟ ବଲ ଆକାରରେ କରି ଠେକୁଆ ମାନଙ୍କୁ ଦିଆଯଇ ପାରେ। ଠେକୁଆ ପ୍ରକାର ଆନୁମାନିକ ଶରୀର ଓଜନ ମାତ୍ର ଖାଦ୍ୟ/ ଦିନ (ଗ୍ରା) ଗାଢ ଖାଦ୍ୟ ସବୁଜ ଖାଦ୍ୟ ପ୍ରାପ୍ତ ବୟସ୍କ ପୁରୁଷ ଠେକୁଆ 4-5 କେଜି 100 250 ପ୍ରାପ୍ତ ବୟସ୍କ ମହିଳା ଠେକୁଆ 4-5 କେଜି 100 300 କ୍ଷୀର ଦେଉଥିବା ଓ ଗର୍ଭବତୀ ଠେକୁଆ 4-5 କେଜି 150 150 ଶିଶୁ ଠେକୁଆ 0.6-0.7 kg 50-75 150 ସାମ୍ପଲ ଗାଢ ଖାଦ୍ୟମିଶ୍ରଣ ଉପାଦାନ ପରିମାଣ ମକ୍କା ଗୁଣ୍ଡ 30 ଭାଗ ବାଜରା ଗୁଣ୍ଡ 30 ଭାଗ ଚିନାବାଦାମ କେକ 13 ଭାଗ ଗହମ ଚୋକଡ 25 ଭାଗ ଧାତୁ ମିଶ୍ରଣ 1.5 ଭାଗ ଲୁଣ 0।5 ଭାଗ ଠେକୁଆ ମାନଙ୍କୁ ଜନ୍ମ ଦେବା ସମ୍ପର୍କିତ ପରିଚାଳନା ଠେକୁଆ ମାନଙ୍କର ଜନ୍ମ ଦେବାର ସମୟପୁରୁଷ 1 ବର୍ଷ ଓ ମହିଳା ଛଅ ମାସ । ଉଚ୍ଚ ଲିଟର ଆକାରରୁ ଚୟନିତ । ସ୍ଵସ୍ଥ ଥିବା ଆବଶ୍ୟକ, କୋଟ ସଫା ସୁତୁରା ରହିଥିବା ଆବଶ୍ୟକ । ପୁରୁଷର ଦୁଇଟି ସଠିକ ଡିସେଣ୍ଡେଡ ଟେଷ୍ଟି ରହିଥିବା ଆବଶ୍ୟକ । ଯଦି ମହିଳା ଠେକୁଆ ଉତ୍ତାପ ଅନୁଭବ କରିବ ତେବେ ଏହା ପୁରୁଷ ଠେକୁଆକୁ ତା ନିକଟକୁ ଆସିବାକୁ ଦେବ, ନ ହେଲେ ଏହା ପଂଜୁରୀର ଗୋଟିଏ କୋଣକୁ ଯାଇ ପୁରୁଷକୁ ଆକ୍ରମଣ କରିବ। ମହିଳା ପୁରୁଷ ଅନୁପାତ ହେଉଛି 1 : 10 ଗେଷ୍ଟେସନ ଅବଧି ହେଉଛି 28-31 ଦିନ ଗର୍ଭର ଚିହ୍ନଟ ମହିଳା ଠେକୁଆ ମାନଙ୍କର ବ୍ରିଡିଂର 12ରୁ 14 ଦିନ ପପର ପେଟକୁ ଛୁଇଁ କରାଯାଇପାରେ ମହିଳା ଠେକୁଆର ପଛ ପଟର ଗୋଡ ନିକଟରେ ଥିବା ଅଂଶକୁ ଛୁଆଁ ଯଇପାରେ । ସେଠାରେ ଛୁଇଁଲା ପରେ ଯଦି ଏକ ଗୋଲାକାର ଆକୃତି ଅନୁଭବ କରି ହୁଏ ତେବେ ଠେକୁଆଟି ଗର୍ଭବତୀ ବୋଲି ଜଣାଯବ । ଯଦି ମହିଳା ଠେକୁଆ ତିନି ଥର ମିଶିଲା ପରେ ମଧ୍ୟ ଗର୍ଭବତୀ ହେଉ ନାହିଁ ତେବେ ତାକୁ ପଂଜୁରୀରୁ ହଟାଇ ଦେବା ବା ମାରିଦେବା ଉଚିତ। ମିଶିବାର 25 ଦିନ ପରେ ଗର୍ଭବତୀ ଠେକୁଆକୁ କିଣ୍ଡଲିଂ ପଂଜୁରୀକୁ ନେଇଯବା ଉଚିତ। ଶୁଖି ଯଇଥିବା ନଡିଆ ଚୋପା, କୁଟା ଆଦି ନେଷ୍ଟ ବାକ୍ସରେ ବେଡିଂ ସାମଗ୍ରୀ ଭାବେ ବ୍ୟବହାର କରାଯଏ। ଉଷୁମାଇବାର ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଗର୍ଭବତୀ ଠେକୁଆ ଏକ ନେଷ୍ଟ ତିଆରି କରିଥାଏ । କିଣ୍ଡଲିଂ ପରିଚାଳନା ଗର୍ଭର 28 ଦିନ ପରେ ନେଷ୍ଟ ବାକ୍ସକୁ ରଖାଯବା ଉଚିତ । ସାଧାରଣତଃ ଉଷୁମାଇବା କାମକୁ ବଡି ଭୋରରରୁ କରାଯଏ ଉଷୁମାଇବା କାମ ସାଧାରଣ ଭାବେ 15ରୁ 30 ମିନିଟ ମଧ୍ୟରେ ପୂର୍ଣ୍ଣ କରାଯଏ। ଏହି ସମୟରେ ଠେକୁଆ ତିଳେ ହେଲେ ବିଚଳିତ ହେବା ଉଚିତ ନୁହେଁ ଓ ବାହାରର କୌଣସି ବ୍ୟକ୍ତିକୁ ଉଷୁମାଇବା ପଂଜୁରୀ ପାଖକୁ ଯବାକୁ ଅନୁମତି ଦିଆଯବା ଉଚିତ ନୁହେଁ । ଉଷୁମାଇବାର ପରେ ନିଜର ଲୋମରୁ ମା ଠେକୁଆ ନେଷ୍ଟ ତିଆରି କରିଥାଏ। ହାରାହାରି ଲିଟର ଆକାର ହେଉଛି । ନୂଆ ଠେକୁଆଙ୍କର ଜନ୍ମ ପରେ ସେମାନଙ୍କର ଆଖି ବନ୍ଦ ରହିଥାଏ ଓ ଶରୀରରେ ଲୋମ ନ ଥାଏ ଏହି ଶାବକ ମାନେ ମା ଠେକୁଆ ଦ୍ଵାରା ତିଆରି କରାଯଇଥିବା ନେଷ୍ଟରେ ରଖିଥିବା ଶୋଇବା ସାମଗ୍ରୀ ରେ ଶୋଇଥାନ୍ତି। ସାଧାରଣ ଭାବେ ମା ଠେକୁଆ ଶାବକ ମାନଙ୍କୁ ଦିନରେ ଥରେ କିମ୍ବା ସକାଳେ କ୍ଷୀର ଦେଇଥାଏ। ଯଦି ଆମେ ମା ଠେକୁଆକୁ ତାର ପିଲାଙ୍କୁ କ୍ଷୀରଦେବାକୁ ବାଧ୍ୟ କରିବା ତେବେ ତା ଠାରେ କ୍ଷୀର ହେବ ନାହିଁ ନୂଆ ଜନ୍ମ ହୋଇଥିବା ଯେଉଁ ଠେକୁଆ ମାନେ ମା ଠାରୁ ପର୍ଯ୍ୟାପ୍ତ ପରିମାଣରେ କ୍ଷୀର ପାଆନ୍ତି ସେମାନଙ୍କର ଚମଡା ସାଇନି ହୋଇଥାଏ। ଶାବକ ଠେକୁଆ ମାନଙ୍କୁ ଦୁଧ ଛଡାଇବା ଠେକୁଆ ଶାବକ ମାନଙ୍କୁ କ୍ଷୀର ଛଡାଇବା 6ରୁ 8 ସପ୍ତାହ ମଧ୍ୟରେ କରାଯାଇପାରେ। କ୍ଷୀର ଛଡାଇବା ଅବଧିରେ ପିଲା ଠେକୁଆ ମାନଙ୍କୁ କ୍ଷୀର ବଦଳରେ ଧୀରେ ଧୀରେ କଠିନ ଖାଦ୍ୟ ଦିଆଯଏ । କ୍ଷୀର ଛଡାଇଲା ବେଳେ 400 -500 ଗ୍ରାମ ହୋଇଥାଏ । ସ୍ଵସ୍ଥ ଠେକୁଆର ଲକ୍ଷଣ ସ୍ଵସ୍ଥ ଏବଂ ଚମକୁଥିବା କେଶ ଅତ୍ୟନ୍ତ ସକ୍ରିୟ ଖାଇବା ପରେ ଭଲ ଓ ଶୀଘ୍ର ଖାଇବା ଗ୍ରହଣ କରିବି ଆଖି ଗୁଡିକ ସାଧାରଣତଃ ଉଜ୍ଵଳ ଏବଂ ବିନା କୌଣସି ଡିସଚାର୍ଜ ନିରନ୍ତର ଭାବେ ଶରୀରର ଓଜନ ବଢିବା ରୋଗ ହୋଇଥିବା ଠେକୁଆର ଲକ୍ଷଣ ନିଷ୍କ୍ରିଯ ଏବଂ ଚାପଗ୍ରସ୍ତ ଶରୀରର ଓଜନରେ ହ୍ରାସ ଓ ଶାରୀରିକ କ୍ଷୀଣତା କେଶ ଭୀଷଣ ଭାବେ ଝଡିବା ଠେକୁଆ ମାନଙ୍କର ସକ୍ରିୟ ଗତିବିଧି ନାହିଁ, ପଞ୍ଜୁରୀରେ ଗୋଟିଏ ସ୍ଥାନରେ ବସି ରହନ୍ତି ଖାଇବା ଇନଟେକରେ ହ୍ରାସ ଆଖି, ନାକ, ନିତମ୍ବ ଓ ମୁହଁରୁ ଜଳୀଯ ଅଶଂ ବାହାରିବା ଶରୀରର ତାପମାତ୍ରାରେ ବୃଦ୍ଧି ତଥା ଶ୍ଵସନ ଗତିରେ ବୃଦ୍ଧି ଠେକୁଆ ମାନଙ୍କର ରୋଗ ପାଷ୍ଟ୍ଯଯରଲୋସିସ ସଠିକ ଭାବେ ବନ ଚଳାଚଳ, ସଠିକ ସ୍ଵଚ୍ଛତା ତଥା କୁପୋଷଣ ଆଦି କାରକ ଠେକୁଆ ମାନଙ୍କରେ ରୋଗ ପାଇଁ କାରକ ହୋଇଥାନ୍ତି । ଠେକୁଆ ମାନଙ୍କର ମା ଠାରୁ ଶାବକ ମାନଙ୍କୁ ଏହା ବ୍ୟାପି ଥାଏ । କ୍ଲିନିକାଲ ଲକ୍ଷଣ : ଲଗାତାର ଛିଙ୍କ ଆସିବା ଓ କାଶିବା ଦ୍ଵାରା ଠେକୁଆ ମାନେ ତାଙ୍କର ନାକକୁ ଘଷି ଥାନ୍ତି ନିଶ୍ଵାସ ପ୍ରଶ୍ଵାସ ନେଲା ବେଳେ ବାହାରୁଥିବା ଶବ୍ଦ ଜୋରର ବାହାରୁଥିବା ଶବ୍ଦ ପରି ଲାଗିଥାଏ ଏହା ବ୍ୟତିତ ସେମାନଙ୍କୁ ଜ୍ବର, ଡାଇରିଆ, ଆଦି ହୋଇଥାଏ। ଏହି ରୋଗ ପାଇଁ ଦାଯ ମାଇକ୍ରୋ ଅର୍ଗାନିଜମ ଠେକୁଆ ଗୁଡିକର ଚମଡାରେ ଚିହ୍ନ ସୃଷ୍ଟି କରିଥାଏ । ଚିକିତ୍ସା :ପାଷ୍ଟ୍ଯଯରଲୋସିସ ବିରୁଦ୍ଧରେ ଚିକିତ୍ସା ସେତେ ପ୍ରଭାବୀ ନୁହେଁ ପାଷ୍ଟ୍ଯଯରଲୋସିସ ଦ୍ଵାରା ସଂକ୍ରମିତ ଠେକୁଆ ଗୁଡିକ ଚିକିତ୍ସା ପରେ ଠିକ ହେଲେ ସୁଦ୍ଧା ସଂକ୍ରମିତ ଠେକୁଆ ମାନଙ୍କ ଠାରୁ ଇନଫେକ୍ସନ ଅନ୍ୟ ସ୍ଵସ୍ଥ ଠେକୁଆ ମାନଙ୍କ ନିକଟକୁ ଆସିଥାଏ । ତେଣୁ ପାଷ୍ଟ୍ଯଯରଲୋସିସର ଶୀକାର ଠେକୁଆ ମାନଙ୍କୁ ମାରିବା ହେଉଛି ଏ କ୍ଷେତ୍ରରେ ଏକମାତ୍ର ବିକଳ୍ପ । ଏଣ୍ଟରିଟିସ ଠେକୁଆ ମାନଙ୍କ ମଧ୍ୟରେ ଏଣ୍ଟରିଟିସ ତିଆରି ହେବା ପାଇଁ ଅନେକ ମାଇକ୍ରୋଅର୍ଗାନିଜମ ଦାୟି ଖାଦ୍ୟରେ ତତକ୍ଷାଣାତ ପରିବର୍ତ୍ତନ, ଖାଦ୍ୟରେ ଅତିରିକ୍ତ ପରିମାଣର କାର୍ବୋହାଇ଼ଡ୍ରେଡ ରହିବା, ଇମୁନୋ ଡିପ୍ରେସନ, ଅସ୍ଵଚ୍ଛ ଖାଦ୍ୟ ଓ ଜଳ ଆଦି କାରକ ଠେକୁଆ ମାନଙ୍କୁ ବିଭିନ୍ନ ମାଇକ୍ରୋ ଅର୍ଗାନିଜମ ଦ୍ଵାରା ଏଣ୍ଟରିଟିସ ହେବା ପାଇଁ କାରକ ଭାବେ କାମ କରେ । ଡାଇରିଆ ହେବା, ପେଟ ଫୁଲିବା, ଡି ହାଇଡ୍ରେସନ ଆଦି ହେଉଛି ଏହାର କ୍ଲିନିକାଲ ଲକ୍ଷଣ । ଡାଇରିଆ କାରଣରୁ ଶରୀରରେ ଜଳ କମି ଯଇଥାଏ ତଥା ଏହା ଫଳରେ ଡିହାଇଡ୍ରେସନ ହୋଇଥାଏ ଓ ଠେକୁଆ କ୍ଷୀଣ ହୋଇଯଇଥାଏ। ରାୟ ନେକ ରୋଗ ପାଷ୍ଟ୍ଯଯରଲୋସିସ ଦ୍ଵାରା ସଂକ୍ରମିତ ଠେକୁଆଙ୍କୁ ରାଯନେକ ରୋଗ ହୋଇଥାଏ । ଏହି ରୋଗ ଠେକୁଆ ମାନଙ୍କର ମଝିର ଆଖି ତଥା ମସ୍ତିଷ୍କକୁ ପ୍ରଭାବିତ କରେ। ମଝିର ଆଖିର ଝିଲ୍ଲି ପ୍ରଭାବିତ ହୋଇଥିବା କାରଣରୁ ପୂଜ କାନ ଦେଇ ବାହାରକୁ ଆସିଥାଏ। ଓ ଠେକୁଆ ଗୋଟିଏ ଆଡକୁ ମୁଣ୍ଡ କରେ ପାଷ୍ଟ୍ଯଯରଲୋସିସ ର ପ୍ରଭାବୀ ଚିକିତ୍ସା ଦ୍ଵାରା ରାୟ ଠେକୁଆ ମାନଙ୍କର ରାୟନେକ ରୋଗକୁ ନିୟନ୍ତ୍ରିତ କରାଯାଇପାରେ । ମଷ୍ଟିସିସ ମା ଠେକୁଆ ଗୁଡିକ ମଷ୍ଟିସିସ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ପ୍ରଭାବିତ ଅଡର ଗରମ, ଲାଲ ହେବା ସହ ଛୁଇଁଲେ କଷ୍ଟ ହୋଇଥାଏ। ସଠିକ ପରିମାଣରେ ଆଣ୍ଟି ବାଇଓଟିକ ଦେବା ଦ୍ଵାରା ଏହାକୁ ନିୟନ୍ତ୍ରିତ କରିହୁଏ । ଫୋଙ୍ଗସ ସଂକ୍ରମଣ ଯଗୁ ରୋଗ ଡେରମାଟୋପିସିସ ଫୋଙ୍ଗସ ଦ୍ଵାରା ଠେକୁଆ ମାନଙ୍କ ମଧ୍ୟରେ ଚମଡା ସଂକ୍ରମଣ ହୋଇଥାଏ। ଏହା ଦ୍ଵାରା ଠେକୁଆ ମାନେ ତାଙ୍କର କାନ ଓ ନାକ ନିକଟରେ କେଶ ହରାଇଥାନ୍ତି । ରାଗିବା ଦ୍ଵାରା ଠେକୁଆ ମାନେ ଲଗାତାର ପ୍ରଭାବିତ ଅଂଶ କୁ ଘଷିଥାନ୍ତି । ଏହା ଫଳରେ ଏହି ଅଞ୍ଚଳରେ କ୍ଷତ ସୃଷ୍ଟି ହୁଏ । ପରେ ଦ୍ଵିତୀୟକ ବ୍ୟାକ୍ଟେରିଆ ସଂକ୍ରମଣ ଦ୍ଵାରା ପୂଜ ଉତ୍ପନ୍ନ ହୋଇଥାଏ । ଚିକିତ୍ସା : ଗ୍ରିସୋଫୁଲଭିନ ବା ବେଞ୍ଜାଇଲ ବେଞ୍ଜୋଏଟ କ୍ରିମକୁ ପ୍ରଭାବିତ ଅଂଶରେ ଲଗାଯଇ ପାରେ । ଗ୍ରିସଫୁଲଭିନକୁ ଖାଦ୍ୟରେ ପ୍ରତି କିଲୋ ୦.75 ଗ୍ରାମ ମିଶାଯଇଥାଏ ଓ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦେଲେ ରୋଗ ନିୟନ୍ତ୍ରିତହୋଇଥାଏ । ରୋଗକୁ ନିୟନ୍ତ୍ରିତକରିବା ପାଇଁ ଫାର୍ମ ହାଇଜେନିକ ପଦକ୍ଷେପ ବର୍ଷକରେ ଦୁଇ ଚୂନ ଦିଆଯବା ଆବଶ୍ୟକ । ପଂଜୁରୀର ତଳ ଅଂଶରେ ସପ୍ତାହରେ ଦୁଇ ଥର ଲାଇମ ସଲ୍ୟୁସନ ଦିଆଯବା ଆବଶ୍ୟକ । ଗରମ ଦିନରେ ଅଂଶୁଘାତରୁ ରୋକିବା ପାଇଁ ଠେକୁଆ ମାନଙ୍କ ଉପରେ ପାଣି ସିଞ୍ଚନ କରାଯବା ଆବଶ୍ୟକ୍ । ସେମାନଙ୍କୁ ପିଇବା ପାଣି ଦେବା ପୂର୍ବରୁ ଏହାକୁ ଠିକ ଭାବେ ଫୁଟାଇ ଥଣ୍ଡା କରି ବିଶେଷ ଭାବେ ମା ଓ ଶାବକ ଠେକୁଆ ମାନଙ୍କୁ ଦିଆଯବା ଦରକାର । ସ୍ରୋତ : ଡ. ପି. ସେନ୍ଥିଲ କୁମାର, ଭେଚେନାରୀ ଆସିଷ୍ଟାଣ୍ଚ ସର୍ଜନ, ଅଲଙ୍ଗନାଥମ, ନମକ୍କଲ ଜିଲ୍ଲା, ତାମିଲନାଡୁ ଫୋ 09443388400 ସମ୍ପର୍କିକ ସମ୍ବଳ ବ୍ରୟଲର ରେବିଟ ପ୍ରଡକ୍ସନ ଇନ ତ୍ରିପୁରା ମଡେଲ ପ୍ରଜେକ୍ଟ ରିପୋର୍ଟ ଫର 100 +20 ରେବିଟ ବ୍ରିଡିଂ ଫାର୍ମ