ପ୍ରାଣୀ ସମ୍ପଦ ବିଭିନ୍ନ କାର୍ଯ୍ୟକ୍ରମ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଆଭିମୁଖ୍ୟ ଗ୍ରାମ୍ୟ ଅର୍ଥନୀତି ର ବିକାଶ ପାଇଁ ପ୍ରାଣୀ ସମ୍ପଦ ଦ୍ଵାରା ଲୋକଙ୍କୁ ନିରନ୍ତର ଜୀବନ ଜୀବିକା ନିର୍ବାହ ଓ ଅର୍ଥ ଉପାର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବା । ଚାଷୀ ର ଦ୍ଵାର ଦେଶରେ ଉତ୍ତମ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା । ବାଡି ଅଗଣା ରେ କୁକୁଡା ଚାଷ କୁ ଗ୍ରାମାଞ୍ଚଳ ରେ ଅଧିକ ଜନପ୍ରିୟ କରାଇବା । ସ୍ୱଳ୍ପ ଖର୍ଚ୍ଚ ରେ ଦୁଗ୍ଧ ଚାଷ ପାଇଁ ଗାଈ ଗୋରୁ ଙ୍କୁ ଖାଦ୍ୟ ଉପଲବ୍ଧ କରାଇବା । ଆତ୍ମନିର୍ଭରଶୀଳ ହେବା ପାଇଁ ଅଧିକ କ୍ଷୀର , ମାଂସ ଓ ଅଣ୍ଡା ଉତ୍ପାଦନ କରିବା । ପ୍ରତି ମୁଣ୍ଡ ପିଛା କ୍ଷୀର , ମାଂସ , ଅଣ୍ଡା ଓ କୁକୁଡା ମାଂସ ଉପଲବ୍ଧ କରାଇବା । କ୍ଷୁଦ୍ର , ମଧ୍ୟମ ଓ ଭୂମିହୀନ ଚାଷୀ ପାଇଁ ଦୁଗ୍ଧ ବ୍ୟବସାୟ କରି ଜୀବନ ଜୀବିକା ନିର୍ବାହ ନିମିତ୍ତ ଆର୍ଥିକ ସମ୍ବନ୍ଧ କୁ ଦୃଢୀଭୂତ କରିବା ପ୍ରାଣୀ ଯଥା ଛେଳି, ମେଣ୍ଢା ,ଘୁଷୁରି ଓ କୁକୁଡା ପ୍ରଭୃତି ଙ୍କ ଉତ୍ପାଦ ବୃଦ୍ଧି ପାଇଁ ଚାଷୀ ମାନଙ୍କୁ ସମର୍ଥ କରିବା । ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା : ଭ୍ରାମ୍ୟମାଣ ପ୍ରାଣିକିକିତ୍ସା ସେବା ୧୦ ଜୁଲାଇ ୨୦୧୧ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ଜୟପୁର ଠାରେ ଶୁଭାରମ୍ଭ କରି ଥିଲେ । ପ୍ରତ୍ୟେକ ବ୍ଲକରେ ମାସକୁ ୨୦ ଦିନ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଦୁର୍ଗମ୍ୟ ଅଞ୍ଚଳ ରେ ଯୋଗାଇ ଦିଆ ଯାଉଛି। ଏହା ଦ୍ଵାରା ଚାଷୀ ଭାଇ ମାନେ ନିଜ ଅଞ୍ଚଳରେ ଓ ନିଜ ଘର ପାଖରେ ସମସ୍ତ ସେବା ପାଇ ପାରୁଛନ୍ତି। ଦୁଗ୍ଧଶାଳା ର ବ୍ୟବସାଇକରଣ କୁ ଉତ୍ସାହିତ କରିବା (PDE/DEDS) : ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ୨- ୧୦ ଗୋଟି ଶଙ୍କର ଜାତୀୟ ଗାଈ/ ମଇଁଷି ପାଇଁ ବ୍ୟାଙ୍କ ସହାୟତାରେ ଋଣ କରି ୨୫- ୩୩% ରିହାତି ପାଇ ପାରିବେ। ସବିଶେଷ ବିବରଣୀ ପାଇଁ ଆଗ୍ରହୀ ଚାଷୀ ଭାଇ/ ଭଉଣୀ ମାନେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହିତ ଯୋଗାଯୋଗ କରନ୍ତୁ। ବାଛୁରୀ ପାଳନ କାର୍ଯ୍ୟକ୍ରମ (CRP) : ଶଙ୍କର ଜାତୀୟ ମାଈ ବାଛୁରୀଙ୍କୁ (୪ ରୁ ୨୮ ମାସ ପର୍ଯ୍ୟନ୍ତ ) ରିହାତି ଦରରେ ଦାନା ଯୋଗାଇ ଦିଆ ଯାଉଛି। ପ୍ରାଣୀଧନ ବୀମା ଯୋଜନା : ଏହି ଯୋଜନା ମାଧ୍ୟମରେ ଗାଈ, ମଇଁଷି, ବଳଦ, ଛେଳି, ମେଣ୍ଢାଙ୍କର ରିହାତି ଦରରେ ବୀମା କରା ଯାଇ ପାରୁଛି। ରାଷ୍ଟ୍ରୀୟ ପୃଷ୍ଟିସାର ଯୋଗାଣ ମିଶନ (NMPS) : ସଘନ ଛେଳି ପାଳନ ପାଇଁ ଚାଷୀ ମାନଙ୍କୁ ଗୁହାଳ ତିଆରି, ଛେଳି, ବୋଦା କ୍ରୟ ଓ କିଛି ପରିମାଣରେ ଖାଦ୍ୟ ଓ ଔଷଧ ପାଇଁ ସହାୟତା ଯୋଗାଇ ଦିଆ ଯାଉଛି। ଏହା ଛଡା ଛେଳି cluster ଚିହ୍ନଟ କରାଯାଇ “goat scout” ମାଧ୍ୟମରେ ୨୦୦୦ ଛେଳିଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆ ଯାଉଛି। ବ୍ୟବସାୟିକ କୃଷି ଉଦ୍ଯୋଗ : ଏହି ଯୋଜନା ମାଧ୍ୟମରେ ଅଣ୍ଡା ଦିଆ କୁକୁଡା ଫାର୍ମ ଓ ଛେଳି , ମେଣ୍ଢା ଫାର୍ମ କରିବା ପାଇଁ ସର୍ବାଧିକ ୫୦ ଲକ୍ଷ ଟଙ୍କା ରିହାତିର ବ୍ୟବସ୍ଥା ସହିତ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ରାଜ୍ୟକୁ ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାର ପ୍ରୟାସ କରାଯାଉଅଛି। ଦୁଗ୍ଧ ଉତ୍ପାଦନକାରୀ ଚାଷୀ ଭାଇ, ଭଉଣୀ ମାନଙ୍କୁ ଦୁଗ୍ଧ ସଂଘ ମାଧ୍ୟମରେ ରିହାତି ଦରରେ ମିନେରାଲ ମିକ୍ସଚର ଯୋଗାଇ ଦେବାର ବ୍ୟବସ୍ଥା କରା ଯାଇଅଛି। ବାଡି ଅଗଣାରେ କୁକୁଡା ପାଳନ : ଏହି ଯୋଜନା ମାଧ୍ୟମରେ ଦାରିଦ୍ର ସୀମାରେଖା ତଳେ ଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ରିହାତି ଦରରେ ୨୮ ଦିନିଆ ୪୫ ଗୋଟି ବନରାଜ କୁକୁଡା ଚିଆଁ ୩ ଥରରେ (୨୦ + ୧୫ + ୧୦) ମିଳିଥାଏ। ସି ଡି ଭି ଓ ସଂଗଠନ ସାରଣୀ ଜିଲ୍ଲା ରେ ବିଭିନ୍ନ ଅନୁଷ୍ଠାନ ନାମ ପରିମାଣ ପ୍ରାଣୀ ଚିକିତ୍ସାଳୟ ( ଡିସ୍ପେନସାରି ) ୧୮ ପ୍ରାଣୀ ଚିକିତ୍ସାଳୟ ହସ୍ପିଟାଲ ୩ ପ୍ରାଣୀଧନ ସହାୟକ କେନ୍ଦ୍ର ୧୩୯ କୃତ୍ରିମ ପ୍ରଜଜନ କେନ୍ଦ୍ର ୧୨୧ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୧୩ ଛାଗଳ ପ୍ରଜଜନ କେନ୍ଦ୍ର କେନ୍ଦ୍ର ୦୧ ନୈଦାନିକ ଯାଞ୍ଚ ପ୍ରୟୋଗଶାଳା ୦୧ ଗୋମିତ୍ର କେନ୍ଦ୍ର ୩୦ ବାଇଫ କେନ୍ଦ୍ର ୧୦ ଜେ କେ ଟ୍ରଷ୍ଟ କେନ୍ଦ୍ର ୦୧ ପ୍ରତିଷେଧକ ଟୀକା ଦ୍ଵାରା ପ୍ରତିରୋଧ କରା କରାଯାଉଥିବା ରୋଗ ବୀଜାଣୁ ଜନିତ ଭୂତାଣୁ ସାହାଣ ବଜବଜିଆ ଆନଥ୍ରାସ୍କ ଏଣ୍ଟେରୋଟୋକସିମିଆ ଚବକା ପି ପି ଆର ଛେଲି ବସନ୍ତ ରାଣୀ କ୍ଷେତ ବା ଘୁମା ରୋଗ କାର୍ଯ୍ୟକ୍ରମ ପଶୁ ଚିକିତ୍ସା ଶିବିର କୃମି ନାଶକ ଔଷଧ ପ୍ରୟୋଗ ପରେ ସଂକ୍ରାମକ ରୋଗର ପ୍ରତିଷେଧକ ଟୀକା କରଣ ଏହି ପଶୁ ଚିକିତ୍ସା ଶିବିର ଦ୍ଵାରା ପ୍ରାଣୀ ମାନଙ୍କ ଶାରୀରିକ ଓଜନ ଓ ଉତ୍ପାଦ ବୃଦ୍ଧି ଫଳରେ ଗରିବ ଚାଷୀ ଲାଭବାନ ହୋଇଥାନ୍ତି । ସଚେତନତା ଶିବିର ପ୍ରାଣୀ ସମ୍ପଦ କୁ ପ୍ରଭାବିତ କରୁଥିବା ସାଧାରଣ ରୋଗ ର ପ୍ରତିରୋଧ ଓ ନିୟନ୍ତ୍ରଣ ବିଷୟରେ ସୂଚନା ପ୍ରଦାନ । ଗ୍ରୀଷ୍ମ ପ୍ରବାହ , ବନ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କତା / ପ୍ରାରମ୍ଭିକ ବ୍ୟବସ୍ଥା ବିଷୟରେ ସୂଚନା । ସନ୍ତୁଳିତ ଆହାର ବିଷୟରେ ସୂଚନା । ମୌସୁମୀ ର ବହୁ ପୂର୍ବ ରୁ ପଶୁ ଙ୍କ ଆହାର କୁ ସୁରକ୍ଷା ଦେବା ବିଷୟ ରେ ସୂଚନା । ଆଧାର - "କଳାହାଣ୍ଡି ଡିଷ୍ଟ୍ରିକ ପୋର୍ଟାଲ"