ବାର୍ଡ଼ ଫ୍ଲୁ ଏକଭୂତାଣୁ ଜନିତ ରୋଗ । ଯାହା ‘ଏଜିଆନ୍ ଇନ୍ଫ୍ଲୁଏନ୍ଜା ଏ ।' ଶ୍ରେଣୀର ଭାଇରସ୍ ରୁ ବ୍ୟାପିଥାଏ । ଏହି ରୋଗ କୁକୁଡ଼ା ବ୍ୟତୀତ ଅନ୍ୟ ଗୁହପାଳିତ ପକ୍ଷୀ ଏବଂ ମଣିଷଙ୍କୁ ମଧ୍ୟ ବନ୍ୟାପିଥାଏ । କୁକୁଡ଼ା ଫାର୍ମରେ ଗୋଟିଏ କୁକୁଡ଼ାକୁ ବାର୍ଡ଼ ଫ୍ଲୁ ହେଲେ ଏହା ଅନ୍ୟ କୁକୁଡାଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ତେଣୁ ଫାର୍ମ ପରିବେଶ ସଫାସୁତରା ରଖିବା ସହ ପ୍ରତିଶୋଧକ, ଟୀକା ବ୍ୟବସ୍ଥା ଓ ଆପତ୍ତକାଳୀନ ଅସୁବିଧାକୁ ଏଡାଇବା ପାଇଁ ଚାଷୀମାନେ ସତର୍କତା ଅବଲମ୍ବନ କରିବା ଦରକାର । ରୋଗ କୁକୁଡାଙ୍କୁ କିପରି ବ୍ୟାପେ ବାୟୁଜନିତ ସଂକ୍ରମଣ ଏହି ରୋଗର ମୁଖ୍ୟ କାରଣ । ଏହି ରୋଗର ଭୂତାଣୁ ବାୟୁ ଦ୍ଵାରା ଆସି ସୁସ୍ଥ କୁକୁଡାଙ୍କୁ ଆକ୍ରମଣ କରିଥାଏ । ପକ୍ଷୀମାନେ ଶୀତଦିନେ ଏକ ସ୍ଥାନରୁ ଅନ୍ୟ ସ୍ନାନକୁ ଭ୍ରମଣ କରନ୍ତି । ପକ୍ଷୀମାନେ ଭ୍ରମଣ କରିବା ସମୟରେ ଏହି ରୋଗ ସେମାନଙ୍କ ପାଖରୁ ସୁସ୍ଥ କୁକୁଡା ପାଖକୁ ଆସେ । ଜଳଚର ପକ୍ଷୀ ଯଥା ବତକ, ରାଜହଂସମାନଙ୍କର ମଳ ସଂସ୍ପର୍ଶରେ ସୁସ୍ଥ କୁକୁଡାମାନେ ଆସିଲେ ଏହି ରୋଗ ଦେଖାଯାଇଥାଏ । ରୋଗର ଲକ୍ଷଣ ସାଧାରଣତଃ ଦୁଇ ପ୍ରକାର ରୂପରେ ଏହି ରୋଗ କୁକୁଡାଙ୍କୁ ବ୍ୟାପିଥାଏ । କୁକୁଡାଟିକୁ ରୋଗ ଆକ୍ରାନ୍ତ ହେବାର ୩ ଦିନ ପରେ ଲକ୍ଷଣ ପରିଲକ୍ଷିତ ହୁଏ । ସ୍ୱଚ୍ଛ କ୍ଷୟକ୍ଷତି କରୁଥବା ବାର୍ଡ଼ ଫ୍ଲୁରୋଗ କୁକୁଡ଼ା ଏବଂ କୁକୁଡ଼ା ଚିଆଁମାନଙ୍କଠାରେ ଶ୍ଵାସନଳୀ ଜନିତ ରୋଗ, କଫ ଛିଙ୍କ, ଶ୍ଵାସନଳୀରୁ ଘଡ଼ ଘଡ଼ ଶବ୍ଦ ବାହାରିବା, ଆଖିରୁ ପାଣି ନିର୍ଗତ ହେବା ଭଳି ସମସ୍ଯ ଦେଖାଦେଇଥାଏ । ଅଣ୍ଡା ଚିଆଁଙ୍କଠାରେ ଶରୀର ଧିମା ପଡ଼ିଯିବା, ଅଣ୍ଡା ଉତ୍ପାଦନ ହ୍ରାସ ପାଇବା, ଖାଦ୍ୟ, ପାଣି ଗ୍ରହଣ ରୁଖା ଏବଂ ମଇଳା ଦେଖାଯିବା ଏବଂ ଡ଼ାଇରିଆ ଭଳି ଲକ୍ଷଣ ଦେଖାଯାଏ । ଅତି କ୍ଷୟକ୍ଷତି କରୁଥିବା ବାର୍ଡ଼ ଫ୍ଲୁ ଏହି ରୋଗରେ ସମୁଦ୍ର ଉପକୂଳରେ ବସବାସ କରୁଥି ବା ବନ୍ୟପକ୍ଷୀଙ୍କର ହଠାତ ମୃତ୍ୟୁ ଘଟିଥାଏ । ଲକ୍ଷଣ ଦେଖାଦେବା ପୂର୍ବରୁ କୁକୁଡ଼ାମାନଙ୍କର ଏହି ରୋଗରେ ମୃତ୍ୟୁ ଘଟିଥାଏ । ସ୍ନାୟୁଜନିତ ରୋଗ ଯଥା- ମୁଣ୍ଡ ଏବଂ ବେକ କମ୍ପିବା, ଠିଆହେବାକୁ ସକ୍ଷମ ନ ହେବା, ବେକ ବଙ୍କା କରିଦେବା, ଗୋଡ଼ ଏବଂ ମୁଣ୍ଡକୁ ସିଧା ନ କରିପାରିବା ଇତ୍ୟାଦି ଲକ୍ଷଣ ପରିଲକ୍ଷିତ ହୁଏ । ଏହି ରୋଗରେ କୁକୁଡ଼ାମାନଙ୍କର ଚଳପ୍ରଚଳ ଏବଂ ରବିବା କମ୍ ହୋଇଯାଏ । ଖାଦ୍ୟ ଏବଂ ପାଣିଗ୍ରହଣ କମ୍ କରିବା ପରିଲକ୍ଷିତ ହୁଏ, ଅଣ୍ଡା ଦେବା ହଠାତ୍ ବନ୍ଦ ହୋଇଯାଏ, ଶରୀରରେ ଆବୁ ପରି କିଛି ବାହାରେ, ଚର୍ମ ଉପରେ ରକ୍ତ ଛିଟା ଭଳି କିଛି ଲକ୍ଷଣ ଦେଖାଯାଏ । ମୁଣ୍ଡ, ବେକ, ମୁଖ ଏବଂ ଗୋଡ଼ ଫ୍ଲୁଲିଯିବା ସହ ଚର୍ମ ତଳେ ରକ୍ତ ଛିଟା ହେବା ପରିଲକ୍ଷିତ ହୁଏ । କେତେ ମାତ୍ରାରେ ମୁଣ୍ଡ ଅଂଶ ନୀଳ ରଙ୍ଗ ହେବା, ଶରୀରରୁ ପର/ ଲୋମ ଝଡ଼ିଯାଏ । କେତେ ପରିମାଣରେ କୁକୁଡ଼ା ଆକ୍ରାନ୍ତ ହୁଅନ୍ତି ସ୍ୱଚ୍ଛ କ୍ଷୟକ୍ଷତି କରୁଥିବା ବାର୍ଡ଼ ପୁରୋଗରେ ସମସ୍ତ କୁକୁଡ଼ା ଆକ୍ରାନ୍ତ ହୁଅନ୍ତି ସତ, କିନ୍ତୁ ୫ ପ୍ରତିଶତଙ୍କ ମୃତ୍ୟୁ ହୋଇଥାଏ । ଅତି କ୍ଷୟକ୍ଷତି କରୁଥିବା ବାର୍ଡ଼ ପୁରୋଗରେ ଆକ୍ରାନ୍ତ କୁକୁଡାଙ୍କ ମୃତ୍ୟୁ ହେବା ଆଶଙ୍କା ୧୦୦ ପ୍ରତିଶତ ଥାଏ । ରୋଗ ନିରାକରଣ ଏହି ରୋଗର କୌଣସି ବିଦ୍ଧିବଧ ଔଷଧ ନାହିଁ । କେବଳ ରୋଗ ବ୍ୟାପିବା ବନ୍ଦ କରିବାକୁ ଆଣ୍ଟିବାୟୋଟିକ୍ ଏବଂ ଅନ୍ୟ ସାହାଯ୍ୟକାରୀ ଔଷଧ ଦିଆଯାଇପାରେ । ଏହି ରୋଗରୁ ମୁକ୍ତି ପାଇଁ ଇନ୍ ଆକ୍ଟିଭେଟେଡ୍ ଇନ୍ ଫ୍ଲୁଏନ୍ଜା ଭୂତାଣୁ ପ୍ରତିଷେଧକ ଟୀକା ରହିଛି । ଏହି ବିଷୟରେ ଅଧିକ ତଥ୍ୟ ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ। ରୋଗକୁ ଏଡ଼ାଇବେ କିପରି: ଯଦି ରୋଗର ଲକ୍ଷଣ ଦେଖାଯାଉଛି, ତେବେ ସୁସ୍ଥ ପକ୍ଷୀଙ୍କୁ ଆକ୍ରାନ୍ତ ହୋଇଥିବା ପକ୍ଷୀଙ୍କଠାରୁ ଅଲଗା ରଖନ୍ତୁ । ଆକ୍ରାନ୍ତ ହୋଇଥିବା ପକ୍ଷୀଙ୍କ ଖାଦ୍ୟ ବାସନ, ପାନୀୟଜଳ ମଳ, ଛିଙ୍କ ଇତ୍ୟାଦି ଯେପରି ସୁସ୍ଥ ପକ୍ଷୀଙ୍କ ସଂସ୍ପର୍ଶରେ ନ ଆସେ ଧାନ ଦିଅନ୍ତୁ । ବନ୍ୟ ଏବଂ ଗୃହପାଳିତ ପକ୍ଷୀମାନଙ୍କର ଏକାଠି ବିଚରଣକୁ ବନ୍ଦ କରନ୍ତୁ । ଯେଉଁମାନେ କୁକୁଡ଼ା ଫାର୍ମର ରକ୍ଷଣାବେକ୍ଷଣ କରୁଛନ୍ତି ସେମାନଙ୍କର ‘ବତ୍ସା କିମ୍ବା ଜୋତା ମାଧମରେ ଯେମିତି ସୁସ୍ଥ କୁକୁଡ଼ା ଫାର୍ମକୁ ଆକ୍ରମଣକାରୀଭୂତାଣୁନ ପଶେ ସେଥିପ୍ରତି ଦୃଷ୍ଟିଦିଅନ୍ତୁ ପରିଷ୍କାର ପାନୀୟ ଜଳ, କୁକୁଡ଼ା ଫାର୍ମର ପରିବେଶ ସଫାସୁତୁରା, ବସନକୁସନକୁ ଭଲ ଭାବରେ ସଫା ରଖନ୍ତୁ । ଯଥାସମ୍ଭବ ଆକ୍ରମିତ କୁକୁଡ଼ା ଫାର୍ମ ନିକଟକୁ ଗାଡ଼ି, ମୋଟର ଏବଂ ମନୁଷ୍ୟମାନଙ୍କ ଚଳପ୍ରଚଳ ବନ୍ଦ କରନ୍ତୁ । ୧୭ ଯେଉଁ ଫାର୍ମର କୁକୁଡ଼ମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ମାରିଦେବା ଉଚିତ୍ । ଏଥି ସହିତ ମୃତ କୁକୁଡ଼ାଙ୍କୁ ପୋଡ଼ି ଦିଅନ୍ତୁ । ସେମାନଙ୍କ ଶରୀରକୁ କାଲସିୟମ୍ ହାଇଡ୍ରୋକ୍ସାଇଡ଼୍ ନାମକ ପଦାର୍ଥରେ ଘୋଡ଼ାଇ ଦିଅନ୍ତୁ । ଉକ୍ତ ଫର୍ମ ହାଉସ୍ର ମଳ ତ୍ୟାଗ, ଖାଦ୍ୟ ପାନୀୟ ଜଳ, ପର ଅଣ୍ଡା ଏବଂ ଅଣ୍ଡା ଜାତୀୟ ଦ୍ରବ୍ୟକୁ ପୋଡ଼ିଦେବା କିମ୍ବା ପୋତିଦେବା ଉଚିତ । କୁକୁଡ଼ା ଫାର୍ମର କାନ୍ଥ, ଚଟାଣ, ଛାତକୁ ୩ ପ୍ରତିଶତ କାଲସିୟମ୍ ହାଇଡ୍ରୋକସାଇଜ୍ମରେ ପରିଷ୍କାର କରିବା ଉଚିତ୍ । ବ୍ରିଟି ପାଉଡ଼ର ଏବଂ ଚୂନ ଚଟାଣରେ ପକାଇବା ଉଚିତ୍ । କୁକୁଡ଼ା ଫାର୍ମ ଏବଂ ପରିସରକୁ ୪ ପ୍ରତିଶତ ଫର୍ମାଲିନ୍ ରେ ସ୍ନେ କରିବା ଉଚିତ । ରେକ୍ଟିଫାଏଡ୍ ସିରିଟ୍, ସାଭଲନ୍, ତ୍ରେଟଲ୍ ମାଧମରେ କୁକୁଡ଼ା ଫାର୍ମରେ କାମ କରୁଥିବା କର୍ମଚାରୀ ହାତ ଗୋଡ଼ ସଫା କରିବା ଉଚିତ୍ । ବାର୍ଡ଼ ଫ୍ଲୁ ମନୁଷ୍ୟ ପ୍ରତି ପ୍ରତିବନ୍ଧକ ବାର୍ଡ଼ ଫ୍ଲୁ ଏକ ଜୁନେଟିକ୍ ରୋଗ ହୋଇଥିବାରୁ ଏହି ରୋଗ କୁକୁଡ଼ାଙ୍କଠାରୁ ମନୁଷ୍ୟକୁ ମଧ୍ୟ ବ୍ୟାପିଥାଏ । କୁକୁଡ଼ାର ମଳ, କୁକୁଡ଼ାଙ୍କ ସହ ଚଳପ୍ରଚଳ, ଆକ୍ରାନ୍ତ କୁକୁଡ଼ା ମାଂସ ଖାଦ୍ୟରୂପରେ ବ୍ୟବହାର କରିବା ଦ୍ଵାରା ଏହି ରୋଗ ମଣିଷକୁ ବ୍ୟାପିଥାଏ । ଫଳରେ ମଣିଷ ଠାରେ କଫ, ଡ଼ାଇରିଆ, ଶ୍ଵାସନଳୀ ରୁଦ୍ଧ, ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଦେଖାଦେବା, ଜ୍ୱର ହେବା, ମୁଣ୍ଡ ବିନ୍ଧା ନାକରୁ ପାଣି ବାହାରିବା ଭଳି ଲକ୍ଷଣ ଦେଖାଯାଇଥାଏ । ମନୁଷ୍ୟ ପାଖରେ ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଂଗୃହୀତ – ଡା.ରାମେଶ କୁମାର ସାହୁ,ପ୍ରାଣୀ ମହାବିଦ୍ୟାଳୟ