ଉପକ୍ରମ ଏମୁ ପୃଥିବୀର ଦ୍ଵିତୀୟ ବୃହତ ପକ୍ଷୀ । ଏହାର ଉତ୍ପତ୍ତି ଅଷ୍ଟ୍ରେଲିଆ ମହାଦେଶରେ । ଏହି ପକ୍ଷୀର ହାରାହାରି ପରମାୟୁ ୧୦-୨୦ ବର୍ଷ । ବ୍ୟବସାୟିକଭିତ୍ତିରେ ଏହି ପକ୍ଷୀକୁ ତା’ର ମାଂସ, ଅଣ୍ଡା, ତେଲ, ଚର୍ମ, ପର ଓ ପାଦନଖ ପାଇଁ ପାଳନ କରାଯାଏ । ଏହାର ହାରାହାରି ଉଚ୍ଚତା ୬ଫୁଟ ଓ ଓଜନ ୪୫-୬୦କିଗ୍ରା । ପାଳନ ଗୋଟିଏ ପ୍ରାପ୍ତବୟସ୍କ ଏମୁ ଅଣ୍ଡା ଦେବା ପାଇଁ ସକ୍ଷମ ହୋଇଥାଏ । ଏହା ବର୍ଷର ଶୀତଋତୁ ରେ ପ୍ରାୟ ୩୦ ଗୋଟି ଅଣ୍ଡା ଦେଇଥାଏ । ଅଣ୍ଡା ଫୁଟି ଛୁଆ ହେବାକୁ ୫୨ଦିନ ସମୟ ଲାଗେ । ଗୋଟିଏ ଅଣ୍ଡାର ଓଜନ ୬୦୦-୮୦୦ ଗ୍ରାମ ଓ ରଙ୍ଗ ଶ୍ୟାମଳ ହୋଇଥାଏ । ଗୋଟିଏ ଦିନିକିଆ ଛୁଆର ଓଜନ ୩୭୫-୪୫୦ ଗ୍ରାମ ହୋଇଥାଏ । ଏହି ପକ୍ଷୀ ୬୦କିଗ୍ରା ଓଜନ ହେବା ପାଇଁ ବାର୍ଷିକ ୬୦୦କିଗ୍ରା ଦାନା ଖାଇଥାଏ । ଉପକାରିତ ଏମୁ ପକ୍ଷୀର ମାଂସ ପ୍ରାୟତଃ ଚବିଶୁନ୍ୟ ଏବଂ ଏଥିରେ ଲୌହସାର ଓ ଭିଟାମିନ-ସି ବହୁ ପରିମାଣରେ ଥାଏ । ଏମୁ ପକ୍ଷୀ ମାଂସରୁ ପ୍ରସ୍ତୁତ ତେଲ ଆଣ୍ଠୁଗଣ୍ଠିବାତ , ଚର୍ମରୋଗ, ପୋଡାଘା, କେଶଝଡିବା ଆଦି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ଭାରତୀୟ ଜଳବାୟୁରେ ଏହି ପକ୍ଷୀ ଯଥେଷ୍ଟ ରୋଗ ସହଣିକ ହୋଇଥିବାରୁ ବର୍ତ୍ତମାନ ଭାରତବର୍ଷରେ ପ୍ରାୟ ଦୁଇ ଲକ୍ଷ ଏମୁପକ୍ଷୀ ରହିଛନ୍ତି । ଆଧାର: ବ୍ୟବସାୟ ନିମନ୍ତେ ଛୁଆ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଶ୍ରୀ ଭି.ଡି.ଭି ପ୍ରସାଦ ଗ୍ରାମ-ଝାଟିପଦର, ବ୍ଲକ-ଟିକିଟି,ଜିଲ୍ଲା-ଗଞ୍ଜାମ ଶ୍ରୀ ଡି.ମୋହନକୁମାର ଗ୍ରାମ-ପିତାତଳୀ, ବ୍ଲକ-ଟିକିଟି,ଜିଲ୍ଲା-ଗଞ୍ଜାମ