ଦେଶରେ ଥିବା ଚାଷ ଜମି ମଧ୍ୟରୁ ୬୫ ମିଲିୟନ ଅର୍ଥାତ ୪୫% ଜମିରେ ଜଳସେଚନର ସୁବିଧା ରହିଛି । କେବଳ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିବା ସବୁ ସମୟରେ ଚାଷୀ ପାଇଁ ଆଶଙ୍କା ସୃଷ୍ଟି କରୁଥିଲା। ସେଥିପାଇଁ ଉତ୍ପାଦନ କମ୍ ହେଉଥିଲା । ଜଳସେଚନର ସୁବିଧା କରାଗଲେ ଚାଷୀ ଉତ୍ସାହିତ ହୋଇ ଚାଷ କାର୍ଯ୍ୟରେ ଅଧିକ ନିବେଶ କରିବ ଏବଂ ଉତ୍ପାଦନ ବଢିବା ଦ୍ଵାରା କୃଷକ ଆର୍ଥିକ ଭାବରେ ଲାଭବାନ ହୋଇପାରିବ । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଦ୍ଵାରା ଦେଶରେ ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । ଗ୍ରାମ୍ୟ ସ୍ତରରେ ‘ଏକ ବୁନ୍ଦା ଅଧିକ ଅମଳ’କୁ ଅଧିକ ତ୍ୱରାନିତ୍ଵ କରିବା ଏହି ଯୋଜନର ଲକ୍ଷ୍ୟ । ଲକ୍ଷ୍ୟ ଜିଲ୍ଲା, ବ୍ଲକ ସ୍ତରରେ ଜଳସେଚନର ସୁବିଧା ତଥା ଜଳର ଉତ୍ସ କଣ ରହିଛି ସେ ସମ୍ବନ୍ଧରେ ଅନୁଧ୍ୟାନ କରିବା । ପ୍ରତ୍ୟେକ ଚାଷ ଜମିକୁ କିପରି ଜଳସେଚନଆରଆର ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ କାର୍ଯ୍ୟ କରିବା। ପ୍ରତ୍ୟେକ ଚାଷ ଜମିକୁ କିପରି ଜଳସେଚନର ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ କାର୍ଯ୍ୟ କରିବା । ଜଳର ଉତ୍ସକୁ କିପରି ଉତ୍ତମ ଭାବରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜଳସେଚନ ସୁବିଧା କରାଯାଇ ପାରିବ ତା ଉପରେ ଧ୍ୟାନ ଦିଆଯିବ । ଜଳକୁ ନଷ୍ଟ ହେବାରୁ ରୋକାଯିବା । ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜଳକୁ ସିଞ୍ଚନ କରିବା । ସମନିତ୍ଵ ଭାବରେ ଭୂମିତଳ ଜଳ, ବର୍ଷା ଜଳକୁ କିପରି ଜଳସେଚନରେ ଲଗାଯାଇ ପାରିବ ସେ ସମ୍ବନ୍ଧରେ ଲୋକଙ୍କୁ ଜୀବିକା ଯୋଗାଇବା । ଖେତରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପାଣିର ଚାଷ, ପାଣିର ପରିଚାଳନା, ଶସ୍ୟ ଉତ୍ପାଦନ ଉପରେ ତାଲିମ ପ୍ରଦାନ କରାଯିବା । ମୁନିସପାଲଟିର ଅଦରକାରୀ ଜଳକୁ ସହରାଞ୍ଚଳରେ କୃଷି କାର୍ଯ୍ୟରେ ବିନିଯୋଗ କରାଯାଇ ପାରିବ । ବ୍ୟକ୍ତିଗତ ନିବେଶକୁ ଉତ୍ସାହିତ କରାଯିବା ଉଚିତ୍ । ପୋଗ୍ରାମ କାର୍ଯ୍ୟକାରିତା ୨୦୧୫ -୧୬ ଠାରୁ ୨୦୧୯ ଯାଏ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ପାଞ୍ଚ ବର୍ଷ ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜଳସେଚନ ପାଇଁ ଉର୍ଦ୍ଧିଷ୍ଟ ଯୋଜନା ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷା କରି ଚାଷୀ ପାଇଁ ଆବଶ୍ୟକ ଜଳଯୋଗାଇ ଏହାର ମୁଖ୍ୟ ଲକ୍ଷ୍ୟ । PMKSY ଯୋଜନାଟି କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡିଏ ଯୋଜନାର ଏକକ ସ୍ୱରୂପ ଅଟେ । ସମିଶ୍ରିତ ଯୋଜନା ଗୁଡିକ ମଧ୍ୟରେ ତ୍ଵରିତ ସେଚ ସୁବିଧା ଯୋଜନା, ନଦୀ ବିକାଶ ତଥା ଗଙ୍ଗା ପୁର୍ନଉଦ୍ଧାର ଯୋଜନା, ସମନ୍ଵିତ ଜଳ ଛାୟା ପ୍ରକଳ୍ପ ତଥା ଜାତୀୟ ସତତ କୃଷି ମିଶନ ଅଧିନସ୍ଥ କ୍ଷେତ୍ର ସେଚ ପରିଚାଳନା ଯୋଜନା ଆଦି ଅନ୍ତର୍ଭୁକ୍ତ । PMKSY ଆଞ୍ଚଳିକ ବିକାଶ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଏ । ରାଜ୍ୟ ମାନଙ୍କୁ ଏଥିପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଜଳସେଚନ ଯୋଜନା ପ୍ରସ୍ତୁତ କରିବାକୁ ଅଧିକୃତ କରାଯାଇଛି । ରାଜ୍ୟ ସରକାର ୫-୭ ବର୍ଷ ପର୍ଯ୍ୟନ୍ତ ଅବଧିକୁ ବିଭିନ୍ନ ଜଳସେଚନ କ୍ଷେତ୍ରୀୟ ଯୋଜନା ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିପାରିବେ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନେ ଏହି ପୋଗ୍ରାମରେ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ନ୍ୟାସନାଲ ଷ୍ଟିଅରିଂ କମିଟି (NSC) ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରେ । ଏହି କମିଟି ନ୍ୟାସନାଲ ଏକଜିକ୍ୟୁଟିଭ କମିଟିକୁ ଯୋଜନା ନିର୍ଦ୍ଦେଶ ପ୍ରେରଣ କରେ । ନୀତି ଆୟୋଗର ଚେୟାରମ୍ୟାନ ଏବଂ ଭାଇସ ଚେୟାର ମ୍ୟାନଙ୍କ ସହାୟତାରେ ଜାତୀୟ ସ୍ତରରେ କାର୍ଯ୍ୟ କରେ । କାର୍ଯ୍ୟକ୍ରମର ଅଂଶ ଜାତୀୟ ପ୍ରକଳ୍ପରେ ବଡ ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରିବା । ସବୁ ଖେତକୁ ପାଣି ଜଳ ଉତ୍ସକୁ ସଜାଡ଼ିବା, ପୁନଃ କାର୍ଯ୍ୟକ୍ଷମ କରାଇବା, ପାରମ୍ପରିକ ଜଳ ଉତ୍ସକୁ ବ୍ୟବହାର ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜଳ ରହୁଥିବା ସ୍ଥାନରୁ କିପରି ଖେତକୁ ଯିବ ତାର ବ୍ୟବସ୍ଥା କରିବ । ଭୂମି ତଳେ ସିକର ବ୍ୟବସ୍ଥା କରାଯିବା ଦରକାର ଯାହା ମଧ୍ୟରେ ବର୍ଷାଜଳ, ବନ୍ୟାଜଳ ସଂରକ୍ଷିତ ରହିବ । ଜଳ ପରିଚାଳନା ଓ ଜଳ ବଣ୍ଟନ ବ୍ୟବସ୍ଥାରେ ସୁଧାର କରି ଛୋଟ ଛୋଟ ଜଳସେଚନ ପଏଣ୍ଟ ନିର୍ମାଣ। ଜଳ ବହୁଳ ଅଞ୍ଚଳରୁ ଜଳ ଅଭାବ ଅଞ୍ଚଳକୁ ଜଳ ଆଣିବାର ବ୍ୟବସ୍ଥା ଏବଂ ଏହାକୁ ଉଠା ଜଳସେଚନ ମାଧ୍ୟମରେ ଜମିକୁ ଜଳ ଯୋଗାଣ । ପରମ୍ପରାଗତ ଭାବରେ ଜଳ ସଂରକ୍ଷଣ ଯେପରି ଗୁଜୁରାଟରେ ଜଳ ମନ୍ଦିର, ଖାତ୍ରୀ, କୁଲ (ହିମାଞ୍ଚଳ ପ୍ରଦେଶ), ଇରି, ଓରାନିସ (ତାମିଲନାଡୁ) ଢୋଙ୍ଗ (ଆସାମ) କଟସ,ବନଦାସ( ଓଡ଼ିଶା, ମଧ୍ୟପ୍ରଦେଶ) ଇତ୍ୟାଦି । PMKSY ( ପ୍ରତ୍ୟେକ ବୁନ୍ଦା ଅଧିକ ଅମଳ) କାର୍ଯ୍ୟକ୍ରମ ପରିଚାଳନା, ରାଜ୍ୟ/ଜିଲ୍ଲାର ଜଳସେଚନ ବିଭାଗଦ୍ଵାରା ବାର୍ଷିକ ଯୋଜନା ଅନୁମୋଦନ । ଜଳକୁ ବୁନ୍ଦା, ସିଞ୍ଚନ ଇତ୍ୟାଦି ଦ୍ଵାରା ସେଚ କରିବାକୁ ପ୍ରୟାସ । ଟିବ୍ୟୁ ୱେଲ, ଢଗ ୱେଲ ଇତ୍ୟାଦି ନିର୍ମାଣ । PMKSY ଦ୍ଵାରା ଜଳସେଚନକୁ ଉତ୍ସାହିତ । ଦକ୍ଷତା ବୃଦ୍ଧି ତାଲିମ, ସଚେତନତା ଶିବିର କମ ଖର୍ଚ୍ଚରେ ଆୟୋଜନ କରିବା । ଛୋଟ ଛୋଟ ଜଳସେଚନ ଉତ୍ସ ଯେପରି ଟ୍ୟୁବୱେଲ ଏବଂ ଛୋଟ କୂଅ ଖୋଳିବା ଇତ୍ୟାଦି କରାଯିବା ଆବଶ୍ୟକ । AIBP, PMKSY (ସବୁ କ୍ଷେତକୁ ପାଣି) PMKSY (ଜଳସେଚନ) ପ୍ରତ୍ୟେକ ବ୍ଲକ / ଜିଲ୍ଲା ଜଳସେଚନ ଯୋଜନା। ଅନ୍ୟ ଏକ ସଂରକ୍ଷଣ ସୁବିଧା ହେଉଛି କେନାଲ ଯୋଜନା, ବର୍ଷାଦିନେ ଜଳ ସଂରକ୍ଷଣ କରି ତାକୁ ଦରକାର ସମୟରେ ବ୍ୟବହାର କରିବା । ପାଣି ଉଠାଇବା ମେସିନ ଯେପରି ଡିଜେଲ, ଇଲେକ୍ଟ୍ରିକ / ସୋଲାର ପମ୍ପସେଟ ତା ସହ ଭୂତଳ ପାଇପ ସିଷ୍ଟମ ଇତ୍ୟାଦି । ଦକ୍ଷତା ବିକାଶ, ତାଲିମ ଏବଂ ସଚେତନତା ଅଳ୍ପ ଖର୍ଚ୍ଚରେ ପବ୍ଲିକେସନ ଅଳ୍ପ ଖର୍ଚ୍ଚରେ ଫିଲମ ଇତ୍ୟାଦି । ଆଧାର -ମିନିଷ୍ଟ୍ରି ଅଫ ଏଗ୍ରୀକଲଚର ଆଣ୍ଡ ଫାର୍ମର ୱେଲଫେୟାର ଅଧିକ ସୂଚନା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାର ଗାଇଡଲାଇନ