କୃଷି ଫାର୍ମ କୃଷି ଫାର୍ମଗୁଡିକୁ ମୁଖ୍ୟତଃ ଗବେଷଣା, ପ୍ରଦର୍ଶନ କ୍ଷେତ୍ର ଓ ବିହନ ଉତ୍ପାଦନ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇ ଥିଲା କିନ୍ତୁ ବିଶ୍ଵବ୍ୟାଙ୍କ ପ୍ରକଳ୍ପରେ ଏନ.ଏ.ଇ.ପି.ର କାର୍ଯ୍ୟକାରିତା ପରେ ଗବେଷଣା ଓ ପ୍ରଦର୍ଶନ କାର୍ଯ୍ୟ ଓ.ୟୁ.ଏ.ଟି କୁ ହସ୍ତାନ୍ତର ହେବା ପରେ ବିଭାଗୀୟ ଫାର୍ମରେ କେବଳ ବିହନ ଉତ୍ପାଦନ କରାଗଲା । ରାଜ୍ୟରେ ୬୮ଟି ଫାର୍ମ ଥିଲା । ଏଥି ମଧ୍ୟରୁ ୨୦୦୨-୦୩ ମସିହାରେ ବଡଚଣା ଓ.ୟୁ.ଏ.ଟିକୁ କୃଷି କେନ୍ଦ୍ର ସ୍ଥାପନ ନିମନ୍ତେ ହସ୍ତାନ୍ତର କରାଯାଇଛି । ଅବଶିଷ୍ଟ ୬୭ଟି ଫାର୍ମ ମଧ୍ୟରୁ ୨୦୦୪-୦୫ ମସିହାରେ ୫ଟି ଫାର୍ମ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ନିମନ୍ତେ ଓ.ୟୁ.ଏ.ଟି କୁ ହସ୍ତାନ୍ତର କରାଯାଇଛି । ସେଗୁଡିକ ହେଲା ସୋନପୁର,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଫାର୍ମ, ନୂଆପଡା ଫାର୍ମ, ରାୟଗଡା ଫାର୍ମ, ମୟୂରଭଞ୍ଜ ଜିଲ୍ଲାରେ ସାମାଖୁଣ୍ଟା ଫାର୍ମ । ଏହା ବ୍ୟତୀତ ପାଳିଝର ଫାର୍ମ ୨୦ହେକ୍ଟର,ଆର.ଇ. ଫାର୍ମ ୧୬ ହେକ୍ଟର ଏହି ଉଦ୍ଦେଶ୍ୟରେ ଓ.ୟୁ.ଏ.ଟି କୁ ହସ୍ତାନ୍ତର କରାଯାଇଛି ଓ ପାଳିଝର ଫାର୍ମରୁ ୧୨ହେକ୍ଟର ନବୋଦୟ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଛି । ତେଣୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓଡିଶା ଅଧୀନରେ ୬୨ଟି ଫାର୍ମ ରହିଛି । ଖୋର୍ଦ୍ଧା ଜିଲ୍ଲାର ଡେରାସ ଫାର୍ମ ୧୯୯୬ମସିହାରୁ ଅବ୍ୟବହୃତ ହୋଇଛି ଓ ଏହାର ନବୀକରଣ କାର୍ଯ୍ୟ ଏବେ ଚାଲିଛି । ତେଣୁ ଅବଶିଷ୍ଟ ୬୨ଟି ଫାର୍ମର ଭୌଗୋଳିକ କ୍ଷେତ୍ରଫଳ ହେଉଛି ୨୨୦୨.୬୧୯ ହେକ୍ଟର । ଏହି ୬୨ଟି ଫାର୍ମ ମଧ୍ୟରୁ ନିମ୍ନ ଫାର୍ମଗୁଡିକରେ ଫସଲ ଚାଷ କରାଯିବା ସମ୍ଭବ ହୋଇପାରୁ ନାହିଁ । ଫାର୍ମ ଜିଲ୍ଲା କାରଣ ଦେସିଲ ବଲାଙ୍ଗୀରି ଜଳସେଚନ ସୁବିଧା ନାହିଁ କୋରାପୁଟ ଜଳସେଚନ ସୁବିଧା ନାହିଁ ଓ ୯୦%ଢିପ ଜମି ଡୁମୁରିପୁଟ କୋରାପୁଟ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନାହିଁ ଓ ୮୮% ଢିପ ଜମି ପୁନାଙ୍ଗ ଜଗତସିଂହପୁର ବାଲିଚର କେଶପୁର ଗଞ୍ଜାମ ଚିଲିକା ହ୍ରଦର ଲୁଣାପାଣି ଦ୍ଵାରା ପ୍ଳାବିତ ଯୋଜନା ଏହି ୬୨ଟି ଫାର୍ମ ଅଣଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଲା - ପରୀକ୍ଷାମୂଳକ ବିହନ ଫାର୍ମ -୫୫ଟି ଫାର୍ମ (୪୯ଟି କ୍ଷୁଦ୍ର, ଉମରକୋଟ ବୃହତ ଫାର୍ମ ୧ଟିଓ ୫ଟି ଅବ୍ୟବହୃତ ଫାର୍ମ) । ବୃହତ ଆକାର ଫାର୍ମ ୬ଟି ବୃହତ ଫାର୍ମ । ମିଶ୍ରିତ ଫାର୍ମ ଶିମିଳିଗୁଡା / ମିଶ୍ରିତ (ବୃହତ ଫାର୍ମ) ଲକ୍ଷ୍ୟ ଓ ଆଭିମୁଖ୍ୟ ବିଭାଗୀୟ ଫାର୍ମଗୁଡିକର ଲକ୍ଷ ଓ ଆଭିମୁଖ୍ୟ ହେଉଛି ଭାରତ ସରକାରଙ୍କ (ଆଇ.ସି.ଏ.ଆର., ସି.ଆର.ଆର.ଆଇ. , ଓ.ୟୁ.ଏ.ଟି) ଠାରୁ ପ୍ରାପ୍ତ ପ୍ରଜନନ ବିହନ ବ୍ୟବହାର କରି ପିଣ୍ଡ ବିହନ ଉତ୍ପାଦନ କରିବା । ଓ.ୟୁ.ଏ.ଟି., ରାଜ୍ୟ ବିହନ ନିଗମ ଓ ବିଭାଗୀୟ ଫାର୍ମର ପିଣ୍ଡ ବିହନ ବ୍ୟବହାର କରି ପ୍ରାମାଣିକ ବିହନ (ଧାନ ଓ ଅଣଧାନ) ଉତ୍ପାଦନ କରିବା । ରାଜ୍ୟରେ କୃଷକଙ୍କ ବିହନ ଆବଶ୍ୟକତା ପୂରଣ କରିବା । ରାଜ୍ୟରେ ବିହନ ପ୍ରତିବଦଳ ହାର (ଏସ.ଆର.ଆର) ବୃଦ୍ଧି କରିବା । ଫାର୍ମରେ ଉତ୍ପାଦିତ ହେଉଥିବା ଗୁଣାତ୍ମକ ବିହନ (କେବଳ ଗୁଣାତ୍ମକ ବିହନ ୧୫-୧୮%ଅମଳ ବୃଦ୍ଧି କରିଥାଏ ) ବ୍ୟବହାର କରି ଅବଶେଷରେ ରାଜ୍ୟର ମୋଟ ଫସଲ ଉତ୍ପାଦନ ବୃଦ୍ଧି କରିବା। ଯୋଗାଯୋଗ ବ୍ୟକ୍ତି କ୍ର. ସଂ ସ୍ତର ଯୋଗାଯୋଗ ବ୍ୟକ୍ତି ୧ ରାଜ୍ୟ ଯୁଗ୍ମ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ)କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ,ଓଡିଶା, ଭୁବନେଶ୍ଵର ଫୋନ :୦୬୭୪-୨୩୨୩୩୬୭ ୨ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ/ଜିଲ୍ଲା କୃଷି ଅଧିକାରୀ / ଫାର୍ମ ପରିଚାଳନା ବିଶେଷଜ୍ଞ ୩ ଫାର୍ମ ସ୍ତରୀୟ ଫାର୍ମରେ ଭରପ୍ରାପ୍ତ ଅଧିକାରୀ ବିଭାଗୀୟ ଫାର୍ମର ତାଲିକା ମଣ୍ଡଳ (ଉପକୃଷି ନିର୍ଦ୍ଦେଶକ)ର ନାମ ରାଜସ୍ୱ ଜିଲ୍ଲାର ନାମ ଆହାରଣ ଓ ବଣ୍ଟନ ଅଧିକାରୀଙ୍କ ନାମ କ୍ର. ସଂ ଫାର୍ମର ନାମ ତହସିଲ ବାଲେଶ୍ଵର ବାଲେଶ୍ଵର ଜିଲ୍ଲା କୃଷି ଅଧିକାରୀ, ବାଲେଶ୍ଵର ୧ ବାହାର୍ଦ୍ଧ ବସ୍ତା ୨ ବାଲିଆ ବାଲେଶ୍ଵର ୩ ଶେରପୁର ବାଲେଶ୍ଵର ଭଦ୍ରକ ଜିଲ୍ଲା କୃଷି ଅଧିକାରୀ ଭଦ୍ରକ ୪ ଆଗରପଡା ଭଦ୍ରକ ୫ ଭଦ୍ରକ ଭଦ୍ରକ ୬ ଧାମନଗର ଧାମନଗର ବଲାଙ୍ଗୀରି ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ , ବଲାଙ୍ଗିର ୭ ଆର.ଇ .ଫାର୍ମ. ବଲାଙ୍ଗିର ୮ ମୁଦଘାଟ ପାଟଣାଗଡ ଜିଲ୍ଲା କୃଷି ଅଧିକାରୀ ଟିଟିଲାଗଡ ୯ ଦେସଲ ଟିଟିଲାଗଡ ୧୦ ରାମପୁର ଏସ.ରାମପୁର ସୋନପୁର ଜିଲ୍ଲା କୃଷି ଅଧିକାରୀ ସୋନପୁର ୧୧ ବୀରମହାରାଜ ପୁର ବୀରମହାରାଜ ପୁର ୧୨ ରାମପୁର ଏସ.ରାମପୁର ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର