ମୃତ୍ତିକା ପର୍ଯ୍ୟବେକ୍ଷଣ କୌଶଳ ଏବଂ ପଦ୍ଧତି ଓଡିଶାର ମୃତ୍ତିକା ସର୍ବେକ୍ଷଣ ଓ ମାନଚିତ୍ର ପ୍ରସ୍ତୁତି ପାଇଁ ବର୍ତ୍ତମାନର ଆଧୁନିକ ପଦ୍ଧତି ଅବଲମ୍ବନ କରାଯାଇଛି । ସେହଗାଲ ପ୍ରଭୁତି ବୈଜ୍ଞାନିକମାନଙ୍କ (୧୯୮୭) ମତ ଅନୁଯାୟୀ ଏଥିରେ ତିନି ସୋପାନ ବିଶିଷ୍ଟ ପଦ୍ଧତି ଯଥା; ଫଟୋର ବ୍ୟାଖ୍ୟାନ, କ୍ଷେତ୍ର ସର୍ବେକ୍ଷଣ ଏବଂ ମାନଚିତ୍ର ପ୍ରସ୍ତୁତି ବ୍ୟବହାର କରାଯାଇଥାଏ । ରାଜ୍ୟ ଭୂଭାଗର ଭୂଉପଗୃହ, ମାନଚିତ୍ର, ବିଷାଦ ଭାସ ଏବଂ ଭୂପ୍ରକଟୁଇ ବିଶ୍ଳେଷଣ ପରେ ସମଗ୍ର ରାଜ୍ୟର ୧.୨୫୦.୦୦ ମାନକ ଏକ ମାନଚିତ୍ର ପ୍ରକାଶ କରାଯାଇଛି । ଭୂଉପଗୃହ ଚିତ୍ରରୁ ପ୍ରାପ୍ତ ତଥ୍ୟକୁ ଦେଶର ଟପୋ ମାନଚିତ୍ର (୧.୨୫୦୦୦୦) ରେ ଉପସ୍ଥାପନ କରି ଏହାକୁ କ୍ଷେତ୍ର ସର୍ବେକ୍ଷଣ ପାଇଁ ବ୍ୟବହାର କରାଯାଏ । ଏଥି ନିମିତ୍ତ ଏକ ତ୍ରିସ୍ତରୀୟ ପଦ୍ଧତି ଅବଲମ୍ବନ କରାଯାଏ, ତାହା ହେଲାଫ ମୃତ୍ତିକା ଓ ଭୂଭାଗର ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ପ୍ରତି ଫର୍ଦ ପାଇଁ ୫ ରୁ ୧୦ ନମୂନା ମାଟିର ବିଶଦ ପରୀକ୍ଷା । ଭୂ ପ୍ରକୃତି ଓ ମୃତ୍ତିକାର ସମ୍ପର୍କ ବିଷୟରେ ଜାଣିବା ପାଇଁ ବିକ୍ଷିପ୍ତ ଯାଞ୍ଚ ବ୍ୟବସ୍ଥା । ଉପରୋକ୍ତ ସର୍ବେକ୍ଷଣକୁ ସଠିକ ଆଧାର ଯୋଗାଇବା ପାଇଁ ନିୟମିତ ୧୦ କି.ମି ବ୍ୟବଧାନରେ ଏକ ସର୍ବେକ୍ଷଣ କେନ୍ଦ୍ର ସ୍ଥାପନ । ଏକ ନିୟୁତ ହେକ୍ଟର ଜମିରେ ପ୍ରତି ୧.୨୫୦.୦୦୦ ମାନକ ଭୂବୃତ୍ତାନ୍ତ ଫର୍ଦ ପାଇଁ ପ୍ରାୟ ୫୦୦ ନମୁନା ପରୀକ୍ଷା କରାଯାଏ । ବିଭିନ୍ତ ଭୂ- ଭାଗ, ଅଗର ନମୁନା ସଂଗ୍ରହର ସ୍ଥାନ ପ୍ରଭୁତି ମାନ ଚିତ୍ରରେ ପ୍ରଦତ୍ତ ହୁଏ ଯାହାଦ୍ଵାରା ପରବର୍ତ୍ତୀ ଅବସ୍ଥାରେ ସ୍ଥାନ ସମ୍ବନ୍ଧରେ ସୂଚନା ମିଳିଥାଏ । ଏକ ମୃତ୍ତିକାପ୍ରୋଫାଇଲ ବିଭିନ୍ନ ସ୍ତରରୁ ସଂଗୃହିତ ନମୁନା, ମାଟିର ଭୌତିକ ଗୁଣ ଯଥା : ଗଠନ ଓ ଚୟନ ଇତ୍ୟାଦି ଏବଂ ରାସାୟନିକ ଗୁଣ ଯଥା ମାଟିର ଅମ୍ଳଟି ଡ଼ବଲଇଉ, ବିଦ୍ୟୁତ ପରିବହନତ୍ଵ, ଜୈବ ଅଙ୍ଗାର, ଚୂନଅଂଶ ଆଦି ପରୀକ୍ଷା କରାଯାଏ । କେତେକ ସ୍ଥାନର ଆୟନର ପୃକ୍ତତା ପ୍ରଭୁତି ପରୀକ୍ଷା କରାଯାଇଥାଏ । ଏହା ବ୍ୟତୀତ ଦସ୍ତା , ଲାମ୍ବା, ଲୁହା ଓ ମାଙ୍ଗାନିଜ ଅଣୁ ଇତ୍ୟାଦି ପୋଷାକର ପରିମାଣ ନିର୍ଦ୍ଧାରଣ କରାଯାଏ । ରାଜ୍ୟର ପ୍ରତିନିଧିତ୍ଵ କରୁଥିବା ମୃତ୍ତିକା ଆକୃତି, ଅଣୁ, ଆକୃତି, ଧତବୀୟ, ଭୌତିକ ଏବଂ ରାସାୟନିକ ଗୁଣବର୍ତ୍ତାକୁ ଅନ୍ୟସ୍ଥାନ ମାଟିର ଏହିସବୁ ଗୁଣ ସହିତ ତୁଳନା କରିବା ପାଇଁ ସଂରକ୍ଷିତ କରି ରଖାଯାଏ । ମୃତ୍ତିକା ମାନଚିତ୍ର ଓଡିଶା ମୃତ୍ତିକା ସମ୍ପଦର ମାନଚିତ୍ର ଉପରୋକ୍ତ ତିନି ସୋପାନ ସ୍ତରକୁ ନେଇ ୧.୨୫୦.୦୦୦ ମାନରେ ପ୍ରସ୍ତୁତ କରାଯାଇଛି, ଏହା ୨୭ ଗୋଟି ଫର୍ଦ୍ଦକୁ ନେଇ ଗଠିତ । କିନ୍ତୁ ଏହାକୁ ଛୋଟ କରାଯାଇ ୧.୫୦୦.୦୦ ମାନ ବିଶିଷ୍ଟ ୪ ଟି ଫର୍ଦ୍ଦରେ ଛପା ଯାଇଛି । ଆବଶ୍ୟକ ହେଲେ ଏହି ମାନଚିତ୍ରକୁ ୧.୨୫୦.୦୦ ମାନରେ ଆମୋନିଆ ପ୍ରିଣ୍ଟ କରାଯାଇ ପାରିବ । ଚାରିଫର୍ଦ୍ଦ ବିଶିଷ୍ଟ ମୃତ୍ତିକା ମାନଚିତ୍ର (୧.୫୦୦.୦୦୦) ର ଗୋଟିଏ ପାର୍ଶ୍ଵରେ ଚିତ୍ର ଓ ଅନ୍ୟ ପାର୍ଶ୍ଵରେ ସଂକ୍ଷିପ୍ତ ବିବରଣୀ ଥାଏ । ଏହା ମୃତ୍ତିକା ସଂଘ ସମ୍ବନ୍ଧୀୟ ବହୁଭୁଜି ସଂଖ୍ୟା ଯଥା ୦୦୦୧,୦୦୦୨,୦୦୦୩ ଇତ୍ୟାଦି ଦର୍ଶାଯାଇଥାଏ । ଏହି ସଂଖ୍ୟା ମାନଙ୍କର ମାନଚିତ୍ର ଏକକ ସହିତ ଘନିଷ୍ଠ ସମ୍ପର୍କ ଥାଏ । ଏହା ଦୁଇଟି ମୃତ୍ତିକା ପରିବାର ର ସବବନ୍ଧକୁ ସୁଚାଇଥାଏ । ମାନଚିତ୍ରରେ ଦର୍ଶାଯାଇଥିବା ଏକକ ମୃତ୍ତିକାର ପ୍ରଧାନ ଗୁଣବର୍ତ୍ତା ଗୁଡିକୁ ସୁଚାଇଥାଏ । ଜାତୀୟ ଓ ଅନ୍ତର୍ଜାତିକ ସ୍ତରରେ ବୁଝିବା ପାଇଁ ମାଟିର ବର୍ଗୀକାରଣ ନାମ ଏକ ପୃଥକ ସ୍ତମ୍ଭରେ ଦିଆଯାଇଥାଏ । ପ୍ରଧାନ ମୃତ୍ତିକାର ଅନ୍ୟାନ୍ୟ ଧର୍ମମାନ ଉପାୟରେ ପ୍ରଦତ୍ତ ହୋଇଥାଏ । ବିସ୍ତୁତ ତ୍ରିସ୍ତରୀୟ ମାନଚିତ୍ର ସଂକେତ ଉପରସ୍ତର ମୃତ୍ତିକା ବର୍ଗ ( ଇନସେପଟିସଲ ) ଉପବର୍ଗ (ଅକ୍ରେପଟ) ମହା ମୃତ୍ତିକା ବର୍ଗ (ଉଷ୍ଟୋକ୍ରେପଟ) ଉପ ମୃତ୍ତିକା ବର୍ଗ ( ଟିପିକ ଉଷ୍ଟୋକ୍ରେପଟ ) କନିକା ପରିମାଣ ଶ୍ରେଣୀ (ପରିବାର) ଫାଇନଲୋମି ) ଉପର ମାଟି ଚୟନ (ବାଲିଆ) ଗଡାଣି (୮-୧୫%) କ୍ଷୟ (ମଧ୍ୟମ) ମଧ୍ୟସ୍ତର ଭୂ ପ୍ରକୃତି ଅଞ୍ଚଳ (ପାହାଡିଆ) ଭୂ- ପ୍ରକୃତି ଉପାଞ୍ଚଳ (ପୂର୍ବଘାଟ) ଭୂ- ଆକୃତି (ଧରୱାର) ଉପର ସାଜସଜା (ଅତ୍ୟଧିକ ଢାଲୁ) ନିମ୍ନସ୍ତର ଓଡିଶା ମୃତ୍ତିକା ସଂଘ ବା ବହୁଭୁଜି ସଂଖ୍ୟା ଆଧାର- ଭାରତୀୟ ମୃତ୍ତିକା ସିରିଜ