ଅଧିବେଶନ ୬.୨ ଶୀର୍ଷ ସାର ପ୍ରୟୋଗ I ଉଦ୍ଦେଶ୍ୟ ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ଶୀର୍ଷ ସାର ପ୍ରୟୋଗ କଲେ ଫସଲର ଉତ୍ତମ ବୃଦ୍ଧି ହେବା ସହ ଅଣୁ ସାରର ଭଲ ପରିଚାଳନା ହୋଇଥାଏ I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଶୀର୍ଷ ସାର ପ୍ରୟୋଗର ଉପକାରିତା ବିଷୟରେ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପୃଷ୍ଠଭୁମୀ ଜମି ଉପରେ ଠିଆ ହୋଇଥିବା ଫସଲରେ ସାର ପ୍ରୟୋଗର ପଦ୍ଧତ୍ତିକୁ ଶୀର୍ଷ ସାର ପ୍ରୟୋଗ କହନ୍ତି I ଏହାର ଉଦ୍ଦେଶ୍ୟ ହେଉଛି, ଫସଲର ଉତ୍ତମ ବୃଦ୍ଧି ସହ ଅମଳ ବଢାଇବା ପାଇଁ ଫସଲକୁ ପୋଷକ, ବିଶେଷତଃ ଯବାକ୍ଷାରଯାନ ତ୍ୱରିତ ମିଳୁଥିବା ଆକାରରେ ପ୍ରଦାନ କରାଯାଇଥାଏ I ଅଧିକ ଅମଳ ପାଇଁ ଚାଷୀମାନେ ଶୀର୍ଷ ସାର ପ୍ରୟୋଗର ସଠିକ କୌଶଳ ଜାଣିବା ଉଚିତ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଶୀର୍ଷ ସାର କିପରି ଭାବେ ପ୍ରୟୋଗ କରନ୍ତି ଏବଂ ସେମାନେ କେଉଁ ସବୁ ସାର ସାଧାରଣ ଭାବେ ବ୍ୟବହାର କରନ୍ତି I ସାର ପ୍ରୟୋଗ କରିବା ସମୟରେ ସେମାନଙ୍କର ଅଭିଜ୍ଞତା ଏବଂ ସମ୍ମୁଖିନ ହୋଇଥିବା ସମସ୍ୟା ବିଷୟରେ ଅନ୍ୟମାନଙ୍କ ସହ ବାଣ୍ଟିବାକୁ କୁହନ୍ତୁ I ଏହାସହ ସାରର ଭୁଲ ପ୍ରୟୋଗ କାରଣରୁ କିଛି କ୍ଷତି ହୋଇଥିଲେ ସେ ବିଷୟରେ ଆଲୋଚନା କରନ୍ତୁ I ସୋପାନ -୨: ଶୀର୍ଷ ସାର ପ୍ରୟୋଗ କ’ଣ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଫସଲର ବୃଦ୍ଧି ଏବଂ ଅମଳ ପାଇଁ ପୋଷକ ବା ଖାଦ୍ୟସାର ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ I ଜମିରେ ଥିବା ଫସଲରେ ସାର ପ୍ରୟୋଗ କରିବା ପ୍ରକ୍ରିୟାକୁ "ଶୀର୍ଷ ସାର" ପ୍ରୟୋଗ କୁହନ୍ତି I ସାଧାରଣତଃ ଗହମ ଓ ଧାନ ପରି କମ ବ୍ୟବଧାନରେ ଚାଷ କରାଯାଉଥିବା ଫସଲ ପାଇଁ ଶୀର୍ଷ ସାର ପ୍ରୟୋଗ କରାଯାଇଥାଏ I ଏହି ଶୀର୍ଷ ସାର ମଧ୍ୟରେ ସୋଡିଅମ ନାଇଟ୍ରେଟ୍, ଆମୋନିୟମ ନାଇଟ୍ରେଟ୍ ଏବଂ ୟୁରିଆ ଅନ୍ତର୍ଭୁକ୍ତ ଯେଉଁଥିରେ ବଢନ୍ତି ଫସଲ ପାଇଁ ଖାଦ୍ୟସାର ତ୍ୱରିତ ମିଳୁଥିବା ଅବସ୍ଥାରେ ରହିଥାଏ I ଏହା ବିପରୀତ ମକା ଏବଂ କପା ଫସଲ ପରି ଅଧିକ ବ୍ୟବଧାନ ରଖି ଚାଷ କରାଯାଉଥିବା ଫସଲର ଧାଡିରେ ପ୍ରୟୋଗ କରାଯାଉଥିବା ସାରକୁ "ପାର୍ଶ୍ୱ ସାର" କୁହନ୍ତି I ଚାଷୀମାନଙ୍କୁ କୁହନ୍ତୁ ଯେ ପତ୍ର ଓଦା ଥିବା ସମୟରେ ଶୀର୍ଷ ସାର ପ୍ରୟୋଗ କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ଫସଲର ପତ୍ର ଜଳି ଯିବାର କିମ୍ବା ପୋଡି ଯିବାର ଆଶଙ୍କା ଥାଏ I ସୋପାନ -୩: ଶୀର୍ଷ ସାର ପ୍ରୟୋଗ ସମୟରେ ସାବଧାନତା: ଚାଷୀମାନଙ୍କୁ କୁହନ୍ତୁ ଯେ ଠିଆ ହୋଇଥିବା ଫସଲରେ ଶୀର୍ଷ ସାର ପ୍ରୟୋଗ କରିବା ବେଳେ ନିମ୍ନ ଲିଖିତ ସାବଧାନତା ଗ୍ରହଣ କରିବା ଉଚିତ : ଫସଫରସ୍ ଥିବା ସାର ଯେପରିକି ସିଙ୍ଗେଲ ସୁପର ଫସଫେଟ୍, ଡିଏପି, ଏନପିକେ (୨୮:୨୮:୦), ଏନପିକେ (୧୦:୨୬:୨୬) ଇତ୍ୟାଦି ଶୀର୍ଷ ସାର ପାଇଁ ବ୍ୟବହାର କରନ୍ତୁ ନାହିଁ I ଏହି ସବୁ ସାରକୁ ମୂଳ ସାର ଭାବେ ବ୍ୟବହାର କରିବା ଉଚିତ I ଅନ୍ତଃ ଚାଷ କିମ୍ବା ଫୁଲ ଧରିବା ସମୟରେ ୟୁରିଆ, କ୍ୟାଲସିୟମ୍ ଅମୋନିୟମ୍ ନାଇଟ୍ରେଟ୍, ଏବଂ ଅମୋନିୟମ୍ ସଲଫେଟ୍ ଇତ୍ୟାଦି ସାର ପ୍ରୟୋଗ କରିବା ଉଚିତ I ବାଲିଆ କିମ୍ବା କିଛି ନିର୍ଦ୍ଦିଷ୍ଟ ଫସଲ ପାଇଁ ଏମଓପି ଶୀର୍ଷ ସାରଭାବେ ବ୍ୟବହାର କରାଯାଇପାରେ I ପ୍ରୟୋଗ ସମୟରେ ସାର ଗଛ ସହ ସିଧା ସଳଖ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ I କିଛି କ୍ଷେତ୍ରରେ ବୋରୋନ, ଜିଙ୍କ୍ ଏବଂ ମଲିବଡିନମ୍ ପରି ଅଣୁସାରର ଅଭାବ ପରିଲକ୍ଷିତ ହୋଇଥାଏ I ଏହାକୁ ପୂରଣ କରିବାପାଇଁ ଅଣୁସାର ପ୍ରୟୋଗ କରନ୍ତୁ I ସୋପାନ -୪: ବିଭିନ୍ନ ରବି ଫସଲରେ ଶୀର୍ଷ ସାର ପ୍ରୟୋଗ: ଶୀତ ଋତୁରେ ଫସଲର ବୃଦ୍ଧି ଅପେକ୍ଷାକୃତ ଭାବେ କମ ହୋଇଥାଏ I ଯବାକ୍ଷାରଯାନ ଫସଲର ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ I ତେଣୁ ବୁଣିବା କିମ୍ବା ରୋଇବାର ପନ୍ଦର ଦିନପରେ ଯବାକ୍ଷାରଯାନ ପ୍ରୟୋଗ କରିବା ଉଚିତ I ଫସଲକୁ ଯବାକ୍ଷାରଯାନ ଉପଲବ୍ଧ କରାଇବା ପାଇଁ କ୍ୟାଲସିୟମ୍ ଅମୋନିୟମ୍ ନାଇଟ୍ରେଟ୍ କିମ୍ବା ଅମୋନିୟମ୍ ସଲଫେଟ୍ ସାର ପ୍ରୟୋଗ କରାଯାଇପାରେ I ପ୍ରଥମ ଶୀର୍ଷ ସାର ପ୍ରୟୋଗ କରିବାର ୧୫ ରୁ ୨୦ ଦିନ ପରେ ଦ୍ୱିତୀୟ ଶୀର୍ଷ ସାର ପ୍ରୟୋଗ କରିବା ଉଚିତ I ଏହି ଚାର୍ଟକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହା ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ଶୀର୍ଷ ସାର ପରିମାଣ ଏବଂ ପ୍ରୟୋଗ କରିବାର ସମୟ ବିଷୟରେ ସୂଚନା ଦେବ: କ୍ର. ନଂ. ଫସଲର ନାମ ଏକର ପିଛା ସାର ପ୍ରୟୋଗର ପରିମାଣ 1 ବିଲାତି ବାଇଗଣ ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୬ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I 2 ଆଳୁ ରୋଇବାର ତିନି ସପ୍ତାହ ପରେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ପ୍ରଥମ ଶୀର୍ଷ ସାର ପ୍ରୟୋଗର ୧୫ ରୁ ୨୦ ଦିନ ପରେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ୨୦କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I 3 ଫୁଲକୋବି ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୦ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I 4 ବନ୍ଧାକୋବି ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୪ କେ.ଜି. ଯବାକ୍ଷାରଯାନ ଏବଂ ୧୨ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I 5 ବିନ୍ସ, ମୂଳା ଏବଂ ଗାଜର ରୋଇବାର ତିନି ସପ୍ତାହ ପରେ ୧୦ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I 6 ସୋରିଷ ଜଳ ସେଚନ ଅବସ୍ଥାରେ ରୋଇବାର ତିନି ସପ୍ତାହ ପରେ ୧୦ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I ସୋପାନ -୫: ଖାଦ୍ୟସାର ଅପୂର୍ଣତାକୁ ଚିହ୍ନଟ କରିବା: ଖାଦ୍ୟସାର ଅପୂର୍ଣତାକୁ ଚିହ୍ନଟ କରିବା: ଯେତେବେଳେ ଫସଲରେ ଖାଦ୍ୟସାରର ଅଭାବ ପରିଲକ୍ଷିତ ହୁଏ ଏହାକୁ କିଛି ଲକ୍ଷଣ ମାଧ୍ୟମରେ ଜାଣିହେବ ଏବଂ ଏହାକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇହେବ I ଫସଲରେ ଖାଦ୍ୟସାରର ଅଭାବକୁ ଜାଣିବା ପାଇଁ ପରୀକ୍ଷାଗାରରେ ଗଛ କିମ୍ବା ମାଟିକୁ ପରିକ୍ଷଣ କରି ଜାଣିହେବ I କିନ୍ତୁ ସବୁବେଳେ ପରୀକ୍ଷାଗାରକୁ ଯିବା ସମ୍ଭବ ହୋଇ ନ ଥାଏ, କିନ୍ତୁ, ଏହି ଅଭାବକୁ ସହଜରେ ଫସଲର କିଛି ଲକ୍ଷଣକୁ ଦେଖି ଜାଣିହେବ I ଯଦି ଗଛ ସମ୍ପୂର୍ଣଭାବେ ପ୍ରଭାବିତ ହୋଇ ଅଛି, ତେବେ ଏହା ଯବାକ୍ଷାରଯାନ କିମ୍ବା ଫସଫରସ୍ ଅଭାବ କାରଣରୁ ହୋଇଥାଇପାରେ I ଯବାକ୍ଷାରଯାନ ନିଅଣ୍ଟିଆ ହେଲେ ପତ୍ରସବୁ ଫିକା ପଡିଯାଇଥାଏ ଅଥବା ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଯାଏ I ଫସଫରସ୍ ଅଭାବରେ ପତ୍ର ଘନ ସବୁଜ ରଙ୍ଗର ହୋଇଥାଏ I ଅଳ୍ପ କିଛି କ୍ଷେତ୍ରରେ ଏହା ଗାଢ ଏବଂ ଘନ ବାଦାମୀ ରଙ୍ଗର ହୋଇଥାଏ I ଅତ୍ୟଧିକ ଥଣ୍ଡା ଜଳବାୟୂରେ ମକା ଗଛ ମାଟିରୁ ଫସଫରସ୍ ଶୋଷଣ କରିପାରେ ନାହିଁ I ତେଣୁ ମାଟିରେ ଫସଫରସ୍ ପ୍ରୟୋଗ କଲେ ମଧ୍ୟ ଏଥିରେ ଫସଫରସ୍ ନିଅଣ୍ଟିଆ ଲକ୍ଷଣସବୁ ଦେଖା ଦେଇଥାଏ I ଯଦି ଲକ୍ଷଣସବୁ ପୁରୁଣା ପତ୍ରରେ ଦେଖାଯାଏ, ତେବେ ଏଥିରେ ପଟାସ୍, ମ୍ୟାଗ୍ନେସିୟମ୍ କିମ୍ବା ମଲିବଡିନମ୍ ଅଭାବ କାରଣରୁ ହୋଇଥାଏ I ପଟାସ୍ ଅଭାବ ହେଲେ ବିବର୍ଣିତ ଦାଗ କିମ୍ବା ଫିକା ଦାଗ ଦେଖା ଦେଇଥାଏ I ଏହି ଲକ୍ଷଣସବୁ ପ୍ରାୟତଃ ପତ୍ର ଧାରରେ ଦେଖାଯାଇଥାଏ I ମ୍ୟାଗ୍ନେସିୟମ୍ ଅଭାବରେ ପତ୍ରର ଶିରା ସବୁଜ ଦେଖାଯାଏ କିନ୍ତୁ ମଝିରେ ମଝିରେ ଶୁଖିଲା ଦାଗ ସବୁ ଦେଖାଯାଏ I ବେଳେ ବେଳେ ପତ୍ର ଅଗ ଉପରକୁ ମୋଡି ହୋଇ ରହିଥାଏ I ଯଦି ଲକ୍ଷଣସବୁ ନୁଆ ପତ୍ରରେ ଦେଖାଯାଏ ତେବେ ଏହା ଫସଲରେ ସଲଫର, ଲୌହ, ମାଙ୍ଗାନିଜ, କିମ୍ବା କପର୍ ଅଭାବ କାରଣରୁ ହୋଇଥାଏ I ଲୌହ କିମ୍ବା ମାଙ୍ଗାନିଜ ଅଭାବ ହେଲେ ପତ୍ର ସବୁଜ ଥିବା ସତ୍ତ୍ୱେ ପତ୍ର ଅଗ ହଳଦିଆ ପଡିଯାଇଥାଏ I ଯଦି ପୂରା ପତ୍ର ହଳଦିଆ ପଡିଯାଇଥାଏ, ତେବେ ଏହା ସଲଫର୍ କିମ୍ବା କପର୍ ଅଭାବ ଯୋଗୂଁ ହୋଇଥାଏ I ଜିଙ୍କ୍ (ଦସ୍ତା) ଅଭାବରୁ ଦେଖାଯାଉଥିବା ଲକ୍ଷଣସବୁ ଉଭୟ ନୂଆ ତଥ୍ୟ ପୁରୁଣା ପତ୍ରରେ ଦେଖାଯାଇଥାଏ I ଯଦି ପତ୍ର ବାହାରିବା ଆଗରୁ ଛୋଟ ଡାଳରେ ଲକ୍ଷଣ ଦେଖାଦିଏ, ତେବେ ଏହା କ୍ୟାଲସିୟମ୍ କିମ୍ବା ବୋରନ୍ କାରଣରୁ ହୋଇଥାଏ I ବେଳେ ବେଳେ ଲକ୍ଷଣକୁ ଦେଖି ରୋଗର ନିଦାନ କରିବା କଷ୍ଟକର ହୋଇଥାଏ I ଏପରି କ୍ଷେତ୍ରରେ ସବୁବେଳେ ଏକ କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ I କ୍ୟାଲସିୟମ୍ ନିଅଣ୍ଟିଆ ପାଇଁ ଚୁନ ପ୍ରୟୋଗ କରିହେବ I କ୍ୟାଲସିୟମ୍ ନାଇଟ୍ରେଟ୍ ସାର ପ୍ରୟୋଗ କଲେ ମାଟିକୁ କ୍ୟାଲସିୟମ୍ ମିଳିଥାଏ I ସିଙ୍ଗେଲ୍ ସୁପର୍ ସଲଫେଟ୍ ପ୍ରୟୋଗ କଲେ ଏହା ମାଟିକୁ ସଲଫର୍ ତଥା କ୍ୟାଲସିୟମ୍ ପ୍ରଦାନ କରିଥାଏ I ଆଜିକାଲି ଅନେକ ପ୍ରକାର ଅଣୁସାର ବଜାରରେ ମିଳୁଅଛି I ଅଣୁସାର ଅଭାବକୁ ପୁରଣ କରିବା ପାଇଁ ଏହିସବୁକୁ ପ୍ରୟୋଗ କରିହେବ I ଜମିରେ ଅଣୁସାର ମାତ୍ର ବୃଦ୍ଧି କରିବା ପାଇଁ କମ୍ପୋଷ୍ଟ, କମ୍ପୋଷ୍ଟ, ଜିଆ ଖତ, ଭର୍ମିନ ୱାସ ଇତ୍ୟାଦି ମଧ୍ୟ ପ୍ରୟୋଗ କରିହେବ I ବୋରୋନ ଅଭାବ ହେଲେ ପନିପରିବା ଫସଲରେ ଅମଳ କମିଯାଇଥାଏ I ଏହପରି କ୍ଷେତ୍ରରେ ଏକ ଲିଟର ପାଣିରେ ଦୁଇ ଗ୍ରାମ ବୋରନ ମିଶ୍ରଣ କରି ଫସଲରେ ସିଞ୍ଚନ କରିହେବ I ଉପସଂହାର ଏହି ପ୍ରଶିକ୍ଷଣ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟବସ୍ତୁ ଅଂଶଗ୍ରହଣକାରୀମାନେ କେତେ ଦୂର ବୁଝିପାରିଛନ୍ତି ଜାଣିବା ପାଇଁ ଅଧିବେଶନର ଶେଷ ଆଡକୁ ସେମାନଙ୍କୁ କିଛି ଫସଲରେ ସାର ପ୍ରୟୋଗର ମାତ୍ରା ବିଷୟରେ ପଚାରନ୍ତୁ I ସେହିପରି ଭାବେ ସେମାନଙ୍କୁ ପଚାରନ୍ତୁ ଯେ ଶୀର୍ଷ ସାର ପ୍ରୟୋଗ କରିବା ସମୟରେ କେଉଁ ସବୁ ସାବଧାନତା ଗ୍ରହଣ କରିବା ଆବଶ୍ୟକ I ଆଧାର – ପୋର୍ଟାଲ ଟିମ