ଅଧିବେଶନ ୪.୪ ଧାଡି ବୁଣା I ଉଦ୍ଦେଶ୍ୟ ଧାଡି ବୁଣା ର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦାନ କରିବା I ପଦ୍ଧତି ପୋଷ୍ଟର ବ୍ୟବହାର କରି ସିଆରପିମାନେ ଚାରା ମଧ୍ୟରେ ସମାନ ବ୍ୟବଧାନ ରଖିବାର ଉପାଦେୟତା ବିଷୟରେ ବୁଝାଇବେ ଏବଂ କହିବେ ଯେ ଏପରି ପ୍ରଣାଳୀ ଆଦୃତ କଲେ ଫସଲର ଉତ୍ତମ ବୃଦ୍ଧି ହୋଇ ପାରିବ I ଏହାପରେ ଚାଷୀମାନଙ୍କୁ ପ୍ରଦର୍ଶନ ପାଇଁ କୌଣସି ଏକ ଚାଷୀର ଜମିକୁ ନିଆ ଯିବ ଯେଉଁଠି ଧାଡି ବୁଣା ହୋଇଥିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର, ବିହନ, ଟ୍ରେଞ୍ଚ ହୋ, ବିହନ ବୁଣା ଯନ୍ତ୍ର, ଦଉଡି, ଜୈବିକ ଖତ, ମୂଳ ସାର, ଚାଷୀର କ୍ଷେତ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପରିଦର୍ଶନ – ୬୦ ରୁ ୧୨୦ ମିନିଟ୍ I ପୃଷ୍ଠଭୂମୀ ଧାଡି ବୁଣା କଲେ ଜମିରେ ଉପଯୁକ୍ତ ଗଛ ସଂଖ୍ୟା ବଜାୟ ରଖାଯାଇପାରିବ ଯଦ୍ୱାରା ଭଲ ଅମଳ ହୋଇଥାଏ I 'ଛଟା ବୁଣା' ଅପେକ୍ଷା ଧାଡି ବୁଣାରେ କମ ବିହନ ଦରକାର ହୋଇଥାଏ I ଉଚିତ ଆର୍ଦ୍ରତା ଥାଇ ବୁଣା କାର୍ଯ୍ୟ କରାଯାଇ ପାରିବ I ଗଛ ମଧ୍ୟରେ ସମାନ ଦୂରତା ଥିବାରୁ ଏହା ଫସଲର ବୃଦ୍ଧିରେ ସାହାଯ୍ୟ କରିଥାଏ କାରଣ ପାଣି ଓ ଖାଦ୍ୟସାର ପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇ ନ ଥାଏ I ପର୍ଯ୍ୟାପ୍ତ ବାୟୁ ସଞ୍ଚାଳନ ତଥା ସୁର୍ଯ୍ୟାଲୋକ ଗଛର ଧାଡିରେ ପଡୁଥିବାରୁ ଫସଲ ଉପରେ ରୋଗ ପୋକର ଆକ୍ରମଣର ଆଶଙ୍କା କମ ହୋଇଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ବ୍ୟବହାର କରି ଚାଷୀମାନେ ନିଜ ନିଜର କୃଷି ପଦ୍ଧତିରେ ଉନ୍ନତି କରିପାରିବେ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ରବି ଫସଲ ପାଇଁ କେଉଁ ପ୍ରକାର ବୁଣା ପଦ୍ଧତ୍ତି ଆଦୃତ୍ତ କରିଥାଆନ୍ତି ଏବଂ ସେମାନେ ଧାଡି ରୁଆ ବିଷୟରେ କ'ଣ ଜାଣିଛନ୍ତି I ଯେଉଁ ଚାଷୀମାନେ ଗତ ଋତୁରେ ଧାଡି ବୁଣା କରିଥିଲେ ସେମାନଙ୍କୁ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ Iଏହା ସହ ଜାଣିବାକୁ ଚେଷ୍ତା କରନ୍ତୁ ଯେ, ଧାଡିବୁଣା କରିବା ପାଇଁ ସେମାନେ କୌଣସି ଅସୁବିଧାର ସମ୍ମୁଖିନ ହୋଇଛନ୍ତି କି I ସୋପାନ -୨: ଧାଡି ବୁଣା କ’ଣ : ଚାଷୀମାନଙ୍କୁ ବୁଝାନ୍ତୁଯେ ଧାଡିଚାଷ କରିବା ପାଇଁ ପ୍ରତ୍ୟେକ ଫସଲପାଇଁ ଧାଡି କୁ ଧାଡି ମଧ୍ୟରେ ଧାର୍ଯ୍ୟ ହୋଇଥିବା ଅନୁମୋଦିତ ନିର୍ଦ୍ଧିଷ୍ଟ ବ୍ୟବଧାନ ରଖି ଗୋଜି ଲଙ୍ଗଳରେ ହଳ କରାଯିବା ପରେ ବିଭିନ୍ନ ପ୍ରକାର ବିହନ ବୁଣିବା ଯନ୍ତ୍ର ଯଥା ମୋଘା ବିହନ ବୁଣା ଯନ୍ତ୍ର, ବିହନ ତଥା ସାର ବୁଣିବା ଯନ୍ତ୍ର କିମ୍ବା ଯାନ୍ତ୍ରିକ ବିହନ ବୁଣା ଯନ୍ତ୍ରକୁ ବ୍ୟବହାର କରି ମାଟିରେ ବିହନକୁ ଧାଡିରେ ପକାଯାଇଥାଏ I ଏହାପରେ ମାଟି ଓ ବିହନକୁ ସଂସ୍ପର୍ଶରେ ଆଣିବା ପାଇଁ ମଇ ଦେଇ ଜମିକୁ ସମତଳ କରାଯାଇଥାଏ I ସୋପାନ -୩: ଧାଡି ବୁଣା କିପରି କରାଯାଏ : ଧାଡିବୁଣାର ସୈଦ୍ଧାନ୍ତିକ ବିଚାର ବୁଝାଇଲା ପରେ ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ ଏକ ଚାଷ ଜମିକୁ ନେଇ ଧାଡି ଚାଷ କିପରି ଭାବେ କରାଯାଏ, ପ୍ରଦର୍ଶନ କରି ଦେଖାନ୍ତୁ I ହଳ କରି ପ୍ରଥମେ ମାଟିକୁ ଗୁଣ୍ଡ କରି ଦିଅନ୍ତୁ I ଫସଲ ଅନୁଯାୟୀ ଗୋଜି ଲଙ୍ଗଳ କିମ୍ବା ଟ୍ରେଞ୍ଚ ହୋ ଦ୍ୱାରା ହଳ କରି ଶିଆର ବାହାର କରନ୍ତୁ I ଏକ ଦଉଡି ଏବଂ ଟ୍ରେଞ୍ଚ ହୋ ବ୍ୟବହାର କରି ଜମି ଉପରେ ଧାଡି ଟାଣନ୍ତୁ I ଛୋଟ ବିହନ ମଞ୍ଜି ପାଇଁ ଶିଆର କମ ଗଭୀର ହେବା ଆବଶ୍ୟକ I ଏହି ଶିଆର ସବୁରେ ମୂଳ ସାର ବ୍ୟବହାର କରନ୍ତୁ I ଶିଆର ମଧ୍ୟରେ ଜୈବିକ ସାର ପ୍ରୟୋଗ କରି ଏଥିରେ ବିହନ ମଞ୍ଜି ବୁଣନ୍ତୁ I ବୁଣିବା ପାଇଁ ଏକ ବିହନ ବୁଣା ଯନ୍ତ୍ରକୁ ବ୍ୟବହାର କରିହେବ I ଫସଲ ଉପରେ ନିର୍ଭର କରି ଧାଡି କୁ ଧାଡି ମଧ୍ୟରେ ଉପଯୁକ୍ତ ଦୂରତା ବଜାୟ ରଖନ୍ତୁ I ମଇ ଦେଇ ବିହନ ମଞ୍ଜି ସବୁକୁ ଘୋଡାଇ ଦିଅନ୍ତୁ I କିଛି ଫସଲପାଇଁ ଧାଡି ମଧ୍ୟରେ ଅନୁମୋଦିତ ବ୍ୟବଧାନ: ତଳେ ଦିଆଯାଇଥିବା ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯେଉଁଥିରେ କିଛି ମୁଖ୍ୟ ଫସଲର ଧାଡି କୁ ଧାଡି ରହୁଥିବା ଅନୁମୋଦିତ ଦୂରତାକୁ ଦର୍ଶା ଯାଇଅଛି: କ୍ର. ନଂ. ଫସଲର ନାମ ଧାଡି ମଧ୍ୟରେ ଦୂରତା(ସେ.ମି. ରେ) ୧ ବିଲାତି ବାଇଗଣ ଏବଂ ଶିମଳା ମିର୍ଚ ୬୦– ୭୦ X ୩୦- ୪୫ ୨ ତରଭୂଜ ୧୨୦ X ୧୨୦ ୩ ଚିନା ବାଦାମ ଏବଂ ସୋରିଷ ୨୫– ୩୦X ୧୦ ୪ ମୂଳା, ଗାଜର, ବିଟ, ମୁଗ, ବିରି ଏବଂ ଚଣା ୩୦ X ୧୦ ୫ ଗହମ ୧୫ X ୧୦ ୬ ବନ୍ଧାକୋବି ଏବଂ ଫୁଲକୋବି ୪୫- ୬୦X ୩୦- ୪୫ ଉପସଂହାର ଧରିନିଆଯିବ ଯେ ବର୍ତ୍ତମାନ ଅଂଶଗ୍ରହଣକାରୀମାନେ ଧାଡିବୁଣାର ଉପାଦେୟତା ବିଷୟରେ ବୁଝିଯାଇଥିବେ I ଅଧିବେଶନର ଶେଷରେ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ଯେ ନିଜ ଜମିରେ କିପରି ଭାବେ ଧାଡି ବୁଣା କରିବେ I ଏହା ସହ ସେମାନଙ୍କୁ ଧାଡି ଚାଷର ଉପାଦେୟତା ବିଷୟରେ ମନେପକାଇ ବର୍ଣ୍ଣନା କରିବାକୁ କୁହନ୍ତୁ I ଆଧାର – ପୋର୍ଟାଲ ଟିମ