ଲକ୍ଷ୍ୟ ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନେ ସେମାନଙ୍କର କୃଷି/ଉଦ୍ୟାନକୃଷି ଉତ୍ପାଦ ଏବଂ ଅଣ-କାଠ ବନଜାତ ଦ୍ରବ୍ୟ ସବୁକୁ ସ୍ଥାନୀୟ, ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ଉପଲବ୍ଧ ଥିବା ବିପଣନ କେନ୍ଦ୍ରସବୁରେ ବିକ୍ରୟ କରିବା ପାଇଁ ପରିଚିତ ହେବେ I ଶିକ୍ଷଣ ଉଦ୍ଦେଶ୍ୟ ବର୍ତ୍ତମାନର ବଜାର ଚାହିଦା, ବ୍ୟାପାର ସର୍ତ୍ତାବଳୀ, ଉତ୍ପାଦ ସମ୍ବନ୍ଧୀୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଖର୍ଚ୍ଚ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I ବ୍ୟାପାରୀମାନଙ୍କ ସହ ମୂଲଚାଲ କରି ଅପେକ୍ଷାକୃତ ଭଲ ଦର ପାଇବା ପାଇଁ ଚାଷୀଙ୍କୁ ସାହାଯ୍ୟ କରିବା I ପ୍ରୟୋଜନ ବର୍ତ୍ତମାନର ବଜାର ଧାରା ଜାଣିବା ପାଇଁ ସ୍ଥାନୀୟ ତଥା ଜିଲ୍ଲା ସ୍ତରରେ ଥିବା ସବୁ ବଜାର କେନ୍ଦ୍ରକୁ ନକ୍ସାକରଣ କରିବା ମହତ୍ୱପୂର୍ଣ୍ଣ I ଅଣ-କାଠ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ ଏବଂ ଉଦ୍ୟାନ କୃଷିଜାତ ଦ୍ରବ୍ୟର ବିଭିନ୍ନ ଉତ୍ପାଦ ପାଇଁ ରହିଥିବା ବଜାର ସବୁକୁ ଏହି ନକ୍ସାକରଣ ବୁଝିବାରେ ସାହାଯ୍ୟ କରିବ I ବଜାର ନକ୍ସାକରଣ ସମୟରେ ବର୍ତମାନର ବଜାର ଚାହିଦା, ବ୍ୟବସାୟର ସର୍ତ୍ତାବଳୀ, ଉତ୍ପାଦ ସମ୍ବନ୍ଧୀୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଖର୍ଚ୍ଚ ଇତ୍ୟାଦି ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ I ଏହି ନକ୍ସାକରଣ ସମୟରେ ବଜାର ସଲଗ୍ନତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସବୁକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ I ଏହି ଅଭ୍ୟାସ କରିବାର ଉଦ୍ଦେଶ୍ୟ ହେଉଛି ଯେ ବ୍ୟାପାରୀ ଓ ପରିବହନକାରୀମାନଙ୍କର ଯୋଗାଯୋଗ ବିବରଣୀକୁ ନେଇ ଏକ ତଥ୍ୟ ଆଧାର (database) ପ୍ରସ୍ତୁତ କରିବା ଯଦ୍ୱାରା କି ଆବଶ୍ୟକ ବେଳେ ସେମାନଙ୍କୁ ସମ୍ପର୍କ କରିହେବ I ଏଥିସହିତ, ଏହି କାର୍ଯ୍ୟାବଳୀର ପ୍ରଭୁତ୍ୱ ଏବଂ ଚିରନ୍ତନତା ସୁନିଶ୍ଚିତ କରିବାକୁ ମହିଳା ସମୁହ ଗୁଡିକୁ ବିଭିନ୍ନ ବଜାର ଯଥା ବଡ ହାଟ, ବ୍ୟକ୍ତିଗତ ବ୍ୟାପାରୀ, ମିଲର୍, ସହରରେ ଥିବା ବଜାର ଏବଂ ନିୟନ୍ତ୍ରିତ ବଜାର କମିଟି ଇତ୍ୟାଦି ସ୍ଥାନକୁ ପରିଦର୍ଶନରେ ନେବା ଉଚିତ ଯାହା ଉତ୍ପାଦର ମାନ, ବଜାର ଦର, ବ୍ୟାପାର ସର୍ତ୍ତାବଳୀ ଇତ୍ୟାଦି ବିଷୟରେ ସେମାନଙ୍କୁ ସଚେତନ କରିବା ସହ ତାଙ୍କର ବଜାର ଜ୍ଞାନ ବୃଦ୍ଧି କରିବ I କୃଷିଜାତ ଉତ୍ପାଦ ବିକ୍ରୟ କରିବା ପାଇଁ ସରଳ ହିସାବ ଅଧିବେଶନ୬.୧ କୃଷିଜାତ ଉତ୍ପାଦ ବିକ୍ରୟ କରିବା ପାଇଁ ସରଳ ହିସାବ I ଉଦ୍ଦେଶ୍ୟ ବିଭିନ୍ନ କୃଷିଜାତ, ଉଦ୍ୟାନକୃଷିଜାତ ଉତ୍ପାଦ ଏବଂ ଅଣ-କାଠ ବନଜାତ ଦ୍ରବ୍ୟ ସବୁର ସ୍ଥାନୀୟ, ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ପ୍ରଚଳିତ ବଜାର ବିଷୟରେ ବୁଝିବା ପାଇଁ ବଜାରର ନକ୍ସାକରଣ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ପୋଷ୍ଟର, ଫ୍ଲିପ୍-ଚାର୍ଟ୍, ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀ ମାନଙ୍କୁ ବଜାରକୁ ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ, କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ଚୟନ କରାଯାଇଥିବା ବଜାରକୁ ପରିଦର୍ଶନରେ ଯିବା, ପୋଷ୍ଟର, ଫ୍ଲିପ୍-ଚାର୍ଟ୍, ମାର୍କର ପେନ I ସମୟସୀମା ବ୍ୟାଖ୍ୟାନ - ୨୦ ମିନିଟ୍ I ପରିଦର୍ଶନ- ଦୁଇ ରୁ ତିନି ଘଣ୍ଟା I ପୃଷ୍ଠଭୁମୀ କୃଷିଜାତ/ଉଦ୍ୟାନକୃଷିଜାତ ଉତ୍ପାଦ ଏବଂ ଅଣ-କାଠ ବନଜାତ ଦ୍ରବ୍ୟ ସବୁର ସ୍ଥାନୀୟ, ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ଉପଲବ୍ଧ ଥିବା ବଜାର ସବୁକୁ ବୁଝିବା ମହତ୍ୱପୂର୍ଣ୍ଣ I ଏହା ସହ ପ୍ରଚଳିତ ବଜାର ଚାହିଦା, ବ୍ୟବସାୟର ସର୍ତ୍ତାବଳୀ, ଉତ୍ପାଦ ସମ୍ବନ୍ଧୀୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଖର୍ଚ୍ଚ ଇତ୍ୟାଦି ବିଷୟରେ ଜାଣିବା ଆବଶ୍ୟକ I ବ୍ୟାପାରୀ ଓ ପରିବହନକାରୀମାନଙ୍କର ଯୋଗାଯୋଗ ବିବରଣୀ, ଯୋଗାଯୋଗ ନମ୍ବର, ସମ୍ପର୍କ ବ୍ୟକ୍ତିକୁ ନେଇ ଏକ ତଥ୍ୟ ଆଧାର ପ୍ରସ୍ତୁତ କରିବା ଉଚିତ I ଏହିସବୁ କାର୍ଯ୍ୟ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦକୁ ସର୍ବଶ୍ରେଷ୍ଠ ବଜାରରେ ବିକ୍ରୟ କରିବାପାଇଁ ସାହାଯ୍ୟ କରିବ I ସୋପାନ - ପର -ସୋପାନ କାର୍ଯ୍ୟକ୍ରମ ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ଗ୍ରାମବାସୀମାନଙ୍କୁ ପଚାରନ୍ତୁ ବର୍ତ୍ତମାନ ବଜାରରେ ଜଡିତ ହେବାପାଇଁ ଅଭ୍ୟାସସବୁ କ'ଣ ଏବଂ ସେମାନେ ଏହି ବ୍ୟାପାର ସର୍ତ୍ତାବଳୀ, ବଜାର ଦର ଉପରେ ସନ୍ତୁଷ୍ଟ କି ? ସୋପାନ - ୨: ଆରମ୍ଭିକ ଅଭ୍ୟାସ/ଜ୍ଞାନ : ଚାଷୀ ସମୂହସବୁକୁ ବୁଝାନ୍ତୁ କି ମୂଲଚାଲ କରିବା ସମୟରେ ବିଭିନ୍ନ ଦିଗସବୁକୁ ବିଚାରକୁ ନିଆଯାଏ: ବ୍ୟାପାରୀର ଅବଶ୍ୟକତାକୁ ବୁଝି ଏହାକୁ ପୂରା କରିବା I ଉତ୍ପାଦର ବଜାର ଧାରାକୁ ମୋଟାମୋଟି ଭାବେ ବୁଝିବା I ଯଦି ଅଧିକ ପରିମାଣ ଏବଂ ଉତ୍ତମ ଗୁଣବତ୍ତା ଉତ୍ପାଦ ଉପଲବ୍ଧ ଥିବ, ତେବେ ଅଧିକ ମୁଲ୍ୟ ପାଇବା ପାଇଁ ଆପୁର୍ତ୍ତୀ ଶୃଙ୍ଖଳର ପରବର୍ତ୍ତୀ ଚରଣକୁ ଲଂଘି ଉଚ୍ଚତର ବଜାରରେ ବିକ୍ରି କରିପାରିବେ I ସମୁଦାୟର ନେତା ଓ ପ୍ରଶିକ୍ଷଣ ଦେଉଥିବା ଅଧିକାରୀମାନଙ୍କ ଦ୍ୱାରା ସୂଚନା ସଂଗ୍ରହ କରାଯାଇ ପାରିବ ଯାହାକୁ ପ୍ରଦର୍ଶନ ଏବଂ ଆପୋଷ ବାର୍ତ୍ତାଳାପ ମାଧ୍ୟମରେ ଗ୍ରାମ୍ୟ ସ୍ତରରେ ପ୍ରସାରଣ କରାଯାଇ ବଜାର ସଲଗ୍ନତା ପାଇଁ ଏକ ସାର୍ବଜନିକ ସହମତି ପ୍ରସ୍ତୁତ କରାଯାଇ ପାରିବ I ପାଖ ସହରରେ ଥିବା ବ୍ୟାପାରୀଙ୍କ ସହ କଥାବାର୍ତ୍ତା କରନ୍ତୁ (ଏକରୁ ଅଧିକ ବ୍ୟାପାରୀ) I ବ୍ୟାପାରୀକୁ ପାଞ୍ଚଗୋଟି ଗ୍ରାମରେ କାରବାର କରିବାକୁ ଅନୁମତି ଦିଅନ୍ତୁ I ବ୍ୟପାରୀଙ୍କୁ କୌଣସି ପ୍ରକାର ପ୍ରତିଶୃତି ଦିଅନ୍ତୁ ନାହିଁ, କିନ୍ତୁ କାରବାର ପାଇଁ ଉପଲବ୍ଧ ଥିବା ପରିମାଣକୁ ସେମାନଙ୍କ ସହ ଆଲୋଚନା କରନ୍ତୁ ଏବଂ ନିୟମିତ ଭାବେ ଦର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟରେ ସୂଚନା ପାଇବା ପାଇଁ ସେମାନଙ୍କ ସହଯୋଗ କାମନା କରନ୍ତୁ I ସୋପାନ - ୩ :ବଜାର ନକ୍ସାକରଣ : ଚାଷୀମାନଙ୍କୁ ବୁଝାନ୍ତୁ ଯେ ଉତ୍ପାଦ ବିକ୍ରୟ କରିବା ଆଗରୁ ବଜାରର ନକ୍ସାକରଣ କରନ୍ତୁ I ସମୂହ ଗୁଡିକ ନିମ୍ନ ଲିଖିତ ମାନଙ୍କସହ ଆଲୋଚନା କରନ୍ତୁ: ନିକଟତମ ସହରରେ ଥିବା ବ୍ୟାପାରୀ I ସ୍ଥାନୀୟ ସ୍ତରରେ ଥିବା ମଧ୍ୟସ୍ଥି I ସଂସ୍ଥାନିକ ଆୟୋଜନ (RMC ଇତ୍ୟାଦି) I ବିଭିନ୍ନ ବଜାରରେ ଦର ଓ ବଜାର ଧାରା ଜାଣିବା ପାଇଁ ବ୍ୟାପାରୀଙ୍କସହ ନିୟମିତ ଯୋଗାଯୋଗ ରଖନ୍ତୁ I ସୋପାନ - ୪ : ବଜାର ମୂଲଚାଲ ପାଇଁ ଯୋଜନା କରିବା : ପ୍ରକ୍ରିୟା ଆରମ୍ଭ କରିବାପାଇଁ, ସବୁ ବ୍ୟାପାରୀମାନଙ୍କୁ ପ୍ରଥମେ ସୂଚୀକରଣ କରି ଯେଉଁ ତିନି ରୁ ଚାରି ଜଣ ବ୍ୟାପାରୀ ସବୁଠାରୁ ଭଲ ଦର ଦେବାର ସମ୍ଭାବନା ଥିବ, ସେମାନଙ୍କୁ ସଂକ୍ଷିପ୍ତ ସୂଚୀକରଣ କରନ୍ତୁ I ମୂଲଚାଲ କରିବା ପାଇଁ ଚାଷୀମାନେ ସେମାନଙ୍କ ସହ ଉତ୍ପାଦର କିଛି ସାଧାରଣ ନମୁନା ରଖିବା ଉଚିତ I ବ୍ୟାପାରୀଠାରୁ ସମ୍ପୁର୍ଣ ସର୍ତ୍ତାବଳୀ ବିଷୟରେ ସବିଶେଷ ତଥ୍ୟ ଆଣନ୍ତୁ I ବ୍ୟାପାରୀ ଯଦି ସବୁଠାରୁ ଭଲ ଦର ଦିଏ, ସେ ପାଉଥିବା ଦୀର୍ଘ ମିଆଦୀ ସୁବିଧାସବୁକୁ ବୁଝାନ୍ତୁ I ବ୍ୟପାରୀକୁ ପ୍ରତିଶୃତି ଦିଅନ୍ତୁ ଯେ ବାଂଛିତ ମାନକୁ ବଜାୟ ରଖାଯିବ I ସମୁହ ଏହି ପ୍ରତିଶୃତିକୁ ସବୁବେଳେ ପାଳନ କରିବା ଉଚିତ I ସବୁବେଳେ ବ୍ୟପାରୀକୁ ଗ୍ରାମକୁ ଆସି ଜିନିଷ ନେବା ଉପରେ ଜୋର୍ ଦିଅନ୍ତୁ I ସୋପାନ - ୫ : ବିକ୍ରୟ କରିବାପାଇଁ ନିଷ୍ପତ୍ତି: ମୁଲଚାଲ କରିସାରିବା ପରେ ସମୂହ ସବୁଠାରୁ ଭଲ ବ୍ୟାପାରୀକୁ ବିକ୍ରୟ କରିବା ପାଇଁ ସ୍ଥିରୀକୃତ କରିବା ଉଚିତ I ତା' ପରେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ସବୁ ଚାଷୀ ନିମ୍ନ ଲିଖିତ ନିଷ୍ପତ୍ତି ନେବା ଉଚିତ: କେତେବେଳେ ବିକ୍ରୟ କରାଯିବ ? କେଉଁ ପ୍ରକାର ବଜାରରେ ବିକ୍ରୟ କରାଯିବ? ଦୀର୍ଘ ମିଆଦୀ ସୁବିଧା ସବୁ କ’ଣ ମିଳିବ? ସାମାଜିକ ଭାବେ ଗ୍ରହଣୀୟ ନିଷ୍ପତ୍ତି ନେବା I ବିପଣନ ଖର୍ଚ୍ଚକୁ ଆକଳନ କରିବା ଏବଂ ଏହା ପାଇଁ ପାଣ୍ଠି ସୁନିଶ୍ଚିତ କରିବା I ସୋପାନ - ୬ : ବ୍ୟାପାରୀସହ ଆଲୋଚନା କରିବା ପାଇଁ କିଛି ବିନ୍ଦୁ: ବଜାରରେ ସମ୍ବନ୍ଧୀୟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବା ପାଇଁ ନିମ୍ନ ଲିଖିତ ଦିଗସବୁ ମନେ ରଖନ୍ତୁ : ଦଳଗତ ପ୍ରକ୍ରିୟାର ସଂକଳ୍ପନା ଏବଂ ବ୍ୟାପାରୀମାନଙ୍କ ପାଖକୁ ଯିବାର ଉଦ୍ଦେଶ୍ୟ I ବ୍ୟାପାରୀ କେତେବର୍ଷ ହେଲା କୃଷିଜାତ କିମ୍ବା ଅଣ-କାଠ ବନଜାତ ଦ୍ରବ୍ୟ କିଣିବା ବ୍ୟବସାୟ କରୁଛନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ I ଗତ ବର୍ଷ ସେ କେତେ କିଣା ବିକା କରିଛନ୍ତି? କେଉଁ ସବୁ ଜାଗାରୁ ସେ କିଣାକିଣି କରିଛନ୍ତି? ତାଙ୍କ ଖଳାର ଅବସ୍ଥିତି ଓ କାରବାର କରିବାର ସମୟ I ସେ ବିଭିନ୍ନ ଜାଗାରୁ କିଣିଥିବା ଉତ୍ପାଦର ଆନୁମାନିକ ମାନ I ବ୍ୟାପାରୀ ଜମି ଉପରକୁ ଆସି କିଣିବାକୁ ରାଜି ଅଛନ୍ତି କି, ଯଦି ହଁ ସେ କେତେବେଳେ ଆସି ପାରିବେ? ଯଦି ସେ ଜମି ଉପରକୁ ଆସି କିଣିବେ ତେବେ ଅତିକମରେ କେତେ ପରିମାଣ ଦରକାର ହେବ I କିଣିବାର ମାଧ୍ୟମ କ'ଣ ହେବ? ସେ ବ୍ୟକ୍ତିଗତ ଚାଷୀଙ୍କଠାରୁ କିଣିବେ ନା ସେ ସବୁ ଉତ୍ପାଦକୁ ଗୋଟିଏ ସ୍ଥାନରେ ଜମା କରିବାକୁ ଚାହୁଁଛନ୍ତି ? ବ୍ୟାପାରୀ ନିଜ ଖଳାରେ ପ୍ରତି ବସ୍ତା ପ୍ରତି ଦେଉଥିବା ଦର I ବ୍ୟାପାରୀ ଚାଷୀର ଜମି ଉପରେ ଦେଉଥିବା ଦର I ବ୍ୟାପାରୀ ତ୍ୱରନ୍ତ ଦେୟ ପ୍ରଦାନ କରିବେ ନା ନାହିଁ, ଯଦି ନାହିଁ, ତେବେ କେବେ ପ୍ରଦାନ କରିବେ, ଏବଂ ସେ ଦେୟକୁ ଚାଷୀମାନଙ୍କୁ କିପରି ପ୍ରେରଣ କରିବେ? ସେ ଦେୟକୁ କିପରି ଭାବେ ପ୍ରଦାନ କରିବେ, ନଗଦ, ଚେକ୍ କିମ୍ବା ଡିଡି? ବ୍ୟାପାରୀ ପୁର୍ବରୁ ଓଜନ ହୋଇ ବସ୍ତାରେ ବନ୍ଧାଯାଇଥିବା ଉତ୍ପାଦକୁ କିଣନ୍ତି ନା ସେ ଥୋକ ଭାବରେ ଉତ୍ପାଦକୁ କିଣିବେ? ଶସ୍ୟରେ ଜଳୀୟ ଅଂଶ ମାତ୍ରା ସର୍ବାଧିକ କେତେ ଥିଲେ ବ୍ୟାପାରୀ ଉତ୍ପାଦକୁ କିଣିବେ ? ଜଳୀୟ ଅଂଶ ମାତ୍ରା ମାପିବା ପାଇଁ ତାଙ୍କ ପାଖରେ ମଏଶ୍ଚର ମାପିବା ଯନ୍ତ୍ର ଅଛିକି ? ସୋପାନ - ୭: ବଜାର ପରିଦର୍ଶନ: କାର୍ଯ୍ୟାବଳୀର ପ୍ରଭୁତ୍ୱ ଏବଂ ଚିରନ୍ତନତା ସୁନିଶ୍ଚିତ କରିବାକୁ ମହିଳା ସମୁହ ଗୁଡିକୁ ବିଭିନ୍ନ ବଜାର ଯଥା ବଡ ହାଟ, ବ୍ୟକ୍ତିଗତ ବ୍ୟାପାରୀ, ମିଲର୍, ସହରରେ ଥିବା ବଜାର ଏବଂ ନିୟନ୍ତ୍ରିତ ବଜାର କମିଟି ଇତ୍ୟାଦି ସ୍ଥାନକୁ ପରିଦର୍ଶନରେ ନେବା ଉଚିତ ଯାହା ଉତ୍ପାଦର ମାନ, ବଜାର ଦର, ବ୍ୟାପାର ସର୍ତ୍ତାବଳୀ ଇତ୍ୟାଦି ବିଷୟରେ ସେମାନଙ୍କୁ ସଚେତନ କରିବା ସହ ତାଙ୍କର ବଜାର ଜ୍ଞାନ ବୃଦ୍ଧି କରିବ I ଉପସଂହାର ଅଧିବେଶନର ଶେଷ ଆଡକୁ ଚାଷୀସମୁହ ଗୁଡିକ ସହ ଆଲୋଚନା ଓ ବିଚାର ବିମର୍ଶ କରି ପଚାରନ୍ତୁ ଯେ 'ଭଲ ଦର ପାଇବାପାଇଁ ବ୍ୟାପାରୀମାନଙ୍କ ସହ ମୂଲଚାଲ କରିବା ପ୍ରକ୍ରିୟା' ବିଷୟରେ ଦିଆ ଯାଇଥିବା ପ୍ରଶିକ୍ଷଣ ସେମାନଙ୍କ ହୃଦବୋଧ ହୋଇଛି କି ? ଏହା ସତ୍ତ୍ୱେ ଯଦି ସେମାନଙ୍କ ମନରେ କିଛି ସନ୍ଦେହ ଅଛି, ତାକୁ ଦୂର କରନ୍ତୁ I ଆଧାର – ପୋର୍ଟାଲ ଟିମ