ଅଧିବେଶନ୪.୭ ବିହନ ପରିମାଣ ଏବଂ ବିହନ ବିଶୋଧନ I ଉଦ୍ଦେଶ୍ୟ ଚାଷୀମାନଙ୍କୁ ବୁଣିବା ପାଇଁ ସଠିକ ପରିମାଣର ବିହନ ବ୍ୟବହାର କରିବା ପାଇଁ ଶିକ୍ଷା ଦାନ କରିବା ତଥା ବିହନ ବିଶୋଧନର ମହତ୍ୱ ବିଷୟରେ ଅନୂଭୁତ କରାଇବା ଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ତା’ ପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ ଯେଉଁଠାରେ ଡ୍ରମ ବ୍ୟବହାର କରି ବିହନକୁ ବିଶୋଧନ କରାଯାଉଥିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I ଦରକାରୀ ସାମଗ୍ରୀ ବିହନ, ଥିରାମ କିମ୍ବା କାର୍ବେନଡାଜିମ, ବିହନ ବିଶୋଧନ ଡ୍ରମ କିମ୍ବା ମାଟି ପାତ୍ର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୩୦ ମିନିଟ୍ I ପୃଷ୍ଠଭୁମୀ ପାକଶାଳା ବଗିଚା ମଧ୍ୟରେ ଛୋଟ ଛୋଟ ପଟାଲିରେ ପରିବା ଚାଷ କରାଯାଏ I ତେଣୁ ବହୁତ କମ ପରିମାଣର ବିହନ ଦରକାର ହୋଇଥାଏ I ଅଧିକନ୍ତୁ ବିହନ କିଣିବା ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ I ଗଛରେ ଅନେକ ପ୍ରକାର ରୋଗ ବିହନରୁ ସଂକ୍ରମିତ ହୋଇଥାଏ ଯାହାକୁ ବିହନ ବିଶୋଧନ ଦ୍ୱାରା ପ୍ରତିରୋଧ କରିହେବ I ସଠିକ ପରିମାଣର ବିହନ ବ୍ୟବହାର କରିବା ଏବଂ ବିହନ ବିଶୋଧନ ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷାଦାନ କରିବ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ ୧ : ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ସାଧାରଣତଃ କେତେ ପରିମାଣରେ ବିହନ ବ୍ୟବହାର କରନ୍ତି I ଏହାସହ ସେମାନଙ୍କୁ ପଚାରନ୍ତୁ କି ସେମାନେ ବିହନ ବିଶୋଧନ କରିଥାଆନ୍ତି କି I ବିହନ ବିଶୋଧାନର ଉପକାରିତା ବିଷୟରେ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହନ୍ତୁ I ସୋପାନ ୨: ବିହନ କିଣିଲା ସମୟରେ ବିଭିନ୍ନ ସାବଧାନତା ଗ୍ରହଣ କରିବା ପାଇଁ ବୁଝାନ୍ତୁ: ସବୁବେଳେ ବିହନ ବିଶ୍ୱସ୍ତ ସ୍ଥାନରୁ କିଣନ୍ତୁ I ଭଲ ଭାବରେ ପ୍ୟାକିଙ୍ଗ୍ ହୋଇଥିବା ବିହନ କିଣନ୍ତୁI ପ୍ୟାକେଟରେ ଦିଆ ଯାଇଥିବା ନିର୍ଦ୍ଦେଶାବଳୀ ଯଥା କିସମର ନାମ, ପ୍ୟାକିଙ୍ଗ୍ କରାଯାଇଥିବା ତାରିଖ, ମିଆଦ ପୂରଣ ତାରିଖ ଏବଂ ମୂଲ୍ୟ ବିଷୟରେ ପଢନ୍ତୁ I ସୋପାନ ୩ : ବିହନ ବିଶୋଧନ କିପରି କରାଯାଏ : ସେମାନଙ୍କୁ ବୁଝାନ୍ତୁ ଯେ ଏକ ବିହନ ବିଶୋଧନ ଡ୍ରମ କିମ୍ବା ମାଟି ପାତ୍ରରେ ପ୍ରତି ଏକ କିଲୋଗ୍ରାମ ବିହନରେ ତିନି ଗ୍ରାମ ଥିରମ କିମ୍ବା ୧.୫ ଗ୍ରାମ ହାରରେ କାରବେନଡାଜିମ ମିଶ୍ରଣ କରନ୍ତୁ I ଜୈବିକ ପଦ୍ଧତିରେ ମଧ୍ୟ ବିହନକୁ ବିଶୋଧନ କରାଯାଇ ପାରିବ I ଏଥି ପାଇଁ ପ୍ରତି ଏକ କିଲୋଗ୍ରାମ ବିହନରେ ଚାରି ରୁ ପାଞ୍ଚ ଗ୍ରାମ ତ୍ରିଚୋଦେରମା ମିଶ୍ରଣ କରି ବିହନକୁ ବିଶୋଧନ କରାଯାଇ ପାରିବ । ଯଦି ବିହନକୁ ପୂର୍ବରୁ ବିଶୋଧିତ କରାଯାଇଅଛି, ଆଉଥରେ ଏହାକୁ ବିଶୋଧନ କରିବା ଆବଶ୍ୟକ ନାହିଁ I ସୋପାନ ୪: ମିଶ୍ରଣ ପ୍ରକ୍ରିୟା : ବର୍ତ୍ତମାନ ବିହନ ବିଶୋଧନର ପ୍ରକୃତ ପ୍ରକ୍ରିୟାକୁ ଦର୍ଶାନ୍ତୁ: ଏକ ବିହନ ବିଶୋଧନ କରିବା ଡ୍ରମ କିମ୍ବା ବିଶୋଧନ ଡ୍ରମ ଉପଲବ୍ଧ ନ ହେଲେ ଏକ ମାଟି ପାତ୍ର ନେଇ ଏହା ଭିତରେ ବିହନ ଏବଂ ଆବଶ୍ୟକ ରାସାୟନିକ ବିଶୋଧନ ଔଷଧକୁ ରଖନ୍ତୁ I ଏହି ପାତ୍ରକୁ ଘୁରାଇ ବିହନ ଓ ବିଶୋଧନ ଔଷଧକୁ ଏକ ସାଙ୍ଗରେ ମିଶାନ୍ତୁ ଯେପରିକି ପ୍ରତ୍ୟେକ ବିହନ ରାସାୟନିକ ବିଶୋଧନ ଔଷଧର ସଂସ୍ପର୍ଶରେ ଆସିବ I ସୋପାନ - ୫: କିଛି ବଛାଯାଇଥିବା ଫସଲ ପାଇଁ ଅନୁମୋଦିତ ବିହନର ପରିମାଣ : ଏହି ଚାର୍ଟ୍କୁ ପ୍ରଦର୍ଶିତ କରି ବିଭିନ୍ନ ଫସଲ ପାଇଁ ଅନୁମୋଦିତ ବିହନର ପରିମାଣକୁ ବୁଝାନ୍ତୁ I ବିହନର ପରିମାଣ (ଗ୍ରାମ/୧୦ ମିଟର ୨) ଫସଲର ନାମ ବିହନର ପରିମାଣ ବାଇଗଣ, ବିଲାତି ବାଇଗାଣ, ବନ୍ଧାକୋବି, ଫୁଲକୋବି ୦.୫ ଲଙ୍କା, ଶିମଳା ମିର୍ଚ ୦.୭୫ ବିନ୍ସ,, ମଟର ୭୫ ଆଳୁ ୧୫୦୦ ସାରୁ ୧୨୫୦ କଖାରୁ, କାକୁଡି, ଜହ୍ନି, ଲାଉ, କଲରା ୭.୫ ଭେଣ୍ଡି, ମୂଳା ୧୨.୫ ଝୁଡଙ୍ଗ, ଗୁଆଁର ୨୦ ଗାଜର ୫ ଉପସଂହାର ଅଧିବେଶନକୁ ଶେଷକରି କିଛି ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ସେମାନଙ୍କର ଜମି ପାଇଁ ସେମାନେ କେତେ ବିହନ ବ୍ୟବହାର କରିବେ I କ୍ଷେତ୍ର ପ୍ରଦର୍ଶନ ସମୟରେ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ବିହନ ବିଶୋଧନ ଡ୍ରମ ପରିଚାଳନା କରିବାକୁ କୁହନ୍ତୁ ଯାହାକୁ ଦେଖି ଅନ୍ୟ ଚାଷୀମାନେ ଏହି ପଦ୍ଧତିକୁ ଆଦୁତ କରିବାକୁ ଆତ୍ମ ବିଶ୍ୱାସ ପାଇବେ I ଆଧାର – ପୋର୍ଟାଲ ଟିମ