ପାକଶାଳା ବଗିଚା ପାଇଁ ସ୍ଥାନ ଚୟନ ଅଧିବେଶନ ୪.୨ ପାକଶାଳା ବଗିଚା ପାଇଁ ସ୍ଥାନ ଚୟନ I ଉଦ୍ଦେଶ୍ୟ ପାକଶାଳା ବଗିଚା ପାଇଁ ସଠିକ ସ୍ଥାନ ଚୟନ କରିବା ପାଇଁ ଚାଷୀ ମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ପାକଶାଳା ବଗିଚା ପାଇଁ ସ୍ଥାନ ନିରୁପଣ ସମୟରେ ଚାଷୀମାନେ କେଉଁ ସବୁ ଦିଗକୁ ବିଚାରକୁ ନେବା ଆବଶ୍ୟକ, ସେହି ସବୁ ବିଷୟରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I ତାହାପରେ ସେମାନଙ୍କୁ ଏକ ପାକଶାଳା ବଗିଚାକୁ ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପାକଶାଳା ବଗିଚାକୁ ପରିଦର୍ଶନରେ ଯିବା I ଦରକାରୀ ସାମଗ୍ରୀ କ୍ଷେତ୍ର ପରିଦର୍ଶନ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ । କ୍ଷେତ୍ର ପରିଦର୍ଶନ - ୩୦ ମିନିଟ୍ I ପୃଷ୍ଠଭୁମୀ ପାକଶାଳା ବଗିଚା ପ୍ରସ୍ତୁତ କଲାବେଳେ ଏକ ଉପଯୁକ୍ତ ସ୍ଥାନ ନିରୁପଣ କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯାହାଫଳରେ ପାକଶାଳା ବଗିଚାରୁ ପନିପରିବା ନିରନ୍ତରଭାବେ ଉପଲବ୍ଧ ହୋଇପାରିବେ I ଉପଯୁକ୍ତ ସ୍ଥାନ ଅଭାବରେ ପନିପରିବା ଭଲ ଭାବରେ ବଢିପାରେ ନାହିଁ I ଏହି ଜାଗାଟି ଉର୍ବର ହୋଇଥିବା ଆବଶ୍ୟକ ଏବଂ ଉତ୍ତମ ଜଳ ନିଷ୍କାସନ ସୁବିଧା ଥିବା ଉଚିତ I ଏହାସହ ଜାଗାଟି ଘର ପାଖରେ ଅବସ୍ଥିତ ହୋଇଥିବା ଦରକାର ଯାହା ଫଳରେ ଏହା ଉପରେ ସହଜରେ ଦୃଷ୍ଟି ରଖି ହେବ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଚାଷୀମାନଙ୍କୁ ପଚାରନ୍ତୁ ଯେ ପାକଶାଳା ବଗିଚା କରିବା ପାଇଁ କେଉଁ ପ୍ରକାର ସ୍ଥାନ ଉପଯୁକ୍ତ ହେବ I ସୋପାନ - ୨ : ପାକଶାଳା ବଗିଚା ପାଇଁ ସ୍ଥାନ ନିରୁପଣ କରିବା ସମୟରେ ନିମ୍ନ ଲିଖିତ ଦିଗସବୁକୁ ଧ୍ୟାନରେ ରଖିବାକୁ ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ: ପାକଶାଳା ବଗିଚାର ଅବସ୍ଥିତି ଚାଷୀର ଘରପାଖରେ ହୋଇଥିବା ଦରକାର I ମୃତ୍ତିକା ଉର୍ବର ହୋଇଥିବା ଆବଶ୍ୟକ ଏବଂ ଉତ୍ତମ ଜଳ ନିଷ୍କାସନ ସୁବିଧା ଥିବା ଉଚିତ I ଜମିକୁ ଛୋଟ ଛୋଟ ପଟାଳୀରେ ବିଭକ୍ତ କରନ୍ତୁ ଏବଂ ପ୍ରତ୍ୟେକ ପଟାଳୀର ଆୟତନ ଅତିକମରେ ୧୦୨ ମିଟର ହେବା ଉଚିତ I ଜମିକୁ କୌଣସି ସମୟରେ ଖାଲି ରଖନ୍ତୁ ନାହିଁ I ଜମିରେ ପାଣି ଜମା ରହିବା ଉଚିତ ନୁହେଁ I ଉପଯୁକ୍ତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜମିର ଅବସ୍ଥିତି ପାଣିର ଉତ୍ସ ପାଖରେ ଥିବା ଉଚିତ I ବିଭିନ୍ନ ପଟାଳି ମଧ୍ୟରେ ପାଣି ମଡାଇବା ପାଇଁ ପାଣି ନାଳୀ ରହିଥିବା ଆବଶ୍ୟକ I ସୋପାନ - ୩: ଅଂଶଗ୍ରହଣକାରୀମାନେ ଏକ ଆଦର୍ଶ ପାକଶାଳା ବଗିଚା ବିଷୟରେ ହୃଦବୋଧ କରିବା ପରେ ସେମାନଙ୍କୁ ଏକ ପାକଶାଳା ବଗିଚାର ପରିଦର୍ଶନରେ ନିଅନ୍ତୁ ଯେଉଁଠି ସେମାନେ ନିଜେ ଏହାକୁ ଦେଖି ଶିକ୍ଷାଲାଭ କରିପାରିବେ I ଉପସଂହାର ପାକଶାଳା ବଗିଚା ପାଇଁ ସ୍ଥାନ ନିରୂପଣ ସମୟରେ କେଉଁସବୁ ଦିଗକୁ ବିଚାରକୁ ନେବା ଆବଶ୍ୟକ ଅଧିବେଶନକୁ ସମାପ୍ତ କରିବା ପୁର୍ବରୁ ଅଂଶଗ୍ରହଣକାରୀମାନଙ୍କୁ ପୁନର୍ବାର ବର୍ଣ୍ଣନା କରିବାକୁ କୁହନ୍ତୁ I ଋତୁ ଅନୁଯାୟୀ ଫସଲ ଚୟନ ଅଧିବେଶନ ୪.୩ ଋତୁ ଅନୁଯାୟୀ ଫସଲ ଚୟନ I ଉଦ୍ଦେଶ୍ୟ ଋତୁ ଅନୁଯାୟୀ ନିର୍ଦ୍ଧିଷ୍ଟ ପନିପରିବା ଚାଷ କରିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ଋତୁ ଅନୁଯାୟୀ କେଉଁ ସବୁ ପନିପରିବା ଚାଷ କରିବା ଉଚିତ ସିଆରପିମାନେ ଅଂଶ ଗ୍ରହଣକାରୀ ମାନଙ୍କୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ I ପୃଷ୍ଠଭୁମୀ ଓଡିଶାରେ ଖରିଫ, ରବି ଓ ଗ୍ରୀଷ୍ମ ଋତୁରେ ସାଧାରଣତଃ ପନି ପରିବା ଚାଷ କରାଯାଇଥାଏ I କିନ୍ତୁ ସବୁ ଋତୁରେ ସବୁ ପ୍ରକାର ଫସଲ ଚାଷ କରିହେବ ନାହିଁ I କିଛି ଫସଲ ଖରିଫ ଋତୁରେ ଭଲ ବଢି ଥାଆନ୍ତି, ଅନ୍ୟ କିଛି ଫସଲ ରବି ଋତୁରେ ଭଲ ବଢନ୍ତି ତଥା ଆଉ କିଛି ଫସଲ ଗ୍ରୀଷ୍ମ ଋତୁରେ ଭଲ ବଢି ଥାଆନ୍ତି I ଏଥିପାଇଁ ସ୍ଥାନୀୟ ଜଳବାୟୁକୁ ବିଚାରକରି ଫସଲକୁ ଚୟନ କରିବା ଉଚିତ I ଋତୁ ଅନୁଯାୟୀ ଫସଲ ଚାଷ କରିବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷାଦାନ କରିଵ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଚାଷୀମାନଙ୍କୁ ପଚାରନ୍ତୁ ସେମାନେ ବିଭିନ୍ନ ଋତୁରେ ସାମାନ୍ୟତଃ କେଉଁ ପ୍ରକାର ପନିପରିବା ଚାଷ କରିଥାଆନ୍ତି I ଏହାସହ ସେମାନଙ୍କର ସହ ତାଙ୍କର ଅଧିକ ପସନ୍ଦଯୋଗ୍ୟ ପରିବା ବିଷୟରେ ଆଲୋଚନା କରନ୍ତୁ I ସୋପାନ - ୨: ସେମାନଙ୍କୁ ବୁଝାନ୍ତୁ ଯେ ବିଭିନ୍ନ ପନିପରିବା ଚାଷ କରିବା ଦ୍ୱାରା ମୃତ୍ତିକାସ୍ୱାସ୍ଥ୍ୟରେ ଉନ୍ନତ୍ତି ହୋଇଥାଏ I ଅଧିକନ୍ତୁ ଅନେକ ପ୍ରକାରର ପନିପରିବା ଚାଷକଲେ ଖାଇବାପାଇଁ ଅଧିକ ଇଚ୍ଛା ହୋଇଥାଏ କାରଣ ଏକା ପ୍ରକାର ଖାଦ୍ୟକୁ ବାରମ୍ବାର ଖାଇବାର ବିତୃଷ୍ଣତାକୁ ଏହା କମ କରିଥାଏ I ସୋପାନ - ୩ : ତଳେ ପନିପରିବାର ତାଲିକା ସହ ସେମାନଙ୍କର ଚାଷୋପୋଯୋଗୀ ଋତୁର ଏକ ସୂଚୀ ପ୍ରଦାନ କରାଯାଇଅଛି I ପାକଶାଳା ବଗିଚାରେ ଋତୁ ଅନୁଯାୟୀ ନିର୍ଦ୍ଧିଷ୍ଟ ପ୍ରକାର ପନିପରିବା ଫସଲ ଚାଷ କରିବା ବିଷୟରେ ଶିକ୍ଷାଦାନ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଏହି ସୂଚୀକୁ ଦର୍ଶାନ୍ତୁ I ଖରିଫ୍ ଋତୁ ରବି ଋତୁ ଗ୍ରୀଷ୍ମ ଋତୁ ବାଇଗଣ, ଝୁଡଙ୍ଗ, ସାରୁ, ମୂଳା, ବିଲାତି ବାଇଗଣ , ବନ୍ଧାକୋବି, କଖାରୁ, କଲରା, ଜହ୍ନି, ଦେଶୀ ଆଳୁ, ଭେଣ୍ଡି, ଲଙ୍କା, କନ୍ଦ ମୂଳ, ଫୁଲକୋବି, ମଟର, ବିନ୍ସ, ଗାଜର, ଲାଉ, କାକୁଡି, ବାଇଗଣ, କଖାରୁ, କଲରା, ଶିମଳା ମିର୍ଚ, ପାଳଙ୍ଗ ଝୁଡଙ୍ଗ, ଭେଣ୍ଡି, ଲଙ୍କା , ସାରୁ, କାକୁଡି, ଜହ୍ନି, ଖଡା ସାଗ ଇତ୍ୟାଦି ଲାଉ, ଖଡା ସାଗ ଟୀକା : ଓଡିଶାର ଆଭ୍ୟନ୍ତରିଣ ଜିଲ୍ଲାରେ ଖରିଫ ଋତୁରେ ବିଭିନ୍ନ ପରିବାପତ୍ର ଯଥା ମୂଳା, ବିଲାତି ବାଇଗଣ, ବନ୍ଧାକୋବି ଏବଂ ଫୁଲକୋବି ଚାଷ କରାଯାଇ ପାରିବ I ଉପସଂହାର ଅଧିବେଶନ ସମାପ୍ତ କଲାବେଳେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଆଗାମୀ କୃଷି ଋତୁରେ କେଉଁ ପ୍ରକାର ପନିପରିବା ଚାଷ କରିବେ, ନିଷ୍ପତ୍ତି ନେଇ ସାରିଛନ୍ତି କି I ଆଧାର – ପୋର୍ଟାଲ ଟିମ