ଅଧିବେଶନ ୧.୬ ବାଡି ଅଗଣା କୁକୁଡା ପାଳନ I ଉଦ୍ଦେଶ୍ୟ ବାଡି ଅଗଣା କୁକୁଡା ପାଳନକରିବା ପାଇଁ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ପୋଷ୍ଟର ମାଧ୍ୟମରେ ବାଡି ଅଗଣା କୁକୁଡା ପାଳନକରିବା ପାଇଁ ଚାଷୀମାନଙ୍କୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ଅଗଣା କୁକୁଡା ପାଳନ କରାଯାଉଥିବା ଏକ ସ୍ଥାନ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ I ଉପକ୍ରମଣିକା ଗ୍ରାମାଞ୍ଚଳରେ ରହୁଥିବା ଗରୀବମାନେ କମ ନିବେଶରେ ପାରିବାରିକ ଆୟକୁ ବଢାଇବା ପାଇଁ ଅଗଣା କୁକୁଡା ପାଳନକୁ ଏକ ଉପଯୁକ୍ତ ବୃତ୍ତି ଭାବରେ ଗ୍ରହଣ କରିପାରିବେ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ କେବେ ବି ବାଡି ଅଗଣା କୁକୁଡା ପାଳନ ଦେଖିଛନ୍ତି କି ? ଏଥି ସହିତ ଏହା ମଧ୍ୟ ପଚାରନ୍ତୁ କି ଏହାକୁ ଏକ ଆନୁଷାଙ୍ଗିକ ବୃତ୍ତି ଭାବରେ ଆରମ୍ଭ କରିବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଅଛି କି ? ଯଦି ନାଁ, ତେବେ ଏହି ବିଷୟରେ କେଉଁ ପ୍ରକାର ସୂଚନା ସେମାନଙ୍କ ପାଖରେ ନାହିଁ ଯଦ୍ୱାରା ସେମାନଙ୍କୁ ଉପଯୁକ୍ତ ଦିଗ୍ ଦର୍ଶନ ଦେଇ ବାଡି ଅଗଣା କୁକୁଡା ପାଳନ କରିବା ପାଇଁ ଉତ୍ସାହିତ କରାଯାଇ ପାରିବ I ଏହି ବୃତ୍ତିକୁ କରିବା ପାଇଁ ପ୍ରତ୍ୟେକ ଦିନରେ ଖୁବ କମ ସମୟ ଖର୍ଚ୍ଚ କରିବାକୁ ପଡିଥାଏ I ସୋପାନ -୨: ବାଡି ଅଗଣା କୁକୁଡା ପାଳନ କ'ଣ ?: ବାଡି ଅଗଣା କୁକୁଡା ପାଳନ ଗ୍ରାମୀଣ ଲୋକଙ୍କ ଦ୍ୱାରା କରାଯାଉଥିବା ଏକ ବହୁ ପ୍ରାଚୀନ ଚଳଣି I ଘର ଅଗଣାରେ ଛୋଟ ଆକାରରେ କୁକୁଡା ପାଳନ କରିବାକୁ ଏହା ବୁଝାଏ I ଏହି ପ୍ରଣାଳୀରେ ପକ୍ଷୀମାନଙ୍କ ଉପରେ ଲାଗାତାର ନଜର ରଖା ଯାଇପାରିବ I ଅନେକ ପରିବାର ଏପରି କୁକୁଡା ପାଳନ ନିଜ ଖାଦ୍ୟ ସକାସେ ଅଣ୍ଡା ଓ ମାଂସ ପାଇବା ପାଇଁ କରନ୍ତି ଆଉ ଅଳ୍ପ କିଛି ପରିବାର ଏହାକୁ ଏକ ବ୍ୟବସାୟିକ ଉଦ୍ୟୋଗ ଭାବରେ ଚଲାନ୍ତି I ସୋପାନ -୩: ଅଳ୍ପ ନିବେଶ ବ୍ୟବସାୟ: ଏହି ବ୍ୟବସାୟକୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଦେଶୀୟ ସାମଗ୍ରୀକୁ ବ୍ୟବହାର କରି ଆରମ୍ଭ କରିହେବ I କୌଣସି ବଡ଼ ନିବେଶର ଆବଶ୍ୟକତା ନାହିଁ I କୁକୁଡାଙ୍କ ପାଇଁ ଏକ ଛୋଟ ଘର ମାଟି କାନ୍ଥ ସାହାଯ୍ୟରେ ନିର୍ମାଣ କରିହେବ I ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀ ଯଥା ଟିଣ, ଜିଙ୍କ୍ ପାତ୍ର କିମ୍ବା ବାଉଁଶକୁ ଆହାର ପାତ୍ର ଭାବରେ ବ୍ୟବହାର କରିହେବ I ପକ୍ଷୀମାନଙ୍କୁ ପାଣି ଦେବା ପାଇଁ ମାଟି ହାଣ୍ଡି, ଟିଣ ପାତ୍ର ଇତ୍ୟାଦି ବ୍ୟବହାର କରାଯାଇପାରିବ I ବାଉଁଶ ପେଟି ବା ଡାଲା ଅଣ୍ଡା ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଇପାରିବ I ଯେହେତୁ ଏଥିରେ ଅଧିକ ନିବେଶ ଜଡିତ ନାହିଁ, କୌଣସି ଅଘଟଣରୁ ଅଧିକ ପକ୍ଷୀ ମୃତ୍ୟୁହାର ହେବା ସତ୍ୱେ ପରିବାରର ବହୁତ କିଛି କ୍ଷତି ହେବ ନାହିଁ I ବର୍ଷାଦିନେ ପକ୍ଷୀମାନଙ୍କୁ ବାହାରକୁ ଛଡାଯାଏ ନାହିଁ I ସେମାନଙ୍କୁ ବର୍ଷାବୁନ୍ଦାରୁ ରକ୍ଷାକରିବା ପାଇଁ କୁକୁଡା ଘର ଚାରିପାଖେ ଅଖା ବସ୍ତା ଝୁଲାଇ ରଖିବା ଦରକାର I ପକ୍ଷୀମାନେ ପୋକଯୋକ, ପରିବା ଅପଶିଷ୍ଟ ତଥା ଅଳିଆ ଗଦାରୁ ଖାଦ୍ୟ ଖାଇଥାଆନ୍ତି I ପକ୍ଷୀମାନଙ୍କୁ ଅନ୍ୟାନ୍ୟ ଆହାର ଯଥା ଧାନ ଚଷୁ, ଚାଉଳ କଣିକା, ସଶ୍ୟ, ତେଲ ପିଡିଆ, ଶୁଖିଲା ମାଛ ଓ ହାଡ ଗୁଣ୍ଡ ଇତ୍ୟାଦି ମଧ୍ୟ ଦିଆ ଯିବା ଉଚିତ I ପ୍ରତ୍ୟେକ ପକ୍ଷୀଙ୍କୁ ଦିନକୁ ୫୦ ଗ୍ରାମ୍ ମିଶ୍ରିତ ଆହାର ଦିଆଯିବା ଆବଶ୍ୟକ I ସୋପାନ -୪: ଉନ୍ନତ ପ୍ରଜାତି: ଚାଷୀ ମାନେ ସ୍ଥାନୀୟ ପ୍ରଜାତି ଅଗଣାରେ ପାଳନ କରିପାରିବେ, କିନ୍ତୁ ଏହି ସବୁ ପ୍ରଜାତି ଧିରେ ଧିରେ ବଢନ୍ତି ଆଉ କମ ସଂଖ୍ୟକ ଅଣ୍ଡା ଦେଇଥାଆନ୍ତି I ଆଜିକାଲି ଅନେକ ଉନ୍ନତ ପ୍ରଜାତିକୁ ବିକଶିତ କରାଯାଇଛି ଯାହା ଦେଶୀୟ ପକ୍ଷୀ ପରି ଦେଖା ଯାଏ I ଏମାନଙ୍କ ମଧ୍ୟରେ ବନରାଜ, ଗିରିରାଜ, ଗ୍ରାମ ପ୍ରିୟା, ଓୟୁଏଟି ସିନ୍ଥେଟିକ୍, ବ୍ଲାକ୍ ରକ୍ ଇତ୍ୟାଦି ମହତ୍ୱପୂର୍ଣ୍ଣ I ଏହି ପ୍ରଜାତି ସବୁର ସବିଶେଷ ତଥ୍ୟ ତଳେ ଦିଆ ଯାଇଛି: ବନରାଜ: ଏହା ଅଧିକ ଅଣ୍ଡା ଓ ମାଂସ ଉତ୍ପାଦନ କରିଥାଏ I ବର୍ଷକୁ ଏହା ପ୍ରାୟ ୧୪୦ ରୁ ୧୬୦ ଗୋଟି ଅଣ୍ଡା ପ୍ରଦାନ କରିଥାଏ I ପ୍ରତ୍ୟେକ ଅଣ୍ଡାର ଓଜନ ପ୍ରାୟ ୪୫ ରୁ ୫୫ ଗ୍ରାମ୍ ଭିତରେ ହୋଇଥାଏ I ଚ୍ଛ' ରୁ ସାତ ମାସ ମଧ୍ୟରେ ଏହା ଅଣ୍ଡା ଦେବା ଆରମ୍ଭ କରିଥାଏ I ଏହାର ଶରୀର ଓଜନ ଦୁଇ ମାସ ଭିତରେ ୧.୪ କିଲୋଗ୍ରାମ୍ ହୋଇ ଯାଇଥାଏ I ବୟସ୍କ ପକ୍ଷୀର ଓଜନ ୩.୫ ରୁ ୫ କିଲୋଗ୍ରାମ୍ ଭିତରେ ହୋଇଥାଏ I ଗିରିରାଜ: ଏହା ବନରାଜ ପରି I ଏହା ଉଭୟ ଅଣ୍ଡା ଓ ମାଂସ ପାଇଁ ପାଳନ କରାଯାଇଥାଏ I ବର୍ଷକୁ ଏହା ପ୍ରାୟ 150 ଗୋଟି ଅଣ୍ଡା ପ୍ରଦାନ କରିଥାଏ I ପୁରୁଷ ପକ୍ଷୀ ୧୦ ରୁ ୧୨ ସପ୍ତାହ ଭିତରେ ବିକ୍ରିଯୋଗ୍ୟ ହୋଇଯାଇଥାଏ I ବ୍ଲାକ୍ ରକ୍: ଏହା ଏକ ଗାଢ଼ ରଙ୍ଗର ପକ୍ଷୀ I ଏହି ପ୍ରଜାତିର ମୃତ୍ୟୁହାର ଅତି କମ I ଏହାର ଶରୀର ଓଜନ ସାତ ସପ୍ତାହ ଭିତରେ ୧.୪ କିଲୋଗ୍ରାମ୍ ହୋଇ ଯାଇଥାଏI ଓୟୁଏଟି ସିନ୍ଥେଟିକ୍: ଏହା ମାଂସ ପାଇଁ ଭଲ ପ୍ରଜାତି I ଏହାର ଶରୀର ଓଜନ ପାଞ୍ଚ ସପ୍ତାହ ଭିତରେ ୧.୩ ରୁ ୧.୪ କିଲୋଗ୍ରାମ୍ ହୋଇ ଯାଇଥାଏ I ସୋପାନ -୫: ବାଡି ଅଗଣା କୁକୁଡା ପାଳନ ଉଦ୍ୟୋଗର ଉପାଦେୟତା: କମ୍ ପ୍ରାରମ୍ଭିକ ନିବେଶ, କିନ୍ତୁ ଅଧିକ ଆର୍ଥିକ ଲାଭ I ଅତ୍ୟନ୍ତ କମ, ଏପରିକି ଦୁଇ ଗୋଟି କୁକୁଡା ରୁ ଆରମ୍ଭ କରି ବଡ଼ ପକ୍ଷୀଦଳଙ୍କୁ ନେଇ ଗୋଟିଏ ଏକକ ଆରମ୍ଭ କରାଯାଇପାରେ I କୃଷି ଉପ-ଉତ୍ପାଦର ଉତ୍ତମ ଉପଯୋଗ ତଥା ବଳକା ଭୋଜନ ଓ ସଶ୍ୟର ବିନିଯୋଗ ଯୋଗୁଁ ଆହାର ଖର୍ଚ୍ଚ ନଗଣ୍ୟ ହୋଇଥାଏ I ଅଣ୍ଡା ଓ ପକ୍ଷୀମାନଙ୍କୁ ସ୍ଥାନୀୟ ବଜାରରେ ଅଧିକ ଦରରେ ବିକ୍ରୀ କରାଯାଇପାରିବ କାରଣ ଦେଶୀ କୁକୁଡାର ଅଧିକ ଚାହିଦା ଅଛି I ଗ୍ରାହକମାନେ ଉଚ୍ଚ ମାନର ଦେଶୀ କୁକୁଡା ମାଂସ ଓ ଅଣ୍ଡା ପାଇଁ ଅଧିକ ମୁଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି I ପରିବାରର ଶ୍ରମ ବଳର ଉତ୍ତମ ଉପଯୋଗ କରି (ଯେଉଁମାନେ ଅନ୍ୟାନ୍ୟ କୃଷି କାର୍ଯ୍ୟ କରିପାରିବେ ନାହିଁ, ଯଥା ବୃଦ୍ଧ ବା ପିଲାମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ) ପରିବାରର ଆୟକୁ ବଢାଯାଇ ପାରିବ I ବାଡି ଅଗଣା କୁକୁଡା ପାଳନ ଏକ ଏଟିଏମ ମେସିନ (ATM) ପରି କାମ କରେ, କାରଣ ପରିବାରର ଆବଶ୍ୟକତା ଅନୁଯାୟୀ କୁକୁଡା ଓ ଅଣ୍ଡା ନଗଦ ଆକାରରେ ଯେ କୌଣସି ସମୟରେ ଆଉ ଯେ କୌଣସି ସ୍ଥାନରେ ବିକ୍ରୟ କରି ହୁଏ I କୁକୁଡା ମାଂସ ଓ ଅଣ୍ଡାର ମାନ ଜୈବିକ କୃଷି ଯୋଗୁଁ ଉତ୍ତମ ହୋଇଥାଏ କାରଣ ପକ୍ଷୀମାନଙ୍କୁ ଏକ ଚାପ ରହିତ ପରିବେଶ ମଧ୍ୟରେ ପ୍ରାକୃତିକ ଆହାର ଦେଇ ପାଳନ କରାଯାଇଥାଏ I ଉପସଂହାର ସିଆରପିମାନେ ବାଡି ଅଗଣା କୁକୁଡା ପାଳନ କରିବା ପାଇଁ ଇଚ୍ଛା କରୁଥିବା ଚାଷୀମାନଙ୍କୁ ପରାମର୍ଶ ଦେବା ଉଚିତ I ଚାଷୀମାନଙ୍କୁ ନିକଟବର୍ତ୍ତୀ ବାଡି ଅଗଣା କୁକୁଡା ପାଳନ କରାଯାଉଥିବା ଜାଗାକୁ ନେଇ ପ୍ରଦର୍ଶନ କରନ୍ତୁ I ଆଧାର – ପୋର୍ଟାଲ ଟିମ