ଲକ୍ଷ୍ୟ ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀ ମାନେ ଜମା-ସଂଗ୍ରହ ପ୍ରକ୍ରିୟା ଏବଂ ବଜାର ସଂଲଘ୍ନତା ସମୟରେ ସମୟରେ ରେକର୍ଡ ଲିପିବଦ୍ଧ କରିବାର ଉପାଦେୟତା ବିଷୟରେ ଜାଣିବେ, ଏହାସହ ସେମାନେ ରେକର୍ଡ ଲେଖିବାକୁ ଶିଖିବେ I ଶିକ୍ଷଣ ଉଦ୍ଦେଶ୍ୟ ଜମା-ସଂଗ୍ରହ ପ୍ରକ୍ରିୟା ଓ ବଜାର ସଂଲଘ୍ନତା ସମୟରେ ପାରଦର୍ଶୀତା ରଖିବା ପାଇଁ ରେକର୍ଡ଼ ଲେଖିବାର ଆବଶ୍ୟକତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I ପ୍ରୟୋଜନ ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀ ମାନେ ଜମା-ସଂଗ୍ରହ ପ୍ରକ୍ରିୟା ଏବଂ ବଜାର ସଂଲଘ୍ନତା ସମୟରେ ସମୁହ, ଗ୍ରାମ, ସ୍ୱୟଂ ସହାୟକ ଦଳ ଏବଂ ଚାଷୀ ସ୍ତରରେ ରେକର୍ଡ ଲିପିବଦ୍ଧ କରିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାର ରେକର୍ଡ଼ ପରିଚାଳନା ତଥା ଲିପିବଦ୍ଧ କରିବାପାଇଁ ଦଳମାନଙ୍କୁ ସାହାଯ୍ୟ କରିବାରେ ଧ୍ୟାନ ଦିଆଯିବ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ଏହି ପୁରା ପ୍ରକ୍ରିୟାରେ ପାରଦର୍ଶୀତା ବଜାୟ ରଖିବା ପାଇଁ ସଠିକ ରେକର୍ଡ଼ ଲେଖିବା ମହତ୍ୱପୁର୍ଣ I ଦଳଗତ ବିପଣନ ପାଇଁ ସମୂହ ଏକ ପାରଦର୍ଶୀ ହିସାବ ରଖିବା ପ୍ରଣାଳୀକୁ ସୁନିଶ୍ଚିତ କରିବା ଉଚିତ I ଚାଷୀ/ସମୂହ ସ୍ତରରେ ରେକର୍ଡ଼ ରଖିବାପାଇଁ ପର୍ଯ୍ୟାପ୍ତ ପଦେକ୍ଷେପ ନେବା ଆବଶ୍ୟକ I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାରର ରେକର୍ଡ଼ ରଖିବା କାମ ସମାନ୍ୟତଃ ସ୍ୱୟଂ ସହାୟକ ଦଳ କିମ୍ବା ସମୂହର କମିଟି/ଦଳର ନେତାଙ୍କୁ ଦିଆଯାଇଥାଏ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ବିକ୍ରୟ ପ୍ରକ୍ରିୟା ସମାପ୍ତି ପରେ ଚାଷୀମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I ଜମା-ସଂଗ୍ରହ ଏବଂ ବଜାର ସଂଲଘ୍ନତା ସମୟରେ ରେକର୍ଡ ରଖିବା ନିର୍ଦ୍ଦେଶାବଳୀ ଅଧିବେଶନ ୮.୧ ଜମା-ସଂଗ୍ରହ ଏବଂ ବଜାର ସଲଗ୍ନତା ସମୟରେ ରେକର୍ଡ ରଖିବା ନିର୍ଦ୍ଦେଶାବଳୀ I ଉଦ୍ଦେଶ୍ୟ ଜମା-ସଂଗ୍ରହ ଏବଂ ବଜାର ସଲଗ୍ନତା ସମୟରେ ରେକର୍ଡ ରଖିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ବ୍ୟାଖ୍ୟାନ ମାଧ୍ୟମରେ ସଞ୍ଚାଳନ କରିବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ, କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ରେକର୍ଡ ବହି, ଫ୍ଲିପ୍ ଚାର୍ଟ୍, ମାର୍କର ପେନ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପୃଷ୍ଠଭୁମୀ ଜମା-ସଂଗ୍ରହ ପ୍ରକ୍ରିୟା ଏବଂ ବଜାର ସଂଲଘ୍ନତା ସମୟରେ ସମୁହ, ଗ୍ରାମ, ସ୍ୱୟଂ ସହାୟକ ଦଳ ଏବଂ ଚାଷୀ ସ୍ତରରେ ରେକର୍ଡ ଲିପିବଦ୍ଧ କରିବା ଅତ୍ୟନ୍ତ ମହତ୍ୱପୁର୍ଣ I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାର ରେକର୍ଡ଼ ପରିଚାଳନା ତଥା ଲିପିବଦ୍ଧ କରିବାପାଇଁ ଧ୍ୟାନ ଦିଆଦେବା ଉଚିତ I ସାଧାରଣତଃ ସ୍ୱୟଂ ସହାୟକ ଦଳ/ସାଧାରଣ ଜୀବିକା ସମୂହକୁ ରେକର୍ଡ଼ ରଖିବା ପାଇଁ ଦାୟୀତ୍ୱ ଦିଆଯାଏ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ଥରେ ବିକ୍ରୟ ପ୍ରକ୍ରିୟା ସମାପ୍ତି ହୋଇଗଲେ, ସ୍ୱୟଂ ସହାୟକ ଦଳ/ସାଧାରଣ ଜୀବିକା ସମୂହମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I ଏହି ପୁରା ପ୍ରକ୍ରିୟାରେ ପାରଦର୍ଶୀତା ବଜାୟ ରଖିବା ପାଇଁ ସଠିକ ରେକର୍ଡ଼ ଲେଖିବା ମହତ୍ୱପୁର୍ଣ I ଦଳଗତ ବିପଣନ ପାଇଁ ସମୂହ ଏକ ପାରଦର୍ଶୀ ହିସାବ ରଖିବା ପ୍ରଣାଳୀକୁ ସୁନିଶ୍ଚିତ କରିବା ଉଚିତ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାର ରେକର୍ଡ଼ ପରିଚାଳନା ତଥା ଲିପିବଦ୍ଧ କରିବା କାହିଁକି ମହତ୍ୱପୁର୍ଣ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I ସୋପାନ -୨: ରେକର୍ଡ଼ ରଖିବା: ଅଂଶଗ୍ରହଣକାରୀମାନଙ୍କୁ ମନେ ପକାଇ ଦିଅନ୍ତୁ ଯେ ରେକର୍ଡ଼ ଲେଖିବା ସମୟରେ ସେମାନେ ଏହି ଦିଗସବୁକୁ ମନେ ରଖିବା ଉଚିତ: ରେକର୍ଡ଼ ଦୁଇଟି ସ୍ତରର ରଖିବା ଉଚିତ: ସ୍ୱୟଂ ସହାୟକ ଦଳ ସ୍ତରରେ ତଥା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ତରରେ ସବିଶେଷ ତଥ୍ୟ ଯଥା ସଦସ୍ୟ/ଚାଷୀର ନାମ, ଯୋଗଦାନ କରିଥିବା ମୋଟ ପରିମାଣ, ବସ୍ତା ସଂଖ୍ୟା ଇତ୍ୟାଦି ଲିପିବଦ୍ଧ କରିବାପାଇଁ ପ୍ରତ୍ୟେକ ଦଳ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟକୁ ଏକ ସରଳୀକୃତ ହିସାବ ରଖିବା ଫର୍ମାଟ ବିତରଣ କରିବା ଉଚିତ I ଯଦି ବିପଣନ ପାଇଁ ଖର୍ଚ୍ଚ ହୋଇଥାଏ, ତେବେ ଏହିସବୁ ଖର୍ଚ୍ଚ ଯଥା, ସ୍ଥାନୀୟ ପରିବହନ, ମାଲ ବୋଝେଇ/ନିଷ୍କାସନ, ପରିବହନ ସମୟରେ ଓଜନହାନୀ ଇତ୍ୟାଦିକୁ କାଟି ସର୍ବମୋଟ ଲାଭ ପରିମାଣକୁ ହିସାବ କରିବା ଦରକାର ଯାହା ଯୋଗଦାନ (ଉତ୍ପାଦର ପରିମାଣ) ଅନୁସାରେ ଚାଷୀମାନଙ୍କୁ ବିତରଣ କରାଯିବ I ହିସାବ ରଖିବା ପାଇଁ ଦଳର ନେତା ଏବଂ ଜଣେ ଦୁଇଜଣ ପ୍ରଗତିଶୀଳ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ I ହିସାବକୁ ନିୟମିତ ଭାବେ ଅଦ୍ୟତନ କରିବା (up-dating) ପାଇଁ ଏନିମେଟର୍/ସ୍ୱୟଂ ସହାୟକ ଦଳ ନେତାଙ୍କୁ ଦାୟିତ୍ୱବାନ୍ କରନ୍ତୁ I ରେକର୍ଡ଼ ରକ୍ଷକଙ୍କ ମଧ୍ୟରେ ଗମ୍ଭୀରତା ଆଣିବା ପାଇଁ ବିଭିନ୍ନ ଅନ୍ତରାଳରେ ରେକର୍ଡ଼ ନିରୀକ୍ଷଣ କରନ୍ତୁ I ଯଦି ଏହି ଦଳରେ କେହି ସାକ୍ଷର ନେତା ନ ଥାଆନ୍ତି, ତେବେ ଗ୍ରାମରେ ଥିବା ସ୍ୱେଚ୍ଛାସେବୀଙ୍କୁ ରେକର୍ଡ଼ ରଖିବା ପାଇଁ ପରାମର୍ଶ ଦେବା ଉଚିତ I ନିଜର ଜ୍ଞାତ ପାଇଁ ସିଆରପି ସବୁବେଳେ ରେକର୍ଡ଼ର ଏକ ନକଲ ରଖିବା ଉଚିତ I ସୋପାନ -୩: ଲାଭ ଓ କ୍ଷତିକୁ ବାଣ୍ଟିବା: ବିକ୍ରୟ ପ୍ରକ୍ରିୟା ସମାପ୍ତି ପରେ ଚାଷୀମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I ଋଣ ଖାତାର ସଠିକ ହିସାବ ରଖିବା ନିଶ୍ଚିତ କରନ୍ତୁ I ଭବିଷ୍ୟତରେ ବ୍ୟବସାୟ କରିବାପାଇଁ ଲାଭ ପରିମାଣର କିଛି ଅଂଶ ବ୍ୟାଙ୍କରେ ରଖିବାପାଇଁ ସେମାନଙ୍କୁ ଦିଗ୍ ଦର୍ଶନ ଦିଅନ୍ତୁ I ପ୍ରାପ୍ୟ ଗ୍ରହଣ କଲାବେଳେ ସଦସ୍ୟମାନେ ରେକର୍ଡ଼ ବହିରେ ପ୍ରମାଣ ସ୍ୱରୂପ ସ୍ୱାକ୍ଷର କରିବା ଉଚିତ I ସୋପାନ -୪: ରେକର୍ଡ଼ ରଖିବା ଫର୍ମାଟ: ତଳେ ପ୍ରସ୍ତାବିତ କରାଯାଇଥିବା ଦୁଇ ପ୍ରକାରର ହିସାବପତ୍ର ଲେଖିବା ଫର୍ମାଟ ରଖିବା ଉଚିତ, ଗୋଟିଏ ଗ୍ରାମ ପାଇଁ ଏବଂ ଅନ୍ୟ ଗୋଟିଏ ସ୍ୱୟଂ ସହାୟକ ଦଳ ପାଇଁ I ନିମ୍ନ ଉଲ୍ଲିଖିତ ଫର୍ମାଟସବୁ ସିଆରପି, ଗ୍ରାମ ସ୍ୱେଚ୍ଛାସେବୀ ଏବଂ ସ୍ୱୟଂ ସହାୟକ ଦଳ ନେତ୍ରୀମାନେ ପୂରଣ କରିବା ଉଚିତ I ଗ୍ରାମ୍ୟ ସ୍ତରରେ ରେକର୍ଡ ରଖିବା ଫର୍ମାଟ ଜମା-ସଂଗ୍ରହ ପ୍ରକ୍ରିୟା: କ୍ର.ନଂ. ଗ୍ରାମର ନାମ ସ୍ୱୟଂ ସହାୟକ ଦଳ/ସମୁହ ସଦସ୍ୟଙ୍କ ନାମ ସ୍ୱୟଂ ସହାୟକ ଦଳ/ସମୁହର ନାମ ପ୍ରତିଶୃତି ଦେଇଥିବା ପରିମାଣ ଦିଆ ଯାଇଥିବା ମୋଟ ଉପଯୋଗ ଋଣ ୧. ୨. ୩. ୪. 2. ବିକ୍ରୟ ପର ହିସାବ: କ୍ର.ନଂ. ଗ୍ରାମର ନାମ ସ୍ୱୟଂ ସହାୟକ ଦଳ/ସମୁହ ସଦସ୍ୟଙ୍କ ନାମ ସ୍ୱୟଂ ସହାୟକ ଦଳ/ସମୁହର ନାମ ସଦସ୍ୟଙ୍କ ଦ୍ୱାରା ଯୋଗଦାନ କରାଯାଇଥିବା ମୋଟ ପରିମାଣ ମୂଳ ମୂଲ୍ୟ ବିକ୍ରୟ ମୂଲ୍ୟ ମୋଟ ପରିମାଣ (ଟ.) ସଦସ୍ୟଙ୍କର ହୋଇଥିବା ଅଧିକ ଆୟ ୧. ୨. ୩. ୪. କାରବାର କରିବା ସମୟରେ ସ୍ୱୟଂ ସହାୟକ ଦଳ ସ୍ତରରେ ହିସାବ ରଖିବା ଫର୍ମାଟ ଏହି ଫର୍ମାଟ ଗ୍ରାମ ସ୍ୱେଚ୍ଛାସେବୀ ଏବଂ ସ୍ୱୟଂ ସହାୟକ ଦଳ ନେତ୍ରୀମାନେ ପୂରଣ କରିବା ଉଚିତ I ଆରମ୍ଭରେ, ସିଆରପିମାନେଏହି ଫର୍ମାଟ ମାଧ୍ୟମରେ ସ୍ୱୟଂ ସହାୟକ ଦଳଗୁଡିକୁ ହିସାବପତ୍ର ରଖିବା ପାଇଁ ମାର୍ଗଦର୍ଶନ କରିବା ଉଚିତ I ଜମା-ସଂଗ୍ରହ/ବଜାର ସଂଲଘ୍ନତା ପୁର୍ବରୁ ସମୂହ ସ୍ତରରେ ପ୍ରଦାନ କରାଯାଇଥିବା ଉପଯୋଗ (consumption) ଋଣ ଉପରେ ନଜର ରଖିବା କରିବାପାଇଁ ଫର୍ମାଟ I କ୍ର.ନଂ. ସଦସ୍ୟଙ୍କ ନାମ ପ୍ରତିଶୃତି ଦେଇଥିବା ପରିମାଣ ଅନୁରୋଧ କରିଥିବା ଉପଯୋଗ ଋଣ ମୋଟ ପାଇଥିବା ଉପଯୋଗ ଋଣ ୧. ୨. ୩. ୪. ୫. ୬. ୭. ୮. ୯ ୧୦. ସମୂହ ସ୍ତରରେ ବିକ୍ରୟ ପରବର୍ତ୍ତୀ ରେକର୍ଡ କ୍ର.ନଂ. ସଦସ୍ୟଙ୍କ ନାମ ଦଳକୁ ଯୋଗଦାନ କରାଯାଇଥିବା ପରିମାଣ୍/ଗ୍ରମ୍ୟ ସ୍ତରରେ ଜମା-ସଂଗ୍ରହ ଏବଂ ବଜାର ସଂଲଘ୍ନତା ମୂଳ ମୂଲ୍ୟ ବିକ୍ରୟ ମୂଲ୍ୟ ମୋଟ ପରିମାଣ (ଟ.) ସଦସ୍ୟଙ୍କର ହୋଇଥିବା ଅଧିକ ଆୟ ଋଣ ପରିମାଣରୁ ଅଧିକ କିମ୍ବା କମ (-/+) ସ୍ୱୟଂ ସହାୟକ ଦଳକୁ ଋଣ ଫେରସ୍ତ ହୋଇଛି ନା ନାହିଁ (ହଁ/ନାଁ) ୧. ୨. ୩. ୪. ୫. ୬. ୭. ୮. ୯ ୧୦. ସୋପାନ -୪: ମନେ ରଖିବା ବିନ୍ଦୁ: ଅଂଶଗ୍ରହଣକାରୀମାନଙ୍କୁ କିଛି ମହତ୍ୱପୁର୍ଣ ଦିଗ ବିଷୟରେ ବୁଝାଇବା ଦରକାର: ସମୂହ ସଦସ୍ୟମାନେ କିଛି ସମୟପାଇଁ ଉତ୍ପାଦକୁ ଜମାକରି ରଖିବା ପାଇଁ କିମ୍ବା ଗ୍ରାମ ସ୍ତରରେ ଜମା-ସଂଗ୍ରହ ପ୍ରକ୍ରିୟାରେ ଭାଗନେବା ପାଇଁ ଉପଯୋଗ ଋଣ ନେଇଥାଆନ୍ତି I ‘ମୂଳ ମୂଲ୍ୟ' ହେଉଛି ବଜାର ସଂଲଘ୍ନତା ଦିନ ଆଖପାଖ ଗ୍ରାମରେ ଉତ୍ପାଦର ପ୍ରଚଳିତ ଦର I 'ଅଧିକ ଆୟ' ହେଉଛି ସବୁ ବିପଣନ ଖର୍ଚ୍ଚ ଯଥା ପରିବହନ, ଶ୍ରମ, ନେତାମାନଙ୍କ ଯାତାୟାତ ଖର୍ଚ୍ଚ ଇତ୍ୟାଦିକୁ ବାଦ୍ ଦେଲାପରେ ମୂଳ ଦର ଠାରୁ ଅଧିକ ମିଳୁଥିବା ଆୟ I ଗ୍ରାମକୁ ମିଳୁଥିବା ମୋଟ ଆୟ ହେଉଛି, ବ୍ୟାପାରୀମାନଙ୍କୁଠାରୁ ମିଳିଥିବା ସମୁଦାୟ ପରିମାଣ I ପ୍ରକୃତ ପରିପେକ୍ଷୀ ଉପରେ ନିର୍ଭର କରି ମୂଳ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ବିଭିନ୍ନ ଗ୍ରାମ ମଧ୍ୟରେ ବଦଳି ଥାଏ I ଜମା-ସଂଗ୍ରହ ପ୍ରକ୍ରିୟା ମାଧ୍ୟମରେ ବିକ୍ରୟ ହେଉଥିବା ପରିମାଣ ହେଉଛି 'ମୋଟ ପରିମାଣ' I ଉପସଂହାର ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ଯେ ସେମାନେ ଆର୍ଥିକ କାରବାର ସମ୍ବନ୍ଧୀୟ ରେକର୍ଡ ଉଭୟ ଗ୍ରାମ ତଥା ସ୍ୱୟଂ ସହାୟକ ଦଳ ସ୍ତରରେ ରଖିବାର ମହତ୍ୱ ବିଷୟରେ ବୁଝିଛନ୍ତି ନା ନାହିଁ I ଆଧାର – ପୋର୍ଟାଲ ଟିମ