ଅଧିବେଶନ ୪.୪ ଗ୍ରମ୍ୟ ସ୍ତରରେ ଉତ୍ପାଦ ଗୁଣବତ୍ତାର ପରିଚାଳନା ଏବଂ ସମାନ ମାନଯୁକ୍ତ ଉତ୍ପାଦ I ଉଦ୍ଦେଶ୍ୟ ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କ ସଚେତନତା ବୃଦ୍ଧିକରିବା ଏବଂ ସେମାନଙ୍କ ଆୟ ବଢାଇବା ପାଇଁ ଉତ୍ପାଦର ମୁଲ୍ୟଯୋଗ ବିଷୟରେ ସେମାନଙ୍କୁ ସମ୍ବେଦନଶୀଳ କରିବା ଏବଂ ଏହାକୁ ଲାଭକାରୀ ବଜାରରେ ବିକ୍ରିକରି ଅଧିକ ମୁଲ୍ୟ ପାଇବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ ବିଷୟରେ ପ୍ରସ୍ତୁତ ପୋଷ୍ଟର ପ୍ରଦର୍ଶନ ତଥା ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକକ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୧୫ମିନିଟ୍ | ପୃଷ୍ଠଭୁମୀ ଅଧିକ ଲାଭକାରୀ ବଜାର ସବୁବେଳେ ଉତ୍ତମ ମାନର ଉତ୍ପାଦ ଉପରେ ଗୁରୁତ୍ୱ ଦେଉଥିବାରୁ ଚାଷୀମାନେ ମଧ୍ୟ ଭଲ ତଥା ସମାନ ଗୁଣବତ୍ତାର ଉତ୍ପାଦ ବଜାରକୁ ଆଣିବା ମହତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ସମୂହଗୁଡିକ ଅପେକ୍ଷାକୃତ ଉତ୍ତମ ଦର ପାଇବାପାଇଁ ବଜାରରେ ମୂଲଚାଲ କରିପାରିବେ I ଏହି ପ୍ରଶିକ୍ଷଣ ଟୁଲ ଚାଷୀମାନଙ୍କୁ ଉତ୍ତମ ମାନର ଉତ୍ପାଦ ଆଣିବାକୁ ନିଶ୍ଚିତ କରିବାପାଇଁ ଦିଗ୍ ଦର୍ଶନ ଦେବ I ଉତ୍ପାଦର ମାନ ପରିଚାଳନା ସମ୍ବନ୍ଧରେ ତଳେ କିଛି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆଲୋଚନା କରାଯାଇଛି I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ବିଭିନ୍ନ ସମୂହ ପାଖରେ ଥିବା ବିକ୍ରିଯୋଗ୍ୟ ଉତ୍ପାଦର ପରିମାଣକୁ ସୂଚୀବଦ୍ଧ କରିବା ସହ ବିପଣନ ପାଇଁ ଗ୍ରାମରେ ଥିବା ଉତ୍ପାଦର ସାମ୍ଭାବ୍ୟ ପରିମାଣ ବିଷୟରେ ଚାଷୀମାନଙ୍କ ସହ ଅଲୋଚନା କରନ୍ତୁ I ତା'ପରେ ଅଲୋଚନାକୁ ଉତ୍ପାଦର ମାନ ପରିଚାଳନା ବିଷୟକୁ ପରିବର୍ତ୍ତନ କରନ୍ତୁ, ଯାହା ବଜାରରେ ଭଲ ମୂଲ୍ୟ ପାଇବାକୁ ସାହାଯ୍ୟ କରିବ I ଉତ୍ପାଦର ମାନ ବୃଦ୍ଧିହେଲେ ଏହା ଚାଷୀମାନଙ୍କୁ ଅଧିକ ଉପାର୍ଜନ କରିବାକୁ ସାହାୟକ ହେବ I ସୋପାନ -୨: “ନ୍ୟୁନତମ ସମାନ ଗୁଣବତ୍ତାର ମାନ”: ସ୍ଥାନୀୟ ବ୍ୟାପାରୀମାନେ ସାମାନ୍ୟତଃ ଉତ୍ପାଦର ମୂଲ୍ୟଯୋଗ ଯେପରିକି ସମ୍ପୁର୍ଣ ଶୁଖାଇବା, ବାଛିବା ଓ ବର୍ଗୀକରଣ କରିବା ସେମାନଙ୍କର ଅଗଣାରେ କରିଥାଆନ୍ତି I ଏହିସବୁ ଭାବେ ମୁଲ୍ୟଯୋଗ କଲେ ସଂଗଠିତ ବଜାରରେ ଉତ୍ପାଦର ଦର ବଢିଯାଇଥାଏ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ଯଦି ସମୂହ ନିଜେ ଗ୍ରାମ ସ୍ତରରେ ସମ୍ପୁର୍ଣ ଶୁଖାଇବା, ବାଛିବା ଓ ବର୍ଗୀକରଣ କରିବା ଇତ୍ୟାଦି ପ୍ରକ୍ରିୟାରେ ସାମିଲ ହେବ, ତେବେ ସେମାନେ ବଜାର ସଲଗ୍ନତା ସମୟରେ ଉତ୍ତମ ମାନର ଉତ୍ପାଦ ପାଇଁ ଅଧିକ ଦର ପାଇ ପାରିବେ I ଅଧିକନ୍ତୁ, ଏହି ପୁରା ପ୍ରକ୍ରିୟାରେ ଉତ୍ପାଦର ମାନ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରତ୍ୟେକ ବ୍ୟାପାରୀ ଖରାପ ମାନ ବାହାନାରେ ଉତ୍ପାଦକୁ ଅସ୍ୱୀକାର କରିବାପାଇଁ ସ୍ୱାଧୀନ ଅଟନ୍ତି I ଯଦି ଗ୍ରାମର କିଛି ଚାଷୀ ଉତ୍ପାଦର ଉଚ୍ଚ ମାନ ବଜାୟ ରଖିଛନ୍ତି ଏବଂ ଅନ୍ୟମାନେ ରଖିନାହାନ୍ତି, ତେବେ ଜମା ସଂଗ୍ରହ କଲେ ଥୋକ ପରିମାଣର ଜିନିଷ ପାଇଁ ଯେଉଁ ଚାଷୀମାନେ ଉଚ୍ଚ ମାନ ବଜାୟ ରଖିଛନ୍ତି ସେମାନେ ଅଧିକ ଦର ପାଇବେ ନାହିଁ କାରଣ ଜମାହୋଇଥିବା ସଂପୂର୍ଣ୍ଣ ଉତ୍ପାଦର ମାନ ସମାନ ହୋଇ ନ ଥାଏ I ଚାଷୀମାନଙ୍କୁ ଉପଦେଶ ଦିଅନ୍ତୁ ଯେ ଗ୍ରାମରେ ସବୁବେଳେ "ନ୍ୟୁନତମ ସମାନ ଗୁଣବତ୍ତାର ମାନ" ପାଇଁ ଯୋଜନା କରିବା ଉଚିତ କାରଣ ଏହାଦ୍ୱାରା ସବୁ ଚାଷୀ ସର୍ବସମ୍ମତ ମାନକୁ ପାଳନ କରିପାରିବେ I ସୋପାନ -୩: ଉତ୍ପାଦକୁ ଶୁଖାଇବା, ସଫା କରିବା, ବାଛିବା ଓ ବର୍ଗୀକରଣ କରିବା: ଉତ୍ପାଦର ମୂଲ୍ୟ ସାଧାରଣତଃ ଏହାର ମାନ ଉପରେ ନିର୍ଭର କରିଥାଏ I ଉତ୍ପାଦରେ ଅନୁମୋଦିତ ଜଳୀୟ ଅଂଶ ମାତ୍ରା ଗୁଣବତ୍ତାର ଏକ ମହତ୍ୱପୂର୍ଣ୍ଣ ମାନଦଣ୍ଡ I ଉତ୍ପାଦରେ ବାହ୍ୟ ପଦାର୍ଥର ମାତ୍ରା ଅନୁମୋଦିତ ସୀମାରୁ ଅଧିକ ହେବା ଉଚିତ ନୁହେଁ I ଗ୍ରାମବାସୀଙ୍କ ସହ ନିମ୍ନ ଲିଖିତ ବିନ୍ଦୁସବୁକୁ ଅଲୋଚନା କରନ୍ତୁ: ଉପଯୁକ୍ତ ସଫାକରିବା ଓ ଶୁଖାଇବା ପ୍ରକ୍ରିୟା ବିଷୟରେ ସଚେତନ କରନ୍ତୁ I ଶୁଖାଇବା ଓ ସଂରକ୍ଷଣ ସମୟରେ ହେଉଥିବା କ୍ଷତିକୁ ବିଚାରକୁ ନେଇ ଉତ୍ପାଦର ବର୍ତ୍ତମାନ ମୂଲ୍ୟକୁ ହିସାବ କରିବା ଆବଶ୍ୟକ I ଚାଷୀମାନଙ୍କୁ ସ୍ୱଳ୍ପମୂଲ୍ୟଯୁକ୍ତ ଶୁଖାଇବା ଖଳା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇପାରେ I ମାନ, ରଙ୍ଗ, ଆକାର ଇତ୍ୟାଦି ଆଧାରରେ ଉତ୍ପାଦର ବର୍ଗୀକରଣ କରିବା ଆବଶ୍ୟକ ଏବଂ ସବୁ ପ୍ରକାର ଉତ୍ପାଦକୁ ଗୋଟିଏ ବସ୍ତାରେ ରଖିବା ଉଚିତ ନୁହେଁ I ସୋପାନ -୪: ସଂରକ୍ଷଣ ପ୍ରକ୍ରିୟାର ଅନ୍ତିମ ନିର୍ଣୟ: ବିଭିନ୍ନ ସଂରକ୍ଷଣ ବିକଳ୍ପ ଗ୍ରାମବାସୀଙ୍କ ସହ ଆଲୋଚନା କରନ୍ତୁ: ନିଜ ଘର I ଗ୍ରାମରେ ଥିବା ସହାଧିକାର (Common) ସଂରକ୍ଷଣ ସୁବିଧା (ପ୍ରଚଳୀତ କିମ୍ବା ଅପ୍ରଚଳୀତ) I ନୂତନ ଗୋଦାମ ନିର୍ମାଣ I ସଂରକ୍ଷଣ ପ୍ରକ୍ରିୟା ବିଷୟରେ ସଚେତନତା ଗୁରୁତ୍ୱପୂର୍ଣ I ନିଜ ଘରେ ସଂରକ୍ଷଣ କରିବା ଭଲ I ଯଦି ସହାଧିକାର (Common) ସଂରକ୍ଷଣ ସୁବିଧାର ବ୍ୟବହାର କରାଯିବ, ତେବେ ଏହାର ‘ଜଗା ରଖା’ ପାଇଁ ସମୁଦାୟକୁ ଦାୟୀତ୍ୱ ନେବାକୁ କୁହନ୍ତୁ I ଜମାଖୋରୀ ଏବଂ ସଂରକ୍ଷଣ ସମୟରେ ଓଜନହାନୀ ବିଷୟରେ ସମୁଦାୟକୁ ସଚେତନ କରନ୍ତୁ I ଓଦା ଥିବା ଉତ୍ପାଦକୁ ସଂରକ୍ଷଣ କରିବା ଉଚିତ ନୁହେଁ I ସଂରକ୍ଷଣ ସମୟରେ ଉତ୍ପାଦର ମାନକୁ ନିୟମିତ ଭାବେ ଯାଞ୍ଚ କରିବା ଉଚିତ I ସୋପାନ -୫: ମାନ ନିୟନ୍ତ୍ରଣ: ଅଧିକତମ ଲାଭ ପାଇବା ପାଇଁ ଉତ୍ପାଦର ମାନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ I ଏହାକୁ ନିମ୍ନଲିଖିତ ଭାବରେ କରାଯାଇପାରିବ: ସ୍ଵୟଂ ସହାୟକ ଦଳ ଓ ନେତାମାନଙ୍କୁ ବଜାରକୁ ପ୍ରଦର୍ଶନ ପାଇଁ ନେଇ ଗୁଣବତ୍ତାର ମାନକୁ ବଜାୟ ରଖିବାର ମହତ୍ୱକୁ ବୁଝାନ୍ତୁ I ଗୁଣବତ୍ତାର ସମାନତା ବଜାୟ ରଖିବା ସହ ତ୍ୱରିତ ବଜାର ସମ୍ପର୍କ I ବିଭିନ୍ନ ପ୍ରକାର ଉତ୍ପାଦକୁ ମିଶ୍ରଣ କରନ୍ତୁ ନାହିଁ I ଅସ୍ଥାୟୀଭାବେ ସଂଗ୍ରହ କରି ରଖିବା କିମ୍ବା ବିକ୍ରୟ କରିବା ନିଷ୍ପତ୍ତି ନେବା ବିଷୟରେ ସମୂହ-ସ୍ତରରେ ଅଲୋଚନା କରିବାI ଉପସଂହାର ଅଧିବେଶନରେ ଗୁଣବତ୍ତା ବିଷୟରେ ଆଲୋଚନା କରାଯାଇଥିବା ଦିଗସବୁକୁ ଚାଷୀମାନଙ୍କୁ ମନେପକାଇବାକୁ କୁହନ୍ତୁ I ବ୍ୟକ୍ତିଗତ ଚାଷୀମାନେ ସେମାନଙ୍କ ପାଖରେ ଉପଲବ୍ଧ ସଂରକ୍ଷଣ ସୁବିଧା ଓ ଗୁଣବତ୍ତାର ମାନ ନିୟନ୍ତ୍ରଣ କରିବା ପାଇଁ କରୁଥିବା ପୂର୍ବୋପାୟସବୁ ବିଷୟରେ ଅଲୋଚନା କରିପାରିବେ I ଆଧାର – ପୋର୍ଟାଲ ଟିମ