ଅଧିବେଶନ ୩.୨ ବିହନ ପରିମାଣ ନିର୍ଦ୍ଧାରଣ ଉଦ୍ଦେଶ୍ୟ ଉତ୍ତମ ଅମଳ ପାଇବା ପାଇଁ ସଠିକ ପରିମାଣର ବିହନ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଚାଷୀମାନଙ୍କୁ ଜମିର ଆୟତନ ଅନୁଯାୟୀ ବିହନ ବୁଣିବାର ଉପାଦେୟତା ବିଷୟରେ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ I ପୃଷ୍ଠଭୁମୀ ଉତ୍ତମ ଅମଳ ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ସଠିକ ପରିମାଣର ବିହନ ବ୍ୟବହାର କଲେ ଜମିରେ ଉଚିତ ସଂଖ୍ୟାରେ ଗଛ ବଢିଥାଏ I ଭଲ ଅମଳକୁ ସୁନିଶ୍ଚିତ କରିବା ପାଇଁ ଜମିରେ ସଠିକ ଗଛ ସଂଖ୍ୟାକୁ ବଜାୟ ରଖିବାକୁ ହେବ I ଗୋଟିଏ ଏକକରେ ଉଠିଥିବା ଗଛର ପରିମାଣକୁ ହିସାବ କରି ଜମିର ଗଛ ସଂଖ୍ୟାକୁ ନିର୍ଦ୍ଧାରଣ କରାଯାଏ I ଯଦି ଅଧିକ ପରିମାଣର ବିହନ ବ୍ୟବହାର କରାଯାଏ, ତେବେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଗଛ ଉଠି ସମସ୍ତେ ପାଣି, ଖାଦ୍ୟସାର ଏବଂ ସୂର୍ଯ୍ୟାଲୋକ ପାଇବାପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ଯାହା ଫଳରେ ଫସଲ ବୃଦ୍ଧିରେ ଏହାର କୁପ୍ରଭାବ ପଡିଥାଏ I ସେହିପରି ଭାବେ କମ ପରିମାଣରେ ବିହନ ବ୍ୟବହାର କଲେ କମ ଗଛ ଉଠିବା ଫଳରେ ଅମଳ ମଧ୍ୟ କମି ଯାଇଥାଏ I ଏହି ଅଧିବେଶନ ଦ୍ୱାରା ଚାଷୀମାନେ ନିଜ ଜମିର ଆୟତନ ଅନୁଯାୟୀ ସଠିକ ପରିମାଣର ବିହନ ବ୍ୟବହାର କରିବା ବିଷୟରେ ଶିକ୍ଷାଲାଭ କରିବେ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ ୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କସହ ଆଲୋଚନା କରନ୍ତୁ ଯେ ସେମାନେ ବୁଣିବା ପାଇଁ ବିହନର ପରିମାଣକୁ କିପରି ଭାବେ ନିର୍ଦ୍ଧାରଣ କରନ୍ତି ଏବଂ ସେମାନେ କେମିତି ଆକଳନ କରନ୍ତି ଯେ ଏହା ଅଧିକ କିମ୍ବା କମ ପରିମାଣର ହୋଇଅଛି I ଏହାସହ ଅଧିକ ବିହନ ହାର କିମ୍ବା କମ ବିହନ ହାର ଦ୍ୱାରା ଉପୁଜୁଥିବା ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରନ୍ତୁ I ଏହି ସମ୍ବନ୍ଧରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ ଯାହାଦ୍ୱାରା ଅନ୍ୟମାନେ ସଠିକ ପରିମାଣର ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ଜାଣିପାରିବେ I ସୋପାନ -୨: ବିହନ ପରିମାଣକୁ କିପରି ନିର୍ଦ୍ଧାରଣ କରିବେ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଚାଷୀଙ୍କ ଜମିରେ ବ୍ୟବହୃତ ବିହନର ପରିମାଣ ତାଙ୍କ ଜମିର ଆୟତନ ଏବଂ ଅନୁମୋଦିତ ବିହନ ହାର ଉପରେ ନିର୍ଭର କରେ I ପ୍ରତି ଏକର କିମ୍ବା ପ୍ରତି ହେକ୍ଟର ପାଇଁ ବିହନର ହାର ଜାଣିପାରିଲେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରାଯାଇପାରିବ I ଉଦାହରଣସ୍ୱରୂପ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫସଲର ବିହନ ହାର ୩୦ କେ.ଜି. ପ୍ରତି ଏକର ହୁଏ ତେବେ ୪୨ ଡେସିମିଲ (୧୦୦ ଡେସିମିଲରେ ଏକ ଏକର ହୋଇଥାଏ), ଆୟତନ ବିଶିଷ୍ଟ ଜମିପାଇଁ ୧୨.୬ କେ.ଜି. ବିହନର ଆବଶ୍ୟକତା ହେବ I ଏହି ପରିମାଣକୁ ହିସାବ କରିବା ପାଇଁ ଏକ ଏକର ପାଇଁ ଅନୁମୋଦିତ ବିହନ ହାରକୁ ୧୦୦ ରେ ବିଭାଜିତ କରିବା ପରେ ଜମିର କ୍ଷେତ୍ରଫଳରେ ଗୁଣନ କଲେ ଆମେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ଜାଣି ପାରିବା I ସୋପାନ -୩: କିଛି ନିର୍ଦ୍ଧିଷ୍ଟ ଫସଲର ଅନୁମୋଦିତ ବିହନ ହାର: ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ପ୍ରଦତ୍ତ ଚାର୍ଟ ଦର୍ଶାନ୍ତୁ ଯାହା କିଛି ନିର୍ଦ୍ଦିଷ୍ଟ ଫସଲର ଅନୁମୋଦିତ ବିହନ ହାରକୁ ପ୍ରଦର୍ଶିତ କରୁଅଛି I ସଙ୍କର (ହାଇବ୍ରିଡ) ବିହନ କ୍ଷେତ୍ରରେ କମ ପରିମାଣର ବିହନ ଆବଶ୍ୟକ ହୋଇଥାଏ I କ୍ର. ନଂ. ଫସଲର ନାମ ଏକ ଏକର ପରିମିତ ଜମି ପାଇଁ ଅନୁମୋଦିତ ବିହନ ହାର ( କେ.ଜି./ଏକର ପ୍ରତି) ଏକ ଡେସିମିଲ ପରିମିତ ଜମି ପାଇଁ ଆବଶ୍ୟକ ବିହନର ପରିମାଣ ( ଗ୍ରାମ/ ଡେସିମିଲ ପ୍ରତିl) ୧ ଶସ୍ୟ ୧.୧ ଶ୍ରୀ ପଦ୍ଧତ୍ତିରେ ଧାନ ଚାଷ ୨ ୨୦ ୧.୨ ମକା ୬ ୬୦ ୧.୩ ମାଣ୍ଡିଆ ୪ ୪୦ ୨ ଡାଲି ଜାତୀୟ ଫସଲ ୨.୧ ହରଡ ୬-୮ ୬୦-୮୦ ୨.୨ ଝୁଡଙ୍ଗ ୮ ୮୦ ୩ ତୈଳବୀଜ ୩.୧ ଚିନା ବାଦାମ ୭୦ ୭୦୦ ୩.୨ ରାଶି ୩-୪ ୩୦-୪୦ ୪ ପନିପରିବା ୪.୧ ବାଇଗଣ ୦.୨ ୨ ୪.୨ ଲଙ୍କା ୦.୩ ୩ ୪.୩ କାକୁଡି, କଲରା ଏବଂ ଜହ୍ନି ୨ ୨୦ ୪.୪ ଭେଣ୍ଡି ୪-୫ ୪୦-୫୦ ୪.୫ କଖାରୁ ୨-୩ ୨୦-୩୦ ୫ ଚିରନ୍ତନ ଏବଂ ଅର୍ଥକାରୀ ଫସଲ ୫.୧ କପା ୦.୮-୧.୫ ୮-୧୫ ୫.୨ ଝୋଟ ୨-୩ ୨୦-୩୦ ୫.୩ ଆଖୁ ୩୦-୪୦ କ୍ୟୁଣ୍ଟାଲ ୩୦-୪୦ କେ.ଜି. ଉପସଂହାର ଅଧିବେଶନକୁ ସମାପ୍ତ କଲାବେଳେ, କିଛି ଅଂଶଗ୍ରହଣକାରୀମାନଙ୍କୁ କ୍ରମହୀନ ଭାବେ ପଚାରନ୍ତୁ ଯେ ସେମାନ ନିଜ ଜମିର ଆୟତନ ପାଇଁ କେତେ ପରିମାଣର ବିହନ ବ୍ୟବହାର କରିଥାଆନ୍ତି I ଉପରେ ଦର୍ଶିତ ବିହନହାର ଚାର୍ଟକୁ ବ୍ୟବହାର କରି ନିଜ ନିଜ ଜମି ପାଇଁ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସାହାଯ୍ୟ କରନ୍ତୁ I ଆଧାର – ପୋର୍ଟାଲ ଟିମ