ଅଧିବେଶନ ୮.୨ ଅମଳ କରିବା ପଦ୍ଧତ୍ତି I ଉଦ୍ଦେଶ୍ୟ ଚାଷୀମାନଙ୍କୁ ଫସଲର ସଠିକ ଅମଳ ପଦ୍ଧତ୍ତି ବିଷୟରେ ଶିକ୍ଷା ଦେବା I ପଦ୍ଧତି ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ସଠିକ ଅମଳ ପଦ୍ଧତ୍ତି ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର ଏବଂ ଏକ ଚାଷୀର ବିଲ ଯେଉଁଠାରେ ବର୍ତ୍ତମାନ ଅମଳ ହେଉଥିବ ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୪୫ ମିନିଟ୍ | ପୃଷ୍ଠଭୁମୀ ପାକଳ ଫସଲକୁ ଜମିରୁ କାଟିବା ଠାରୁ ଆରମ୍ଭ କରି ଏହାକୁ ଅମଳ କରିବା ଏବଂ ସଫା କରି ବସ୍ତାରେ ରଖିବା ପର୍ଯ୍ୟନ୍ତ ପ୍ରକ୍ରିୟାକୁ ବୁଝାଏ ଯାହା ତଳେ ଚିତ୍ରରେ ପ୍ରଦର୍ଶନ କରାଯାଇଅଛି । ଚାଷୀମାନଙ୍କୁ ଜଣାନ୍ତୁ ଯେ ସେମାନେ ଉପଯୁକ୍ତ ଅମଳ ପଦ୍ଧତ୍ତି ଆଦୃତ କଲେ ଅନେକ ପ୍ରକାର ସୁବିଧା ପାବେ I ଉଦାହରଣସ୍ୱରୂପ ଉଚିତ ଅମଳ ପଦ୍ଧତି ଆଦୃତ କଲେ କମ ଶ୍ରମବଳ ଦରକାର ହୁଏ I ଏହାସହ ଫସଲର ଅବଶିଷ୍ଟାଂସ ମାଟିରେ ମିଶିଯିବା ଫଳରେ ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ I ଉପଯୁକ୍ତ ଭାବେ ଅମଳ କଲେ ଭଲ ମାନର ଶସ୍ୟ ଏବଂ ଫଳ ଉତ୍ପାଦିତ ହୋଇଥାଏ I ଏହି ପରିପେକ୍ଷିରେ ଚାଷୀମାନେ ପ୍ରତ୍ୟେକ ଫସଲ ପାଇଁ ଆଦୃତ ଅମଳ ପଦ୍ଧତି ଜାଣିବା ଉଚିତ ଯଦ୍ୱାରା ସେମାନେ ଆବଶ୍ୟକ ହେଉଥିବା ଶ୍ରମ ଏବଂ ଅନ୍ୟାନ୍ୟ ଉପକରଣର ବ୍ୟବସ୍ଥା କରିପାରିବେ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରନ୍ତୁ I ଅଧିବେଶନକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଅମଳ କରିବା ପାଇଁ କେଉଁ ସବୁ ପଦ୍ଧତିକୁ ଆଦୃତ କରିଥାନ୍ତି I ବିଭିନ୍ନ ପଦ୍ଧତିର ସୁବିଧା ଏବଂ ପରିସୀମାକୁ ଉଲ୍ଲେଖ କରିବା ପାଇଁ ସେମାନଙ୍କୁ କୁହନ୍ତୁ I ଏହାପରେ ବିଭିନ୍ନ ଚାଷୀମାନଙ୍କର ଆର୍ଥିକ କ୍ଷମତା ଅନୁଯାୟୀ ଶସ୍ୟ ଜାତୀୟ ଫସଲ ପାଇଁ ସେମାନେ ଅଦୃତ କରିଥିବା ବିଭିନ୍ନ ଅମଳ ପଦ୍ଧତି ବିଷୟରେ ଅଲୋଚନା କରନ୍ତୁ I ଅମଳ ପଦ୍ଧତି ନିମ୍ନ ପ୍ରଦତ୍ତ ଚାରି ଗୋଟି ଚରଣକୁ ନେଇ ଗଠିତ: ହାତରେ ଅମଳ କରିବା: ଅମଳ କରିବା ଉପକରଣ ଯଥା ରେକ୍, ସାଧାରଣ ପଦାଚାଳିତ ଧାନ ଅମଳ ଯନ୍ତ୍ର ବ୍ୟବହାର ସହ ପଶୁମାନଙ୍କ ଦ୍ୱାରା ମଡା ଯାଇଥାଏ I ହାତରେ ଅମଳ କରି ଯାନ୍ତିକ ପ୍ରଣାଳୀରେ ଫସଲ ଅଲଗା କରିବା: ହାତରେ ଅମଳ କରାଯାଏ, ଅମଳ କରିବା ଯନ୍ତ୍ର ବ୍ୟବହାର କରି ସଫା କରାଯାଏ I ଯାନ୍ତିକ ଫସଲ କଟା ଏବଂ ଯାନ୍ତିକ ଅମଳ: ଧାନ କଟା ଯନ୍ତ୍ର ଦ୍ୱାରା ଧାନ କଟାଯାଇ ଧାଡିରେ ଫସଲକୁ ରଖାଯାଇଥାଏ I ଅମଳ ଏବଂ ସଫାକରିବା ହାତରେ କିମ୍ବା ଯନ୍ତ୍ରରେ କରାଯାଇଥାଏ I କମ୍ବାଇନ ହାର୍ଭେଷ୍ଟିଙ୍ଗ୍: କମ୍ବାଇନ ହାର୍ଭେଷ୍ଟରଦ୍ୱାରା ସବୁ ପ୍ରକାର କାମ ଯଥା କାଟିବା, ଅମଳ କରିବା ଏବଂ ସଫାକରିବା ଇତ୍ୟାଦି ଏକ ସାଙ୍ଗରେ ହୋଇଥାଏ I ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ହାତରେ ଅମଳ କରିବା ପଦ୍ଧତ୍ତି ବ୍ୟତୀତ ଅନ୍ୟ ସବୁ ପ୍ରକାର ପଦ୍ଧତ୍ତିରେ ସମୟ ଏବଂ ଅର୍ଥର ସଞ୍ଚୟ ହୋଇଥାଏ I ସୋପାନ -୨: ଖରିଫ ଫସଲ ପାଇଁ ଅମଳ ପଦ୍ଧତ୍ତି: ଅମଳ ପାଇଁ ସଦା ସର୍ବଦା 'ଦା' ବ୍ୟବହାର କରାଯାଏ ଇ କିଛି କ୍ଷେତ୍ରରେ ଏହାକୁ ଉପୁଡା ଯାଇଥାଏ କିମ୍ବା ଫାଉଡା ବ୍ୟବହାର କରି ଖୋଳାଯାଇଥାଏ I ବାହାର ଆବରଣକୁ କ୍ଷତି ନ କରି ଫଳକୁ ତୋଳା ଯାଇଥାଏ I କିଛି ଫସଲ ଯଥା ପନିପରିବା ଏବଂ ଫଳ ଇତ୍ୟାଦି ଫସଲର ଅମଳ ପଦ୍ଧତି ନିମ୍ନ ପ୍ରଦତ୍ତ ପୋଷ୍ଟର ମାଧ୍ୟମରେ ଦର୍ଶାନ୍ତୁ: କ୍ର.ନଂ ଫସଲର ନାମ ଅମଳ ପଦ୍ଧତ୍ତି ୧ ଧାନ ସଧାରଣତଃ ଏକ ଦା ସାହାଯ୍ୟରେ ଅମଳ କରାଯାଇଥାଏ I କିଛି ଚାଷୀ କମ୍ବାଇନ ହାର୍ଭେଷ୍ଟର ବ୍ୟବହାର କରି ଧାନ କାଟିବା ସହ ଶସ୍ୟକୁ ଅଲଗା କରିଥାଆନ୍ତି I ୨ ମକା ଭଣ୍ଡାଗୁଡିକୁ ହାତରେ ଗଛରୁ ତୋଳା ଯାଇଥାଏ I ଶୁଖାଇଲା ପରେ ମଞ୍ଜିକୁ ମଞ୍ଜି ଛଡାଇବା ଯନ୍ତ୍ର କିମ୍ବା ଏକ ଲାଠି ସାହାଯ୍ୟରେ ପିଟି ବାହାର କରାଯାଏ I ୩ ହରଡ ଫସଲକୁ ଦା ରେ କଟା ଯାଇଥାଏ I ଏହାପରେ ଏହାକୁ ଖରାରେ ଶୁଖାଇ ଦାନା ବାହାର କରାଯାଏ I ୪ ମୁଗ, ବିରି ଏବଂ କୋଳଥ ଫସଲକୁ ଦା ରେ କଟା ଯାଇଥାଏ I ଏହା ମୃତ୍ତିକା ଉର୍ବରତାରେ ସାହାଯ୍ୟ କରିଥାଏ I ଫସଲକୁ ଖରାରେ ଶୁଖାଯାଇଥାଏ I ପରେ ଏହାକୁ ବଳଦ ସାହାଯ୍ୟରେ ମଡାଯାଇଥାଏ କିମ୍ବା ଲାଠିରେ ପିଟି ଅମଳ କରାଯାଇଥାଏ I ୫ ଚିନା ବାଦାମ ଖୁରପି, ବ୍ୟବହାର କରି ଅମଳ କରାଯାଇଥାଏ I ୬ ଝୁଡଙ୍ଗ, କଲରା, ଜହ୍ନି ଏବଂ କାକୁଡି ପନିପରିବାକୁ ତୋଳି ଅମଳ କରାଯାଇଥାଏ I ଅମଳ କରିସାରିବା ପରେ ଫସଲର ଅବଶିଷ୍ଟାଂସକୁ ମାଟିରେ ମିଶାଇବା ପାଇଁ ହଳ କରିବା ଉଚିତ I ଏହାଦ୍ୱାରା ମାଟିର ଉର୍ବରତା ବୃଦ୍ଧିହୋଇଥାଏ I ୭ ଆଳୁ ଆଳୁକୁ ମାଟି ଭିତରୁ ଖୋଳି ବାହାର କରାଯାଏ I ଯତ୍ନ ନେବା ଦରକାର ଖୋଳିଲା ସମୟରେ ଯେପରି ଆଳୁର ମୂଳ ନଷ୍ଟ ହୋଇ ନ ଯାଏ I ୮ ଆମ୍ବ, ଲେମ୍ବୁ ଏବଂ ମୌସୁମ୍ବୀ ଫଳକୁ ଗଛରୁ ତୋଳି ଅମଳ କରାଯାଇଥାଏ I ଫଳକୁ ନଷ୍ଟ ନ କରି କିମ୍ବା ଅମଳ ସମୟରେ ଏହା ତଳେ ନ ପଡିବା ପାଇଁ ବିଶେଷ ଫଳ ତୋଳା ଯନ୍ତ୍ର ଉପଲବ୍ଧ ଅଛି I କେବଳ ପାକଳ ହୋଇଥିବା ଫଳ ତୋଳିବା ଉଚିତ ଏବଂ ପାକଳ ହୋଇ ନ ଥିବା ଫଳକୁ ଗଛରେ ଛଡିଦେବା ଉଚିତ I ସୋପାନ -୩: ପ୍ରଦର୍ଶନ: ଶ୍ରେଣୀ-କକ୍ଷ ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଚାଷୀର ବିଲକୁ ପ୍ରଦର୍ଶନରେ ନିଅନ୍ତୁ ଯେଉଁଠାରେ କିଛି ମୁଖ୍ୟ ଫସଲର ଅମଳ ହେଉଥିବ I ଅଂଶଗ୍ରହଣକାରୀମାନେ ଅମଳର ବିଭିନ୍ନ ଚରଣ ସବୁକୁ କେତେଦୁର ବୁଝିପାରିଛନ୍ତି, ଜାଣିବାପାଇଁ ସେମାନଙ୍କୁ ପଚାରନ୍ତୁ ଯେ ବର୍ତ୍ତମାନ ସେମାନେ ଦେଖୁଥିବା "ଅମଳ ଚରଣ"ର ନାମ କ'ଣ ? ସେମାନେ ଅମଳର ବିଭିନ୍ନ କାର୍ଯ୍ୟ ଯେପରିକି କାଟିବା, ଶୁଖାଇବା, ପରିବହନ କରିବା, ବସ୍ତାରେ ବାନ୍ଧିବା, ଅମଳ କରିବା, ସଫା କରିବା ଏବଂ ପ୍ୟାକିଙ୍ଗ କରିବା ଇତ୍ୟାଦିକୁ ଚିହ୍ନଟ କରିବା ସହ ଏହି ସବୁର ପ୍ରଭେଦକୁ ଜାଣି ପାରୁଥିବା ଉଚିତ I ସେହିପରି ଭାବେ ବିଭିନ୍ନ ଉପକରଣ ଯଥା ଦା, ଅମଳକରିବା ଯନ୍ତ୍ର, ଅଖା ବସ୍ତା ଇତ୍ୟାଦି ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହିସବୁ ଉପକରଣ ଅମଳ ସମୟରେ କ'ଣ କାମରେ ଆସିଥାଏ I ଅମଳର ବିଭିନ୍ନ ପଦ୍ଧତି ଯଥା କାଟିବା (ଧାନ), ତୋଳିବା (ପରିବା) ଏବଂ ଖୋଲିବା (ଆଳୁ) ଇତ୍ୟାଦି ଦେଖାଇବା ପାଇଁ ଏହିସବୁ ଫସଲ ଅମଳ ପର୍ଯ୍ୟାୟରେ ଥିବା ବିଭିନ୍ନ ଚାଷ ଜମିକୁ ଅଂଶଗ୍ରହଣକାରୀମାନଙ୍କୁ ନିଅନ୍ତୁ I ଉପସଂହାର ଅଧିବେଶନର ସମାପ୍ତି ପରେ ଆଶା କରାଯାଏ କି ସେମାନେ ଅମଳର ପଦ୍ଧତ୍ତି ସବୁକୁ ବୁଝିପାରିଛନ୍ତି ଏବଂ ସେମାନେ ଏହି 'ଜ୍ଞାନ କୌଶଳ'କୁ ପରିବାରର ପୁରୁଷ ସହ ଅନ୍ୟ ଚାଷୀମାନଙ୍କସହ ଆଲୋଚନା କରିବେ I ଆଧାର – ପୋର୍ଟାଲ ଟିମ