ଅଧିବେଶନ ୧.୧ ଖରାଟିଆ ହଳ କରିବା I ଉଦ୍ଦେଶ୍ୟ ଖରାଟିଆ ହଳ କରିବାର ଉପଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I ଦରକାରୀ ସାମଗ୍ରୀ ପୋଷ୍ଟର, ହଳ ବଳଦ, ଟ୍ରାକ୍ଟର୍, ୱିଡର, ଚାଷୀର ଜମି I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ – ୪୫ମିନିଟ୍ | ପୃଷ୍ଠଭୁମୀ କୃଷିକାର୍ଯ୍ୟର ପ୍ରଥମ ମୌଳିକ କାର୍ଯ୍ୟ ହେଉଛି ଜମି ପ୍ରସ୍ତୁତିକରଣ I ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ I ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ I ଜମି ପ୍ରସ୍ତୁତିକରଣ କିମ୍ବା ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିଥାଏ I ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ତୃଣ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଏହି ଅଧିବେଶନ ସଞ୍ଚାଳନ କରିବା ପାଇଁ ଚାଷୀମାନଙ୍କୁ ଏକ ସାଧାରଣ ସ୍ଥାନରେ ଏକତ୍ର କରାନ୍ତୁ I ଚାଷୀମାନଙ୍କ ସହ ବିମର୍ଶକରି ସେମାନେ ଅନୁସରଣ କରୁଥିବା ଜମି ପ୍ରସ୍ତୁତି ଅଭ୍ୟାସ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ଯାହାଦ୍ୱାରା ଖରାଟିଆ ହଳ ବିଷୟରେ ସେମାନଙ୍କର ବୋଧତା ବିଷୟରେ ଆକଳନ କରିହେବ I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ଖରିଫ ଋତୁର ଆରମ୍ଭ ପୂର୍ବରୁ ସେମାନେ ଖରାଟିଆ ହଳ କରନ୍ତି କି ଏବଂ ଯଦି 'ହଁ' କେଉଁ ମାସରେ କରନ୍ତି I ସୋପାନ - ୨: ଖରାଟିଆ ହଳ କ'ଣ : ଚାଷୀମାନଙ୍କୁ ବୁଝାନ୍ତୁ ଯେ ଖରାଟିଆ ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିବା ସହ ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ତୃଣ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ I ସେମାନଙ୍କୁ ବୁଝାନ୍ତୁ ଯେ ହଳ କରିବାଦ୍ୱାରା ଫସଲର ଚେର ଗଭୀର ଭାବେ ମାଟି ଭିତରେ ପଶିବା ଯୋଗୁଁ ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରିବାସହ ମାଟି ଟେଳାକୁ ଗୁଣ୍ଡ କରି ମୃତ୍ତିକାର ଗଠନକୁ ଉନ୍ନତି କରିଥାଏ I ଏହାକୁ ପ୍ରାଞ୍ଜଳ ଭାବେ ବୁଝାଇବା ପାଇଁ, କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଭୂମୀ ଉପରେ ପାଣି ଢାଳିବାକୁ କୁହନ୍ତୁ ଏବଂ ପାଣି କିପରି ଭାବେ ଧିରେ ଧିରେ ମାଟି ଭିତରେ ଶୋଷିତ ହେଉଛି ସେମାନଙ୍କୁ ପର୍ଯ୍ୟବେକ୍ଷଣ କରିବାକୁ ଦିଅନ୍ତୁ I ବର୍ତ୍ତମାନ ଏକ ଶକ୍ତ ବାଡି କିମ୍ବା ଲୁହା ରଡ଼ରେ ମାଟିକୁ ଟିକେ ଖୋଳି ଦେଇ ପାଣି ଢାଳି ସେମାନଙ୍କୁ ଦେଖାନ୍ତୁ ଯେ ପାଣି କିପରି ଅତି ଶୀଘ୍ର ମାଟି ଭିତରେ ଶୋଷିତ ହେଉଅଛି I ଅଂଶଗ୍ରହଣକାରୀମାନଙ୍କୁ ହଳ କରିବାର ଆବଶ୍ୟକତା ବିଷୟରେ ଏହି ଅଭ୍ୟାସ ବୁଝାଇବାରେ ସାହାଯ୍ୟ କରିବ I ସୋପାନ - ୩ : ଖରାଟିଆ ହଳ କରିବାର ମାନଦଣ୍ଡ : ଚାଷୀମାନଙ୍କୁ ବୁଝାନ୍ତୁ ଯେ ସାଧାରଣ ଫସଲ ପାଇଁ ୧୫ ରୁ ୨୦ ସେ.ମି. ଗହୀର ପର୍ଯ୍ୟନ୍ତ ହଳ କରିବା ଉଚିତ ଏବଂ ଗଭୀର ଆରୋପିତ ଫସଲ ପାଇଁ ୨୫ ରୁ ୩୦ ସେ.ମି. ପର୍ଯ୍ୟନ୍ତ ଗହୀର ହଳ କରିବା ଉଚିତ I ସୋପାନ - ୪ : ହଳ କେମିତି କରିବେ: ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଜମିକୁ ନେଇ ପ୍ରକୃତରେ ହଳ କିପରିଭାବେ କରାଯାଏ ପ୍ରଦର୍ଶନ କରନ୍ତୁ I ସେମାନଙ୍କୁ କୁହନ୍ତୁ ଯେ ହଳ ବଳଦ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ହଳ କରାଯାଏ I ହଳ ବଳଦ ଏବଂ ଟ୍ରାକ୍ଟର ସାହାଯ୍ୟରେ ହଳକରିବା ଭିତରେ ଥିବା ପାର୍ଥକ୍ୟକୁ ବୁଝାନ୍ତୁ I ସେମାନଙ୍କୁ ବୁଝାନ୍ତୁ ଯେ ଜମି ପ୍ରସ୍ତୁତି ପାଇଁ ଯଦି ଟ୍ରାକ୍ଟର ଦ୍ୱାରା ହଳ କରାଯାଉଥାଏ ତେବେ ଦୁଇ ରୁ ତିନିଥର କରିବା ଦରକାର ଏବଂ ଯଦି ବଳଦ ଦ୍ୱାରା କରାଯାଉଥାଏ ତେବେ ଚାରି ରୁ ପାଞ୍ଚ ଥର ହଳ କରିବା ଆବଶ୍ୟକ I ମାଟି ଟେଳାସବୁକୁ ଭାଙ୍ଗିବା ତଥା ମୃତ୍ତିକାର ଜଳୀୟ ଅଂଶ ମାତ୍ରା ସଂରକ୍ଷଣ କରିବା ପାଇଁ ଜମିକୁ ସମତୁଲ କରନ୍ତୁ I ୱିଡର ବ୍ୟବହାର କରି ଜମି ହିଡରୁ ତୃଣସବୁକୁ ବାହାରକରି ଦିଅନ୍ତୁ I ଜମିରୁ ଅତ୍ୟଧିକ ପାଣି ନିଷ୍କାସନ କରି ଦିଅନ୍ତୁ I ପାଣି ନିଷ୍କାସନ କରିବା ପୂର୍ବରୁ ନାଳୀ ଭିତରୁ ଅନାବନା ଗଛଲତା ସବୁ ବାହାର କରିଦିଅନ୍ତୁ ଯେପରିକି ପାଣି ଭଲଭାବରେ ପ୍ରବାହିତ ହୋଇ ପାରିବ I ଉପସଂହାର ଅଧିବେଶନର ଶେଷ ଆଡକୁ କୌଣସି ଜଣେ ମୁଖର କିମ୍ବା ପ୍ରଗତିଶୀଳ ଚାଷୀଙ୍କୁ ଅଧିବେଶନର କାର୍ଯ୍ୟବାହୀକୁ ସଂକ୍ଷେପରେ ବର୍ଣନ କରିବାକୁ କହି ପଚାରନ୍ତୁ ଯେ ଖରାଟିଆ ହଳ କ'ଣ ? ଖରାଟିଆ ହଳ କାହିଁକି କରାଯାଏ ? ଖରାଟିଆ ହଳ କିପରିଭାବେ କରାଯାଏ ? ଏହାଦ୍ୱାରା ଅନ୍ୟ ଚାଷୀମାନେ ଏହି ଖରାଟିଆ ହଳର ଉପାଦେୟତାକୁ ଭଲଭାବରେ ବୁଝି ପାରିବେ I ଆଧାର – ପୋର୍ଟାଲ ଟିମ