ଆମେ ସମସ୍ତେ ସବୁଦିନ କିଛି କିଛି ପନିପରିବା ଖାଇଥାଉ । ପନିପରିବା ନଥିଲେ ଅନେକ ଲୋକଙ୍କର ଖାଦ୍ୟ ରୁଚିକର ହୁଏନାହିଁ । ଗରିବଠାରୁ ଆରମ୍ଭ କରି ଧନୀଲୋକ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାରର ପନିପରିବା ଖାଇଥାନ୍ତି । ଏହି ଦୃଷ୍ଟିରୁ ପନିପରିବାର ଆବଶ୍ୟକତା ଯେ କେତେ ବେଶି, ଏ କଥା ସହଜରେ ଅନୁମାନ କରାଯାଇପାରେ । ଡାକ୍ତରମାନଙ୍କ ମତରେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ପନିପରିବାର ଆବଶ୍ୟକତା ଖୁବ୍ । ଅଧିକ । ବିଶେଷ କରି ଦେହରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଯେଉଁ ଭିଟାମିନ୍, ଖାଦ୍ୟପ୍ରାଣ ଓ ଧାତବ ଲବଣ ଦରକାର ହୋଇଥାଏ, ତାହା ବିଭିନ୍ନ ପ୍ରକାର ପନିପରିବାରୁ ସହ ଜରେ ମିଳିଥାଏ । ଆମର ଦୈନନ୍ଦିନ ଖାଦ୍ୟରେ ପ୍ରାୟ । ୩୦ ୦- ୩୫୦ ଗ୍ରାମ୍ ପନିପରିବା ରହିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଉଅଛି । ପନିପରିବାରୁ ମିଳୁଥିବା ଭିଟାମିନ୍ ଓ ତାହାର ଆବଶ୍ୟକତା ପନିପରିବାରୁ ଆମେ ପ୍ରାୟ ଅନେକ ପ୍ରକାରର ଭିଟାମିନ୍ ଓ ଧାତବ ଲବଣ ପାଇଥାଉ । ଏହି ସବୁ ଭିଟାମିନ୍ ବା ଲବଣର ଅଭାବରେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଭିଟାମିନ୍ ଏର ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ । ସେହିପରି ଖାଦ୍ୟରେ ଭିଟାମିନ୍ ଏର ଅଭାବ ହେଲେ, ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଅନେକଙ୍କ ଶ୍ଵାସନଳୀ ଜନିତ ରୋଗ ମଧ୍ୟ ହୋଇଥାଏ । ଗାଜର, ଶାଗ, ବିଲାତିବାଇଗଣ, ଦେଶୀଆଳୁ ପ୍ରଭୃତିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ରହିଥାଏ । ତେଣୁ ଏହି ସବୁ ପନିପରିବା ନିୟମିତ ଖାଉଥଲେ ଭିଟାମିନ୍ ଏ ର ଅଭାବ ରହେନାହିଁ । ଭିଟାମିନ୍ ବି ସାଧାରଣତଃ ବିଭିନ୍ନ ପ୍ରକାରର ଶାଗ, କୋବି, ପୋଟଳ, କଲରା, ମଟର, ବିନ୍ ପ୍ରଭୃତିରେ ରହିଥାଏ । ଭିଟାମିନ୍ ବିର ଅଭାବରେ ଭୋକ କମିଯାଏ । ଅନେକଙ୍କର ପାଟିରେ ତୁଣ୍ଡ ଘା’ ହୁଏ । ହାତ ଓ ପାପୁଲିରୁ ଚମ ଛାଡ଼େ ଏବଂ ରକ୍ତହୀନତା ଦେଖାଯାଏ । ଭିଟାମିନ୍ ସି ମଧ୍ୟ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଆବଶ୍ୟକ । ଏହାର ଅଭାବରେ ଦାନ୍ତରୁ ରକ୍ତ ପଡ଼େ । ଦେହର ରୋଗ ପ୍ରତିରୋଧୀ ଶକ୍ତି କମିଯାଏ । ସ୍କର୍ଭି ନାମକ ରୋଗ । ଏହି ଭିଟାମିନ୍ ଅଭାବରେ ହୋଇଥାଏ । ତେବେ ବିଲାତିବାଇଗଣ, ପାଳଙ୍ଗ, କାକୁଡ଼ି, ଆକୁ ପ୍ରଭୃତି ପନିପରିବାରୁ ଆମକୁ ଯଥେଷ୍ଟ ପରିମାଣରେ ଭିଟାମିନ୍ ସି ମିଳିଥାଏ । । ସାଧାରଣତଃ ଆମର ସ୍ଵାସ୍ଥ୍ୟ ପାଇଁ ଚୂନ, ଲୌହ ଓ ଆୟୋଡ଼ିନ ଜାତୀୟ ଧାବେ ଲବଣ ଆବଶ୍ୟକ ହୋଇଥାଏ । ଚୂନର ଅଭାବରେ ହାଡ଼ ଓ ଦାନ୍ତ ଦୁର୍ବଳ ହୋଇଯାଏ । ରକ୍ତ ଜମାଟ ବାନ୍ଧିବାରେ ବାଧା ସୃଷ୍ଟି ହୁଏ । ଲୌହର ଅଭାବ ହେଲେ ଦେହରେ ରକ୍ତହୀନତା ଦେଖାଯାଏ ଓ ଅଳ୍ପ ସମୟରେ ଲୋକ କ୍ଳାନ୍ତି ଅନୁଭବ କରେ । ଆୟୋଡିନ୍ ଅଭାବରେ ଗଏଟର ନାମକ ରୋଗ ହୋଇଥାଏ । ସାଧାରଣତଃ ଶାଗ, ବୋଇତି କଖାରୁ, ଅମୃଭେଣ୍ଡା ଓ ମଞ୍ଜି ଜାତୀୟ ପନିପରିବାରେ ପ୍ରଚୁର ପରିମାଣର ବୃନ ଥାଏ । ଛୁଇଁ ଜାତୀୟ ପନିପରିବା, ଶାଗ, କଦଳୀ ଓ ପିଆଜରେ ଲୌହ ରହିଥାଏ । ଭେଣ୍ଡି, ସଜନା ଛୁଇଁ ଓ ଅନ୍ୟାନ୍ୟ ଛୁଇଁ ଜାତୀୟ ପନିପରିବାରେ ଆୟୋଡିନ ଥାଏ । ଏହା ବ୍ୟତୀତ କଞ୍ଚା କଦଳୀ, ଦେଶୀଆଳୁ, କନ୍ଦମୂଳ, ସାରୁ, ଆଳୁ ପ୍ରଭୃତିରେ ପ୍ରଚୁର ପରିମାଣରେ ଶର୍କରା ବା ଶ୍ଵେତସାର ଜାତୀୟ ଖାଦ୍ୟ ଥାଏ । ମଟର, ବିନ୍, ଶିମ ପ୍ରଭୃତି ଛୁଇଁ ଜାତୀୟ ପରିବାରୁ ଆମେ ପ୍ରୋଟିନ୍ ବା ପୁଷ୍ଟିସାର ପାଇଥାଉ । ଡାକ୍ତରମାନଙ୍କ ମତରେ ଯଥେଷ୍ଟ ପରିମାଣରେ କଲରା ଖାଇଲେ ବହୁମୂତ୍ର ରୋଗ ହେବାର ଆଶଙ୍କା କମିଯାଏ । ଝାଡ଼ା ପରିଷ୍କାର, ଦେହରୁ ଅମ୍ଳ ଜାତୀୟ ପଦାର୍ଥର ନିରାକରଣ ପାଇଁ ମଧ୍ୟ ପନିପରିବାର ଆବଶ୍ୟକତା ରହିଛି । ପନିପରିବା ଫସଲରୁ ଲାଭ ପନିପରିବା ଏକ ଲାଭଜନକ ଫସଲ । ଏକଥା ଅବଶ୍ୟ ସତ୍ୟ ଯେ, ପନିପରିବା ଚାଷରୁ ଲାଭ ପାଇବାକୁ ହେଲେ ଅଧିକ ପରିଶ୍ରମ ଓ ଯତ୍ନ କରିବାକୁ ହୋଇଥାଏ । ଏକ ଏକର ବିଲରେ ଭଲ ଭାବରେ ଧାନ ଚାଷ କଲେ ସାଧାରଣତଃ ୧୫ ରୁ ୨୦ ବିଣ୍ଟାଲ୍ ପର୍ଯ୍ୟନ୍ତ ଧାନ ମିଳିଥାଏ । କିନ୍ତୁ ଏକ ଏକର ବିଲରେ ଆଳୁ, ବିଲାତିବାଇଗଣ, ବାଇଗଣ, ଦେଶୀଆଳୁ, କୋବି ପ୍ରଭୃତି ଚାଷ କଲେ, ଆମେ ଖୁବ୍ କମ୍ରେ ୮୦ ରୁ ୧୦୦ କ୍ରିଷ୍ଟାଲ୍ ପର୍ଯ୍ୟନ୍ତ ଅମଳ ପାଇଥାଉ । ସେହି ପରି ଲାଭ ଦୃଷ୍ଟିରୁ ଦେଖୁକୁ ଗଲେ ପନି ପରି ବାରୁ ଅଧିକ ଲାଭ ହୋଇଥାଏ । ଏକ ଏକର ବିଲ ରୁ ମିଳୁଥିବା ଧାନର ଦର କ୍ରିଣ୍ଟାଲ ପିଛା ୧୦୦୦ ଟଙ୍କା ହିସାବରେ ୧୫-୨୦ ହଜାର ଟଙ୍କା ହେବ । କିନ୍ତୁ ଏକ ଏକର ବିଲରେ ଯଦି ବାଇଗଣ କରାଯାଏ, ତେବେ ଖୁବ୍ କମ୍ରେ ପ୍ରାୟ ୮୦ କ୍ରିଷ୍ଟାଲ୍ ବାଇଗଣ ମିଳିପାରିବ । କ୍ଵିଣ୍ଟାଲ ପିଛା ଅତି କମ୍ରେ ୫୦୦ ଟଙ୍କା ହେଲେ, ଚାଷୀ ତହିଁରୁ ୪୦,୦୦୦ ଟଙ୍କା ପାଇବ । ଚାଷ ଖର୍ଚ୍ଚ ପ୍ରାୟ ୧୫,୦୦୦ ଟଙ୍କା ଗଲେ ୨୫,୦୦୦ ଟଙ୍କା ଲାଭ ମିଳିବ । ଆଜିକାଲି ହାଇବ୍ରିଡ଼ ବା ସଙ୍କର ଜାତୀୟ ପନିପରିବା ବିହନ ମିଳୁଅଛି । ସଙ୍କର ଜାତୀୟ ବିଲାତି ବାଇଗଣ, ବାଇଗଣ ପ୍ରଭୃତିରୁ ଏକର ପିଛା ୧୫୦ କ୍ଵିଣ୍ଟାଲରୁ ଅଧିକ ଅମଳ କରାଯାଇ ପାରୁଅଛି । ଅନେକ ଚାଷୀ କେବଳ ଶାଗ ଚାଷ କରି ଯଥେଷ୍ଟ ଲାଭ ପାଇପାରୁ ଅଛନ୍ତି । ଯଦି ଜଣେ ଚାଷୀର ମଝାଳିଆ ବା ଢ଼ିପ ଜମି ଥାଏ ଓ ତହିଁରେ ବର୍ଷସାରା ଜଳସେଚନର ବ୍ୟବସ୍ଥା କରି ଦିଆଯାଏ, ତେବେ ସେହି ଚାଷୀ ପନିପରିବା ଚାଷ କରି ବର୍ଷକ ଭିତରେ ଏକ ଏକର ବିଲରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଲାଭ ପାଇପାରିବେ । ମନେକରନ୍ତୁ ବର୍ଷାଦିନେ ଅଧ ଏକର ବିଲରେ ସଙ୍କର ଜାତୀୟ ବାଇଗଣ ଓ ଅନ୍ୟ ଅଧ ଏକରରେ ଭେଣ୍ଡିଚାଷ କଲେ ହେଁରୁ ୬୦,୦୦୦ ଟଙ୍କା ମିଳିପାରିବ । ଶୀତଦିନେ ଅଧ ଏକର ବିଲରେ କୋବି ଓ ଅଧ ଏକର ବିଲରେ ବିଲାତି ବାଇଗଣ ଚାଷରୁ ୫୦,୦୦୦ ଟଙ୍କା ମିଳିବ । ଖରାଦିନେ ଅଧ ଏକର ବିଲରେ ବରଗୁଡ଼ି ଓ ଅଧଏକର ବିଲରେ ବୋଇତି କଖାରୁ, ଜହ୍ନି, କାକୁଡ଼ି ଇତ୍ୟାଦି କଲେ ପ୍ରାୟ ୫୦,୦୦୦ ଟଙ୍କା ମିଳିବ । ତିନୋଟିଯାକ ଋତୁରେ ଚାଷ ଖର୍ଚ୍ଚ ବାଦ ଯାଇ ଏକଲକ୍ଷ ଟଙ୍କା ଲାଭ ହେବ । ସହର ନିକଟବର୍ତ୍ତୀ ଅଞ୍ଚଳରେ ପନିପରିବା ଚାଷରୁ ବେଶ୍ ଅର୍ଥ ଆଦାୟ ହୋଇଥାଏ । ତେଣୁ ଆମ ଚାଷୀଭାଇମାନେ ଅଧିକ ଅମଳକ୍ଷମ ଓ ଶୀଘ୍ର ଅମଳ ହେଉଥିବା ପନିପରିବା ଚାଷ କଲେ ନିଶ୍ଚୟ ଲାଭବାନ ହୋଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ । ଆଜିକାଲି ବଜାରରେ ଅଦିନିଆ ପନିପରିବା ମିଳିଥାଏ । ଏହି ଅଦିନିଆ ପନିପରିବାରୁ ମଧ୍ୟ ଚାଷୀ ବହୁତ ଲାଭ କରିଥାନ୍ତି । ଆମ ରାଜ୍ୟରେ ବର୍ଷାଦିନେ ମୂଳା, କୋବି ପ୍ରଭୃତି ପନିପରିବା ମଧ୍ୟ ଚାଷ କରାଯାଇ ପାରୁଅଛି । କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲାରେ ବର୍ଷାଦିନେ ବିଲାତିବାଇଗଣ, ବନ୍ଧାକୋବି, ଫୁଲକୋବି ଆଦି ଚାଷ କରାଯାଇପାରିବ । ବଜାର ମୂଲ୍ୟ ଅଧିକ ରହୁଥିବାରୁ ଏଥିରୁ ଅଧିକ ଲାଭ ମିଳିପାରିବ । ପନିପରିବା ଭିତ୍ତିକ ଶିଳ୍ପ ଆଜିକାଲି ପନିପରିବାରୁ ନାନାପ୍ରକାରର ପଦାର୍ଥ ପ୍ରସ୍ତୁତ କରାଯାଇ ଅଧିକ ଦାମରେ ବିକ୍ରୟ କରାଯାଉଅଛି । ବିଲାତି ବାଇଗଣରୁ ତିଆରି ହେଉଥିବା ସସ୍ ଓ କେଅପର ଚାହିଦା ଦିନକୁ ଦିନ ବଢୁଅଛି । ସେହି ପରି ମଟର, ବନ୍ଧାକୋବି, ଫୁଲକୋବି ପ୍ରଭୃତି ପନିପରିବାକୁ ମଧ୍ୟ ଟିଣ ଡବା ଭିତରେ ସାଇତି ରଖାଯାଇ ବିକ୍ରୟ କରାଯାଉଅଛି । ଆଳୁରୁ ଚିପ୍ସ ପ୍ରଭୃତି ନାନାପ୍ରକାରର ଖାଦ୍ୟ ତିଆରି କରାଯାଇ ପାରୁଅଛି । ତେଣୁ ଏସବୁ ପନିପରିବା ଯଦି ଅଧିକ ପରିମାଣରେ ଉତ୍ପାଦିତ ହୁଏ, ତେବେ ଅନେକ ଆଗ୍ରହୀ ଚାଷୀ ହେଁରୁ ବିଭିନ୍ନ ପ୍ରକାରର ପଦାର୍ଥ ପ୍ରସ୍ତୁତ କରି ବେଶ୍ ଲାଭବାନ୍ ହୋଇପାରିବେ । ପନିପରିବା ଚାଷରୁ ଅଧିକ ଲାଭ ପାଇପାର ଉପାୟ ପନିପରିବା ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ଉଚିତ୍ । ଭଲ ବିହନ, ଆବଶ୍ୟକ ପରିମାଣରେ ଖତସାର, ଠିକ୍ ସମୟରେ ରୋଗ ଓ ପୋକ ପ୍ରତିରୋଧକ ବ୍ୟବସ୍ଥା ଏବଂ ପନିପରିବାକୁ ଉଚିତ୍ ଦରରେ ବିକ୍ରି କରିପାରିଲେ ଅଧିକ ଲାଭ ହୋଇପାରିବ । ଆଜିକାଲି କେବଳ ପନିପରିବା ମଞ୍ଜି ଉତ୍ପାଦନ କରି ଅନେକ ଚାଷୀ ବେଶ୍ ଲାଭବାନ ହୋଇ ପାରୁଅଛନ୍ତି । ଅନେକ ସମୟରେ ଦୁଇ ତିନୋଟି ପନିପରିବା ମଧ୍ୟ ଏକ ସମୟରେ ଏକା ଜମିରେ ଚାଷ କରାଯାଇ ପାରିବ । ତେବେ ମନେରଖିବା ଉଚିତ୍, ପନିପରିବା ଚାଷ କରିବାକୁ ହେଲେ ଜମିର ଉର୍ବରତା ରକ୍ଷା କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେବା ଉଚିତ୍ । ମନେରଖନ୍ତୁ ପନିପରିବା ଚାଷ ଖୁବ୍ ଲାଭଜନକ । ତେଣୁ ପ୍ରତ୍ୟେକ ଚାଷୀ ନିଜ ଶକ୍ତି ଅନୁସାରେ ପନିପରିବା ଚାଷ କରିବା ଉଚିତ୍ । ଭଲ ବିହନ ଆଣି ଠିକ୍ ସମୟରେ ଚାଷ କରନ୍ତୁ । ପନିପରିବା ଫସଲ ପାଇଁ ଅଧିକ ଖତ ଓ ସାର ଦରକାର ପଡ଼ିଥାଏ । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ପରିମାଣରେ ଖତ ଓ ସାର ଦିଅନ୍ତୁ । ତେବେ ଅଧିକ ପରିମାଣରେ ଖତ ଦେଲେ ଅମଳ ବଢ଼ିଥାଏ । ପୋକ ଓ ରୋଗ ନହେବା ପାଇଁ ଅଥବା ରୋଗପୋକର ପ୍ରତିକାର କରିବା ପାଇଁ ସଫଳ ବ୍ୟବସ୍ଥା ଗ୍ରହଣ କରନ୍ତୁ । ପନିପରିବା ଫସଲ ବିକ୍ରି କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଦରକାର । ଯେଉଁ ଠାରେ ଯେଉଁ ପନିପରିବାର ଚାହିଦା ବେଶି ସେଠାକୁ ତାହା ପଠାଇଲେ । ଅଧିକ ଲାଭ ହୋଇପାରିବ । ପନିପରିବାର ଶ୍ରେଣୀ ବିଭାଗ ବାଇଗଣ ଜାତୀୟ : ବାଇଗଣ, ବିଲାତିବାଇଗଣ, କ୍ୟାପ୍ସିକମ୍, ଲଙ୍କାମରିଚ,ଆଳୁ କଖାରୁ ଜାତୀୟ ବୋଇତି କଖାରୁ, ଲାଉ, କାକୁଡ଼ି, କଲରା, ଜହ୍ନି, ପୋଟଳ, କାଙ୍କଡ଼, ତରଭୁଜ, କୁନ୍ଦୁରି କୋବି ଜାତୀୟ ବନ୍ଧାକୋବି, ଫୁଲକୋବି, ଓଲକୋବି ଛୁଇଁ ଜାତୀୟ ବିନ୍, ଶିମ୍ବ, ମଟର, ଗୁଆଁର, ବରଗୁଡ଼ି ଚେର ଓ ମୂଳ ଜାତୀୟ ସାରୁ, ଖମ୍ବଆଳୁ, କନ୍ଦମୂଳ, ଓଲୁଅ, ମୂଳା, ବିଟ୍, ଗାଜର ମସଲା ଜାତୀୟ : ଅଦା, ହଳଦୀ, ପିଆଜ, ରସୁଣ ଶାଗ ଜାତୀୟ ଖଡ଼ା, ପାଳଙ୍ଗ, ଲେଉଟିଆ, କୋଶଳା ଅନ୍ୟାନ୍ୟ ଭେଣ୍ଡି ଜାଣିବା କଥା କେଉଁ ସାରରେ କଣ ଅଛି ସାରର ନାମ ଶତକଡ଼ା ହିସାବରେ ଭାଗ ଯବକ୍ଷାର ଫସ୍ଫରସ୍ ପଟାସ ୟୁରିଆ ୪୬ - - ସିଙ୍ଗଲ ସୁପର ଫସ୍ଫେଟ୍ - ୧୬ - ମ୍ୟରେଟ୍ ଅଫ୍ ପଟାସ୍ - - ୬୦ କାଲସିୟମ୍ ଆମୋନିଅମ ନାଇଟ୍ରେଟ୍ ୨୫ - - ଆମୋନିୟମ ସଲଫେଟ୍ ୨୦ - - ଗ୍ରୋମୋର (୨୮-୨୮-୦) ୨୮ ୨୮ - ଏନପିକେ (୧୦-୨୬-୨୬) ୧୦ ୨୬ ୨୬ ଏନପିକେ (୧୪-୩୫-୧୪) ୧୪ ୩୫ ୧୪ ଶ୍ୟାମଳା ୧୫ ୧୫ ୧୫ ଡିଏପି ୧୮ ୪୬ - ଏହାଛଡ଼ା ବଜାରରେ ଅନ୍ୟାନ୍ୟ ସାର ମଧ୍ୟ ମିଳୁଛି । ଜମିରେ ସାର ପକାଇବା ପୂର୍ବରୁ ଖାଦ୍ୟସାରକୁ ହିସାବ କରି ନିଅନ୍ତୁ । ଏକ କିଲୋଗ୍ରାମ ଯବକ୍ଷାର ଆବଶ୍ୟକ ଥିଲେ ୨.୨୦୦ କିଲୋଗ୍ରାମ୍ ୟୁରିଆ କିମ୍ବା ୪ କିଲୋଗ୍ରାମ୍ କ୍ୟାଲସିୟମ୍ ଆମୋନିୟମ ନାଇଟ୍ରେଟ୍ କିମ୍ବା ୫ କିଲୋଗ୍ରାମ୍ ଆମୋନିୟମ୍ ସଲଫେଟ୍ ପ୍ରୟୋଗ କରନ୍ତୁ । ଏକ କିଲୋଗ୍ରାମ୍ ଫସ୍ଫରସ୍ ପାଇଁ ୬.୨୫୦ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍ଫେଟ୍ ବ୍ୟବହାର କରନ୍ତୁ । ୧ କିଲୋଗ୍ରାମ୍ ପଟାସ୍ ପାଇଁ ୧.୬୦୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ବ୍ୟବହାର କରନ୍ତୁ। ଖାଦ୍ୟସାରର ଆବଶ୍ୟକତାକୁ ଚାହିଁ ଯୌଗିକ ସାର ପରିମାଣ ହିସାବ କରନ୍ତୁ । ଆଧାର - "ଓୟୁଏଟି"