ବପନ ଓ ରୋପଣ କ୍ଷେତ ପ୍ରସ୍ତୁତ ହୋଇଯିବା ପରେ ମଞ୍ଜି ପୋତାଯାଏ ବା ରୋପଣ କରାଯାଏ । ଏହା ଠିକ ସମୟରେ ଲଗାଯିବା ଉଚିତ । ଯେଉଁ ଋତୁରେ ଯେଉଁ ସବୁ ପାରିବା ଲଗାଯିବା ତାହା ଜାଣିବା ଦରକାର । ମଞ୍ଜି ବା ଚାରା ଠିକ ବ୍ୟବଧାନରେ ଓ ଗଭୀର ରେ ଲଗାଯିବା ଉଚିତ । ପନିପରିବା ଗୁଡିକ ବିଭିନ୍ନ ପ୍ରଣାଳୀରେ ବପନ କରାଯାଏ । ଛୋଟ ଛୋଟ ଗାତ କରି ପୋତିବା , ଛାଟିବା, ଧାଡିରେ ବୁଣିବା ରୋପଣ କରିଆବା, ମନ୍ଦା କରି ଲଗାଇବା ଇତ୍ୟାଦି । ପନିପରିବା ଚାଷ କାର୍ଯ୍ୟରେ ନାନା ପ୍ରକାରର ଯନ୍ତ୍ରପତି ବ୍ୟବହାର କରାଯାଇ ଥାଏ । ପାକଶାଳା ବଗିଚା ଠାରୁ ଆରମ୍ଭ କରି ବ୍ୟବଶାୟିକ ଭିତ୍ତିରେ ପନିପରିବା ଚାଷ କରିବାକୁ ହେଲେ ନାନା ରକମ ର ହାତ ହତିଆର ଦରକାର ହୋଇଥାଏ । ପନିପରିବା ଚାଷରେ ଫସଲ ଲଗାଯିବା ଠାରୁ ଅମଳ କରି ସ୍ଥାନାନ୍ତରିତ କରିବା ଲାଗି ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ଯନ୍ତ୍ର ପାତି ଦରକାର କରିଥାଏ । ଜମି ପ୍ରସ୍ତୃତି ଉପକରଣ କୋଡି, ଫାଉଡା, ଶାବଳ, ଖଣତି, ଦାନ୍ତିଆ, ଦେଶୀ ଲଙ୍ଗଳ, ମାଟିଓଲଟା ଲଙ୍ଗଳ , ମଇ, ଯାନ୍ତ୍ରିକ ହାରୀ ଟିଲର, ଟ୍ରାକ୍ଟର ଇତ୍ୟାଦି । ମାଟିକୁ ଚାଷ କରି ହାଲୁକା କରି ଗୁଣ୍ଡା କରିବା ଓ ସମତଳ କରିବା ଲାଗି ଏହି ହାତହତିଆର ଓ ଯନ୍ତ୍ରଗୁଡିକ ବ୍ୟବହୃତ ହୋଇଥାଏ । ଏହାଛଡା ଘାସ, ଗୋଡି, ପଥର, ବାହାର କରି ପଟାଳି ତିଆରି କରିବା ପାଇଁ ଏହା ଦରକାର କରିଥାଏ ତଥା ସିଆର କାଟିବା ଲାଗି ମଧ୍ୟ ଯନ୍ତ୍ର ବ୍ୟବହାର କରାଯାଏ। ମଞ୍ଜି ବପନ ଚାରା ରୋପଣ ଓ ଅନ୍ୟାନ୍ୟ ତତ୍ତ୍ଵ ପାଇଁ ଯନ୍ତ୍ରପାତି – କ୍ଷେତରେ ବୀଜ ବପନ କରିବା ଲାଗି ହସ୍ତଚାଳିତ ଓ ଯନ୍ତ୍ରଚାଳିତ ବିହନ ବପନ ଯନ୍ତ୍ର ର ବ୍ୟବହାର କରାଯାଇଥାଏ । ପାକଶାଳା ବଗିଚା, ପାଠଶାଳା ବଗିଚା ଆଦି ଛୋଟ ଛୋଟ ବଗିଚା ପାଇଁ ଖୁରୁପି ହାତଦାନ୍ତିଆ, କଡେଇ, ଦଉଡି, କିଳା, ଡିବଲର ବ୍ୟବହାର କରାଯାଏ । ଏଥିଲାଗି କୋଡି, କୋଦାଳ, ନାନାରକମ ର ଦାନ୍ତିଆ , କିଳା, ଦଉଡି, ପ୍ଲାଷ୍ଟିକ କାଗଜ, ଆଖା, ପାଣିଝରା ଇତ୍ୟାଦି ଜିନିଷ ଦରକାର କରେ । କ୍ଷେତରେ ଘାସ ବଛା ଓ ତଳିଘରାରେ ଘାସବଛା ଲାଗି ଏକ ହାତହତିଆର ମଧ୍ୟ ବ୍ୟବହାର କରାଯାଏ । ପନିପରିବା ବଗିଚାରେ ଘେରାଯାଇଥିବା ସବୁଜ ବାଡଗୁଡିକ କାଟଛିଣ୍ଡା କରିବା କେତେକ ପନିପରିବାରେ ଦରକାର କରୁଥିବା କଟାକଟି ଲାଗି ଦାଆ , କଟୁରି, କରତ, ଛୁରୀ, ଟାଙ୍ଗିଆ, ଇତ୍ୟାଦି ଦରକାର ହୋଇଥାଏ। କୀଟ ଓ ରୋଗ ନିବାରଣ ଉପକରଣ – ତରଳ ଔଷଧଗୁଡିକୁ ଶିଞ୍ଚନ କରିବା ଲାଗି ସ୍ପ୍ରେୟର ଓ ଗୁଣ୍ଡ ଔଷଧଗୁଡିକ ବୁଣିବା ଲାଗି ଡଷ୍ଟର ଏପରି ନାନା ଯନ୍ତ୍ର ଦରକାରୀ ମୁତାବକ ଆଣି ବଗିଚାରେ ବ୍ୟବହାର କରାଯାଏ । ଶାକମାରି ଔଷଧ ସିଞ୍ଚନ ଲାଗି ମଧ୍ୟ ଏହି ଯନ୍ତ୍ରଗୁଡିକ ଦରକାରୀ କରିଥାଏ । ଏହାଛଡା ପନିପରିବା ଫସଲରେ ଉଦ୍ଭିଦ ଉଦ୍ଦୀପକ ସେବନ କରିବା ଲାଗି ଏହି ଜନ୍ତ୍ର ମଧ୍ୟ ବ୍ୟବହାର କରିଯାଇଥାଏ । ଜଳସେଚନ ଓ ସାର ପ୍ରୟୋଗ ଉପକରଣ - ଛୋଟ ଛୋଟ ବଗିଚାରେ ଜଳସେଚନ ଲାଗି ହୋସପାଇବ, କୋଡି, ଫାଉଡା, ସୋଭେଲ , ଖୁରୁପି ଦରକାର ହୋଇଥାଏ । କିନ୍ତୁ ବଡ ପନିପରିବା ବଗିଚା ଲାଗି ଜଳଉଠା ଯନ୍ତ୍ର ବ୍ୟବହାର କରାଯାଏ । ଏହି ବିଭିନ୍ନ ପ୍ରକାରର ହୋଇଥାଏ । ତୈଳଚାଳିତ ଫମ୍ଫ, ବୈଦ୍ୟୁତିକ ଶକ୍ତି ଚାଳିତ ଫମ୍ଫ, ହସ୍ତଚାଳିତ ଫମ୍ଫ, ବଳଦ ଚାଳିତ ଯନ୍ତ୍ର ଇତ୍ୟାଦି । ଏହାଛଡା ଦରକାର ଅନୁଯାୟୀ ମୋଟା ହୋସ ପାଇପ,ଆଲକଥିନ ପାଇପ, ଧାତୁ ନିର୍ମିତ ପାଇପ ଇତ୍ୟାଦି ମଧ୍ୟ ଆଜିକାଲି ବ୍ୟବହୃତ ହୋଇଛି । ସାର ପ୍ରୟୋଗ ପାଇଁ ଯନ୍ତ୍ରପାତି ବ୍ୟବହାର କରାଯାଏ । ସିଡି ଓ ଫେର୍ଟିଲାଇଜର ଡ୍ରିଲର ନାନାପ୍ରକାରର ମୁଳୁଛି । ଛୋଟ ଛୋଟ ପନିପରିବା ବଗିଚା ଲାଗି କୋଡି ଫାଉଡା, ଖୁରୁପି, ହସ୍ତ ଚାଳିତ ଡ୍ରିଲର ଆଦି ବ୍ୟବହାର କରାଯାଏ । ଫସଲ ଓ ପନିପରିବା ଉପକରଣ ବଡ ବଡ ପନିପରିବା ବଗିଚା ପାଇଁ ଆଧୁନିକ ଦେଶଗୁଡିକରେ ପନିପରିବା ହରଭେଷ୍ଟର ବ୍ୟବହର କରାଯାଏ । ଟମାଟୋ, ବିନ, ମିଠା ମକା ଆଦି ପାରିବା ଯନ୍ତ୍ର ସାହାଯ୍ୟ ରେ ଅମଳ କରାଯାଏ । ଭିନ୍ନ ଭିନ୍ନ ପାରିବା ପାଇଁ ଭିନ୍ନ ଭିନ୍ନ ଯନ୍ତ୍ର ଉଦ୍ଭାବନ କରଯାଇଛି । ଛୋଟ ବଗିଚାର ପନିପରିବା ହସ୍ତଛୁରୀ ଓ ସିକେଚିୟର ଦ୍ଵାରା ଅମଳ କରାଯାଏ ଓ ଚୋକେଇରେ ବୋହି ନିଆଯାଏ କିନ୍ତୁ ବଡ ବଡ ପନିପରିବା ବଗିଚାରେ ଟ୍ରାକ୍ଟର ଓ ଟ୍ରେଳର ସେହି କାର୍ଯ୍ୟ ଲାଗି ଦରକାର ହୋଇଥାଏ । ଆମେରିକା ଆଦି ଦେଶରେ ଅମଳ ହେବା ସଙ୍ଗେ ସଙ୍ଗେ କ୍ଷେତରେ ପନିପରିବାଗୁଡିକୁ ଶୀତତାପ ନିୟନ୍ତ୍ରଣ ଯାନରେ ଶୀତଳ ଭଣ୍ଡାର ବା ସଂରକ୍ଷଣ କେନ୍ଦ୍ରରେ ପହଞ୍ଚାଇ ଦିଆଯାଏ । ଫସଲର ଯନ୍ତ୍ର – ପନିପରିବା ଫସଲ ବପନ ବା ରୋପଣ କରାଗଲା ପରେ କ୍ଷେତରେ ଉଦ୍ଭିଦଗୁଡିକୁ ନିରବଚ୍ଛିନ୍ନ ଭାବେ ବଢିବାକୁ ଦେଇ ଅମଳ କରିବା ଯାଏ ନାନାପ୍ରକାରର ତତ୍ଵ ନେବା ଅବଶ୍ୟକ ହୋଇଥାଏ । ସେଥିଭିତରୁ ଘାସବଛା, ମଲଚ ବ୍ୟବହାର , ଶାକମାରି ବ୍ୟବହାର କରିବା, କ୍ଷତସାର ପ୍ରୟୋଗ, ଜଳସେଚନ, ରୋଗ ଓ ପୋକ ଆକ୍ରମଣ ରୁ ରକ୍ଷା ଓ ଫସଲ ପର୍ଯ୍ୟାୟ ଆଦି ଚାଷ ପ୍ରଣାଳୀର ପ୍ରବର୍ତ୍ତନ ହେଉଛି ଅନ୍ୟତମ । ଘାସ ବଛା ପନିପରିବା ଚାଷରେ ମୋଟ ଖର୍ଚ୍ଚ ପ୍ରାୟ ଏକ ଚତୃର୍ଥାଂଶ ଖର୍ଚ୍ଚ ଘାସବଛାରେ ହିଁ ବ୍ୟୟ ହୋଇଥାଏ । ଘାସବଛା କରାନ ଗଲେ ପନିପରିବା ଉଦ୍ଭିଦଗୁଡିକ ବଢି ଜମିକୁ ଢାଙ୍କି ଦେବା ପରେ ଘାସଗୁଡିକ ଆଗପରି ଆଉ ବଢିପାରନ୍ତି ନାହିଁ । ତେଣୁ ଠିକ ସମୟରେ ଘାସ ବଛାବଛି କରିବା ଦରକାର ହୋଇଥାଏ । ପ୍ରଥମେ ଜମି ପ୍ରସ୍ତୃତି କରିବା ସମୟରେ ଉତ୍ତମ ଭାବେ ଚାଷ କରିଦେବ ଦ୍ଵାରା ଅଧିକାଂଶ ଘାସ ନଷ୍ଟ ହୋଇଥାଏ । କିନ୍ତୁ ଫସଲ ଲାଗିଯିବା ପରେ ପୁଣି ଘାସ ଉଠିବା ଆରମ୍ଭ କରେ । ତେଣୁ କ୍ଷେତରେ ଖୋସା କୋଡା କରି ଘାସ ବାଛି ଦିଆଯାଏ । ଏଥି ସଙ୍ଗେ ସଙ୍ଗେ ଧାଡିରେ ବୁଣାଯାଇଥିବା ଫସଲକୁ ପତଳା କରାଯାଏ । ଯେପରି ଗଛଗୁଡିକ ଭଲ ଭାବେ ବଢିବା ଲାଗି ନିଜ ନିଜ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରହିବା । ମୂଳା, ଗାଜର, ମଟର, ଗୁଆଁର, ସୋରିଷ ଆଦି ଫସଲ ଯେଉଁ ଗୁଡିକ ଧାଡିରେ ବୁଣାଯାଏ ପତଳା କରିବା ଦରକାର କରିଥାଏ, ଘାସ ଗୁଡିକୁ 3 ଶ୍ରେଣୀରେ ବିଭକ୍ତ କରାଯାଇଥାଏ । (1) ବାର୍ଷିକ, (2) ଦ୍ଵି- ବାର୍ଷିକ, (3) ବହୁ ବାର୍ଷିକ । ବାର୍ଷିକ ଶ୍ରେଣୀର ଘାସ ମଞ୍ଜି ବପନ ଠାରୁ ମଞ୍ଜି ଧରିବା ଯାଏଁ ଗୋଟିଏ ଋତୁ ବା ବର୍ଷ ଭିତରେ ଜୀବନ ଚକ୍ର ଶେଷ କରିଥାନ୍ତି । ତେଣୁ ଏଗୁଡ଼ିକୁ ଫୁଲ ଫୁଟିବା ପୂର୍ବରୁ ସମୁହେ ବିନଷ୍ଟ କରିବା ଉଚିତ । ଦ୍ଵି- ବାର୍ଷିକ ଶ୍ରେଣୀର ଘାସ ପ୍ରଥମବର୍ଷ ବଢନ୍ତି ଦ୍ଵିତୀୟ ବର୍ଷ ଫୁଲ ଓ ମଞ୍ଜି ଧରନ୍ତି ତେଣୁ ପ୍ରଥମ ବର୍ଷ ହିଁ ସେଗୁଡିକୁ ବିନଷ୍ଟ କରିବା ଉଚିତ । ବହୁ ବାର୍ଷିକ ଶ୍ରେଣୀର ଘାସ ଥରେ ବଢିଲେ ବର୍ଷ ବର୍ଷ ଧରି କ୍ଷେତରେ ରହିଥାନ୍ତି । ଘାସ ଜାତୀୟ ଉଦ୍ଭିଦ ଗୁଡିକର ବଂଶବିସ୍ତାର ସେଗୁଡିକର ଶ୍ରେଣୀ ଓ ମଞ୍ଜି ଓ ଅଙ୍ଗିୟ ବିସ୍ତାର ପ୍ରଣାଳୀ ଦ୍ଵାରା ହୋଇଥାଏ । ଅଙ୍ଗୀୟ ବିସ୍ତାର ପ୍ରାଣାଳୀରେ ବଂଶ ବିସ୍ତାର କରୁଥିବା ଘାସ ଜାତୀୟ ଉଦ୍ଭିଦ ଗୁଡିକୁ ଦମନ କରିବା ତୁଳନାରେ ମଞ୍ଜି ଦ୍ଵାରା ବଂଶ ବିସ୍ତାର କରୁଥିବା ଘାସ ଦମନ କରିବା ସହଜ ହୋଇଥାଏ । ପୁଣି ଘାସ ମଧ୍ୟରେ ଏକ ଦଳ ବିଶିଷ୍ଟ (ମୁଥା, ଦୁବ, ଜଙ୍ଗଲି ପିଆଜ ଇତ୍ୟାଦି) ଓ ଦ୍ଵିଦଳ ବିଶିଷ୍ଟ (ଏହାର ପତ୍ର ଓସାରିଆ ଜଙ୍ଗଲି ଇଣ୍ଟିଗୋ, କଣ୍ଟାଲେଉଟିଆ, ଲାଜକୁଲି ଇତ୍ୟାଦି ଉଦ୍ଭିଦ କ୍ଷେତ୍ରରେ ବଢିଥାନ୍ତି । ତେଣୁ ଘାସ ମୂଳ କରିବାକୁ ହେଲେ ଉପଯୁକ୍ତ ପ୍ରନ୍ଥା ଗ୍ରହଣ କରିବାକୁ ହୁଏ । ପନିପରିବା କ୍ଷେତ୍ରରୁ 3 ଟି ପ୍ରଣାଳୀରେ ଘାସ ଗୁଡିକୁ ନିମୂଳ କରାଯାଇ ପାରେ । ଘାସ ନିରୋଧ ବା ନିବାରଣ । ସମୂଳେ ଉପଡିବା ବା ବିନଷ୍ଟ କରିବା ଦମନ ବା ନିୟନ୍ତ୍ରଣ କରିବା । ପନିପରିବା କ୍ଷେତରୁ ଘାସ ନିବାରଣ କରିବାକୁ ହେଲେ ବଗିଚାରେ ଉତ୍ତମ ସ୍ୱାସ୍ଥ୍ୟକର ପରିସ୍ଥିତି ରକ୍ଷା କରିବା ଦରକାର । ଘାସ ବିହୀନ କ୍ଷେତ୍ରରେ ପନିପରିବା ଉଚିତ । ଘାସ ମଞ୍ଜି ଉଦ୍ଭିଦ ର ଅଂଶ ଯେପରିକି କ୍ଷେତ୍ର ଭୀତରେ ନପଡେ ସେଥିଲାଗି ତିକ୍ଷ୍ନ ଦୃଷ୍ଟି ରଖିବା ଆବଶ୍ୟକ । ତେଣୁ ନିରୋଳା ପନିପରିବା ବିହନ, ପରିଷ୍କାର ଯନ୍ତ୍ର ପାତିର ବ୍ୟବହାର, ହିଡ, ରାସ୍ତା, ବାଡ, ବନ୍ଧ ଓ ନାଳ କଡ ଘାସ ବିହୀନ ରଖିବା ଦରକାର ଓ ଜଳ ସେଚନ ଲାଗି ବ୍ୟବହୃତ ହେଉଥିବା ଜଳ ସ୍ରୋତର ଯେପରି ଘାସ ମଞ୍ଜି ଓ ଉଦ୍ଭିଦର ଅଂଶ ଜଳ ସ୍ରୋତ ରେ ଭାସିଆସି କ୍ଷେତରେ ପ୍ରବେଶ ନ କରେ ସେଥିର ବ୍ୟବସ୍ଥା କରିବା ଉଚିତ । ଘାସ ଗୁଡିକୁ ସମୂଳେ ବିନଷ୍ଟ କରିବାକୁ ହେଲେ ନୂଆ ହୋଇ ବଢୁଥିବା ଘାସ ଗୁଡିକୁ ବରାବର ଉପାଡି ନଷ୍ଟ କରିଦେବା ଦ୍ଵାରା ସେ ଗୁଡିକର ବଂଶ କ୍ରମେ ନିପାତ ହୋଇଯାଏ । ଘାସ ଗୁଡିକୁ ଦମନ ବା ନିୟନ୍ତ୍ରଣ କରିବାକୁ ହେଲେ ପ୍ରଧାନତଃ 3 ପ୍ରକାରର ପନ୍ଥା ଗ୍ରହଣ କରିବାକୁ ପଡିବ । ଯାନ୍ତ୍ରିକ ଓ ପୋଷଣ ପ୍ରଣାଳୀ - ଜମିକୁ କର୍ଷଣ କରିବା, କାଟି ବାହାର କରିବା ଖୋସା, କୋଡା କରିବା, ପୋଡିଦେବା ଓ ହାତରେ ଉପାଡିଦେବା ଆଦି ପ୍ରଣାଳୀ ଗ୍ରହଣ କରାଯାଏ । ଉନ୍ନତ ପନିପରିବା ବିହନ , ଉପଯୁକ୍ତ ଓ ଠିକ ସମୟରେ ବିଭିନ୍ନ ଚାଷ ଓ ପୋଷର ପ୍ରଣାଳୀ ଅନୁସୂତ କରିବା, ଉତ୍ତମ ଶଢା ଓ ଖତ ସାର ବ୍ୟବହାର କରିବା ଉପଯୁକ୍ତ ଜଳସେଚନ କରିବା ଦ୍ଵାରା ଘାସଗୁଡିକ ଆପେ ଆପେ ଆୟତ୍ତ ହୋଇଥାନ୍ତି । ସାର ଓ ଜଳ ଯେପରି ପନିପରିବା ଚେର ପରିମାଣରେ ଜଳ, ଖତ ଓ ସାର ଯେପରି ଦିଆନ ଯାଏ , ସେଥିପ୍ରତି ଦୃଷ୍ଟି ରଖିଲେ ବଢିଥିବା ଛଡା ଫସଲ ପର୍ଯ୍ୟାୟ କରାଯିବ ତାହାର ବ୍ୟବସ୍ଥା କରିବା ଉଚିତ । ଧାଡି ମଧ୍ୟରେ ବେଶୀ ପରିମାଣରେ ଜଳ, ଖତ ଓ ସାର ଯେପରି ଦିଆନ ଯାଏ ସେଥିପ୍ରତି ଦ୍ରୁଷ୍ଟିରଖିଲେ ବଢୁଥିବା ଘାସ ଏହାର ବ୍ୟବହାର କରି ନ ପାରି ସେଗୁଡିକ ଦ୍ରୁତଗତିରେ ବଢି ପାରନ୍ତି ନାହିଁ । ଏହା କରାଯାଇପାରେ । ଘାସଗୁଡିକ ଆୟତ୍ତ କରିବା ଲାଗି ମଲଚ ପନିପରିବା ଚାଷରେ ବ୍ୟବହାର କରାଯାଇଥାଏ । ଏହାଦ୍ଵାରା ମୃତ୍ତିକା ଜଳ ମଧ୍ୟ ସଂରକ୍ଷଣ ହୋଇ ପନିପରିବା ଫସଲଗୁଡିକର ବ୍ୟବହାରରେ ଆସିଥାଏ । ଏହା ଚାରି ପ୍ରକାରର ହୋଇଥାଏ । ମୃତ୍ତିକା ଜୈବିକ ପଦାର୍ଥ ମଲଚ ଶୁଷ୍କ ଜୈବିକ ପଦାର୍ଥ ମଲଚ ପ୍ଲାଷ୍ଟିକ କାଗଜ ମଲଚ ସିଞ୍ଚନ ମଲଚ ମୃତ୍ତିକା ମଲଚ ସୃଷ୍ଟି କରିବାକୁ ହେଲେ ପନିପରିବା ଧାଡି ମାଧୟାଂସ ଉପର 2 ରୁ 4 ଇଞ୍ଚ ମାଟିକୁ ଗୁଣ୍ଡ, ହାଲୁକା ଓ ଶୁଖିଲା କରି ରଖିବା ଦରକାର । ଏହା ଦ୍ଵାରା ଘାସ ବଢିପାରେ ନାହିଁ ଓ ମୃତ୍ତିକା ମଲଚ ତଳେ ଥିବା ମୃତ୍ତିକା ଜଳର ସଂରକ୍ଷଣ ହୋଇଥାଏ । ଶୁଷ୍କ ଜୈବିକ ପଦାର୍ଥ ଯଥା ଶିଖିଲା ପତ୍ର , ନଡା ଶୁଖିଲା ପାଳ ଓ ଅନ୍ୟାନ୍ୟ ଉଦ୍ଭିଦ ଅଂଶ ବା କରତ ଗୁଣ୍ଡ ଚକ୍ଷୁ , ପିଟମସ, କାଗଜ, ଆଲକାତରା, ବୋଳା କାଗଜ ଇତ୍ୟାଦି ବ୍ୟବହାର କରାଯାଏ । ଏହି ପଦାର୍ଥ ଗୁଡିକ ବିସ୍ତାର କରିବା କିଛି ଦିନ ପରେ ମାଟିରେ ମିଶି କ୍ଷତ ହୋଇଯାଏ ଓ ପରବର୍ତ୍ତୀ ଫସଲର ଉପକାରିତା ଆସିଥାଏ । କ୍ଷେତରେ ଠିଆ ହୋଇଥିବା ପନିପରିବା ଫସଲରେ ମଲଚ ଘାସ ବଢିବାକୁ ଦିଏ ନାହିଁ । କିନ୍ତୁ ପନିପରିବା ଫସଲରୁ ଅସ୍ଥାୟୀ ଭାବେ କିଛି କ୍ଷତି ଘଟାଇବା ସମ୍ଭବ ହୋଇଥାଏ । କାରଣ ଜୈବିକ ପଦାର୍ଥ ଗୁଡିକର ପଚନକ୍ରିୟାରେ ସାହାଯ୍ୟ କରୁଥିବା ଜୀବାଣୁ ଏହି ସମୟରେ ମୃତ୍ତିକାରେ ଥିବା ଯବକ୍ଷାର ଓ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ନିଜ ଲାଗି ବ୍ୟବହାର କରିବା ଦ୍ଵାରା କ୍ଷେତରେ ଠିଆ ହୋଇଥିବା ଫସଲ ସେଥିରୁ ଅସ୍ଥାୟୀ ଭାବେ ବଞ୍ଚିତ ହୋଇଥାଏ । ତେଣୁ ଅଧିକ ପରିମାଣର ଯବକ୍ଷାର ସାର ପ୍ରୟୋଗ କରିବା ଦ୍ଵାରା ଏହି ଅସୁବିଧା ଦୂରିଭୁତ ହୋଇଥାଏ । ପ୍ଲାଷ୍ଠିକ ମଲଚ ପନିପରିବା ଚାଷରେ ଆଜିକାଲି ବ୍ୟବହାର ହେଲାଣି । ପ୍ଲାଷ୍ଟିକ କାଗଜ ରୋଲ ପନିପରିବା ଧାଡି ମାଧୟାଂସରେ ବିଛାଇ ଦିଆଯାଏ । ଯେପରି ମାଟି ଢାଙ୍କି ହୋଇଯାଏ ଜଳସେଚନ କରିବା ସମୟରେ ପୁଣି ସେଗୁଡିକୁ ଉଠାଇ ଦିଆଯାଏ ଓ ଜଳସେଚନ କାର୍ଯ୍ୟ ଶେଷ ହେବ ପାଏ ପୁଣି ସେଗୁଡିକ ବିଛାଇ ଦେଆଯାଏ । ଏହାଦ୍ଵାରା ଘାସ ବଢିପାରନ୍ତି ନାହିଁ ଓ ମୃତ୍ତିକା ଜଳ ଉତପ୍ଲାବନ ବା ବାଷ୍ପୀଭବନ ପ୍ରାଣାଳୀରେ କ୍ଷୟ ପ୍ରାପ୍ତ ହୋଇପାରେ ନାହିଁ ତେଣୁ ପନିପରିବା ଉଦ୍ଭିଦ ଗୁଡିକ ସମସ୍ତ ମୃତ୍ତିକା ଜଳର ସଦ୍ୟବ୍ୟବହାର କରିବା ସମ୍ଭବପର ହୋଇଥାଏ । ଏହାଦ୍ଵାରା ଜଳସେଚନ ଜନିତ ଖର୍ଚ୍ଚ କମିଯାଇଥାଏ କାରଣ ଜଳସେଚନ ବ୍ୟବଧାନ ସହଜେ ବଢାଇ ହୁଏ । ସିଞ୍ଚନ ମିଲଚ ଦ୍ଵାରା ଆଜିକାଲି ଫଳ ଓ ପନିପରିବା ଚାଷରେ ଘାସ ତଥା ମୃତ୍ତିକା ଜଳରେ ନିୟନ୍ତ୍ରଣ କରାଯାଇ ପାରୁଛି । Esso କମ୍ପାନୀ ତିଆରି ସ୍ପ୍ରେ ମଲଚ କ୍ଷେତରେ ଭଲଭାବେ ଜଳସେଚନ କରିବା ପରେ ଜମିକୁ ସମତଳ କରି ତା ଉପରେ ସେବନ ଯନ୍ତ୍ର ସାହାଯ୍ୟରେ ପନିପରିବା ଫସଲ ଧାଡି ମାଧୟାଂସରେ ସେବନ କରିବା ଦ୍ଵାରା ମଲଚ କାଗଜ ପରି ଗୋଟିଏ ଢାଙ୍କୁଣୀ ମୃତ୍ତିକା ଉପରେ ବିସ୍ତାର କରି ଘାସକୁ ବଢିବାକୁ ହୁଏ ନାହିଁ ଓ ମୃତ୍ତିକା ଜଳ ସଂରକ୍ଷଣ କରେ । ତେବେ ପରିବର୍ତ୍ତୀ ଜଳସେଚନ କରିବା ସମୟରେ ଏହା ନଷ୍ଟ ହୋଇଯାଏ ଓ ଥରକୁ ଥର ମଲଚ ସେଚନ କରିବା ଦରକାର କରିଥାଏ । ଜୈବିକ ପ୍ରଣାଳୀ - ଏହି ପ୍ରଣାଳୀରେ ପ୍ରତ୍ୟେକ ଘାସଜାତୀୟ ଉଦ୍ଭିଦ ଲାଗି ଗୋଟିଏ ନିର୍ଦ୍ଧିଷ୍ଟ କୀଟ ବା ରୋଗ ଜୀବାଣୁ ବ୍ୟବହାର କରାଯାଏ, ଯେକି ପନିପରିବା ଫସଲର କୌଣସି କ୍ଷତି ନ ଘଟାଇ କେବଳ ଘାସ ଜାତୀୟ ଉଦ୍ଭିଦଗୁଡିକୁ ସମୂଳେ ନଷ୍ଟ କରନ୍ତି । କୋଚିନିୟଲ ଜାତୀୟ କୀଟ ଗୁଡିକ ଦ୍ଵାରା ସପ୍ତଫେଣି କଣ୍ଟା ଗୁଡିକ ନଷ୍ଟ କରାଯାଇଥାଏ । ସେହିପରି ପନିପରିବା କ୍ଷେତରେ ହେଉଥିବା ନାନା ପ୍ରକାରର ଦେବରକାରୀ ଉଦ୍ଭିଦଗୁଡିକ ନଷ୍ଟ କରିବା ଲାଗି ନିର୍ଦ୍ଧିଷ୍ଟ ପୋକ ଓ ରୋଗଜୀବାଣୁଗୁଡିକର ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ପୋକ ଓ ରୋଗ ଜୀବାଣୁ କେତେଦୂର ସଫଳତାର ସହ ସେଗୁଡିକ ନଷ୍ଟ କରି ପନିପରିବା ଫସଲର କ୍ଷତି ସାଧନ ନ କରେ ସେଥିପ୍ରତି ଦୃଷ୍ଟି ରଖି ପ୍ରୟୋଗ କରାଯିବା ଉଚିତ । ପନିପରିବା ପ୍ରଣାଳୀ – ପନିପରିବା ଫସଲରେ ଘାସଗୁଡିକୁ ଆୟତ୍ତ କରିବା ଲାଗି ନାନାପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ । ତାହେ ଅଜୈବିକ ଲବଣ, ଡ଼ାଇନାଇଟ୍ରୋକମ୍ଫାଉଣ୍ଡ, ପେଟ୍ରୋଲିଏମ ପ୍ରଡକଟ ଓ ଉଦ୍ଭିଦ ଉଦ୍ଦୀପକ, ଶାକମାରୀ ଔଷଧ ଆଦି ଅନ୍ୟତମ । ଅଜୈବିକ ଲବଣ ଗୁଡିକୁ ଯଥା – ଆଇରନ, ସଲଫେଟ, କପରସଲଫେଟ ,କପର, କ୍ଳୋରାଇଡ , କପର ନାଇଟ୍ରେଟ , ସୋଡିୟମ କ୍ଳେରାଇଡ, ,ନିକାଲ ସଲଫେଟ, ଏମୋନିଏମ ସଲଫେଟ, ଆଦି ଲବଣ ପଦାର୍ଥ ଅଧିକ ଶକ୍ତିଶାଳି ଦ୍ରବ୍ୟ ବ୍ୟବହାର କରି ଘାସ ଗୁଡିକୁ ନଷ୍ଟ କରାଯାଏ । ତେବେ ପନିପରିବା ଚାଷରେ ଏହିପରି ପଦାର୍ଥଗୁଡିକ ସେତେ ସୁବିଧାଜନକ ହୋଇନ ଥାଏ । ଲୁଣ ଦୁଇ ପାଉଣ୍ଡ ଏକ ଗେଲନ ପାଣିରେ ଗୋଳାଇ ଆସପାରାଗସ ଫସଲରେ ବ୍ୟବହାର କରି ଘାସ କିଛି ନିୟନ୍ତ୍ରଣରେ ଆୟତ୍ତ କରାଯିବା କେତେକ ଦେଶରେ ଦେଖିବାକୁ ମିଳେ । ସଲଫ୍ୟୁରିକ ଏସିଡ - ପିଆଜ ଫସଲରେ ବ୍ୟବହାର କରି ଘାସ ଜାତୀୟ ଉଦ୍ଭିଦଗୁଡିକୁ ଆୟତ୍ତ ମଧ୍ୟ କରାଯାଉଥିବା ଦେଖାଯାଇଥାଏ । ଡ଼ାଇନୋଇଟ୍ରେଡ କମ୍ଫାଉଣ୍ଡ ଯଥା ସାଇନୋକସ ଓ ଏମୋନିୟମ ଅଫ ଡ଼ାଇନାଇଟ୍ରୋ ଅର୍ଥୋ ସେକେଣ୍ଡଋ ବୁଟାଇଲ ଫିନଲ ଆଦି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ମଟର, ପିଆଜ, ଫସଲରେ ଘାସ ନଷ୍ଟ କରାଯାଇପାର । ପେଟ୍ରୋଲିୟମ ପ୍ରଡ଼କଟ ଡିଜଲଥ ତେଲ, ଷ୍ଟୋଭ ତେଲ, ରିଫାଇନ ତେଲ ବ୍ୟବହାର କରି ଗାଜର ପାରସିନିପ, ଡିଲ, ଧନିଆଁ, ସିଲେରି ଆଦିରେ ବ୍ୟବହାର କରାଯାଇଥାଏ । ଶାକମାରି ବା ଶାକଘାତି - ଏହା ଦୁଇ ପ୍ରଣାଳୀରେ ବ୍ୟବହାର କରାଯାଇଥାଏ । ପ୍ରଥମଟି ହେଲା (୧) ପତ୍ରରେ ପ୍ରୟୋଗ ଓ (୨) ମୃତ୍ତିକାରେ ପ୍ରୟୋଗ ପତ୍ରରେ ପ୍ରୟୋଗ କରିବା ଦ୍ଵାରା ଘାସଗୁଡିକ ଦୁଇଟି ପ୍ରଣାଳୀରେ ନଷ୍ଟ ହୁଅନ୍ତି । ସଂସ୍ପର୍ଶ ପ୍ରାଣାଳୀ ଶାକମାରି ସଂସ୍ପର୍ଶରେ ଘାସଗୁଡିକର ପତ୍ର ଆସିବା ଦ୍ଵାରା ଝାଉଁଳିକି ନଷ୍ଟ ହୋଇଯାଆନ୍ତି ଓ ସଂକ୍ରମିତ ଶାକମାରି ବା ଶାକାଘାତି ଗୁଡିକ ଦ୍ଵାରା ଘାସଗୁଡିକ ସମୂଳେ ବିନଷ୍ଟ ହୋଯାଆନ୍ତି । କାରଣ ପତ୍ର ଗୁଡିକ ଶାକମାରି ଔଷଧର ସଂସ୍ପର୍ଶରେ ଆସି ଉଦ୍ଭିଦ ଭିତରକୁ ତାହା ଶୋଷଣ କରି ନେବା ପାରେ ତାହା ଚେର ଡାଳ ପତ୍ରରେ ବ୍ୟାପିଯାଏ ଓ ଉଦ୍ଭିଦ କୋଷ ଗୁଡିକ ବିନଷ୍ଟ କରିଦିଅନ୍ତୁ । ଶାକମାରି ଔଷଧଗୁଡିକ ମୃତ୍ତିକାରେ ପ୍ରୟୋଗ କରିବାକୁ ହେଲେ ତିନୋଟି ପ୍ରାଣାଳୀ ଅବଲମ୍ବନ କରାଯାଇଥାଏ (କ) ପନିପରିବା ଫସଲ ଲଗାଯିବା ପୂର୍ବରୁ (ଖ) ଅଙ୍କୁରଣ ହେବା ପୂର୍ବରୁ ଓ (ଗ) ଅଙ୍କୁରଣ ଅନ୍ତେ ନିର୍ଗମନ । କେତେକ ପନିପରିବା ଫସଲରେ ଶାକମାରି ଓ ଶାକାଘାତୀର ବ୍ୟବହାର ତଳେ ଦିଆଗଲା:- ପରିବା ଫସଲ ପ୍ରିଏମରଜନସ ଏକର ପ୍ରତି ପାଉଣ୍ଡ ପୋଷ୍ଟ ଏମରଜନସ ଏକର ପ୍ରତି ପାଉଣ୍ଡ ପ୍ରିପ୍ଳେଣ୍ଟ ଏକର ପ୍ରତି ପାଉଣ୍ଡ ମିଠା ମକା 2,4 –ଡି 1 ରୁ 2 ସି.ଡି ଏଏ –ଟି.ସି.ବି.ସି (ଟ୍ରାଇକ୍ଳୋର ବେଞ୍ଜା ଇଲ କ୍ଳୋରାଇଡ ) 3 ରୁ 4+9,2,3,5- ଟାଇକ୍ଳୋରୋ ଫିନାଇଲ ଏସିଟିକ ଏସିଡ 2 ରୁ 3 ଆଟ୍ରୋଜିନ, 2,4-ଡି 0.167 ରୁ 025 ପାଉଣ୍ଡ ଡି.ଏନ.ବି.ପି.3 ରୁ 45 ସାମାଜିନ ରେନଡକସ ଇ.ପି.ଟି.ସି. 1.5 ରୁ 3 ସୀମାଜିନ 10 ରୁ 40 ଫିନ୍ୟୁଏନ 4 ରୁ 40 ସୋୟାବିନ ପି.ସି.ବି ସୋଡିୟମ ଲବଣ 8 ରୁ 20 ପାଉଣ୍ଡ ସି.ଡି.ଏମ 4 ରୁ 6 ପାଉଣ୍ଡ ସି.ଆଇପି.ସି 4 ରୁ 8 ପାଉଣ୍ଡ ଏନ.ପି.ଏ 3-4 ପାଉଣ୍ଡ ସି.ଆଇ.ପିସି 2 ପାଉଣ୍ଡ +ଏନ.ଏ.ପି 2 ପାଉଣ୍ଡ ଡି.ଏନ.ପି.ବି 3 ରୁ 8 ପାଉଣ୍ଡ ଏମିବେନ 3 ରୁ 4 ପାଉଣ୍ଡ ଏମ.ସି.ପି 0.5ରୁ 2,3,6-ଟି ବିଏ 1 ରୁ 3 ଟି.ସି.ଏ. 40 ରୁ 100 ଡାଳପୋନ 5 ରୁ 40 ପିସିପି 5 ରୁ 200 ମନୋୟୁରାନ 20-50 ପାଉଣ୍ଡ ଡାଇୟୁରାନ 20-ରୁ 40 ପାଉଣ୍ଡ ଏସଫାରାଗସ ମନୋୟୁରାନ 1ରୁ 4 ପାଉଣ୍ଡ ଡାଇୟୁରାନ 1 ରୁ 4 ସିମାଜିନ 2 ରୁ 4 2,4 ଡି.ଉଟେଲଭାର 2 ଏମିଟ୍ରଲ 2,10 ମେଲିକ ହାଇଡୋଜାଇଡ 3-6 ପୋଟାସିୟମ ସାଇନେଟ 8,16 ସୋଡିୟମ କ୍ଳୋରେଡ 450 ରୁ 120 ଶିମ ଜାତୀୟ ଡି.ଏନ.ପି.ବି 6 ରୁ 9 ସି.ଡି.ଇସି 4, ସି.ଡି.ଏ.ଏ.4 ଇ.ପି.ଟି.ସି.15 ରୁ 3 ଏମିବେନ 4ରୁ 8 ଏମୋନିୟମ ସଲଫାମେଟ 100-400, ହାଇଡ୍ରୋକାର୍ବନ ଅଏଲ 50-40 ଗେଲେନ, 2,4,5 T 0.5 ରୁ 3.0 ଇପିଟିସି 1.5 ରୁ 3 ପାଉଣ୍ଡ ଆରସନିକ 750-1000 ପାଉଣ୍ଡ A/S 20/3 ପାଉଣ୍ଡ equivalent ବିଟ ଡାଳପୋନ 3 ରୁ 6 ଟିସିଏ 6 ରୁ 9 ଭେଜେଡେକସ-4 ସିଲଭକସ 0.5 ରୁ 3.0 ଗାଜର ଜାତୀୟ ଏମିବେନ 4 ରୁ 8 ପି.ସି.ପି 520 ବୋରନ 1000-3000 ପାଉଣ୍ଡ ସିଲେରୀ ସି.ଡି.ଇ.ସି 4 ରୁ 6 (ଉପର ଲିଖିତ କେତେଗୁଡିଏ ଔଷଧ ପୋଷ୍ଟ ଏମରଜେନସି ପ୍ରୟୋଗ ରୂପେ ବ୍ୟବହାର କରାଯାଏ (ଉପରଲିଖିତ କେତେଗୁଡିଏ ଔଷଧ ପନିପରିବା ଉଦ୍ଭିଦ ଲଗାଯିବା ବହୁ ପୂର୍ବରୁ ବ୍ୟବହାର କରାଯାଏ ) କୋବିଜାତୀୟ ସି.ଡି.ଇ.ସି 3 ରୁ 6 ସି.ଡି.ଇ.ସି 2+ସି ଆଇ ପି.ସି 0.25 ରୁ 05 ଟି .ସି.ଏ , 6 ରୁ 8 କଖାରୁ ଜାତୀୟ (କଖାରୁ, ତରଭୁଜ, କାକୁଡି, କରଭୁଜ କେଣ୍ଟିଲୋପ ଇତ୍ୟାଦି ) ଏନ ପିଏ 4ରୁ 9 (ଏନ -1- ନେପଥାଇଲ ଥେଲମିକ ଏସିଡ) ସିଡିଇସି 4 ରୁ 6 ଏଲେନାପ ଶାଗ ଜାତୀୟ (କେଲ ସ୍ପିନଚ ଗାଜର ଶାଗ ବିଟ ଶାଗ ଇତ୍ୟାଦି) ସି.ଡି.ଇ.ସି 2 ସି.ଆଇ.ପି.ସି 0.25 ରୁ 10 ପିଆଜ ଜାତୀୟ ସିଆଇ ପିସି 4 ରୁ 8 ସିଡିଏଏ 2 ରୁ 5 ପୋଟାସିଏମ ସାଇନାଇଟ 1%ଦ୍ରବ ବା (8 ପାଉଣ୍ଡ 100 ଗେଲେନ ପାଣିରେ) ମଟର ଡି.ଏନ .ବି.ପି 6 ରୁ 2 ଏମ.ସି.ପି.ଏ 2,4 ଡି.ବି ସି.ଡି.ଏ.ଏ.ଏ. ତେଟ୍ରୋଜିନ ଆଳୁ ଡାଲପୋନ 10 ଡି.ଏନ.ବି.ପି 3 ରୁ 6 ଡାଇୟୁରାନ 2 ଇ.ପି.ଟି.ସି ଟ୍ରୋୟାଜିନ 2 ରୁ 46 ଟୋମାଟୋ ଏମିବୋନ 4 ଇ.ପି.ଟି.ସି 1 ରୁ 5 ସିଡିଇସି- ସି.ଡି.ଏ.ଏ 4ରୁ 8 କୋବି ଜାତୀୟ ପରିବା ଭେଣ୍ଡି ଡାଇଫିନାମାଇଡ 4 ରୁ ସିଡିଇସି (ଭେଜେଡକସ ଭେଜେଡକସ ) ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର