ବିହନ ପ୍ରତି ଦୃଷ୍ଟି ଉତ୍କୃଷ୍ଟ ପନିପରିବା ଅମଳ ତଥା ଲାଭଜନକ ପାରିବା ଚାଷ କରିବାକୁ ହେଲେ ଅନ୍ୟାନ୍ୟ ସୁବିଧା ସହିତ ବିହନ ପ୍ରତି ଦୃଷ୍ଟି ହେବା ଦରକାର। ପନିପରିବା ଚାଷ ଅଧିକାଂଶ କ୍ଷେତ୍ରରେ ମଞ୍ଜିର ବ୍ୟବହାର ଦ୍ଵାରା ହୋଇଥାଏ । କିନ୍ତୁ ଆଳୁ, ସାରୁ, ଦେଶୀଆଳୁ, ପୋଇ, କନ୍ଦମୂଳ, ଗୟାଆଳୁ, କୁନ୍ଦରୀ,ପୋଟଳ, ପୋଦିନା, କଞ୍ଚାକଦଳୀ, ଆଦି କେତୋଟି ପରିବା ଅଙ୍ଗଜ ବିସ୍ତାର ପ୍ରଣାଳୀ ଦ୍ଵାରା ଚାଷ କରାଯାଇଥାଏ, ତେଣୁ ମଞ୍ଜି ବ୍ୟବହୃତ ଫସଲ ଗୁଡିକ ପାଇଁ ଉପଯୁକ୍ତ ଓ ଉତ୍କୃଷ୍ଟ ବିହନ ବା ଉତ୍ପାଦନ କରିବା ଅବଶ୍ୟକ । ଅନେକ କ୍ଷେତ୍ରରେ ଉପଯୁକ୍ତ ସଦ୍ୟ ବିହନ ପରିବା ଲାଗି ଅସୁବିଧା ହୋଇଥାଏ । ତେଣୁ ବିହନ ସଂଗ୍ରହ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ । ସୁନାମଥିବା ବୀଜ ବ୍ୟବସାୟୀ, ପନିପରିବା ଗବେଷଣା କେନ୍ଦ୍ର ବା ବିହନ ଉତ୍ପାଦନକରି ବିଶ୍ଵସ୍ତ ଚାଷୀମାନଙ୍କ ଠାରୁ ବିହନ ସଂଗ୍ରହ କରିବା ଉଚିତ। ନିର୍ଦ୍ଧାରିତ ବୈଜ୍ଞାନିକ ପ୍ରଣାଳୀରେ ଜଣେ ସୌଖୀନ ଚାଷୀ ମଧ୍ୟ ନିଜ ଫସଲରୁ ବିହନ ସଂଗ୍ରହ କରିପାରନ୍ତି। ବେଇଲି ନିଜ ଲିଖିତ ବହି “ପ୍ରିନସପଲ ଅଫ ଭେଜିଟେବୁଲ ଗାର୍ଡନିଙ୍ଗ“ ରେ 247 ପ୍ରକରର ପନିପରିବା ଚାଷ ଓ ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି । ଆମ ଦେଶର ବଣ ଜଙ୍ଗଲ ଓ ପୁରପଲ୍ଲିରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ପରିବା ଗୁଡିକ ହିସାବରେ ନେଲେ ଏହି ସଂଖ୍ୟା ହୁଏତ ଆହୁରି ବଢିଯିବ । ବିଭିନ୍ନ ପନିପରିବା ଫସଲ ମଞ୍ଜି ଓ ଅନ୍ୟାନ୍ୟ ଉଦ୍ଭିଦ ଅଙ୍କରୁ ନେଇ ଚାଷ କରାଯାଇଥାଏ । ବସ୍ତୁତଃ ଉତ୍ତମ ବିହନ ସମ୍ପର୍କିତ ସମ୍ୟକ ଧାରଣା ଥିବା ଦରକାର । ପ୍ରତ୍ୟେକ ପ୍ରକାରର ପନିପରିବା ବିହନର ନିମ୍ନଲିଖିତ ଗୁଣ ରହିଥିଲେ, ସେହିଗୁଡିକ ପନିପରିବା ଚାଷ ପାଇଁ ଉପଯୁକ୍ତ ବିହନ ଭାବେ ବିବେଚନା କରାଯାଇପାରେ । ମଞ୍ଜିସବୁ ସଠିକ ଓ ମାଆ ମଞ୍ଜିପରି ହେବା ଦରକାର ପନିପରିବା ମଞ୍ଜିଗୁଡିକ ଅମଳ କରାଯାଇଥିବା ଫସଲ ଅନୁରୂପ ହୋଇଥିବା ଦରକାର । ଅର୍ଥାତ ଯେଉଁ ଉଦ୍ଭିଦଗୁଡିକରୁ ମଞ୍ଜିଗୁଡିକ ସଂଗ୍ରହ କରାଯାଇଛି ଏହା ଠିକ ସେହି ଉଦ୍ଭିଦ ପରି ଗଠନ, ଫଳନ ତଥା ଫଳଗୁଡିକର ଖାଦ୍ୟ ଗୁଣଥିବା ଦରକାର । ଏଥିରେ ଅନ୍ୟ କୌଣସି ମଞ୍ଜି ମିଶାଯାଇ ନଥିବା ଉଚିତ । ଗଛର ଆକୃତି, ଆୟତନ ରଙ୍ଗ, ଗଠନ, ଖାଦ୍ୟ ରୂପେ ଅମଳ ହେଉଥିବା ଅଂଶଗୁଡିକର ଗୁଣ, ଅନୁରୂପତା ଓ ମଞ୍ଜି ଗୁଡିକର ଉପଯୁକ୍ତ ଆକାର ଓ ଗୁଣ ରହିଥିବା ଉଚିତ । ଛୋଟ ଆକୃତିର ମଞ୍ଜିରୁ ସାଧାରଣତଃ ଦୁର୍ବଳ ଚାରା ବାହାରିଥାଏ । ତେଣୁ ହୃଷ୍ଟପୃଷ୍ଟ ଓ ଓଜନିଆ ମଞ୍ଜିଗୁଡିକୁ ନେଇ ବ୍ୟବହାର କରିବା ଉଚିତ । ବଡ ମଞ୍ଜିଗୁଡିକ ଯେପରି ଲୋଚାକୋଚା ହୋଇ ନଥାଏ ସେଥିପ୍ରତି ଦୃଷ୍ଟିରହିବା ଉଚିତ । ବୀଜ ଗୁଡିକ ବିଶୁଦ୍ଧ ଓ ପରିଷ୍କା ହୋଇଥିବା ଉଚିତ ମଞ୍ଜିଗୁଡିକ ପରିଷ୍କାର ଓ ବିଶୁଦ୍ଧ ହୋଇଥିବା ଉଚିତ । ବିହନରୁ ଧୁଳିମଇଳା,ବଡାକୁଟା, ମଞ୍ଜି ଚୋପା, ଭଙ୍ଗାମଞ୍ଜି, ଅନାବନା ମଞ୍ଜି ବଛା ହୋଇଥିବା ଦରକାର । ପନିପରିବା ମଞ୍ଜି ଶତକଡା କେତେ ରହିଛି ତାହା ଉପରେ ଲିଖିତ ଅନ୍ୟାନ୍ୟ ପଦାର୍ଥର ହିସାବରୁ ଜାଣି ହୁଏ । ତେଣୁ ପ୍ରକୃତରେ କେତେ ମଞ୍ଜି ବ୍ୟବହାର କରାଯିବ, ତାହା ଜାଣିବାକୁ ହେଲେ - ଶତକଡା ବିଶୁଦ୍ଧତା 100 ବୀଜର ସଂଜୀବତା ବିହନ ସଂଜୀବତା ଶକ୍ତି ଉପରେ ବୀଜଗୁଡିକର ଉତ୍ତମ ଭାବେ ଅଙ୍କୁରିତ ହୋଇ ଦ୍ରୁତଗତିରେ ବଢିକ୍ଷେତରେ ଅଧିକ ସଂଖ୍ୟାରେ ବଞ୍ଚିବା ନିର୍ଭର କରିଥାଏ । ଏଥି ସଙ୍ଗେ ସଙ୍ଗେ ସେଗୁଡିକ ମଧ୍ୟ ଅଙ୍କୁରଣ ପରେ ବେସୀ ଦିନ ଲାଗି ନୂଆ ନୂଆ ହୋଇ ବଢୁଥିବା ଉଦ୍ଭିଦଗୁଡିକର ବଞ୍ଚିପାରନ୍ତି ନାହିଁ, ଯଦିବା ବଞ୍ଚନ୍ତି ଦୁର୍ବଳ ହୋଇ ରହି ଉତ୍ତମ ଫଳ ଦିଅନ୍ତି ନାହିଁ । ଅଙ୍କୁରଣର ପରୀକ୍ଷା କରିବା ପରେ ମଞ୍ଜି ଗୁଡିକରୁ କେତୋଟି ଉଦ୍ଭିଦ କ୍ଷେତ୍ରରେ ଅଙ୍କୁରିତ ହେବ ଜାଣିହୁଏ । ତଦନୁସାରେ ମଞ୍ଜିଗୁଡିକ ବ୍ୟବହାର କରାଯିବ କି ନାହିଁ ବିଚାର କରାଯାଏ ବା କେତେ ଅଧିକ ପରିମାଣରେ ମଞ୍ଜି ବ୍ୟବହାର କାଲେ ନିର୍ଦ୍ଧିଷ୍ଟ ସାଂଖିକ କ୍ଷେତରେ ଲଗାଯାଇ ପାରିବ ସହଜରେ ଜାଣିହୁଏ । ସାଧାରଣତଃ ଉଚିତ ପନିପରିବା ଚାଷ ଲାଗି ମଞ୍ଜି ବା ବିହନ ସଂଗ୍ରହ କରିବାବେଳେ ନିମ୍ନରେ ଦିଆଯାଇଥିବା କେତୋଟି ପରିବାରୁ ଜାଣିହେବ ଯେ ଅଙ୍କୁରଣ ଶକ୍ତି କେତେଥିବା ଦରକାର । ଏଥିରୁ କମ ହୋଇଗଲେ ବିହନ ଉତ୍ତମ ବୋଲି ଧରାଯାଏ ନାହିଁ । ପନିପରିବା ମଞ୍ଜି ଶତକଡା କେତେ ଅଙ୍କୁରଣ ହେବା ଦରକାର ଶିମ, ବନ୍ଧାକୋବି, ଫୁଲକୋବି, କାଉପି, କରଭୁଜ, ଲଙ୍କାମରିଚ, ସୋରିଷଶାଗ, ମୂଳା 75 ଟମାଟୋ 65 ବିଟ 55 କାକୁଡି, ମଟର , ମିଠାମକା, ସୋୟାବିନ, ସାଲଗମ 80 ବାଇଗଣ 60 ଭେଣ୍ଡି 50 ନ୍ୟୁଜିଲାଣ୍ଡ ସ୍ପିନଚ 40 ଗୁଆଁର 85 କୀଟ ଓ ରୋଗ ପ୍ରତିରୋଧ ଶକ୍ତିଥିବା ବ୍ୟବହାର କରିବା ଉଚିତ ପନିପରିବା ଚାଷରେ କୀଟ ଓ ରୋଗ ଦାଉରୁ ଉଦ୍ଭିଦଗୁଡିକୁ ରକ୍ଷା କରିବା ଲାଗି ବହୁ ପରିଶ୍ରମ ଓ ଖର୍ଚ୍ଚ କରିବାକୁ ହୋଇଥାଏ । ଏହା ଛଡା ନାନା ପ୍ରକାରର କୀଟନାଶକ ତଥା ରୋଗନାଶକ ଔଷଧ ନୀରବଛିନ୍ନ ଭାବରେ ବ୍ୟବହାର କରିବା ଦ୍ଵାରା ଔଷଧ ମଲିକ୍ୟୁଲଗୁଡିକ ପନିପରିବା ଗୁଡିକ ଭିତରକୁ ଅବଶୋଷିତ ହୋଇଥାଏ । ଏହା ଖାଇବା ଦ୍ଵାରା ବିଶେଷକରି କଞ୍ଚାଖାଇବା ଦ୍ଵାରା ମଣିଷ ଅସୁସ୍ଥ ହୁଏ । ତେଣୁ ରୋଗ ଓ କୀଟ ଆକ୍ରମଣ ପ୍ରତିରୋଧ କରୁଥିବା କିସମର ପ୍ରତ୍ୟେକ ରକମର ପନିପରିବା ନିର୍ବାଚିତ କରି ଫସଲ ଅମଳ କରିବା ଉଚିତ । ଅଧିକ ଅମଳକ୍ଷମ ବିହନ ଓ ସେଗୁଡିକର ଅଭ୍ୟନୁକଳତା ଯେଉଁ ପ୍ରକାର ପନିପରିବା ମଞ୍ଜି ଅଧିକ ଅମଳ ଦେବ ଓ ବିଭିନ୍ନ ପରିପାର୍ଶ୍ଵକ ଅବସ୍ଥା ଗୁଡିକରେ ଅନୁକୁଳିତ ହୋଇ ବଢି ପାରିବ ସେହି ଶକ୍ତିଶାଳି, ଅମଳ ହେବାର ସମତା ରକ୍ଷା ଓ ସଂରକ୍ଷିତ ହେବା ସମୟରେ ଏକାପରି ରହି ଅଧିକ ସମୟ ସଂରକ୍ଷିତ ହେବା ଆଦି ଗୁଣଥିବା ଦରକାର । ପ୍ରତ୍ୟେକ ପ୍ରାନ୍ତରତେ ଯେଉଁ କିସମ ତଥା ପ୍ରକାରର ପନିପରିବା ଉତ୍ତମ ଫଳ ଦିଏ, ସେହି ପ୍ରକାରର ତଥା କିସମର ମଞ୍ଜି ସଂଗ୍ରହ କରିବା ଉଚିତ । ଅକ୍ଷତ ବିହନ ମଞ୍ଜି ଗୁଡିକ ନିଖୁଣ ହୋଇଥିବା ଦରକାର । ଭଙ୍ଗା, ପୋକଖିଆ , ଅପକ୍ଵ ମଞ୍ଜି ବିହନ ପାଇଁ ଉତ୍କୃଷ୍ଟ ନୁହେଁ । ମଞ୍ଜି ପରୀକ୍ଷା ପନିପରିବା ମଞ୍ଜି ଜମିରେ ଲଗାଯିବା ପୂର୍ବରୁ ପରୀକ୍ଷା କରିବା ଦରକାର । ମଞ୍ଜି ଛଡା ଉଦ୍ଭିଦଗୁଡିକର କାଣ୍ଡ, ଚେର, ଆଦି ଭିନ୍ନ ଭିନ୍ନ ଅଂଶ ମଧ୍ୟ ବିହନ ରୂପେ ବ୍ୟବହାର କରାଯାଇଥାଏ । ସେଗୁଡିକ ମଧ୍ୟ ପରୀକ୍ଷା କରିବା ଉଚିତ । କାରଣ କ୍ଷେତରେ ଏଗୁଡିକ ରୋପଣ କରିଦେବା ପରେ ଯଦି କିଛି ଅସୁବିଧା ଘଟେ, ତେବେ ପରେ ଆଉ ବ୍ୟବସ୍ଥା କରିବା ସମ୍ଭବ ହୁଏ ନାହିଁ । ତେଣୁ ମଞ୍ଜି ଆଣିବା ପରେ ସେଗୁଡିକ ବିଭିନ୍ନ ଭାବେ ପରୀକ୍ଷା କରାଯାଇଥାଏ । ବିହନ ପରୀକ୍ଷଣ ପାଇଁ ନମୁନା ସଂଗ୍ରହ ପନିପରିବା ମଞ୍ଜିଗୁଡିକ ସାଧାରଣତଃ ଛୋଟିଆ ମୁଣିରେ ରଖାଯାଇଥାଏ । ତେଣୁ ପରୀକ୍ଷା କରିବା ଲାଗି ନମୁନା ଦେବା ସମୟରେ ଏପରି ଭାବେ ନେବାକୁ ହେବ ଯେପରି ନେଇଥିବା ନମୁନା ସମଗ୍ର ମଞ୍ଜି ସମୂହର ପ୍ରତିନିଧିତ୍ଵ କରିବ । ତେଣୁ ନିମ୍ନଲିଖିତ କେତୋଟି ନିୟମ ପାଳନ କରାଯିବା ଉଚିତ । ପ୍ରତିନିଧିତ୍ଵ ନମୁନା ନେବାବେଳେ ମୁଣିର ପ୍ରତ୍ୟେକ ପାଖ ଓ ମଧ୍ୟ ଅଂଶରୁ ସମପରିମାଣର ନମୁନା ନେବାକୁ ହେବ। ବିଭିନ୍ନ ପ୍ରକାରର ଟ୍ରାୟାରର ବ୍ୟବହାରରେ ନମୁନା ସଂଗ୍ରହ କରାଯିବ ଯେଉଁଠି ଟ୍ରାୟାର ବ୍ୟବହାର ହୋଇପାରେ ନାହିଁ, ସେଠାରେ ହାତ ପୁରାଇ ଏକାପରିମାଣର ନମୁନା ସଂଗ୍ରହ କରାଯିବା ଉଚିତ । ପ୍ରତ୍ୟେକ ଅଧିକ ସାଂଖିକ ନମୁନା ନେଇ ପରୀକ୍ଷା କରାଯିବା ଉଚିତ। କେତେ ପରିମାଣର ମଞ୍ଜି ନମୁନା ପରୀକ୍ଷା ଲାଗି ଦରକାର ତାହା ପନିପରିବା ଭେଦରେ ଅଲଗା ହୋଇଥାଏ। ନିମ୍ନରେ କେତୋଟି ଦୃଷ୍ଟାନ୍ତ ଦିଆଗଲା । ପନିପରିବା ବିଶୁଦ୍ଧତା ପରୀକ୍ଷା ଏହା ପରୀକ୍ଷା କରିବାକୁ ହେଲେ ପନିପରିବା ପ୍ରକାରଭେଦରେ ନିର୍ଦ୍ଧିଷ୍ଟ ପରିମାଣର ମଞ୍ଜି ନେଇ ସେଥିରେ ନିମ୍ନପ୍ରକାରରେ ବିଭକ୍ତ କରାଯାଇ ପ୍ରତ୍ୟେକ ବିଭାଗର ଓଜନ ନିଆଯାଇ ନମୁନାରେ ଶତକଡା କେତେ ବିଶୁଦ୍ଧ ମଞ୍ଜି ରହିଛି ହିସାବ କରାଯାଏ । ନମୁନା ମଞ୍ଜିକୁ ଚାରୋଟି ଭାଗରେ ନିମ୍ନମତେ ବାଛି ଭାଗ କରାଯାଏ- 0.25 ପାଉଣ୍ଡ ବା 113.5 ଗ୍ରାମ 0.50 ପାଉଣ୍ଡ ବା 227 ଗ୍ରାମ 1.0 ପାଉଣ୍ଡ ବା 454 ଗ୍ରାମ 2.0 ପାଉଣ୍ଡ ବା 908 ଗ୍ରାମ ପିଆଜ ଲଙ୍କାମରୀଚ ମୂଳା ମିଠା ମକା ବନ୍ଧା କୋବି ବାଇଗଣ ବିଟ କାଉପି ବା ଝୁଡୁଙ୍ଗ ଫୁଲକୋବି ସ୍ପିନଚ ------ ସୋୟାବିନ ଗଣ୍ଠି କୋବି ----- ------ କାକୁଡି ସୋରିଷ ------ ------ କରଭୁଜ ଚୀନା ବନ୍ଧା କୋବି ------- -------- ସ୍ପସ ସାଲଗମ ------ ------- କଖାରୁ ଗାଜର ------ ------ ମଟର ଟୋମାଟୋ ------- ------ ସିମ ଲେଟ୍ୟୁସ ------ ------ ଭେଣ୍ଡି (କ) ବିଶୁଦ୍ଧ ମଞ୍ଜିର ପରିମାଣ (ଓଜନ), (ଖ) ଅନ୍ୟାନ୍ୟ ଫସଲ ମଞ୍ଜିର ପରିମାଣ (ଗ) ଘାସ ମଞ୍ଜିର ପରିମାଣ (ଘ) କୁଟାକାଠି, ମାଟି, ଆଦି ପ୍ରଦାର୍ଥ ପରିମାଣ ଏଥିଲାଗି ପ୍ରକାର ଭେଦର ପନିପରିବା ମଞ୍ଜି, ନିମ୍ନପ୍ରକାର ନିଆଯାଏ । ମିଠା ମକା, ସ୍କାସ, କଖାରୁ, ବିନ, ମଟର, କାଉପି = 500 gm କାକୁଡି, କରଭୁଜ, ଭେଣ୍ଡି = 100 gm ବିଟ = 50 gm ପିଆଜ, କୋବିଜାତୀୟ,ସୋରିଷ,ବାଇଗଣ = 10 gm ଗାଜର,ଟୋମାଟୋ,ଲେଟ୍ୟୁସ = 5 gm ଅଙ୍କୁରଣ ପରୀକ୍ଷଣ ପ୍ରତି ଶହେଟି ମଞ୍ଜିରେ କେତୋଟି ମଞ୍ଜି ଜୀବିତ ଅଙ୍କୁରଣ ହୋଇପାରେ ତାହା ଜାଣିବା ଦରକାର ହୋଇଥାଏ। ଏହା ପନିପରିବା କ୍ଷେତରେ ବ୍ୟବହାର କରାଯିବ। 400 ମଞ୍ଜି ନେଇ ସମାନ ଭାବେ ଚାରି ଭାଗ କରି ପରୀକ୍ଷା କରାଯାଏ। ପ୍ରୟୋଗଶାଳାରେ ପରୀକ୍ଷା କରାଗଲାବେଳେ ସେଗୁଡିକୁ ଉପଯୁକ୍ତ ଉତ୍ତାପରେ ରଖି ପ୍ରଥମ ଓ ଶେଷ ଗଣତି ଲାଗି ନିର୍ଦ୍ଧିଷ୍ଟ ଦିନ ଭୀତରେ ଜଣାଯାଇଥାଏ । ଏହି ସମୟ ଭୀତରେ ଅଙ୍କୁରଣ ହେଉଥିବା ମଞ୍ଜିଗୁଡିକ ଗଣାଯାଏ । ସେଥିଲାଗି ହାତ ଦ୍ଵାରା, କାଊଣ୍ଟିଙ୍ଗ ବୋର୍ଡ ବ୍ୟବହାର କରାଯାଇଥାଏ । ଏହାଛଡା ଚାରାଗୁଡିକର ମାନନିର୍ଦ୍ଧାରଣ କରାଯାଇଥାଏ ଓ ବିଭିନ୍ନ ପନିପରିବା ଲାଗି ମଧ୍ୟ ମାନନିର୍ଦ୍ଧାରଣ କରାଯାଇ ତଦନୁସାରେ ପରୀକ୍ଷା କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକା କୃଷିବିଭାଗ (USDA) ଫେଡେରଲ ଅକ୍ଟ ନିର୍ଦ୍ଧାରିତ ମାନ ହିଁ ଏହି ପରୀକ୍ଷା ପାଇଁ ବ୍ୟବହୃତ ହେଉଛି । ମଞ୍ଜି ଉତ୍ତାପ OC ଗଣତି କରି ଦିନ ପ୍ରଥମ ଶେଷ ମିଠା ମକା 20-30 4 7 କାଉପି 20-30 5 5 କାକୁଡି 20-30 3 7 ତରଭୁଜ 20-30 4 14 ତରଭୁଜ 20-30 4 10 ପିଆଜ 20-30 6 10 ବନ୍ଧା ଓ ଫୁଲକୋବି 20-30 3 10 ମୂଳା 20 4 6 ଗାଜର 20-30 6 21 ସୋୟାବିନ 20-30 5 8 ମଟର 20 5 8 ଶିମ 20-30 5 8 ଲଙ୍କାମରୀଚ 20-30 6 14 ଟମାଟୋ 20-30 5 14 ବାଇଗଣ 20-30 7 14 ଭେଣ୍ଡି 20-30 4 14 ସ୍ପିନଚ 15-10 7 21 ଲେଟ୍ୟୁସ 20 -- 7 ପନିପରିବା ପ୍ରକାରର ମୂଳଅନୁରୂପ ପରୀକ୍ଷା ପନିପରିବା ଯେଉଁ ପ୍ରକାରର ବା କିସମର ହୋଇଥିବ ତାହା ପ୍ରକୃତରେ ସେହି ପ୍ରକାରର ବା କିସମ ନାମରେ ବିକ୍ରି ହେଉଛି କି ନାହିଁ ସେଥିଲାଗି ପରୀକ୍ଷା କରାଯାଏ । ଏହି ପରୀକ୍ଷା ଛୋଟିଆ ପଟାଳିରେ ବିକ୍ରି କରାଯାଉଥିବା ମଞ୍ଜି ଓ ସେହି କିସମର ପ୍ରକୃତ ବଂଶାବଳୀ ଜଣାଥିବ ମଞ୍ଜି ଲଗାଯାଇ ପରୀକ୍ଷା କରାଯାଇଥାଏ । ମଞ୍ଜିର କାର୍ଯ୍ୟକାରିତା ପ୍ରମୋଶନ ନୂତନ ପ୍ରକାରର ପନିପରିବା ମଞ୍ଜି ଉଦ୍ଭାବନ କରିବା ପରେ ସେଗୁଡିକ ପରିମାଣ ନିର୍ଦ୍ଧିଷ୍ଟ ପନ୍ଥାରେ ବଢାଇ ଚାଷୀମାନଙ୍କୁ ଯୋଗାଇଦେବା ହେଲା ଏହାର ଉଦ୍ଦେଶ୍ୟ । କାରଣ ସାଧାରଣ ଚାଷୀମାନଙ୍କ ଦ୍ଵାରା ଏହାର ବିଶୁଦ୍ଧତା ରକ୍ଷା କରିବା ସମ୍ଭବ ନୁହେଁ, କାରଣ ବିଭିନ୍ନ ପ୍ରକାରର ମଞ୍ଜିଗୁଡିକ ଯାନ୍ତ୍ରିକ ମିଶ୍ରଣ , ପ୍ରକୃତିକ ପରାଗସଂଗମ ଓ ଉତପରିବତ୍ତନ ଯୋଗୁଁ ପନିପରିବା କିସମ ର ଗୁଣ ନଷ୍ଟ ହେବା ଶୁଦ୍ଧତା ନଷ୍ଟ ହେବା ସମ୍ଭବ ହୋଇଥାଏ । ତେଣୁ ଏହିପ୍ରଥା ଦ୍ଵାରା ପନିପରିବା ମଞ୍ଜି ଉତ୍ପାଦନ, ପୃସ୍ତୃତିକରଣ ଓ ବଣ୍ଟନ କାର୍ଯ୍ୟ କରାଯିବାରେ ସହାୟକ ହୁଏ ଯେପରି ମଞ୍ଜିଗୁଡିକ ନିରୋଳା, ପରିଷ୍କାର, ପୋକ ରୋଗ, ବିହୀନ , ପୁରୁଣା ନୁହେଁ ଓ ଅଙ୍କୁରଣ ଶକ୍ତି ଉତ୍କୃଷ୍ଟ ହୋଇ ପ୍ରକୃତ ବଂଶଜ ହୋଇଥାଏ । କାର୍ଯ୍ୟକାରିତା ପ୍ରମାଣିତ ପନିପରିବା ମଞ୍ଜି ହେଉଛି ଜଣାଥିବା ବଂଶଗତ ଗୁଣ ସମ୍ପାର୍ଣ୍ଣ ମଞ୍ଜି ତେଣୁ ଏହା ବଂଶାବଳୀ ଜୀବନଚକ୍ର ବା ବିବରଣୀରୁ ଜାଣିହୁଏ । ପ୍ରତ୍ୟେକ ପ୍ରଜନନକ୍ଷମ ମଞ୍ଜି ଚାରି ଶ୍ରେଣୀରେ ବିଭକ୍ତ କରାଯାଏ - ପ୍ରଜନନ ବିହନ ମୂଳଦୁଆ ବିହନ ତାଲିକାଭୁକ୍ତ ବା ପାଞ୍ଜିକୃତ ବିହନ ପ୍ରମାଣିତ ବିହନ ପ୍ରଜନନ ବା ବଡିର ବିହନ ଗବେଷଣା କେନ୍ଦ୍ରରେ ବା ତତୁଲ୍ୟ କୌଣସି ସଂସ୍ଥାରେ ପ୍ରଥମ କରି ଉତ୍ପନ କରାଯାଏ ଓ ଏଥିଲାଗି ନିର୍ଦ୍ଧିଷ୍ଟ ଓ ପରୀକ୍ଷିତ ପିତୃମାତୃ ଅଂଶକ ପ୍ରକାରଗୁଡିକ ନେଇ ପ୍ରଜନନ କରାଇ ସେଗୁଡିକ ଉତ୍ତମ ଗୁଣ ଗୁଡିକୁ ରକ୍ଷା କରି ବିହନ ବାହାର କରାଯାଏ । ସେ ବିହନ ବିଡର ବିହନ କହନ୍ତି । ଯେଉଁ ଶ୍ରେଣୀର ପନିପରିବାଗୁଡିକ ମଞ୍ଜିଦ୍ଵାରା ବିପନ କରାଯାଏ । ସେହି ଶ୍ରେଣୀର କୌଣସି ପ୍ରକାରର ବା କିସମର ବିହନ ଉତ୍ପନ କରାଯାଏ ଯାହାକି ଚିହ୍ନିତ, ପରୀକ୍ଷିତ ଓ ନିୟତ ଗୋଟିଏ ବା ତୋତୋଧିକ ବ୍ରଡରସଡ ବା ପ୍ରଜନନ ମଞ୍ଜି ବୋଲି ଧରାଯାଏ । ସେହିପରି ଗୋଟିଏ ଅଙ୍ଗୀୟ ପ୍ରପାଦିତ ପ୍ରଣାଳୀ ରେ ବିସ୍ତାର କରୁଥିବା ପନିପରିବାଗୁଡିକର ପ୍ରଜନନ ବିହନ ହେବ ଯାହାକୁ ପ୍ରଜନନ, ପ୍ରାରମ୍ଭିକ ବୃଦ୍ଧି ଘଟାଇଥାଏ । ମୂଳ ଦୁଆ ବିହନ ହେଉଛି ଗୋଟିଏ ପ୍ରକାର, ବାଲିଜ ବା ସଙ୍କରଜ ର ବଂଶ ଯାହାକି ସ୍ଵୀକୃତି ପ୍ରଜନନ ପ୍ରଣାଳୀ ବ୍ୟବହାର କରି ଏପରି ଭାବେ ପରିଚାଳନା କରାଯାଇଥାଏ । ଯେପରି ବିହନଗୁଡିକର ନିର୍ଦ୍ଧିଷ୍ଟ ପୈତ୍ରିକ, ଏକତ୍ଵ ଓ ବିଶୁଦ୍ଧତା ରକ୍ଷା କରାଯାଇଥାଏ । ବିହନଗୁଡିକୁ ଅତି ଯତ୍ନର ସହ ବୃଦ୍ଧି କରାଯାଇଥାଏ । ଏହା ଆପାତିତଃ ଅତି କମ ପରିମାଣର ହୋଇଥାଏ , କିନ୍ତୁ ଏହି ବିହନ ବ୍ୟବସାୟ ବଜାରକୁ ଛଡାଯାଏ ନାହିଁ ଓ ମୂଳଦୁଆ ବିହନ ରୂପେ ପରୀକ୍ଷା କ୍ଷେତରେ ନୂଆ କିସମର ବିହନ ନାମରେ ପରୀକ୍ଷା କରାଯାଏ । ପଞ୍ଜୀକୃତ ବିହନ ପଞ୍ଜିକୃତ ବିହନ ବା ତାଲିକାଭୁକ୍ତ ବିହନ ମୂଳ ବିହନ ବଂଶର ସମସ୍ତ ଗୁଣ ନେଇଥାନ୍ତି । ଏହି ବିହନର ପରିଚୟ ପ୍ରତ୍ୟକ୍ଷ ଭାବେ ମୂଳବିହନଠାରୁ ଜାଣିହୁଏ । ଏହି ବିହନଗୁଡିକ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣା କରି ସେଗୁଡିକ ପୈତ୍ରିକ, ଏକତ୍ଵ ଓ ବିଶୁଦ୍ଧତା ରକ୍ଷା କରାଯାଇଥାଏ । ପ୍ରମାଣିତ ସଂସ୍ଥା ଦ୍ଵାରା ମଧ୍ୟ ଅନୁମୋଦିତ ହୋଇଥାଏ । ପ୍ରମାଣିତ ବିହନ ବୃଦ୍ଧି କରିବା ଭଳି ଏହି ପ୍ରକାରର ବିହନ ଗୁଣ ରକ୍ଷା କରାଯାଇଥିବା ଆବାଶ୍ୟକ । ମୂଳଦୁଆ ବିହନ ମୂଳଦୁଆ ବିହନ ପଞ୍ଜିକୃତ ବିହନଗୁଡିକୁ ବହୁ ପରିମାଣରେ ବଢାଇଲା ଲାଗି ନିର୍ଦ୍ଧିଷ୍ଟ ବ୍ୟବସ୍ଥାମାନ କରାଯିବା ଦରକାର । ତାହା ହେଲେ ପୈତ୍ରିକ, ଏକତ୍ଵ ଓ ବିଶୁଦ୍ଧତା ରକ୍ଷା କରାଯାଇଥାଏ । ଏହା ପ୍ରମାଣିତ ସଂସ୍ଥା ଦ୍ଵାରା ପରୀକ୍ଷିତ ତଥା ଅନୁମୋଦିତ ହେବାପରେ ଚାଷଲାଗି ବଣ୍ଟନ କରାଯାଏ । ଏହା ଦ୍ଵାରା ଚାଷୀଙ୍କୁ ସୁବିଧାରେ ଓ କମ ଦରରେ ଯୋଗାଇ ଦିଆଯାଇପାରେ । ମାତ୍ର ଅନ୍ୟ ତିନୋଟି ଶ୍ରେଣୀର ବିହନ ଉତ୍ପନ କରିବା ଅଧିକ ଖର୍ଚ୍ଚ ସାପେକ୍ଷ ହୋଇଥାଏ । ପ୍ରମାଣିତ ବିହନ ବିହନ ଗୁଡିକୁ ଚାଷୀମାନଙ୍କୁ ବିତରଣ କରାଯିବା ପୂର୍ବରୁ ଭଲଭାବେ ପରୀକ୍ଷିତ କରି ସେ ଗୁଡିକର କାର୍ଯ୍ୟକ୍ଷମତା କରିବା ଦରକାର । ସେଥିଲାଗି ବିଭିନ୍ନ ଦେଶରେ ସଂସ୍ଥାମାନ ସ୍ଥାପନ କରାଯାଇଥାଏ । ପନିପରିବା ମଞ୍ଜିଗୁଡିକ ପାଇଁ ଉଦ୍ୟାନ ବିଜ୍ଞାନ– ବିତ ଓ କୃଷି ବିଭାଗ କର୍ମକର୍ତ୍ତାମାନେ ବିଭିନ୍ନ କାର୍ଯ୍ୟକ୍ରମ ଅନୁସରଣ କରିଥାନ୍ତି । ଯେଉଁ ବିହନ ସବୁ କୌଣସି ଗବେଷଣା କେନ୍ଦ୍ରରୁ ଉତ୍ପନ୍ନ କରାଯାଇଥାଏ । ସେହିଗୁଡିକ ହିଁ ଉପଯୁକ୍ତ ବୀଜ ବୋଲି ବିବେଚିତ ହୋଇଥାନ୍ତି । ପନିପରିବା ପାଇଁ ଶ୍ରେଣୀ , ପ୍ରକାର, କିସମ ଆଦି କେତେଗୁଡିଏ ପାରିଭାଷିକ ଶଦ୍ଦ ବ୍ୟବହାର କରାଯାଇଥାଏ । ସେ ସମ୍ପର୍କରେ ନିମ୍ନ ଆଲୋଚନା କରାଯାଇଛି । ଶ୍ରେଣୀ – ଏହା ଗୋଟିଏ ଜାତିର ପନିପରିବା ବୁଝାଏ । ଯଥା – ବାଇଗଣ , ଆଳୁ, ତରଭୁଜ, ମିଠାମକା ଶାଗ ଇତ୍ୟାଦି । ପ୍ରତ୍ୟେକ ଶ୍ରେଣୀରେ ନାନା ପ୍ରକାର ବା ଜାତିର ପରିବା ରହିଥାଏ । ଯେପରି ଟମାଟୋ, ପାଣ୍ଡୋରୋସା, ଇତ୍ୟାଦି । ଜାତି ବା ପ୍ରକାର - ଯେଉଁ ଉଦ୍ଭିଦଗୁଡିକ ଗୋଟିଏ ପ୍ରକାରର ଦେଖାଯାଆନ୍ତି ଓ ଏକ ଉଦ୍ଭିଦ ଗୁଣ ବିଶିଷ୍ଟ ସେଗୁଡିକ ଏକା ପ୍ରକାରର ପନିପରିବା ଉଦ୍ଭିଦ ବୋଲାଯାଏ । ପ୍ରତ୍ୟେକ ଜାତିର ପରିବା ଅନ୍ୟପ୍ରକାରଠାରୁ ଗୋଟିଏ ବା ଦୁଇଟି ଗୁଣରେ ଭିନ୍ନ ହୋଇଥାଏ । ଯେପରି ମୁକ୍ତବେଶୀ ବାଇଗଣ ପେଣ୍ଡି ବାଇଗଣ ଠାରୁ ଭିନ୍ନ ହୋଇଥାଏ ବା ପୁସା କ୍ରାନ୍ତି ଠାରୁ ଖଣ୍ଡ ବାଇଗଣ ଅଲଗା ହୋଇନଥାଏ । କିସମ – ଗୋଟିଏ ଜାତି ବା ପ୍ରକାରରେ ଥିବା ଉଦ୍ଭିଦ ଗୁଡିକର ସାଧାରଣ ଗୁଣ ସମାନ ଥିଲେ ମଧ୍ୟ ସେଥିମଧ୍ୟରୁ ଯେଉଁଗୁଡିକ ମୁଖ୍ୟତଃ ଗୋଟିଏ ଦୁଇଟି ବା ତିନୋଟି ଗୁଣରେ ଅନ୍ୟାନ୍ୟ ଉଦ୍ଭିଦ ଠାରୁ ଫରକ ହୋଇଥାଏ। ସେଗୁଡିକ ଏକ କିସମବୋଲି କୁହାଯାଏ । ଗୋଟିଏ ଜାତିର ପନିପରିବା ସେହି ଜାତିରୁ ବାହାରି ଥିବା ଅନ୍ୟ ଉଦ୍ଭିଦ ହୁଏତ ରୋଗ ନିରୋଧଶକ୍ତି ବା ଅନ୍ୟ କିଛି ଗୁଣ ଅଲଗା ରହିଥିଲେ ତାକୁ ଅନ୍ୟ କିସମ ବୋଲି କୁହାଯାଏ । ଷ୍ଟକ - ଏଗୁଡିକ ହେଉଛନ୍ତି ଗୋଟିଏ ବଂଶରୁ ଜାତ ଉଦ୍ଭିଦ । ଗୋଟିଏ ଜାତି ଓ ଷ୍ଟକ ମଧ୍ୟରେ ଫରକ ବେଶୀ ଦେଖାଯାଏ ନାହିଁ । ଗୋଟିଏ ଗୋଟିଏ ପଡିଗ୍ରୀଲାଇନ ବା ଏକ ପୀଡିକାରେଖା ହୋଇଥାଏ । କ୍ଳୋନ - ଗୋଟିଏ ଉଦ୍ଭିଦ ଅଙ୍ଗୀୟ ବିସ୍ତାର ପ୍ରଣାଳୀରେ ଏହାର ବଂଶ ବିସ୍ତାର କରାଯାଇଥାଏ । ଜମିର ମାନ – ଯେଉଁ ଜମିରେ ଏ ବିହନ ପରୀକ୍ଷିତ ହେବ ସେହି ଜମିରେ କୌଣସି ଅନିଷ୍ଟକର ଅନାବନା ଘାସ ଯେପରି ନ ବଢେ । ସେଥିଲାଗି ସମସ୍ତ ବ୍ୟବସ୍ଥା ହେବା ଦରକାର । ଏହି ଜମିରେ କେବଳ ପରୀକ୍ଷିତ ଓ ପ୍ରମାଣିତ ପନିପରିବା ବିହନ ହିଁ ଚାଷ କରାଯାଇଥାଏ ଓ ସେହି କିସମର ଅପରିକ୍ଷିତ ବିହନ ଚାଷ ନିର୍ଦ୍ଧିଷ୍ଟ ସମୟ ପାଇଁ ସେଠାରେ କରାଯିବ ନାହିଁ । ନଚେତ ସେଥିରେ ଥିବା ଆକ୍ରମଣ ରୋଗ, ଅନିଷ୍ଟକରି କୀଟ ଏକ ନୂତନ କିସମ ବିହନର କ୍ଷତି କରିବା ସମ୍ଭାବନା ଥାଏ । ତଳେ ଦିଆଯାଇଥିବା କେତୋଟି ବିଭିନ୍ନ ପରିବାରେ ଦରକାର ହେଉଥିବା ନିର୍ଦ୍ଧିଷ୍ଟ ପରିବା ମଞ୍ଜି ଲଗାଯିବା ପୂର୍ବରୁ ଅନ୍ୟ ଶ୍ରେଣୀର ଫସଲ କେତେ ଦିନଯାଏ ଲଗାଯାଇ ପରେ ଦିଆଯାଇଛି- ଫସଲ କେତେ ବର୍ଷପରେ ଏହି ବିହନ ଲଗାଯିବ ମୂଳଦୁଆ ବିହନ (ବର୍ଷ ) ପଞ୍ଜିକୃତ ବିହନ ପ୍ରମାଣିତ ବିହନ ମିଠାମକା, ସୋୟାବିନ, ଗୁଆଁର, କଖାରୁ, ପିଆଜ ଦରକାର ନାହିଁ ଦରକାର ନାହିଁ ଦରକାର ନାହିଁ ମଟର, ସିମ, ଲଙ୍କାମରୀଚ ୧ ୧ ୧ ଟମାଟୋ , ବାଇଗଣ, ଭେଣ୍ଡି , ସ୍ପିନଚ , କନ୍ଦମୂଳ ୩ ୩ ------ ଏହା ଛଡା ପ୍ରମାଣିତ କରିବା ଲାଗି କ୍ଷେତରେ ସେହି କିସମର ଫସଲ ଠିଆ ହୋଇଥିବା ସମୟରେ ଫସଲର ବିଶୁଦ୍ଧତା କେତେ ପରିମାଣରେ ରହିବା ଦରକାର ତାହାର ବି ନିର୍ଦ୍ଧିଷ୍ଟ ମାନ ରହୁଥିବା ଦରକାର । ତଳେ ଦିଆଯାଇଥିବା ତାଲିକାରୁ ଏହା ସହଜେ ବୁଝିହେବ ଏହିପରି ଅନ୍ୟାନ୍ୟ ପନିପରିବା ପାଇଁ ନିୟମ ବିଧାନ କରାଯାଇଛି । ଏହି ମାନ ରକ୍ଷାକରି ବିହନଗୁଡିକ ପ୍ରମାଣିତ କରାଯାଇ ପ୍ରମାଣିପତ୍ର ମଧ୍ୟ ପ୍ରଦାନ କରାଯାଏ ଓ ଚାଷୀମାନେ ତାହା ଦେଖି ବିହନ ଖରିଦ କରିଥାଆନ୍ତି । ବିହନଗୁଡିକ କେତେ ଦୂରରେ ଲଗାଯିବା ଦରକାର ତାହାର ମାନ ମଧ୍ୟ ନିର୍ଦ୍ଧିଷ୍ଟ କରାଯାଇଥାଏ । ଏପରି ହେଲେ ବିହନରେ ଯାନ୍ତ୍ରିକ ମିଶ୍ରଣ ତଥା ପରାପରାଗଣ ହେବ ନାହିଁ ।, ଏହା ଛଡା ପ୍ରତି କିସମର ଫସଲ ପାଚେରି ଦ୍ଵାରା ବା ବାଡ ଘେରାଯିବା ଦରକାର । ଏହି ଦୂରତା ସେହି ଜାଗାରେ ବହୁଥିବା ବାୟୁର ଦିଗ , ନିକଟରେ ବଢିଥିବା ବିଶାଳ ବୃକ୍ଷଗୁଡିକର ସ୍ଥିତି , କୁହୁଡିର ଘନତ୍ଵ ତଥା ଫୁଃପୈନିକତା ଓ ମହୁମାଛିମାନଙ୍କ ଅବସ୍ଥିତିକୁ ଧରି ନିର୍ଣ୍ଣିତ ହୋଇଥାଏ । ବିହନର ଶତକଡା ଅନୁମୋଦନ ଫସଲ କାରକ ମୂଳଦୂଆ ପଞ୍ଜିକୃତ ପ୍ରାମାଣିତ ମୂଳା ନିରୋଳା ବିହନ ଅନ୍ୟାନ୍ୟ କିସମ -- -- 90% 50% 80% 10% କାଉପି ଅନ୍ୟ ପ୍ରକାର ବିହନ କ୍ଷତିକାର ଅନାବନା ରୋଗ ଯୁକ୍ତ ଉଦ୍ଭିଦ ଆଦୌ ନାହିଁ ଆଦୌ ନାହିଁ ଆଦୌ ନାହିଁ ଏକର ପ୍ରତି ଗୋଟିଏ ଆଦୌ ନାହିଁ ଏକର ପ୍ରତି 5 ଟି ଉଦ୍ଭିଦ ଆଦୌ ନାହିଁ ଗୁଆଁର ଅନ୍ୟ ପ୍ରକାର ବିହନ କ୍ଷତିକାର ଅନାବନା ଉଦ୍ଭିଦ ରୋଗଯୁକ୍ତ ଉଦ୍ଭିଦ ଆଦୌ ନାହିଁ ଆଦୌ ନାହିଁ ଆଦୌ ନାହିଁ 0.01% ଆଦୌ ନାହିଁ ଆଦୌ ନାହିଁ 0.1% ଆଦୌ ନାହିଁ ଆଦୌ ନାହିଁ ସୋୟାବିନ ଅନ୍ୟ ପ୍ରକାରର ବିହନ ମକା ଜାତୀୟ ଅନାବନା କ୍ଷତିକର ଉଦ୍ଭିଦ 0.1% ଆଦୌ ନାହିଁ ଆଦୌ ନାହିଁ 0.2% ଆଦୌ ନାହିଁ ଆଦୌ ନାହିଁ 0.5% ଏକର ପ୍ରତି ଦୁଇଟି ଆଦୌ ନାହିଁ କଖାରୁ ଜାତୀୟ ନିରୋଳା କିସମ ନିରୋଳା କିସମ ନିକଟବର୍ତ୍ତୀ --- ---- 90% 10% 85% 15% ବାଇଗଣ --- ପ୍ରତି 100 ପ୍ରତି 100 ଲଙ୍କାମରୀଚ --- ଉଦ୍ଭିଦରେ ଉଦ୍ଭିଦରେ ଟୋମାଟୋ 9% ପ୍ରତି 300 ଉଦ୍ଭିଦରେ ଗୋଟିଏ 12 % ପ୍ରତି 300 ଉଦ୍ଭିଦରେ ଗୋଟିଏ କେତୋଟି ପନିପରିବା ଏହି ନିର୍ଦ୍ଧିଷ୍ଟ ଦୁରତ୍ଵର ନମୁନା ତଳେ ଦିଆଗଲା । ଗୋଟିଏ ମିଠାମକାର ଗୋଟିଏ କିସମଠାରୁ ଅନ୍ୟ କିସମ ବା ସେହି ଶ୍ରେଣୀର ଅନ୍ୟ କୌଣସି ପନିପରିବା ମଧ୍ୟରେ ରଖାଯିବା ବ୍ୟବଧାନ - ମିଠା ମକା 600 ଫୁଟ କାଉପି 10 ଫୁଟ ଗୁଆଁର 10 ଫୁଟ ସୋୟାବିନ 5 ଫୁଟ ( ବହଳର ବାଡ ଘେରାଯିବା ଦରକାର) କଖାରୁ ଜାତୀୟ ¼ ଠାରୁ 1 ମାଇଲ ପିଆଜ – ମୂଳଦୁଆ 5290 ଫୁଟ ପାଞ୍ଜିକୃତ 2640 ଫୁଟ ପରୀକ୍ଷିତ 1320 ସୋରିଷ ଜାତୀୟ ½ ଠାରୁ 1 ମାଇଲ ସାଲଗମ , ମୂଳା, ଗାଜର 640 ଫୁଟ ( ମୋଟା ଉଚ୍ଚାବାଡ ଘେରାଇଲେ ଚଳେ ) ମଟର, ଶିମ ¼ ଠାରୁ ମାଇଲ ସ୍ପିନଚ ¼ ମାଇଲ ଲେଟ୍ୟୁସ ଦୁଇ କିସମ ମଧ୍ୟରେ 12ଫୁଟ ଓ ଦୁଇ କିସମ ମଧ୍ୟରେ ଉଚ୍ଚବାଡ ସେହି କ୍ଷେତଗୁଡିକରୁ ବରାବରା ବେଦରକାରୀ ଉଦ୍ଭିଦ ନିରାକରଣ କରୁଥିବା ଦରକାର । ଏଗୁଡିକ ରକ୍ଷଣ କୁହାଯାଏ । ଫୁଲଧରିବା ପୂର୍ବରୁ ଓ ଚେର ବହୁଦୂର ଯାଏଁ ମାଡିଚାଲିବା ପୂର୍ବରୁ ସେଗୁଡିକ ନିର୍ମୂଳ କରିବା ଦରକାର । ଏଣୁ ପ୍ରତ୍ୟେକ ଶ୍ରେଣୀର ପନିପରିବା ପାଇଁ ମାନ ନିର୍ଦ୍ଧାରଣ କରାଯାଇଛି । ଏହା ଛଡା କ୍ଷେତ ପରିଦର୍ଶନ ବ୍ୟବସ୍ଥା କରାଯାଇଛି । ପରିକ୍ଷୀକ ପ୍ରତ୍ୟେକ ଶ୍ରେଣୀର ଫସଲ କେଉଁ ସମୟରେ ଯାଇ ପରିଦର୍ଶନ ଓ ନିରାକରଣ କରିବେ, ତାହା କେତେ କରାଯିବ, ପରିଦର୍ଶନ କାଳରେ କେଉଁ ରୀତି ଓ ବିଧି ଅନୁସୃତ ହେବ, କିପରି ବିବରଣୀ ସଂଗ୍ରହ କାରାଯିବ, ତାର ମାନ ମଧ୍ୟ ନିର୍ଦ୍ଧାରଣ ହୋଇଛି । ସଂଗୃହିତ - ଡଃ ରମେଶ ଚନ୍ଦ୍ର ଦାସ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର