ଜଳବାୟୁ, ମୃତ୍ତିକା ଓ ଉଦ୍ଭିଦ ପୃଷ୍ଟି ପନିପରିବା ଉଦ୍ଭିଦ ଗୁଡିକର ମଞ୍ଜି ଲଗାଯିବା ପରେ ଅଙ୍କୁରଣଠାରୁ ଆରମ୍ଭ କରି ଉଦ୍ଭିଦ ଗୁଡିକର ଗଠନ, ଫଳନ ତଥା ଉକୃଷ୍ଟ ଅମଳଲାଗି ଉପଯୁକ୍ତ ପାରିପାର୍ଶ୍ଵିକ ଅବସ୍ଥା ଦରକାର ହୋଇଥାଏ । ବିଭିନ୍ନ ପ୍ରକାରର ପନିପରିବା ଏକ ପ୍ରକାର ପରିପାର୍ଶ୍ଵିକ ଅବସ୍ଥା ଚାହାନ୍ତି ଏକଥା ଠିକ ନୁହେଁ । କେତେକ ଥଣ୍ଡା ପାରିପାର୍ଶ୍ଵିକ ଅବସ୍ଥା ଦରକାର କରନ୍ତି ଓ ଆଉ କେତେକ ଉଷ୍ଣାବସ୍ତା ଚାହାନ୍ତି । ପୁଣି କେତେକ ବହୁବର୍ଷା ଓ ବାୟୁ ଆର୍ଦ୍ରତା ଚାହାନ୍ତି ତ ଆଉ କେତେ କଣ ବର୍ଷା ଓ ଆର୍ଦ୍ରତା ଦରକାର କରିଥାଆନ୍ତି । ସେହିପରି କେତେକ କମ ସୂର୍ଯ୍ୟାଲୋକ ବା ବେଶୀ ଅନ୍ଧାରିଆ ପରିସ୍ଥିତି ଦରକାର କରନ୍ତି ତ ଆଉ କେତେ ବେସୀ ଆଲୋକ ବା କମ ଅନ୍ଧାରୁଆ ଅବସ୍ଥା ଦରକାର କରନ୍ତି ଓ ଆଉ କେତେ ଆଲୋକ ଆରଏଲଏଲ ମାତ୍ରା କଣ ବା ଅଧିକା ହେଲେ ସେମାନଙ୍କ ଫଳନ ଶକ୍ତ ଉପରେ ପ୍ରଭାବ ପାକାଇଥାନ୍ତି । ପନିପରିବା ଉଦ୍ଭିଦ ପ୍ରକାର ଭେଦରେ ଦରକାର ହେଉଥିବା ପ୍ରତ୍ୟେକ ପ୍ରକାରର ଉଦ୍ଭିଦ ଖାଦ୍ୟର ପାଣିମାନ ଆବଶ୍ୟକତାରେ ଭିନ୍ନତା ହୋଇଥାଏ । ଏହାଛଡା ବଢୁଥିବା ପନିପରିବା ଫସଲର ପାରିପାର୍ଶ୍ଵିକ ଅବସ୍ଥା ଉତ୍ତାପ , ଜଳ ଉଦ୍ଭିଦ ଖାଦ୍ୟ , ଆଲୋକ, ପ୍ରାଙ୍ଗରଦ୍ଵିଜାରେୟ, ମୃତ୍ତିକା ପ୍ରତିକ୍ରିୟା, ଅମ୍ଳଜାନ, ବାହୁବେଗ, ପନିପରିବା ଉଦ୍ଭିଦଶତ୍ରୁ ମୃତ୍ତିକା ଓ ଅନ୍ୟାନ୍ୟ ପଦାର୍ଥ ଉପରେ ବହୁ ପ ପରିମାଣରେ ନିର୍ଭର କରିଥାଆନ୍ତି । ପନିପରିବା ଚାଷର ସଫଳତା ଏହିସବୁ ଅବସ୍ଥା ଉପରେ ବହୁ ପରିମାଣରେ ନିର୍ଭର କରେ । କାରଣ ଉଦ୍ଭିଦ ଶରୀର ମଧ୍ୟରେ ଚାଲିଥିବା ରାସାୟନିକ ପ୍ରକ୍ରିୟା ବାଷ୍ପମୋଚନ, ବିଭିନ୍ନ ପରିପାର୍ଶ୍ଵିକ କାରଣ ଗୁଡିକ ନିୟନ୍ତ୍ରଣ ହୋଇଥାଏ । ଜଳବାୟୁ ଯେ କୌଣସି ପ୍ରାନ୍ତରେ ଜଳବାୟୁ ଧରି ପନିପରିବା ଚାଷ କିପରି ହେବ, କେଉଁ କେଉଁ ପାରିବା ଚାଷ କରାଯାଇପାରିବ ତାହା ନିର୍ଣ୍ଣୟ କରିହେବ । ବିଶେଷଭାବେ ବ୍ୟାବସାୟିକ ଭିତ୍ତିରେ ପରିବା ଚାଷ ପ୍ରତିଷ୍ଠା କରାଯିବା ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେବା ଦରକାର ହୋଇଥାଏ । ଉତ୍ତାପ ବିଭିନ୍ନ ପ୍ରକାର ବୀଜର ଅଙ୍କୁରଣ ପାଇଁ ନିର୍ଦ୍ଧିଷ୍ଟ ଉତ୍ତାପ ଦରକାର । ଏଥିରେ ବ୍ୟତିକ୍ରମ ଘଟିଲେ ମଞ୍ଜିରୁ ଭଲ ଗଜା ହୁଏ ନାହିଁ । ସେହିପରି ଅନୁକୂଳ ଉତ୍ତାପର ଅଭାବରେ ଉଦ୍ଭିଦର ଗଠନ ଓ କ୍ରମ ବର୍ଦ୍ଧନରେ ବ୍ୟାଘାତ ସୃଷ୍ଟି ହୁଏ । ପରୀକ୍ଷା ଦ୍ଵାରା ଦେଖାଯାଇଛି ଯେ ଗ୍ରୀଷ୍ମ ଋତୁ ପନିପରିବା ଲାଗି 70 ଡିଗ୍ରୀ ରୁ 80 ଡିଗ୍ରୀ ଫାରେନହିଟ ଉତ୍ତାପ ଦରକାର ହୋଇଥାଏ । ଏଥିରେ ଅଧିକ ବା କମ ପରିମାଣର ଉତ୍ତାପ ହୀ ପନିପରିବା ଉଦ୍ଭିଦଗୁଡିକ ନଷ୍ଟ ହୋଇଯିବାର ଭୟ ରହିଥାଏ । ପରୀକ୍ଷା ଦ୍ଵାରା ଦେଖାଯାଇଛି ଯେ ଉତ୍ତପା କ୍ରମବୃଦ୍ଧି କରାଗଲେ ଉଦ୍ଭିଦ ଗୁଡିକ ଅଧିକ ବଢନ୍ତି । କିନ୍ତୁ ଉତ୍ତାପ 80 ରୁ 100 ଡିଗ୍ରୀ ଉପରକୁ ଉଠିଲେ ଏହି ବୃଦ୍ଧି କ୍ରମେ ହ୍ରାସ ପାଏ । ସେହିପରି ଉତ୍ତାପ ନିର୍ଦ୍ଧିଷ୍ଟ ତାପର ତଳକୁ ଖସିଲେ ମଧ୍ୟ ସେଗୁଡିକର ବୃଦ୍ଧିର ତାରତମ୍ୟ ଦେଖାଯାଇଥାଏ । ପ୍ରତି 1000 ଫୁଟ ଉଚ୍ଚତାରେ 3.3 ଡିଗ୍ରୀ ଉତ୍ତାପ କମିଯାଏ । ସେହି ହିସାବରେ ପନିପରିବା ଉଦ୍ଭିଦ ଗୁଡିକର ବଢିବାରେ ମଧ୍ୟ ତାରତମ୍ୟ ହୋଇଥାଏ । କାରଣ ପୁରାଭାବେ ଉଦ୍ଭିଦ ବଢି ଫଳ ଫଳାଇବା ଲାଗି ନିର୍ଦ୍ଧିଷ୍ଟ ଉତ୍ତାପ ନ ପାଇବାଯାଏ ତାହା ପକ୍ଵ ଅବସ୍ଥାରେ ପହଞ୍ଚିପାରେ ନାହିଁ । ନିମ୍ନଲିଖିତ ତଥ୍ୟରୁ ଏହା ସହଜେ ଜାଣିହେବ । ଉଚ୍ଚତା ଫୁଟ ବଢିବା ସମୟ ଆଳୁ ମକକା 2000 2 ମାସ 4 ½ ମାସ 5000 3 ½ ମାସ 7 ମାସ 9000 5 ମାସ 12 ମାସ ଉତ୍ତାପରେ ଗଣ୍ଡଗୋଳ ଧରିଲେ ବା ଫସଲ କ୍ଷେତରେ ବଢୁଥିବା ସମୟରେ ପରିବର୍ତ୍ତନ ଘଟିଲେ ଫସଲ ବିସ୍ତରଭାବେ କ୍ଷତି ଘଟିଥାଏ । ଅନୁଭୂତିରୁ ଜଣାଯାଇଛି ଯେ ଯେଉଁ ବର୍ଷ ଶୀତ ଦିନେ ଭଲ ଥଣ୍ଡାପଡେ ନାହିଁ , ସେହିବର୍ଷ ବନ୍ଧାକୋବି ଭଲ ଭାବେ ପତ୍ର ବାନ୍ଧିପାରେ ନାହିଁ । ସେହିପରି ଫୁଲ କୋବି ଫସଲରେ କଢ ଛୋଟିଆ ହୋଇ ସ୍ଵାଦୁର ଭିନ୍ନତା ଦେଖାଦିଏ । ଆଳୁ ଫସଲରେ ଡାଳପତ୍ର ଆଦି ଉଦ୍ଭିଦ ଅଂଶ ଭଲଭାବେ ବଢେ କିନ୍ତୁ ଆଳୁ ଗୁଡିକ ଲଗା ଗଲାପରେ କମ ଥଣ୍ଡା ପଡିବା ଦ୍ଵାରା ସେଗୁଡିକରେ ଫୁଲ ନାଡ ଶୀଘ୍ର ବାହାରିପଡି ଫସଲ ନଷ୍ଟ କରେ ଓ ବିଶେଷ ଭାବେ ଫସଲ ଆମଦାନୀରେ କ୍ଷତି ଘଟାଇ ଥାଏ । ଯେପରି ଗାଜର, ମୂଳା, ପିଆଜ, ବିଟ ଆଦି ଫସଲ ପ୍ରଥମ ଋତୁରେ ମୂଳଗୁଡିକ ଅମଳ କରି ଚାଷୀ ବଜାରରେ ବିକ୍ରିବଟା କରି ଆର୍ଥୋପାର୍ଜନ କରେ ଓ ସେହି ଫସଲରୁ କିଛି ଉଦ୍ଭିଦ ମଞ୍ଜି ପାଇଁ କ୍ଷେତରେ ଛାଡିଦିଏ ଓ ଆଉ ଗୋଟିଏ ଋତୁ ଚାଷ କରି ସେଥିରୁ ବିହନ ଅମଳ କରି ପୁଣି ଆସନ୍ତା ବର୍ଷ ଫସଲ ଋତୁରେ ବ୍ୟବହାର କରେ ; କିନ୍ତୁ ପ୍ରଥମ ବର୍ଷ ଯଦି ଉତ୍ତାପରେ ଗୋଳମାଳ ଧରେ ତେବେ ସେହି ପ୍ରକାର ପରିବା ଅର୍ଥାତ ପିଆଜ, ବନ୍ଧାଓ ଫୁଲ କୋବି , ବିଟ , ଇତ୍ୟାଦିର ଫୁଲ କୋଣ୍ଡରୁ ଅମଳ ହେଇଥିବା ମଞ୍ଜି ଗୁଡିକ ନିକୃଷ୍ଟ ଧରଣର ହୋଇଥାଏ । ଏହାଛଡା ପରାଗ ସଂଗମକ୍ରିୟା ଅମଳ ହେଇଥିବା ମଞ୍ଜି ଗୁଡିକ ନିକୃଷ୍ଟ ଧରଣର ହୋଇଥାଏ । ଏହାଛଡା ପରାଗ ସଂଗମ କ୍ରିୟାମଧ୍ୟ ଉପସ୍ଥିତି ଉତ୍ତାପ ଉପରେ ନିର୍ଭର କରିଥାଏ । ମିଠା ମକା, ଟମାଟୋ , ଲଙ୍କାମରୀଚ ଆଦି କେତେକ ପରୀକ୍ଷା କରି ଦେଖାଯାଇଅଛି ଯେ ଉତ୍ତାପ ଅଧିକା ହୋଇଗଲେ ପରାଗ ସଂଗମରେ ବ୍ୟାଘାତ ଘଟେ । ଯଥା- ଟମାଟୋ ଉଦ୍ଭିଦ 75 ଓ 86 ଉତ୍ତାପରେ ଉତ୍ତମ ରୂପେ ପରାଗ ଗର୍ଭାଧାନ ହୋଇଥିଲେ ମଧ୍ୟ 50 ଓ 100 ଉତ୍ତାପରେ ତାର ପରାଗଣ ଉତ୍ସାହଜନକ ନୁହେଁ । ସେହିପରି ଉତ୍ତାପ ସହିତ ପ୍ରକାଶ ବିଶ୍ଳେଷଣର ମଧ୍ୟ ଘନିଷ୍ଟ ସମ୍ବନ୍ଧ ରହିଛି । ଆଧୁନିକ ବିଜୟାନର ପ୍ରୟୋଗ ଫଳରେ ଉତ୍ତାପର ପ୍ରଭାବକୁ କିଛି ପରିମାଣରେ ପ୍ରତିହିତ କରି ପନିପରିବା ଚାଷ କରାଯାଇ ପାରୁଛି । ଉଦ୍ଭିଦ ଉଦ୍ଦୀପକ ଉଚିତ ଅବସ୍ଥାରେ ଓ ଅବଶ୍ୟକ ପରିମାଣରେ ପ୍ରୟୋଗ କରିବା ଦ୍ଵାରା । ଉଦ୍ଭିଦ ଗୁଡିକର ଗଠନ ଫଳନ ତଥା ଗୁଣରେ ମଧ୍ୟ ଅଦଳବଦଳ ହୋଇ ଉତ୍ତମ ଫଳ ମିଳେ । 4- କ୍ଳୋର ଫିନୋକସି ଏସିଟିକ , ନେପଥେଲିନ ଏସିଟିକ ଏସିଡ, 2,4,5 ଆଦି କେତେଗୁଡିଏ ରାସାୟନିକ ଦ୍ରବ୍ୟର ପ୍ରୟୋଗର ପନିପରିବା ବଢିବାରେ ଅଦଳବଦଳ, ଫୁଲଧରିବା ସମୟ ତଥା ଫୁଲ ସଂଖ୍ୟା , ଲିଙ୍ଗ ପରିବର୍ତ୍ତନ , ଗର୍ଭଧାନ, ଫଳ ସଂଖ୍ୟା, ଫଳ ପକ୍ଵ ଫଳ ଗୁଣରେ ନାନା ପରିବର୍ତ୍ତନ ଦେଖାଯାଉଥିବା କଥା ଗବେଷଣାରୁ ଜଣାପଡେ । ଦିନ ଓ ରାତ୍ର ଉତ୍ତାପ ବିଶେଷଭାବେ ପନିପରିବା ଗଛର ବୃଦ୍ଧି ନିୟନ୍ତ୍ରଣ କରିଥାଏ । ରାତ୍ରିରେ ଅଧିକ ଉତ୍ତାପ ରହିଲେ ଦିନରେ ତିଆରି ହୋଇଥିବା ଖାଦ୍ୟ ବେଶୀ ପରିମାଣରେ ଉଦ୍ଭିଦର ଫଳ, ମଞ୍ଜି, ଚେର ଇତ୍ୟାଦିରେ ଜମା ନ ହୋଇ ଦ୍ରୁତଗତିରେ ଚାଲୁଥିବା ଶ୍ଵାସପ୍ରଶ୍ଵାସ ପ୍ରକ୍ରିୟାରେ ବ୍ୟୟ ହୋଇଯାଏ । ଦିବା ଓ ରାତ୍ରିର ଉତ୍ତାପରେ ସାମ୍ୟ ନ ରହିଲେ ଦ୍ଵାରା ପନିପରିବା ଉଦ୍ଭିଦଗୁଡିକର ଗଠନରେ ବ୍ୟତିକ୍ରମ ଘଟେ । ବେଶୀ ଉତ୍ତାପ- ହେଲେ ଉଦ୍ଭିଦଗୁଡିକ ସାରୁ ଓ ଡେଙ୍ଗା ହୋଇ ବଢିଯାଆନ୍ତି । ଯାହା ଫଳରେ ସେଗୁଡିକ ଠିକ ଭାବେ ଫଳ ଧରନ୍ତି ନାହିଁ । ନିମ୍ନରେ ଦିଆଯାଇଥିବା ଉତ୍ତାପ ସାରଣୀରୁ ଏହା ପ୍ରମାଣିତ ହୁଏ । ତାଲିକା ଫସଲ ଦିବାଉତ୍ତାପ ଫ.ହି ରାତ୍ରି ଉତ୍ତାପ ଫ.ହି ବ୍ରକୋଲି 60 ଡିଗ୍ରୀ - 65 ଡିଗ୍ରୀ 55 ଡିଗ୍ରୀ - 60 ଡିଗ୍ରୀ ବୁସଲସ୍ପ୍ରାଉଡ 60 ଡିଗ୍ରୀ - 65 ଡିଗ୍ରୀ 55 ଡିଗ୍ରୀ - 60 ଡିଗ୍ରୀ ବନ୍ଧା କୋବି 55 ଡିଗ୍ରୀ - 60 ଡିଗ୍ରୀ 50 ଡିଗ୍ରୀ - 55 ଡିଗ୍ରୀ ସିଲେରି 65 ଡିଗ୍ରୀ - 70 ଡିଗ୍ରୀ 60 ଡିଗ୍ରୀ - 65 ଡିଗ୍ରୀ ବାଇଗଣ 70 ଡିଗ୍ରୀ - 80 ଡିଗ୍ରୀ 65 ଡିଗ୍ରୀ - 70 ଡିଗ୍ରୀ ଖରଭୁଜ 70 ଡିଗ୍ରୀ - 75 ଡିଗ୍ରୀ 60 ଡିଗ୍ରୀ - 65 ଡିଗ୍ରୀ ପିଆଜ 60 ଡିଗ୍ରୀ - 65 ଡିଗ୍ରୀ 55 ଡିଗ୍ରୀ - 60 ଡିଗ୍ରୀ ଲଙ୍କାମରୀଚ 65 ଡିଗ୍ରୀ - 70 ଡିଗ୍ରୀ 60 ଡିଗ୍ରୀ - 65 ଡିଗ୍ରୀ ଟୋମାଟୋ 65 ଡିଗ୍ରୀ - 70 ଡିଗ୍ରୀ 60 ଡିଗ୍ରୀ - 65 ଡିଗ୍ରୀ ତରଭୁଜ 70 ଡିଗ୍ରୀ - 80 ଡିଗ୍ରୀ 65 ଡିଗ୍ରୀ - 70 ଡିଗ୍ରୀ କେତେକ ପନିପରିବା ଉଦ୍ଭିଦ ଦିନରେ ଦରକାର ହେଉଥିବା ସର୍ବନିମ୍ନ ଅନୁକୂଳ ଓ ସର୍ବାଧିକ ଉତ୍ତାପ ଦିଆଗଲେ । ତାଲିକା ପରିବା ସର୍ବନିମ୍ନ ଅନୁକୂଳ ସର୍ବାଧିକ ଆର୍ଟଚୋକ 60 75 65 ଏସକୋରାଗସ 50 75 95 ବିନ 60 80 95 ବ୍ରଡ ବିନ 60 65 -- ଲିମା ବିନ 60 85 85 ବିଟ 40 85 95 ବନ୍ଧାକୋବି 40 85 100 ଫୁଲ କୋବି 40 85 105 ଗାଜର 40 70 85 ମକା ମିଠା 50 95 105 କାକୁଡି 60 95 105 ବାଇଗଣ 60 85 95 ଲେଟ୍ୟୁସ 35 75 85 କରଭୁଜ 60 90 100 ଭେଣ୍ଡି 60 95 105 ପିଆଜ 35 75 95 ମଟର 60 85 95 ଲଙ୍କା ମରୀଚ 60 85 95 କଖାରୁ 60 95 100 ମୂଳା 40 85 95 ସ୍ପିନଚ 35 70 95 ଟୋମାଟୋ 50 85 95 ସାଲଗମ 40 85 105 ତରଭୁଜ 60 95 105 ଜଳ ପନିପରିବା ଗୁଡିକ ହୃଷ୍ଟପୃଷ୍ଟ ଓ ସତେଜଭାବେ ବଢିବାକୁ ହେଲେ ମୃତିକା ଜଳର ଅବସ୍ଥା ଓ ବାୟୁରେ ଆର୍ଦ୍ରତା ଉଚିତ ପରିମାଣରେ ରହିବା ଦରକାର । ଅଧିକାଂଶ ପନିପରିବା ଉଦ୍ଭିଦ ଓ ଫଳଗୁଡିକ ସ୍ୱଳ୍ପ ସମୟରେ ଦ୍ରୁତ ଗତିରେ ବଢିବା ଦରକାର ହୋଇଥାଏ । ଫଳ ବୃକ୍ଷ ତୁଳନାରେ ସେଗୁଡିକ ଜୀବନଚକ୍ର ଶେଷ ହୋଇଥାଏ । ଜଳର ଅଭାବ ଘଟିଲେ ସେଗୁଡିକ ଟାଣ ହୋଇଯାଇ ଭଲ ଭାବେ ବଢିପାରନ୍ତି ନାହିଁ ଓ ପରିଶେଷରେ ଫଳ ଅମଳ କମେ ଓ ସେଗୁଡିକର ଖାଦ୍ୟଗୁଣରେ ତାରତମ୍ୟ ଦେଖାଯାଏ । ବୀଜଗୁଡିକ ଅଙ୍କୁରଣ କରିବା ଲାଗି ପ୍ରକାର ଭେଦରେ ଜଳ ଦରକାର ପଡିଥାଏ । ଯେପରି ବନ୍ଧାକୋବି , ମିଠାମକା, , କରଭୁଜ , ଲଙ୍କା ମରୀଚ, ମୂଳା, ତରଭୁଜ , ଆଦି ପରିବା ମଞ୍ଜି ପୂର୍ବରେ ଦିଆଯାଇଥିବା ମାଟିରେ ସ୍ଥାୟୀ ମ୍ଳାନ- ଶତକ ରେ ଯେପରି ଅଙ୍କୁରିତ ହୋଇପାରନ୍ତି । କିନ୍ତୁ ପିଆଜ, ଶିମ, କାକୁଡି, ଗାଜର, ଟମାଟୋ ଆଦି କେତେକ ପରିବା ମଞ୍ଜି ପୂର୍ବରେ ଦିଆଯାଇଥିବା ମାଟିରେ ପ୍ରଥମ କିସମ ର ଜମିଠାରୁ ଶତକଡା 20 ଭାଗ ଅଧିକ ଥିଲେ ହିଁ ଅଙ୍କୁରିତ ହୁଅନ୍ତି । ସେହିପରି ପ୍ରଥମ କିସମର ଜମିଠାରୁ ଶତକଡା 33 ଭାଗ ଜଳଥିଲେ ଗାଜର ଓ ଲେଟ୍ୟୁସ ଅଙ୍କୁରିତ ହୁଏ । ସିଲେରିପରି ପନିପରିବା ଗୁଡିକ ଅଙ୍କୁରଣ ଘଟାଇବାକୁ ହେଲେ ମୃତ୍ତିକାର ଜଳୀୟଅଂଶ କ୍ଷେତ୍ର ଜଳ ଧାରକତ୍ଵ ଅବସ୍ଥାରେ ରହିବା ଦରକାର । ସେହିପରି ଦରକାର ହେଉଥିବା ଜଳୀୟ ଅଂଶ ଠାରୁ ଅଧିକ ପରିମାଣରେ ଜଳମୃତ୍ତିକାରେ ରହିବା ମଧ୍ୟ କ୍ଷତିକାରକ । କାରଣ ବେଶୀ ଜଳ ରହିବା ଦ୍ଵାରା ମଞ୍ଜିଗୁଡିକ ସଢିଯିବା ଭୟ ଥାଏ ଓ ବଢୁଥିବା ଫସଲ ମଧ୍ୟ ନଷ୍ଟ ହୋଇଥାଏ । ଜଳର ଗୋଟିଏ ପ୍ରଧାନ କାମ ହେଲା ମୃତ୍ତିକାରେ ଥିବା ଉଦ୍ଭିଦ ଖାଦ୍ୟଗୁଡିକୁ ଦ୍ରବୀଭୂତକରାଇ ସେଗୁଡିକକୁ ଉଦ୍ଭିଦ ଭିତରକୁ ଶୋଷଣ କରିବାରେ ସହାୟକ ହେବ । ମୃତ୍ତିକାରେ ଜଳର ପରିମାଣ ଅତ୍ୟଧିକ ହେବା ଅନୁଚିତ । କାରଣ ଦ୍ରବୀଭୂତ ହୋଇ ଜମିର ବହୁ ନିମ୍ନସ୍ତରକୁ ଚାଲିଯିବାକୁ ଭୟଥାଏ । ତେଣୁ ପନିପରିବା ଚେରଗୁଡିକ ସେହି ଖାଦ୍ୟଲବଣଗୁଡିକୁ ନିଜ ବ୍ୟବହାରରେ ଲଗାଇ ପାରେ ନାହିଁ । ଅଚିରେ ସେଗୁଡିକ କ୍ଷତି ଘଟେ । ଜଳର ପରିମାଣ କମ ବା ଅଧିକହେଲେ ପନିପରିବା ଫସଲ ଭଲ ହୁଏ ନାହିଁ । ପରୀକ୍ଷା ଦ୍ଵାରା ଦେଖାଯାଇଛି ଯେ ବିଭିନ୍ନ ପରିବା ଭିନ୍ନ ଭିନ୍ନ ପରିମାଣର ଜଳ ଆବଶ୍ୟକ କରିଥାନ୍ତି । ପରିବା ନାମ ଏକର ଇଞ୍ଚ ପାଣିମାଡିଯିବା ସଂଖ୍ୟା ଆଳୁ 25 7-8 ମିଠା ମକା 25 6-8 ବୁଟ 8 3-4 ଗୁଆଁର 10 3-4 ଲଙ୍କାମରୀଚ 10 10-12 ଟମାଟୋ 35 10-12 ବାଇଗଣ ଭେଣ୍ଡି ବନ୍ଧାକୋବି ଫୁଲକୋବି ନୋଲଖୋଲ 25 6-8 ପନିପରିବା କ୍ଷେତଗୁଡିକ ବୃଷ୍ଟି , ଶିଶିର ଓ ଜଳସେଚନ ଦ୍ଵାରା ଜଳ ପାଇଥାନ୍ତି । ଏହି ଜଳ ମୃତ୍ତିକା ଭେଦକରି ତଳକୁ ବହିଯାଏ କିନ୍ତୁ ମୃତ୍ତିକା ଅଣୁ ଓ ଲେହବତ ପଦାର୍ଥ ଜଳାଂଶ ଧରିରଖେ । ଏହି ଜଳାଂଶକୁ ଫସଲ ବ୍ୟବହାର କରିଥାଏ । ଯେଉଁ ଜଳ ପନିପରିବା ଚେରଗୁଡିକ ଗ୍ରହଣ କରିପାରନ୍ତି ସେହି ଜଳକୁ ଲଭ୍ୟଜଳ ବୋଲି କୁହାଯାଏ । ଜଳର ଲଭ୍ୟତାକୁ ବିବ୍ରତ ବୋଲି କୁହାଯାଏ । ଜଳାଂଶ ଯେତେବେଳେ କ୍ଷେତ୍ର ଅବସ୍ଥାରେ ଥାଏ ସେତେବେଳେ ଏହା 0.01 ଏଟମୋସ୍ପିୟର ଓ ଉଦ୍ଭିଦମ୍ଳାନ ଅବସ୍ଥା ବା ଲଭ୍ୟରୁ କମ ପରିମାର ଜଳ ଥିବା ଅବସ୍ଥାରେ ଏହା 15 ବାୟୁମଣ୍ଡଳକୁ ବଢାଯାଏ । ଲଭ୍ୟ ପରିମାଣ ହିସାବ କରିବାକୁ ହେଲେ କ୍ଷେତ୍ର କ୍ଷମତା ବା ସାମର୍ଥ ଜଳ ଓ ମାଟିର ସ୍ଥାୟୀ ମ୍ଳାନଅବସ୍ଥାରେ ଜଳର ପରିମାଣ ନିରୂପଣ କରାଯାଏ । ଶତକଡ଼ା ଏ ଦୁଇଟିର ପ୍ରଭେଦ ହିଁ ଲଭ୍ୟଜଳର ପରିମାଣ ହୋଇଥାଏ । ଜଳସେଚନ ବା ବର୍ଷାହେବାର 24 ଘଣ୍ଟା ପରେ ଅର୍ଥାତ ଯେତେବେଳେ ମାଟିସ୍ତରରୁ ଜଳାଂଶ ବହିବା ତଳକୁ ବନ୍ଦ ହୋଇଯାଏ , ସେହି ଅବସ୍ଥାରେ ମୃତ୍ତିକାରେ ଥିବା ଜଳକୁ ମୃତ୍ତିକାର ଜଳଧାରଣ କ୍ଷମତାରେ ବନ୍ଦ ହୋଇଯାଏ ,ସେହି ଅବସ୍ଥାରେ ମୃତ୍ତିକାରେ ଥିବା ଜଳକୁ ମୃତ୍ତିକାର ଜଳଧାରଣ କ୍ଷମତାରେ ଅଛି ବୋଲି କୁହାଯାଏ । ଉଦ୍ଭିଦଗୁଡିକ ଯେତେବେଳେ ଚେର ଦ୍ଵାରା ମାଟିରୁ ଜଳଶୋଷଣ କରିବାକୁ ଅକ୍ଷମ ହୁଅନ୍ତି (ଅନ୍ୟାନ୍ୟ ଅବସ୍ଥା ଉପଯୁକ୍ତ ଥାଇ) ସେତେବେଳେ ମାଟି ସ୍ଥାୟୀମ୍ଳାନ ଅବସ୍ଥାରେ ପହଞ୍ଚିଛି ବୋଲି ଧରାଯାଏ । ତେଣୁ ବାଲିସରା ମାଟି ଓ କ୍ଷେତ୍ର ସାମର୍ଥ ଶକ୍ତି ଶତକଡା 16 ଭାଗ ମୃତ୍ତିକା ଜଳ ହୋଇଥାଏ ଓ ସ୍ଥାୟୀମ୍ଳାନ ଅବସ୍ଥାରେ ଶତକଡ଼ା ନଅ ଭାବ ଜଳ ଥାଏ । ପନିପରିବା ଯେ କୌଣସି ମୃତ୍ତିକା ନିଜର ଓ ଉଦ୍ଭିଦର ଚେରଗୁଡିକର ମୃତ୍ତିକା ଭୀତରେ ପ୍ରବେଶ କରିବା ଗଭୀରତା ଉପରେ ନିର୍ଭର କରେ । ବାୟୁର ଆର୍ଦ୍ରତା ଉପରେ ମଧ୍ୟ ପନିପରିବାଗୁଡିକର ବିକାଶ ନିର୍ଭର କରେ । ଅତି ଶୁଷ୍କ ଅବସ୍ଥା ପନିପରିବାଗୁଡିକର କୋମଳ ଅଂଶଗୁଡିକ ଟାଣ କରେ ଓ ଯରାଗ ଓ ଗର୍ଭଧାରଣ ଅଂଶଗୁଡିକ ଶୁଖି ନଷ୍ଟ ହେବା ଦ୍ଵାରା ଅମଳରେ କ୍ଷତି ଘଟେ ଓ ଅତ୍ୟଧିକ ଆର୍ଦ୍ରତା ହେଲେ ଏହି କୋମଳ ଅଂସଗୁଡିକରେ ନାନ୍ନା ପ୍ରକାର ରୋଗବ୍ୟାଧି ଆକ୍ରମଣ କରେ । ଉଚିତ ପରିମାଣରେ ଆର୍ଦ୍ରତା ରହିବା ଦ୍ଵାରା ଉଦ୍ଭିଦଗୁଡିକ ସତେଜ ହୋଇ ବଢିପାରନ୍ତି । ମୃତ୍ତିକା ଓ ଉଦ୍ଭିଦ ପୃଷ୍ଟି ପନିପରିବା ଚାଷରେ ଆଉ ଗୋଟିଏ ପ୍ରଧାନ ବିଷୟ ହେଲା ଉଦ୍ଭିଦ ପୃଷ୍ଟି ଉଦ୍ଭିଦଗୁଡିକ ସତେଜ ଓ ନିରୋଗ ହୋଇ ବଢି ଫଳ ଫଳାଇବାକୁ ହେଲେ ଷୋହଳ ଗୋଟି ମୌଳିକ ଉପାଦାନ ଅବଶ୍ୟକ ହୋଇଥାଏ । ସେଗୁଡିକ ହେଲା – ଯବକ୍ଷାରଜାଣ, ପଟାସଚୂର୍ଣ୍ଣ ଗନ୍ଧକ, ଲୌହ , ଦସ୍ତା, ବୋରିନ, ସୋଡିୟମ, ଅମ୍ଳଜାନ, ଅଙ୍ଗାର, ଏଥିଭିତରୁ ଉଦ୍ଭିଦଗୁଡିକ ଅମ୍ଳଜାନ ଓ ଅଙ୍ଗାର ଓ ଉଦଜାନ ବାୟୁମଣ୍ଡଲରୁ ଗ୍ରହଣ କରିଥାନ୍ତି । ତାହା ମୃତ୍ତିକା ଜଳରେ ମଇଳା ହୋଇ ଚେର ଦ୍ଵାରା ଶୋଷିତ ହୋଇଥାଏ । ମୃତ୍ତିକା ସବୁସ୍ଥାନରେ ଏକାପରି ହୋଇ ନଥାଏ । ତାହାର ଗଠନପ୍ରାଣାଳୀ , ଉଦ୍ଭିଦ ପୃଷ୍ଟି , ରଙ୍ଗ ଆଦି ଭେଦରେ ଭିନ୍ନ ଭିନ୍ନ ହୋଇଥାଏ । ପନିପରିବା ଉଦ୍ଭିଦଗୁଡିକର ନିଜ ଆବଶ୍ୟକତା ଅନୁଯାୟୀ ଭିନ୍ନ ଭିନ୍ନ ଖାଦ୍ୟ ଉତ୍ପାଦନ ଓ ଜଳ ଗ୍ରହଣ କରିଥାନ୍ତି । ଏହା ଉଦ୍ଭିଦଗୁଡିକର ଅଂଶ ନେଇ ବିଶ୍ଳେଷଣ କାଲେ ଭଲ ଭାବେ ଜଣାପଡେ । ସାଧାରଣ ଗଠନ ଲାଗି ଉଦ୍ଭିଦ ତଟକା ଡେମ୍ଫରେ ଥିବା ଖାଦ୍ୟସାର ନିମ୍ନଲିଖିତ କେତେକ ପନିପରିବାରୁ ଧାରଣ କରି ହେବ । ପନିପରିବା ନାଇଟ୍ରେଟ ଫସଫେଟ ପଟାସ ମ୍ୟାଗ୍ନେସିୟମ ଏକମିଳିଏନ ବା ନିୟୁତ ଭାବରେ ଥିବା ଅଂଶ ଚୂର୍ଣ୍ଣ ଶିମ 491 83 4078 180 690 ବିଟ 1560 65 11320 68 84 ବନ୍ଧାକୋବି 1220 140 3410 234 966 ଫୁଲକୋବି 600 109 3319 95 --- ମିଠାମକା 448 343 5683 158 363 କାଉପି 447 215 3846 179 1667 କାକୁଡି 133 215 2502 411 6763 ବାଇଗଣ 1433 287 4381 188 1544 ଲେଟ୍ୟୁସ 531 72 3252 107 127 କରଭୁଜ 1117 60 1586 85 1150 ପିଆଜ 49 114 2161 251 811 ଲଙ୍କା ମରୀଚ 1044 107 5652 397 197 ଆଳୁ 778 94 5602 212 1107 ମୂଳା 307 83 3015 287 1183 ସୋୟାବିନ 357 209 3270 258 1756 ସ୍ପିନଚ 789 381 5716 314 203 କନ୍ଦମୂଳ 153 94 3114 167 713 ଟୋମାଟୋ 790 159 4167 339 3837 ଶାଲଗମ 2490 200 3878 382 1628 ଏଥିରେ ସହଜେ ବୁଝି ହେବ ଯେ ପ୍ରତ୍ୟେକ ପନିପରିବା ଭିନ୍ନ ଭିନ୍ନ ପରିମାଣରେ ଖାଦ୍ୟପଦାର୍ଥ ଦରକାର କରିଥାନ୍ତି । ସବୁ ମୃତ୍ତିକା ଉଦ୍ଭିଦକୁ ସମାନ ଭାବେ ଖାଦ୍ୟ ହୋଇଗାଇ ପାରନ୍ତି ନାହିଁ । ମୃତ୍ତିକାର ଅବସ୍ଥା ଧର୍ମ ଓ ଗୁଣନାସାରେ ତାକୁ କେତେକ ଶ୍ରେଣୀରେ ବିଭକ୍ତ କରାଯାଇଛି । ପୁଣି ମୃତ୍ତିକାର ଆକାର, ବୟାନ, ଧାନବ ଅଂଶ, ଜୈବିକପଦାର୍ଥ , ମୃତ୍ତିକା ଜୀବସଂଖ୍ୟା, ମୃତ୍ତିକା ବାୟୁ ଓ ଜଳ ଇତ୍ୟାଦିକୁ ଧରି ମୃତ୍ତିକାର ଉତ୍ପାଦନ ଶକ୍ତି ବୁଝି ହୁଏ । ମୃତ୍ତିକା ବିଭିନ୍ନ ପ୍ରକାରର ମଧ୍ୟରେ ଲୋହିତ ମୃତ୍ତିକା ଲୋହିତ କୃଷ୍ଣ ମୃତ୍ତିକା , ମାଙ୍କଡିଆପଥର ମୃତ୍ତିକା , କୃଷ୍ଣ ମୃତ୍ତିକା , ଲୋହିତ ପୀତ ମୃତ୍ତିକା , ବାଦାମି ବନ୍ୟ ମୃତ୍ତିକା , ପଟୁମାଟି , ଲୁଣ ମାଟି , ଚୂର୍ଣ୍ଣ ମୟ ମାଟି , କ୍ଷାର ମାଟି ଇତ୍ୟାଦି । ଏସବୁ ମୃତ୍ତିକା ପନିପରିବା ଚାଷ କରିବାକୁ ହେଲେ ସେଥିଭୀତରୁ କେତେଗୁଡିଏ ମାଟି ଯଥା- ଲୁଣା ମାଟି , କ୍ଷାରମାଟି , ରୁଗୁଡିଆ ମାଟି, ପନିପରିବା ଚାଷ ଲାଗି ସୁବିଧା ଜନକ ହୁଏ ନାହିଁ । ସେଗୁଡିକୁ ଶସ୍ୟାଶ୍ୟାମଳା କରିବାକୁ ଗଲେ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପ୍ରୟୋଗ କରି ମୃତ୍ତିକାର ଦୁର୍ଗଣଗୁଡିକୁ ଜମାଇବାକୁ ହୋଇଥାଏ । ପଟୁଆ ଓ କଳାମାଟିରେ ଫସଲ ଭଲ ହୋଇଥାଏ । ତେବେ ଜମିରେ ବର୍ଷ ବର୍ଷ ଧରି ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ କରିବା ଦ୍ଵାରା ମୃତ୍ତିକାରେ ଥିବା ଉଦ୍ଭିଦ ଖାଦ୍ୟର ବରାବର କମିଯିବା ସ୍ଵାଭାବିକ ଓ ଦ୍ରୁତଗତିରେ ବଢୁଥିବା ପନିପରିବାଗୁଡିକର ଯେତେ ପରିମାଣରେ ମୁଖ୍ୟ ସାର ଦରକାର ହେଉଥାଏ , ମୃତ୍ତିକା ତାହା ଯୋଗାଇବା ଲାଗି ସମର୍ଥ ହୋଇପାରେ ନାହିଁ । ତେଣୁ ନାନାପ୍ରକାର ର ଖତ ଓ ସାର ମାଧ୍ୟମରେ ସେହିଗୁଡିକ ଉପଯୁକ୍ତ ପରିମାଣରେ ଭିନ୍ନ ଭିନ୍ନ ପନିପରିବା ଫସଲରେ ପ୍ରୟୋଗ କରିଲେ ହିଁ ଲାଭଜନକ ଫସଲ ମିଳେ । ତେଣୁ ବିଭିନ୍ନ ପ୍ରକାରର ଉଦ୍ଭିଦ ପୃଷ୍ଟିଗୁଡିକର ଧର୍ମ ବିଷୟରେ ଜାଣିବା ଉଚିତ। ଯବକ୍ଷାର ଏହା ପନିପରିବାଗୁଡିକ ପତ୍ର , କାଣ୍ଡ ଆଦି ଅଂଶର ବିକାଶ ଘଟାଇ ସେଗୁଡିକୁ ସବୁଜ ରଙ୍ଗ ଧାରଣ କରିବାରେ ସହାୟକ ହୋଇଥାଏ । ଏହାର ପ୍ରଭାବରେ ପନିପରିବାଗୁଡିକ କୋମଳ ହୋଇଥାଆନ୍ତି । ପତ୍ର ଜାତୀୟ ପନିପରିବା ଅର୍ଥାତ ବନ୍ଧାକୋବି , ଶାଗ, ଲାଗି ଅଧିକ ପରିମାଣରେ ଦରକାର ହୋଇଥାଏ । ଜୀବ ରସ ର ଗଠନ ଲାଗି ଏହାର ଏକାନ୍ତ ଆବଶ୍ୟକତା ରହିଛି । ଅଧିକ ପରିମାଣରେ ପତ୍ରହରିତ ବଢିବ ଦ୍ଵାରା ପ୍ରଙ୍ଗୋଦୀୟ ପଦାର୍ଥ ରହିଛି । ଅଧିକ ପରିମାଣରେ ପତ୍ରହରିତ ବଢିବ ଦ୍ଵାରା ପ୍ରଙ୍ଗୋଦୀୟ ପଦାର୍ଥ ର ସଂଶ୍ଳେଷଣ ରେ ଏହାର ପ୍ରଭାବ ପଡିଥାଏ । ଯଦି ଯବକ୍ଷାର ପଦାର୍ଥର ମାତ୍ରା ଉଦ୍ଭିଦ ଖାଦ୍ୟ ତୁଳନାରେ ଉଦ୍ଭିଦ ଭିତରେ ବଢିଯାଏ , ତେବେ ପତ୍ର ବହୁପରିମାଣରେ ଓ ଆକାରରେ ବଢି ସେଗୁଡିକର ଶୀଘ୍ର ଫଳ ଫଳାଇବା ପରିବର୍ତ୍ତେ ଉଦ୍ଭିଦଗଠନର ମାତ୍ରା ବଢାଇଦେଇ ଫସଲ ପାଚିବା ଡେରି କରିଦିଏ ବା ଅବସ୍ଥା କ୍ଷେତ୍ରରେ ମଧ୍ୟ କମାଇଦିଏ । ଫସଫରସ ପନିପରିବା ଉଦ୍ଭିଦର ଚେରଗୁଡିକର ବିକାଶ ଘଟାଇବାରେ ଏହା ଦରକାର କରିଥାଏ । ଫସଲ ଗୁଡିକୁ ଦ୍ରୁତ ଗତିରେ ପକ୍ଵା ଅବସ୍ଥାରେ ପହଞ୍ଚାଇଦିଏ । ଅମଳ ହେଉଥିବା ଖାଦ୍ୟ ପଦାର୍ଥଗୁଡିକର ଗୁଣରେ ବିକାଶ ଘାଟାଇବା ସଙ୍ଗେ ସଙ୍ଗେ ରୋଗ ନିରୋଧକ ଶକ୍ତି ବଢାଇ ଥାଏ । ମୂଳ ଓ ଟ୍ୟୁବର ଜାତୀୟ ପନିପରିବା ଲାଗି ଏହା ବେଶୀ ପରିମାଣରେ ଦରକାର ହୋଇଥାଏ । ପନିପରିବା ଉଦ୍ଭିଦର କୋଷଗୁଡିକରେ ଥିବା କୋଷନ୍ୟଷ୍ଟି ଓବର୍ଦ୍ଧିଷ୍ଣୁ କୋଷ ଗୁଡିକ ଲାଗି ଏହା ଅବଶ୍ୟକ ହୋଇଥାଏ । ଏହାଛଡା ଉଦ୍ଭିଦ ଭିତରେ ଚାଲିଥିବା ନାନାପ୍ରକାର ଜୈବିକ ପ୍ରକ୍ରିୟା ଲାଗି ଦରକାର ହେଉଥିବା ଉଚ୍ଚ ଶକ୍ତି ସମ୍ପର୍ଣ ପ୍ରସ୍ପୁରକ ଦରକାର ହୋଇଥାଏ । ପଟାସ ଏହା ଅମଳ ହେଉଥିବା ଅଂଶଗୁଡିକର ବର୍ଣ୍ଣ ଗୁଣ ବୃଦ୍ଧି ଘଟାଇବାରେ ସହାୟକ ହୋଇଥାଏ । ଶିମ, ଟୋମାଟୋ, ପିଆଜ, ରସୁଣ, ଆଳୁ, କନ୍ଦମୂଳ ଆଦି ଫସଲ ଲାଗି ଏହା ଅଧିକ ପରିମାଣରେ ଦରକାର ହୋଇଥାଏ । ଏହାର ଅଭାବରେ ଉଦ୍ଭିଦର କାଣ୍ଡ ଗଣ୍ଠି ଆଦି ଅଂଶ ସରୁଆ ପଡି ଦୁର୍ବଳ ହୋଇଯାଏ । ଫସଲ ଅମଳ ମଧ୍ୟ କମିଯାଏ । ଅମ୍ଳ ମୃତ୍ତିକା ରେ ସାଧାରଣତଃ ଏହାର ଅଭାବ ଘଟୁଥିବା ଲକ୍ଷ କରାଯାଏ । ମୃତ୍ତିକାରେ ଥିବା ଓ ପ୍ରୟୋଗ ହୋଇଥିବା ଏମୋନିଆ ସାରରୁ ପ୍ରୋଟିନ ଓ ଏନିନୋଏସିଡ ସଂଶ୍ଳେଷଣ ପାଇଁ ଏହାକ ଦରକାର ହୋଇଥାଏ । ପତ୍ରର ଆଲୋକ ଶୋଷଣକ୍ରିୟା ନିମିତ୍ତ ଏହା ଉପାଦେୟ । ଉଦ୍ଭିଦ ଗୁଡିକର ଶକ୍ତି ଶାଳି ଓ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ଦରକାର ହୋଇଥାଏ । ଏହା ତିଆରି ହୋଇଥିବା ଶର୍କରା ପଦାର୍ଥ ଗୁଡିକ ଉଦ୍ଭିଦ ଦେହରେ ଓ ଚେର ଯାଏ ସଞ୍ଚାଳିତ କରିବାରେ ସହାୟକ ହୋଇଥାଏ । ଚୂର୍ଣ୍ଣ ପନିପରିବା ଉଦ୍ଭିଦଗୁଡିକର କୋଷ କାନ୍ଥ ଗଠନ ଲାଗି ଓ କୋଷଗୁଡିକ ଧରି ରଖିବା ଲାଗି ଦରକାର ହେଉଥିବା କେଲସିୟମ ପୋକ୍ଟେକ ଗଠନ ଲାଗି, ଏହା ଦରକାର ହୋଇଥାଏ । ପଟାସିୟମ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଚୂର୍ଣ୍ଣ ଓ ସୋଡିୟମ ଦରକାର ହୋଇଥାଏ । ଶିମ ଆଦି ଛୁଇଁ ଜାତୀୟ ଉଦ୍ଭିଦଗୁଡିକର ଗ୍ରନ୍ଥିରେ ଥିବା ବ୍ୟାକ୍ଟେରିଆଗୁଡିକର କ୍ରିୟାପ୍ରକ୍ରିୟା ଲଗି ଏହା ମଧ୍ୟ ଦରକାର ହୋଇଥାଏ । ଅମ୍ଳୀୟ ମୃତ୍ତିକା ଚୂର୍ଣ୍ଣ ପ୍ରୟୋଗ କରିବା ଦ୍ଵାରା ମୃତ୍ତିକା ଥିବା ଅନ୍ୟାନ୍ୟ ଧାତୁ ପଦାର୍ଥ । ସେହିପରି ପଟାସିୟମ, ମାଗ୍ନେସିୟମ ଓ ବୋରାନ ଗ୍ରହଣ କରିପାରନ୍ତି ନାହିଁ । ଯବକ୍ଷାର ପଟାସ ଓ ଚୂର୍ଣ୍ଣର ପରିମାଣକୁ ଧରି ମୃତ୍ତିକାର ଉର୍ବରତା ନିରୂପଣ କରାଯାଇଥାଏ । ପୁଣି ମୃତ୍ତିକାରେ ଉପଯୁକ୍ତ ପରିମାଣର ଖତିର ରହିଥିବା ଦରକରା । ନିମ୍ନ ଟିପପଣୀୟରୁ ମୃତ୍ତିକା ଉର୍ବରତା ଜାଣିହେବ । ଉଦ୍ଭିଦ ଖାଦ୍ୟ ଶତକଡା ମୃତ୍ତିକା ଉର୍ବରତା ଯବକ୍ଷାର ପ୍ରସ୍ପୁରକ ପଟାସ ଚୂର୍ଣ୍ଣ 0.10 -- 0.28 2.00 ଅତି ଉତ୍ତମ 0.10 0.13 0.22 1.00 ଉତ୍ତମ 0.05 0.06 0.12 0.50 ପ୍ରଚୁର ବା ସନ୍ତୋଷ ଜନକ 0.03 0.04 0.06 0.10 ତୁଚ୍ଛ ବା ଦୁର୍ବଳ ପରିବା ଚାଷ ଲାଗି ଦରକରା ହେଉଥିବା ଉଦ୍ଭିଦ ସାର ଗୁଡିକ (କ) ସବୁଜ ସାର ଲଗାଇ,(ଖ) ଖତ ପ୍ରୟୋଗ କରି,(ଗ) ପିଡିଆ, ହାଡ, ଗୁଣ୍ଡ , ଚୁଲି ପାଉଁଶ, ପତ୍ର ଆଦି ଜୈବିକପଦାର୍ଥ ପ୍ରୟୋଗ କରି (ଘ) ଅଜୈବିକ ସାର ତଥା ଅଣୁ ସାର ପ୍ରୟୋଗ ଖାଦ୍ୟ ଯୋଗା ଯାଇପାରେ । ପନିପରିବା ଚାଷ କରି ଅମଳ କରିବା ପୂର୍ବରୁ ବା ପରେ ସବୁଜ ସାର ଯଥା –ଛଣ, ଧନିଚା, କାଉପି, ବିରି ମୁଗ ଆଦି ଚାଷ କରି ଫୁଲ ଧରିବା ଅବସ୍ଥାରେ ମାଟିରେ ପୋତି ଜମିର ଉର୍ବରା ଶକ୍ତି ବଢା ଯାଇପାରେ । ସେହିପରି ପହିଲି ଚାଷ କରିବା ସମୟରେ ଗୋବର ଖତ, କମ୍ପୋଷ୍ଟ, କୁକୁଡା ଖତ, ଛେଳି ଲେଣ୍ଡୀ ଆଦି ପ୍ରୟୋଗ କରି ଫସଲ ଲଗାଯାଇପରେ । ଏହାଦ୍ଵାରା ବାଦାମ, ରାସୀ, କରଞ୍ଜ, ନିମ, ସୋରିଷ, ଜଡା ଆଦି ପିଡିଆ, ହାଡଗୁଣ୍ଡ ରକ୍ତସାର, ଚୁଲି ପାଉଁଶ ପ୍ରୟୋଗ କରି ଉତ୍ତମ ଫଳ ମିଳିଥାଏ । କେତେକ କ୍ଷେତ୍ରରେ ପତ୍ର ସାଊଁଟି ଆଣି ଖତ ଗାଡରେ ରଖି ସେଗୁଡିକ ପଚିସଢି ଖତ ହୋଇଯିବା ପରେ ପନିପରିବା ପହିଲି ଚାଷ କରିବା ସମୟରେ ପ୍ରୟୋଗ କରାଯାଇଥାଏ । ପନିପରିବା ଫସଲ କ୍ଷେତ୍ରରେ ଠିଆ ହୋଇଥିବା ସମୟରେ (ଏମୋନିଆ, କ୍ୟାଲସିୟମ, ନାଇଟ୍ରେଟ , ୟୁରିଆ, ଇତ୍ୟାଦି) ଯବକ୍ଷାର ଜାତୀୟ ସାର, ସୁପର ଫସଫେଟ , ଏମୋନିଆ, ନାଇଟ୍ରୋ ଫସଫେଟ ଇତ୍ୟାଦି ଫସଫେଟ ଜାତୀୟ ସାର, ସଅଳଫର , ଅଫପଟାସ ପଟାସ ଇତ୍ୟାଦି ଫସଫେଟ ସାର ଚୂର୍ଣ୍ଣ ପ୍ରୟୋଗ କରିବା ଲାଗି ପେପର ମିଲସ୍ମକ, ଚୂର୍ଣ୍ଣ ପଥର, ଗୁଣ୍ଡ ,ଜିପସମ ଆଦି ବ୍ୟବହାର କରାଯାଇପରେ । ଚୂର୍ଣ୍ଣ ପ୍ରୟୋଗର ମୁଖ୍ୟ ଉଦ୍ଦେଶ୍ୟ ହୋଇ ମୃତ୍ତିକାର ପ୍ରତିକ୍ରିୟାରେ ପରିବର୍ତ୍ତନ ଘଟାଇବା ଅର୍ଥାତ ମୃତ୍ତିକା ଅମ୍ଳ ଅଂଶ କମାଇଲେ PH ଶକ୍ତିକୁ ବଢାଇବା ତେଣୁ ପନିପରିବା କ୍ଷେତଗୁଡିକରେ ନିମ୍ନ ପ୍ରକାରରେ ପ୍ରୟୋଗ କାଲେ ସୁବିଧା ହୋଇଥାଏ । ପନିପରିବା ମଧ୍ୟରୁ କେତେଗୁଡିଏ ଅଧିକ ଅମ୍ଳ କିଛି ପରିମାଣରେ ସମ୍ଭାଳିପାରି ଫସଲ ଅମଳ କରିବାରେ ସମର୍ଥ ହୋଇଥାନ୍ତି । ମଟର, ଶିମ, କାଉପି, ମୂଳା , ତରଭୁଜ ଇତ୍ୟାଦି ଏ ଉପାୟରେ ଉତ୍ପଦିତ ହୋଇଥିଲେ ଅନ୍ୟାନ୍ୟ କେତେକ ପନିପରିବା ଏହା ସମ୍ଭାଳି ପାରନ୍ତି ନାହିଁ ଓ ଫସଲରେ ବିଶେଷ ଭାବରେ କ୍ଷତି ହୋଇଥାଏ । ସେଗୁଡିକ ହେଲା ବିଟ, ବନ୍ଧାକୋବି , ଫୁଲକୋବି, ଭେଣ୍ଡି ଇତ୍ୟାଦି । ମୃତ୍ତିକା ଅଞ୍ଚଳ ଓ ଆକାର ମୃତ୍ତିକାରେ ପ୍ରଥମେ 7” ସ୍ତରରେ 6.5 ph ରକ୍ଷା କରିବାକୁ ହେଲେ ନିମ୍ନ ପ୍ରକାରରେ ପ୍ରୟୋଗ କରାଯାଏ ଏକର ପ୍ରତି ଟନ PH 4 PH 4.5 PH 55 ଉଷ୍ଣ ଆଦ୍ର ସମତଳ ଅଞ୍ଚଳ ବାଲି ଓ ବାଲିକାଦୁଅ ମିଶ୍ରିତ ବାଲିଆ ଜମି ସମମିଶ୍ରଣ ବାଲିକାଦୁଅ କାଦୁଅ ବାଲି ମିଶ୍ରିତ ମାଟି ୧.୫ X X X ୧.୦ ୨.୦ ୩.୫ ୫.୦ ୦.୫ ୧.୦ ୨.୦ ୩.୦ ଶୀତୋଷ୍ଣ ପାହାଡିଆ ଅଞ୍ଚଳ ବାଲି ଓ ବାଲି କାଦ ମିଶ୍ରିତ ବଳିଆ ଜମି ସମମିଶ୍ରଣ ବାଲିକଡ ମୃତ୍ତିକା ବାଲିକାଦ ମିଶ୍ରିତ ପଟୁମାଟି କାଦୁଆ ବାଲିମିଶା ମାଟି ---- ୩.୦ X X X ---- ୨.୦ ୩.୦ ୪.୫ ୬.୦ --- ୧.୦ ୧.୦ ୩.୦ ୩.୫ ଉପତ୍ୟକା ମୃତ୍ତିକା ୯.୦ ୭.୦ ୬.୦ ଗାଜର , ଲେଟ୍ୟୁସ,ପିଆଜ, ଲଙ୍କାମରୀଚ, ବାଇଗଣ, ଇତ୍ୟାଦି । ମୃତ୍ତିକାରେ ଅନୁସାରଗୁଡିକର ମାତ୍ରା ଫସଲ ଅମଳ କରିବା ଦ୍ଵାରା ଦିନକୁ ଦିନ କମୁଥାଏ । ସେଥି ହେତୁ ସେଗୁଡିକ ମୃତ୍ତିକାରେ ପ୍ରୟୋଗ କରାଯାଇ ପରେ ବା ଉଦ୍ଭିଦଗୁଡିକର ପତ୍ର ରେ ଯୋଗାଇ ଦିଆଯାଇପାରେ । ତେବେ ଏଗୁଡିକ ପ୍ରୟୋଗ କଲାବେଳେ ବିଶେଷ ଭାବେ ସାବଧାନ ହେବା ଉଚିତ , କାରଣ ଏଗୁଡିକ ପରିମାଣରେ କିଛି ଅଧିକ ହୋଇଗଲେ ଫସଲ ଅନିଷ୍ଟ ହୋଇଥାଏ । ତମ୍ବା , ଦସ୍ତା, ମାଙ୍ଗାନିଜ , ଲୁହା, ଓ କ୍ଳୋରିନ ପ୍ରଧାନ ଅନୁସାର ରୂପେ ବ୍ୟବହାର କରାଯାଇଥାଏ ଏଗୁଡ଼ିକର ଅଭାବ ଘଟିଲେ ଉଦ୍ଭିଦ ଭିତରେ ଚାଲିଥିବା ରାସାୟନିକ ପ୍ରକ୍ରିୟାରେ ବ୍ୟାଘାତ ଘଟାଇ ପରିଶେଷରେ ଅମଳ କମାଇ ଦିଏ ଓ ଅବସ୍ଥା କ୍ଷେତ୍ରରେ ପନିପରିବା ଉଦ୍ଭିଦଗୁଡିକ ନଷ୍ଟ ହୋଇଯାଏ । ବୋରାନ ଅଭାବରେ ଫୁଲକୋବିଗୁଡିକ ତମ୍ବା ବର୍ଣ୍ଣ ଧାରଣ କରେ ଓ ଗଣ୍ଠି ଅଂଶ ପୋଲା ପଡି ଫୁଲକଢ ନଷ୍ଟ କରିଦିଏ । ଏହା ଛଡା ସ୍ପାରଟିନ ନାମ ଅନୁସାର ମିଶ୍ରିତ ସାର ବଜାରରେ ମିଳେ ଯାହା ପନିପରିବା ଫସଲ ବ୍ୟବହାର କରାଯାଇପାରେ । ରାଲେମିଲ ନାମକ ଜୈବିକ ସାର ମଧ୍ୟ ପନିପରିବା ଲାଗି ବ୍ୟବହାର କରାଯାଇପାରେ । ଚାଲକ ଦ୍ରବଣ - ପନିପରିବା ଚାଷରେ ଚାଲକ ଦ୍ରବଣର ବ୍ୟବହାର ବିଶେଷକରି ଯେଉଁ ପାରିବାଗୁଡିକର ଚାରା ରୋପଣ କରାଯାଏ, ସେହି ଶ୍ରେଣୀର ଫସଲରେ ବିଶେଷଭାବେ ଏହା ଉପକାର କରିଥାଏ । ନୂଆ କରି ରୋପଣ କରାଯାଇଥିବା ଚାରା ଗୁଡିକର ଚେରଗୁଡିକ ତତକ୍ଷଣାତ ସହଜ ଲଭ୍ୟ ଉଦ୍ଭିଦ ଖାଦ୍ୟ ପାଇ ସତେଜ ହୋଇ ଅତିଶୀଘ୍ର ବଢିବାରେ ଲାଗନ୍ତି ଓ ଶୀଘ୍ର ପକ୍ଵ ହୋଇଥାନ୍ତି । ଟୋମାଟୋ, ସେଲେରୀ, ଲଙ୍କାମରିଚ, ତରଭୁଜ, ବାଇଗଣ, ବନ୍ଧାକୋବି, ଫୁଲକୋବି, ଲେଟ୍ୟୁସ, ଓ ଅନ୍ୟାନ୍ୟ ଚାରା ଲଗାଗଲା ପରେ ପ୍ରୟୋଗ କରିବା ଦ୍ଵାରା ଉତ୍ତମ ଫଳ ମିଳିବା କଥା ପରୀକ୍ଷା ରୁ ଜଣାଯାଏ । ଆଠ ଇସ ଗ୍ରାମ ନାଇଟ୍ରୋଜେନ ଓ ଫସଫେଟ ମିଶ୍ରିତ ସାର (16-20-0 ବା 11-48-0) ଓ ପଟାସ ସଲଫେଟ ବା ମ୍ୟୁରେଟ ଅଫ ପଟାସ 28 ଗ୍ରାମ ନେଇ ସାଢେଚାରି ଲିଟର ପାଣିରେ ଗୋଳି ପ୍ରତିଗଛରେ ଅଧା ଲିଟର ଗଛମୂଳରେ ଥିବା ଚେର ନିକଟ ବର୍ତ୍ତୀ ମୃତ୍ତିକାରେ ପ୍ରୟୋଗ କରିବା ଦ୍ଵାରା ଉତ୍ତମ ଫଳ ମିଳିଥାଏ । 4 -12-4,4-16 -4 ବା 6-10-4-ମିଶ୍ରିତ ସାର ରୁ 28 ଗ୍ରାମ ନେଇ 4.5 ଲିଟର ପାଣିରେ ଗୋଳାଇ ପ୍ରୟୋଗ କରାଯାଇ ପାରେ । ଏମୋନିଅମ ସଲଫେଟ ନାଇଟ୍ରେଟ ଅଫ ସୋଢା ବା ଏମୋନିୟମ ନୟଟ୍ରୋଟରୁ 28 ଗ୍ରାମ 4.5 ଲିଟର ପାଣିରେ ଗୋଳାଇ ମଧ୍ୟ ବ୍ୟବହାର କରାଯାଇ ପାରେ । ଆଲୋକ - ପନିପରିବା ଚାଷର ସୂର୍ଯ୍ୟଲୋକ ଗୋଟିଏ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କାରଣ ପ୍ରକାଶ ଶ୍ଲେସନ ଲାଗି ଶକ୍ତି ଏହି ଆଲୋକ ହିଁ ଦେଇଥାଏ । ଦିନର ଲାମ୍ବା ବା ଦିନରେ କେତେଘଣ୍ଟା ଆଲୋକ ମିଳେ ତାହାରି ଉପରେ ଅଧିକାଂଶ ପନିପରିବା ଉଦ୍ଭିଦର ଗଠନ ଓ ପୁଷ୍ପନ ନିର୍ଭର କରିଥାଏ । ବର୍ଷା ଦିନେ ବା ଖରାଦିନେ ଉଦ୍ଭିଦ ଗୁଡିକ ଖୁବ ଦ୍ରୁତ ଗତିରେ ବଢିଥାନ୍ତି କିନ୍ତୁ ଶୀତ ଦିନେ କମ ବଢିପାରନ୍ତି କାରଣ ଆଲୋକର ମାତ୍ରା ଖରାଦିନେ ବା ବର୍ଷାଦିନେ ଶୀତଦିନ ତୁଳନାରେ ବେସୀ ହୋଇ ନଥାଏ । ଅବଶ୍ୟ ଆଲୋକ ସହିତ ଉତ୍ତପ କାର୍ବନ ଡାଇଅକସାଇଡ ର ସମ୍ବନ୍ଧ ମଧ୍ୟ ରହିଛି । ଆଲୋକର ଅବଶ୍ୟକତା ଦ୍ରୁଷ୍ଟିରୁ ପନିପରିବା ଗୁଡିକୁ 3 ଟି ଶ୍ରେଣୀରେ ବିଭକ୍ତ କରାଯାଇ ପାରେ । ଲମ୍ବାଦିନରେ ପୁଷ୍ପିତ ହେବା ପନିପରିବା - ଏହାକୁ long day ବା ଲମ୍ବାଦିନିଆ ପନିପରିବା ବୋଲି କୁହାଯାଏ । ଦିନରେ 8 ରୁ 10 ଘଣ୍ଟା ଯାଏ ଆଲୋକ ରହେ। ଏହି ଶ୍ରେଣୀର ପାରିବା ହେଲା – କନ୍ଦମୂଳ,ରୋସେଲି,ବନ୍ଧାକୋବି ଚୀନଜାତୀୟ ଇତ୍ୟାଦି । ଛୋଟ ଦିନରେ ପୁଷ୍ପିତ ହେବା ପନିପରିବା - ଏହାକୁ “short day“ ବା ଛୋଟ ଦିନିଆ ପନିପରିବା ବୋଲି କୁହାଯାଏ । ଦିନରେ 8 ରୁ 10 ଘଣ୍ଟା ଯାଏ ଆଲୋକ ରହେ । ଏହି ଶ୍ରେଣୀର ପାରିବା ହେଲା – କନ୍ଦମୂଳ, ରୋସଲି ଇତ୍ୟାଦି । ଅନିଶ୍ଚିତ ଆଲୋକରେ ପୁଷ୍ପିତ ହେବା ପନିପରିବା - ଏହାକୁ ଅନିଶ୍ଚିତ ପୁଷ୍ପନ ଉଦ୍ଭିଦ କୁହାଯାଏ । ଏହା ପୁଷ୍ପିତ ହେବା ଲାଗି ନିର୍ଦ୍ଧିଷ୍ଟ ଭାବେ ଆଲୋକ ଦରକାର କରେ ନାହିଁ । ଏହି ଶ୍ରେଣୀର ପନିପରିବା ହେଲା – କାକୁଡି, ଟୋମାଟୋ, ସୋୟାବିନ, ଲଙ୍କାମରୀଚ, ଇତ୍ୟାଦି । ପନିପରିବା ଚାଷରେ ଫସଲ ଉଚିତ ସମୟରେ ଲଗାନଗଲେ ଆଲୋକାଦିର ସ୍ଵଳ୍ପାଧିକାରେ ଫସଲର ବିଶେଷ କ୍ଷତି ହୋଇଥାଏ । ସ୍ପିନଚ, ଚୀନ ବନ୍ଧାକୋବି, ମୂଳା, ଯଦି ଡେରିଲେ ଲଗାଯାଏ ତେବେ ବେଶୀ ପରିମାଣରେ ଆଲୋକଲ ପାଇବା ଦ୍ଵାରା ଶୀଘ୍ର ଫୁଲ ହୋଇ ମଞ୍ଜି ଧରେ। ଏହାରି ଫଳରେ ପାରିବା ପତ୍ର ଉତ୍କଷ୍ଟ ପାରିବା ଅମଳ କରିବା ସମ୍ଭବ ହୋଇପାରେ ନାହିଁ ତେଣୁ ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ। ସେହିପରି ଉଲି ପିଆଜମୂଳାଧାର ବଢିବା ପାଇଁ ଛୋଟ ଦିନ ଦରକାର । ଆଳୁର ପତ୍ର ଓ ଡାଳ ଗଠନ ଲାଗି ଲମ୍ବା ଦିନ ଓ କନ୍ଦ ବଢିବା ଲାଗି ଛୋଟ ଦିନ ଦରକାର କରେ, ତେଣୁ ପନିପରିବା ଚାଷ ଲାଗି ଏସବୁ ପ୍ରତି ଧ୍ୟାନ ଦେଇ ଚାଷ କରିବା ଦରକାର ହୋଇଥାଏ । କାର୍ବନଡାଇଅକସାଇଡ ଆଲୋକ ଶ୍ଲେସନ ପ୍ରକ୍ରିୟାରେ ବାୟୁରେ ଥିବା ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକସାଇଡ ସୂର୍ଯ୍ୟଲୋକ ଓ ପନିପରିବା ଉଦ୍ଭିଦ ହରିତ ଦ୍ଵାରା ଶର୍କରା ପଦାର୍ଥ ତିଆରି ହୋଇଥାଏ । ସାଧାରଣତଃ ପବନରେ ଶତକରା 0.3 ଭାଗ କାର୍ବନ ଡାଇ ଅକସାଇଡ ରହିଥାଏ । ଅର୍ଥାତ ପ୍ରତି 10.000 ଭାଗ ପବନରେ 3 ଭାଗ ଏହା ଥାଏ । କଳକାରଖାନା ନିକଟବର୍ତ୍ତୀ ଜମିଗୁଡିକରେ ଏହାର ମାତ୍ରା ଅଧିକ ହୋଇଥାଏ । ତେଣୁ ଅନ୍ୟାନ୍ୟ ଆବଶ୍ୟକୀୟ ପାରିପରିପାର୍ଶ୍ଵକ ଅବସ୍ଥାରେ ଅନୁକୂଳ ହୋଇଥିଲେ ଅଧିକ ପରିମାଣର ଅଙ୍ଗାରକାମ୍ଳ ଗୁଡିକ ଉଦ୍ଭିଦ ପ୍ରକାର ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଅଧିକ ଶର୍କରା ପ୍ରସ୍ତୃତି କରିଥାଏ । ଯେଉଁ ଦେଶଗୁଡିକର କାଚ ଗୃହରେ ପନିପରିବା ଚାଷ କରିବା ଅଧିକ ସମୟରେ ବାହାରେ ବେଶୀ ସମୟ ମେଘୁଆ ପାଗ କୁହୁଡି ବା କଳକାରଖାନାରୁ ବାହାରୁଥିବା ଧୂମ ଅଛାଦିତ ହେଉଥାଏ ସେହି ଜାଗାରେ ବୈଦ୍ୟୁତିକ ଆଲୋକଜାଳି, ଅଙ୍ଗାରକାମ୍ଳର ମାତ୍ରା ବଢାଇ ଓ ଉପଯୁକ୍ତ ଉତ୍ତାପ ତଥା ଆର୍ଦ୍ରତା ରକ୍ଷା କରି ଉତ୍କୃଷ୍ଟ ପନିପରିବା ଦେଖାଯାଏ। ମୃତ୍ତିକା ପ୍ରତିକ୍ରିୟା ପନିପରିବା ଚାଷ ମୃତ୍ତିକା ପ୍ରତିକ୍ରିୟା ସଙ୍ଗେ ସମ୍ବନ୍ଧ ଅତି ଘନିଷ୍ଟ ଭାବେ ରହିଥାଏ । ଏହା ଠିକ ଅବସ୍ଥାରେ ରହୁ ନ ଥିଲେ ପନିପରିବାଗୁଡିକ ନାନା ଅବୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଦରକାର କରୁଥିବା ମୃତ୍ତିକା ପ୍ରତିକ୍ରିୟା ରକ୍ଷା କରି ଫସଲ ଚାଷ କରାଯାଇ ପାରେ । ତଳେ ଦିଆଯାଇଥିବା ଟପପଣୀରୁ ଏହା ସତେଜ ଧରି ହୁଏ । ପନିପରିବା ଉପଯୁକ୍ତ ମୃତ୍ତିକା ପ୍ରତିକ୍ରିୟା ଶିମ ଫୁଲ କୋବି ବ୍ରକୋଲି ବନ୍ଧାକୋବି ଟୋମାଟୋ ଗାଜର ସ୍ପିନଚ ଲଙ୍କାମରୀଚ ମୂଳା କାକୁଡି ମେଳନ ବାଇଗଣ ରସୁଣ କଖାରୁ 6.0 ରୁ 7.5 6.0 ରୁ 7.5 6.0 ରୁ 7.2 5.8 ରୁ 7.2 5.2 ରୁ 7.5 6.5 ରୁ 7.5 5.5 ରୁ 7.6 5.4 ରୁ 6.4 5.2 ରୁ 7.4 5.5 ରୁ 7.5 5.8ରୁ 8.0 5.5 ରୁ 6.7 6.5 ରୁ 7.8 5.5 ରୁ 7.0 ଏହା ଛଡା ମୃତ୍ତିକାର ପ୍ରତିକ୍ରିୟା ଧରି ମୃତ୍ତିକାରେ ଥିବା ଲବଣ ବା ହାଇଡ୍ରୋପୋନିକ ପ୍ରଣାଳୀ ପାରିବା ଚାଷ କରାଯାଉଥିବା ଦ୍ରବଣରୁ ଲବଣଗୁଡିକ ଉଦ୍ଭିଦକୁ ପ୍ରାପ୍ତ ହେବା ନ ହେବ ନିର୍ଭର କରିଥାଏ । ତଳେ ଦିଆଯାଇ ଥିବା ତାଲିକାକୁ ଜଣାଯାଏ ଯେ ବିଭିନ୍ନ ଲବଣ ଗୁଡିକ ଯଥେଷ୍ଟ ପରିମାଣରେ ଉଦ୍ଭିଦକୁ ପ୍ରାପ୍ତ ହେବା ଲାଗି କେଉଁ ପ୍ରତିକ୍ରିୟା ଅବଶ୍ୟକ ତାହା ବୁଝିହେବ - ଯବକ୍ଷାର ପ୍ରସ୍ପୁରକ ଟାସିଅଅମ ଗନ୍ଧକ ଚୂର୍ଣ୍ଣ ମାଗ୍ନେସିଏମ ଲୌହ ମାଙ୍ଗାନିଜ ବୋରାନ ତାମ୍ଭ୍ର ଦସ୍ତା ମଲବିଡିନମ 6.0-30 6.5-7.5 6.5ରୁ ଊର୍ଦ୍ଧ୍ଵ 6.0 ଊର୍ଦ୍ଧ୍ଵ 7.0 ରୁ 8.5 7.5 ରୁ 8.5 4.5 ରୁ 6.0 5.0 ରୁ 6.5 5.0 ରୁ 7.0 5.0 ରୁ 7.0 5.0 ରୁ 7.0 6.5 ରୁ ଊର୍ଦ୍ଧ୍ଵ ଅମ୍ଳଜାନ ପନିପରିବା ଚାଷ ଲାଗି ମଞ୍ଜି ଲଗାଯିବା ପର ଠାରୁ ଉଦ୍ଭିଦ ବଞ୍ଚି ରହିଥିବା ଯାଏଁ ଚେର ଓ ଡାଳ ପତ୍ର ଆଦି ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅମ୍ଳଜାନ ଦରକାର କରନ୍ତି । ଏହାର ଅଭାବ ଘଟିଲେ ଶ୍ଵାସପ୍ରକ୍ରିୟାରେ ବାଧାଘଟେ ଓ ଉଦ୍ଭିଦ ଗୁଡିକ ନଷ୍ଟ ହୋଇଯାଏ । ପନିପରିବା ଚାଷରେ ବିଶେଷ କରି ମୃତ୍ତିକା ଫସଫସିଆ କରି ରଖିବା ଦରକରା ହୋଇଥାଏ । ସନ୍ତସନ୍ତିଆ ମାଟି, ଚିକିଟା ମାଟି ଆଦି ମୃତ୍ତିକାରେ ଉଦ୍ଭିଦଗୁଡିକ ସାଧାରଣ ଭାବେ ବଢି ପାରନ୍ତି ନାହିଁ । ସେଗୁଡିକ ଖୋସା, କୋଡା, କରିବା ଦରକରା ହୋଇଥାଏ । ଖତ ଅନ୍ୟାନ୍ୟ , ଜୈବିକ ପଦାର୍ଥ, ବାଲି, ଓ ପଟୁମାଟି, ଖତ ମିଶାଇ ଫସଫସିଆ କରିବା ଦରକାର ହୋଇଥାଏ । ଯେପରି ଅମ୍ଳଜାନ କୌଶିକ ଚେର ଓ ଅନ୍ୟାନ୍ୟ ସକ୍ରିୟ ଚେର ଠିକ ଭାବେ ପାଆନ୍ତି । ଅମ୍ଳଜାନ ଅଭାବରେ କାର୍ବନ ଡାଇଅକସାଇଡ ମାତ୍ରା ମାଟି ଭୀତରେ ବଢି ଶ୍ଵାସ ପ୍ରକ୍ରିୟାକୁ ବଢାଇ ଦେବା ଦ୍ଵାରା ଉଦ୍ଭିଦଗୁଡିକର କ୍ଷତି ଘଟି ଫସଲ ଅମଳରେ ବାଧା ଘଟାଇଥାନ୍ତି । ଧୂମ କୁହୁଡି କୁହୁଡି ହେବା ପ୍ରାନ୍ତରେ ଓ ବଡ ବଡ ଶିଳ୍ପାନୁଷ୍ଠାନ ନିକଟବର୍ତ୍ତୀ ଜମିଗୁଡିକରେ ଏହା ଦେଖା ଦେବା ଦ୍ଵାରା ପନିପରିବା ଉଦ୍ଭିଦ ଗୁଡିକର ବିଶେଷ କ୍ଷତି ଘଟାଇଥାଏ । ଲେଟ୍ୟୁସ , ଓ ସ୍ପିନଚ ଫସଲ ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ । ବିଟ ସିଲେରି ଓ ଚାର୍ଡ ପୂର୍ବେ ଦିଆଯାଇଥିବା ଫସଲଗୁଡିକ ତୁଳନାରେ କମ କ୍ଷତି ହୋଇଥାଏ କିନ୍ତୁ ବନ୍ଧାକୋବି, ଗାଜର, ଫୁଲକୋବି, କାକୁଡି, କଖାରୁ, ଓ ବ୍ରାଜୋଲି ଆଦି ଫସଲରେ ବିଶେଷ ଭାବେ କ୍ଷତି ଘଟେ ନାହିଁ । ତେଣୁ ସେହିପରି ଜାଗାଗୁଡିକରେ ଫସଲ ନିର୍ବାଚନ କରିପାରିବା ଚାଷ କରାଯିବା ଉଚିତ । ପୋକ ଓ ରୋଗ ପନିପରିବା ଚାଷରେ ପୋକ ଓ ରୋଗ ବିଶେଷ ଭାବେ ପ୍ରତି ବନ୍ଧକ ସୃଷ୍ଟି କରିଥାନ୍ତି । ପତ୍ରଗୁଡିକ କ୍ଷତିଗ୍ରସ୍ତ ହେବା ଦ୍ଵାରା ପ୍ରକାର ଶ୍ଲେଷଣ ରେ ଘୋର ବ୍ୟାଘାତ ଘଟେ ଓ ଶର୍କରା ଖାଦ୍ୟ ଊତ୍ପର୍ଣ୍ଣ କମିଯାଏ । ଉଦ୍ଭିଦ ଗୁଡିକ ଦୁର୍ବଳ ହୋଇ ନଷ୍ଟ ହୋଇଯାଆନ୍ତି ଓ ଫସଲ କମିଯାଏ । ପୁଣି ଚେର ଓ ଗଣ୍ଠିଗୁଡିକ ଆକ୍ରାନ୍ତ ହେବା ଫଳରେ ଜଳ ଓ ଧାତୁପଦାର୍ଥ ମୃତ୍ତିକାରୁ ଶୋଷଣ ହୋଇ ପାରେ ନାହିଁ ଓ ଉଦ୍ଭିଦଗୁଡିକ ମରିଯାଆନ୍ତି । ପନିପରିବା ଚାଷ କରିବାକୁ ହେଲେ ଏହା ପ୍ରକାର ବ୍ୟାଧିରୁ ଉଦ୍ଭିଦଗୁଡିକୁ ରକ୍ଷା କରିବା ଲାଗି ସମସ୍ତ ବ୍ୟବସ୍ଥା ଆଗରୁ କରାଯିବା ଦରକାର । ଆଧାର - ଡଃ ରମେଶ ଚନ୍ଦ୍ର ଦାସ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ , ଭୁବନେଶ୍ଵର