ଚାଷ ପ୍ରଣାଳୀ ଭିତ୍ତିକ ଶ୍ରେଣୀ ବିଭାଗ ନାନା ପ୍ରକାରର ପନିପାରିବା ଖାଦ୍ୟରୂପେ ବିଭିନ୍ନ ଦେଶଗୁଡିକରେ ବ୍ୟବହୃତ ହୋଇଥାଏ । ସମଗ୍ର ପୃଥିବୀରେ ୨୪୦ ରୁ ଅଧିକ ପ୍ରକାରର ପନିପାରିବା ଚାଷ କରାଯାଇ ବ୍ୟବହୃତ ହେଉଥିବା ଜଣାଯାଏ । ଚାଷର ସୁବିଧା ଦୃଷ୍ଟିରୁ ନିମ୍ନଲିଖିତ ପ୍ରଣାଳୀ ପନିପରିବା ଚାଷରେ ବ୍ୟବହାର କରାଯାଏ । ଏହି ପ୍ରକାର ଶ୍ରେଣୀ ବିଭାଗରେ ଚାଷୀର ସୁବିଧା ହୋଇଥାଏ, କାରଣ ଯେଉଁ ପରିବାରଗୁଡିକ ଏକା ପ୍ରକାରର ଚାଷ ପ୍ରଣାଳୀ ଦରକାର କରିଥାନ୍ତି, ସେଗୁଡିକ ଏକ ଶ୍ରେଣୀଭୁକ୍ତ କରାଯାଏ । ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ବୀଜ ବିପନ, ରୋପଣ, ଖତ ଓ ସାର ପ୍ରୟୋଗ, ଜଳସେଚନ, ଅମଳ ଇତ୍ୟାଦି ସମସ୍ତ ଚାଷ ପ୍ରଣାଳୀ ଊଣାଅଧିକେ ଏକାପରି ସେହି ଫସଲ ଗୁଡିକ ଦରକାର କରିଥାନ୍ତି । ପ୍ରଥମବର୍ଗ- ବହୁ ବର୍ଷିଆ ପନିପରିବା ମୁନିଗାଛୁଇଁ, କଞ୍ଚାକଦଳୀ, କୁନ୍ଦୁରୀ, ପୋଟଳ, କାଙ୍କଡ , ପଣସ , ଅମୃତଭଣ୍ଡା ଇତ୍ୟାଦି । ଦ୍ଵିତୀୟବର୍ଗ - ସିଲେରି ପାରସଲି ଇତ୍ୟାଦି । ତୃତୀୟ ବର୍ଗ-ଭେଣ୍ଡି ଇତ୍ୟାଦି । ଚତୁର୍ଥ ବର୍ଗ – ବନ୍ଧାକୋବି , ଫୁଲକୋବି, ନୋଲଖୋଲ , ଚୀନ ଜାତୀୟ ବନ୍ଧାକୋବି ଇତ୍ୟାଦି । ପଞ୍ଚମ ବର୍ଗ (ଚେର ଜାତୀୟ) ମୂଳା, ଗାଜର, ବିଟ, ସାଲଗାମ, ପାରସନିପ, ଇତ୍ୟାଦି । ଦେଶୀ ଆଳୁ, ଶଙ୍ଖସାରୁ, ଓଲୁଅ, କନ୍ଦମୂଳ, ଗୟାଆଳୁ ଇତ୍ୟାଦି । ଷଷ୍ଠ ବର୍ଗ – ପିଆଜ ଦେଶୀ, ଓଲିପିଆଜ, ରସୁଣ , ଲିକ ଇତ୍ୟାଦି । ସପ୍ତମ ବର୍ଷ- (କନ୍ଦ ଜାତୀୟ ) ଆଳୁ । ଅଷ୍ଟମ ବର୍ଗ- (ଛୁଇଁ ଜାତିୟ)- ମଟର, ଶିମ୍ବ ଗୁଆଁର, ଝୁଡୁଙ୍ଗ, ସୋଯାବିନ ଇତ୍ୟାଦି । ନବମ ବର୍ଷ- (ବାଇଗଣ ଜାତୀୟ)- ବାଇଗଣ, ଟମାଟୋ, ଲଙ୍କାମରୀଚ, ଇତ୍ୟାଦି । ଦଶମ ବର୍ଷ- (କଖାରୁ ଜାତୀୟ ) – କାକୁଡି, ପାଣିକଖାରୁ, ଘେରକିନ, ତରଭୁଜ , କଖାରୁ, ଛଚିନ୍ଦ୍ରା, ଇତ୍ୟାଦି । ଏକାଦଶ ବର୍ଗ- ମିଠା ମକା , ଭେଣ୍ଡି, ଛତୁ, ଇତ୍ୟାଦି । ରୋପଣ ବିଧି ଅନୁଯାୟୀ ପନିପରିବା ମଧ୍ୟରୁ କେତେଗୁଡିକରେ ବୀଜ ନେଇ ସିଧା କ୍ଷେତରେ ଲଗାଯାଇଥାଏ । ସେଗୁଡିକ ମଧ୍ୟରୁ କେତୋଟି ହେଲା- ଭେଣ୍ଡି, କଖାରୁ, କାକୁଡି, ତରଭୁଜ, ଜହ୍ନି, ଚିଣ୍ଡା, କଲରା, ମଟର ଶିମ୍ବ ସୋଯାବିନ ଇତ୍ୟାଦି । ଅନ୍ୟ କେତେଗୁଡିଏ ପନିପରିବା ବୀଜ ପ୍ରଥମେ ତଳିଘରା ରେ ବୁଣି ଚାରା ଉତାରି କ୍ଷେତରେ ଲଗାଯାଏ । ସେଗୁଡିକ ଭିତରୁ ବାଇଗଣ, ଟମାଟୋ, କୋବି, ଜାତୀୟ ଫସଲ ଲଙ୍କାମରୀଚ, ଅମୃତଭଣ୍ଡା ଇତ୍ୟାଦି ପ୍ରଧାନ । ଏହା ଛଡା ଆହୁରି କେତେ ପ୍ରକାର ପରିବାର ଅଙ୍ଗୀୟ ଅଂଶ ପିଣ୍ଡ ନେଇ ତଳିଘେରାରେ ବା କ୍ଷେତରେ ଲଗାଇ ଫସଲ ଉଠାଯାଏ । ସେଗୁଡିକ ଭୀତରୁ କେତେଗୋଟି ହେଲା- କନ୍ଦମୂଳ, ପୋଟଳ, ସାରୁ, ଆଳୁ, ଦେଶୀ, ଆଳୁ , ଗୟା ଆଳୁ, ପୋଦିନା, ମୁନିବା ଇତ୍ୟାଦି । ମୃତ୍ତିକା ପ୍ରତିକ୍ରିୟା ଚୂନର ଆବଶ୍ୟକତା ଦୃଷ୍ଟିରୁ - ଅମ୍ଳାଧିକ ମୃତ୍ତିକା - ତରଭୁଜ, ଟମାଟୋ, ମୂଳା, ଶିମ, ଆଳୁ, ଇତ୍ୟାଦି । କମ ଚୂନ ଦରକାର କରୁଥିବା - ଗାଜର, ମଟର, କାକୁଡି ଇତ୍ୟାଦି । ମଧ୍ୟମ ପ୍ରକାରର ଚୂନ ତିଆରି କରୁଥିବା - ବାଇଗଣ, ବନ୍ଧାକୋବି, ଫୁଲକୋବି ଇତ୍ୟାଦି । ଅଧିକ ଚୂନ ଦରକାର କରୁଥିବା - ପିଆଜ, ଲଙ୍କା, ବୁଟ, ଲେଟ୍ୟୁସ, ସିଲେରି ଇତ୍ୟାଦି । ବର୍ଣ୍ଣନୁକ୍ରମିକ ଶ୍ରେଣୀ ବା ବିଭାଗ ପନିପରିବା ଗୁଡିକର ନାମରେ ପ୍ରଥମ ବର୍ଣ୍ଣ ବା ଅକ୍ଷରକୁ ଧରି ଶ୍ରେଣୀ ବିଭାଗ କରାଯାଏ । ସେଗୁଡିକ ହେଲା- ଆମରୋନ୍ଥସ,ଆରମ,ଏସ ପାରାଗସ ଇତ୍ୟାଦି । ବିଞ୍ଜାଲ, ବିଟ,ବ୍ରେଡଫୁଟ ଇତ୍ୟାଦି କୋପସିକମ ଡ୍ରମଷ୍ଟିକ ବନସ୍ପତି ଶ୍ରେଣୀ ବିଭାଗ ଉଦ୍ଭିଦ ଗୁଡିକ ମଧ୍ୟରୁ (1) ସୁକ୍ରୋଭିଡ଼ ଓ (2) ବିଯୋଦ୍ଭିଦ ଗୋଷ୍ଠୀ ଭିତରୁ ନାନା ପ୍ରକାର ଉଦ୍ଭିଦ ପନିପରିବା ରୂପେ ବ୍ୟବହୃତ ହେଉଛି । ପ୍ରଥମ ଗୋଷ୍ଠୀରୁ ଛତୁ ପାରିବା ରୂପେ ବ୍ୟବହୃତ ହେଉଛି ଏବଂ ଦ୍ଵିତୀୟ ଗୋଷ୍ଠୀରୁ ଅବୃତ ବୀଜ ଉପଗୋଷ୍ଠୀ ଭିତରୁ ଅଧିକାଂଶ ପାରିବା ଆମେ ପାଇଥାନ୍ତି । ସେଥିଭିତରୁ କେତେକ ଏକଦଳ ବିଶିଷ୍ଟ ଯଥା- ମିଠା ମକା, ପିଆଜ, ପପକର୍ଣ୍ଣ, ରସୁଣ ଇତ୍ୟାଦି । ଅନ୍ୟଗୁଡିକ ଦ୍ଵିଦଳ ବିଶିଷ୍ଟ ଯଥା- ବାଇଗଣ, କାକୁଡି, କନ୍ଦମୂଳ, ମଟର, କଖାରୁ, ମୂଳା, ଅମୃତଭଣ୍ଡା ଇତ୍ୟାଦି । ଏହାଛଡା ପନିପରିବା ଗୁଡିକୁ କୁଟୁମ୍ବ ବା ପରିବାରେ ବିଭକ୍ତ କରି ଶ୍ରେଣୀକରଣ କରାଯାଉଛି । ପ୍ରତ୍ୟେକ ପରିବାରେ ଥିବା ପନିପରିବା ବଂଶଗତ ସାମଞ୍ଜସ୍ୟ ରହିଥିବାରୁ ଦୃଷ୍ଟିରୁ ଏହି ପ୍ରକାର ଶ୍ରେଣୀକରଣ କରାଯାଇଛି ଯେପରି ତୃଣ ଜାତୀୟ – ଜିଆମେଜ, ମିଠା ମକା ଇତ୍ୟାଦି । ପିଆଜ ଜାତୀୟ- ଉଲି ପିଆଜ, ରସୁଣ ଇତ୍ୟାଦି । ଦେଶୀଆଳୁ ଜାତୀୟ – ଖମ୍ବଆଳୁ । ସାରୁ ଜାତୀୟ – କୁଜିସାରୁ, ମାଣ ସାରୁ ଇତ୍ୟାଦି ଖଟାପାଳଙ୍ଗ ଜାତୀୟ- ଖଟା ପାଳଙ୍ଗ ଇତ୍ୟାଦି। ପୋଇ ଜାତୀୟ - ବିଟ, ଶାଗୁଆ, ପୋଇ, ପାଳଙ୍ଗ ଇତ୍ୟାଦି । ସୋରିଷ ଜାତୀୟ - ବନ୍ଧାକୋବି, ସାଲଗାମ, ସୋରିଷ ଶାଗ ଇତ୍ୟାଦି । ଛୁଇଁ ଜାତୀୟ - ମଟର, ଝଟା, କାଉପି, ସୋୟାବିନ, ଇତ୍ୟାଦି । ଭେଣ୍ଡି ଜାତୀୟ - ଭେଣ୍ଡି, ଇତ୍ୟାଦି । ଧନିଆ ଜାତୀୟ - ଗାଜର, ଧନିଆ ଶାଗ ଇତ୍ୟାଦି। କନ୍ଦମୂଳ ଜାତୀୟ - କନ୍ଦମୂଳ । ଲଙ୍କା ମରୀଚ ଜାତୀୟ – ଆଳୁ, ବାଇଗଣ, ଟମାଟୋ ଇତ୍ୟାଦି । କଖାରୁ ଜାତୀୟ - କଖାରୁ, ତରଭୁଜ । ସୂର୍ଯ୍ୟମୁଖୀ ଜାତୀୟ - ଲେଟ୍ୟୁସ । ଅମୃତ ଭଣ୍ଡା ଜାତୀୟ - ଅମୃତଭଣ୍ଡା । ବ୍ୟବହାରିକ ଅଂଶକୁ ନେଇ ଶ୍ରେଣୀ ବିଭାଗ ଉଦ୍ଭିଦଗୁଡିକର ଯେଉଁ ଅଂଶକୁ ନେଇ ଖାଦ୍ୟ ରୂପେ ବ୍ୟବହାର କରାଯାଏ । ସେଗୁଡିକ ଗୋଟିଏ ଶ୍ରେଣୀରେ ଶ୍ରେଣୀଭୁକ୍ତ କରାଯାଏ – ଚେର – ବିଟ, ଗାଜର, ମୂଳା, କନ୍ଦମୂଳ, ଦେଶୀଆଳୁ ଇତ୍ୟାଦି । ପତ୍ର ଡେମ୍ଫ ବା ନାଡ - ମହୁନାଡ, ସିଲେରି । ଗୁଣ୍ଡି ବା କାଣ୍ଡ - ସାରୁ , ନୋଲଖୋଲ । ରୂପାନ୍ତରିତ କାଣ୍ଡ - ଆଳୁ, ଅଦା ହଳଦୀ ଇତ୍ୟାଦି । ପତ୍ର - ବନ୍ଧା କୋବି, ରସୁଣ, ପିଆଜ, ଲେଉଟିଆ ଶାଗ, ମେଥି ଶାଗ, ପୋଇ, ପୋଦିନା କୋଶଳା ଇତ୍ୟାଦି । ଅପକ୍ଵ ଫଳ - ଶିମ, ମିଠା, ମକା, କାକୁଡି, ଭେଣ୍ଡି, ବାଇଗଣ ଇତ୍ୟାଦି । ପାଚି ନଥିବା ଫଳ - କଞ୍ଚା କଦଳୀ, ପୋଟଳ, କାଙ୍କଡ, କୁନ୍ଦୁରୁ ଇତ୍ୟାଦି । ପରିପକ୍ଵ - ତରଭୁଜ, କରଭୁଜ, ଶୁଖିଲାଲଙ୍କା, କଖାରୁ, ଟମାଟୋ ଇତ୍ୟାଦି । ଶୁଖିଲା ମଞ୍ଜି – ଝୁଡୁଙ୍ଗ, ମଟର, ଶିମ, ବୁଟ ଇତ୍ୟାଦି । ଆଧାର - ଡଃ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ଅଧ୍ୟାପକ ଉଦ୍ୟାନ ବିଜ୍ଞାନ ବିଭାଗ ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର