ଚଟଣି ଜାତୀୟ ପରିବା ଖାଦ୍ୟପଦାର୍ଥକୁ ଅଧିକ ରୁଚିକର କରିବା ଲାଗି ଭାତ, ରୁଟି, ଡାଲି, ପନିପରିବା, ପାଚିଲା ଫଳ, ଅଣ୍ଡା, ମାଛ, ମାଂସ ସହ ଆଚାର ଚଟଣୀର ଆଦର ଭାରତୀୟ ମାତ୍ରେ ଉତ୍ତମ ଭାବେ ଉପଲବଧି କରିବା ସ୍ଵାଭାବିକ । ଏହା ଛଡା ଆଚାର ଓ ଚଟାଣି ଗୁଡିକରୁ ନାନପ୍ରକାର ଖାଦ୍ୟସାର ମିଳିବା ସଙ୍ଗେ ସଙ୍ଗେ ଏଗୁଡିକ ଖାଦ୍ୟ ପଦାର୍ଥଗୁଡିକୁ ହଜମ କରିବାରେ ସହାୟକ ମଧ୍ୟ ହୋଇଥାଏ । ବନ୍ଧା, ଫୁଲକୋବି, ସାଲଗମ, ଲଙ୍କାମରିଚ, ଓଉ, କଇଁଥ ତେନ୍ତୁଳୀ, ଆମ୍ବ, ଲେମ୍ବୁ, ମୂଳା, ଟୋମାଟୋ, କାକୁଡି, ଆଦି ବହୁ ପ୍ରକାରର କଞ୍ଚାଫଳ ପରିବାଗୁଡିକୁ ଆଚାର କରାଯାଏ । ସେହିପରି କଞ୍ଚାଆମ୍ବ, ନଡିଆ, କରନ୍ଦାକୋଳି, ପୋଦନାପତ୍ର ଧନିଆପତ୍ର ଭୃଷଙ୍ଗପତ୍ର ଏପରି ନାନାପ୍ରକାରର ଫଳ ପରିବାଗୁଡିକୁ ନେଇ ଚଟଣି କରି ଦୈନଦିନ ଖାଦ୍ୟପଦାର୍ଥ ସହ ଖିଆଯାଏ । ପୋଦନା ଧନିଆପତ୍ର ଆଦି କେତେକର ଖାଦ୍ୟମୂଲ୍ୟରୁ ଏଗୁଡ଼ିକର ସ୍ୱାସ୍ଥ୍ୟପକ୍ଷରେ କେତେ ଉପାଦେୟ ତାହା ତାଲିକାରୁ ଜାଣିହେବ । ଖାଦ୍ୟର ମୂଲ୍ୟ (୧୦୦ ଗ୍ରାମ ପଦାର୍ଥରେ ) ନାରନ୍ଦା ଫଳ ପୋଦନାପତ୍ର ଧନିଆପତ୍ର ଭୃଶୁଙ୍ଗାପତ୍ର ଖଟାପାଳଙ୍ଗ କଞ୍ଚାଆମ୍ବ କଇଁଥଫଳ ତେନ୍ତୁଳୀରସ ଓଉଫଳ ନଡିଆଶୁଖା ଖାଦ୍ୟ ଉପଯୋଗୀ ଅଂଶ ୯୮% ୪୫% ୭୦% ୮୩% ------- ୭୨% ୫୩% ------- ------ -------- ଜଳୀୟଅଂଶ ୯୧% ୮୪.୯୦% ୮୬.୩୦% ୬୩.୮ ୯୫.୨ ୮୭.୫ ୬୪.୨ ୨୦.୯ ୮୨.୩ ୪.୩ ପ୍ରୋଟିନ ୧.୦ ୪.୮ ୩୩ ୬.୧ ୧.୬ ୦.୭ ୭.୧ ୩.୧ ୨.୮ ୬..୮ ଚର୍ବି ୨.୯ ୦.୬ ୦.୬ ୧ ୦.୩ ୦.୧ ୩.୭ ୦.୧ ୦.୨ ୬୨ ଧାତବପଦାର୍ଥ ୦.୬ ୧.୯ ୨.୩ ୪ ୦.୯ ୦.୪ ୧.୯ ୨.୯ ୦.୮ ୧.୬ ତନ୍ତୁପଦାର୍ଥ ୧.୫ ୧ ୧.୨ ୬.୪ ୦.୬ ୧.୨ ୫ ୫.୬ ୨.୫ ୬.୬ ଅନ୍ୟାନ୍ୟଶର୍କରା ୨.୯ ୫.୮ ୬.୩ ୧୮.୭ ୧.୪ ୧୦.୧ ୧୮.୧ ୬୭.୪ ୧୩.୪ ୬.୭ ଶକ୍ତି କ୍ୟାଲୋରି ୪୨.୦ ୪୮ ୪୪ ୧୦୮ ୧୫ ୪୪ ୧୩୪ ୨୮୩ ୫୯ ୩୩ ଭିଟାମିନ ବା ଖାଦ୍ୟପ୍ରାଣ ଜୀବନିକା-A ----- ୨୭୩୦ ୧୧୫୦୦ ୧୨୬୦୦ ୬୧୦୦ ୧୫ ୧୦୨ ୧୦୦ ------ -------- ଥାୟୋମିନ ----- ୦.୦୫ ୦.୦୫ ୦.୦୮ ୦.୦୩ ୦.୦୩ ୦.୦୪ ୦.୦୬ ------ ୦.୦୮ ରିବୋଫ୍ଲୋବିନ ----- ୦.୦୮ ୦.୦୬ ୦.୨୧ ୦.୦୧ ୦.୬ ୦.୧୭ ------ ------ ୦.୦୬ ନିକୋଟିକଏସିଡ ----- ୦.୦୪ ୦.୦୮ ୨.୩ ୦.୨ ୦.୦୨ ୦.୮ ୦.୭ ------ ୦.୬ ଭିଟାମିନ-c ----- ୨୭ ୧୩୫ ୪ ୧୨ ୩୨ ୩ ----- ----- ୭ ଚାଷ କାରନ୍ଦା ଏହା ଗୋଟିଏ ଗୁଳ୍ମ ଜାତୀୟ ଉଦ୍ଭିଦ । କାଟଛାଣ୍ଟ ନକରି ଛାଡି ଦେଲେ ଏହା ଛୋଟିଆ ବୃକ୍ଷ ପରି ବଢିଥାଏ । ଏହି ଉଦ୍ଭିଦକୁ ବାଡ ହିସାବରେ ସାଧାରଣତଃ ଲଗାଯାଏ । ଅଁଳା ଫଳ ଓ ବରକୋଳି ପରି କଞ୍ଚାକୋଳିଗୁଡିକ ଆଚାର କରାଯାଏ । ଖାତାମିଠା ମିଶାଇ କୋଳିଗୁଡିକୁ ଚଟାଣି କରି ଖିଆଯାଏ । ଏହାଛଡା ଜେଲି ତିଆରୀରେ ଏହା ମଧ୍ୟ ବ୍ୟବହୃତ ହୋଇଥାଏ । ବସନ୍ତ ଋତୁ ଆଗମନରେ ଗୁଳ୍ମଗୁଡିକ ଫୁଲଧରେ ଓ ବର୍ଷା ଋତୁରେ କୋଳିଗୁଡିକ ଅମଳ ହୋଇଥାଏ । ସାଧାରଣତଃ ଦୁଇ ଶ୍ରେଣୀରେ କାରନ୍ଦା ଗୁଳ୍ମ ଦେଖାଯାଏ । ଗୋଟିଏ ଶ୍ରେଣୀରେ ଫଳଗୁଡିକ ପାଚିଲେ ଗାଢ ବାଇଗିଣି ବା କଳାରଙ୍ଗ ଧାରଣ କରେ ଓ ଅନ୍ୟଟି ଧଳାମିସା ପାଟଳ ରଙ୍ଗ ଧରେ । ସାଧାରଣତଃ ଉତ୍କୃଷ୍ଟ ମଞ୍ଜି ପୋତି ଗଛ ଲଗାଯାଏ ଡାଳକଲମ, ଯୋଡକଲମ, ବା ଗୁଟିକଲମ କରି ବଂଶ ବିସ୍ତାର କରିବା ସମ୍ଭବ ହୋଇପାରେ । ପୋଦନା ପୋଦନା ହେଉଛି ଏକ ଶାକ ଜାତୀୟ ଉଦ୍ଭିଦ ଲତାପରି ଜମିରେ ମାଡି ବଢିଥାଏ । ଏହା ଔଷଧ ଶ୍ରେଣୀର ଉଦ୍ଭିଦ କାରଣ ଆୟୁର୍ବେଦୀୟ ଚିକିତ୍ସା ଶାସ୍ତ୍ରରେ ଏହାର ସ୍ଥାନ ରହିଛି । ଏହା ତୁଲସୀ ଗୋଷ୍ଠୀୟ ଉଦ୍ଭିଦ ଓ ସୁଗନ୍ଧଯୁକ୍ତ । ପତ୍ର ଓ କାଣ୍ଡରେ ଉଦବାୟୀ ତୈଳ ରହୁଥିବା ହେତୁ ଏକପ୍ରକାର ସୁଗନ୍ଧପତ୍ରରୁ ବାହାରେ । ଗଚଗୁଡିକ ଦେଢରୁ ଦୁଇଫୁଟ ଯାଏ ବଢିଥାନ୍ତି ଓ ପତ୍ରଗୁଡ଼ିକ ୧ ସେ.ମି ରୁ ୨.୫ ସେ.ମି ହୋଇଥାନ୍ତି । ପତ୍ରଗୁଡ଼ିକୁ ଛିଣ୍ଡାଇ ନେଇ ବ୍ୟବହାର କରାଯାଏ । ଏହା ଜୀର୍ଣ୍ଣକାରକ ମଧ୍ୟ । ପ୍ରକାର – ତିନିଜାତୀୟ ବା ବର୍ଗର ପୋଦନା ଦେଖାଯାଏ । ଜଙ୍ଗଲି ପୋଦନା ବିଳାୟତି ପୋଦନା କାମନ ସ୍ପିୟରମିଣ୍ଟ ପ୍ରଜନନ – ପୋଦନା କାଣ୍ଡଗୁଡିକୁ ଖଣ୍ଡ ଖଣ୍ଡ କରି ପଟାଳିରେ ପୋତି ପାଣି ନିୟମିତ ଭାବେ ଦେଲେ ସହଜରେ ଏହା ଚେର ଓ ଡାଳ ମେଲାଇ ବଢିଥାଏ । ଜଳବାୟୁ ଓ ମୃତ୍ତିକା – ପୋଦନା ଗ୍ରୀଷ୍ମ କଟିବାଳୀୟ ଉଦ୍ଭିଦ । ତେଣୁ ଉତ୍ତାପ ଓ ଅଧିକ ଆଦ୍ରପ୍ରାନ୍ତରେ ଏହା ଭଲଭାବେ ବଢିପାରେ । ବାଲିଆମାଟି ଏଥିଲାଗି ଉତ୍କୃଷ୍ଟ । ପଟାଳି ଗୁଡିକରେ ପାଣି ଜମିଲେ ଲତାଗୁଡିକ ପଚି ନଷ୍ଟ ହୋଇଯାଏ । ଚାଷ ପ୍ରଣାଳୀ - ପୋଦନା ପଟାଳିଗୁଡିକ ୧୨୦ ସେ. ମି ରୁ ଅଧିକ ଓସାର ନ ହେବା ଉଚିତ । କାରଣ ପୋଦନା ପଟାଳିଗୁଡିକରୁ ଘାସ ବରାବର ବାଛିବା ଦରକାର ହୋଇଥାଏ । ପ୍ରଥମେ ପଟାଳିଗୁଡିକୁ ଭଲଭାବେ ଖୋଳି ମାଟି ଗୁଣ୍ଡାକରି ସେଥିରେ ଶଢାଗୁଣ୍ଡ ଗୋବରଖତ ଓ କାଠ ପାଉଁଶ ସହ ବାଲିମିଶାଇ ପଟାଳିଗୁଡିକୁ ସମତଳ କରି ସେଥିରେ ଦୁଇ ଇଞ୍ଚ ବ୍ୟବଧାନରେ ଲାମ୍ବା ପୋଦନାଗଣ୍ଡି ଲଗାଯାଏ ଓ ପାଣି ଛିଞ୍ଚାଯାଏ । ଏହା ପାଣି ଛିଞ୍ଚି ବର୍ଷର ଯେ କୌଣସି ମାସରେ ମଧ୍ୟ ଲଗାଯାଇ ପାରେ । ପୋଦନା ଲଗାଯାଇଥିବା ମାଟି ସର୍ବଦା ବତର ରହିବା ଉଚିତ କିନ୍ତୁ କାଦୁଆହେବା ଉଚିତ ନୁହେଁ । ପରିଷ୍କାର ଜଳ ସର୍ବଦା ଛିଞ୍ଚିବା ଦରକାର । ପୋଦନା କିଆରିଗୁଡିକରୁ ମୋଥା ଓ ଅନ୍ୟାନ୍ୟ ଘାସ ବରାବର ବାଛିବା ଆବଶ୍ୟକ । ପ୍ରତିଥର ପୋଦନା କାଣ୍ଡଗୁଡ଼ିକର ଅଗ ଛିଣ୍ଡାଇନେଇ ପ୍ରତି ତିନିମାସରେ ଥରେ ଶଢା ଗୁଣ୍ଡଖତ , କାଠପାଉଁଶ ଓ ଗୁଣ୍ଡ ପିଡିଆ ମିଶାଇ ପଟାଳିରେ ବୁଣି ମାଟିରେ ମିଶାଇଦେବା ଉଚିତ । ୧୦ ରୁ ୨୦ ସେ.ମି ଆୟତନ ବିଶିଷ୍ଟ ପଟାଳିରେ କେଜିଏରୁ ଦୁଇକେଜି ପୂର୍ବଲିଖିତ ସାର ପ୍ରୟୋଗ କଲେ ଉତ୍ତମ ପତ୍ର ଅମଳ ହୋଇଥାଏ । ଧନିଆପତ୍ର ଧନିଆ ଗଛ ଗୁଡିକ ବଢି ଛୋଟ କଅଂଳିଆ ଅବସ୍ଥାରେ ଥିବା ସମୟରେ ସେଗୁଡିକୁ ଉପାଡି ଚଟଣି କରାଯାଏ। ତେନ୍ତୁଳୀ , ଆମ୍ବୁଲ ଆଦି ଖଟା ଓ ଚିନି ଗୁଡ ଲଙ୍କା ମରିଚ ମିଶାଇ ଚଟଣି ପ୍ରସ୍ତୁତ କରାଯାଏ । ତରକାରୀ ଗୁଡିକରେ କଞ୍ଚା ପତ୍ର ଓ କଅଂଳିଆ ଗଣ୍ଡି ମଧ୍ୟ ବ୍ୟବହାର କରି ସେଗୁଡିକୁ ସୁବାସିତ କରାଯାଏ ଏହା ଛଡା ଉଦ୍ଭିଦ ଗୁଡିକୁ ବଢିବା ଲାଗି ଛାଡି ଦିଆଗଲେ ଧନିଆ ମଞ୍ଜି ଅମଳ ହୋଇଥାଏ । ଜଳବାୟୁ ଓ ମୃତ୍ତିକା - ଏହା ଶୀତ ଋତୁରେ ଚାଷ କରାଯାଏ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ପ୍ରକାର ଓ ପ୍ରଜନନ - ଧନିଆ ମଞ୍ଜି ଦ୍ଵାରା ବଂଶବିସ୍ତାର କରାଯାଇଥାଏ ଉଦ୍ଭିଦର ରଙ୍ଗକୁ ଧରି ଦୁଇ ପ୍ରକାରର ଧନିଆ ଆମେ ଦେଖିବାକୁ ପାଉ । ଗଛ ଗୁଡିକର କାଣ୍ଡ ଓ ପତ୍ର ଡେମ୍ଫ ଶାଗୁଆ । ଫୁଲ ଗୁଡିକ ଧଳା । ଗାଁ ଗହଳରେ ଏହାକୁ “ଶାଗୁଆ” ଧନିଆ ବୋଲି କହିଥାନ୍ତି । ଗଛଗୁଡ଼ିକର କାଣ୍ଡ ଓ ପତ୍ର ଡେମ୍ଫ ପାଟଳ ବର୍ଣ୍ଣ ଓ ଫୁଲ ଗୁଡିକ ବାଇଗିଣିଆ । ଏହାକୁ ଚାଷୀମାନେ “ବଉଳା” ଧନିଆ ବୋଲି କହିଥାନ୍ତି । ସେହିପରି ମଞ୍ଜିର ଆକାରକୁ ଧରି ବଡ ମଞ୍ଜି ଓ ଛୋଟ ମଞ୍ଜି ଏହିପରି ଦୁଇ ପ୍ରକାରର ଦେଖାଯାଏ । ଉନ୍ନତ ଧରଣର ମଞ୍ଜି ଭିତରୁ ଡେହଲି ଲୋକାଲ । ଚାଷ ପ୍ରଣାଳୀ – ଏକର ପ୍ରତି ୬ ରୁ ୮ କିଲୋ ଗ୍ରାମ ୫ କିଲୋଗ୍ରାମ ଧନିଆ ଦରକାର ହୋଇଥାଏ । ଶୀତ ଆରମ୍ଭ ପୂର୍ବରୁ ୧୦ ମିଟର =୧୫ ମିଟର ଆୟତନ ବିଶିଷ୍ଟ ଛୋଟ ଛୋଟ ପଟାଳି ତିଆରି କରି ସେଗୁଡିକୁ ଭଲ ଭାବେ ହାନି ମାଟି ଗୁଣ୍ଡକରି ସେଥିରେ ହେକ୍ଟର ପ୍ରତି ୩୫ ଗାଡି ଶଢା ଗୋବର ଖତ ମିଶାଇ ଜମିକୁ ସମତଳ କରିଦେବା ଉଚିତ । ହେକ୍ଟର ପ୍ରତି ୨୦ ରୁ ୩୦ କେ. ଜି ଏମିନିୟମ ସଲଫେଟ ମଧ୍ୟ ଏହି ସମୟରେ ପ୍ରୟୋଗ କରିବା ଉଚିତ । ଧନିଆ ମଞ୍ଜି ଗୁଡିକ ଗୋଲ ଗୋଲ ହୋଇଥାଏ ; କିନ୍ତୁ ସେଗୁଡିକୁ ଦୁଇ ଫାଳ କରି ପାଣିରେ ଭଜାଇ ପରେ କ୍ଷେତରେ ବୁଣି ମାଟି ଘୋଡାଇ ଦିଆଯାଏ । ଗଯା ଉଠିବା ଯାଏ ପାଳରେ ଢାଙ୍କି ରଖାଯାଏ । ୧୦ କିମ୍ବା ୧୫ ଦିନ ଭିତରେ ଗଛ ଗୁଡିକ ଉପରକୁ ଉଠିଆସେ । ପରେ ପାଳ ପଟାଳିରୁ ବାହାର କରି ଦିଆଯାଏ । ଧନିଆ ପଟାଳି ଗୁଡିକରେ ଘାସ ଯେପରି ନ ବଢେ ତାହାର ଯତ୍ନ ନିଆଯାଏ । ମାଟିକୁ ବରାବର ବତର ରଖିବା ଲାଗି ଜଳ ଚିଞ୍ଚାଯାଏ । ଏପରି କରିବା ଦ୍ଵାରା ଧନିଆ ଗଛ ଗୁଡିକ କଅଂଳିଆ ଓ ସତେଜ ହୋଇ ବଢେ । ଗଛ ଗୁଡିକୁ ୧୦ ସେ . ମି ହେବାଠାରୁ ଉପାଡିବା ଆରମ୍ଭ କରାଯାଏ । ଗଛ ଗୁଡିକର କାଣ୍ଡ କାଷ୍ଟଯୁକ୍ତ ହୋଇଗଲେ ସେଗୁଡିକୁ ମଞ୍ଜି ଅମଳ ଲାଗି ବଢିବାକୁ ଦିଆଯାଏ । ଫୁଲଫୁଟି ଫଳ ଧରି ଗଛ ସୁଖିଗଲେ ଧନିଆ ମଞ୍ଜି ଅମଳ କରି ମସଲା ରୂପେ ବ୍ୟବହାର କରାଯାଏ । ଫୁଲ ଧରିବା ଲାଗି ଦୁଇମାସ ସମୟ ଲାଗେ ଓ ଧନିଆ ମଞ୍ଜି ୧୫୦ ରୁ ୨୦୦ କେ.ଜି ଯାଏଁ ଅମଳ ହୁଏ । ରୋଗ ଓ ପୋକ – ପତ୍ର କଟା ପୋକ ଓ ପାରଡା ପୋକ ଲାଗି ଗଛ ଖାଇଯାନ୍ତି କିନ୍ତୁ କୌଣସି କୀଟନାଶକ ଔଷଧ ବ୍ୟବହାର କରାଯିବା ଉଚିତ ନୁହେଁ । ପାଉଡର ମିଲଡ୍ୟୁ ହେଲେ ବୋର୍ଡମିକଶ୍ଚର ଛିଞ୍ଚାଯାଏ ବା ଗନ୍ଧକ ଗୁଣ୍ଡ ବ୍ୟବହାର କରାଯାଏ । ଭୃଶୁଙ୍ଗା ଭୃଶୁଙ୍ଗା ଗୋଟିଏ ବୃକ୍ଷଜାତୀୟ ଉଦ୍ଭିଦ । ଏହା ବଢି ବଡ ଆକାର ଧାରଣ କରିଥାଏ । ପତ୍ରଗୁଡ଼ିକ କାମିନୀ ଗଛର ପତ୍ର ପରି ଦିଶେ ଓ ସୁଗନ୍ଧ ଯୁକ୍ତ । ଭାରତର ପ୍ରତ୍ୟକ ସ୍ଥାନରେ ଏହା ଦେଖିବାକୁ ମିଳେ । ତରକାରୀ ଓ ଖଟା ବଘାରିବା ଓ ତେନ୍ତୁଳୀ ଲଙ୍କାଦେଇ ପତ୍ରଗୁଡ଼ିକୁ ବାଟି ଚଟଣି କରି ଖାଇବା ଲାଗି ଏହାର ପତ୍ର ବ୍ୟବହାର ହୋଇଥାଏ । ପ୍ରକାର – ପତ୍ର ଗୁଡିକର ସୁଗନ୍ଧ ଭିନ୍ନ ଭିନ୍ନ ଥିବା ଜଣାଯାଏ । ତେଣୁ ଭୃଶୁଙ୍ଗା ବିଭିନ୍ନ ପ୍ରକାରର ଥିବା ମନେହୁଏ । ଏହାର ଉପରେ କୌଣସି ଗବେଷଣା ହୋଇପାରି ନଥିବା ହେତୁ ସେପରି ନିର୍ଦ୍ଧିଷ୍ଟ ପ୍ରକାରର ଭୃଶୁଙ୍ଗା ବାହାର କରାଯାଇ ପାରିନାହିଁ । ତେବେ ଯେଉଁ ଗଛରେ ପତ୍ରଗୁଡ଼ିକ ଅଧିକ ସୁଗନ୍ଧ ଯୁକ୍ତ ସେହି ଗଚରୁ ମଞ୍ଜିନେଇ ଲଗାଯିବା ଉଚିତ । ପ୍ରଜନନ - ଭୃଶୁଙ୍ଗାର ସାଧାରଣତଃ ମଞ୍ଜି ଦ୍ଵାରା ବଂଶ ବିସ୍ତାର ହୋଇଥାଏ ଅଙ୍ଗଜ ପ୍ରଣାଳୀରେ ବଂଶ ବିସ୍ତାର ମଧ୍ୟ ସମ୍ଭବପର । ଚାଷ ପ୍ରଣାଳୀ - ଚାରାଗୁଡିକ ଲଗାଯିବା ପୂର୍ବରୁ ଗାତ ଖୋଲି ଖତ ପାଉଁଶ ପ୍ରତ୍ୟକ ଗାତ ମାଟିରେ ମିଶାଇ ଭରତି କରି ଚାରା ଲଗାଯାଏ । ବର୍ଷାରୁତୁରେ ସାଧାରଣତଃ ଏହା ଲଗାଯିବା ଉଚିତ । ଗୃହ ବଗିଚାରେ ଗୋଟିଏ ବା ଦୁଇଟି ଚାରା ପୋତିଲେ ଯଥେଷ୍ଟ । ଗଛ ବଡ ହେବା ଯାଏଁ ଶୀତ ଓ ଖରାରୁତୁରେ ଗଛମୂଳେ ପାଣି ଦିଆଯାଏ । ଏହା କେବଳ ପତ୍ରଲାଗି ଚାଷ କରାଯାଏ । ପତ୍ରଗୁଡ଼ିକରେ କେଇନଗିନ ନାମକ ରାସାୟନିକ ପଦାର୍ଥ ଏହା ସୁଗନ୍ଧ ଦେଇଥାଏ ଓ ଏହା ନାନା ରୋଗ ଉପଶମ ଲାଗି ମଧ୍ୟ ଦରକାର ହୋଇଥାଏ । ଖଟାପାଳଙ୍ଗ ଖଟା ପାଳଙ୍ଗ ଓ ମିଠା ପାଳଙ୍ଗକୁ ଅନେକ ସମୟରେ ଏକ ପରିବାର ପନିପରିବା ବୋଲି ଭାବିଥାନ୍ତି ; କିନ୍ତୁ ଏହା ଦୁଇଟି ପରିବାରର ଉଦ୍ଭିଦ । ଏହା ଯଥାକ୍ରମେ ବକଭିଟ ଓ ରୁବର୍ବ ଶ୍ରେଣୀୟ ଉଦ୍ଭିଦ । ଏହି ପନିପରିବା ଶାକଜାତୀୟ ଅଟେ । ପତ୍ରଗୁଡ଼ିକୁ ଚଟଣି ବା ଅନ୍ୟାନ୍ୟ ଖଟା ତିଆରି କରିବା ଲାଗି ବ୍ୟବହାର କରାଯାଏ । ଏହା ମଧ୍ୟ ଔଷଧ ରୂପେ କେତେକ ରୂପେ ବ୍ୟବହାର କରାଯାଏ । ପ୍ରକାର ଓ ପ୍ରଜନନ – ମଞ୍ଜିଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ ମଞ୍ଜି ଗୁଡିକ ହାଲୁକା ହୋଇଥାଏ ତେଣୁ ମଞ୍ଜି କ୍ଷେତରେ ବୁଣିବା ସମୟରେ ମାଟିରେ ଗୋଳି ବୁଣିଲେ ଧାଡିରେ ଗୋଟି ଗୋଟି ହୋଇ ମଞ୍ଜି ବୁଣିହୁଏ। ଏହା ନକଲେ ଗୋଟିଏ ଗୋଟିଏ ଜାଗାରେ ବହୁ ସଂଖ୍ୟାରେ ମଞ୍ଜି ବୁଣି ହୋଇଯାଏ । ଏହାର ଉନତ ବିହନ ବାହାର ହୋଇନାହିଁ । ଚାଷ ପ୍ରଣାଳୀ - ଏହା ଦୁଇ ପ୍ରକାର ଚାଷ କରାଯାଇପାରେ । ମଞ୍ଜି ଗୁଡିକୁ କ୍ଷେତ ପ୍ରସ୍ତୁତ କରି ଧାଡିରେ ବୁଣା ଯାଇପାରେ ନତୁବା ବରସରୀରେ ମଞ୍ଜି ବୁଣି ଚାରା ପ୍ରସ୍ତୁତ କରି ପ୍ରସ୍ତୁତି ହୋଇଥିବା ପଟାଳି ଗୁଡିକରେ ରୋପଣ କରାଯାଇପାରେ । ମଞ୍ଜି ବୁଣିବା ସପ୍ତାହ ଭିତରେ ଗଜାବାହାରେ । ଗଚଗୁଡିକ ଦୁଇ ସପ୍ତାହ ବଢିବା ପରେ କ୍ଷେତରେ ରୋପଣ କରାଯାଏ । ଏକର ପ୍ରତି ଏକ କେ. ଜି ବିହନ ଦରକାର କରିଥାଏ । ଚାରା ରୋପଣ କଲାବେଳେ ଧାଡି ମଧ୍ୟରେ ୨୫ ଓ ଧାଡି ଭିତରେ ୧୦ ବ୍ୟବଧାନ ରଖିବା ଉଚିତ । ଅନ୍ୟାନ୍ୟ ଫସଲ ପରି ଏହାର ପଟାଳି ଗୁଡିକୁ ଭଲଭାବେ ଚାଷ କରି , ଖତ ଓ ପାଉଁଶ ଦେଇ ସେଥିରେ ମଞ୍ଜି ବୁଣିବା ବା ତାଳି ରୋପଣ କରାଯାଏ । ଏହା ଶୀତ ଦିନିଆ ଫସଲ ରୂପେ ଅମଳ ହେଉଥିବା ଦୃଷ୍ଟିରୁ କ୍ଷେତରେ ଜଳସେଚନ ଦରକାର ହୋଇଥାଏ । ଅମଳ – ଗଛ ଲଗାଯିବା ପରେ ପରେ ଉଦ୍ଭିଦ ଗୁଡିକରେ ଶାଖାପତ୍ର କଅଂଳେ ବଢିବାକୁ ଲାଗେ । ତେଣୁ ଫୁଲ ଫୁଟିବା ପୂର୍ବରୁ ଡାଳ ଭାଙ୍ଗି ନେଇ ବ୍ୟବହାର କଲେ ଗଛଗୁଡିକରେ ନୂଆ ଡାଳ ମେଲେ ଓ ଫୁଲ ଫୁଟିବା ଡେରି ହୁଏ । ମଞ୍ଜି ସଂଗ୍ରହ କରିବା ଲାଗି କେତୁଟି ଗଛ ଛାଡି ଅନ୍ୟାନ୍ୟ ଗଛରୁ ରୀତିମତ ଭାବେ ଡାଳ ସଂଗ୍ରହ କରାଯାଏ । ଅନ୍ୟାନ୍ୟ କେତେ ଗୁଡିଏ ଉଦ୍ଭିଦ ଅନ୍ୟାନ୍ୟ କେତେ ଗୁଡିଏ ଉଦ୍ଭିଦ ଚଟଣି ଲାଗି ବା ଖଟା ପ୍ରସ୍ତୁତ କରିବା ଲାଗି ଚାଷ କରାଯାଇଥାଏ । ତାହା ତଳ ଲିଖିତ ତାଲିକାରେ ଦିଆଗଲା । ଓଉ ଗଛଗୁଡିକ ୯ ମିଟର ଉଚ୍ଚ ଯାଏଁ ବଢି ପାରନ୍ତି । ଫୁଲ ଗୁଡିକର ବୃନ୍ତମୋଟା ହୋଇ ବଢିଥାଏ ଓ ତାରି ଭିତରେ ଫୁକେଶର ଗର୍ଭକେଶର ରହିଥାନ୍ତି । ବୃନ୍ତ ଗୁଡିକୁ ଆଚାର ବା ଖଟା ପ୍ରସ୍ତୁତ କରି ବ୍ୟବହାର କରାଯାଇଥାଏ । ଗଛଗୁଡିକ ସନ୍ତସନ୍ତିଆ ଜାଗାରେ ଭଲଭାବେ ବଢେ । ତେଣୁ ବନ୍ଧାହୁଡା, କେନାଲହୁଡା ଜଙ୍ଗଲର ସନ୍ତସନ୍ତିଆ ଜାଗା ଗୁଡିକରେ ଏହା ବଢିଥାଏ । ବଂଶ ବୃଦ୍ଧି - ମଞ୍ଜିଦ୍ଵାରା ଏହାର ବଂଶବୃଦ୍ଧି ଘଟିଥାଏ । ଗୁଟି କଲମ କରି ଲଗାଯିବା ସୁବିଧା ଜନକ । ଚାଷ ପ୍ରଣାଳୀ - ଗାତ ଖୋଳି ଖତ ଦେଇ ଚାରା ବା କଲମ କରାଯାଏ । ଜୁନ ଜୁଲାଇ ମାସରେ ଫୁଲଧରେ ଓ ଶାଗୁଆ ବୃନ୍ତ ଗୁଡିକ (୫ଟି ) ବଡ ଓ ମୋଟା ହେବାକୁ ଲାଗେ କଷି ଅବସ୍ଥାରେ ଏହା ଶାଗୁଆ ରଙ୍ଗ ଧରିଥାଏ ଓ ପକ୍ଵ ହେଲେ ସେଗୁଡିକ ଈଷତ ହଳଦିଆ ରଙ୍ଗ ହୋଇଯାଏ । ଏହି ସମୟରେ କସା ଅଂସ କମି ଲାଳୁଆ , ଖଟା ଓ ମିଠା ମିଶ୍ରିତ ରୁଚି ଧରେ । ରୋଗ ଓ ପୋକ - ସେପରି ରୋଗ ପୋକ ଏହାକୁ ଆକ୍ରମଣ କରେ ନାହିଂ । ତେବେ ଫଳ ସଢା ଓ ଏକ ପ୍ରକାର ପୋକ ଫଳ ଗୁଡିକୁ ନଷ୍ଟ କରିଥାନ୍ତି । ଆଧାର – ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ, କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର