ଧାନ ବ୍ୟତୀତ ନଳିତା ଆମ ରାଜ୍ୟର ଏକ ମୁଖ୍ୟ ଖରିଫ ଫସଲ । ଏହାର ବକଳରୁ ଝୋଟ ପ୍ରସ୍ତୁତ ହୁଏ । ଝୋଟରୁ ତିଆରି ବସ୍ତା ବିଭିନ୍ନ ଖାଦ୍ୟଶାସ୍ୟା, ରାସାୟନିକ ସାର, ଖଣିଜ ପଦାର୍ଥ, ସିମେଣ୍ଟ, ତୁଳା, ପଶମ ଇତ୍ୟାଦି ସାଇତି ରଖିବାରେ ବ୍ୟବହୃତ ହୁଏ । ନଳିତା ଚାଷୀମାନେ କିପରି ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରି ଚାଷ କଲେ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇ ପାରିବେ ତାହା ଆସନ୍ତୁ ଜାଣିବା । ବିହନ ସ୍ଥାନୀୟ ଜଳବାୟୁକୁ ନେଇ ବିହନ ନିର୍ବାଚନ କରିବା ନଳିତା ଚାଷ ପାଇଁ ନିହାତି ଆବଶ୍ୟକ । ସାଧାରଣତଃ ନଳିତା ଦୁଇ ପ୍ରକାରର। ପିତା ନଳିତା, ମଧୁର ନଳିତା । ପିତା ନଳିତା : ସବୁଜ ସେନା, ସୋନାଲୀ, ଶ୍ୟାମଳୀ, ବଳଦେବ, ଜୟଦେବ ମଧୁର ନଳିତା: ବୈଶାଖୀ ତୋଷା, ଚୈତଳୀ ତୋଷା, ନବୀନ, ବାସୁଦେବ, ମହାଦେବ, ରେବତୀ ଜମି ପ୍ରସ୍ତୁତି ନଳିତା ଗଛର ଚେର ମାଟି ଭିତରକୁ ଯାଇଥାଏ । ତେଣୁ ଏହା ଗଭୀର ଚାଷ ଦରକାର କରେ । ଏହାର ମଞ୍ଜି ଗୁଡ଼ିକ ଖୁବ୍ ଛୋଟ ହୋଇଥିବାରୁ ପରିଷ୍କାର ଗୁଣ୍ଡମାଟି ଗଛ ଉତାରିବାରେ ସାହାଯ୍ୟ କରେ । ମାଟିକୁ ୫-୬ଥର ଗଭୀର ଚାଷ କରି ମଇ ଦେଇ ମାଟି ଗୁଣ୍ଡ କରାଯାଏ । ମଞ୍ଜି ଗଜା ହେବା ପାଇଁ ଶତକଡ଼ା ୧୮-୧୦ ଭାଗ ଜଳୀୟ ଅଂଶ ଦରକାର ପଡ଼େ । ବୁଣିବା ସମୟ ମଧୁର ନଳିତା ପାଇଁ ଏପ୍ରିଲ ୧୫ ତାରିଖରୁ ମୋ ମାସ ୧୨ ତାରିଖ ଓ ପିତା ନଳିତା ପାଇଁ ମାର୍ଚ୍ଚ ଶେଷରୁ ଏପ୍ରିଲ ୧୫ ତାରିଖ ହେଉଛି ଉପଯୁକ୍ତ ସମୟ । ମାତ୍ର ପରୀକ୍ଷା କରି ଦେଖାଯାଇଛି। ଏପ୍ରିଲ ମାସର ମଧ୍ୟଭାଗରୁ ନଳିତା ବୁଣିଲେ ଫସଲର କାଣ୍ଡ, ପତ୍ର ବୃଦ୍ଧି ପାଇଁ ଅଧିକ ସମୟ ମିଳିବା ଦ୍ଵାରା ଅଧିକ ତନ୍ତୁ ଓ କାଠ, ଉତ୍ପାଦନ ହୋଇଥାଏ । ମେ ମାସ ପୂର୍ବରୁ ମଞ୍ଜି ବୁଣାଗଲେ ପ୍ରାୟ ସମସ୍ତ କିସମ ବିହନ ପାକଳ ହେବା ପୂର୍ବରୁ ଫୁଲ ଫଳ ଧାରଣ କରନ୍ତି । ତେଣୁ ମାର୍ଚ୍ଚ ମାସ ପୂର୍ବରୁ ବିହନ ବୁଣିବା ଉଚିତ ନୁହେଁ । ବିହନ ପରିମାଣ କିସମ ଓ ବୁଣିବା ପ୍ରଣାଳୀ ଅନୁସାରେ ବିହନ ଦରକାର ପଡ଼େ । ହେକ୍ଟର ପ୍ରତି ପିତା ନଳିତା : ୭.୫ କି.ଗ୍ରା ଧାଡ଼ିବୁଣା, ୧୦ କି.ଗ୍ରା ଛଟା ବୁଣା ମଧୁର ନଳିତା : ୫ କି.ଗ୍ରା ଧାଡ଼ିବୁଣା, ୭.୫ କି.ଗ୍ରା ଛୋଟବୁଣା । ବୁଣା ପ୍ରଣାଳୀ ପିତା ନଳିତା ପାଇଁ ଧାଡ଼ିକୁ ଧାଡ଼ି ୨୫ ସେ.ମି ଓ ଗଛକୁ ଗଛ ୫-୭ ସେ.ମି ବ୍ୟବଧାନ ରଖାଯାଏ । ମଧୁର ନଳିତା ପାଇଁ ଧାଡ଼ିକୁ ଧାଡ଼ି ୩୦ ସେ.ମି ଓ ଗଛକୁ ଗଛ ୫-୭ ସେ.ମି ବ୍ୟବଧାନ ରଖାଯାଏ । ମଞ୍ଜିକୁ ସର୍ବଦା ୨୩ ସେ.ମି ଗଭୀରରେ ବୁଣାଯାଏ । ମଞ୍ଜି ବୁଣା ଯନ୍ତ୍ରର ଅଭାବରେ ଦେଶୀ ଲଙ୍ଗଳର ସିଆରରେ ମଞ୍ଜି ବୁଣାଯାଇପାରେ । ଆଧାର – କୃଷି ବିଭାଗ