ପନିପରିବାର ତଳିପ୍ରସ୍ତୁତି

ବର୍ତ୍ତମାନ ସୁଦ୍ଧା ତଳି ପଡି ନ ଥଲେ ସଅଳ ଅମଳ ପାଇଁ ଶୀଘ୍ର ତଳି ପକାନ୍ତୁ । ଏକ ଏକର ଜମି ପାଇଁ ୨୫ ଫୁଟ ଲମ୍ବା, ୪ ଫୁଟ, ଚଉଡା ଓ ୬ ଇଞ୍ଚ ଉଚ୍ଚତାର ୪ଟି ପଟାଳି ତିଆରି କରନ୍ତୁ । ମଞ୍ଜି ବୁଣିବାର ୧୦ ଦିନ ଆଗରୁ ତଳି ଘରାରେ ଭଲ ଭାବରେ ଶୁଖୁଥବା ଖତ ଓ ୫୦୦ ଗ୍ରାମ୍ ୧୫ : ୧୫ : ୧୫ ପୌଗିକ ସାର ମିଶାଇ ଦିଅନ୍ତୁ । ଏକର ପ୍ରତି । ୨୦୦ ଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ । ମଞ୍ଜି ପୋତିବା ଆଗରୁ ପଟାଳିରେ ୫୦ ଗ୍ରାମ୍ କାର୍ବୋଦ୍ଯୁରାନ୍ ମାଟିରେ ମିଶାନ୍ତୁ । ପ୍ରତି କେଜି ବିହନକୁ ୩ ଗ୍ରାମ୍ କାପ୍ଟାନ୍ ବା ଥରାମ୍ ଦ୍ଵାରା ବିଶୋଧନ କରି ଧାଡିକୁ ଧାଡି ୨ ଇଞ୍ଚ ଓ ମଞ୍ଜିକୁ ମଞ୍ଜି ୧ ଇଞ୍ଚ ବ୍ୟବଧାନରେ ବୁଣନ୍ତୁ । ଏହାପରେ ପଟାଳିରେ ପାଣି ଛିଞ୍ଚି ଛଣା କିମ୍ବା ଶୁଖୁଲା ପତ୍ରରେ ଘୋଡାନ୍ତୁ । ଏହା ଫଳରେ ଭଲ ଗଜା ବାହାରିଥାଏ । ଏହାର ୧୫ ଦିନ ପରେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଟ୍ରାୟୋଜଫସ୍ କିମ୍ବା ଏଣୋସଲଫାନ ମିଶାଇ ସିଞ୍ଚନ କରନ୍ତୁ । ଚାରାଗୁଡିକ ୪ ସପ୍ତାହର। ହେଲେ ଜମିରେ ଲଗାନ୍ତୁ ।

ଟମାଟୋ

ଏବେ ହେଉଛି ଟମାଟୋ, ଲଗାଇବା ପାଇଁ ଉପଯୁକ୍ତ ସମୟ । ଉନ୍ନତ ବିହନ କିସମ ଯଥା ବିଟି – ୨, ବିଟି – ୧୦, ବିଟି – ୧୨, ନୀଳାଦ୍ରି, ସଦା ବାହାର, ମାଧୁରୀ, ମହାରଥୀ, ମର୍ନିସନ୍, ରଶ୍ମି, ନବୀନ ଆଦି ବ୍ୟବହାର କରନ୍ତୁ । ଏକର ପ୍ରତି ୧୫୦ ରୁ ୨୦୦ ଗ୍ରାମ୍ ବିହନ ଦରକାର । ତଳି ଗୁଡିକୁ ୬୦ x ୪୫ ସେମି ବ୍ୟବଧାନରେ ଲଗାନ୍ତୁ । ଲଗାଇବା ପୂର୍ବରୁ ଏକର ପ୍ରତି । ୨୦ ଟନ୍ ଗୋବର ଖତ ଏବଂ ୫ ଟନ୍ ନିମ୍ନ ପିଡିଆ ବ୍ୟବହାର କରନ୍ତୁ ।

ଆଧାର: ଫାର୍ମ ମ୍ୟାନେଜର, କୃଷିବିଜ୍ଞାନ କେନ୍ଦ୍ର, କେନ୍ଦ୍ରପଡା