କାଉଁରିଆ ବା ପିମ୍ପେଇ ହେଉଛି ମାଲଭାସି ପରିବାର ଅନ୍ତର୍ଗତ ଏକ ସପୁଷ୍ପକ, ଦ୍ୱିବୀଜପତ୍ରୀ, ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଦକ୍ଷିଣ ଏସିଆରେ ପ୍ରଥମେ ଚିହ୍ନଟ କରାଯାଇଥିଲା ବୋଲି କୁହାଯାଉଥିଲେ ହେଁ ଏହାର ପ୍ରକୃତ ଉତ୍ପତ୍ତିସ୍ଥଳ ଏ ଯାଏଁ ଜଣା ପଡ଼ିନାହିଁ । ଓଡ଼ିଆ ଓ ସଂସ୍କୃତ ଭାଷାରେ ଏହାକୁ ନଳିତା ବୋଲି ମଧ୍ୟ କୁହାଯାଏ । କାଉଁରିଆ ବା ପିମ୍ପେଇ ସାଧାରଣତଃ ଗଛର ଅନମନୀୟ ଗଣ୍ଡିକୁ କୁହାଯାଇଥାଏ । ଏହି ଗଛରୁ ଜାତ ତନ୍ତୁ ଜାତୀୟ ପଦାର୍ଥ ହେଉଛି ଝୋଟର ଏକ କିସମ ଓ ଏହା ଝୋଟର ବିଭିନ୍ନ ଗୁଣଧର୍ମ ସହିତ ସାମଞ୍ଜସ୍ୟ ରଖିଥାଏ । ବିଭିନ୍ନ ଭାଷାରେ ନାମ ଇଉରୋପ: ଇଂରାଜୀ: kenaf (ପାର୍ସୀ ଭାଷାରୁ ଉଦ୍ଭବ), Deccan hemp, Java jute... ଫ୍ରେଞ୍ଚ: chanvre de Bombay, chanvre du Deccan, chanvre de Guinée, chanvre de Gambo, chanvre de roselle, jute de Java, jute de Siam, kénaf, ketmie à feuilles de chanvre (Belgium), roselle ଜର୍ମାନୀ: Ambari, Dekkanhanf, Gambohanf, Hanfeibisch, Javajute, Kenaf, Rosellahanf, Roselle, Siamjute ପର୍ତ୍ତୁଗୀଜୀ: cânhamo rosella, juta-de-java, juta-do-sião, quenafe ସ୍ପାନିସ: cáñamo de la India, cáñamo de gambo, cáñamo Rosella, pavona encendida, yute de Java, yute de Siam ଆମେରିକା: ବ୍ରାଜିଲିୟ ପର୍ତ୍ତୁଗୀଜ: papoula-de-são-francisco, cânhamo-brasileiro, quenafe ଆଫ୍ରିକା: ଆଫ୍ରିକୀୟ: stokroos ଇଜିପ୍ଟ ଓ ଉତ୍ତର ଆଫ୍ରିକା : til, teel, or teal ପଶ୍ଚିମ ଆଫ୍ରିକା: dah, gambo, and rama[verification needed] ଏସିଆ ହିମାଚଳ(ପଂଗୋଲୁ) ଏହି ତନ୍ତୁକୁ ସନ୍ନ କୁହାଯାଏ। ଏଥିରୁ ଖଟବୁଣିବା ଓ ଗୋମହିଷାଦି ପଶୁଙ୍କୁ ବାନ୍ଧିବା ପାଇଁ ଦଉଡ଼ି ପ୍ରସ୍ତୁତ କରାଯାଏ। ଭାରତ ଭାଷା ନାମ ଓଡ଼ିଆ କାଉଁରିଆ, ପିମ୍ପେଇ, ନଳିତା ସଂସ୍କୃତ ନଳିତା ହିନ୍ଦୀ ଅମ୍ବାରି କନ୍ନଡ଼ ପୁଣ୍ଡି ଗୁଜରାଟୀ ଅମ୍ବାରି ତାମିଲ ପୁଲିଛାଇ ତେଲୁଗୁ ଗୋଗୁ ବଙ୍ଗଳା ମେସ୍ଟାପଟ ମରାଠି ଅମ୍ବାଡ଼ି ମାଲୟାଲମ ରାଂଜାରୁ ସାଁତାଳି ଦାରେକୁଡ୍ରୁମ ସାରା ବିଶ୍ୱରେ ଏହାର ୧୨୯ରୁ ଅଧିକ ନାମ ରହିଛି। ଗୁଣଧର୍ମ ଏହା ଏକ ବର୍ଷଜୀବୀ ଉଦ୍ଭିଦ ଯାହା ୧.୫ ରୁ ୩.୫ ମିଟର ଉଚ୍ଚତାଯାଏଁ ବଢ଼ିଥାଏ। ଏହାର ଗଣ୍ଡି ୧ ରୁ ୨ ସେମି ବ୍ୟାସର ହୋଇଥାଏ। ଏହି ଗଛ ପ୍ରାୟତଃ ଶାଖା ପ୍ରଶାଖା ବିଶିଷ୍ଟ। ଏହାର ଫୁଲର ପାଖୁଡ଼ା ଧଳା ବା ହଳଦିଆ ହୋଇଥିଲା ବେଳେ ଏହାର କେନ୍ଦ୍ର ନାରଙ୍ଗୀ ରଙ୍ଗର ହୋଇଥାଏ। ପଳ ବହୁବୀଜବିଶିଷ୍ଟ ହୋଇଥାଏ। ପ୍ରୟୋଗ ଅନ୍ୟାନ୍ୟ ତନ୍ତୁ ଅମଳ ପାଇଁ ଏହାକୁ ଭାରତ, ବାଂଗ୍ଲାଦେଶ, ଆମେରିକା, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଭିଏତନାମ, ଥାଇଲାଣ୍ଡ, ଆଫ୍ରିକାର କିଛି ଅଂଶ ଓ ଦକ୍ଷିଣପୂର୍ବ ଇଉରୋପର କିଂଚିତ୍ ଅଂଶରେ କରାଯାଏ। ଏବେ ଏହାକୁ ମୁଖ୍ୟତଃ ଚୀନ ଓ ଭାରତରେ ଚାଷ କରା ଯାଉଛି। ଦଉଡ଼ି, ଖଦଡ କନା (ଝୋଟକନା ପରି) ଆଦି ତିଆରି କରିବାରେ ଏହାର ପ୍ରମୁଖ ବ୍ୟବହାର ହୋଇଥାଏ। ଏହାଛଡ଼ା ଏଥିରୁ କାଗଜ ମଧ୍ୟ ତିଆରି କରାଯାଇଥାଏ। ଏହାର ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ, ଯାହା ପ୍ରସାଧନ ସାମଗ୍ରୀ, ଶିଳ୍ପ ଓ ଜୈବିକ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ। ଔଷଧୀୟ ଏହାର ପତ୍ର, ଫୁଲ ଓ ମଞ୍ଜି ମୁଖ୍ୟତଃ ଔଷଧୀୟ କାମରେ ଲାଗିଥାଏ। ପାକସ୍ଥଳୀର କ୍ଷମତା ବଢ଼ାଇବାପାଇଁ (ମଞ୍ଜିର ଅର୍କ) କ୍ଷୁଧା ବୃଦ୍ଧି କରିବାପାଇଁ (ମଞ୍ଜିର ଅର୍କ) କ୍ଷତ (ମଞ୍ଜିକୁ ଗୁଣ୍ଡକରି ପକାଇବା) କାନ ବିନ୍ଧା ଦୂର କରିବାପାଇଁ ଅଜୀର୍ଣ୍ଣ, ରକ୍ତ ଓ ଗଳାର ରୋଗରେ ଅତ୍ୟଧିକ ପିତ୍ତ ସ୍ରବଣକୁ ପ୍ରଶମିତ କରିବାପାଇଁ (ଫୁଲର ରସ ଚିନି ସହିତ) ରେଚକ, ଜୁଲାପ ବା ଝାଡ଼ା କରାଇବା ଔଷଧ (ପତ୍ର) ଆଧାର : " gardentia "