ପନିପରିବା ଚାଷ ପ୍ରଣାଳୀ ପନିପରିବାରେ ବିଭିନ୍ନ ପ୍ରକାର ଖାଦ୍ୟସାର , ଧାତବ ଲବଣ ଏବଂ ଭିଟାମିନ ରହିଥାଏ । ବୈଜ୍ଞାନିକମାନଙ୍କ ମତରେ ଜେନ ସାବାଳକ ଦୈନିକ ୩୦୦ ଗ୍ରାମ ବିଭିନ୍ନ ପ୍ରକାର ପନିପରିବା ଖାଇବା ଉଚିତ । ମାତ୍ର ଆମ ରାଜ୍ୟରେ ଦୈନିକ ହାରାହାରି ପାଣିପାରିବାର ବ୍ୟବହାର ଏହାଠାରୁ ଯଥେଷ୍ଟ କମ । ବର୍ଷର ୨-୩ ମାସ ଛାଡି ଦେଲେ ଅନ୍ୟ ସମୟରେ ପନିପରିବାର ବଜାର ଦର ଅଧିକ ରହିଥାଏ । କ୍ଷେତ୍ର ଫସଲ ଅପେକ୍ଷା ପନିପରିବା ଚାଷରୁ ଅଧିକ ଲାଭ ମିଳିଥାଏ । ବୈଜ୍ଞାନିକ ପ୍ରଣାଳୀରେ ଚାଷ କରାଗଲେ ଲାଭାଂଶ ବଢିଥାଏ । ମୃତ୍ତିକା :- ଦୋରସା ମାଟି ଯାହାର ଅମ୍ଳତା (ପି.ଏଚ)୫-୭ ମଧ୍ୟରେ ରହିଲେ ବିଭିନ୍ନ ପ୍ରକାର ପନିପରିବା ଭଲ ହୋଇଥାଏ । ମାଟି ପରୀକ୍ଷା ପରେ ଅଧିକ ଅମ୍ଳୀୟ ମାଟିରେ କାଗଜକାଳ ମଇଳା, ଚିନୀ କାରଖାନା ମଇଳା ପ୍ରଭୁତି ଏବଂ ଅଧିକ କ୍ଷାରିୟ ମାଟିରେ ଜିପସମ ମିଶାଯାଏ । ମାଟିର ଜୈବ ଅଙ୍ଗାରକ ପରିମାଣ ବଢାଇବା ପାଇଁ ଯଥେଷ୍ଟ ପରିମାଣର କମପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ବିହନ : ପନିପରିବା ଚାଷ ପାଇଁ ନିର୍ଭରଯୋଗ୍ୟ ପ୍ରତିଷ୍ଠାନରୁ ବିହନ ସଂଗ୍ରହ କରାଯିବା ଉଚିତ । ସାଧାରଣ କିସମ ହୋଇଥିଲେ , ପୃଷ୍ଟ ଫଳ ଗୁଦିକରୁ ମଞ୍ଜି ସଂଗ୍ରହ କରି ପରବର୍ଷ ବ୍ୟବହାର କରାଯାଇ ପାରିବ . । ମାତ୍ର ଶଙ୍କର କିସମ ଗୁଡିକର ବିହନ ପ୍ରତିବର୍ଷ କିଣିବାକୁ ହୋଇଥାଏ । ବିହନ କିଣିବା ସମୟରେ ଖୋଳ ଉପରେ କିସମ, ପରୀକ୍ଷଣ ତାରିଖ , ଗଜାଶକ୍ତି , ଶୁଦ୍ଧତା ଇତ୍ୟାଦି ବିଷୟକୁ ପଢିବା ଉଚିତ । ସାଧାରଣତଃ ପରୀକ୍ଷଣ ତାରିଖର ୬ ମାସ ମଧ୍ୟରେ ଏବଂ ୬୦-୭୦ ପ୍ରତିଶତ ଗଜାଶକ୍ତି ଥିବା ବିହନ ବ୍ୟବହାର କରାଯାଏ । ବିହନ ଶୋଧନ :- ପନିପରିବାର ଅନେକ ରୋଗ ବିହନ ଦ୍ଵାରା ସଂକ୍ରମଣ ହୋଇଥାନ୍ତି ଏବଂ କେତେକ ଗଜା ବାହାରିବା ସମୟରେ ମାଟିରୁ ଗଛରେ ପ୍ରବେଶ କରି ଗଛକୁ ନଷ୍ଟ କରିଥାନ୍ତି । ପ୍ରତି କି.ଗ୍ରା ବିହନକୁ ୨ ଗ୍ରାମ ଥିରାମ ଏବଂ ୧ ଗ୍ରାମ ବାଭିଷ୍ଟନରେ ମିଶାଇ ବିଶୋଧନ କାଲେ ଚାରାଟି ୨୦-୩୦ ଦିନ ଯାଏ ନିରୋଧ ରହିଥାଏ । ବିହନ ଶୋଧନ :- ମଞ୍ଜି ବୁଣିବାର ପୂର୍ବଦିନ ରାଈଜୋବିୟମ (ଶିମ୍ବ ଜାତୀୟ ଫସଲ ପାଇଁ) କିମ୍ବା ଆଜୋଟୋବ୍ୟାକ୍ଟର /ଆଜୋସ୍ପିରିଲିୟାମ (ଅଣ ଶିମ୍ବ ଜାତୀୟ ଫସଲ ପାଇଁ ) କଲଚର ଦ୍ଵାରା ମଞ୍ଜିକୁ ଶୋଧନ କାଲେ ଫସଲର ଯବକ୍ଷାରଜାଣ ଜାତୀୟ ସାରର ଆବଶ୍ୟକତା କମ ପଡେ । ଫସ୍ପୋ ବ୍ୟାକ୍ଟେରିଆ କଲଚର ଦ୍ଵାରା ଶୋଧନ କଲେ ଫସଫରସ ଆବଶ୍ୟକତା କମ ପଡିଥାଏ । ବିହନ ଲଗାଇବା ସମୟ :- ପନିପରିବା ଆବଶ୍ୟକତା ବର୍ଷସାରା ରହିଥାଏ ଏବଂ ବର୍ଷସାରା ବିଭିନ୍ନ ପନିପରିବା ଚାଷ କରାଯାଏ । ଋତୁ ଭିତ୍ତିକ ପନିପରିବା (କୋବି , କ୍ୟାପସିକମ,ବିନ ଇତ୍ୟାଦି) ଋତୁର ଆରମ୍ଭରେ ଅମଳ କାଲେ ଅଧିକ ଦରରେ ବିକ୍ରି ହୋଇଥାଏ । ଏଥିପାଇଁ ବିହନ ଆଗୁଆ ଲଗାଯାଏ । ଭେଣ୍ଡି , କାକୁଡି , କଲରା ପ୍ରଭୃତିର ବିହନକୁ ସିଧାସଳଖ ମୁଖ୍ୟ ଜମିରେ ଲଗାଯାଏ ମାତ୍ର ବାଇଗଣ , ବିଲାତି ବାଇଗଣ , ଲଙ୍କା ପ୍ରଭୁତିର ଚାରା ପ୍ରସ୍ତୁତ କରି ଲଗାଯାଏ । ବିହନ ଲଗାଇବା ପୂର୍ବରୁ ୨-୪ ଘଣ୍ଟା ବତୁରାଇ ଲଗାଇଲେ ଗଛ ଶୀଘ୍ର ଉଠିଥାଏ । ସେହିପରି ଜମି ପ୍ରସ୍ତୁତ ପାଇଁ ବିଳମ୍ବ ଥିଲେ ଚାରାକୁ ନର୍ସରୀରେ ପଲିଥିନରେ ପକାଇ ପରେ ମୁଖ୍ୟ ଜମିରେ ଲଗାଯାଇଥାଏ । ଚାରା ପ୍ରସ୍ତୁତି ତଳି ଘରାର ଓସାର ୧ ରୁ ୧.୨ ମିଟର ଏବଂ ଆବଶ୍ୟକ ଲମ୍ବା ହେବା ଦରକାର । ତଳି ଘରାକୁ ୧୦-୧୫ ସେମି ଉଚ୍ଚ କରି ଚାରିପାଖରେ ନାଲି ରଖନ୍ତୁ । ତଳି ଘରାର ମାଟିକୁ ବିଶୋଧନକ କରନ୍ତୁ । ଏଥିପାଇଁ ଗୁଣ୍ଡ ମାଟିକୁ ବର୍ଗମିଟର ପ୍ରତି ୫୦୦ ମିଳି , ଫର୍ମାଲିନ(୪୦%) ସିଞ୍ଚନ କରି ସଙ୍ଗେ ସଙ୍ଗେ ପଲିଥିନ ଘୋଡାଇ ଦୁଇଦିନ ପରେ ଖୋଲି ମାଟିକୁ ହାଲକା କରି ୩-୪ ଦିନ ପରେ ବିହନ ବୁଣାଯାଏ । ତଳି ଘରାର ମାଟିରେ ବର୍ଗମିଟର ପ୍ରତି ୨-୩ କିଗ୍ରା ,ଶଢା କମ୍ପୋଷ୍ଟ ୫୦ ଗ୍ରାମ ୨୦:୨୦:୦:୧୩ ଏନ ପି କେ ସହିତ ୨୫ ଗ୍ରାମ ପଟାସ ମିଶାଇ ମଞ୍ଜି ବୁଣିବାର ୭ ଦିନ ପୂର୍ବରୁ ପ୍ରୟୋଗ କରନ୍ତୁ । ୫-୭ ସେମି ବ୍ୟବଧାନରେ ଗାର ଟାଣି ୦.୫-୧ ଗଭୀରରେ ମଞ୍ଜି ଲଗାନ୍ତୁ । ଶୀତ ଋତୁରେ ତଳି ଘରାକୁ ପାଲ ଦେଇ ଘୋଡାନ୍ତୁ । ଚାରା ଉପାଡିବାର ୧୫ ଦିନ ପୂର୍ବରୁ ବର୍ଗମିଟର ପ୍ରତି ୫୦ଗ୍ରାମ ଫୁରାତନ ଦିଆଯାଏ । ବର୍ଷା ଋତୁରେ ତଳିଘରା ଉପରେ ପଲିଥିନ ଦିଅନ୍ତୁ କିମ୍ବା ସବୁଜ ଘରେ ଚାରା କରନ୍ତୁ । ଜମି ପ୍ରସ୍ତୁତି :- ମାଟିକୁ ୩-୪ ଓଡ ଚାଷ ବାସ କରି ଗୁଣ୍ଡ କରନ୍ତୁ । ଘାସ ଓ ଅନାବନା ଗଛ ବାଛିବା ପରେ ଶେଷ ଓଡ ଚାଷ ସମୟରେ ଏକର ପ୍ରତି ୮-୧୯ ଟନ ସଢା କମ୍ପୋଷ୍ଟ ଏବଂ ମୂଳସାର ମିଶାଜାଏ । ବର୍ଷା ଋତୁରେ ନିଗିଡା ଜମି ବାଛନ୍ତୁ । ଫସଲ ପର୍ଯ୍ୟାୟ :- ଗୋଟିଏ ଜମିରେ ବାରମ୍ବାର ସେହି ଫସଲ କିମ୍ବା ସେହି ଜାତୀୟ ଫସଲ କରନ୍ତୁ ନାହିଁ । ସେହିପରି ପାଖାପାଖି ୨ ତି ଜମିରେ ଭିନ୍ନ ଫସଲ କଲେ ରୋଗ ପୋକ କମିଯାଏ । ବାର୍ଷିକ ଫସଲ ପର୍ଯ୍ୟାୟରେ ଡାଲିଜାତୀୟ ଫସଲକୁ ଗୋଟିଏ ଥର ନିଶ୍ଚୟ ରଖନ୍ତୁ । ଚାରା ରୋପଣ ବା ବୀଜ ବପନ :- ଅନୁମୋଦନ ଧାଡିକୁ ଧାଡି ଓ ଗଛକୁ ଗଛ ବ୍ୟବଧାନ ରଖି ମଞ୍ଜି ବା ଚାରା ରୋପଣ କରନ୍ତୁ । ଧାନଗୁଡିକ ପୂର୍ବ ପଶ୍ଚିମ ହୋଇ ରହିବା ଉଚିତ । ଚାରା ରୋପଣ ପରେ ଜଳସେଚନ କରନ୍ତୁ । ଏହି ସମୟରେ ପାଣି ବଦଳରେ ଏକ ଲିଟର ପାଣିରେ ୨ ଗ୍ରାମ ୟୁରିଆ,୧ ଗ୍ରାମ ସିଙ୍ଗଲ ସୁପର ଫସଫେଟ ଏବଂ ୧ ଗ୍ରାମ ମ୍ୟୁରେଟ ଅଫ ପଟାସ ମିଶାଇ ଗଛ ପ୍ରତି ୩୦୦ ମିଲି ପ୍ରୟୋଗ କଲେ ଅମଳ ବଢିଥାଏ । ଖତସାର : ମାଟି ପରୀକ୍ଷା କରି ମାଟିର ଉର୍ବରତା ଅନୁସାରେ ଖତ ସାର ପ୍ରୟୋଗ କରିବା ଉଚିତ । ସାଧାରଣ ଭାବେ ଏକର ପ୍ରତି ୪-୧୦ ଟନ ସଢା କମ୍ପୋଷ୍ଟ କିମ୍ବା ୨-୪ ଟନ ଜିଆ ଖତ ଏବଂ ଅନୁମୋଦିତ ରାସାଯନିକ ସାର ପ୍ରୟୋଗ କରାଯାଏ । ଶଙ୍କର ଜାତୀୟ ଭାନ ବ୍ୟବହାର କରୁଥିଲେ ସାଧାରଣ ବିହନ ପାଇଁ ବ୍ୟବହାର ସାର ପରିମାଣର ୨-୩ ଗୁଣ ସାର ପ୍ରୟୋଗ କରାଯାଏ । ସମସ୍ତ ସାରକୁ ୨-୩ ଥରରେ ପ୍ରୟୋଗ କରାଯିବା ଉଚିତ । ମାତ୍ର ସମସ୍ତ ଫସଫରସ ସାରକୁ ରୋପଣ ସମୟରେ ପ୍ରୟୋଗ କରାଯାଏ । ଆବଶ୍ୟକ ସ୍ଥଳେ ଏନ ପି କେ (୧୫:୧୫:୧୫ କିମ୍ବା ୧୯:୧୯:୧୯) ସାର ଓ ଅନୁସାର ଅନୁମୋଦିତ ପରିମାଣ ପତ୍ର ସିଞ୍ଚନ କରାଯାଏ । ଏକର ପ୍ରତି ବିହନ ଲଗାଇବା ବ୍ୟବଧାନ ଓ ଖତ ସାରର ପରିମାଣ (କି.ଗ୍ରା) ପନିପରିବା ଏକର ପ୍ରତି ବିହନ ବ୍ୟବଧାନ (ସେମି) କମ୍ପୋଷ୍ଟ (ଟନ) ଯବକ୍ଷାରଜାନ (କିଗ୍ରା) ଫସଫରସ (କିଗ୍ରା) ପୋଟାସିୟମ (କିଗ୍ରା) ବାଇଗଣ ୨୦୦ ଗ୍ରାମ ୬୦-୭୦X ୪୫-୭୫ ୮-୧୦ ୪୫-୫୫ ୨୦-୩୦ ୨୦-୩୦ ବିଲାତି ବାଇଗଣ ୨୦୦ ଗ୍ରାମ ୬୦-୯୦X ୩୦-୪୫ ୮-୧୦ ୪୫-୫୫ ୨୦-୨୫ ୨୦-୩୦ ଲଙ୍କା ୦.୪-୦.୬ ଗ୍ରାମ ୩୦-୯୦X ୨୦-୩୫ ୮-୧୦ ୪୫-୫୫ ୨୦ ୪୦ ଭେଣ୍ଡି ୩-୯ କିଗ୍ରା ୪୫X ୨୦-୩୦ ୮-୧୦ ୪୫-୫୫ ୨୦ ୩୦ ଫୁଲକୋବି ୦.୨-୦.୩ କିଗ୍ରା ୦-୭୫X୩୦-୩୫ ୮-୧୦ ୪୫-୫୫ ୨୦-୩୦ ୨୦-୩୦ ବିନ ୨୦-୩୦ କିଗ୍ରା ୩୦x ୫-୧୦ ୮-୧୦ ୨୦ ୩୦ ୨୦ କଲରା ୧.୫ -୨.୦ କିଗ୍ରା ୧୦୦-୨୦୦X ୧୦୦ ୮-୧୦ ୩୦ ୧୨ ୨୦ ଗାଜର ୨-୩ କିଗ୍ରା ୩୦-୪୫X ୨-୩ ୮-୧୦ ୩୨ ୧୬ ୧୬ ଗୁଆଁର ୭-୮ କିଗ୍ରା ୪୫-୬୦X ୧୦-୧୫ ୧୬ ୧୦ ୨୦ ୨୦ ଜହ୍ନି ୨-୩ କିଗ୍ରା ୧୨୦X ୧୨୦ ୫-୬ ୨୦ ୧୨ ୨୦ ଝୁଡଙ୍ଗ ୪-୮ କିଗ୍ରା ୪୫-୬୦ X ୩୦ ୬-୮ ୮-୧୦ ୨୦-୨୫ ୨୦-୨୫ ତରଭୁଜ ୦.୪-୦.୮ କିଗ୍ରା ୧୨୦X ୧୨୦ ୬-୧୦ ୨୪ ୧୦ ୪୦ ଲତାଜାତୀୟ ଫସଲ ଯଥା ତରଭୁଜ , ଜହ୍ନି ଓ କଲାରାରେ ଧାଡିକୁ ଧାଡି ବ୍ୟବଧାନ ଓ ମନ୍ଦାକୁ ମନ୍ଦା ବ୍ୟବଧାନ ଉପରେ ଦର୍ଶାଯାଇଛି । ଅଣୁସାର :- ଅମ୍ଳୀୟ ମାଟିରେ ଲଙ୍କା ଚାଷ କରୁଥିଲେ ସଲଫର ଓ ଜିଙ୍କ ପୟୋଗ କଲେ ଲଙ୍କାର ଓଜନ ଓ ରାଗ ବଢେ । ଫଳ ସମୟରେ କାଲସିୟମ କ୍ଳୋରାଇଡ କିମ୍ବା କ୍ୟାଲସିୟମ କ୍ୟାଲସିୟମ ନାଇଟ୍ରେଟ ସିଞ୍ଚନ କଲେ ବିଲାତି ବାଇଗଣ ଓ କ୍ୟାପସିକମ ଫୁଲ ନାଶୀ ପଚା ରୋଗ ହୋଇନଥାଏ । ବୋରନ ପ୍ରୟୋଗ ଫଳରେ ଫୁଲ କୋବିର କଢ ପଚା ଏବଂ ଫମ୍ଫା କାଣ୍ଡ ହୋଇନଥାଏ ବିଲାତି ବାଇଗଣର ଫଳ ଫାଟିବା କମିଯାଏ । ପରବର୍ତ୍ତୀ ଯତ୍ନ :- ଫସଲର ମାଟିକୁ ୨-୩ ଥର କୋଡା ଖୁସା କରି ଅନାବନା ଗଛ ସବୁ ସଫା କରାଯାଏ । ଋତୁ ଓ ପାଗ ଦେଖି ଜଳସେଚନ କରାଯାଏ । ଋତୁ ଓ ପାଗ ଦେଖି ଜଳସେଚନ କରାଯାଏ । ବୁନ୍ଦା ଜଳସେଚନ ଉପଯୋଗ କରି ଜଳର ଉପାଦେୟତା ବୃଦ୍ଧି କରିବା ସହିତ ଫସଲ ଅମଳ ବଢାଯାଇ ପାରିବ । ରୋଗପୋକ ପରିଚାଳନା :- ଶୋଷକ ପୋକ (ଜଉ ପୋକ,ଉକୁଣୀ ପୋକ, ଦହିଆ ପୋକ ଇତ୍ୟାଦି ) ପରିଚାଳନା ପାଇଁ ଇମିପା କ୍ଳୋପ୍ରିଡ ୪ ମିଲି ରୁ ୧୦ ଲି ପାଣିରେ ମିଶାଇ ସିଞ୍ଚନ କରାଯାଇଥାଏ । କାଣ୍ଡ ଓ ଫଳ ବିନ୍ଧା ପୋକର ପରିଚାଳନା ପାଇଁ ଫେନ ଭାଲେରେଟ କିମ୍ବା କାରଟ୍ରାଫ ହାଇଡ୍ରୋ –କ୍ଳୋରାଇଡ ପ୍ରୟୋଗ କରନ୍ତୁ । ଚାରା ରୋପଣ ସମୟରେ ବୁନ୍ଦା ପ୍ରତି ୨-୩ ଗ୍ରାମ କାର୍ବୋଫୁରାନ ପ୍ରୟୋଗ କଲେ ଗଛରେ ଶୀଘ୍ର ପୋକ ଲାଗିନଥାନ୍ତି । ବାଇଗଣ/ବିଲାତି ବାଇଗଣ/ଲଙ୍କା ଫସଲର ଝାଉଁଳା ରୋଗର ପରିଚାଳନା ପାଇଁ ଚାରା ରୋପଣ ସମୟରେ ଷ୍ଟ୍ରେପ୍ଟୋସାଇକ୍ଳିନ ୧ ଗ୍ରାମ ଏବଂ କାଫର ଅସ୍କି କ୍ଳୋରାଇଡ ୨୦ ଗ୍ରାମକୁ ୧୦ ଲିଟର ପାଣିରେ ମିଶାଇ ତଳି ଶୋଧନ କରନ୍ତୁ ଏବଂ ଫସଲରେ ସିଞ୍ଚନ କରନ୍ତୁ । ଅମଳ :- ପୂର୍ଣ୍ଣ ଆକାରରେ ଏବଂ କୋମଳ ଥିବା ଅବସ୍ଥାରେ ପନିପରିବା ତୋଳାଯାଏ । ସକାଳ ବଜାରକୁ ପଠାଇବା ପାଇଁ ପୂର୍ବଦିନ ଉପର ବେଳା ତୋଳିବା ଆବଶ୍ୟକ । ତୋଳିବା ପରେ ପରିଷ୍କାର ପାଣିରେ ପରିଷ୍କାର ପାଣିରେ ଧୋଇ ରୋଗ ଓ ପୋକକ୍ରାନ୍ତ ପନିପରିବାକୁ ବାଛି ଦେଇ ବଜାରକୁ ପଠାନ୍ତୁ । ପନିପରିବାକୁ ଅଖା ବସ୍ତାରେ ନ ପୁରାଇ ପ୍ଲାଷ୍ଟିକ ଟ୍ରେ ବ୍ୟବହାର କରିବା ଉଚିତ । କ୍ର.ସଂଖ୍ୟା ଫସଲ ଆବଶ୍ୟକ ଉପାଦାନ ପରିମାଣ ଏନ ପି କେ ସାରର ପରିମାଣ ପ୍ରତି ଏକର ପ୍ରତି କିଲୋଗ୍ରାମ ହିସାବରେ ଇଫକୋ ଏନ.ପି. କେ ୧୦:୨୬:୨୬ ପଟାସ ୟୁରିଆ ଇଫକୋ ଡି ଏପି ୧୮:୪୬ ପଟାସ ୟୁରିଆ ଇଫକୋ ୨୦:୨୦:୧୩ ପଟାସ ୟୁରିଆ ୧ ଅଧିକ ଅମଳକ୍ଷମ ଧାନ ସହଳ ଓ ମଧ୍ୟମ କିସମ ବିଳମ୍ବ କିସମ ୨୪:୧୨:୧୨ ୩୨:୧୬:୧୬ ୪୬ ୬୨ _ -- ୪୨ ୫୬ ୨୬ ୩୫ ୨୦ ୨୭ ୪୨ ୫୬ ୬୦ ୮୦ ୨୦ ୨୭ ୨୬ ୩୫ ୨. ଦେଶୀ ଉନ୍ନତ ଧାନ ସହଳ କିସମ ବିଳମ୍ବରେ ହେବା ଧାନ ୧୬:୮:୮ ୨୦:୧୦:୧୦ ୩୦ ୩୮ - - ୨୮ ୩୫ ୧୭ ୨୨ ୧୩ ୧୭ ୨୮ ୩୫ ୪୦ ୫୦ ୧୩ ୧୭ ୧୭ ୨୨ ୩. ଅଧିକ ଅମଳ କ୍ଷମ ୩୨:୨୦:୨୦ ୭୭ - ୫୩ ୪୪ ୩୩ ୫୨ ୧୦୦ ୩୩ ୨୬ ୪. ମକା ୩୨:୧୬:୧୬ ୬୨ - ୬୫ ୩୫ ୨୭ ୫୭ ୮୦ ୨୭ ୩୫ ୫ କପା ୪୮:୨୮:୨୪ ୯୨ - ୬୫ ୫୦ ୪୦ ୮୪ ୧୨୦ ୪୦ ୫୨ ୬ ମଣ୍ଡିଆ ୧୬:୮:୮ ୩୦ - ୨୮ ୧୭ ୧୩ ୨୮ ୪୦ ୧୩ ୧୭ ୭ ଝୋଟ ୨୪:୧୨:୧୨ ୪୬ - ୪୨ ୨୬ ୨୦ ୪୨ ୬୦ ୨୦ ୨୬ ୮ ଆଖୁ ୮୦:୪୦:୪୦ ୧୫୪ - ୧୪୦ ୮୭ ୬୭ ୧୪୦ ୨୦୦ ୬୭ ୮୭ ୯ ଆଳୁ ୪୮:୨୪:୪୮ ୯୨ ୪୦ ୮୬ ୫୨ ୮୦ ୮୪ ୧୨୦ ୮୦ ୫୨ ୧୦ ଚୀନାବାଦାମ ୮:୧୬:୧୬ ୬୨ - ୪ ୩୫ ୨୭ ୪ ୮୦ ୨୭ - ୧୧ ସୋରିଷ ୨୪:୧୨:୧୨ ୪୬ - ୪୨ ୨୬ ୨୦ ୪୨ ୬୦ ୨୦ ୨୬ ୧୨ ଫୁଲ କୋବି ୪୮:୨୪:୨୪ ୯୨ - ୮୪ ୫୨ ୪୦ ୮୪ ୧୨୦ ୪୦ ୫୨ ୧୩ ପିଆଜ ୪୮:୨୪:୨୪ ୯୨ ୨୭ ୮୪ ୫୨ ୬୭ ୮୪ ୧୨୦ ୬୭ ୫୨ ୧୪ ଲଙ୍କାମରୀଚ ୪୪:୨୮:୩୦ ୧୦୮ ୩ ୭୨ ୬୧ ୫୦ ୭୨ ୧୪୦ ୫୦ ୩୫ ୧୫ ବିଲାତି ବାଇଗଣ ୪୮:୩୦:୪୦ ୧୧୬ ୧୭ ୭୯ ୬୫ ୫୦ ୭୨ ୧୪୦ ୫୦ ୩୫ ୧୬ ବନ୍ଧାକୋବି ୬୦:୨୦:୩୦ ୭୭ ୨୭ ୧୧୩ ୪୪ ୫୦ ୧୧୩ ୧୦୦ ୫୦ ୮୭ ୧୭ ବାଇଗଣ ୪୮:୨୦:୩୦ ୭୭ - ୮୭ ୪୪ ୩୩ ୮୭ ୧୦୦ ୩୩ ୬୧ ୧୮ ମୁଗ/ବିରି ୮:୧୬:୮ ୬୨ - ୪ ୩୫ ୧୩ ୪ - - - ବିଶେଷ ଦ୍ରଷ୍ଟବ୍ୟ :- ଜମିରେ ଶେଷ ଓଡ ଚାଷ କରିବା ସମୟରେ ଉପରୋକ୍ତ ତାଲିକାର ସମସ୍ତ ଇଫକୋ ଏନ.ପି.କେ ୧୦:୨୬:୨୬ ଡି ଏ ପି ବା ୨୦:୨୦:୦:୧୩ ଏବଂ ସମସ୍ତ ପଟାସ ସାର ପ୍ରୟୋଗ କରନ୍ତୁ । ଯଦି ଫସଲଟି ଆଳୁ, ମକା, ଆଖୁ, ଗହମ ପରି ଧାଡିରେ ଲଗାଇବାକୁ ହୁଏ , ତେବେ ସିଆର କାଟି ଗଛ ଲଗାଇବା ବା ମଞ୍ଜି ବୁଣିବା ସମୟରେ ସାର ଦିଅନ୍ତୁ । ଆବଶ୍ୟକୀୟ ୟୁରିଆ ସାର ଦୁଇ ଥରରେ ପ୍ରଥମ ଥର ୨/୩ ଭାଗ ଓ ଶେଷ ଥରକୁ ୧/୩ ଭାଗ ଦିଅନ୍ତୁ । ପ୍ରଥମ ଜମି ଚାଷ ସମୟରେ ଏକର ପ୍ରତି ୫ ଟନ ଖତ ନିଅନ୍ତୁ । ଆଧାର- ଇଣ୍ଡିଆନ ଫାରମାର୍ସ ଫର୍ଟିଲାଇଜର କୋଅପରେଟିଭ ଲିଃ