ପରିଚୟ କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି। କପା ଦୁଇ ପ୍ରକାରର ହୋଇଥାଏ। ଗୋଟିଓ ଜାତିର କପା ୫ ରୁ ୬ ଫୁଟ ଉଚ୍ଚ ହୁଏ ଓ ଅନେକ ବର୍ଷଯାଏଁ ବଂଚିରୁହେ। ଅନ୍ୟ ଜାତିର କପା ୩ ରୁ ୪ ଫୁଟ ଉଚ୍ଚ ହୁଏ ଓ ଏହା ବର୍ଷଜୀବୀ ହୋଇଥାଏ। ବିଭିନ୍ନ ଭାଷାରେ ନାମ ଇଉରୋପ ଫ୍ରେଞ୍ଚ - Coton Bamieh ଜର୍ମାନ - Coton castellamare ଏସିଆ ବ୍ରହ୍ମଦେଶ (ବର୍ମିଜ) - Wa-gon ସିଂହଳ - ପୁଲୁଂଗ ଭାରତ ଭାଷା ନାମ ଓଡ଼ିଆ କପା, କାର୍ପାସ ସଂସ୍କୃତ ଅନାଗ୍ନିକା ହିନ୍ଦୀ ରୁଇ କନ୍ନଡ଼ ଅମ୍ବାରା ତାମିଲ ପଂଜି ତେଲୁଗୁ ପିଂଜା ବଙ୍ଗଳା କପାସ ମରାଠି କପାସ ମାଲୟାଲମ ପନ୍ଗ୍ନି ପ୍ରୟୋଗ ସାମାନ୍ୟ ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ। ଔଷଧୀୟ ପରିସ୍ରା ସମ୍ବନ୍ଧୀ ରୋଗରେ (ଚେର) ପ୍ରସବପରେ ଗର୍ଭାଶୟର ସଂକୋଚନ କରିପାଇଁ ଅତିରଜ (ମାସିକ ଧର୍ମସମୟରେ ଅତ୍ୟଧିକ ରକ୍ତସ୍ରାବ) (ମଞ୍ଜି) ଅଜୀର୍ଣ୍ଣ, ହଇଜା, କ୍ଷୁଦ୍ରାନ୍ତ୍ରର ପ୍ରଦାହ (ପତ୍ର) କ୍ଷତ ଓ ପୋଡ଼ା ଘା’ରେ (ପତ୍ରର ଅର୍କ, ଫୁଲ) ଆଧାର: ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ