କନ୍ଦମୂଳର ଉଭୟ କନ୍ଦ ଓ ତଟକା ସବୁଜପତ୍ର ଖାଦ୍ୟ ଉପଯୋଗୀ ହୋଇଥାଏ । ତଟକା ସବୁଜ ଡଙ୍କ, ପତ୍ରକୁ ଗୋଚାରା ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ଗର୍ଭବତୀ ମା’ର ରକ୍ତହୀନତା ରୋଗ ଓ ଅନ୍ଧାରକଣା ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ । ବର୍ଷର ସବୁ ସମୟରେ ଏହାକୁ ଚାଷ କରାଯାଇପାରେ; କିନ୍ତୁ ଆମ ରାଜ୍ୟରେ ମୁଖ୍ୟତଃ ଉଭୟ ଖରିଫ ଓ ରବି ଋତୁରେ ଲଗାଯାଇଥାଏ । ମୃତ୍ତିକା ଓ ଜଳବାୟୁ ଦୋରସା, ନିଗିଡା ଓ ବାଲିଆ ମାଟି ଏହି ଫସଲ ପାଇଁ ଉତ୍କୃଷ୍ଣ । ସାଧାରଣତ ମାଟିର ଅମ୍ଳତା ୬-୭ ମଧ୍ୟରେ ରହିଲେ ଭଲ । ପ୍ରଚୁର ସୂର୍ଯ୍ୟକିରଣ, କମ୍ ଆର୍ଦ୍ରତା, ବାର୍ଷିକ ହାରାହାରି ବୃଷ୍ଟିପାତ ୮୦୦ ମିମି ଏହି ଫସଲ ପାଇଁ ଉପଯୁକ୍ତ । କିସମ ଓ ଲଗାଇବା ସମୟ ଓ ପ୍ରଣାଳୀ ଗୌରୀ, ଶଙ୍କର, ସମ୍ରାଟ, ଶ୍ରୀଭଦ୍ରା, ଶ୍ରୀ ନନ୍ଦିନୀ, କି ଶାନ, କଳିଙ୍ଗ, ଗୌତମ, ଏସଟି- ୧୪ (କମଳାରଙ୍ଗର) ଏବଂ ଏସଟି-୧୩ (ବାଇଗଣୀ ରଙ୍ଗର) ଆଦି ଉନ୍ନତ ବିହନ କିସମ । ଜଳସେଚିତ ଜମିରେ ରବି ଫସଲ ହିସାବରେ ଅକ୍ଟୋବରରୁ ନଭେମ୍ବର ମାସରେ ଲଗାଯାଇଥାଏ । ସେହିପରି ଖରିଫ ଫସଲ ହିସାବରେ ଜୁନରୁ ଜୁଲାଇ ମାସରେ ଲଗାଯାଇଥାଏ । ସାଧାରଣତଃ ଖରିଫ ଅପେକ୍ଷା ରବି ଫସଲରେ ଅଧିକ ଅମଳ ମିଳିଥାଏ । ଜମିକୁ ୨-୩ ଓଡ ଚାଷକରି ହୁଡା ପ୍ରଣାଳୀରେ ହୁଡାକୁ ହୁଡା ବ୍ୟବଧାନ, ୨ ଫୁଟ ଏବଂ ଗଛକୁ ଗଛ ୨୦ ସେମି ବ୍ୟବଧାନରେ ଲଗାଯାଏ । ଖତ ସାର ଓ ଜଳସେଚନ ଗଛ ଲଗାଇବା ପୂର୍ବରୁ ମୂଳସାର ହିସାବରେ ହେକ୍ଟର ପ୍ରତି ୨୦ କିଗ୍ରା ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ ଏବଂ ୨୦ କିଗ୍ରା ପଟାସ ପ୍ରୟୋଗ କଲେ ସୁଫଳ ମିଳେ । ଓଡ ଚାଷ ପୂର୍ବରୁ ୧୦ ଗାଡି ଶଢା ଗୋବରଖତ ମାଟିରେ ମିଶାଇ ଦେବା ଦରକାର । ୧ ହେକ୍ଟର ପ୍ରତଇ ୬୦ କିଗ୍ରା ଯବକ୍ଷାରଜାନ, ୫୦ କିଗ୍ରା ଫସଫରସ ଏବଂ ୭୦ କିଗ୍ରା ପଟାସ ସାରର ଆବଶ୍ୟକ ରହିଛି । ରବି ଫସଲରେ ପ୍ରତି ୧୦ ଦିନ ଅନ୍ତରରେ ମାଟିର ବତର ଅନୁସାରେ ୧୦-୧୨ ଥର ପାଣି ଦେବାକୁ ପଡ଼େ । ରୋଗରେ ପାକ ପରିଚାଳନା ସାଧାରଣତଃ କନ୍ଦମୂଳରେ ବିଶେଷ କିଛି ରୋଗ ଲାଗିନଥାଏ । ଯଦି କେବେ କନ୍ଦ ଶଢା ରୋଗ କିମ୍ବା ପାଉଁଶିଆ ରୋଗ ଦେଖାଯାଏ, ତା'ହେଲେ ୦.୦, ୨% ସାଫ୍ କିମ୍ବା ସିକ୍ସର ଏବଂ ୨୦୦ ଗ୍ରାମ ସଲରକୁ ୨୦୦ ଲି. ପାଣିରେ ମିଶାଇ ସିଞ୍ଚନ କରିପାରିବା । ଯଦି ଅତ୍ୟଧିକ ଶୁଣ୍ଠି ପୋକ ଲାଗିଲେ। ତେବେ ଇମିଡାକ୍ଲପ୍ରିଡ ୦.୩ ମିଲି ପ୍ରତି ଲିଟର ପାଣିରେ ପକାଇ ୧୦ ଦିନ ଅନ୍ତରରେ ସିଞ୍ଚନ କରିପାରିବେ । ଅନ୍ତଃଫସଲ କନ୍ଦମୂଳ ଏକ ମଧ୍ୟମ ବିଳମ୍ବିତ ଫସଲ ହୋଇଥିବାରୁ ଏହା ସହ ମକା, ହରଡ, ଗୁଆଁର ପରି କେତେକ ସିଧାରେଚର ଥିବା ଫସଲ । ସେହି ଜମିରେ ଅନ୍ତଃଫସଲ ରୂପେ ଚାଷ କରାଯାଇପାରିବ । ଅମଳ ଓ ପରବର୍ତ୍ତୀ ଯତ୍ନ କିସମ ଅନୁସାରେ କନ୍ଦମୂଳକୁ ୭୫-୧୨୫ ଦିନ ମଧ୍ୟରେ ଅମଳ କରାଯାଏ । ପତ୍ର ହଳଦିଆ ପଢିଯିବା ତଥା ମୂଳର କିଛି ଅଂଶ ଫାଟି କନ୍ଦ ବାହାରକୁ ଦେଖାଯିବା ଆଦି ଅମଳ କିରବାର ସୂଚନା ଦେଇଥାଏ । ଅମଳ କରିସାରିବା ପରେ ଏଥିରୁ ମାଟି ଓ ଚେରକୁ ଅଲଗା କରି ଛାଇରେ ୨-୩ ଦିନ ଶୁଖାଇ ୨୦– ୩୦ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରଯାଇପାରେ । ଏକ ଏକର ଜମିରୁ ପାଖାପାଖି ୪ରଟନ କନ୍ଦମୂଳ ସହିତ ୨୩ ଟନ ପର୍ଯ୍ୟନ୍ତ ସବୁଜ ଗୋଖାଦ୍ୟ ମିଳିଥାଏ । ସଂଗୃହିତ - ଚକ୍ରଧର ପାତ୍ର, ଓୟୁଏଟି, ଭୂବନେଶ୍ଵର-୩