ଏହା ଏକ ପ୍ରସିଦ୍ଧ ଭାରତୀୟ ମସଲା । ଏହାର ମଞ୍ଜି ଗୁଡିକ ବହୁତ ସୁନ୍ଦର ବାସ୍ନା ଯୁକ୍ତ ହୋଇଥାଏ । ଅଳେଇଚ ର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ଵେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରା ଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।

କିସମ

ସାଧାରଣତଃ ଦୁଇ କିସମର ଅଳେଇଚ ଦେଖିବାକୁ ମିଳିଥାଏ- ସବୁଜ (ଛୋଟ) ଓ କଳା (ବଡ଼) । ଓଡ଼ିଆରେ ଏହି ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ ।

ଅଳେଇଚ ର ବ୍ୟବହାର

ଭାରତୀୟ, ଉତ୍ତର ଆଫ୍ରିକା ଓ ଆରବୀୟ ଖାଦ୍ୟ ରେ ଅଳେଇଚର ବହୁଳ ଭାବରେ ଉପଯୋଗ କରାଯାଏ । ଭାରତରେ ଏହା ଗରମ ମସଲା ର ସମୂହ ରେ ତରକାରୀରେ ବ୍ୟବହୃତ ହୁଏ ଓ ମଧୂର ବ୍ୟଞ୍ଜନମାନଙ୍କ ରେ ସ୍ଵାଦ ଓ ସୁଗନ୍ଧ ବଢେଇବା ପାଇଁ ସ୍ଵତନ୍ତ୍ର ଭାବରେ ବ୍ୟବହାର କରାଯାଏ । ଆରବ ଦେଶ ମାନଙ୍କରେ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚା କରିବା ଏକ ପରମ୍ପରା ଅଟେ । ସେହିପରି ଭାରତୀୟ ପରମ୍ପରାରେ ପାନ ମଧ୍ୟରେ ଅଳେଇଚ ଦେଇ ଖିଆଯାଏ । ପୂରାକାଳରୁ ଏହିପରି ଭାରତରେ ଅଳେଇଚକୁ ମୁଖବାସ ଭାବରେ ବ୍ୟବହାର କରାଯାଇ ଆସୁଛି ।

ଔଷଧୀୟ ବ୍ୟବହାର

ନିମ୍ନ ତାଲିକା ରେ ଦିଆଯାଇଥିବା ରୋଗ ଗୁଡିକ ପାଇଁ ଅଳେଇଚ ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ

ହଜମ ସମ୍ବନ୍ଧିୟ ରୋଗ

ବଦ୍ ହଜମି ଯୋଗୁଁ ମୁଣ୍ଡ ବିନ୍ଧୁ ଥିଲେ ଅଳେଇଚ ପଡ଼ିଥିବା ଚା ପିଇଲେ ଆରାମ୍ ମିଳେ ।

ମୁଖ ରୋଗ

ଅଳେଇଚର ବାସ୍ନା ମୁଖର ଦୁର୍ଗନ୍ଧ ଦୁର କରିବାରେ ସାହାଯ୍ୟ କରେ । କିଛି ଅଳେଇଚ ମଞ୍ଜି କୁ ଅଲ୍ପ ସମୟ ପାଇଁ ପାଟି ରେ ଚୋବାଇ ରଖିଲେ, ମୁଖ ଗନ୍ଧ ଦୁର ହୋଇଥାଏ । କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଯଥା ଫରେଞ୍ଜାଇଟିସ୍, ଥଣ୍ଡା ଜନିତ ରୋଗ ଯେପରିକି ଗଳା କୁଣ୍ଡାଇବା, ଘଣ୍ଟିକାର ଦରଜ, ଗଳା ବସିଯିବା ଇତ୍ୟାଦି ଉପସମ କରେ ।

ଅବସାଦ

ଅଳେଇଚକୁ ପାଣି ଓ ଚା ରେ ଫୁଟାଇ ପିଇଲେ,ଏହା ଅବସାଦ କୁ କମ କରେ ।

ବାରମ୍ବାର ହାକୁଟି ଆସୁଥିଲେ ଦୁଇଟି ଅଳେଇଚ କୁ ଚୋପା ସହିତ ପାଣି ରେ ଫୁଟାଇ ,ସେହି ପାଣିକୁ ପିଇଲେ ହାକୁଟି ଭଲ ହୋଇଯାଏ ।

ଆଧାର: Mabberley, D.J. The Plant-book: A Portable Dictionary of the Higher Plants. Cambridge University Press, 1996.