ଅଁଳା ଗଛ ଭାରତରେ ପ୍ରାୟ ସର୍ବତ୍ର ଦେଖାଯାଏ । ପୂର୍ବଓଡିଶା ଅପେକ୍ଷା ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ଅଧିକ ଅଁଳା ଉତ୍ପନ ହୁଏ । ଅଁଳାକୁ ଫଳ ଓ ଔଷଧ ରୂପେ ବ୍ୟବହାର କରାଯାଏ । ଏହି ଫଳରୁ ପ୍ରଚୁର ପରିମାଣର ଭିଟାମିନ ‘ ସି ’ ମିଳିଥାଏ । ଏଥିରୁ ଆଚାର ଓ ସ୍କ୍ୱାସ, ମୁରୁବା ପ୍ରଭୃତି ତିଆରି କରାଯାଏ । ଅଁଳା ବାତ, ପିତ ଓ କଫ ବିନାଶକାରୀ । ଏହା ଅଗ୍ନିଦୀପକ ଏବଂ ପରିପାଚକ ଅଟେ । କାମଳରୋଗ ଅରୁଚି ଦମନରେ ଏହା ବିଶେଷ ଲାଭଦାୟକ ଅଟେ । ଉତ୍ପତ୍ତି ଭାରତ ଓ ଏସିଆର ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳ । ଜଳବାୟୁ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଖୁବ ଭଲ ହୁଏ । ଏହା ବିଶେଷ ଭାବରେ ଉପକ୍ରାନ୍ତୀୟ ଫଳ ରୂପେ ପରିଚିତ । ଶୁନରୁ ୪୬ଡିଗ୍ରୀ ସେଲସିୟସ ଉତ୍ତାପକୁ ସହ୍ୟ କରିପାରେ । ଅଁଳା ଗଛ ଜାନୁୟାରୀ ମାସରେ ପତ୍ର ଝାଡି ଦିଏ ଓ ବସନ୍ତର ଆଗମନରେ ଫେବୃୟାରୀ –ମାର୍ଚ୍ଚ ମାସରେ ନୂଆ ପତ୍ର କଅଁଳେ । ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । ମୁଖ୍ୟତଃ ଭାରତର ଉତ୍ତରପ୍ରଦେଶରେ ବ୍ୟବସାୟିକ ଭିତ୍ତିରେ ଏହାର ଚାଷ କରାଯାଏ । ମୃତ୍ତିକା ସବୁ ମାଟିରେ ଏହାର ଚାଷ କରାଯାଇପାରିବ । କିନ୍ତୁ ଉତ୍ତମ ନିଗିଡା ଗଭୀର ଦୋରସା ମାଟିରେ ଏହା ଖୁବ ଭଲ ହୁଏ । ମାଟିର ଅମ୍ଳତା ୬.୫ ରୁ ୯.୫ ଭିତରେ ଭଲ ହୁଏ । କିସମ ବନାରସି ଅଁଳା, ଚାକିଅ, ହାତିଝୁଲ, କ୍ରୀଷ୍ଣା, ଗ୍ରୀନଟିନଜଡ, ରେଡଟିନଜଡ, ହ୍ଵାଇଟଷ୍ଟେକଡ ଇତ୍ୟାଦି ପ୍ରଧାନ । ଏବେ ନୂଆ ୩ଟି କିସମ ବାହାରିଛି । ତାହାହେଲା କାଞ୍ଚନ (NA-4), (NA-6), (NA-7) । ଏହାଛଡା ଗୁଜୁରାଟରୁ ଆନନ୍ଦ-୧, ୨, ଓ ୩ ତିନୋଟି କିସମ ବଛାଯାଇଛି । ବଂଶବିସ୍ତାର ସାଧାରଣତଃ ମଞ୍ଜିରୁ କରାଯାଏ । କିନ୍ତୁ ମଞ୍ଜି ଗଛରୁ ଗୁଣାତ୍ମକ ଫଳ ମିଳେନା । ତେଣୁ ଡାଳ କଲମୀ, ଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ । କିନ୍ତୁ ସିଲଡ ବଡିଙ୍ଗ ସବୁଠାରୁ ଭଲ । ରୋପଣ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଲଗାଯାଏ । ୧୦ ମିଟର ବ୍ୟବଧାନରେ ଗଛ ଲଗାଇବା କଥା । ଏକ ମିଟର ଗଭୀର ଗାତକରି ପ୍ରତି ଗାତରେ ୫ଝୁଡି ଖତ ସହ ୨କେଜି ଜୈବିକ ସାର ଓ ୫୦ ଗ୍ରାମ କ୍ଳୋରପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଇବା କଥା । ଖତ ଓ ସାର ସାଧାରଣତଃ ଅଁଳା ଗଛରେ ଲୋକମାନେ ଖତ ସାର ଦିଅନ୍ତିନି । କିନ୍ତୁ ବର୍ଷକୁ ୨ଟୋକେଇ ଖତ ସହ ୧୦୦ଗ୍ରାମ ଯବକ୍ଷାରଜାନ,୫୦ଗ୍ରାମ ଫସଫରସ ଓ ୧୦୦ ଗ୍ରାମ ପଟାସ ପ୍ରଥମ ବର୍ଷଠାରୁ ଆରମ୍ଭ କରି ପ୍ରତିବର୍ଷ ସେହିପରିମାଣର ସାର ବଢାଇ ଅତିକମରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଦେଇ ଗଛ ଫଳ ଦେଲା ପର୍ଯ୍ୟନ୍ତ ଦେଉଥିବେ । ଜଳସେଚନ ଖରାଦିନେ ୧୫ଦିନ ଅନ୍ତରରେ ଜଳସେଚନ କଲେ ଭଲ ଅମଳ ମିଳେ । କାଟଛାଣ୍ଟ ଅଁଳା କାଟଛାଣ୍ଟ ଦର୍କାର କରେନି । କିନ୍ତୁ ରୋଗାକ୍ରାନ୍ତ,ଶୁଖିଲା ଓ ଅନାବଶ୍ୟକ ଡାଳକୁ କାଟିଦେବା ଉଚିତ । ରୋଗପୋକ ଓ ତାର ପ୍ରତିକାର ମୂଳସଢା ରୋଗ ବେର୍ଡୋମିକଶ୍ଚର ବା ଅନ୍ୟ କୌଣସି କପର ପଞ୍ଜିସାଇଡ ବ୍ୟବହାର କରନ୍ତୁ । ପାଉଁଶିଆ ରୋଗ ୱେଟେବଲ ସଲଫର ସ୍ପ୍ରେ କରନ୍ତୁ । ନେକ୍ରୋସିସ ଆକ୍ରାନ୍ତ ଗଛଗୁଡିକୁ ନଷ୍ଟ କରିଦିଅନ୍ତୁ । ପୋକ ପ୍ରାଦୃଭାବକୁ ନିୟନ୍ତ୍ରଣ କରନ୍ତୁ । ଶତକଡା ୦.୬ ଭାଗ ବୋରକସସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୩ଥର ୧୦-୧୫ ଦିନ ବ୍ୟବଧାନରେ ପ୍ରୟୋଗ କରନ୍ତୁ । ବାର୍କ ଇଟିଙ୍ଗ କାଟରପିଲାର କାଟରପିଲାର ଗଛର ବକଳା ଖାଇ ଗଛର ଗଣ୍ଡିରେ କଣା କରି ଟନେଲ କରନ୍ତି । ଖାଇବା ଯାଗାକୁ ସଫା କରି ୦.୮% ସ୍ପ୍ରେ କଲେ ଭଲ କାମ ଦିଏ । କଣାରେ କିଛି କିରୋସିନ ଦେଇ ମାଟିଲେସି ଦେଲେ ପୋକ ମରିଯାଆନ୍ତି । ଅଁଳା ରଷ୍ଟ ଡିଥେନ-ଜେଡ-୭୮ (୦.୨%) ସ୍ପ୍ରେ କଲେ ଭଲ କାମ ଦିଏ । ଅମଳ ଓଡିଶାର ଅଁଳା ବର୍ଷକୁ ୨ଥର ଫଳେ । ମୁଖ୍ୟ ଫସଲର ଫୁଲ ଜୁଲାଇ ମାସରେ ଏବଂ ଗୌଣ ଫସଲର ଫୁଲ ଫେବୃୟାରୀ ମାସରେ ଆସିଥାଏ । ଗଛ ୮/୧୦ ବର୍ଷରେ ପୁରାମାତ୍ରାରେ ଫଳ ଦିଏ । ଗଛରେ ଅଣ୍ଡିରା ଫୁଲ ବହୁତ ଫୁଟେ । ଗଛ ପ୍ରତି ୧୦୦ ରୁ ୨୦୦ କେଜି ଫଳ ମିଳେ । ହେକ୍ଟର ପିଛା ହାରାହାରି ଆୟ ଟ ୧୦,୦୦୦ । ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା