ବୈଜ୍ଞାନିକ ନାମ : ଫିଲାନ୍ଥସ ନିରୁରି ବଂଶ : ଯୁଫୋର୍ବିଏସୀ ଆଞ୍ଚଳିକ ଭାଷାଗତ ନାମ : ଓଡିଆ-ଭୁଇଁଅଁଳା , ବାଡିଅଁଳା ସଂସ୍କୃତ – ଭୂଧାତ୍ରୀ , ବହୁଫଳା କନ୍ନଡ- କିରୁନେଲ୍ଲୀ ମରାଠୀ – ଭୂଇ ଆଁଓଲୀ ବେଙ୍ଗଲୀ- ଭୁଇଁ ଆମଲା ତେଲୁଗୁ- ନେଲଉସରୀ ଗୁଜୁରାଟୀ- ଭୋୟଆଁଓଲୀ ଭୁଇଁଅଁଳା ଏକ ପ୍ରକାର କ୍ଷୁପଜାତୀୟ ଉଦ୍ଭିଦ । ଏହା ୬ରୁ ୧୨ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ । ସାଧରଣତଃ ବାଡିବଗିଚାରେ ଅନାବନା ଗଛ ଆକାରରେ ବଢେ । ଓଦାଳିଆ ସ୍ଥାନରେ ଏହାର ବିସ୍ତୃତି ଅଧିକ । ବିଶେଷତଃ ବର୍ଷାଦିନେ ଏହା ଭଲ ଭାବରେ ବିକଶିତ ହୋଇଥାଏ । ଆୟୁର୍ବେଦୀୟ ଚିକିତ୍ସାରେ ମୁଖ୍ୟତଃ ମୁତ୍ରସଂସ୍ଥାନଗତ ରୋଗ ଓ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ପ୍ରୟୋଗ ବହୁ ପ୍ରାଚୀନ କାଳରୁ ହୋଇଆସୁଛି । ସମ୍ପ୍ରତି ବହୁ ପ୍ରତିଷ୍ଠିତ ଆୟୁର୍ବେଦୀୟ ଔଷଧରେ ଏହାକୁ ଉପଯୋଗ କରୁଥିବାରୁ ଏହାର ବ୍ୟବସାୟିକ ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଗତ କିଛି ଦିନ ତଳେ ମାର୍କ ଇଣ୍ଡିଆ ଫାର୍ମ ନାମକ ଏକ ଆୟୁର୍ବେଦ ଔଷଧ ଉତ୍ପାଦନକାରୀ ସଂସ୍ଥା ନିଜର ଏକ ଉତ୍ପାଦ ଔଷଧ “ ଲିଭୋମାର୍କ “ ବଜାରକୁ ଛାଡିଛି ଯାହାକି କେବଳ ଭୁଇଁଅଁଳାରୁ ପ୍ରସ୍ତୁତ କରାଯାଇଛି । ଏହା ସମସ୍ତ ପ୍ରକାର ଯକୃତ ସମ୍ବନ୍ଧୀୟ ରୋଗର ଉପଚାର ପାଇଁ ଅତ୍ୟନ୍ତ ପ୍ରଭାବଶାଳି ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି । ସୁତରାଂ, ଭୁଇଁଅଁଳା ଚାଷ କର୍ମନିଯୁକ୍ତି କ୍ଷେତ୍ରରେ ନୂତନ ଆସା ସଞ୍ଚାର କରିବ । ଉଦ୍ଭିଦ ପରିଚୟ ଭୁଇଁଅଁଳା ୬ରୁ ୧୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକପ୍ରକାର କ୍ଷୁପ ଜାତୀୟ ଉଦ୍ଭିଦ । ଏହାର ପତ୍ର ଦେଖାବାକୁ ଠିକ ଅଁଳା ଗଛର ପତ୍ର ଭଳି କିନ୍ତୁ ଆକାରରେ ଅପେକ୍ଷାକୃତ ଛୋଟ । ପ୍ରତ୍ୟେକ ଟିକିଟିକି ପତ୍ର କକ୍ଷରେ ଫୁଲ ଧରେ ।ଏହି ଛୋଟ ଗଛର ସଖାଗୁଡିକ ସିଧା , ପତଳା ଏବଂ ଦେଖାବାକୁ ପକ୍ଷବତ ପତ୍ର ସଦୃଶ । ଫୁଲ ଗୁଡିକ ଛୋଟ, ସବୁଜ କିମ୍ବା ଶ୍ଵେତ ଏବଂ ପତ୍ର କକ୍ଷରେ ଫୁଟିଥାଏ । ଫଳଗୁଡିକ ଗୋଲ ଏବଂ ଅଁଳାଗଛର ଫଳଗୁଡିକ ପତ୍ରଗୁଡିକ ତଳେ ଲାନ୍ଥି ହୋଇ ରହିଥିଲ ପରି ଏହି ଭୁଇଁଅଁଳା ଫଳଗୁଡିକ ମଧ୍ୟ ଠିକ ସେହିପରି ଫଳିଥାଏ ଫଳ ଗୁଡିକ ଛୋଟ ଛୋଟ କିନ୍ତୁ ଦେଖିବାକୁ ଟିକିଟିକି ଅଁଳା ପରି । ଭୁଇଁଉପରେ ଉଦ୍ଭିଦଟି ବିସ୍ତୃତ ପାଇଁ ସବୁଦୃଷ୍ଟିରୁ ଅଁଳା ଗଛର ଆକୃତି ପରି ହୋଇଥିବା ହେତୁ ଏହାକୁ ଓଡିଆରେ ଭୁଇଁଅଁଳା ବୋଲି କୁହନ୍ତି । ପ୍ରୟୋଜ୍ୟାଙ୍ଗ : ପଞ୍ଚାଙ୍ଗ ରସାୟନିକ ସଂଗଠନ ଭୁଇଁଅଁଳା ଗଛର ପତ୍ରରେ ଏକ ତିକ୍ତ ଦ୍ରବ୍ୟ ଫିଲାନ୍ଥିନ ରହିଥାଏ ଯାହାକି ଏହାର ଔଷଧୀୟ ତତ୍ତ୍ଵ ଔଷଧୀୟ ଗୁଣ ଓ ପ୍ରୟୋଗ ; ଆୟୁର୍ବେଦ ମତରେ ଏହାର ପତ୍ର ସ୍ଵରସ ମୂତ୍ରଳ , ଯକୃତ ଦୋଷହର , କାସହର , ଶ୍ଵାସହର , ବ୍ରଣରୋପଣ ଗୁଣଯୁକ୍ତ ଅଟେ । ଏହାକୁ ମୁଖ୍ୟତଃ ମୁତ୍ରଗତ ରୋଗ ଓ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ପ୍ରୟୋଗ କରାଯାଏ । ଏହାର ପଞ୍ଚାଙ୍ଗ କ୍ଵାଥ ମ୍ୟାଲେରିଆ ଜ୍ଵରରେ ଦିଆଯାଏ । ଉନ୍ନତ କିସମ ନବୟାକୃତି ପ୍ରଜାତିର ଚାଷ ଲାଭଜନକ ଅଟେ । ଜମି ପ୍ରସ୍ତୁତି ଜମିରେ ଗଛ ଲଗାଇଲେ ପୂର୍ବରୁ ଜମିରେ ଏକର ପ୍ରତି ୫ ଟନ ଗୋବର ଖତ ମିଶାଇ ଓ ଚାଷ କାରୀ ଜମି ପ୍ରସ୍ତୁତ କରାଯାଏ ଏବଂ ଏଥିରେ ଜଳସେଚନ ମଧ୍ୟ କରାଯାଇଥାଏ । ଗଛଗୁଡିକ ୧୦x ୧୦ ଇଞ୍ଚ ବ୍ୟବଧାନରେ ରୋପଣ କରାଯାଏ । ଏକ ଏକରରେ ୨୪୦୦୦ ରୁ ୨୫୦୦୦ଚାରା ରୋପଣ କରାଯାଇପାରିବ । ଫସଲର ଯତ୍ନ ଓ ଜଳସେଚନ ବର୍ଷାଋତୁରେ ଗଛ ଲଗାଯାଇଥିବାରୁ ସାଧାରଣତଃ ଏହି ଗଛ ମୂଳ ପାର୍ଶ୍ଵ ସ୍ଥାନମାନଙ୍କରେ ଅନାବନା ଘାସ ଉଠିବା ସ୍ଵାଭାବିକ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗଛ ଲଗାଇବାର ୨୫-୩୦ ଦିନ ପରେ ୧ମ ଥର ତଥା ୫୫-୬୦ ଦିନ ପରେ ୨ୟ ଥର ଘାସ ବଛାବଛି କରିବା ଉଚିତ । ଗଛର ଭଲ ବୃଦ୍ଧି ନିମନ୍ତେ ଏକରପ୍ରତି ୨୦-୨୦ ଦିନ ବ୍ୟବଧାନରେ ୧୨ କିଗ୍ରା ବାଇଓଜାଇମ ଗ୍ରେନୁଲସ ପ୍ରୟୋଗ କରିବା ଉଚିତ । ଉତ୍ପାଦନ ଭୁଇଁଅଁଳା ସମ୍ପୂର୍ଣ ପଞ୍ଚାଙ୍ଗ ଔଷଧୀୟ ଗୁଣଯୁକ୍ତ ହୋଇଥିବାରୁ ଅମଳ ସମୟରେ ଏହି ଗଛକୁ ସମ୍ପୂର୍ଣ ଭାବେ ଉପାଡି ଦିଆଯାଏ । ଜୁନମାସରେ ଗଛରୋପଣ କରାଗଲେ ସେପ୍ଟେମ୍ବର- ଅକ୍ଟୋବର ମାସରେ ଏହି ଗଛରେ ଫୁଲ ଫଳ ଧରିଥାଏ । ଏହାର ଫଳ ଅଧିକ ଦିନ ରହିଲେ ପତ୍ର ଓ ଅନ୍ୟାନ୍ୟ ଅଂଶର ପରିମାଣ କମହୁଏ । ଏହା ଛଡା,କାମଳ ରୋଗ , ଯକୃତପ୍ରଦାହ , ରକ୍ତବିକାର , ବ୍ରଣ ତଥା ମୁତ୍ରମାର୍ଗରେ ଜ୍ଵଳନ ଏବଂମୁତ୍ରକୃଚ୍ଚ୍ର ରୋଗର ଉପଚାର ପାଇଁ ଏହାର ପଞ୍ଚାଙ୍ଗକୁ ସ୍ବରସ କିମ୍ବା କ୍ଵାଥ ରୂପେ ପ୍ରୟୋଗ କରାଯାଏ । ଚାଷପ୍ରଣାଳୀ ଚାଷପଦ୍ଧତି ପୂର୍ବରୁ ଭୁଇଁଅଁଳା ପ୍ରାକୃତିକ ଭାବରେ ପ୍ରଚୁର ପରିମାଣରେ ଉପଲ୍ଲବ୍ଧ ହେଉଥିଲେ ମଧ୍ୟ ସମ୍ପ୍ରତି ଏହା ଆବଶ୍ୟକ ମୁତାବକ ଉପଲ୍ଲବ୍ଧ ହେଉନାହିଁ । ସୁତରାଂ ଏହାର କୃଷିକରଣ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି । ଏହା ଏକ କମ ସମୟର ଫସଲ ହୋଇଥିବାରୁ ଓ ସାଧାରଣ ଜମିରେ ଚାଷ କରାଯାଇ ପାରୁଥିବାରୁ ଏହାର ଚାଷ ଅତ୍ୟନ୍ତ ଲାଭଜନକ ଅଟେ । ଜଳବାୟୁ ଓ ମୃତ୍ତିକା ଭୁଇଁଅଁଳା ଗଛ ଉଷ୍ଣ ଜଳବାୟୁରେ ବଢିପାରେ । ଏହା ଅଧିକତମ ୪୬ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ସହନ କରିପାରେ । ଏହା କମ ବର୍ଷା ହେଉଥିବା ସ୍ଥାନରେ ବଢିପାରେ କିନ୍ତୁ ଅଧିକ ବର୍ଷାହୋଇ ପାଣି ଜମିରହିଲେ ମଧ୍ୟ ଏହି ଗଛରେ କିଛି କ୍ଷତି ହୁଏ ନାହିଁ । ଏହି ଗଛର ଚାଷ ପିନ ସାଧାରଣତଃ ବାଲିଆ ଦୋରସା ମାଟି , ବାଲିଆ ମାଟି ନିଗିଡା ମାଟି ଓ କୃଷ୍ଣକର୍ପାସ ମାଟି ଉପଯୁକ୍ତ ଅଟେ । ପ୍ରାୟ ୫.୫ ରୁ ୮.୦ ପି.ଏଚ ଥିବା ମାଟିରେ ଏହି ଗଛ ଭଲ ବଢିଥାଏ । ଆମ ଦେଶରେ ଉତ୍ତରପ୍ରଦେଶ , ମହାରାଷ୍ଟ୍ର , କେରଳ, ଓଡିଶା ପ୍ରଭୁତି ରାଜ୍ୟମାନଙ୍କରେ ଏହି ଗଛର କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ଜଳବାୟୁ ରହିଛି । ତେଣୁ ଏହାକୁ ସେପ୍ଟେମ୍ବର ମାସର ଶେଷ ସମୟ ଓ ଅକ୍ଟୋବର ପର୍ଯ୍ୟନ୍ତ ରଖାଗଲେ ପାକଳ ମଞ୍ଜି ସଂଗ୍ରହ କରିପାରିବା । କିନ୍ତୁ ପଞ୍ଚାଙ୍ଗ ପାଇଁ ସେପ୍ଟେମ୍ବର ମାସ ଉପଯୁକ୍ତ ସମୟ । ଅକ୍ଟୋବର ମାସର ପ୍ରଥମ ଭାଗରେ ଅମଳ କରିବା ଉଚିତ । ଗଛଗୁଡିକୁ ଉପାଡି ସାରିବା ପରେ ଏହାକୁ ଛାଇ ଜାଗାରେ ତାରପୋଲିନ ଦରି ଉପରେ ସୁଖାଯାଏ । ୪-୫ ଦିନରେ ଏହା ଭଲ ଭାବରେ ଶୁଖିଗଲେ ଔଷଧ ତିଆରି ପାଇଁ କଞ୍ଚାମାଲ ରୂପେ ବଜାରକୁ ଛଡାଯାଏ । ଅନ୍ତଫସଲ ଏହାକୁ ବଡଗଛ ଯଥା ଅଁଳା , ଲେମ୍ବୁଗଛ ସହିତ ଚାଷ କରାଯାଇପାରିବ । ଆର୍ଥିକ ଲାଭ ଠିକ ସମୟରେ ଅମଳ କରାଗଲେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଶୁଖିଲା ଗଛ ମିଳିପାରିବ । ତାହାକୁ ଯଦି ଅତିକମରେ ୧୫ ଟଙ୍କା କିଗ୍ରା ପ୍ରତି ବିକ୍ରି କରାଯାଏ ପୂରାପୂରି ୧୫୦୦୦ ଟଙ୍କା ୪ ମାସ ମଧ୍ୟରେ ମିଳିପାରିବ । ଭୁଇଁଅଁଳା ଚାଷ ପାଇଁ ଏକର ପ୍ରତି ଆୟ ବ୍ୟୟ ବିବରଣୀ ବ୍ୟୟ ଚାରାରୋପଣ ୩,୫୦୦ ଜମି ପ୍ରସ୍ତୁତି ୫୦୦ ସାର ପ୍ରୟୋଗ ୧୦୦୦ ଜମିରେ ଗଛ ଲଗାଇବା ୨୫୦ ଜୈବିକ ଗଛ ବୁଦ୍ଧିକାରକ ଔଷଧ ୫୦୦ ଜଳସେଚନ , ଘାସ ବଛାବଛି ୫୦୦ ଫସଲ ସୁଖାଇବା ୫୦୦ ଅନ୍ୟାନ୍ୟ ଖର୍ଚ୍ଚ ତଥା ପରିବହନ ୧୫୦୦୦ ଆୟ : ପଞ୍ଚାଙ୍ଗ ବିକ୍ରିକରି ଆୟ ୧୫,୦୦୦ ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା