ପାୱାର ଟିଲର୍ ପାୱାର ଟିଲର୍ ଏକ ଉପଯୋଗୀ ଯନ୍ତ୍ର ହୋଇଥିବାରୁ ଏହାର ଚାଳନା ରକ୍ଷଣାବେକ୍ଷଣ ଏବଂ ଏହାର ଆନୁସଙ୍ଗିକ ଯନ୍ତ୍ରପାତି ସମ୍ବନ୍ଧରେ ଉପଯୁକ୍ତ ଜ୍ଞାନ ରହିଲେ ଚାଷୀଭାଇମାନେ ଏହାର ସୁଫଳ ପାଇପାରିବେ । ପାୱାର ଟିଲର ଚାଳନା ପୂର୍ବରୁ ଓ ଚାଳନା କରିବା ସମୟରେ ଚାଷୀମାନେ କେତେକ ସତର୍କତା ଅବଲମ୍ବନ କରିବା ବିଧେୟ । ପାୱାର ଟିଲର୍ ଚଳାଇବା ପୂର୍ବରୁ ଏହାକୁ ସାମ୍ନା ଷ୍ଟାଣ୍ଡରେ ଠିଆ କରନ୍ତୁ । ମୁଖ୍ୟ କୁବ୍ ଲିଭରକୁ ଅଫ୍ ସ୍ଥିତିରେ ରଖନ୍ତୁ । ଗିଅର ବଦଳାଇବା ଲିଭର ତଥା ରୋଟାଭେଟର ଲିଭରକୁ ନ୍ୟୁଟ୍ରାଲକୁ ଆଣନ୍ତୁ । ତେଲ ଟଙ୍କିରୁ ଡିଜେଲ ଆସିବା ପାଇଁ ଷ୍ଟପ୍ କକ୍କୁ ଖୋଲା ରଖନ୍ତୁ । ଗତି ନିୟନ୍ତ୍ରକ ଲିଭରକୁ ମାଧ୍ୟମ ଗତି ସ୍ଥିତିରେ ରଖନ୍ତୁ। ଡିକଞ୍ଜେସନ୍ ଲିଭରକୁ ଚାପି ରଖି ହ୍ୟାଣ୍ଡଲ୍ ସାହାଯ୍ୟରେ ଷ୍ଟାର୍ଟ କରନ୍ତୁ । ତାପରେ ଇଞ୍ଜିନର ଗତିକୁ ଆବଶ୍ୟକତା ଅନୁସାରେ କମ୍ କରି ଦିଅନ୍ତୁ । ଇଞ୍ଜିନ୍କୁ କିଛି ସମୟ ଚାଲୁ ରଖିବା ପରେ ଆବଶ୍ୟକ ଗିଅରକୁ ଆଣି ଚଲାନ୍ତୁ । ପାୱାର ଟିଲର୍ ଚାଳନା ସମୟରେ ଚଳେଇବା ସମୟରେ ଏଥିରୁ କୌଣସି ଅସ୍ଵାଭାବିକ ଶବ୍ଦ ଶୁଣାଗଲେ ତୁରନ୍ତ୍ର ଇଞ୍ଜିନ୍ ବନ୍ଦ କରି ଯାଞ୍ଚ କରନ୍ତୁ । ଯଦି ଲଗାତାର ଏଥିରୁ କଳାଧୂଆଁ ବାହାରେ ତେବେ ଭାର କମାଇ ଦିଅନ୍ତୁ । ଗିଅର ବଦଳାଇବା କୁବ୍ ଲିଭରକୁ ଅଫ୍ ସ୍ଥିତିକୁ ଆଣନ୍ତୁ । କୌଣସି ପରିସ୍ଥିତିରେ ପାୱାର ଟିଲର୍ ପୂର୍ବରୁ ଯନ୍ତ୍ର ଉପରକୁ ଚଢ଼ନ୍ତୁ ନାହିଁ କାରଣ ଏହା ବିପଦଜନକ ଅଟେ । ପାୱାର ଟିଲରକୁ ଡ଼ାହାଣ କିମ୍ବା ବାମକୁ ଘୂରାଇବା ସମୟରେ ଏହାର ଗତିକୁ କମ୍ କରାନ୍ତୁ । ପାୱାର ଟିଲର ବନ୍ଦ କରିବା ସମୟରେ ପ୍ରଥମେ ଗତି ନିୟନ୍ତ୍ରକ ଲିଭର୍ ସହାୟତାରେ ଗତି କମ୍ କରନ୍ତୁ । ତା ପରେ କୃତ୍ ଓ ଟ୍ରେକ୍ ସାହାଯ୍ୟରେ ଏହାକୁ ସ୍ଥିର କରନ୍ତୁ । ରୋଟାଭେଟର୍ ଲାଗିଥିଲେ ରୋଟାଭେଟର୍ ଗିଅରକୁ ନ୍ୟୁଟ୍ରାଲରକୁ ଆଣନ୍ତୁ ଗତି ନିୟନ୍ତ୍ରଜ ଲିଭରକୁ ଉପରକୁ ଉଠାଇ ଶେଷ ପର୍ଯ୍ୟନ୍ତ ଟାଣି ଇଞ୍ଜିନ୍ ବନ୍ଦ କରନ୍ତୁ । ପାୱାର ଟିଲରକୁ ସାମ୍ନା ଷ୍ଟାଣ୍ଡରେ ଠିଆ କରନ୍ତୁ । ଆଧାର – କୃଷି ବିଭାଗ