ଉପକ୍ରମ ଭାରତ ତଥା ବିଶ୍ଵ ଜନସଂଖ୍ୟାର ୬୦ ଭାଗରୁ ଅଧିକ ଲୋକଙ୍କ ପାଇଁ ଚାଉଳ ମୁଖ୍ୟ ଖାଦ୍ୟ ଅଟେ ।ଆମ ଦେଶରେ ଧାନ ଏକ ମୁଖ୍ୟ ଫସଲ ଓ ବହୁତ ଲୋକଙ୍କ ଜୀବିକା ଏହି ଚାଷରୁ ସଂପୂର୍ଣ୍ଣ ହୋଇଥାଏ । ଭାରତ ବର୍ଷର ପୂର୍ବାଞ୍ଚଳ ତଥା ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକରେ ଏହା ବହୁଳ ଭାବରେ ଚାଷ କରାଯାଏ । ଧାନ ଫସଲରେ ମାନବ ଶ୍ରମର ଅବଶ୍ୟକତା ସର୍ବାଧିକ ଅଟେ । ଏକ ହେକ୍ଟର ଜମିରେ ଧାନ ଚାଷ କ୍ବା ପାଇଁ ୮୦୦ ରୁ ୯୦୦ ଘଣ୍ଟା ଶ୍ରାମ ଦାନର ଆବଶ୍ୟକତା ରହିଛି । ଧାନ , ରୁଆ, ଘାସ ବଛା , ଧାନ କଟା ତଥା ଅମଳ ମୁଖ୍ୟତଃ ମାନବ ଶ୍ରମ ଦ୍ଵାରା ହୋଇଥାଏ । ମଜୁରି ଅଧିକ ହେତୁ ବହୁତ ଶ୍ରମିକ ଅଣ କୃଷି ଧନ୍ଦାରେ ମଞ୍ଜୁରୀ ଚାଲି ଯାଉଅକହନ୍ତି । ସେଥି ପାଇଁ ଧାନ ଚାଷରେ କୃଷି ଯନ୍ତ୍ରିକାରଣର ଆବଶ୍ୟକତା ରହିଛି । ଆଜିକାଲୀ ଧାନ କ୍ଷେତରେ କାମ କରିବା ପାଇଁ ଯୁବପିଢି ଆଗ୍ରହ ଦେଖାଯାଉନାହାନ୍ତି । ଶ୍ରମିକ ମଞ୍ଜୁରୀ ବାରମ୍ବାର ବୃଦ୍ଧି ଯୋଗୁଁ , ଧାନ ଚାଷରେ କମ ଲାଭ ମିଳୁଅଛି । ସେଥିପାଇଁ ଧାନ ଚାଷର ଯାନ୍ତ୍ରୀକିକାରଣ ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଧାନ ଚାଷ ଯାନ୍ତ୍ରୀକିକରଣ ହେବା ଯୋଗୁଁ ଖର୍ଚ୍ଚ କମ ଲାଗୁଛି । ଧାନ, ଚାଷରେ ଓ ଅମଳ ପରବର୍ତ୍ତୀ ପର୍ଯ୍ୟାୟର ଯାନ୍ତ୍ରିକିକରଣ କରିବା ପାଇଁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ, ବିଭିନ୍ନ ପ୍ରକାର ଉନ୍ନତ କୃଷି ଯନ୍ତ୍ରପାତି ବିକାଶ କରିଅଛନ୍ତି । ପ୍ରତ୍ୟେକ ଯନ୍ତ୍ରପାଟିର ସଂପୂର୍ଣ୍ଣ ବିବରଣୀ ତଳଧାଡିରେ ଦିଆଯାଇଅଛି । ଜମି କାଦୁଅ କରିବା ଯନ୍ତ୍ର ଏନ.ଆର. ଆର. ଆଇ ୪ ଦାନ୍ତି ବାଲା ଡିସ୍କହାରୋ ଯନ୍ତ୍ର ଏହା ଏକ ବାଳକ ଚାଳିତ ଯନ୍ତ୍ର । ଜମିକୁ କାଦୁଅ କରିବା ପାଇଁ ଏହା ବ୍ୟବହାର କରାଯାଏ । ଏହାର ଡ୍ରମରେ ୪ ଦାନ୍ତୀ ବାଲା ଡିସ୍କ ଲଗାଯାଇଅଛି । ଭଲଭାବରେ ତଳକୁ ଯାଇ କାଦୁଅ କରିବା ପାଇଁ ଏଥିରେ ବାଲି ପୁରାଳେ ଏହାର ଓଜନ ବଢାଯାଇପାରିବ । ଏହାର ମୂଲ୍ୟ ୨୦,୦୦୦ ଟଙ୍କା ଅଟେ । ଏନ.ଆର. ଆର. ଆଇ ଡ୍ରମ ଚାଳିତ ଡିସ୍କହାରୋ ଏହା ଏକ ବଦଳ ଚାଳିତ ଯନ୍ତ୍ର । ଜମିକୁ କାଦୁଅ କରିବା ପାଇଁ ଏହା ବ୍ୟବହାର କରାଯାଇପରେ । ଏଥିରେ ଡ୍ରମ ସାଥିରେ ୬ ଛକି ଡିସ୍କ ଲଗାଯାଇଅଛି । ଏହି ଯନ୍ତ୍ରକୁ ୨ ଥର ଜମିରେ ଚଳାଇଲେ ଧାନ ରୁଆ ପାଇଁ ଜମି ପ୍ରସ୍ତୁତି ହୋଇଯାଏ । ଜମିକୁ କାଦୁଅ କରିବା ପାଇଁ ଦେଶୀ ଲଙ୍ଗଳରେ ଏକ ଏକରକୁ ୧୭ ଘଣ୍ଟା ଲାଗୁଛନ୍ତି । କିନ୍ତୁ ଏହା ଦ୍ଵାରା କାଦୁଅ କରିବା ପାଇଁ ୪.୫ ଘଣ୍ଟା ଲାଗୁଅଛି । ଏହାର ମୂଲ୍ୟ ୨୦,୦୦୦ ଟଙ୍କା ଅଟେ । ଶୁଖିଲା ଜମିରେ ଧାନ ବୁଣିବା ଯନ୍ତ୍ର ଏନ.ଆର. ଆର. ଆଇ ଏକ ଧାଡି ବିଶିଷ୍ଟ ଧାନ ବୁଣାଯନ୍ତ୍ର ଏହା ଏକ ହସ୍ତଚାଳିତ ଧାନ ବୁଣାଯନ୍ତ୍ର । ଏହି ଯନ୍ତ୍ରଟି ୨୦ ସେମି ଚଉଡା ଧାଡିରେ ଶୁଖିଲା ଜମିରେ ଧାନ ବୁଣେ । ଏହା ଏକ ଘନତାଜରେ ୦.୦୨୫ ଏକର ପର୍ଯ୍ୟନ୍ତ ବୁଣିପାରେ । ଏହି ଯନ୍ତ୍ରର ମୂଲ୍ୟ ୧୫୦୦ ତାଙ୍କ ଅଟେ । ଏନ.ଆର. ଆର. ଆଇ ୨ ଧାଡି ବିଶିଷ୍ଟ ହସ୍ତଚାଳିତ ଧାନ ବୁଣାଯନ୍ତ୍ର ଏହା ଏକ ହସ୍ତଚାଳିତ ଧାନ ବୁଣାଯନ୍ତ୍ର । ଏହାର ଫ୍ରେମ ମଝିରେ ୨ ଟି ମଞ୍ଜି ଡବା ଅଛି। ଏଥିରେ ମଞ୍ଜି ମାପିବା ପାଇଁ ୨ ଟି ଛକି , ଲେବରର ଏବଂ ଏକ ହଣ୍ଡେଲ ଅଛି । ଏହା ଧାନ ବୁଣା ଯନ୍ତ୍ରଟି ୨୦ ସେମି, ଦୂରତାରେ ଧାନ ମଞ୍ଜିକୁ ଶୁଖିଲା ଜମିରେ ବୁଣେ। ଏହାରା କାର୍ଯ୍ୟଦକ୍ଷତା ୦.୦୫୫ ଏକର ପ୍ରତି ଘଣ୍ଟା ଅଟେ। ଏହି ଯନ୍ତ୍ରର ମୂଲ୍ୟ ୩୫୦୦ ଟଙ୍କା ରଖାଯାଇଅଛି। ଏନ.ଆର. ଆର. ଆଇ ୩ ଧାଡି ବିଶିଷ୍ଟ ହସ୍ତଚାଳିତ ଧାନ ବୁଣାଯନ୍ତ୍ର :- ଏଥିରେ ଧାନ ମାପିବା ପାଇଁ ୩ ଟି ରୋଲର ଲଗାଯାଇଅଛି । ଏହି ଧାନ ବୁଣା ଯନ୍ତ୍ର ଲାଇନରେ ୨୦ ସେମି ଦୂରରେ ଧାନ ମଞ୍ଜି ଶୁଖିଲା ଜମିରେ ବୁଣାଯାଇ ପାରିବ। ଏହାର କ୍ଷମତା ୦.୦୨୫ ଏକର ପ୍ରତିଘଣ୍ଟା ଅଟେ । ଏହି ଯନ୍ତ୍ରର ମୂଲ୍ୟ ୪୦୦୦ ଟଙ୍କା ଅଟେ। ଏନ.ଆର. ଆର. ଆଇ ବଳଦଚଳିତ ୩ ଧାଡି ବିଶିଷ୍ଟ ବୁଣାଯନ୍ତ୍ର :- ଏହା ୩ ଧାଡି ବିଶିଷ୍ଟ ବଳଦ ଚାଳିତ ବୁଣାଯନ୍ତ୍ର । ଏଥିରେ କପ ଦ୍ଵାରା ମଞ୍ଜି ମାପିବା ବ୍ୟବସ୍ଥା ଅଛି । ଶୁଖିଲା ଜମିରେ ଧାନ ବୁଣିବା ପାଇଁ ଏହା ଉପଯୁକ୍ତ ଅଟେ । ଏହାର କାର୍ଯ୍ୟଦକ୍ଷତା ୦.୨୫ ଏକର ପ୍ରତିଘଣ୍ଟା ଅଟେ । ଏହି ଯନ୍ତ୍ରର ମୂଲ୍ୟ ୮୦୦୦ ଟଙ୍କା ରଖାଯାଇଅଛି । ଏନ.ଆର. ଆର. ଆଇ ପାୱାର ଟିଲର ମଞ୍ଜି ବୁଣାଯନ୍ତ୍ର :- ଏହି ଯନ୍ତ୍ରରେ ଧାନ , ଗହମ , ମୁଗ, ବିରି ଏବଂ କୋଳଥ ଇତ୍ୟାଦି ଫସଲ ୫ ଧାଡି ଏକା ଥରକେ ବୁଣାଯାଇପାରିବ। ମଞ୍ଜି ବୁଣିବାକୁ ଆଲୁମିନିୟମ ରୋଲର ଲଗାଯାଇଅଛି। ଏହାର ବୁଣିବା ଘଣ୍ଟା ପ୍ରତି କ୍ଷମତା ୦.୩୫ ଏକର। ଏହି ଯନ୍ତ୍ରର ମୂଲ୍ୟ ୨୦,୦୦୦ ଟଙ୍କା ରଖାଯାଇଛି । ଏନ.ଆର. ଆର. ଆଇ ପାୱାର ଟିଲର ଚାଳିତ ଚିନାବାଦାମ ଏବଂ ଧାନ ବୁଣାଯନ୍ତ୍ର :- ଏହି ୫ ଧାଡି ବିଶିଷ୍ଟ ଯନ୍ତ୍ରରେ ପ୍ଲାଷ୍ଟିକ ଚକ ଓ ଖୋଲ ରଖାଯାଇଅଛି । ଏହି ମଞ୍ଜିକୁ ଲାଇନରେ ପକାଇଥାଏ । ଏଥିରେ ଧାନ ଏବଂ ଚିନାବାଦାମ ଶୁଖିଲା ଜମିରେ ବୁଣାଯାଇପାରିବ। ଏହାର ଧାଡିକୁ ଧାଡି ଦୂରତା ୨୫ ସେମି ରଖାଯାଇଅଛି । ଏହାର କାର୍ଯ୍ୟଖ୍ଯମନତା ୦.୩୭ ଏକର ପ୍ରତିଘଣ୍ଟା ଅଟେ । ଏଥିରେ ଧାନ ବୁଣିବା ପାଇଁ ଏକର ପିଛା ୫୦୦ ଟଙ୍କା ଖର୍ଚ୍ଚ ହୁଏ। ଚିନାବାଦାମ ବୁଣିବାକୁ ଏକର ପିଛା ୪୮୦ ଟଙ୍କା ଖର୍ଚ୍ଚ ହୁଏ। ଏହାର ମୂଲ୍ୟ ୨୨,୦୦୦ ଟଙ୍କା ରଖାଯାଇଅଛି । ଏନ.ଆର. ଆର. ଆଇ ୧୦ ଧାଡି ବିଶିଷ୍ଟ ଟ୍ରାକ୍ଟର ଚାଳିତ ବୁଣାଯନ୍ତ୍ର :- ଏହି ୧୦ ଧାଡି ବିଶିଷ୍ଟ ଧାନ ବୁଣାଯନ୍ତ୍ର ଶୁଖିଲା ଧାନ ଜମିରେ ବ୍ୟବହାର କରାଯାଇପାରିବ। ଏହି ଦାନ ବୁଣାଯନ୍ତ୍ର କ୍ଷମତା ୨ ଏକର ପ୍ରତି ଘଣ୍ଟା ଅଟେ । ଏଥିରେ ଧାଡିକୁ ଧାଡି ଦୂରତା ଆବଶ୍ୟକ ହିସାବରେ ଆଡଜଷ୍ଟ କରାଯାଇପାରିବ । ଏହାର ମୂଲ୍ୟ ୫୦,୦୦୦ ଟଙ୍କା ରଖାଯାଇଅଛି । ଏହି ଯନ୍ତ୍ର ବ୍ୟବହାର ଦ୍ଵାରା ଧାନ ଛଟା ବୁଣା ଏବଂ ଧାନ ରୁଆ ତୁଳନା ଏ ଶତକଡା ୭୦ ଭାଗ ସମୟ ବଞ୍ଚାଯାଇପାରିବ ଏବଂ ଶତକଡା ୫୫ ଭାଗ ଘାସ ବଛା ଖର୍ଚ୍ଚ ବଞ୍ଚାଯାଇପାରିବ । ଗଜା ଧାନ ବୁଣିବା ଯନ୍ତ୍ର ଏନ.ଆର. ଆର. ଆଇ ୩ ଧାଡି ବିଶିଷ୍ଟ ଗଜାଧାନ ବୁଣାଯନ୍ତ୍ର ଏହି ହସ୍ତଚାଳିତ ଯନ୍ତ୍ର ଦ୍ଵାରା କାଦୁଅ ବିଲରେ ଗଜାଧାନ ବୁଣା ହୁଏ .। ଏହାର ଆଗରେ ଫ୍ଲୋଟ ଲଗାଯାଇଅଛି । ଏହି ଫ୍ଲୋଟଟି ମାଟିରେ ମେସିନ ଦାବି ନ ଯିବା ପାଇଁ ଲଗାଯାଇଅଛି । ମଞ୍ଜି ବାକ୍ସ ର ବିଭିନ୍ନ ସ୍ଥିତି ଅନୁସାରେ ଏହି ଯନ୍ତ୍ରଟି ଏକର ପ୍ରତି ବିହନ ହାର କଣ୍ଟ୍ରୋଲ କରିଥାଏ । ଏହି ଯନ୍ତ୍ରର କ୍ଷମତା ୦.୧୩ ଏକର ପ୍ରତିଘଣ୍ଟା ଅଟେ । ଏହି ଯନ୍ତ୍ରର ମୂଲ୍ୟ ୩୫୦୦ ଟଙ୍କା ଅଟେ । ଏନ.ଆର. ଆର. ଆଇ ୪ ଟି ଧାଡି ବିଶିଷ୍ଟ ହସ୍ତଚାଳିତ କୋନୋ ଡ୍ରମ ସିଡର ଏହି ଯନ୍ତ୍ର କାଦୁଅ ବିଲରେ ଗଜାଧାନ ୨୦ ସେ.ମି ଦୂରତାରେ ଧାଡିରେ ବୁଣେ । ଏହାର କ୍ଷମତା ୦.୦୯ ଏକର ପ୍ରତି ଘଣ୍ଟା ଅଟେ । ଏହି ଡ୍ରମ ସିଡରରେ ବୁଣିବା ଦ୍ଵାରା ୬୦-୬୫% କମ ମଞ୍ଜି ବ୍ୟବହାର କରାଯାଇପାରିବ । ଏହା ବ୍ୟବହାର କରିବା ଦ୍ଵାରା ୬୫% ମଜୁରି କମ ଖର୍ଚ୍ଚ ହୋଇଥାଏ। ଏହି ଯନ୍ତ୍ରର ମୂଲ୍ୟ ୫,୫୦୦ ଟଙ୍କା ଅଟେ । ଏନ.ଆର. ଆର. ଆଇ ହସ୍ତଚାଳିତ ୬ ଧାଡି ବିଶିଷ୍ଟ ବୁଣାଯନ୍ତ୍ର ଏହି ଯନ୍ତ୍ର କାଦୁଅ ଜମିରେ ଗଜାଧାନ ୨୦ ସେମି ଦୂରତାରେ ଦାଦିରେ ବୁଣିବା ପାଇଁ ବ୍ୟବହାର କରାଯାଏ। ଏହାର କ୍ଷମତା ୦.୧ ଏକର ଅଟେ । ଏହି ଡ୍ରମ ସିଡରରେ ବୁଣିବା ଦ୍ଵାରା ୪୦% ବିହନ ଏବଂ ଘାସ ବଛା ଖର୍ଚ୍ଚ ୫୫% କମ ହୁଏ । ଏହି ଯନ୍ତ୍ରର ମୂଲ୍ୟ ୬୫୦୦ ଟଙ୍କା ଅଟେ । ଏନ.ଆର. ଆର. ଆଇ ଶକ୍ତିଚାଳିତ ୮ ଧାଡି ବିଶିଷ୍ଟ ଗଜାଧାନ ବୁଣାଯନ୍ତ୍ର ଏହା ଶକ୍ତିକହଳିତ ଡ୍ରମସିଡର ଗଜାଧାନ ବୁଣାଯନ୍ତ୍ର ଅଟେ। ଏହା କାଦୁଅ ବିଲରେ ୨୦ ସେମି, ଦୂରତାରେ ଧାଡିକୁ ଧାଡି ଧାନ ବୁଣେ । ଏହାର କାର୍ଯ୍ୟଦକ୍ଷତା ୦.୬୩ ଏକର ପ୍ରତି ଘଣ୍ଟା ଅଟେ । ପାରମ୍ପରିକ ଧାନ ରୁଆ ଠାରୁ ଏହି ଯନ୍ତ୍ରରେ କମ ଖର୍ଚ୍ଚରେ କାମ କରାଯାଇପାରିବ। ଏହି ଯନ୍ତ୍ରର ମୂଲ୍ୟ ୬୫,୦୦୦ ଟଙ୍କା ରଖାଯାଇଅଛି । ଏନ.ଆର. ଆର. ଆଇ ୪ ଧାଡି ବିଶିଷ୍ଟ ଧାନ ରୁଆଯନ୍ତ୍ର :- ଏହି ଯନ୍ତ୍ର ଦ୍ଵାରା ୨୦ ରୁ ୨୫ ଦିନର ତାଳି ରୁଆ ଯାଇପାରିବା ଧାଡିକୁ ଧାଡି ୨୪ ସେମି , ଦୂରତାରେ ଏହି ଯନ୍ତ୍ର ଧାନ ରୁଆ । ଏହାର କ୍ଷମତା ୦.୦୫ ଏକର ପ୍ରତିଘଣ୍ଟା ଅଟେ । ଏହା ବ୍ୟବହାର କାଲେ ୩୦ରୁ ୪୦% ମଞ୍ଜୁରୀ କମ ଖର୍ଚ୍ଚ ହୋଇଥାଏ । ଏହି ଯନ୍ତ୍ରର ମୂଲ୍ୟ ୯,୦୦୦ ଟଙ୍କା ରଖାଯାଇଅଛି । ଘାସବଛା ଯନ୍ତ୍ର ଏନ ଆର ଆର ଆଇ. ଆଙ୍ଗୁଳି ଘାସ ବଛାଯନ୍ତ୍ର ଏହି ଯନ୍ତ୍ର ଲାଇନରେ ବୁଣା ଯାଇଥିବା ଧାନ କିମ୍ବା ଅନ୍ୟ ଫସଲରେ ବ୍ୟବହାର କରାଯାଇପାରିବ। ଆଗ ପଛ କରି ଏହାକୁ ଧାନ ବିଲରେ ବ୍ୟବହାର କାଲେ ଘାସ ବଛା ଯାଇପାରିବ । ଏହାର କ୍ଷମତା ୦.୦୫ ଏକର ପ୍ରତିଘଣ୍ଟା ଅଟେ। ଏହି ଯନ୍ତ୍ର ପୁରୁଷ ଏବଂ ମହିଳାମାନେ ବ୍ୟବହାର କରିପାରିବେ। ଏହି ଯନ୍ତ୍ର ବ୍ୟବହାର ଦ୍ଵାରା ମଞ୍ଜୁର ଖର୍ଚ୍ଚ ୩୫ ରୁ ୪୦% କମ ହୋଇଥାଏ । ଏହାର ମୂଲ୍ୟ ୩୫୦ ଟଙ୍କା ଅଟେ । ଏନ ଆର ଆର ଆଇ କୋନୋଷ୍ଟାର ଘାସ ବଛାଯନ୍ତ୍ର ଏହି ଯନ୍ତ୍ର ଦ୍ଵାରା ଅଳ୍ପ କାଦୁଅ ଜମିରେ ଘାସବଛା ଯାଇପାରିବ । ଧାଡି ରେ ଧାନ ବୁଣିଲେ ଏହାକୁ ବ୍ୟବହାର କରାଯାଇପାରିବ ଏବଂ ଧାଡିରେ ଧାନ ରୁଆ ଜମିରେ ଖୁବ କମ ଖର୍ଚ୍ଚରେ ଘାସ ବଛାଯାଇପାରିବ। ଏହି ଯନ୍ତ୍ରର ଘାସ କାଟିବା ଚଉଡା ୧୦ ରୁ ୧୫ ସେମି ଅଟୋ କୋନୋଡ୍ରମ ଘାସକୁ କାଟି କରି ମାଟିରେ ଦବାଇ ଦେଇଥାଏ । ଏହି ଯନ୍ତ୍ରର ବ୍ୟବହାର ମଜୁରି ଆବଶ୍ୟକତା ୫୦ ରୁ ୭୦% କମ ହୋଇଥାଏ । ଏହାର କ୍ଷମତା ୦.୦୪ ଏକର ପ୍ରତି ଘଣ୍ଟା ଅଟେ। ଏହାର ମୂଲ୍ୟ ୨୦୦୦ ଟଙ୍କା ରଖାଯାଇଅଛି । ଏନ ଆର ଆର ଆଇ ଚକଚାଳିତ ଆଙ୍ଗୁଳି ଘାସ ବଛାଯନ୍ତ୍ର :- ଏହି ଯନ୍ତ୍ର ଲାଇନରେ ବୁଣା ଯାଇଥିବା ଧାନ କିମ୍ବା ଅନ୍ୟ ଫସଲରେ ବ୍ୟବହାର କରାଯାଇପାରିବ । ଶୁଖିଲା ଜମିରେ ମକା ଓ ଝୋଟ ଏବଂ ପାରିବା ଚାଷ ହୋଇଥିବା ଜମିରେ ବ୍ୟବହାର କରାଯାଇପାରିବ। ଏହା ଏକ ହସ୍ତଚାଳିତ ଯନ୍ତ୍ର ଅଟେ । ଆଗ ଏବଂ ପଛକୁ ଚାଲି କରି ବଛା ବଛାଯାଇତାହେ । ଏହି ଯନ୍ତ୍ରରେ ଲୁହା ଫ୍ରେମ, ଲୁହା ଚକ, ହେଣ୍ଟଲ ତଥା ପାଞ୍ଚଆଙ୍ଗୁଳି ରଡ ଲଗାଯାଇଅଛି । ଆଙ୍ଗୁଳିର ଦୂରତା ଏଥିରେ ଆଡଜଷ୍ଟ କରାଯାଇପାରିବ । ଏହାର କ୍ଷମତା ୦.୦୬ ଏକର ପ୍ରତି ଘଣ୍ଟା ଅଟେ । ଏହାର ମୂଲ୍ୟ ୧୪୫୦ ଟଙ୍କା ରଖାଯାଇଅଛି । ଧାନ କଟାର ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟବହୃତ ହେଉଥିବା ଯନ୍ତ୍ର ଏନ ଆର ଆର ଆଇ ଶକ୍ତିଚାଳିତ ଧାନ ଅମଳଯନ୍ତ୍ର ଏହି ଯନ୍ତ୍ରରେ ତାର ଦ୍ଵାରା ଏକ ଡ୍ରମ ଆମଳ ପାଇଁ ଲଗାଯାଇଅଛି । ଏଥିରେ ସିଙ୍ଗଲ ଫେଜ ଶକ୍ତି ଏକ ମଟର ଲଗାଯାଇଅଛି । ଏହା ଛୋଟ ଚାଷୀମାନଙ୍କ ପାଇଁ ଧାନ ଅମଳ କରିବା ପାଇଁ ଉପଯୋଗୀ । ଏହାଦ୍ଵାରା ୩-୪ କୁଇଣ୍ଟାଲ ଧାନ ୧ ଘଣ୍ଟାରେ ଅମଳ ହୋଇପାରିବ ଏବଂ ଖର୍ଚ୍ଚ କମ ହୋଇପାରିବ। ଏହାର ଦାମ ୨୪,୦୦୦ ଟଙ୍କା ରଖାଯାଇଅଛି । ହସ୍ତ ଚାଳିତ ଏନ ଆର ଆର ଆଇ ଉନ୍ନତ ଧାନ ସଫା କରିବା ଯନ୍ତ୍ର :- ଧାନ ଅମଳ କରିବା ପାଇଁ ଏହି ଯନ୍ତ୍ର ଦ୍ଵାରା ଧାନ ସଫାକରାଯାଇପାରିବ । ଛୋଟ ଚାଷୀ ଓ କୃଷିଜୀବି ମହିଳାମାନଙ୍କ ପାଇଁ ଏହା ଉପଯୋଗୀ ଅଟେ। ଏହି ଯନ୍ତ୍ରଟି ୧ ଘଣ୍ଟାରେ ୧ କ୍ଵିଣ୍ଟାଲ ଧାନ ସଫା କରେ । ଏହାର ମୂଲ୍ୟ ୬,୦୦୦ ଟଙ୍କା ରଖାଯାଇଅଛି । ଏନ ଆର ଆର ଆଇ ଶକ୍ତିଚାଳିତ ଧାନ ଭଡା ଏବଂ ଧାନ ସଫାକରିବା ଯନ୍ତ୍ର ଅମଳ କରଯାଇଥିବା ଧାନକୁ ଏହି ଯନ୍ତ୍ର ଦ୍ଵାରା ସଫା କରାଯାଇପାରିବ। ଏହି ଯନ୍ତ୍ରଟିର ଧାନ ସଫା କରିବାର କ୍ଷମତା ପ୍ରତି ଘଣ୍ଟାରେ ୫ କ୍ଵିଣ୍ଟାଲ ଅଟେ । ଏହାର ମୂଲ୍ୟ ୨୨,୦୦୦ ଟଙ୍କା ଅଟେ । ଏନ ଆର ଆର ଆଇ ଶକ୍ତି ଚାଳିତ ଧାନ ମଞ୍ଜି ସଫା କରିବା ଯନ୍ତ୍ର ଯଦି ଧାନକୁ ବିହନ ଭାବରେ ବ୍ୟବହାର କରିବା ପାଇଁ ଦରକାର , ତେବେ ଏହି ଶକ୍ତିଚାଳିତ ଯନ୍ତ୍ର ଦ୍ଵାରା ଅମଳ କରାଯାଇଥିବା ଧାନକୁ ଭଲଭାବରେ ସଫା କରାଯାଇପାରିବ। ଏଥିରେ ୨ ହର୍ଷ ଶକ୍ତି ବିଶିଷ୍ଟ ମଟର ଲଗାଯାଇଅଛି । ଏହାର କ୍ଷମତା ଏକ କୁଇଣ୍ଟାଲ ପ୍ରତି ଘଣ୍ଟା ଅଟେ । ଏହାର ମୂଲ୍ୟ ୪୦,୦୦୦ ଟଙ୍କା ଅଟେ । ଏନ ଆର ଆର ଆଇ ଯାନ୍ତ୍ରିକ ଧାନ ସୁଖାଇବା ଯନ୍ତ୍ର ଏହି ଯନ୍ତ୍ର ବିଭିନ୍ନ ଧାନ ସୁଖାଇବା କ୍ଷମତା (୧୨୫ ରୁ ୫୦୦ କି.ଗ୍ରା) ରହିଛି । ଏଥିରେ ଅରୁଆ କିମ୍ବା ଉଷୁନା ଧାନକୁ ସୁଖାଯାଇପାରିବ । ଏହା ଭିତରେ ଧାନକୁ ବିଛାଇ ଦେଲାପରେ ତାପମାତ୍ରାକୁ ପାଖାପକ୍ଷୀ ୪୦ ସେଲସିୟସରେ ରଖାଯାଏ । ଡ୍ରାୟାରରେ ଲାଗିଥିବା ଆଞ୍ଚ ଚୁଲା ୧୦ କିଗରା , କୋଇଲା ବ୍ୟବହାର କରି ୨୦% ପାଣିଥିବା ଧାନରୁ ୬ ଓ ୭ ଘଣ୍ଟା ଭିତରେ ଶୁଖାଇ ୧୪% ମଏଶ୍ଚରକୁ ଆଣେ । ଏହି ଡ୍ରାୟାର ମୂଲ୍ୟ ୫୫,୦୦୦ ଟଙ୍କା ଅଟେ । ଏନ ଆର ଆର ଆଇ ଉଚ୍ଚ କ୍ଷମତା ବିଶିଷ୍ଟ ଧାନ ସୁଖାଇବା ଯନ୍ତ୍ର ଏହି ଡ୍ରାୟାରଟିର ୧ ଟନ ଧାନ ସୁଖାଯାଇପାରିବ । ଏହି ଡ୍ରାୟାରରେ ଲୁହା ଚଦର ବ୍ୟବହାର କରାଯାଇ ଏଥିରେ କଳା ରଙ୍ଗ ଲଗାଯାଇଅଛି । ଏହି ଡ୍ରାୟାରରେ କୁଣ୍ଡା ବ୍ୟବହାର କରି ନିଆଁ ଜାଳା ଯାଇ ଧାନ ଶୁଖାଯାଇପାରିବ । ଏହି ଡ୍ରାୟାରରେ ଲୁହା ଚଦର ବ୍ୟବହାର କରାଯାଇ ଏଥିରେ କଳା ରଙ୍ଗ ଲଗାଯାଇଅଛି । ଏହି ଡ୍ରାୟାରରୁ ସୂର୍ଯ୍ୟଙ୍କ କିରଣର କିଛି ଶକ୍ତି ମିଳୁଛି । ବିଲରୁ କଟଜାଇହିବା ଦାନ ଧାନ ଯାହାର ୨୪% ମଏଶ୍ଚର ଥାଏ , ଏହି ଡ୍ରାୟାରରେ ୬.୫ ଘଣ୍ଟା ସୁଖାଇବା ପରେ ୧୪% ମଏଶ୍ଚର ରହିଥାଏ । ଏହି ଡ୍ରାୟାରର ମୂଲ୍ୟ ୨,୮୦,୦୦୦୦ ଟଙ୍କା ରଖାଯାଇଅଛି । ଏନ ଆର ଆର ଆଇ ସୂର୍ଯ୍ୟ ତଥା ଜୈବିକ ପଦାର୍ଥ ଜାଳେଣୀରେ ଚାଲୁଥିବା ବିବିଧ ଫସଲ ସୁଖାଇବା ଯନ୍ତ୍ର ଏହା ଏକ ପ୍ରକାର ବ୍ୟାଚ ଡ୍ରାୟାର ଅଟେ । ଏହାର ୩୦୦ କି.ଗ୍ରା ଧାନ ସୁଖାଇବା କ୍ଷମତା ଅଛି । ଏଥିରେ ସୁଖାଇବା ପାଇଁ ଏକ ଚେମ୍ବର କରାଯାଇଅଛି । ଜାଳେଣୀ ବ୍ୟବହାର ପାଇଁ ଏକ ଚୁଲା ଅଛି । ଚାଳିତ ପଙ୍ଖା ବ୍ୟବଆର କରି ଶସ୍ୟକୁ ସୁଖାଯାଇପାରିବ। ଖାଦ୍ୟ ସାମଗ୍ରୀ ସୁଖାଇବା ପାଇଁ ୯ ଟି ଟ୍ରେ ରଖାଯାଇଅଛି । ଏହାର ଦାମ ୪୫,୦୦୦ ଟଙ୍କା ରଖାଯାଇଅଛି । ଏନ ଆର ଆର ଆଇ ଛୋଟ ଦାନ ଊଂସେଇବା ଯନ୍ତ୍ର ଏହି ଜନ୍ତ୍ରରେ ଉନ୍ନତ ପ୍ରଣାଳୀରେ ଥରକେ ୭୫ କିଗ୍ରା ପର୍ଯ୍ୟନ୍ତ ଧାନ ଉଷାଯାଇ ପାରିବ । ଏହି ପ୍ରଣାଳୀରେ ଘୋଡାଣି ଦେଇ ପ୍ରଥମେ ଧାନକୁ ୭୫ ସେଲସିୟସ , ୩.୫ ଘଣ୍ଟା ପର୍ଯ୍ୟନ୍ତ ସୁଝାଯାଇ ଓ ତା ପରେ ଘୋଡାଣି କାଢି ୪୫ ମିନିଟ ପର୍ଯ୍ୟନ୍ତ ସୁଝାଯାଏ। ଥରକେ ୭୫ କିଗ୍ରା ଧାନ ପାଇଁ ୫ ରୁ ୬ ଘଣ୍ଟା ସମୟ ଲାଗେ ଓ ଏହାର ଉପଯୋଗରେ ଭଲ ଚାଉଳ ବାହାରେ । ଏହି ଜନ୍ତ୍ରର ମୂଲ୍ୟ ହାରାହାରି ୬,୦୦୦ ଟଙ୍କା ରଖାଯାଇଅଛି । ଏନ ଆର ଆର ଆଇ ଆର.ସି.ସି.ଗୋଲାକାର ଧାନ ଅମାର ଏହା ଏକ ସ୍ଥାୟୀ କୋଠି ଅଟେ , ଯେଉଁଠି ଆର.ସି.ସି ରିଙ୍ଗ ବ୍ୟବହାର କରି କରାଯାଇଅଛି । ଏହାର କ୍ଷମତା ୫ କ୍ଵିଣ୍ଟାଲ ଅଟେ। ଏହା ପୂର୍ଣ୍ଣମାତ୍ରାରେ ମୂଷାଠାରୁ ସୁରକ୍ଷା ଦେଉଅଛି । ଏହି ବିନଟି ଚାଉଳ ଏବଂ ଧାନକୁ ୬ ରୁ ୮ ମାସ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ । ଏହି ବିନର ମୂଲ୍ୟ ୩,୫୦୦ ଟଙ୍କା ଅଟେ । ଏନ ଆର ଆର ଆଇ. ଅଗାଡି – କୁଣ୍ଡା ଚୂଲା :- ଏହି ଚୂଲା ୧.୨ କିଗ୍ରା ଶୁଖିଲା ଅଗାଡି ବା ଧାନ କୁଣ୍ଡା ବ୍ୟବହାର କରାଯାଏ ଏବଂ ଏହା ୯୦ ମିନିଟ ପର୍ଯ୍ୟନ୍ତ ଜଳିଥାଏ । ଏହି ଚୂଲାର ଦାମ ୧୪୦୦ ଟଙ୍କା ରଖାଯାଇଅଛି । ଆଧାର- ଜାତୀୟ ଧାନ ଗବେଷଣା ଅନୁଷ୍ଠାନ